ପୁସ୍ତକ: ଓଡିଶା ଶିଶୁ ସାହିତ୍ୟର ସୃଜନ ବଳୟରେ କବି ନନ୍ଦକିଶୋର ବଳ

ଲେଖିକା:ପ୍ରବୀଣା ପରିଡା
ପ୍ରକାଶକ:ସୁବର୍ଣଶ୍ରୀ ପ୍ରକାଶିନୀ ଶ୍ରୀକଣ୍ଠପୁର,ବାଲେଶ୍ଵର
ଓଡିଆ ଶିଶୁସାହିତ୍ୟ ପ୍ରତି କବି ନନ୍ଦକିଶୋର ବଳଙ୍କ ଅବଦାନ ଅତୁଳନୀୟ ତାଙ୍କର ସୃଷ୍ଟିରେ ପ୍ରକୃତି ଯେପରି ଜୀବନ୍ତ ମନେହୁଏ,ଗାଁ ଟିଏ ସେପରି ଆକର୍ଷିତ କରେ ପାଠକଙ୍କୁ |ପଲ୍ଲୀର ଶବ୍ଦଚିତ୍ର ଅଙ୍କିବାରେ ନନ୍ଦକିଶୋରଙ୍କ ଚମତ୍କାରିତା ତାଙ୍କୁ ପଲ୍ଲିକବି ଭାବେ ପରିଚିତ କରାଇଛି| “ଡାମରା କଉରେ ଡାମରା କାଉ/ଉଚ୍ଚପରବତେ ବୋବାଉଥାଉ/ଉଚପରବତ କୁଞ୍ଚିକୁଞ୍ଚିକା /ତହିଁରେ ବସିଛି ତିନିମଞ୍ଜିକା”ପରି ତାଙ୍କର ଅନେକ କବିତା ଅନେକଙ୍କର ମୁଖସ୍ଥ ହୋଇରହିଛି |ଲେଖିକାଙ୍କ ଭାଷାରେ,ଶିଶୁମାନଙ୍କ ମାଧ୍ୟମରେ ସେ ନିଜ ଅନ୍ତରର ବାଣିକୁବ୍ୟକ୍ତ କରିବାକୁ ପ୍ରୟାସ କରିଛନ୍ତି|ସ୍ମୃତି,ଅନୁଭୂତି,ମନସ୍ଥାତ୍ୟୁକତା,ପଲ୍ଲୀପ୍ରାଣତା,ଶିଶୁଶୁଲଭତା ସର୍ବୋପରି ବିଭୁପ୍ରାଣତାର ସ୍ପର୍ଶରେ କବିଙ୍କର ରଚନାଗୁଡିକରେ କାଳଜୟୀ ଗୌରବ ଲାଭ କରିଛି |ଏହିପୁସ୍ତକଟିର ପଞ୍ଚୋଟିଅଧ୍ୟାୟରେ ଶିସୁସାହିତ୍ୟର ସଙ୍ଗୟା ସ୍ଵରୂପ ଓ ବିକାଶଧାରା ,ନନ୍ଦକିଶୋରଙ୍କ ଜୀବନୀ ଓ ରଚନାବଳି,ନନ୍ଦକିଶୋରଙ୍କରଚିତ ଶିଶୁସାହିତ୍ୟର ବୈଶିଷ୍ଟ୍ୟ,ପାରବର୍ତୀ ଶିଶୁସାହିତିକଙ୍କ ଉପରେ ନନ୍ଦକିଶୋରଙ୍କ ପ୍ରଭାବ,ଶିଶୁସାହିତିକ ଭାବେ କବି ନନ୍ଦକିଶୋରବଳଙ୍କର ଓଡିଆସାହିତ୍ୟରେ ସ୍ତାନନିରୂପନକରି ପ୍ରସଙ୍ଗ ଗୁଡିକ ଉପରେ ଲେଖିକା ଆଲୋଚନା କରିଛନ୍ତି|ଭାଷାସାହିତ୍ୟର ପାଠକ ଏବଂ ଗବେଷକଙ୍କ ପାଇଁପୁସ୍ତକଟି ଗ୍ରହଣଯୋଗ୍ୟ ମନେହୁଏ|

Share in top social networks!