୨୦୧୩ ଓ ୨୦୧୪ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷିତ

୨୦୧୩ ଓ ୨୦୧୪ ମସିହା ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । ଉପନ୍ୟାସ, କ୍ଷୁଦ୍ର
ଗଳ୍ପ, କାବ୍ୟକବତା, ନାଟକ ଓ ଏକାଙ୍କିକା, ପ୍ରବନ୍ଧ ଓ ସମାଲୋଚନା, ଜୀବନୀ ଓ ଭ୍ରମଣ ସାହିତ୍ୟ, ଅନୁବାଦ, ଶିଶୁ ସାହିତ୍ୟ ଏବଂ
ଗୀତିକବିତା ବିଭାଗରେ ପୁରସ୍କାରମାନ ଘୋଷିତ ହୋଇଛି । ୨୦୧୩ ମସିହା ପାଇଁ ୧୩ ଜଣଙ୍କୁ ଓ ୨୦୧୪ ମସିହା ପାଇଁ ୧୧
ଜଣଙ୍କୁ ପୁରସ୍କୃତ କରାଯିବ ।
୨୦୧୩ ମସିହା ନିମନ୍ତେ ଉପନ୍ୟାସ “ଢେଉ’ ପାଇଁ ବିଭୂିଭୂଷଣ ପ୍ରଧାନ, କ୍ଷୁଦ୍ରଗଳ୍ପ ପୁସ୍ତକ “ସନ୍ଦU ଶୈଶବ’ ପାଇଁ
ଦୀପ୍ତିରଞ୍ଜନ ପଟ୍ଟନାୟକ, କବିତା ନିମନ୍ତେ ବିମଳ ଜେନା, ସୁଚେତା ମିଶ୍ର ଓ କ୍ଷକ ନାୟକଙ୍କୁ ସେମାନଙ୍କ କବିତା ପୁସ୍ତକ ଯଥାକ୍ରମେ
“ନିବୃତ୍ତ ନିଷାଦ’, “ଅଜନ୍ମା’ ଓ “ଅସରନ୍ତି ଅନ୍ତାକ୍ଷରୀ’ ପାଇଁ, ନାଟକ ଏକାଙ୍କିକା ବିଭାଗରେ “ବରଂ ନିବାସ ରଣକ୍ଷେତ୍ରରେ’ ପାଇଁ
ରମେଶ ଦାସ, ପ୍ରବନ୍ଧ ଓ ସମାଲୋଚନା ପାଇଁ “ଓଡ଼ିଶା କଥା ଓ କଳ୍ପନାର ଦିଗ ଓ ଦିଗନ୍ତ’ ନିମନ୍ତେ କୃଷ୍ଣଚନ୍ଦ୍ର ପ୍ରଧାନ, ଜୀବନୀ
ଓ ଭ୍ରମଣ ସାହିତ୍ୟରେ ରାସବିହାରୀ ବେହେରା ଓ ପ୍ରଭାତୀ ମିଶ୍ରଙ୍କୁ ଯଥାକ୍ରମେ “ଅନନ୍ୟ ସୃଷ୍ଟି କାନଡା’ ଓ “ଭ୍ରମଣରୁ ଶିକ୍ଷା’ ପାଇଁ,
ଅନୁବାଦରେ “ଅଜାତ ସୁନ୍ଦରୀ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ବିଜୟ କୁମାର ପ୍ରଧାନ, ଶିଶୁ ସାହିତ୍ୟ ବିଭାଗରେ ସୂର୍ଯ୍ୟମଣି ସାମନ୍ତରାୟ
ଓ ରବୀନ୍ଦ୍ର ନାଥ ମାଝୀଙ୍କୁ ଯଥାକ୍ରମେ “ଟିଂ କୁତୁକୁତୁ ଟିକି ଚଢେ଼ଇ’ ଓ “ନୀଳ ଠେକୁଆ’ ପାଇଁ ଏବଂ ଗୀତିକବିତା ବିଭାଗରେ
“ପଦୁଅଁ ପାପୁଲି’ର ଲେଖକ ଦେବେନ୍ଦ୍ର ଦାସଙ୍କ ନାମ ଘୋଷଣା କରାଯାଇଛିା ୨୦୧୩ ପାଇଁ କବିତା ବିଭାଗରେ ତିନି ଜଣଙ୍କୁ,
ଜୀବନୀ ଓ ଭ୍ରମଣ ସାହିତ୍ୟରେ ଦୁଇ ଜଣଙ୍କୁ ଓ ଶିଶୁ ସାହିତ୍ୟ ବିଭାଗରେ ଦୁଇ ଜଣଙ୍କୁ ମିଳିତ ଭାବରେ ପୁରସ୍କୃତ କରାଯିବା
୨୦୧୪ ମସିହା ପାଇଁ ଉପନ୍ୟାସ ବିଭାଗରେ ଇନ୍ଦିରା ଦାଶଙ୍କୁ ପୁସ୍ତକ “ନିର୍ବାଣ ଅଭିସାର’ ପାଇଁ, କ୍ଷୁଦ୍ରଗଳ୍ପ ବିଭାଗରେ
ଅଭୟ ବାରିକଙ୍କୁ ପୁସ୍ତକ “ମହାରାଜ’ ପାଇଁ, କାବ୍ୟ କବିତା ବିଭାଗରେ ବିପିନ୍ ନାୟକଙ୍କୁ “ସ୍ୱରଚିତ୍ର’ ଏବଂ ବାସୁଦେବ ସୁନାନୀଙ୍କୁ
“ବୋଧହୁଏ ଭଲପାଇବା ମୋତେ ଜଣାନାହିଁ’ ପାଇଁ, ନାଟକ ଓ ଏକାଙ୍କିକା ବିଭାଗେ ବିଜୟ କୁମାର ନନ୍ଦଙ୍କୁ ” ନାଟକ ସଂଗ୍ରହ’
ପାଇଁ, ପ୍ରବନ୍ଧ ଓ ସମାଲୋଚନା ବିଭାଗରେ ଅରବିନ୍ଦ ପଟ୍ଟନାୟକଙ୍କୁ “ଓଡ଼ିଶାରେ ଲୋକଧର୍ମର ପରମ୍ପରା’ ପାଇଁ, ଜୀବନୀ ଓ
ଭ୍ରମଣ ସାହିତ୍ୟ କ୍ଷେତ୍ରରେ ପି୍ରୟବ୍ରତ ପାତ୍ରଙ୍କୁ “ଅଭିଯାତ୍ରୀଙ୍କ-୨’ ଓ ଗଣେଶ ରାମ ନାହାକଙ୍କୁ “ପଶ୍ଚିମ ଓଡ଼ିଶାର ବରପୁତ୍ର’ ପାଇଁ,
ଅନୁବାଦ ବିଭାଗରେ ସୁଭାଷ ଶତପଥୀଙ୍କୁ “ତରଗୀସ୍ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ, ଶିଶୁ ସାହିତ୍ୟ ବିଭାଗରେ ବସନ୍ତ କିଶୋର ସାହୁଙ୍କୁ
“ଓସ୍ତପତର ପାନିଆ’ ଓ ଗୀତିକବିତା ବିଭାଗରେ ହୃଦାନନ୍ଦ ପାଣିଗ୍ରାହୀଙ୍କୁ “ଜହ୍ନ ଝିଲିମିଲି’ ପାଇଁ ପୁରସ୍କୃତ କରାଯିବ । ୨୦୧୪
ମସିହା ପାଇଁ କବିତା ଓ ଜୀବନୀ-ଭ୍ରମଣ ସାହିତ୍ୟ ବିଭାଗରେ ଯୁଗ୍ମ ପୁରସ୍କାର ଘୋଷଣା କରାଯାଇଛିା
ଆଜି ପୂର୍ବାହ୍ନରେ ଏକାଡେମୀ କାର୍ଯ୍ୟାଳୟରେ ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ ପରିଷଦ
ବୈଠକରେ ୨୦୧୩ ଓ ୨୦୧୪ ମସିହା ପାଇଁ ଉପରୋକ୍ତ ମର୍ମରେ ଏକାଡେମୀ ପୁରସ୍କାରର ଚୂଡାନ୍ତ ଫଳାଫଳ ଘୋଷିତ
ହୋଇଛି ।

Share in top social networks!

ମନନଶୀଳ ପାରିବାରିକ ପତ୍ରିକା “ମଧୁଲିତା’ର ଏକାଦଶ ବାର୍ଷିକ ଉତ୍ସବ ପାଳିତ ଓ ଜନ୍ମ ବିଶେଷାଙ୍କ ୨୦୧୬ ଉନ୍ମୋଚିତ

ପରିବର୍ତିତ ପରିସ୍ଥିତିରେ ଧୀରେ ଧୀରେ ପରିବାର ଗୁଡିକ ନଷ୍ଟ ହେବାରେ ଲାଗିଛି । ପାରିବାରିକ ପରମ୍ପରା ଓ ପରିବାର ଲୋକଙ୍କ ଭିତରେ ସ୍ନେହ ଶ୍ରଦ୍ଧା ମଧ୍ୟ କମିବାରେ ଲାଗିଛି । ଆଜି ମନନଶୀଳ ପାରିବାରିକ ପତ୍ରିକା “ମଧୁଲିତା’ର ଏକାଦଶ ବାର୍ଷିକୋତ୍ସବ ତଥା ପତ୍ରିକାର ଜନ୍ମ ବିଶେଷାଙ୍କ ୨୦୧୬ ଉନ୍ମୋଚନ ଉତ୍ସବ ଅବସରରେ
ଏହିପରି ଉଦବେଗ ପ୍ରକାଶ କରିଛନ୍ତି ଅତିଥିମାନେ ।

କବି ନିରାକାର ଦାସଙ୍କ ସଭାପତିତ୍ୱରେ ଅନୁÂିତ ପତ୍ରିକାର ବାର୍ଷିକୋତ୍ସବରେ ପ୍ରଥମେ ପତ୍ରିକାର ମୁଖ୍ୟ ସଂପାଦକ ମଧୁଲିତା ପରିଡା ସମ୍ପାଦକୀୟ ବିବରଣୀ ଓ ସମ୍ପାଦକ ମନୋଜ ପରିଡା ନିଜର ସଂକ୍ଷିପ୍ତ ଅଭିଭାଷଣ ପ୍ରଦାନ କରିଥିଲେ । ଏହାପରେ ଅତିଥିମାନଙ୍କ ଦ୍ୱାରା ‘ମଧୁଲିତା’ର ଜନ୍ମ ବିଶେଷାଙ୍କ ୨୦୧୬ ଉନ୍ମୋଚନ କରାଯାଇଥିଲା । ତା ପରେ ସମ୍ମାନିତ ଅତିଥି ଡକ୍ଟର ଝାନ୍ସୀ ସିଂହ, ସମାଜ କର୍ମୀ ଶ୍ରୀମତୀ ନମ୍ରତା ଚଢା ଏବଂ ଔପନ୍ୟାସିକା ଇନ୍ଦିରା ଦାଶ ପ୍ରମୁଖ ସେମାନଙ୍କ ଅଭିଭାଷଣ ଦେଇ ପାରିବାରିକ ସଂପର୍କ ଓ ନାରୀ ସ୍ୱାଧୀନତା ସଂପର୍କରେ ଆଲୋକପାତ କରିଥିଲେ ।

ଏହାପରେ ମୁଖ୍ୟଅତିଥି ତଥା ଓଡିଶାର ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ତାଙ୍କ ଅଭିଭାଷଣ ପ୍ରଦାନ କରିଥିଲୋ ମୁଖ୍ୟବକ୍ତା ଭାବେ ଯୋଗଦେଇ ଲେଖକ ତଥା ବାଗ୍ନୀ ଶ୍ରୀଯୁକ୍ତ ରଜତ କୁମାର କର ନାରୀ ଅଧିକାର ଓ ଦକ୍ଷତା ସଂପର୍କରେ ନିଜ ଅଭିଭାଷଣରେ କହିଥିଲେ । ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ ଯୁବ ଶିକ୍ଷାବିତ୍ ତଥା ଲେଖକ କିଶୁ ଚାନ୍ଦ ପୃଷ୍ଟିା ଏହି ଅବସରରେ ଶଶୀପ୍ରଭା ଦାସଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ମଧୁଲିତା ପିଠା କଟାଯାଇଥିଲା । ଏଥର “ମଧୁଲିତା’ର ବିଶେଷ ସଂଖ୍ୟାଟି ଭାଇ ଓ ଭଉଣୀମାନଙ୍କ ସଂପର୍କ ଉପରେ ଆଧାରିତ ହୋଇଛି । ଶୀର୍ଷକ ରହିଛି ‘ଭାଇ ଭଉଣୀ କହ କାହାଣୀ’ । ନିଜ ନିଜ ଭାଇ କିମ୍ବା ଭଉଣୀଙ୍କ ସଂପର୍କରେ ଲେଖିଛନ୍ତି ୩୫ରୁ ଅଧିକ ବିଶିଷ୍ଟ ବ୍ୟକ୍ତି । ତେଣୁ ଏଥର “ମଧୁଲିତା’ ପତ୍ରିକା ସଂଗ୍ରହଣୀୟ ବୋଲି ଅତିଥିମାନେ କହିଥିଲେ । ପୂର୍ବରୁ ମଧ୍ୟ ମଧୁଲିତା ପତ୍ରିକା- ପ୍ରିୟପତ୍ନୀ, ମୋ
ମାଆ, ବନ୍ଧୁର ବନ୍ଧନ, ମୋ ବାପା ଏବଂ ଗୁରବେ ନମଃ ଶୀର୍ଷକରେ ବିଶେଷାଙ୍କ ପ୍ରକାଶ କରି ଲୋକପ୍ରିୟତା ହାସଲ କରିଥିଲା ।

Share in top social networks!

ଅମ୍ବିକା ପ୍ରସାଦ ଦାସଙ୍କ “ସତ କହିବାକୁ କିଆଁ ଡରିବି’ ପୁସ୍ତକର ଲୋକର୍ପଣ

ambikaprasadସତ୍ୟକୁ କେବେ ଲୁଚାଇ ହେବ ନାହିାଁ ସତ ପାତାଳରୁ ବି ଉଠି ଆସିବା କିନ୍ତୁ
ବେଳେବେଳେ ସତ ବିପଦକୁ ଡାକି ଆଣିଥାଏା ସୀମାତିରିକ୍ତ ନିର୍ଭୀକପଣିଆ ପ୍ରଦର୍ଶନ କରି ଜଣେ
ସୃଜନଶୀଳ ସ୍ରଷ୍ଟା ନିଜ ବୌଦ୍ଧିକତା ଏବଂ ସୃଜନଶୀଳତାର ପରିଚୟ ଦେଇ ସତ୍ୟକୁ ସାମ୍ନାକୁ ଆଣିଥାଏା
ଏଭଳି ସତ୍ସାହସ କରିଥ#ବାରୁ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଅମ୍ବିକା ପ୍ରସାଦ ଦାସ ଧନ୍ୟବାଦର
ପାତ୍ର ବୋଲି ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଉଲ୍ଲେଖ କରିଛନ୍ତିା ଶ୍ରୀ ଦାସଙ୍କ
ରଚିତ ପୁସ୍ତକ “ସତ କହିବାକୁ କିଆଁ ଡରିବି’ର ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥ# ଭାବେ ଯୋଗଦେଇ
ଶ୍ରୀ ମିଶ୍ର କହିଲେ ଯେ, ଶାସ୍ତ୍ର କହୁଛି “ସତ୍ୟଂ ବଦ, ଅପି୍ରୟଂ ନବଦା’ କିନ୍ତୁ ଶ୍ରୀ ଦାସ ନିଜ ସ୍ତମ୍ଭ
ମାଧ୍ୟମରେ ଯେଉଁ ସବୁ ସତ୍ୟକୁ ସାମ୍ନାକୁ ଆଣିଛନ୍ତି, ସେସବୁକୁ ସେ ପୁସ୍ତକ ଆକାରରେ ପ୍ରକାଶ
କରିଥ#ବାରୁ ଏହା ସମାଜକୁ ଦିଗ୍ଦର୍ଶନ ଦେବାରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର ଆଶାବ୍ୟକ୍ତ
କରିଥ#ଲୋ
ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି
ଲୋକାର୍ପଣ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥ# ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସୂଚନା
ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥ#ଲେ ଯେ, ସ୍କୁଲ୍ରେ ପଢିବା ବେଳୁ ଆମ
ସମସ୍ତଙ୍କୁ ଶିକ୍ଷା ଦିଆଯାଇଛି “ସତ କିହବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବିା’ କିନ୍ତୁ
ସାମାଜିକ ଜୀବନରେ ଅନେକ ଲୋକ ସତ କହିବାର ସାହସ କରନ୍ତି ନାହିାଁ ଅମ୍ବିକା ବାବୁ ଏହି ସାହସ
କରିଥ#ବାରୁ ସେ ଧନ୍ୟବାଦର ପାତ୍ରା ଲୋକମାନେ ଭାବନ୍ତି ଯେ ରାଜନେତାମାନେ ସେମାନଙ୍କ
ରାଜନୈତିକ ଜୀବନରେ ସତ କହିବାକୁ ଡରନ୍ତିା ତେବେ ଅନେକ କ୍ଷେତ୍ରରେ ରାଜନେତାମାନେ ସତ
କହିଥାନ୍ତିା ଏଭଳି ରାଜନେତା ଥ#ଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକା
ତାଙ୍କରି କର୍ମଭୂମି କେନ୍ଦ୍ରାପଡା ମାଟିର ବାସିନ୍ଦା ଲେଖକ ଶ୍ରୀ ଦାସ ସତ କହିବା ପାଇଁ ସାହସ କରିଛନ୍ତି
ଏବଂ ସତ୍ୟ ଆଧାରିତ ସ୍ତମ୍ଭଗୁଡିକୁ ପୁସ୍ତକ ଆକାରରେ ପ୍ରକାଶ କରିଛନ୍ତିା
ଅନ୍ୟତମ ସମ୍ମାନିତ ଅତିଥ# ଭାବେ ଯୋଗଦେଇ ବରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ
ଦେବାଶିଷ ନାୟକ କହିଲେ ଯେ, ଦୀର୍ଘ ଦିନ ଧରି ସତ୍ ମାର୍ଗରେ ଯିବା ଲାଗି ନିଷ୍ଠାର ସହ ସଂଘର୍ଷ ଜାରି
ରଖ#ଥ#ବା ଲେଖକ ଅମ୍ବିକା ପ୍ରସାଦ ଦାସ ତାଙ୍କ ସତ୍ୟ ଅଭିଜ୍ଞତାକୁ ଆଧାର କରି ପୁସ୍ତକଟି ପ୍ରକାଶ
କରିଛନ୍ତିା ଯାହା ଅନ୍ୟମାନଙ୍କୁ ସତ କହିବା ଲାଗି ସତ୍ ସାହସ ଯୋଗାଇବା
ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି ଅକ୍ଷୟ କୁମାର ମହାନ୍ତି କହିଲେ ଯେ, ଏ
ପୁସ୍ତକଟିରେ ପ୍ରକାଶ ପାଇଥ#ବା ଲେଖାକୁ ଲେଖକ ଅତ୍ୟନ୍ତ ନିବିଡ ଭାବେ ଲେଖ#ଛନ୍ତିା ତାଙ୍କର ସ୍ତମ୍ଭ ମୁଁ
ପୂର୍ବରୁ ନିୟମିତ ଭାବେ ପଢି ଆସୁଛିା କର୍ମ କ୍ଷେତ୍ରରେ ସେ କେବେ ମିଛ କୁହନ୍ତିନିା ସବୁବେଳେ
ସତ୍ମାର୍ଗରେ ଯିବାକୁ ପ୍ରୟାସ କରିଥାନ୍ତିା ତାଙ୍କର ଏହି ବହି ପଢି ଆମେ ସମାଜ ପାଇଁ କିଛି
କରିପାରିବା ବୋଲି ଶ୍ରୀ ମହାନ୍ତି ଆଶାବ୍ୟକ୍ତ କରିଥ#ଲୋ
କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି “ଓଡ଼ିଶା ଏକ୍ସପ୍ରେସ୍’ର ସଂପାଦକ ଉମାପଦ ବୋଷ କହିଥ#ଲେ
ଯେ, ସାମ୍ବାଦିକ ସବୁବେଳେ ସତ କୁହେ, କିନ୍ତୁ ସମ୍ବାଦପତ୍ର ସତ କୁହେ ନାହିାଁ ବେଳେବେଳେ ସାମ୍ବାଦିକ
ସତ୍ୟ ଆଧାରିତ ଖବର ନେଇ ଆସିଥ#ଲେ ବି ସେ ସତ୍ୟ ସମ୍ବାଦପତ୍ରରେ ପ୍ରକାଶ ପାଏ ନାହିାଁ କାରଣ
ସମ୍ବାଦପତ୍ର ନିଜର ସମ୍ପାଦକୀୟ ନୀତି ଆଧାରରେ ସମ୍ବାଦ ପରିବେଷଣ କରିଥାଏା ସତ୍ୟ ଏବଂ
ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବା କେତେ କଷ୍ଟକର ତାହା ଦୀର୍ଘ ଦିନର ଅଭିଜ୍ଞତାରୁ ସେ ଅନୁଭବ
କରିଛନ୍ତିା ଶ୍ରୀ ବୋଷ ତାଙ୍କ ଅନୁଜ ଅମ୍ବିକା ସତ କହିବାକୁ ସବୁବେଳେ ସାହସ କରିଛି, ସତ୍ୟ ପ୍ରତି
ତା’ର ନିଷ୍ଠା ଯେଉଁ ବାସ୍ତବ ରୂପ ନେଇଛି, ତାହା ପୁସ୍ତକ ଆକାରରେ ପ୍ରକାଶ ପାଇଛି ବୋଲି
କହିଥ#ଲୋ ଶେଷରେ ଲେଖକ ଶ୍ରୀ ଦାସ ଏହି ପୁସ୍ତକ ପାଇଁ ପାଠକ ଏବଂ ଶୁଭେଚ୍ଛୁମାନଙ୍କୁ କୃତଜ୍ଞତା
ଜ୍ଞାପନ କରିଥ#ଲୋ ଏହି କାର୍ଯ୍ୟକ୍ରମରେ ଅନେକ ଲେଖକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥ#ଲୋ

Share in top social networks!

ପ୍ରସିଦ୍ଧ କବି ତଥା ସମାଲୋଚକ ସୌରୀନ୍ଦ୍ର ବାରିକଙ୍କ ପରଲୋକ; ବିଭିନ୍ନ ମହଲରେ ଶୋକ ଓ ଭାଷା-ସାହିତ୍ୟର ଅପୂରଣୀୟ କ୍ଷତି

12742391_852639068215391_2716298341577882296_nପ୍ରସିଦ୍ଧ କବି ତଥା ସମାଲୋଚକ ସୌରୀନ୍ଦ୍ର ବାରିକଙ୍କର ଆଜି ପରଲୋକ ହୋଇଯାଇଛିା ବହୁଦିନ ଧରି ଅସୁସ୍ଥ ଥାଇ ସେ ଗତକାଲି ସ୍ଥାନୀୟ ଆପୋଲୋ
ହାସପାତାଳରେ ଭର୍ତ୍ତି ହୋଇଥ#ଲୋ ଆଜି ପ୍ରତୁ୍ୟଷ ୫ଟା ୨୦ରେ ତାଙ୍କର ପରଲୋକ ଘଟିଛିା ସୌରୀନ୍ଦ୍ରଙ୍କ ବିୟୋଗରେ ଓଡ଼ିଆ ଭାଷା ଓ ସାହିତ୍ୟର ଅପୂରଣୀୟ ଘଟିଛି ଓ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛିା

୧୯୩୮ ମସିହା ଅକେଫାବର ୩ ତାରିଖରେ ମୟ&ୁରଭଞ୍ଜ ଜିଲ୍ଲାର ଅମର୍ଦ୍ଦାଠାରେ ଜନ୍ମିତ ସୌରୀନ୍ଦ୍ର ନିଜର ଶିକ୍ଷକ ପିତାଙ୍କ ତତ୍ତ୍ୱାବଧାନରେ ରାଇରଙ୍ଗପୁରରେ ଶିକ୍ଷା ଆରମ୍ଭ କରି ପରବର୍ତ୍ତୀ ସମୟରେ ବାରିପଦା ଓ ରେଭେନ୍ସାରେ ଶିକ୍ଷା ଶେଷ କରିଥ#ଲୋ ଜଣେ ଇଂରାଜୀ ଅଧ୍ୟାପକ ଭାବରେ କର୍ମମୟ ଜୀବନ ଆରମ୍ଭ କରି ସୌରୀନ୍ଦ୍ର ଭଦ୍ରକ, ସୁନ୍ଦରଗଡ, ରେଭେନ୍ସା ଓ ବିଜେବି କଲେଜରେ ଇଂରାଜୀ ଅଧ୍ୟାପକ ଭାବରେ ଶହ ଶହ ଅନୁରାଗୀ ଛାତ୍ରଛାତ୍ରୀ ସୃଷ୍ଟି କରିବାରେ ସମର୍ଥ ହେବା ସହିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ଓ ପରେ ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ସଂସ୍ଥାର ନିର୍ଦ୍ଦେଶକ ପଦବୀରେ କାର୍ଯ୍ୟକରି ଅବସର ଗ୍ରହଣ କରିଥ#ଲୋ
ଅବସରପ୍ରାପ୍ତି ପରେ ସେ ଭୁବନେଶ୍ୱରରେ ରହି ସୃଜନଶୀଳ ଓ ସାରସ୍ୱତ ସଂଗଠନ କାର୍ଯ୍ୟର ବ୍ୟାପୃତ ଥ#ଲୋ

ଜଣେ କବି ଓ ସମାଲୋଚକ ଭାବରେ ସୌରୀନ୍ଦ୍ର ବାରିକଙ୍କ ନାମ ଅନେକ ମହଲରେ ଉଲ୍ଲେଖଯୋଗ୍ୟ ଭାବରେ ଆଲୋଚିତ ହେଉଥ#ଲାା ଉପଭାରତ, ଅନୁଭାରତ, ସାମାନ୍ୟ କଥନ, ଆମେ ଦୁହେଁ, ଆକାଶ ପରି ନିବିଡ, ବିଥ# ପାଇଁ, ଭାରି ମନେ ପଡ, ସତ୍ୟର କୁହୁକ, ରାମାୟଣୀ, ସବୁଠାରେ ତୁମେ, ହଳଦୀ ବସନ୍ତ, ଆଉ ଯାହା କହିବାକୁ ଥ#ଲା, ଜୀବନ ଯେମିତି ଇତ୍ୟାଦି ୧୮ଟି କବିତା ଗ୍ରନ୍ଥ ସମେତ ୯ଟି କଳା-ପ୍ରବନ୍ଧ-ସମାଲୋଚନା ପୁସ୍ତକର ପ୍ରଣେତା ଭାବରେ ଖ୍ୟାତ ସୌରୀନ୍ଦ୍ର ଶିଶୁ ସାହିତ୍ୟ ଓ ଅନୁବାଦ କ୍ଷେତ୍ରରେ ତାଙ୍କର ରୁଚି ପ୍ରଦର୍ଶନ କରି ଓଡ଼ିଆ ପାଠକ ମହଲରେ ଯଥେଷ୍ଟ ସୁନାମର ଅଧ#କାରୀ ହୋଇଥ#ଲୋ ଉଲ୍ଲେଖନୀୟ ସାରସ୍ୱତ ପ୍ରତିଭା ପାଇଁ ସେ ବିଷୁବ ପୁରସ୍କାର ସହିତ ରାଜ୍ୟ ସାହିତ୍ୟ ଏକାଡେମୀ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥ#ଲୋ ଅନେକ ଅନୁଷ୍ଠାନ ସୌରୀନ୍ଦ୍ରଙ୍କୁ ସମ୍ବର୍ଦ୍ଧିତ
କରିଥ#ଲୋ ସାମାନ୍ୟ ଘଟଣା ଓ ବିଷୟକୁ ନେଇ ସେ ରଚନା କରିଥ#ବା କବିତାଗୁଡିକ ଅସାମାନ୍ୟତା ଓ କାଳୋତ୍ତୀର୍ଣ୍ଣତା ଅର୍ଜନ କରିଥ#ଲାା ମହାଭାରତକୁ ନେଇ ତାଙ୍କର କାବି୍ୟକ ଉପସ୍ଥାପନ ଓଡ଼ିଆ କବିତାରେ ଅନନ୍ୟ ବିବେଚିତା କଳାକୃତି ଓ କଳାସମାଲୋଚନାକୁ ନେଇ ଲିଖ#ତ ତାଙ୍କର ଅନେକ ପ୍ରବନ୍ଧ ବିଭିନ୍ନ ଭାରତୀୟ ଭାଷାରେ ଅନୁଦିତ ହୋଇଛିା

ଆଜି ସୌରୀନ୍ଦ୍ରଙ୍କ ପାଥ#ର୍ବ ଶରୀର ହାସପାତାଳରୁ ପୁନାମା ଗେଟ୍ସ୍ଥିତ ତାଙ୍କ ବାସଭବନରେ ପହଞ୍ଚ#ବା ପରେ ବିଭିନ୍ନ ସାହିତି୍ୟକ ଓ ଶୁଭେଚ୍ଛୁମାନଙ୍କ ସ୍ରୋତ ଛୁଟିଥ#ଲା ଓ ସମସ୍ତେ ତାଙ୍କ ପ୍ରତି ଶେଷ ସମ୍ମାନ ପ୍ରଦର୍ଶନ କରିଥ#ଲୋ କବି ସୌରୀନ୍ଦ୍ରଙ୍କ ବିୟୋଗରେ ଓଡ଼ିଆ ଭାଷା ଓ ସାହିତ୍ୟର ଅପୂରଣୀୟ କ୍ଷତି ହେଲା ବୋଲି ଦର୍ଶାଇ ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଡ. ଅରୁଣ କୁମାର ସାହ&ୁ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସଂଜୟ କୁମାର ଦାସ ବର୍ମା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗଭୀର ଶୋକ ବ୍ୟକ୍ତ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତିା ଏହା ବ୍ୟତୀତ ଲେଖକ ସାମ୍ମୁଖ୍ୟ, ଭୁବନେଶ୍ୱର ସାହିତ୍ୟ
ସମାଜ, ଓଡ଼ିଆ ଯୁବଲେଖକ ସମ୍ମେଳନ, ବିଶ୍ୱମୁକ୍ତି ପତ୍ରିକା ପରି ଅନୁଷ୍ଠାନ ସମେତ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ, ପ୍ରଫେସର ବାସୁଦେବ ସାହୁ, ଡ. ଦିନନାଥ ପାଠୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡ଼ିଆ ଭାଷା ଆବାହକ ଡ. ଗୌରହରି ଦାସ, କୋଲକତାସ୍ଥିତ ଏକାଡେମୀ କାର୍ଯ୍ୟକ୍ରମ ଅଧ#କାରୀ ଡ. ମିହିର ସାହୁ, ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଅଶ୍ୱିନୀ କୁମାରମିଶ୍ର, ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ର, ରକ୍ଷକ ନାୟକ ଓ ସଂଗଠକ ସୁଧୀର ମଉଡମଣି ପ୍ରମୁଖ ପହଞ୍ଚ#
ଶୋକପ୍ରକଟ କରିଥ#ଲୋ

ମୃତୁ୍ୟ ଶଯ୍ୟା ନିକଟରେ ତାଙ୍କ ପନ#ୀ ରମାରାଣୀ ଓ ପୁତ୍ର ବିଧାନଚନ୍ଦ୍ରଙ୍କ ସମେତ ଆତ୍ମୀୟସ୍ୱଜନ ଉପସ୍ଥିତ ଥ#ଲୋ ବାସଭବନରେ ରଖା ଯାଇଥ#ବା ପାଥ#ର୍ବ ଶରୀରକୁ ବାହାରିନ୍ରୁ ବାହାରିଥ#ବା କନ୍ୟା ଅନନ୍ୟାଙ୍କ ପହଞ୍ଚ#ବା ପର୍ଯ୍ୟନ୍ତ ରଖାଯିବ ଓ ଆସନ୍ତା କାଲି ଅନ୍ତ୍ୟେଷ୍ଟିକି୍ରୟା ସଂପନ୍ନ ହେବ ବୋଲି ପରିବାର ସୂତ୍ରରୁ ପ୍ରକାଶା

Share in top social networks!

୪ର୍ଥ ଅଖିଳ ଭାରତୀୟ ରାଜଭାଷା ଓ ବହୁଭାଷୀ କବି ସମ୍ମିଳନୀ

sahityAବିଶ୍ୱମୁକ୍ତି ଓ କିଟ୍‍ ବିଶ୍ୱବିଦ୍ୟାଳୟ ମିଳିତ ସହଯୋଗରେ ନଭେମ୍ବର ୧୪ତାରିଖଠାରୁ ୧୬ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାଠାରେ ୪ର୍ଥ ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀ ଓ ବହୁଭାଷୀ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ବିଶାଖାପାଟଣାର ହୋଟେଲ୍‍ ଗ୍ରୀନ୍‍ ପାର୍କଠାରେ ଅନୁଷ୍ଠିତ ଉଦ୍‍ଘାଟନୀ ଉତ୍ସବରେ ବିଶାଖାପାଟଣା ସାଂସଦ ଡ. କେ ହରିବାବୁ, ନେଭେଲି
ଲିଗ୍‍ନାଇଟ୍‍ସର ସିଏମ୍‍ଡି ଶରତ କୁମାର ଆଚାର୍ଯ୍ୟ, ବିଶାଖାପାଟଣା ଓ ପାରଦୀପ ବନ୍ଦର ଅଧ୍ୟକ୍ଷ ଡ. କି୍ରଷ୍ଣା ବାବୁ ପ୍ରମୁଖ ଅତିଥି ଭାବେ
ଯୋଗଦେଇଥିବା ବେଳେ ଭୁବନେଶ୍ୱର ସାଂସଦ ତଥ ସଂସଦୀୟ ରାଜଭାଷା ସମିତିର ସଂଯୋଜକ ଡ. ପ୍ରସନ୍ନ ପାଟ୍ଟଶାଣୀ ଅଧ୍ୟକ୍ଷତା
କରିଥିଲେ । ଉଦ୍‍ଘାଟନୀ ଉତ୍ସବରେ ବିଶିଷ୍ଟ ହିନ୍ଦୀ ଓ ତେଲୁଗୁ ସାହିତି୍ୟକ ପଦ୍ମଶ୍ରୀ ଡ. ଲକ୍ଷ୍ମୀପ୍ରସାଦ ଏଲାଗାଡ଼ା ମୁଖ୍ୟବକ୍ତା ଭାବେ
ଯୋଗଦେଇଥିଲେ । ତିନି ଦିନ ଧରି ଆୟୋଜିତ ଏହି ସମ୍ମିଳନୀର ବିଭିନ୍ନ ଅଧିବେଶନରେ ବିଶାଖାପାଟଣା ଷ୍ଟିଲ୍‍ପ୍ଲାଣ୍ଟର ନିଦେ୍ର୍ଧଶକ
ପି.ସି.ମହାପାତ୍ର, ଆନ୍ଧ୍ର ବିଶ୍ୱବିଦ୍ୟାଳୟ ହିନ୍ଦୀ ବିଭାଗ ମୁଖ୍ୟ ପ୍ରଫେସର ସତ୍ୟନାରାୟଣ, ଡ. ଡି ଲକ୍ଷ୍ମଣ, ଇସ୍ରୋର ଯୁଗ୍ମନିଦେ୍ର୍ଧଶକ ଏ.କେ.
ବେଲୁରେ,ପ୍ରଫେସର ଡ.ଇକ୍‍ବାଲ୍‍ ମହମ୍ମଦ, ଡ. ଆଦେଶ୍ୱର ରାଓ,ଆରସିଏଫ୍‍ର କାର୍ଯ୍ୟକାରୀ ନିଦେ୍ର୍ଧଶକ ପି.ଜି. ଦେଶପାଣ୍ଡେ ପ୍ରମୁଖ
ଯୋଗଦେଇ ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାର ଦିଗରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ଏହାର
ସମାଧାନ ନେଇ ସୁଚିନ୍ତିତ ପରାମର୍ଶମାନ ଦେଇଥିଲେ । ସମ୍ମିଳନୀର ଦ୍ୱିତୀୟ ଦିବସରେ ବହୁଭାଷୀ କବି ସମ୍ମିଳନୀ ଅନୁଷ୍ଠିତ
ହୋଇଥିଲା ।ଏଥିରେ ୱାଲଟିୟର୍‍ ରେଳ ଡିଭିଜନ୍‍ର ଡିଆରଏମ୍‍ ଚିତ୍ରଲେଖା ମୁଖାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ
ପ୍ରଫେସର ଆଦେଶ୍ୱର ରାଓ ଓ ଡ. ପି.କେ ଜୟଲକ୍ଷ୍ମୀ ଅତିଥି ଭାବେ ଯୋଗ ଦେଇଥିଲେ । ଓଡ଼ିଶାରୁ କବି ପିତାମ୍ବର ତରାଇ, ରକ୍ଷକ
ନାୟକ, ସୁନୀଲ ପୃଷ୍ଟି, ସୂର୍ଯ୍ୟ ଦେଓ, ପ୍ରିତିଧାରା ସାମଲ୍‍, ସୁଶୀଳ ପୁହାଣ, ସୁଧୀର ମଉଡ଼ମଣୀଙ୍କ ସମେତ ବହୁ ତେଲୁଗୁ ଓ ହିନ୍ଦୀ ସାହିତ୍ୟର
ପ୍ରମୁଖ କବି ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ । ଏହି କବିତା ପାଠୋତ୍ସବରେ ଡ. ଆଦେଶ୍ୱର ରାଓ, ଡ. ପଦ୍ମଶ୍ରୀ ଲକ୍ଷ୍ମୀପ୍ରସାଦ
ଏଲାଗାଡ଼ା, ଡ. ଏମ୍‍ ଇକ୍‍ବାଲ୍‍ ମହମ୍ମଦ, ପ୍ରଫେସର ଏସ୍‍ ଶେଷାରନôମ୍‍ ଓ ପୁଣ୍ୟପ୍ରଭା ଦେବୀଙ୍କୁ ବିଶ୍ୱମୁକ୍ତି ରାଷ୍ଟ୍ରୀୟ ସାହିତ୍ୟ ସାଧନା
ସମ୍ମାନ ୨୦୧୫ ପ୍ରଦାନ କରାଯାଇଥିଲା । ୧୬ତାରିଖରେ ଅନୁଷ୍ଠିତ ଉଦ୍‍ଯାପନୀ ଉତ୍ସବରେ ଏୟାରପୋର୍ଟ ଅଥରିଟି ଅଫ୍‍ ଇଣ୍ଡିଆର
ସଦସ୍ୟ (ଏଚ୍‍ଆର୍‍) ଅନୁଜ ଅଗ୍ରୱାଲ୍‍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା
ସନ୍ଧ୍ୟାବତୀ ପ୍ରଧାନ ଅତିଥି ଭାବେ ଯୋଗଦେଇଥିଲେ । ଉଦ୍‍ଯାପନୀ ଉତ୍ସବରେ ବିଶାଖାପାଟନା ପୋର୍ଟ ଟ୍ରଷ୍ଟ ନେଭେଲି ଲିଗ୍‍ନାଇଟ୍‍
କର୍ପୋରେସନ୍‍, ହିନ୍ଦୁସ୍ଥାନ ସିପେଡ୍‍ ଲିମିଟେଡ୍‍, ଭାରତ କୋକିଂ କୋଲ୍‍ ଲିମିଟେଡ୍‍ ଓ ଏନ୍‍ଏମ୍‍ଡିସିକୁ ରାଷ୍ଟ୍ରୀୟ ରାଜଭାଷା ସମ୍ମାନ
୨୦୧୫ ପ୍ରଦାନ କରାଯାଇଥିଲା । ଏହି ତିନିଦିନଆ ସମ୍ମିଳନୀର ସମସ୍ତ ଅଧିବେଶନରେ ପ୍ରଫେସର ଅଜିତ ମହାପାତ୍ର ଅଧ୍ୟକ୍ଷତା କରିଥିବା
ବେଳେ ଡ. ବେଦୁଲା ରାମାଲକ୍ଷ୍ମୀ ସଂଯୋଜନା କରିଥିଲେ ।
ସମ୍ମିଳନୀରେ ହିନ୍ଦୀକୁ ସରକାରୀ ଭାବେ ରାଷ୍ଟ୍ରଭାଷାର ମାନ୍ୟତା ପ୍ରଦାନ ଏବଂ ଉକ୍ରଳ ବିଶ୍ୱବିଦ୍ୟାଳୟରେ ହିନ୍ଦୀ ବିଭାଗ ଖୋଲିବା ନେଇ
ସର୍ବସମ୍ମତି କ୍ରମେ ଦୁଇଟି ପ୍ରସ୍ତାବ ଗୃହୀତ ହୋଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମ ବିଶ୍ୱମୁକ୍ତିର ସଂପାଦକ ଡ. ଶଶାଙ୍କ ଚୂଡ଼ାମଣୀ ଓ ସବିତା
ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ସରକାରୀ ବିଭାଗ,
ବ୍ୟାଙ୍କର ବରିଷ୍ଠ ଅଧିକାରୀ ଓ ବିଭିନ୍ନ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଗବେଷକ ଯୋଗଦେଇଥିଲେ ।

Share in top social networks!

ମାତୃଭାଷାପାଇଁ ଦୀପଟିଏ ଜଳାଇଛୁ ମାତ୍ର, ଆବଶ୍ୟକ ହେଲେ ମୁକ୍ତିର ମଶାଲ ଜଳାଇବୁ: ୧୬ଦିନର ସାଇକେଲଯାତ୍ରା ସତ୍ୟବାଦୀରେ ଶେଷ

purstyଓଡିଶାରେ ଆଜି ଓଡିଆଭାଷା ଓ ଓଡିଆବାସୀ ଆଜି ଗୌଣ । ସୀମାନ୍ତ ସହରମାନଙ୍କରେ ଓଡିଆଭାଷାର ପ୍ରଚଳନ ପ୍ରାୟ ନାହିଁ କହିଲେ ଚଳେ । ଦେଶର ସର୍ବପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବରେ ଓଡିଶାରାଜ୍ୟ ଗଠନ ହେବାର ସୌଭାଗ୍ୟ ମିଳିଥିଲେ ମଧ୍ୟ ଶାସନ, ପ୍ରଶାସନ ଓ ବ୍ୟକ୍ତିଗତ ସ୍ତରରେ ଓଡିଆଭାଷା ଏପର୍ଯ୍ୟନ୍ତ ଉପଯୁକ୍ତ ସ୍ଥାନ ପାଇପାରିଲାନାହିଁ ।

ଭାଷାଭିତ୍ତିକ ରାଜ୍ୟ ଗଠନର ୮୦ବର୍ଷ ଓ ଓଡିଆ ସରକାରି ଭାଷା ଭାବରେ ପ୍ରଣୀତ ଆଇନର ୬୦ବର୍ଷ ସର୍ବୋପରି ଓଡିଆଭାଷାର ମହାଭାରତୀୟ ମର୍ଯ୍ୟାଦା ଭାବରେ ଶାସ୍ତ୍ରୀୟମାନ୍ୟତା ପ୍ରାପ୍ତିର ଏକବର୍ଷ ପୂର୍ତ୍ତୀ ପରେ ମଧ୍ୟ ଓଡିଆଭାଷାକୁ ବ୍ୟକ୍ତିଗତ ଓ ସରକାରି ସ୍ତରରେ ଉପଯୁକ୍ତ ମର୍ଯ୍ୟାଦା ମିଳିପାରିନାହିଁ । ଯେଉଁ ଭାଷା ଓଡିଆଜାତି ଅସ୍ମିତାର ପରିଚୟ, ତାର ସୀମା, ସ୍ୱାତନ୍ତ୍ର୍ୟ ଓ ସାର୍ବଭୌମତ୍ୱର ଆଧାରଶୀଳା, ସେହି ଭାଷା କ୍ରମଶ ଓଡିଆ ମାଟି ଓ ଓଡିଆ ଛାତି ଭିତରୁ ଦୂରେଇ ଯାଉଛି ।

ଏହାଠାରୁ ବଳି ଦୁଃଖ ଓ ଦୁର୍ଭାଗ୍ୟର ଘଟଣା ଆଉ କିଛି ନାହିଁ । ହିନ୍ଦୀ ଓ ଇଂରାଜୀ କ୍ରମଶଃ ଓଡିଆଭାଷା ଓ ସଂସ୍କୃତିକୁ ଆବୋରି ବସିଲାଣି । ଆମର ସଂଗୀତ, ସିନେମା, ଏପରିକି ଦୃଶ୍ୟଶ୍ରାବ୍ୟ ଗଣମାଧ୍ୟମରେ ଇଂଗ୍ରୋଡିଆ ଭାଷାର ବ୍ୟବହାର ଢେର ବେଶୀ । ତଥାକଥିତ ଦୃଶ୍ୟଶ୍ରାବ୍ୟ ଗଣମାଧ୍ୟମର ଘୋଷକଘୋଷିକାଙ୍କର ଉଦଘୋଷଣରେ ଓଡିଆ ଅପେକ୍ଷା ଅନ୍ୟ ଭାଷା ବ୍ୟବହାର ଢେର ବେଶୀ । ଓଡିଶାର ଶିକ୍ଷା ବ୍ୟବସ୍ଥାକୁ ନେଇ ଏକ ବିଚିତ୍ର ବିଭାଜନ ସୁତ୍ରପାତ ହୋଇଛି ।

ସରକାରି ଓଡିଆ ମାଧ୍ୟମର ବିଦ୍ୟାଳୟ କ୍ରମଶଃ ଦୁର୍ବଳତର ହୋଇ ବନ୍ଦ ଅବସ୍ଥାରେ ପହଞ୍ଚôଥିବାବେଳେ ଗାଁଗହଳରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଛତୁ ଫୁଟିଲାଭଳି ଗଢି ଉଠିଛି । ଏଥିପାଇଁ ସରକାରଙ୍କ ସାମାନ୍ୟ ନିଘା କିମ୍ବା ନିଷ୍ଠା ନାହିଁ । ଅନ୍ୟ ପକ୍ଷରେ ସର୍ବଶିକ୍ଷା ଅଭିଯାନ ଓ ରାଷ୍ଟ୍ରିୟ ମାଧ୍ୟମିକ ଶିକ୍ଷା ଅଭିଯାନ ମାଧ୍ୟମରେ ମାତୃଭାଷା ଶିକ୍ଷା ପ୍ରତି ଗୁରୁତ୍ୱ ଆରୋପ କରାଯାଇ ପ୍ରଚଳିତ କେନ୍ଦ୍ରିୟ ଅନୁଦାନକୁ ରାଜ୍ୟ ସରକାର ଠିକ ସମୟରେ ବିନିଯୋଗ ନ କରିବାରୁ ଇତି ମଧ୍ୟରେ ଏହିସବୁ ଅନୁଦାନ ବନ୍ଦ ହେବାକୁ ବସିଲାଣି । ଯାହା ଫଳରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ବନ୍ଦ ହେବା ସହିତ ନିଯୁକ୍ତ ଶିକ୍ଷା କର୍ମୀମାନେ ମଧ୍ୟ ଅନୁଦାନ ପାଇବେ ନାହିଁ ।

ଓଡିଶା ଶିକ୍ଷା ବ୍ୟବସ୍ଥା ଏହାଦ୍ୱାରା ପ୍ରଭାବିତ ହେବା ସହିତ ବେସରକାରି ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଅଧିକ ଉତ୍ସାହିତ ହୋଇ ଆମ ଭାଷା ପ୍ରତି ବିପଦ ସୃଷ୍ଟି କରିବେ । ଓଡିଶା ଶୈକ୍ଷିକ ବିକାଶର ସ୍ମୃତିସ୍ତମ୍ଭ ସ୍ୱରୂପ ଏକଦା ଗଢି ଉଠିଥିବା ମୁକ୍ତାକାଶ ବନବିଦ୍ୟାଳୟ ଓ ଗୋପବନ୍ଧୁଙ୍କର ମୌଳିକ ଶିକ୍ଷାନୀତି ବିଶ୍ୱକବି ରବିନ୍ଦ୍ରନାଥ ଠାକୁର ଓ ବିଶ୍ୱଭାରତୀ ଶାନ୍ତିନିକେତନକୁ ବହୁବାର ପ୍ରଭାବିତ କରିଥିବାବେଳେ ଓଡିଶାର ଶିକ୍ଷାବ୍ୟବସ୍ଥା ପ୍ରତି ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ଉଦାସୀନତା ବିଷୟରେ ଜନସଚେତନତାପାଇଁ ବିଶ୍ୱଭାରତୀର ବିଦ୍ୟାର୍ଥୀମାନେ ସାଇକେଲ ଶୋଭାଯାତ୍ରାରେ ବାହାରି ବକୁଳବନରେ ଭାଷା ସଂସ୍କୃତିର ସୁରକ୍ଷା ଉଦେ୍ଧଶ୍ୟରେ ସଂକଳ୍ପ ଗ୍ରହଣ କରିବା ସହିତ ସେମାନଙ୍କର ଉଦ୍ଧାତ୍ତ ଉଦଘୋଷଣା ଜାରି ରଖିଛନ୍ତି । ଶାନ୍ତିନିକେତନରୁ ବାହାରିଥିବା ସଂପୃକ୍ତ ଛାତ୍ରଛାତ୍ରୀମାନେ ଓଡିଶାର ବିଭିନ୍ନ ସ୍ଥାନ ଓ ଯୋଗଜନ୍ମା ପୂର୍ବସୂରୀମାନଙ୍କ ଜନ୍ମସ୍ଥଳୀ ପରିଭ୍ରମଣ ସଚେତନତା ସୃଷ୍ଟି କରିବା ସହିତ ସାତଶହ ପଚାଶ କୋଶ ପଥ ଅତିକ୍ରମ କରି ସତ୍ୟବାଦୀ ବକୁଳ ବନବିଦ୍ୟାଳରେ ଭାଷା ଆନେ୍ଦାଳନର ଏକ ଶକ୍ତିଶାଳୀ ସନେ୍ଦଶ ଶୁଣାଇଛନ୍ତି । ସଂପୃକ୍ତ ବିଦ୍ୟାର୍ଥୀମାନଙ୍କ ସମ୍ବର୍ଦ୍ଧନାର ପ୍ରତୁ୍ୟତ୍ତରର ସମ୍ମିଳିତ ସ୍ୱର ଓଡିଆ ଜାତିକୁ ଚେତେଇ, ତତେଇ ଓ ମତେଇ ଦେବାପାଇଁ ଯଥେଷ୍ଟ ହେବ କହିଲେ ଅତୁ୍ୟକ୍ତି ହେବନାହିଁ । ପ୍ରକାଶଥାଉକି, ଉକ୍ତ ଭାଷା ଆନେ୍ଦାଳନର ସାରଥି ଶୋଭାଯାତ୍ରୀମାନେ ଷୋଷଣା କରିଥିଲେ ଆଜିଆମେ ଭାଷାର ମଙ୍ଗଳ ମନାସୀ ଦୀପଟିଏ ଜଳାଇବାକୁ ଆସିଛୁ । ଆସନ୍ତାକାଲି ଆବଶ୍ୟକ ହେଲେ ମହାମୁକ୍ତିର ମଶାଲ ଜାଳିବୁ । ସେଥିପାଇଁ ଓଡିଶାର ପ୍ରତିଟି ମଣିଷ ସତର୍କ ହେବାର ଆବଶ୍ୟକତା ଏକାନ୍ତ ଜରୁରୀ । ଶାନ୍ତିନିକେତନ ବଙ୍ଗର ଶୈଖିକ ବିକାଶର ପୂଣ୍ୟ ତୀର୍ଥ ଭାବରେ ପରିପୂର୍ଣ୍ଣ ମାନ୍ୟତା ପାଇଥିବାବେଳେ ଆମ ଓଡିଶାର ଶୈଖିକ ବିକାଶର ପୂଣ୍ୟ ତୀର୍ଥ, ପୂଣ୍ୟଭୂମି, ପୂଣ୍ୟ ଦେବାଳୟ ନଇଁ ଯାଉଛି, ନହକି ଯାଉଛି ଏବଂ ଭାଙ୍ଗିପଡୁଛି । ଶାନ୍ତିନିକେତନର ଶିକ୍ଷାମନ୍ଦିର ଓ ସତ୍ୟବାଦୀର ଶିକ୍ଷା ଶ୍ମଶାନ ସେମାନଙ୍କ ଆଖିରେ ଲୁହ, ଛାତିରେ କୋହ ଓ ବକ୍ତବ୍ୟରେ କ୍ରେଧର ଝଙ୍କାର ତୋଳିଥିଲା ।

ଆଜିର ଉଦ୍ୟାପନୀ ଯାତ୍ରାରେ ଓଡିଆଭାଷା ସଂଗ୍ରାମ ସମିତି, ଓଡିଆଭାଷା ସଚେତନଯାତ୍ରା ଅଭ୍ୟର୍ଥନା କମିଟି ଓ ଉକ୍ରଳ ସମ୍ମିଳନୀ ମିଳିତ ଭାବରେ ସାମିଲ ହୋଇଥିଲେ । ଅପରାହ୍ଣରେ ଏହି ଅଭିଯାତ୍ରୀଦଳ ସାକ୍ଷୀଗୋପାଳ ପହଞ୍ଚôବା ପରେ ଓଡିଆଭାଷା ସଂଗ୍ରାମ ସମିତିର ଆବାହକ ଶ୍ରୀଯୁକ୍ତ ଶଙ୍କର ପରିଡାଙ୍କ ନେତୃତ୍ୱରେ ଏକ ବିଶାଳ ସାଇକେଲ ଶୋଭାଯାତ୍ରାରେ ପାଛୋଟି ପଞ୍ଚଶଖାଙ୍କ ସ୍ମୃତିପୀଠକୁ ପାଛୋଟି ନିଆଯାଇଥିଲା । ସମାଧିପୀଠରେ ପଞ୍ଚସଖାଙ୍କୁ ମାଲ୍ୟାର୍ପଣ କରିବା ପରେ ସହର ପରିକ୍ରମା କରାଯାଇଥିଲା । ଯାତ୍ରା ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ବିପୁଳ ଜନସମାଗମ ଘଟିଥିବାରୁ ପିଲାଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଥିଲା ଓ ଶୋଭାଯାତ୍ରା ଦଳଙ୍କୁ ବିଭିନ୍ନ ଛକମାନଙ୍କରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଡଃ ସୁବ୍ରତ ପୃଷ୍ଟିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଯାତ୍ରା ଉଦ୍ୟାପନୀ ଓ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ସାଂସଦ ବୈଷ୍ଣବ ଚରଣ ପରିଡା, ପ୍ରଫେସର ଅଦୈ÷ତ ପାତ୍ର, ପ୍ରଫେସର ନଟବର ଶତପଥୀ, ସମାଜସେବୀ ହେମନ୍ତ ରଥ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଶଶୀମଣୀ ବରାଳ, ଡଃ ବିଶ୍ୱନାଥ ରଥ, ଉକ୍ରଳ ସମ୍ମିଳନୀ ଜିଲ୍ଲା ଆବାହକ ଭୀମସେନ ମହାପାତ୍ର, କବି ଉମାକାନ୍ତ ରାଉତ, ସବିତା ପଣ୍ଡା ଓ ସତ୍ୟବାଦୀର ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା , ଯୁବକଛାତ୍ରମାନଙ୍କ ଉପସ୍ଥିତ ଥିବାବେଳେ ବନବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ପ୍ରଭାସ ରଂଜନ କର ଧନ୍ୟବାଦ ଅର୍ପଣ କରିଥିଲେ । ଶୋଭାଯାତ୍ରାକାରୀଙ୍କଦ୍ୱାରା ଓଡିଶାର ସମସ୍ତ ବିଦ୍ୟାଳୟରେ ଓଡିଆଭାଷା ଶିକ୍ଷକ ନିଯୁକ୍ତି, ଓଡିଶାର ସମସ୍ତ ନିଯୁକ୍ତି ପରୀକ୍ଷା ଓଡିଆରେ କରିବା, ଓଡିଶାର ସମସ୍ତ ସରକାରି କାମ ଓଡିଆରେ କରିବା, ନିଯୁକ୍ତି କ୍ଷେତ୍ରରେ ଥିବା ବାଧ୍ୟତାମୂଳକ ଇଂରାଜୀ ଭାଷା ବିଷୟ ଉଠାଇ ଦେବା, ଓଡିଶାରେ ସ୍ଥାପିତ ସମସ୍ତ କମ୍ପାନୀର ଇଂଜିନିୟରିଂ, ମ୍ୟାନେଜମେଣ୍ଟ ଓ ଡିପ୍ଲୋମା କ୍ଷେତ୍ରରେ ନିଯୁକ୍ତିପାଇଁ ୯୫ଭାଗ ସ୍ଥାନ ଓଡିଆପିଲାଙ୍କପାଇଁ ସଂରକ୍ଷଣ କରିବା ଆଦି ଦାବି କରାଯାଇଥିଲା ।

Share in top social networks!

ମାର୍ଚ୍ଚ ୩୦ରୁ ଜାତୀୟ ଭାଷା ସମ୍ମିଳନୀ; ପାଠ ହେବ ୧୦୦ ଗବେଷଣାତ୍ମକ ସନ୍ଦର୍ଭ, ଯୋଗଦେବେ ଦେଶବିଦେଶର ୫୦୦ ପ୍ରତିନିଧି

odiabhasaଦେଶର ଦ୍ୱିତୀୟ ଜାତୀୟ ଭାଷା ସମ୍ମିଳନୀ ଆସନ୍ତା ମାର୍ଚ୍ଚ ୩୦ରୁ ଅପ୍ରେଲ ୨ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ
ଅନୁଷ୍ଠିତ ହେବାକୁ ଯାଉଛି । ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାଦ୍ୱାରା ଆୟୋଜିତ ଏହି ୪ଦିନିଆ ସମ୍ମିଳନୀରେ ଭାରତର ସମସ୍ତ ଭାଷାଭିତ୍ତିକ
ବିଶ୍ୱବିଦ୍ୟାଳୟର କୁଳପତି, ସମସ୍ତ କ୍ଲାସିକାଲ ଭାଷା ସଂସ୍ଥାର ମୁଖ୍ୟ, କେନ୍ଦ୍ର ଲଳିତକଳା ଏକାଡେମୀ, କେନ୍ଦ୍ର ସାହିତ୍ୟ ଏକାଡେମୀ, କେନ୍ଦ୍ର ସଂଗୀତ ନାଟକ
ଏକାଡେମୀ, କେନ୍ଦ୍ରିୟ ଭାରତୀୟ ଭାଷା ସଂସ୍ଥା, କେନ୍ଦ୍ରିୟ ହିନ୍ଦୀ ସଂସ୍ଥାନ, କେନ୍ଦ୍ରିୟ ହିନ୍ଦୀ ନିଦେ୍ର୍ଧଶାଳୟ, କେନ୍ଦ୍ରିୟ ଇଂରାଜୀ ଓ ବିଦେଶୀ ଭାଷା
ବିଶ୍ୱବିଦ୍ୟାଳୟ, କେନ୍ଦ୍ରିୟ ନୃତାତ୍ତ୍ୱିକ ଅନ୍ୱେଷଣ ସଂସ୍ଥା, ଭାରତର ପ୍ରତ୍ନତାତ୍ତ୍ୱିକ ସର୍ଭେ ସଂସ୍ଥା, ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର, ଜାତୀୟ
ଅଭିଲେଖାଗାର, ଜାତୀୟ ପାଣ୍ଡୁଲିପି ମିଶନ ଆଦି ଅନୁଷ୍ଠାନ ସମେତ ଓଡିଶା ବିଷୟରେ ଗବେଷଣା କରିଥିବା ଜାତୀୟ ଓ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ
ଗବେଷକ ଏବଂ ଓଡିଶାର ବୁଦ୍ଧିଜୀବୀ, ଶିକ୍ଷକ, ଛାତ୍ରଛାତ୍ରୀ, ରାଜନେତା ଆଦି ଯୋଗଦେଇ ନିଜର ସୁଚିନ୍ତିତ ମତ ରଖିବେ ।

ସର୍ବଭାରତୀୟ ସ୍ତରରେ
ଭାରତୀୟ ଭାଷାଚର୍ଚ୍ଚାପାଇଁ ଏକକ ମଞ୍ଚ ତିଆରି କରିଥିବା ଏହି ସମ୍ମିଳନୀ ଆୟୋଜନର ମୁଖ୍ୟ ଉଦେ୍ଧଶ୍ୟ ହେଲା ଭାରତୀୟ ଭାଷାମାନଙ୍କ ମଧ୍ୟରେ ସମନ୍ୱୟ
ସ୍ଥାପନ କରି ମାତୃଭାଷାଭିତ୍ତିକ ବହୁଭାଷିକ ଶିକ୍ଷା ବ୍ୟବସ୍ଥାକୁ ପ୍ରଚଳନ କରାଇବା । ଏଥି ସହିତ ଭାରତରେ ବିଭିନ୍ନ ଭାଷାଗୋଷ୍ଠୀ ରହୁଥିବାରୁ ଏକ ଜାତୀୟ
ଭାଷାନୀତି ପ୍ରଚଳନପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରାଇବା । ଶାସ୍ତ୍ରୀୟ ମାନ୍ୟତା ପାଇଲା ପରେ ଓଡିଆକୁ ରାଷ୍ଟ୍ରିୟ ସ୍ତରରେ ପ୍ରତିଷ୍ଠା
କରିବାକୁ ବିଶେଷ କିଛି ଉଦ୍ୟମ ହୋଇ ନ ଥିବାରୁ ଏସବୁ କାର୍ଯ୍ୟକ୍ରମ ଉଭୟ କେନ୍ଦ୍ରିୟ କ୍ଲାସିକାଲ ଓଡିଆ ସଂସ୍ଥା ଓ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାପାଇଁ
ଭବିଷ୍ୟତ କାର୍ଯ୍ୟକ୍ରମ ଦିଗରେ ଅନେକ ନୂଆ ଚିନ୍ତାଧାରା ସୃଷ୍ଟି କରିବ ବୋଲି ଆୟୋଜକଗଣ ସୂଚନା ଦେଇଛନ୍ତି । ଓଡିଆ ଓ ଭାରତୀୟ ଭାଷା, ଲିପି,
କଳା, ସଂଗୀତ, ନୃତ୍ୟ ଆଦି ବିଷୟରେ ୨୦ଟି ସତ୍ରରେ ୧୦୦ଟି ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ କରାଯିବାର ଲକ୍ଷ୍ୟ ଥିବାବେଳେ ଦେଶବିଦେଶରୁ
ପ୍ରାୟ ୫୦୦ ଗବେଷକଙ୍କୁ ନିମନ୍ତ୍ରିତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହାର ଉଦ୍ଘାଟନ ଓ ଉଦ୍ୟାପନ ଉତ୍ସବପାଇଁ ଭାରତର ମହାମହିମ
ଉପରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବାପାଇଁ ବିଚାର କରାଯାଇଛି । ଏହାର ସଫଳ ରୂପାୟନପାଇଁ ରାଜ୍ୟ ସରକାରଙ୍କ ସହ
ଆଲୋଚନା କରିବା ଉଦେ୍ଧଶ୍ୟରେ ଏକ ୫ଜଣିଆ ପ୍ରତିନିଧିଦଳ ଚଳିତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସକସଚିବଙ୍କୁ ସାକ୍ଷାତ କରିବା ପରେ ପରବର୍ତ୍ତୀ
ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।
ଭାରତୀୟ ବିଦ୍ୟାଭବନଠାରେ ଆୟୋଜିତ ପ୍ରଥମ ପ୍ରସ୍ତୁତି ବୈଠକରେ ସଂସ୍ଥାର ଅଧ୍ୟକ୍ଷ ତଥା ଦ୍ୱିତୀୟ ଜାତୀୟ ଭାଷା ସମ୍ମିଳନୀର ଅଭ୍ୟର୍ଥନା କମିଟିର
କାର୍ଯ୍ୟକାରି ଅଧ୍ୟକ୍ଷ ଡଃ ଦେବୀପ୍ରସନ୍ନ ପଟ୍ଟନାୟକ ଓ ଉପାଧ୍ୟକ୍ଷ ପ୍ରଫେସର ଡଃ ଓଂକାରନାଥ ମହାନ୍ତି ଏହାର ରୂପରେଖ ଏବଂ ନିଆଯାଇଥିବା ପଦକ୍ଷେପ
ଉପସ୍ଥାପନ କରିଥିଲେ । ଭାଷାକୁ ନେଇ ଜାତୀୟ ସ୍ତରର ଏଭଳି ସମ୍ମିଳନୀର ଆବଶ୍ୟକତା ବିଷୟରେ ସଂସ୍ଥାର ସଦସ୍ୟ ସଚିବ ଡଃ ସୁବ୍ରତ ପୃଷ୍ଟି ପ୍ରାରମ୍ଭିକ
ସୂଚନା ଦେଇଥିବାବେଳେ ଏହି ପ୍ରସ୍ତୁତି ବୈଠକରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସୁଧାଂଶୁ ଭୂଷଣ ମିଶ୍ର,
ପ୍ରାକ୍ତନ ଆରକ୍ଷୀ ମହାନିଦେ୍ର୍ଧଶକ ତଥା ଇନଟାକର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମିୟ ଭୂଷଣ ତ୍ରିପାଠୀ, ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ଶ୍ରୀଯୁକ୍ତ ମଧୁସୂଦନ
ପାଢୀ, ସାଂସଦ ଶ୍ରୀଯୁକ୍ତ ବୈଷ୍ଣବ ପରିଡା, ଡଃ ରାମଚନ୍ଦ୍ର ଖୁଣ୍ଟିଆ, ପ୍ରାକ୍ତନ ବିଧାୟିକା ଡଃ. ସିପ୍ରା ମଲ୍ଲିକ୍, ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ, ପ୍ରଫେସର ଡଃ.
କିଶୋର ବାସା, ଶ୍ରୀଯୁକ୍ତ ଧନଦାକାନ୍ତ ମିଶ୍ର, ସୁଦର୍ଶନ ଦାସ, ପ୍ର.ବ୍ରଜେନ୍ଦ୍ର ପ୍ରସାଦ ଦାସ, ଡଃ. ନିବେଦିତା ମହାନ୍ତି, ଡଃ ବସନ୍ତ ପଣ୍ଡା, କୂଟନୀତିଜ୍ଞ ଶ୍ରୀ
ଅବସର ବେଉରିଆ, ଧୀରେନ୍ଦ୍ର ରାୟ, ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ବସନ୍ତ ଦାସ, କ୍ରାନ୍ତିକୁମାର ସାକ୍ସେନା, ଅରୁଣ ସ୍ୱାଇଁ ନୃତ୍ୟଶିଳ୍ପୀ ପ୍ରଫେସର ମିତାଲି
ଚିନାରା, ଅରୁଣା ମହାନ୍ତି, ଜାତୀୟ ଅଭିଲେଖାଗାରର ଉପନିଦେ୍ର୍ଧଶକ ଡଃ ଲଲାଟେନ୍ଦୁ ଦାସମହାପାତ୍ର, ସମାଜସେବୀ ଶ୍ରୀଯୁକ୍ତ ମଧୁସୂଦନ ଦାସ, ଲିପିନା
ସାହୁ ପ୍ରମୁଖ ଉପସ୍ଥିତ ରହି ପରବର୍ତ୍ତୀ କାର୍ଯ୍ୟକ୍ରମ ସ୍ଥିର କରିଥିଲେ ।

Share in top social networks!

ନବନବୋଭାବନଶୀଳ…!!!

10250324_549583295150875_591131999373893045_nସୁଧି ପାଠକେ…!
ଏଇମିତି ସକାଳ ଆସେ । ଆମର ଦୈନନ୍ଦିନ କର୍ତ୍ତବ୍ୟ କର୍ମରେ ଆମେ ପୁଣି ହଜିଯାଉ। ସଞ୍ଜ ନଇଁ ଆସେ। ପୁଣି ଆସନ୍ତାକାଲିର ଚିନ୍ତାରେ ଆମେ ପୁଣି ସୁଷୁପ୍ତି ଅବସ୍ଥାକୁ ଚାଲିଯାଉ। ଜୀବନର ଏଇ କୋଳାହଳରେ ନା ମନୁଷ୍ୟ ଶାନ୍ତିରେ ଶୋଇପାରେ ନା ଜୀବନର ଏଇ ଅବଚେତନ ନିଷ୍ପନ୍ଦତାରେ କେବେ ପ୍ରକୃତ ଜାଗ୍ରତ ହୁଏ । ମନୁଷ୍ୟର ଜୀବନରେ ସମୃଦ୍ଧି ନିମନ୍ତେ ଉଚ୍ଚାଭିଳାଷ ଅତ୍ୟୁତ୍ତମ ହେଲେ ଅତ୍ୟାଶା ତାକୁ ଅତି ଦୟନୀୟ ଅବସ୍ଥାକୁ ପ୍ରେରିତ କରିଥାଏ । ତାର ଭରସା ତାକୁ ଆଶଂସିତ କରେ। ହେଲେ ବିଫଳତାରେ ତାର ଗତିଜ୍ଞାନ ସବୁ ଲୋପହୁଏ। ମନୁଷ୍ୟର ଦିବ୍ୟାଶା ଆଉ ବାସ୍ତବବାଦର ସ୍ୱପ୍ନ ହିଁ ତାକୁ ଏକ ଶ୍ରେଷ୍ଠଜୀବ କରି ଗଢ଼ି ତୋଳେ। ଜୀବନଯାପନର ଗତିପଥ ସମାଜର ମାପକରେ ବହୁକାଳରୁ ନିର୍ଦ୍ଧାରିତ ହୋଇଆସିଛି।

କେତେଜଣ ଏଇ ଚିରାଚରିତ ଗତିପଥକୁ ଆପଣେଇ ପାରନ୍ତି ନାହିଁ। ସମାଜରେ ବିଦ୍ରୋହ ଉଠେ। ସଂସ୍କାର ଚିହିଁକି ପଡ଼େ। ଇତିହାସ ବହି ପୁଣି ପଛକୁ ଲେଉଟେ। ବିବର୍ତ୍ତନବାଦର ସୂତ୍ରପାତ ହୁଏ। ସେଇଥିରୁ ଉତୁରି ଆସନ୍ତି ବୁଦ୍ଧ, ଯୀଶୁ, ସକ୍ରେଟିସ୍‌, ହିଟ୍‌ଲର୍‌, ମହାତ୍ମା, ସଦ୍ଦାମ୍‌, ଓସାମା, ଟେରେସା, ପ୍ରଭୃତି। ସମାଜର ନିର୍ଦ୍ଧାରିତ ପଥରୁ କେବଳ ନିଜକୁ ନୁହଁ ସମଗ୍ର ମାନବଜାତିକୁ କୋଳେଇ ନେବାର ଭାବନାରେ ଯେଉଁମାନେ ଅଡ଼େଇ ଯାଆନ୍ତି ସେମାନେ ଦିବ୍ୟାତ୍ମା ହୋଇଯାଆନ୍ତି। ଯେଉଁମାନେ ଏଇ ନିର୍ଦ୍ଧାରିତ ପଥକୁ ଠେଲିଦେଇ ନିଜକୁ ଶ୍ରେଷ୍ଠ ଆଉ ଶକ୍ତିମାନ ରୂପେ ପ୍ରତିଷ୍ଠା କରନ୍ତି ସେମାନେ ସଇତାନ ହୁଅନ୍ତି।

ସାଂଖ୍ୟ ଦର୍ଶନରେ ଅବ୍ୟାକୃତ ପ୍ରସଙ୍ଗରେ ଆଦିରସରୁ ସମଗ୍ର ବିଶ୍ୱର ଅଭ୍ୟୁଦୟର କଥା ଅତି ଜ୍ଞାନୋପଯୋଗୀ। ସମଗ୍ର ସୃଷ୍ଟି ଆଧିଭୌତିକ। ସମଗ୍ର ଜୀବ ପଞ୍ଚ ମହାଭୂତରୁ ସୃଷ୍ଟି ହୋଇ ସେଇଥିରେ ହିଁ ବିଲୟ ହୁଅନ୍ତି। ବିଲୟର ପୂର୍ବକ୍ଷଣରେ ଦେଇଯାଆନ୍ତି ନିଜର ଜ୍ଞାନ ଅଥବା ଅଜ୍ଞାନର ଶକ୍ତି ତରଙ୍ଗ। ଏହାକୁ ଅନୁସରି କିଏ ଚିନ୍ତାଚୈତନ୍ୟର ସହ ପ୍ରେରିତ ହୋଇ ମହାମାର୍ଗରେ ହଜିଯାଏ ଆଉ କିଏ ଏହି ମହାମାର୍ଗର ବିପରୀତାଭିମୁଖୀ ହୁଏ। ଏଇ ଦୁନିଆଁ ମନୁଷ୍ୟର ଆଶା ଓ ନିରାଶାର ଚରାଭୂଇଁ।

ମହାଭାରତର ବନପର୍ବ ହେଉ ବା ବିଶ୍ୱର ଯେ କୌଣସି ଧର୍ମଗ୍ରନ୍ଥ ହେଉ; ସବୁଠାରେ କାରଣଜଳ ହିଁ ସୃଷ୍ଟିର ପ୍ରଥମ କାରଣ ହୋଇ ଆସିଛି। ମନୁଷ୍ୟର ଶରୀରଗତ କୋଷ ସମଗ୍ରର ଅର୍ଦ୍ଧାଧିକ ତତ୍ତ୍ବ ମଧ୍ୟ ଜଳ। ମନୁଷ୍ୟର ଜୀବସତ୍ତାକୁ ଜଳର ସମସ୍ତ ଗୁଣାବଳୀ ପ୍ରାପ୍ତ ହୋଇ ଆସିଅଛି। ମନୁଷ୍ୟର ପ୍ରକୃତ ସ୍ଥିତି ହେଉଛି ତାର ଆତ୍ମା ଯାହାକୁ ଅବିନଶ୍ୱର ଆଉ ସମସ୍ତ ଇନ୍ଦ୍ରିୟସତ୍ତାରୁ ବିମୁକ୍ତ। କିନ୍ତୁ ଆମର ଲାଳସା, କାମନା ଆଉ ଅହଂ ଆମର ଶରୀରକୁ ତଥା ସମସ୍ତ ଜୀବତତ୍ତ୍ୱକୁ ବିନଷ୍ଟ କରିଥାଏ। ଏହି ତତ୍ତ୍ୱକୁ ବୁଝିବାକୁ ହେଲେ, ଆସ ବୁଝିବା ମନୁଷ୍ୟ ଶରୀରର ଏକକ ପ୍ରତ୍ୟେକ କୋଷର କଥା। ଏହାର ସର୍ଜ୍ଜନା ଆଉ ବିଲୟର କଥା ।

[କ୍ରମଶଃ]

[ “ନବନବୋଭାବନଶୀଳ” ଏକ ସୁଦୀର୍ଘ ପ୍ରବନ୍ଧ “ଅହଂ ବ୍ରହ୍ମାସ୍ମି”ର କିୟଦଂଶ(ତୃତୀୟ ଅଂଶ) । ଯାନ୍ତ୍ରୀକ ମୁଦ୍ରଣ ସମୟ ସାପେକ୍ଷ ହୋଇଥିବାରୁ ସମ୍ପୂର୍ଣ୍ଣ ପ୍ରବନ୍ଧଟି ପ୍ରକାଶ କରିବାର ସୁଯୋଗ ମିଳୂନାହିଁ । ସହୃଦୟ ପାଠକଗଣ ମୋ ଦ୍ୱିଧାକୁ ହୃଦୟଙ୍ଗମ କରିବେ ବୋଲି ମୋର ଆଶା ଓ ବିଶ୍ୱାସ। ସମୟ ଓ ସୁଯୋଗ ଅନୁସାରେ ପରବର୍ତ୍ତୀ ଭାଗ ସବୁ ମୁଦ୍ରଣ ହେଲେ ନିଶ୍ଚୟ ପାଠକଙ୍କ ନିମନ୍ତେ ପ୍ରକାଶ କରିବି।]

Share in top social networks!

ଅଧ୍ୱାନ୍ତ…!!!

10525895_570644949711376_6871113206934884009_nପୃଥିବୀ ପୃଷ୍ଠରେ ସନ୍ଧ୍ୟା ନଇଁ ଆସେ। ପକ୍ଷୀମାନେ ଫେରି ଯାଆନ୍ତି ନିଜ ନିଜର ନୀଡ଼କୁ, ଆଗାମୀ କାଲିର ସଂକଳ୍ପ ନେଇ। ଏଇ ପକ୍ଷୀମାନଙ୍କ ପ୍ରତିଭୂରେ ମୁଁ ଦେଖେ ଆଶା,ବିଶ୍ୱାସ, ଭରସା, ପ୍ରତିଜ୍ଞା, ପ୍ରେରଣା, ଅଭିପ୍ରାୟଣ, ଆସ୍ଥା, ଶ୍ରଦ୍ଧା, ନିଷ୍ଠା, ଆହୁରି କେତେକଣ। ଏଇ ସବୁ ନିରୀହ ନିଷ୍ପାପ ପ୍ରାଣଗୁଡ଼ିକ ଅତି ଧୈର୍ଯ୍ୟ ଆଉ ଦୃଢ଼ତାର ପ୍ରତୀକ। ଏମାନଙ୍କୁ ଦେଖିଲେ ଚିନ୍ତା ଓ ଚେତନାରେ ପର ଲାଗେ, ଜୀବନର ମୁକ୍ତ ପ୍ରାଙ୍ଗଣରେ ଉଡ଼ିବାକୁ ମନେ ହୁଏ। ଦିବ୍ୟ ଶାଶ୍ୱତ ଜ୍ଞାନାଲୋକରେ ବିଚରଣ କରି ମୁକ୍ତି ଆଉ ଆନନ୍ଦର ଅନ୍ନକଣ ଉଞ୍ଛିବା ହିଁ ଏକଲକ୍ଷ ହେବାର ପ୍ରତ୍ୟୟ ହୁଏ ।

ଏମାନେ ପ୍ରତ୍ୟେକ ମୁହୂର୍ତ୍ତ, ଦିନ, ମାସ ଓ ବର୍ଷକୁ ଜୀଅଁନ୍ତି ଅନନ୍ୟଚିତ୍ତ ହୋଇ। ଠାସକୁ ମାରିବାର ଜୀବନରୁ ଏମାନେ ବହୁତ ଦୂରରେ। ନିଜର ନୀଡ଼ ନିଜେ କରନ୍ତି, ନିଜର ଅନ୍ନକଣ ନିଜେ ସଂଗ୍ରହ କରନ୍ତି, ନିଜର ଜୀବନକୁ ମୁକ୍ତ ଆଉ ଶକ୍ତ ହୋଇ ଜୀଅଁନ୍ତି ନିଜକୁ ନୀଳ ଆକାଶର ଖୋଲା ଛାତିରେ ସମର୍ପି ଦେଇ।

ଆସନ୍ତୁ; ଏଇମିତି ବଞ୍ଚିଯିବା, ସାଥୀ ହୋଇ ସତ୍ୟ ହୋଇ। ସବୁଠୁ ବଡ଼ କଥା ହେଲା ନିଜର ଅନୂଢ଼ ପରିଚୟ ନେଇ । ଗର୍ବ ଓ ଗୌରବରେ ଆଗେଇ ଯିବା ଏକ ସୁଖ-ଶାନ୍ତି-ସମୃଦ୍ଧିର ଜୀବନ ପାଇଁ।

- ପ୍ରଭୂ

ଜ୍ଞାତାର୍ଥ :
୧. ଅଧ୍ୱାନ୍ତ – ମୁହଁ ଅନ୍ଧାର, ମାର୍ଗର ସୀମା, ଯାତ୍ରାର ଶେଷ ପର୍ଯ୍ୟାୟ
୨. ପ୍ରତିଭୂ – ପରିବର୍ତ୍ତେ, ବଦଳରେ
୩. ଅଭିପ୍ରାୟଣ – ଉଦ୍ଦେଶ୍ୟକୁ କାର୍ଯ୍ୟରେ ଲଗାଇବାର ଇଚ୍ଛା
୪. ଉଞ୍ଛିବା – ଶସ୍ୟକେଣ୍ଡାରୁ ଶସ୍ୟକୁ ମୁଠାକରି ଦୁହିଁବା
୫. ଠାସକୁ ମାରିବା – ପର ଉପରେ ନିର୍ଭର କରିବା
[ପାଠକମାନଙ୍କ ଅବଗତି ନିମନ୍ତେ ଶବ୍ଦାର୍ଥ ଗୁଡ଼ିକ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରୁ ସଂଗ୍ରହ କରି ଦିଆଯାଇଅଛି ]

Share in top social networks!

ଏଇ ଦିନ…ଗଲା ସନ…!!!

994887_406907336085139_692043306_n

ପାନୋରାମା ଇଣ୍ଡିଆ ଜମିଗଲା…!
ଭାଇ ଭଉଣୀ ଏ, ଟରୋଣ୍ଟୋ ମଞ୍ଚରେ;
ପୁଣି ରଙ୍ଗବତୀ ଗୁଞ୍ଜରିଲା…!!!

ଭାଇ ଓ ଭଉଣୀମାନେ…!

ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ଭିତରେ ଟରୋଣ୍ଟୋ ସହରର ଆକର୍ଷଣୀୟ ମଧ୍ୟସ୍ଥଳ ୟଙ୍ଗ ଡଣ୍ଡାସ୍‌ ସ୍କୋୟାର୍‌ରେ “ପାନୋରାମା ଇଣ୍ଡିଆ ୨୦୧୩” ମହା ସମାରୋହରେ ପାଳିତ ହୋଇ ଯାଇଛି ।
ଏହି ଉତ୍ସବର ସଫଳତାର ଶ୍ରେୟ ଆମ ଓଡ଼ିଆ ଭାଇ ଜୀବନଜିତ୍‌ଙ୍କର । ସେଥିପାଇଁ ମୁଁ ଆହୁରି ଆନନ୍ଦିତ ଏବଂ ଗୌରବାନ୍ୱିତ ।

ଏହି ଉତ୍ସବ ଚାଲିଥିଲା ବେଳେ,
ମଞ୍ଚରୁ ଘୋଷକ ଯେତେବେଲେ ସମସ୍ତ ରାଜ୍ୟର ନାମ ଧରି ଡାକୁଥିଲେ, ସବୁ ରାଜ୍ୟବାସୀମାନେ ମହାକଳରୋଳରେ ସଭାମଣ୍ଡପ କମ୍ପାଇ ଦେଉଥିଲେ । ଯେତେବେଳେ ଓଡ଼ିଶାର ନାମ ଡକାଗଲା ସେତେବେଳେ କାଁ ଭାଁ କେଉଁଠୁ କେତୋଟି ସ୍ୱର ହୁ…ହା…ହୋ…! କରି ପୁଣି ଜନଗହଳିରେ ମିଳାଇଗଲା । ମନଟା ମୋର ଆମ୍ବିଳିଆ ହୋଇଗଲା । ଆମର ଜଣେ ଭାଇ ଏହି ମହୋତ୍ସବର ସୂତ୍ରଧର ଆଉ ଆମ ଓଡ଼ିଆ ଭାଇ ଓ ଭଉଣୀଙ୍କ ଅନୁପସ୍ଥିତି ହେଉ ଅଥବା ନୀରବତା ମୋତେ ଖଟକିବାରେ ଲାଗିଲା ।

ମୁଁ ଘୋଷକଙ୍କ ଆମନ୍ତ୍ରଣରେ ମଞ୍ଚ ଉପରକୁ ଯାଇଥିଲି ଆଉ ଡାକବାଜି ଯନ୍ତ୍ରରେ ଅତି ଗର୍ବର ସହ କହିଥିଲି ଯେ ” ଆଇ ଏମ୍‌ ଫ୍ରମ୍‌ ଓଡ଼ିଶା…ଆଇ ଏମ୍‌ ଏ ଓଡ଼ିଆ…!!!”

ତାପରେ ପୁଣି ଦୋହରାଇଥିଲି ଆମ ଓଡ଼ିଶାର ସତୁରୀ ଦଶକର ସେଇ ବିଶ୍ୱବିଖ୍ୟାତ ଅମର ଗୀତ ” ଏ ରଙ୍ଗବତୀ…ରେ…ରଙ୍ଗବତୀ…!!!”
( ଏହାର ଲେଖକ ମିତ୍ରଭାନୁ ଖୁଣ୍ଟିଆ, ସ୍ୱର ସଂଯୋଜକ ପ୍ରଭୂଦତ୍ତ ପ୍ରଧାନ, ଗାୟକ ଜିତେନ୍ଦ୍ର ହରିପାଲ ଏବଂ କୃଷ୍ଣା ପଟେଲ୍‌ଙ୍କୁ ମୋର ଶତ ପ୍ରଣାମ)
ଜନଗହଳିରେ ଥିବା କେତେଜଣ ଦକ୍ଷିଣ ଭାରତର ଦର୍ଶକ ଓ ଦର୍ଶିକା ମଧ୍ୟ ସ୍ୱର ମିଳାଇବାରେ ଲାଗିଲେ ଆଉ ପରେ ତାଳିମାଡ଼…!!!

ପାନୋରାମା ଇଣ୍ଡିଆ ମଞ୍ଚକୁ ଚଢ଼ି ଓଡ଼ିଆ ଗୀତ ଗାଇବାର ମଜା କେଭେ ଭୂଲିପାରିବି ନାହିଁ । ଅପୂର୍ବ ଆନନ୍ଦ ତଥା ରୋମାଞ୍ଚକର ଅନୁଭୂତିର କଥା । ଏଣୁ ଆପଣଙ୍କୁ ବଖାଣି ବସିଲି । ତ୍ରୁଟି ଥିଲେ ମାର୍ଜ୍ଜନା କରିବା ହେବେ ।

ଧନ୍ୟବାଦ..!!

ଜୟ ଓଡ଼ିଆ…ଜୟ ଓଡ଼ିଶା…ଜୟ ଜଗନ୍ନାଥ…!!!

ପ୍ରଶାନ୍ତ କୁମାର ଭୂୟାଁ,
ଟରୋଣ୍ଟୋ, କାନାଡ଼ା,
ଜନ୍ମସ୍ଥାନ – ବଡ଼ଦାଣ୍ଡ, ଜଗନ୍ନାଥ ପ୍ରସାଦ, ଗଞ୍ଜାମ

Share in top social networks!