ଜଳଜ୍ୟୋତ୍ସ୍ନାର ମାୟା

ଲେଖିକା : ସୌଦାମିନୀ ନନ୍ଦ, ପ୍ରକାଶକ : କଟକ ଷ୍ଟୁଡେଣ୍ଟସ୍ ଷ୍ଟୋର, ବାଲୁବଜାର,
କଟକ, ମୂଲ୍ୟ : ୧୫୦ଟଙ୍କା, ପୃଷ୍ଟା: ୨୧୬
“ମାରୀଚର ମୃତ୍ୟୁ ଅଛି | ମାୟାର ଉଚ୍ଛେଦ ଅଛି | ମାତ୍ର ସୁନାର ହରିଣତୀ ଧାରା ଦେଇନାହିଁ | ସୁନାର ହରିଣ ପାଇଁ ମଣିଷ ମନର ଆକର୍ଷଣରେ ଶେଷ ଆସି ନାହିଁ ” (ସୁନାର
ହରିଣ ) | ସତରେ ଏବେ ବି ମଣିଷ ଦୌଡେ ସୁନାର ହରିଣ ପଛରେ | ଏହି ସଂକଳନଟିରେ ମଣିଷର ଅନ୍ଵେଷାକୁ ଲେଖିକା ଯେତିକି ପରଖିଛନ୍ତି ସେତିକି ସଚେତନ ଅଛନ୍ତି ବାସ୍ତବତା ପ୍ରତି |
ସେ ଶ୍ରୀରାମ ହୁଅନ୍ତୁ ଅବା ଗୌତମ, ଲେଖିକା ପ୍ରତ୍ୟେକ ଚରିତ୍ରର ଅନ୍ତରକୁ ଖୋଜିଛନ୍ତି | ଅନ୍ତର୍ଦ୍ଧାହର ଅନେକ ଦୃଶ୍ୟକୁ ସଂଯୋଜିତ କରିଛନ୍ତି | ଏହି ସଂକଳନରେ ସ୍ଥାପନ
ପାଇଥିବା ଲେଖା ଗୁଡିକରେ ପାଠକେ ଗଳ୍ପ, ରମ୍ୟରଚନା ତଥା ଲଳିତ ନିବନ୍ଧର ମିଶ୍ରିତ ସ୍ପର୍ଶ ପାଇବେ | କାବ୍ୟିକ ଊଚ୍ଛ୍ଵାସ ମଧ୍ୟ ଭରି ରହିଛି ଲେଖା ଗୁଡିକରେ | ଶବ୍ଦ
ଭିତରେ ଜୀବନ ଦର୍ଶନର ଛିଟା ପାଠକଙ୍କୁ ମୁଗ୍ଧ କରିବ | ସଂଚଳନଟିରେ ରହିଛି ତେଇସିଟି ମନୋଜ୍ଞ ଲଳିତ ନିବନ୍ଧ |

Share in top social networks!