ଆମ ଆଦମି ପାର୍ଟି ଭୁବନେଶ୍ଵର ଶାଖା ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ

1174606_601833666535969_1202335701_nଆମ ଆଦମି ପାର୍ଟି ଭୁବନେଶ୍ଵର ଶାଖାରେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ସିଆରପିଏଫ ସ୍ଥିତ ପାର୍ଟି ଆଫିସରେ ୬୬ ତମ ସ୍ଵାଧୀନତା ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପାର୍ଟିର ଅନେକ କର୍ମକର୍ତ୍ତା ଯୋଗ ଦେବା ସହ ରାଜ୍ୟ ସଂଯୋଜକ,ଶ୍ରୀଯୁକ୍ତ ନିଶିକାନ୍ତ ମହାପାତ୍ରଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯିବା ସହ କିଭଳି ପାର୍ଟି ସାଧାରଣ ଜନତାଙ୍କ ପରଜ୍ଯ କାର୍ଯ୍ୟକାରୀ ଏବଂ ସୁସ୍ଥ ସମାଜ ଗଠନରେ ସହାୟକ ହୋଇପାରିବ ସେଥିପାଇଁ ଉପସ୍ଥିତ ସମସ୍ତ ବ୍ୟକ୍ତି ସଂକଳ୍ପ କରିଥିଲେ ।

ଭାରତ ଏକ ଗଣତନ୍ତ୍ର ରାଷ୍ଟ୍ର ଯେଉଁଠି ଜନତାର ନିଜସ୍ଵ ଚିନ୍ତାଧାରା,ଅଧିକାର ଓ ମତଦାନର ଅଧିକାର ରହିଥିବା ସତ୍ତ୍ୱେ ଆଜି ରାଜନେତାମାନେ ନିଜର ବ୍ୟକ୍ତି ଗତ ସ୍ଵାର୍ଥ ପାଇଁ ସାଧାରଣ ଜନତାଙ୍କୁ ସେମାନଙ୍କ ହାତର ଖେଳନା ସଜେଇଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ତେଣୁ ଆମ ଆଦମି ପାର୍ଟିର ଏକ ମାତ୍ର ଲକ୍ଷ୍ୟ ସୁପ୍ତ ଜାନତାଙ୍କୁ ଅନ୍ୟାୟ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବା ପାଇଁ ଜାଗ୍ରତ କରି ସେମାନଙ୍କୁ ନିଜର ଅଧିକାର ସମ୍ବନ୍ଧରେ ସଚେତନ କରିବା । କାରଣ ଯେତେବେଳ ପର୍ଯ୍ୟନ୍ତ ସାଧାରଣ ଜନତା ନିଜେ ନିଜ ପାଇଁ ପ୍ରତିବାଦର ସ୍ଵର ଉତ୍ତୋଳନ କରିନାହାନ୍ତି ସେତେବେଳ ପର୍ଯ୍ୟନ୍ତ ଏକ ସୁସ୍ଥ ସମାଜ ଗଠନର ସ୍ଵପ୍ନ ଦେଖିବା ବି ଉଚିତ୍ ହେବନାହିଁ । ଏବେ ସମୟ ଆସିଯାଇଛି ଏକ ସୁସ୍ଥ ସମାଜ ଗଠନ ତଥା ଦୁର୍ନୀତିମୁକ୍ତ ଭାରତ ଗଢିବା ପାଇଁ ଆମ ଯୁବ ଗୋଷ୍ଠୀ ଏକତ୍ରିତ ହୁଅନ୍ତୁ ବୋଲି ପାର୍ଟି କାର୍ଯ୍ୟକର୍ତ୍ତାମାନେ ଆହ୍ଵାନ ଦେଇଥିଲେ ।

Share in top social networks!

ଆମ ଆଦମି ପାର୍ଟି ଓଡିଶା ପକ୍ଷରୁ ମଶାଲ୍ ରାଲି ଆୟୋଜିତ

aap-odishaଆମ ଆଦମି ପାର୍ଟି ଓଡିଶା ପକ୍ଷରୁ ମହାକାଳପଡା ବଳାତ୍କାର ପୀଡ଼ିତାଙ୍କ ପାଇଁ ନ୍ୟାୟ ଏବଂ ରାଜ୍ୟରେ ଦୈନଦିନ ହେଉଥିବା ଅନେକ ଅପରାଧ ମାମଲାର ତ୍ଵରିତ ବିଚାର ଦାବି ନେଇ ସ୍ଥାନୀୟ ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ୍ ଛକ ପର୍ଯ୍ୟନ୍ତ ଏକ ମଶାଲ୍ ରାଲି ଆୟୋଜିତ ହୋଇଛି । ଇଣ୍ଡିଆ ଏଗେନେଷ୍ଟ କରପସନ ସହ ମିଳିତ ଏହି ଶୋଭାଯାତ୍ରାରେ ରାଜ୍ୟରେ ବଢୁଥିବା ଅପରାଧ ଗୁଡିକ ବିରୋଧରେ ବିକ୍ଷୋଭ କରାଯିବା ସହ,ଏସବୁର ଫାଷ୍ଟ ଟ୍ରାକ୍ ଯାଞ୍ଚ ପାଇଁ ଦାବି କରାଯାଇଛି ।

ବର୍ତ୍ତମାନ ରାଜ୍ୟରେ ଚୋରୀ,ଡକାୟତି,ହତ୍ୟା ଏବଂ ବଳାତ୍କାର ଆଦି ଘଟଣା ସାଧାରଣ ହୋଇଗଲାଣି । ଯେବେକି ଏସବୁର ନ୍ୟାୟ ପ୍ରକ୍ରିୟାରେ ବିଳମ୍ବ ଦ୍ଵାରା ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଆମ ଆଦମି ପାର୍ଟି ଓଡିଶା ଏହା ବିଶ୍ଵାସ କରୁଛି ଯେ,ବର୍ତ୍ତମାନର ପରିସ୍ଥିତିକୁ ଅନୁଧ୍ୟାନ କରି ରାଜ୍ୟରେ ଫାଷ୍ଟ ଟ୍ରାକ୍ ଜଷ୍ଟିସ୍ ପ୍ରକ୍ରିୟା ହେବା ଜରୁରୀ । ଆମ ଆଦମି ପାର୍ଟି ପକ୍ଷରୁ ସରକାରଙ୍କୁ ନିକଟରେ ବଳାତ୍କାର ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଦୋଷକୁ କଠୋର ଦଣ୍ଡ ଦିଆଯିବା ପାଇଁ ଦାବି କରାଯାଉଛି । ଏହି ରାଲିରେ ଆମ ଆଦମି ପାର୍ଟିର ସଂଯୋଜକ ନିଶିକାନ୍ତ ମହାପାତ୍ର,ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଧନାନ୍ଧାକାନ୍ତି ମିଶ୍ର ଓ ଇଣ୍ଡିଆ ଏଗନେଷ୍ଟ କରପରେସନ ର ଆବାହକ ମଳୟ ତ୍ରିପାଠୀ ଉପସ୍ଥିତ ଥିଲେ ।

Share in top social networks!

ଅଗଷ୍ଟ ୩ରେ ଆମ୍ ଆଦମୀ ପାର୍ଟି ଦ୍ଵିତୀୟ ରାଜ୍ୟ ସମ୍ମିଳନୀ

aap-odishaଆମ୍ ଆଦାମୀ ପାର୍ଟିର ଦ୍ଵିତୀୟ ରାଜ୍ୟ ସମ୍ମିଳନୀ ସ୍ଥାନୀୟ ଲୋହିୟା ଏକାଡ଼େମୀରେ ଅଗଷ୍ଟ ୩ତାରିଖ ଦିନ ହେବାକୁ ଯାଉଛି । ସମ୍ମିଳନୀ କୁ ରାଜ୍ୟର ବିଭିନ୍ନ ଜିଲ୍ଲା,ବ୍ଲକ,କାର୍ଯ୍ୟକାରିଣୀ ସହ ଅନ୍ୟାନ୍ୟ ସକ୍ରିୟ ସଦସ୍ୟ ମାନେ ଯୋଗ ଦେଉଛନ୍ତି । ଏହାସହ ଏଥିରେ ଜାତୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ,ପ୍ରଫେସର ଅଜିତ୍ ଝା ମଧ୍ୟ ଯୋଗ ଦେଉଛନ୍ତି । ବର୍ତ୍ତମାନ ରାଜ୍ୟରେ ପାର୍ଟିର ୭୫୦୦ ରୁ ଉର୍ଦ୍ଧ୍ଵ ସଦସ୍ୟ ଥିବାବେଳେ ହଜାରରୁ ଉର୍ଦ୍ଧ୍ଵ ବ୍ୟକ୍ତି ଦଳକୁ ଆର୍ଥିକ ସାହାର୍ଯ୍ୟ କରୁଛନ୍ତି ।

ରାଜ୍ୟରେ ଦଳ ପକ୍ଷରୁ ନିକଟଅତୀତରେ ସର୍ବଶିକ୍ଷା ଅଭିଯାନ,ବହି ଦୁର୍ନୀତି,ଇଡକଲ ଦୁର୍ନୀତି,ଚିଟଫଣ୍ଡ ଦୁର୍ନୀତି ସମେତ ବିଭିନ୍ନ ସମସ୍ୟାକୁ ନେଇ କାର୍ଯ୍ୟ କରାଯାଇଛି । ପାର୍ଟି ଆସନ୍ତା ନଭେମ୍ବରରେ ପ୍ରଥମ କରି ଦିଲ୍ଲୀ ବିଧାନ ସଭା ଇଲେକ୍ସନ ଲଢିବ । ଏହି ପ୍ରକ୍ରିୟାରେ ଭାଗ ନେବା ପାଇଁ ଓଡିଶା ସମେତ ସର୍ବଭାରତୀୟ ସ୍ତରରେ ବହୁ ସଂଖ୍ୟକ ସଦସ୍ୟ ଦିଲ୍ଲୀ ପହଞ୍ଚୁଛନ୍ତି । ଜାତୀୟ ସ୍ତରରେ ଆମେଣ୍ଡମେଣ୍ଟ ମାଧ୍ୟମରେ ରାଜନୈତିକ ଦଳକୁ ଆରଟିଆଇ ପରିସରରେ ଅନ୍ତର୍ଭୁକ୍ତ ହେବାଠାରୁ ଦୂରେଇ ରଖିବା ପାଇଁ ଏହାର ବିରୋଧରେ ଆମ ଆଦମୀ ପାର୍ଟି ଓଡିଶା ପକ୍ଷରୁ ଆସନ୍ତା ଅଗଷ୍ଟ ୩ରେ ଲୋହିୟା ଏକାଡେମି ଠାରୁ ଲୋୟର ପିଏମ୍ ଜି ପର୍ଯ୍ୟନ୍ତ ଏକ ରାଲି ର ଆୟୋଜନ କରାଯାଇଛି । ଇଲେକ୍ସନ କମିଶନ ପକ୍ଷରୁ ଝାଡୁର ଚିହ୍ନ ଦିଆଯାଇଛି ।

Share in top social networks!