ଉତ୍କଳମଣି ଗୋପବନ୍ଧୁ ଦାସ (Utkalmani Gopabandhu Dash)

ଉତ୍କଳମଣି, ୧୮୭୭ ମସିହା ଅକ୍ଟୋବର ମାସ ୯ ତାରିଖରେ ପିତା ଶ୍ରୀ ଦଇତାରୀ ଦାସ ଓ ମାତା ଶ୍ରୀମତୀ ସ୍ଵର୍ଣ୍ଣମୟୀ ଦେବୀଙ୍କ କୋଳରେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ପ୍ରାଥମିକ ଶିକ୍ଷା ସମାପ୍ତ କରି ଗୋପବନ୍ଧୁ ୧୮୯୩ ମସିହାରେ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ ।
ସେଠାରେ ତାଙ୍କର ଗୁରୁ ମୁକ୍ତିଆର ରାମଚନ୍ଦ୍ର ଦାଶଙ୍କ ସହିତ ପରିଚୟ ହେଲା, ଯାହଙ୍କ ଠାରୁ ପରେ ସେ ଦେଶ ସେବାର ଶିକ୍ଷା ପାଇଲେ । ତାଙ୍କ ଦ୍ୱାରା ହିଁ ପୁରୀରେ ସେତେବେଳେ, ହଇଜା ରୋଗରେ ପୀଡ଼ିତ ଲୋକମାଙ୍କର ସେବା ପାଇଁ ପୁରୀ ସେବା ସମିତି ପ୍ରତିଷ୍ଠା କରାଯାଇଥିଲା । ପଣ୍ଡିତେ ମାତ୍ର ୧୨ ବର୍ଷ ବୟଷରେ ଅପତୀ ଦେବୀଙ୍କୁ ବିବାହ କରିଥିଲେ । ବିବାହ ପରେ ମଧ୍ୟ ସେ ପାଠ ପଢା ଜାରିରଖିଥିଲେ । ଆଧୁନିକ ଯୁଗର ପଞ୍ଚସଖା ମାନଙ୍କ ମଧ୍ୟ ରେ ସେ ଅନ୍ୟତମ ଥିଲେ । ସାକ୍ଷୀଗୋପାଳର ବକୁଳବନରେ ଜାତୀୟ ବିଦ୍ୟାଳୟ ର ଅନ୍ୟତମ ପ୍ରତିଷ୍ଠାତା ଥିଲେ ଯେଉଁ ଠାରେ ଜାତୀୟ ସ୍ଵାଧୀନତା ଆନ୍ଦୋଳନ ପରିଚାଳିତ ହେଉଥିଲା ।

ସ୍ଵତନ୍ତ୍ର ଓଡ଼ିଶା ଗଠନ ରେ ତାଙ୍କ ଯୋଗଦାନ ଅତୁଳନୀୟ । ସେ ଉତ୍କଳ ସମ୍ମିଳନୀ ଓ ହିନ୍ଦୁ ମହାସଭାର ସଦସ୍ୟ ଥିଲେ। ଓଡ଼ିଶାର ପ୍ରଥମ ଦୈନିକ ସମ୍ବାଦ ପତ୍ର “ସମାଜ” ସେ ଥିଲେ ପ୍ରାଣ ପ୍ରତିଷ୍ଠାତା ।[୨] ୧୭ ଜୁନ ୧୯୨୮ରେ ସେ ମୃତ୍ୟୁବରଣ କରିଥିଲେ ।

Share in top social networks!