ନବୀନ ପଟ୍ଟନାୟକ

ନବୀନ ପଟ୍ଟନାୟକ (୧୬ ଅକଟୋବର ୧୯୪୬) ଓଡ଼ିଶାର ଏବେକାର ଓ ଗତ ୨ ଥର ଓଡ଼ିଶା ବିଧାନ ସଭା ନିର୍ବାଚନର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ । ସେ ବିଜୁ ଜନତା ଦଳର ମୁଖ୍ୟ । ନବୀନ ପଟ୍ଟନାୟକ କଟକ ଠାରେ ପିତା ବିଜୁ ପଟ୍ଟନାୟକ ଓ ମାତା ଜ୍ଞାନ ପଟ୍ଟନାୟକଙ୍କ ସାନ ପୁଅ ଭାବରେ କଟକ ଠାରେ ଜନ୍ମ ନେଇଥିଲେ । ସେ ଡେରାଡୁନର ଉଏଲହାମ ସ୍କୁଲ ଓ ଡୁନ ସ୍କୁଲରେ ଶିକ୍ଷାଲାଭ କରିଥିଲେ । ତାହା ପରେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ କମର୍ସରେ ସ୍ନାତକ ଡିଗ୍ରି ହାସଲ କରିଥିଲେ । ସେ ଜୀବନରେ ବିବାହ କରି ନାହାନ୍ତି .

କଲେଜ ଜୀବନରେ ନବୀନ ରାଜନୀତିଠୁ ଦୂରରେ ଥିଲେ । ବିଜୁ ପଟ୍ଟନାୟକ ଙ୍କ ତିରୋଧାନ ପରେ ସେ ଓଡ଼ିଶା ରାଜନୀତିରେ ଯୋଗ ଦେଇଥିଲେ । ଏହାର ବର୍ଷକ ଭିତରେ ସେ ଜନତା ଦଳକୁ ବିଜୁବାବୁଙ୍କ ନାଆଁରେ ବିଜୁ ଜନତା ଦଳ ଭାବରେ ତିଆରି କରିଥିଲେ ।

ନବୀନଙ୍କ ଲିଖିତ ତିନୋଟି ବହି ହେଲା:
ଏ ସେକେଣ୍ଡ ପାରାଡାଇଜ: ଇଣ୍ଡିଆନ କଣ୍ଟ୍ରି ଲାଇଫ ୧୫୯୦-୧୯୪୭
ଏ ଡେଜର୍ଟ କିଙ୍ଗଡମ: ଦି ପିପୁଲ ଅଫ ବିକାନେର
ଗାଡେନ ଅଫ ଲାଇଫ: ଆନ ଇଣ୍ଟ୍ରୋଡ଼କସନ ଟୁ ଦି ହିଲିଙ୍ଗ ପ୍ଲାଣ୍ଟସ ଅଫ ଇଣ୍ଡିଆ

Share in top social networks!