ତମେ ଆସ

କବୟିତ୍ରୀ: ଅମିତା ଦାସ, ପ୍ରକାଶିକା: ମୀନାକୁମାରୀ ଦାସ, ବାଲିକୁଦା, ଜଗତସିଂହପୁର,
ମୂଲ୍ୟ: ୪୦ ଟଙ୍କା, ପୃଷ୍ଠା: ୩୬
‘ପାଇବା’ ପାଇବାପରି ନ ହେଉ ପଛେ ହରାଇବାର ଦୁଃଖ ଏତେ ଗଭୀର କାହିଁକି? କେବେ ମୌଖିକ ପ୍ରତିଶ୍ରୁତି ଦେଇ ନ ଥିବା ପାନ୍ଥ ପାଇଁ ପ୍ରତୀକ୍ଷାଏ ଅନ୍ତ ନାହିଁ | ଆସା କାହିଁକି
ଦାନା ବାନ୍ଧେ ସେହି ଇସ୍ପିତଙ୍କ ପାଇଁ | “ମୁଁ ନିଜେ ନାଉରୀ/ ଚାଲୁଛି… ଚାଲିବି/ ଯଦି ପଡିଯାଏ କେବେ ଥକି/ ତେମେ ମତେ ଆସିବକି/ଥରେ ଦେଖି” (ଘର)| ସେ ନ ଆସିବାର
ଦୁଃଖରେ ରଙ୍ଗ ବି କ’ଣ ବାସି ପାଲଟି ଯାଏ, ଅନ୍ତର ଅନ୍ତର ଭିତରେ ମନନ୍ତ୍ଵର ଦୂରତା ବଢିଯାଏ, କ୍ରମଶଃ କିମ୍ବଦନ୍ତୀ ପାଲଟି ଯାଉଥାଏ କ’ଣ ତୁମ ଆସିବାର କାହାଣୀ, ଶ୍ରାବଣ
ବି କ’ଣ ଚିଠି ନେଇ ବାଟ ଭାଙ୍ଗି ଚାଲିଯାଏ? କବୟିତ୍ରୀଙ୍କ ଭାଷାରେ “ଶ୍ରାବଣ ହାତରେ ଦେଇଥିଲି ଚିଠି/ ତମେ ଆସିବ ବୋଲି/ ବରଷା ସାଥିରେ ଭିଜି ଭିଜି/ କେତେ ମୁଁ ଚାହିଁଲି/
ତମେ ଆସିଲ ନାହିଁ”| କବିତା ସାରା ପ୍ରତୀକ୍ଷା, ବ୍ୟାକୁଳତା ଆଉ ଲୋଡିବାପଣ | ସଂକଳନରେ ସ୍ଥାନ ପାଇଛି ତିରିଶଟି କବିତା |

Share in top social networks!