ପ୍ରତିଭା ରାୟ

ପ୍ରତିଭା ରାୟ ଜଣେ ଖ୍ୟାତନାମା ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ବାଲିକୁଦାଠାରେ ୨୧ ଜାନୁଆରୀ ୧୯୪୩ ମସିହାରେ ଜନ୍ମ ଲାଭ କରିଥିଲେ । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଦେଶର ସପ୍ତମ ମହିଳା ଲେଖକ ।
Dr. Pratibha Roy
୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ ‘ବର୍ଷା, ବସନ୍ତ ଓ ବୈଶାଖ’ ପାଠକୀୟ ସ୍ଵୀକୃତି ଲାଭ କରିଥିଲା । ଶ୍ରୀମତୀ ରାୟ ତାଙ୍କର ଯାଜ୍ଞସେନୀ (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ । ପରବର୍ତ୍ତୀ ସମୟରେ ଏହା ସାତଟି ଭାଷାରେ ଅନୁବାଦିତ ହୋଇଥିଲା ।

ବିଦ୍ୟାଳୟର ଶିକ୍ଷକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ଶ୍ରୀମତୀ ରାୟ ୧୯୯୮ ମସିହାରେ ପ୍ରାଧ୍ୟ୍ୟାପକ ଭାବେ ରାଜ୍ୟ ସରକାରଙ୍କଠାରୁ ସ୍ଵେଚ୍ଛାକୃତ ଅବସର ଗ୍ରହଣ କରି ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି)ରେ ସଦସ୍ୟ ଭାବେ ଯୋଗଦାନ କରିଥିଲେ ।

ସାହିତ୍ୟ ସର୍ଜନା

ଶ୍ରୀମତୀ ରାୟ ୨୦ଟି ଉପନ୍ୟାସ, ୨୪ଟି କ୍ଷୁଦ୍ରଗଳ୍ପ ସଂକଳନ, ୧୦ଟି ଭ୍ରମଣ କାହାଣୀ, ୨ଟି କବିତା ସଂକଳନ ଓ ଅନେକ ପ୍ରବନ୍ଧର ରଚୟିତା ।
ଉପନ୍ୟାସ
ବର୍ଷା ବସନ୍ତ ବୈଶାଖ, ୧୯୭୪
ଅରଣ୍ୟ, ୧୯୭୭
ନିଷିଦ୍ଧ ପୃଥିବୀ, ୧୯୭୮
ପରିଚୟ, ୧୯୭୯
ଅପରିଚିତା, ୧୯୭୯
ପୂଣ୍ୟତୋୟା, ୧୯୭୯
ମେଘମେଦୁର, ୧୯୮୦
ଆଶାବରୀ, ୧୯୮୦
ଅୟମାରମ୍ଭ, ୧୯୮୧
ନିଳତୃଷ୍ଣା, ୧୯୮୧
ସମୁଦ୍ରର ସ୍ଵର, ୧୯୮୨
ଶିଳାପଦ୍ମ
ଯାଜ୍ଞସେନୀ, ୧୯୮୪
ଦେହାତୀତ, ୧୯୮୬
ଉତ୍ତରମାର୍ଗ, ୧୯୮୮
ଆଦିଭୂମି
ମହାମୋହ, ୧୯୯୮
ମଗ୍ନମାଟି, ୨୦୦୪

ଗଳ୍ପ
ସାମାନ୍ୟ କଥନ, ୧୯୭୮
ଗଙ୍ଗଶିଉଳି, ୧୯୭୯
ଅସମାପ୍ତ, ୧୯୮୦
ଐକତାନ, ୧୯୮୧
ଅନାବନା, ୧୯୮୩
ହାତବାକ୍ସ, ୧୯୮୩
ଘାସ ଓ ଆକାଶ
ଚନ୍ଦ୍ରଭାଗା ଓ ଚନ୍ଦ୍ରକଳା, ୧୯୮୪
ଶ୍ରେଷ୍ଠ ଗଳ୍ପ, ୧୯୮୪
ଅବ୍ୟକ୍ତ, ୧୯୮୬
ଇତିବୃତି, ୧୯୮୭
ହରିତପତ୍ର, ୧୯୮୯
ପୃଥକ ଇଶ୍ଵର, ୧୯୯୧
ଭଗବାନର ଦେଶ, ୧୯୯୧
ମନୁଷ୍ୟ ସ୍ଵର, ୧୯୯୨
ସ୍ଵନିର୍ବାଚିତ ଶ୍ରେଷ୍ଠ ଗଳ୍ପ, ୧୯୯୪
ଷଷ୍ଠସତୀ, ୧୯୯୬
ମୋକ୍ଷ, ୧୯୯୬
ଉଲ୍ଲଂଘନ, ୧୯୯୮
ନିବେଦନମିଦମ, ୨୦୦୦
ଗାନ୍ଧୀ, ୨୦୦୨
ଝୋଟି ପକା କାନ୍ତ, ୨୦୦୬

ଭ୍ରମଣ କାହାଣୀ
ମୈତ୍ରୀ ପାଦପର ଶାଖା ପ୍ରଶାଖା (ଋଷିଆ), ୧୯୯୦
ଦୂର ଦ୍ଵିବିଧ (ଇଂଲଣ୍ଡ, ଫ୍ରାନ୍ସ), ୧୯୯୯
ଅପରାଧିର ସ୍ଵେଦ (ଅଷ୍ଟ୍ରେଲିଆ), ୨୦୦୦

Share in top social networks!