ଆମ୍ ଆଦମୀ ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସମିତି ଗଠିତ

DSCN9298ଆମ୍ ପାର୍ଟି ଓଡିଶାରେ ଉଦଘାଟନ ପରେ ଦଳ ପକ୍ଷରୁ ବିଧିବଦ୍ଧ ଭାବେ କାର୍ଯ୍ୟକାରିଣୀ ସଦସ୍ୟ ମାନଙ୍କୁ ନିର୍ବାଚିତ କରିଛି । ରବିବାର ଦିନ ଲୋହିଆ ଏକାଡ଼େମୀ ଠାରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ୧ ଶହରୁ ଅଧିକ ସଦସ୍ୟ ଯୋଗଦେଇ ସର୍ବସମତି କ୍ରମେ ପାର୍ଟିର ରାଜ୍ୟ ସଂଯୋଜକ ଭାବେ ନିଶିକାନ୍ତ ମହାପାତ୍ରଙ୍କୁ ସେକ୍ରେଟେରୀ ଭାବେ ବିସ୍ମୟ ମହାପାତ୍ର,ଟ୍ରେଜେରୀ ଭାବେ ସ୍ନିଗିଧାରିଣୀ ବିଶ୍ଵାଳ,ଏବଂ ରାଜ୍ୟରୁ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଧନନ୍ଦାକାନ୍ତ ମିଶ୍ରଙ୍କୁ ନିର୍ବାଚିତ କରାଯାଇଛି ।

ଅନନ୍ୟ ନିର୍ବାଚିତ ସଦସ୍ୟ ମାନେ ହେଲେ ଜଗତସିଂହ ପୂରର ଅନୁପମା ସେଠୀ,ଢେଙ୍କାନାଳର ମମତା ପାତ୍ର,ମୟୂରଭଞ୍ଜର ହେମନ୍ତ ସାହା,ଗଞ୍ଜାମର ବିନୋଦିନୀ ପ୍ରଧାନ,କନ୍ଧମାଳର କମାଳାକାନ୍ତ ପାଣ୍ଡେ,ସମ୍ବଲପୁରର ବିରେନ୍ଦ୍ର ପାଣିଗ୍ରାହୀ,ନଯାଗଡର ସୟାନ୍ତନ ପଣ୍ଡା,ଏହିସଦସ୍ୟ ମାନେ ଏକ ଲୋକତାନ୍ତ୍ରିକ ପକ୍ରିୟା ସହ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି ।

Share in top social networks!

ଆମ୍ ଆଦମି ପାର୍ଟି ଓଡିଶା ଶାଖାର ଶୁଭ ଉଦ୍ ଘାଟନ

16 AAM ADMI PARTY INAGURATION MEETING (3)ସ୍ଥାନୀୟ ଲୋୟର ପିଏମଜି ଠାରେ ଆଜି ଆମ୍ ଆଦମି ପାର୍ଟି ଓଡିଶା ଶାଖାର ଶୁଭ ଉଦ୍ ଘାଟନ କରାଯାଇଛି । ଏହି ଉଦ୍ ଘାଟନ ଅବସରରେ ଓଡିଶାର ପ୍ରତ୍ଯେକ ଜିଲ୍ଲାରୁ ହଜାରରୁ ଉର୍ଦ୍ଧ୍ଵ ପାର୍ଟି ସମର୍ଥକ ଯୋଗଦେଇଛନ୍ତି । ରାଜନୀତି କ୍ଷେତ୍ରରେ ବହୁ ବର୍ଷର ଅଭିଜ୍ଞତା ସମ୍ପର୍ଣ୍ଣ ତଥା ଦିଲ୍ଲୀ ବିଶ୍ଵବିଦ୍ୟାଳୟର ଇତିହାସ ପ୍ରଫେସର ଏବଂ ପାର୍ଟିର ନ୍ୟାସନାଲ କାର୍ଯ୍ୟକାରୀ ସଦସ୍ୟ ,ପ୍ରଫେସର ଅଜିତ ଝା ଉପସ୍ଥିତ ସମସ୍ତ ବ୍ୟକ୍ତିଙ୍କୁ ପାର୍ଟିର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ ।

ସେଠାରେ ଶ୍ରୀ ଝା ଙ୍କ ଦ୍ଵାରା ଅରବିନ୍ଦ କେଜାରିୱାଲଙ୍କ ‘ସ୍ଵରାଜ’ପୁସ୍ତକର ଓଡିଆ ସଂସ୍କରଣର ଉନ୍ମୋଚନ କରିଥିଲେ । ଆମ୍ ଆଦମି ପାର୍ଟିର ରାଜ୍ୟ ସଂଯୋଜକ ଶ୍ରୀ ନିଶିକାନ୍ତ ମହାପାତ୍ର କହିଛନ୍ତି ଯେ ଓଡିଆ ବାସୀଙ୍କ ପାଇଁ ଏହା ହେଉଛି ସବୁଠାରୁ ମହତ୍ଵପୂର୍ଣ୍ଣ ଅଭିଯାନ । ଆଜିର ଜନସମାଗମ ରୁ ଜଣାପଡୁଛି ଯେ ଆମ ଲୋକମାନେ ସମଯରେ ଥିବା ଦୁର୍ନୀତିରୂପକ ବ୍ୟାଧିକୁ ଆଉ ପ୍ରଶୟ ଦେବାକୁ ଚାହୁଁନାହାନ୍ତି । ଲୋକେ ଏବେ ବୁଝିଲେଣି ଯେ ଦେଶରୁ ଦୁର୍ନୀତି ହଟାଇବାକୁ ହେଲେ ସଚ୍ଚୋଟ ଏବଂ ଦକ୍ଷ ବ୍ୟକ୍ତିଙ୍କୁ ରାଜନୀତିକୁ ଆସିବାକୁ ପଡିବ ।

ଓଡିଶାର ଲୋକମାନଙ୍କ ଠାରୁ ପାର୍ଟିକୁ ବହୁତ ସକାରାତ୍ମକ ପ୍ରତିକ୍ରିୟା ମିଳିଛି । ବର୍ତ୍ତମାନ ଓଡିଶାର ୨୫ଟିଜିଲ୍ଲାରେ ପାର୍ଟି ପହଞ୍ଚିଥିବାବେଳେ ୧୭ଟି ଜିଲ୍ଲାରେ ପାର୍ଟିର ଜିଲ୍ଲା କମିଟି ଗଠନ କରାଯାଇଛି ବୋଲି ଶ୍ରୀ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅନ୍ୟାନ୍ୟ ରାଜନୈତିକ ପାର୍ଟି ମାନେ ଯେଭଳି ରାଜନୀତିକୁ ନିଜ ଘରୋଇ ବ୍ୟାପାର କରିଛନ୍ତି ସେଭଳି ଆମ ପାର୍ଟିରେ ନାହିଁ । ପାର୍ଟିକୁ ଆସୁଥିବା ସମସ୍ତ ଅର୍ଥ ର ବିବରଣୀ ସର୍ବ ସାଧାରଣ ରେ ପ୍ରକାଶ କରାଯିବ ।

ଗୋଟିଏ ପରିବାରରୁ ଜଣଙ୍କୁ ହିଁ ଟିକେଟ ଦିଆଯିବ । ପାର୍ଟିମଧ୍ୟରେ ଏକ ଆଭ୍ୟନ୍ତରୀଣ ଲୋକପାଳ ଗଠନ କରାଯିବ,ପାର୍ଟିରେ ପ୍ରାଥମିକ ସ୍ତରରେ ୫୦% ମହିଳାଙ୍କୁ ସାମିଲ କରାଯିବ । ସଂସଦ ମାର୍ଗରେ ଉପସ୍ଥିତ ଥିବା ପ୍ରାୟ ୩୦ହାଜର ଲୋକଙ୍କ ଉପସ୍ଥିତିରେ ୨୦୧୨ମସିହା ନଭେମ୍ବର ୨୬ତାରିଖରେ ଆମ୍ ଆଦମି ପାର୍ଟି ଗଠନ ହୋଇଥିଲା । ପାର୍ଟି ର ମୁଖ୍ୟ ଉଦ୍ଦେଶ୍ୟ ରହିଛି ରାଜନୀତିରେ ପ୍ରଚଳିତ ବାହୁ ଓ ଅର୍ଥ ବଳର ପ୍ରଥାକୁ ଭଙ୍ଗ କରି ଏକ ସୁସ୍ଥ ରାଜନୀତି ଗଠନ ପାର୍ଟି ଗଠନର କରିବା । ପାର୍ଟି ଗଠନର ୫ଟି ସ୍ତର ହେଉଛି ଜାତୀୟ,ରାଜ୍ୟ,ଜିଲ୍ଲା,ବ୍ଲକ ଓ ପ୍ରାଥମିକ ।

Share in top social networks!