ବିଜୁ ପଟ୍ଟନାୟକ (Biju Patnaik)

ବିଜୁ ପଟ୍ଟନାୟକ (ବିଜୁ ବାବୁ) (୫ ମାର୍ଚ୍ଚ ୧୯୧୬–୧୭ ଅପ୍ରେଲ ୧୯୯୭), ଜଣେ ଓଡ଼ିଆ ରାଜନୈତିକ ନେତା ଓ ସମାଜ ସଂସ୍କାରକ ଥିଲେ, ବାପା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ମାଆ ଆଶାଲତା ପଟ୍ଟନାୟକଙ୍କ ଠାରୁ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖ ଦିନ କଟକ ଠାରେ ଜନ୍ମ ନେଇଥିଲେ ।

ସେ ରେଭେନ୍ସା କଲେଜିଏଟ ସ୍କୁଲରେ ପାଢୀଥିଲେ। ବିଜୁ ପଟ୍ଟନାୟକ ଜ୍ଞାନ ପଟ୍ଟନାୟକଙ୍କୁ ବିବାହ କରିଥିଲେ । ତାଙ୍କ ପୁଅ ନବୀନ ପଟ୍ଟନାୟକ, ଏବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ତାଙ୍କ ଝିଅ ଗୀତା ମେହେତା ଜଣେ ଜଣା ଶୁଣା ଲେଖିକା । ତାଙ୍କର ବଡ଼ ପୁଅ ପ୍ରେମ ପଟ୍ଟନାୟକ ଦିଲ୍ଲୀରେ ଜଣେ ବ୍ୟବସାୟୀ ଭାବରେ ଅବସ୍ଥାପିତ । ସ୍କୁଲ, କଟକ ଠାରେ ସ୍କୁଲଶିକ୍ଷା ସାରିଲା ପରେ ରେଭେନ୍ସା କଲେଜରେ ବିଜ୍ଞାନ ପଢିଥିଲେ । ପାଠପଢା ଜୀବନରେ ସେ ଖେଳ ପ୍ରତି ଭାରି ଇଚ୍ଛୁକ ଥିଲେ ଓ ବିଶ୍ଵବିଦ୍ୟାଳୟ ଫୁଟବଲ ଓ ଦଳର କ୍ୟାପଟେନ ରହିଆସିଥିଲେ । ତାହା ପରେ ସେ ବିମାନ ଉଡାଣ ଶିକ୍ଷାରେ ଯୋଗଦେଇଥିଲେ ।

ସେ କଳିଙ୍ଗ ଟାଇଲସ, କଳିଙ୍ଗ ଟ୍ୟୁବସ, କଳିଙ୍ଗ ଆଇରନ ୱାର୍କସ, କଳିଙ୍ଗ ଏୟାରଲାଇନସ ଓ କଳିଙ୍ଗ ରିଫ୍ରାକଟୋରିଜ ଆଦି ନିଜ ଉଦ୍ୟମରେ ପ୍ରତିଷ୍ଠା କରିଥିଲେ । ଏତଦବ୍ୟତୀତ ନିମ୍ନଲିଖିତ ଅନୁଷ୍ଥାନ ଗୁଡ଼ିକ ମଧ୍ୟ ରାଜ୍ୟର ପ୍ରଗତି ପାଇଁ ପ୍ରତିଷ୍ଠା କରିଥିଲେ ।
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (OUAT)
ଆଞ୍ଚଳିକ ଶିକ୍ଷା ଅନୁଷ୍ଠାନ (ଭୁବନେଶ୍ଵର)
ଆଞ୍ଚଳିକ ଗବେଷଣା କେନ୍ଦ୍ର (ଭୁବନେଶ୍ଵର)
ସୈନିକ ସ୍କୁଲ, ଭୁବନେଶ୍ଵର
ଏନ.ଆଇ.ଟି, ରାଉରକେଲା
ମିଗ ବିମାନ କାରଖାନା, ସୁନାବେଡା

Share in top social networks!