ସ୍ଵେଦେଶୀ ଚିନ୍ତନ: ଆଜିର ଆହ୍ଵାନ

ଆଜି ବିଶ୍ଵର ବଜାର ବ୍ୟବସ୍ଥା ଓ ମୁକ୍ତ ଅର୍ଥନୈତିକ ପରିବେଶ ସନ୍ଦର୍ଭରେ ଅନେକ ବ୍ୟକ୍ତି ସ୍ଵେଦେଶୀର ପ୍ରାସଙ୍ଗିକତାକୁ ନେଇ ପ୍ରଶ୍ନ କରନ୍ତି । ଅନେକ ତଥାକଥିତ ବୁଦ୍ଧିଜୀବୀମାନେ ମତଦିଅନ୍ତି ,ସ୍ଵଦେଶୀ ଏକ ସ୍ଵତନ୍ତ୍ର ମନୋଭାବର ପରିଚାୟକ । ଅନେକ ମତଦିଅନ୍ତି ଯେ ,ବିଦେଶୀ ଶାସନା ଧୀନ ସମୟରେ ସ୍ଵେଦେଶୀ ଆନ୍ଦୋଳନ ଦେଶପ୍ରେମର ଏକ ନିଦର୍ଶନ ଥିଲା । ମାତ୍ର ସ୍ଵାଧୀନ ଭାରତରେ ବିଦେଶୀ ବସ୍ତୁ ତଥା ବିଦେଶୀ ବିଚାର ଗ୍ରହଣ କରିବାରେ ବାଧା ଦେବା ଉଚିତ ନୁହେଁ ।

ଏହି ସମ୍ପର୍କରେ ଅନେକ ଚିନ୍ତା କରିବା ପରେ ଏବଂ ବିଶ୍ଵ ଅର୍ଥନୀତି ତଥା ବିଭିନ୍ନ ଦେଶର ଦେଶପ୍ରେମ ଭିତିକ ଅର୍ଥନୈତିକ ବ୍ୟବସ୍ଥାକୁ ତର୍ଜମା କରିବା ପରେ ଜେନ କେହି ଏହି ସନ୍ଦର୍ଭରେ ପହଞ୍ଚିବ ଯେ, ସ୍ଵଦେଶୀ କେବଳ କଥାରେ ନୁହେଁ ବରଂ ବ୍ୟବହାରରେ ପାଳନ କରିବା ଆଜିର ସନ୍ଦର୍ଭରେ ଗାନ୍ଧୀଜୀଙ୍କ ସମୟଠାରୁ ମଧ୍ୟ ଅଧିକ ପ୍ରାସଙ୍ଗିକ ଓ ସମୟୋପଯୋଗୀ । ଗାନ୍ଧୀଜୀଙ୍କ ସ୍ଵଦେଶୀଆନ୍ଦୋଳନ ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧରେ ସଂଘର୍ଷ କରୁଥିବା ଭାରତୀୟ ଜନ ମାନସକୁ ସାହାସା ଦେବା ତଥା ଭାରତର ଗ୍ରାମ୍ୟ ଅର୍ଥନିତୀକୁ ସୁରକ୍ଷିତ ରଖିବା ଉଦେଶ୍ୟରେ ଏକ କାର୍ଯ୍ୟକ୍ରମ ଭାବରେ ଆରମ୍ଭ କରାଯାଇଥିଲା ,ଯାହା ବ୍ରିଟିଶ ଏବଂ ସେମାନଙ୍କର ଶୋଷଣ ଖୋର ମନୋବୃତି ବିରୋଧରେ ଏକ ସଂଘର୍ଷ ଥିଲା ।

ମାତ୍ର ଦେଶ ସ୍ଵାଧୀନତା ପରେ ଦେଶ ଯେଉଁ ନେତୃତ୍ଵ ଉପରେ ଅନେକ ଆଶା ଓ ବିଶ୍ଵାସ ରଖିଥିଲା ସେମାନେ ସ୍ଵଦେଶୀର ସେହି ମହାନ ପ୍ରୟାସକୁ ଆଗକୁ ନେବାରେ ସହଯୋଗୀ ତ ହେଲେ ନହିଁ ,ବରଂ ସ୍ଵଦେଶୀକୁ ଏକ ସଂକୀର୍ଣ୍ଣ ଅପ୍ରଗତିଶୀଳ ବିଚାର ଭାବରେ ପ୍ରତ୍ୟାଖାନ କରିବାରେ ପଛାଇନଥିଲେ । ଫଳସ୍ଵରୂପ ,ବ୍ରିଟିଶ ସାମ୍ରାଜ୍ୟ ଗଲାପରେ ମଧ୍ୟ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ସମସ୍ତ ସାମଗ୍ରୀ ପାଇଁ ସେହି ବିଦେଶୀ କମ୍ପାନୀ ମାନଙ୍କ ଉପରେ ହିଁ ଭାରତବାସୀ ନିର୍ଭରଶୀଳ ହୋଇରହିଆସାଇଛନ୍ତି । ବ୍ରିଟିଶ କମ୍ପାନୀ ୟୁନିଲିଭର ଭାରତରେ ହିନ୍ଦୁସ୍ତାନ ଲିଭର ନାମରେ ସାବୁନ-ତେଲଠାରୁ ଆରମ୍ଭ କରି ଶିଶୁ ଖାଦ୍ୟ ତଥା ସମସ୍ତ ଦୈନନ୍ଦିନ ଘରୋଇ ସାମଗ୍ରୀ ବିକ୍ରି କରି ଭାରତରୁ ବର୍ଷକୁ ହଜାର ହଜାର କୋଟି ଟଙ୍କା ବିଦେଶକୁ ମୁନାଫାଭାବରେ ପଠାଇ ଭାରତ ଅର୍ଥନିତୀକୁ ଦୁବଳ କରି ଆସୁଛି । କେବଳ ସେତିକି ନୁହେଁ ,ସ୍ଵାଧୀନତା ପରେ ଏବେ ମଧ୍ୟ ଅନେକ ଅସାଧୁ ବିଦେଶୀ କମ୍ପାନୀ ଲୋକଙ୍କୁ ବିଭିନ୍ନ ପ୍ରକାର ଲାଭର ପ୍ରଲୋଭନ ଦେଖାଇ ହଜାର ହଜାର କୋଟି ଟଙ୍କା ଲୋଟି ନେଇ ସଫଳ ହୋଇପାରିଛନ୍ତି । ବହୁ ବିଦେଶୀ କମ୍ପାନୀ ଫ୍ରାଞ୍ଚାଇଜ୍ ତଥା ସ୍ଵରୋଜଗାର ନାମରେ ଅନେକ ଲୋକଙ୍କୁ ପ୍ରଲୋଭନର ବସବର୍ତ୍ତୀ କରି ଲୁଟି ନେଉଛନ୍ତି ।

ପରିବର୍ତ୍ତିତ ପରିସ୍ଥିତିରେ ଯେତେବେଳେ ଆମେରିକା,ୟୁରୋପ ତଥା ସ୍କାଣ୍ଡେନେଭିଆ ରାଷ୍ଟ୍ର ଗୁଡିକ ଘୋର ଅର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଛନ୍ତି,ସେତେବେଳେ ଭାରତକୁ ତାର ସ୍ଵଦେଶୀ ବୈଷୟିକ ଜ୍ଞାନ କୌଶଳ ଜରିଆରେ ନିଜକୁ ଏକ ବିକଶିତ ରାଷ୍ଟ୍ର ଭାବରେ ବିଶ୍ଵପୃଷ୍ଟରେ ଉଭା ହେବା ନିମନ୍ତେ ଅପୂର୍ବ ସୁଯୋଗ ମିଳିଛି । ସ୍ଵଦେଶୀ ବସ୍ତୁ ଗୁଡିକର ଗୁଣବତ୍ତା ଓ ଉତ୍ପାଦନ ଉତ୍କର୍ଷତା ପାଇଁ ସହଯୋଗ କରିବା ତ ଦୂରର କଥା ବରଂ କେହି ପ୍ରୟାସ କଲେ ନିରୂତ୍ସାହିତ କରୁଛନ୍ତି । କ୍ରମାଗତ ଭାବରେ କେତେକ ସ୍ଵାର୍ଥନ୍ଵେଷୀ ଗୋଷ୍ଠୀ ‘ଆମ ପଦାର୍ଥ ନିମ୍ନ ମାନର ଏବଂ ବିଦେଶର ସମସ୍ତ ଜିନିଷ ଉତ୍କୃଷ୍ଟ ମାନର’ଏହି ପ୍ରକାରର ବିଜ୍ଞାପନ କରି ଗଣ ମାଧ୍ୟମରେ ବିଭ୍ରାନ୍ତ ସୃଷ୍ଟି କରୁଛନ୍ତି ।

ଆଜି ଭାରତରେ ଉତ୍ପାଦିତ ସାମଗ୍ରୀ କୌଣସି ମାନରେ ବିଦେଶୀ କମ୍ପାନୀ ଦ୍ଵାରା ଉତ୍ପାଦିତ ସାମଗ୍ରୀ ଠାରୁ ଗୁଣବତ୍ତା କିମ୍ବା ଉପଯୋଗୀତାର ନ୍ୟୁନ ନୁହେଁ । ଏହି ତଥ୍ୟ ଲୋକମାନଙ୍କୁ ତଥା ଯୁବା ପିଢୀ ଆଗରେ ଅତି ପ୍ରଭାବୀ ଢଙ୍ଗରେ ଉପସ୍ଥାପିତ କରିବା ପାଇଁ ଆବଶ୍ୟକତା ରହିଛି । ଏହି ପ୍ରୟାସକୁ ସମସ୍ତ ଦେଶପ୍ରେମୀ ଆଗେଇ ଆସି ସହଯୋଗ କରିବା ଉଚିତ । ଅନ୍ତତଃ ଆଚରଣରେ ସ୍ଵଦେଶୀକୁ ଆପଣେଇ ପାରିଲେ ଆମେ ରାଷ୍ଟ୍ର ନିର୍ମାଣରେ ସହଭାଗୀ ହୋଇପାରିବା ।ଆଜିର ଭାରତ ଏକ ଯୁବ ଭାରତ । ଭାରତରେ ୧୨୧ କୋଟି ଲୋକ ସଂଖ୍ୟାରେ ଶତକଡା ୬୫ ଭାଗ ହେଉଛନ୍ତି ୩୫ ବର୍ଷ ବାୟସରୁ କମ ଯୁବ ସାମୁଦାୟ । ଆଜି ଭାରତରେ ପ୍ରତି ବର୍ଷରେ ୪୦ ହାଜାରରୁ ଅଧିକ ବୈଷୟିକ ଶିକ୍ଷାନୁଷ୍ଠାନରୁ ଲକ୍ଷଲକ୍ଷ ଯୁବ ଇଞ୍ଜିନିୟର ଓ ମେଡିକାଲ ଛାତ୍ର ବାହାରୁଛନ୍ତି । ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଭାରତର ଶିକ୍ଷାନୁଷ୍ଠାନ ପୃଥିବୀର ଅନେକ ନାମୀ ଶିକ୍ଷାନୁଷ୍ଠାନ ସହ ସମକକ୍ଷ ତଥା ଆଗରେ ରହିଛି ।

ଚିକିତ୍ସା କ୍ଷେତ୍ରରେ ଭାରତ ଆଜି ବିଶ୍ଵର ଅନେକ ବିକାଶିତ ରାଷ୍ଟ୍ର ସହ ସମକକ୍ଷ ହୋଇପାରିଛି । ଆଜି ଭାରତ ମେଡିକାଲ ତୁରିଜିମ୍ ରେ ଏକ ନୂତନ ସୁଯୋଗ ସୃଷ୍ଟି କରିପାରିଛି । ଆଜି ଭାରତ ଏକ ଆତ୍ମ ନିର୍ଭରଶୀଳ,ସକ୍ଷମ ଏବଂ ସମର୍ଥ ରାଷ୍ଟ୍ର ଭାବେ ବିଶ୍ଵ ଦରବାରରେ ନିଜର ସମ୍ମୁଚିତ ସ୍ଥାନ ନେବା ପାଇଁ ଗତିବାନ ଥିବାବେଳେ ,ଆସନ୍ତୁ ଆମେ ସମସ୍ତେ ଭାରତବାସୀ ଏହି ମହାନ ରାଷ୍ଟ୍ର ଯଜ୍ଞରେ ସମ୍ମୁଚିତ ଆହୁତି ପ୍ରଦାନ ପୂର୍ବକ ସ୍ଵଦେଶୀ ଜରିଆରେ ଭାରତକୁ ପୁଣିଥରେ ବିଶ୍ଵଗୁରୁ ଭାବେ ଆବିର୍ଭାବ କରିବାରେ ସହଭାଗୀ ହେବା ।

Share in top social networks!