କିଟ୍ ରେ ୧୪ତମ ଲିଟିଲ୍ ମିସ୍ ଇଣ୍ଡିଆ ପ୍ରତିଯୋଗିତା ୨୭ରୁ ଆରମ୍ଭ

nanapariଆସନ୍ତା ୨୭ରୁ ନହ୍ନିପରୀ- ଲିଟିଲ୍ ମିସ୍ ଇଣ୍ଡିଆ ପ୍ରତିଯୋଗୀତା ଆରମ୍ଭ ହୋଇ ୨୯ ତାରିଖରେ ଫାଇନାଲ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ୧୧ର ୧୩ ବର୍ଷ ବୟସ୍କ ବାଳିକାମାନଙ୍କ ମଧ୍ୟରେ ଅନୁଷ୍ଠିତ ଏହି ଜାତୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ପାଇଁ ଚଳିତ ବର୍ଷ ୧୨୬ଟି ଆବେଦନ ପତ୍ର ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ଶ୍ରେଷ୍ଠ ୨୪ ଜଣ ପ୍ରତିଭାବାନ ବାଳିକାମାନଙ୍କୁ ଚୟନ କରାଯାଇ କିଟଠାରେ ହେବାକୁଥିବା ଚୂଡାନ୍ତ ପ୍ରତିଯୋଗୀତାରେ ଭାଗ ନେବାକୁ ଆମନ୍ତ୍ରଣ କରାଯାଇଛି । ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଓଡିଶା ସମେତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ପ.ବଙ୍ଗ, ଛତିଶଗଡ, ଆସାମ, ଅରୁଣାଞ୍ଚଳପ୍ରଦେଶ, ମଣିପୁରରୁ ସେମିଫାଇନାଲକୁ ଅକ୍ଷରିତା ବୈଦେହୀ ଜୟନ୍ତୀ, ସାଏନା ସାଲୋନିକା, ଶୁଭଶ୍ରୀ ଶ୍ରାବଣୀ, ଐଶ୍ୱର୍ଯ୍ୟା ସାମଲ, ସମୀକ୍ଷା ସାହୁ, ଗାୟତ୍ରୀ ଦାସ, ଶ୍ୱେତା ମିଶ୍ର, ସିଭି କୋଚ୍, ରେୟା ଦତ୍ତ, ମିତାଲି ଭିଲୱାରିଆ, ପ୍ରିୟାଙ୍କି ଗୋସ୍ୱାମୀ, କେ.ଆର.ସନ୍ତୋସୀନୀ, ଭୂମିକା ଦାସ, ସମୃଦ୍ଧି ପଣ୍ଡା, ଅନ୍ୱେସା ନନ୍ଦ, ସଂସ୍କୃତି ମିଶ୍ର,ଏଲିନା ମହାନ୍ତି, ସ୍ମୃତିଶିଖା ପାତ୍ର, ମନିଷା ଦଣ୍ଡପାଟ, ଏମ.ଇନ୍ଦୁଜା, ଅଙ୍କିତାରାଣୀ, ଚନ୍ଦ୍ରିକା ରେଡ୍ଡି, ଓ ସହେବା ରୋମାନ ସେମିଫାଇନାଲ ପ୍ରତିଯୋଗୀତାକୁ ଉନ୍ନୀତ ହୋଇଛନ୍ତି ।
ସେମିଫାଇନାଲିଷ୍ଠଙ୍କ ମଧ୍ୟରେ ତିନି ଦିନ ଧରି ସାଧାରଣଜ୍ଞାନ, ଦଳଗତ ଆଲୋଚନା, ଗୀତ, ନୃତ୍ୟ, ଚିତ୍ରାଙ୍କନ,କ୍ରୀଡା ପ୍ରଭୃତି ପ୍ରତିଯୋଗୀତା କରାଯାଇ ଶ୍ରେଷ୍ଠ ପ୍ରତିଭାବାନ ବାଳିକାକୁ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ଟାଇଟଲରେ ସମ୍ମାନୀତ କରାଯିବ । ନହ୍ନିପରୀ ବିଜେତାକୁ ଏକ ଲକ୍ଷ ଟଙ୍କା ନଗଦ ସହ ମୁକୁଟ, ଉପହାର, ମାନପତ୍ର ଓ ଟ୍ରଫି ଦିଆଯିବ । ଦ୍ୱିତୀୟ ଓ ତୃତୀୟ ବିଜେତାକୁ ଯତାକ୍ରମେ ୩୫ ଓ ୨୦ ହଜାର ଟଙ୍କା ପୁରଷ୍କାର ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ସିନେ ତାରକା, ଶିଳ୍ପଦ୍ୟୋଗୀ ଓ ସମାଜର ବିଶିଷ୍ଟ ବ୍ୟକ୍ତିମାନେ ଯେ୭ାଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ନହ୍ନିପରୀ ସଭାପତି ଡ଼ଃ. ଅଚ୍ୟୁତ ସାମନ୍ତ ସୂଚନା ଦେଇଛନ୍ତି । ମାତ୍ର ୧୪ ବର୍ଷ ସମୟ ମଧ୍ୟରେ ଏହି ପ୍ରତିଯୋଗୀତା ଜାତୀୟ ସ୍ତରରେ ଲୋକପ୍ରିୟତା ହାସଲ କରିବା ସହ ବାଳିକାମାନଙ୍କ ପ୍ରତିଭାକୁ ଅଧିକ ବିକଶିତ କରିବାରେ ସହାୟକ ହୋଇଛି ବୋଲି ସମ୍ପାଦକ ମଳୟ ମହାପାତ୍ର ପ୍ରକାଶ କରିଛନ୍ତି ।

Share in top social networks!

ସରସ୍ବତୀ ଶିଶୁ ମନ୍ଦିରର ସଙ୍କୁଳସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ; ଭାଗନେଲେ ୮୬ ଜଣ ଶିଶୁ ବୈଜ୍ଞାନିକ

ssvmଶିକ୍ଷାବିକାଶ ସମିତି,ଓଡିଶା ଦ୍ୱାରା ପରିଚାଳିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର,ଲିଙ୍ଗରାଜ ସଙ୍କୁଳ ତରଫରୁ ଆଜି ୟୁନିଟ-୩,ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ନୂଆ ଭବନ ପରିସରରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି । ଏହି ବିଜ୍ଞାନ ମେଳାରେ ଶିଶୁ ବୈଜ୍ଞାନିକମାନଙ୍କ ଦ୍ୱାରା ୮୬ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।
ଏଥିରେ ୧୦ଟି ବିଦ୍ୟାଳୟ ଭାଗ ନେଇଥିଲେ ବୋଲି ସଂକୁଳ ସଂଯୋଜିକା ଗାୟତ୍ରୀ ଦେବୀ ପ୍ରକାଶ କରିଛନ୍ତି । ଶନିବାର ଦିନ ଅନୁଷ୍ଠିତ ଏହି ବିଜ୍ଞାନ ମେଳାକୁ ଦୂରଶିକ୍ଷା କାର୍ଯକ୍ରମ (ଓୟୁଏଟି)ର ଯୁଗ୍ନ ନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ର ମୁଖ୍ୟ ଅତିଥିରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ ଘାଟନ କରିଥିବା
ବେଳେ ମୁଖ୍ୟବକ୍ତା ଭାବେ ଲିଙ୍ଗରରାଜ ସଂକୁଳର ସଂକୁଳ ପ୍ରମୁଖ ଯଶୋବନ୍ତ ଦାସ ଯୋଗ ଦେଇଥିଲେ ।

ଅପରାହ୍ନରେ ଅନୁଷ୍ଠିତ ସମାରୋପ ଉତ୍ସବରେ ଦୂରଶିକ୍ଷା କାର୍ଯ୍ୟକ୍ରମର ପୂର୍ବତନ ନିର୍ଦ୍ଦେଶକ ଡା. ଲକ୍ଷ୍ମୀ ନାରାୟଣ କର ମୁଖ୍ୟ ଅତିଥିରୂପେ ଯୋଗଦେଇ ଶିଶୁ ବୈଜ୍ଞାନିକ ମାନଙ୍କୁ ବିଜ୍ଞାନର ଉପାଦେୟତା ଓ କାର୍ଯ୍ୟାବଳି ବିଷୟରେ ଅବଗତ କରାଇଥିଲେ । ତିନୋଟି ବିଭାଗ ରେ ଅନୁଷ୍ଠିତ ହୋଇଥିବା ଶିଶୁ,ବାଲ ଓ କିଶୋର ବର୍ଗର କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।

ଏହି ମେଳାରେ ସସ୍ମିତା ରାଣୀ ରାଉତ,ସନ୍ତୋଷ କୁମାର ଦାସ,ଦୁଃଶାସନ ସାହୁ,ନିରଞ୍ଜନ ସାହୁ,ପ୍ରଶନ୍ନ ପ୍ରଧାନ,ପ୍ରଭାତ ସାମନ୍ତରାୟ, ପ୍ରହଲ୍ଲାଦ ବେହେରା, ଦିଲ୍ଲୀପ କର, ସ୍ମୃତିରେଖା ବେଉରିଆ, ମମତା ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Share in top social networks!

ଗ୍ରୀଷ୍ମକାଳୀନ ଶିଶୁ କଳାକାର କର୍ମଶାଳା ଫାଇନ୍ ହାର୍ଟ ଉଦଘାଟିତ

DSC04932ଓଡିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ତରଫରୁ ସବୁବର୍ଷ ଭଳି ଏ ବର୍ଷ ମଧ୍ୟ ସ୍କୁଲ ପିଲାମାନଙ୍କୁ ନେଇ ଆରମ୍ଭ ହୋଇଥିଲା ଗ୍ରୀଷ୍ମକାଳୀନ ଶିଶୁକଳାକାର କର୍ମଶାଳା ଫାଇନ୍ ହାର୍ଟ । ଏହି କର୍ମଶାଳା ଗତ ୪ ତାରିଖରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ୫ ବର୍ଷରୁ ୧୭ବର୍ଷ ବୟସର ପିଲାମାନେ ଭାଗ ନେଇଥିଲେ । ଏହି କର୍ମଶାଳାରେ ପିଲାମାନେ ଟେରାକୋଟା,ପେପର ମାସ୍କ , ୱାଲ୍ ହ୍ୟାଙ୍ଗିଙ୍ଗ ,ଗ୍ଲାସ୍ ପେଣ୍ଟିଙ୍ଗ୍,ପଟ୍ଟଚିତ୍ର,ବାଲୁକାକଳା ,ପେନ ଷ୍ଟାଣ୍ଡ,କାନଭାସ୍ ପେଣ୍ଟିଙ୍ଗ୍,କାଲିଗ୍ରାଫି,ଭେସପେଣ୍ଟିଙ୍ଗ ଏବଂ କୁମ୍ଭାର ଚକ ମାଧ୍ୟମରେ ପୋଟେରୀ ଇତ୍ୟାଦି ତିଆରି ଶିଖିଥିଲେ । ଓଡିଶାର ବଛାବଛି ଯୁବ ଶିକ୍ଷକ ତଥା ଶିକ୍ଷୟିତ୍ରୀ ଯେମିତିକି ମଧୁମିତା ବାରିକ ,ମୌସୁମୀ ମିଶ୍ର,ରମେଶ ଚନ୍ଦ୍ର ମୁଦୁଲି ,ମାନସ ଦାସ ଓ ଶତ୍ରୁଘନ ମେହେର ଆଦି ଏଥିରେ ପିଲାମାନଙ୍କୁ ପ୍ରତ୍ୟେକ ଦିନ କିଛି ନୂଆ କରିବା ଓ ଶିଖିବାର ଅନୁଭୂତି ଆଣିଦେଇଥିଲେ । ଖରାଦିନିଆ ଛୁଟିରେ କାଦୁଅ,ବାଲି,କାଗଜ ଅଠା,ରଙ୍ଗ-ତୂଳି ଓ ପେନସିଲ୍ କୁ ନେଇ ନୂଆନୂଆ କାରୁକାର୍ଯ୍ୟ କରିବାର ମଜା ଅଲଗା । ଏଣୁ କୁନିକୁନି ପିଲାମାନଙ୍କୁ ଏହି ଶିକ୍ଷା ଦେବାର ଅନୁଭୂତି ମଧ୍ୟ ନିଆରା । ଏହି କାର୍ମଶାଳା ପାଇଁ ଦରକାର ହେଉଥିବା ସବୁ ପ୍ରକାର ଉପକରଣ ଗ୍ୟାଲେରୀ ତରଫରୁ ଯୋଗାଯାଇଥିଲା । ଆଜିର ଉଦଘାଟନୀ ଉତ୍ସବରେ ଓଡିଶା ଲଳିତକଳା ଏକାଡ଼େମୀର ଉପସଭାପତି ଶ୍ରୀଯୁକ୍ତ ଡି.ଏନ୍ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳାରେ ଭାଗନେଇଥିବା ପିଲାମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିବା ସହ ସେମାନେ ତିଆରି କରିଥିବା ବିଭିନ୍ନ କାରୁକାର୍ଯ୍ୟ ର ଉଚ୍ଚ ପ୍ରଶଂସା କରିଥିଲେ ।

Share in top social networks!

ଶିଶୁଚର୍ଯ୍ୟା…!!!

1621865_496898993752639_1286558790_nଶୈଶବର ସ୍ମୃତି ସମସ୍ତଙ୍କ ପାଇଁ ଅପାଶୋରା; ଘାଣ୍ଟିଦିଏ କେବେକେବେ ସେଦିନ ସବୁ ଏଦିନ ଗୁଡ଼ାକରେ । ସଭିଏଁ ଫେରିଯିବାକୁ ଚାହାଁନ୍ତି ସେଇ ଅଙ୍କଗ ପରଶ ପାଇଁ । ଶିଶୁତ୍ୱ ବୋଧକୁ ସଦା ତଉଲିବାକୁ ପଡ଼ିଥାଏ ଆଜିକାର ଏଇ ସଂଘର୍ଷମୟ ଜୀବନଯାତ୍ରାରେ। ନିଜର ଚେତନାବୋଧ ଆସିବା ଆଗରୁ ଏଇ ଶିଶୁତ୍ୱ ଚାଲି ଯାଇଥାଏ । ଆଜି ମୁଁ ଆପଣଙ୍କୁ ଚାଲନ୍ତୁ ବୁଲେଇ ନେବି ଆଉଥରେ ସେଇଦିନ ସବୁ ନିକଟକୁ ମୋ ଅନୁଭୂତିର ଚଲାବାଟରେ । ନିଜର ଶିଶୁତ୍ୱକୁ ଅନ୍ୟ ଭିତରେ ଦେଖି ଆମୋଦିତ ହେବାରେ ଅକଳ୍ପନୀୟ ଆନନ୍ଦ ଭରି ରହିଛି ଯେପରିକି ନିଜର ଶିଶୁକୁ ପେଟ ପୁରାଇ ଖାଇବାର ଦେଖିଲେ, ମମତାମୟୀ ମା’ର ପେଟ ପୁରିଯାଏ ଅଥବା ନିଜର ପୁଅଝିଅର ସଫଳତାରେ ବାପାର ଛାତି ଫୁଲି ଉଠେ ।

ଯେତେବେଳେ ଗୋଟିଏ ସ୍ତନନ୍ଧୟ, ଅଙ୍କଗ ଅଥବା ଅବଗଣ୍ଡ ଶିଂଶିକୁ ଦେଖେ; କୁତୁହଳୀ ମନଟା ମୋତେ ସେମାନଙ୍କ ଚପଳାମୀପଣକୁ ଅନୁଧ୍ୟାନ କରିବାକୁ ତୁହାଇ ତୁହାଇ କୁହେ। ମୁଁ ସେଇଠି ମୋର ବୟସର ଗଣିତ ସମୀକରଣ ପକାଇ ପ୍ରଥମ ବୟଃରୁ କୌମାର୍ଯ୍ୟ ଦେଇ ବୟଃସନ୍ଧି ଯାଏଁ ପହଞ୍ଚିଯାଏ । କୁତୁକୁତୁ ହୋଇଯାଏ ମୋ ପ୍ରୌଢ଼ତ୍ୱ ଭିତରେ ଉଙ୍କି ମାରୁଥିବା ସେଇ ବାଲ୍ୟକାଳଟା । ଏମିତି ହୋଇଥିଲେ ମୁଁ ସେମିତି କରିଥାନ୍ତି ଆଉ ମୋ ବୋଉ ଏମିତି କହିଥାନ୍ତା ଆଉ ମୋ ବାପା ସେମିତି କହିଥାନ୍ତେ; ଏଇୟା ସବୁ ଆକଳନ କରେ। ସମସ୍ତଙ୍କ ଭିତରେ ଏଇ ଅନୁଭବ, ଅନୁଭୂତି ଆଉଟୁପାଉଟୁ ହେଉଥିବ। ଏଇ ଶିଶୁତ୍ୱକୁ ଉତ୍ତମ ଯତ୍ନଦେଇ ସେମାନଙ୍କୁ ଆଗାମୀକାଲି ପାଇଁ ପ୍ରସ୍ତୁତ କରିବାଟା ହିଁ ପ୍ରତ୍ୟେକ ପିତାମାତାଙ୍କର ଧର୍ମ ହେବା ବିଧେୟ।ଏଇ ଶିଶୁଟିକୁ କଞ୍ଚାମାଟି କୁହନ୍ତୁ ବା ଅତି ସୁକୋମଳ ଫୁଲଗଛଟିଏ କୁହନ୍ତୁ; ବିନା ପ୍ରଯତ୍ନରେ ସେମାନେ ଯେ ଅବାଟରେ କେତେବେଳେ ନିଜର ଚରିତ୍ର, ଜ୍ଞାନ ଓ ଆଉ ବିକାଶକୁ ଟେକି ଦେବେ ତାର କିଛି ଇୟତ୍ତା ନଥିବ।

ସେଦିନ ଗୋଟିଏ ଶିଶୁ ପ୍ରଯତ୍ନ କେନ୍ଦ୍ରକୁ ଯାଇଥାଏ । ଓହୋ…କି ବିଚିତ୍ର ସେ ଦୃଶ୍ୟ । ସାରା ଦୁନିଆର ଈଶ୍ୱର ସବୁ ସେଇଠେ ଯେପରି ମେଳା ମଉଛବ କରୁଛନ୍ତି। ମନ ପୁରିଗଲା, ପେଟ ଥଣ୍ଡା ହୋଇଗଲା। ଭାବିଲି, ଆଜିଯାଏଁ କଣ କରୁଥିଲି ମୁଁ ! କେମିତି ଝୁକିଗଲି ଏସବୁ ଦେଖିବାରୁ ।

(କ୍ରମଶଃ)

[ “ମୋ ପିଲାଦିନ” ସଙ୍କଳନରୁ କିୟଦଂଶ ]

Share in top social networks!

ଆସନ୍ତାକାଲି ଠାରୁ ‘ରେନେବୋ-୨୦୧୪’ ଆରମ୍ଭ

47978ଆସନ୍ତାକାଲି ୟୁନିଟ୍-୧ ସ୍ଥିତ ଆଦିବାସୀ ପଡିଆ ଠାରେ ରାଜ୍ୟ ସରକାରଙ୍କର ମହିଳା ଓ ଶିଶୁ ବିକାଶ ଅନ୍ତର୍ଗତ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମାଜ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ‘ରେନବୋ-୨୦୧୪’ ଆରମ୍ଭ ହେବ । ଫେବୃୟାରୀ ୧୪ ତାରିଖ ଦିନ ଦିବା ୧୧ଘଟିକା ସମୟରେ ‘ରେନବୋ-୨୦୧୪’ ଆନୁଷ୍ଠାନିକ ଭାବେ ଉଦଘାଟିତ ହେବ । ଏହି ଶିଶୁ ଉତ୍ସବରେ ରାଜ୍ୟର ସମସ୍ତ ଜିଲ୍ଲାର ଚାଇଲ୍ଡ କେୟାର ଇନଷ୍ଟିଚ୍ୟୁଟ ଓ ସ୍ପେଶାଲ ସ୍କୁଲର ପ୍ରାୟ ଏକ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ ସୂତ୍ରରୁ ପ୍ରକାଶ ।

Share in top social networks!

ରାଜ୍ୟସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବ ଉଦଯାପିତ, ୩୬୪ ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ପୁରସ୍କୃତ

46444
ଶିଶୁ ମାନଙ୍କର ଦକ୍ଷା ବୃଦ୍ଧି,ସ୍ୱାସ୍ଥ୍ୟ ଓ ପରିବେଶ ଉଆପରେ କାର୍ଯ୍ୟ କରିବା ସହିତ ରାଜ୍ୟରେ ଥିବା ଲୁକାୟିତ ପ୍ରତିଭାମନଙ୍କୁ ଅନ୍ଵେଷଣ କରି ସେମାନଙ୍କୁ ଜାତୀୟ ସ୍ତରରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଦେଶର ଅନ୍ୟତମ ସାମାଜିକ ସଂଗଠନ ଶିଶୁ ବିକାଶ ଓ ସମାଜ ଉନ୍ନୟନ କେନ୍ଦ୍ର ର ଷଷ୍ଠଦେଶ ରାଜ୍ୟସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବ ଆଜି ସ୍ଥାନୀୟ ଜୟଦେବଭବନ ଠାରେ ଉଦଯାପିତ ହୋଇଯାଇଛି । ଗତ ୮ଓ ୧୫ତାରିଖ ରେ ଓୟୁଏଟି ପରିସରରେ ହୋଇଥିବା ମହୋତ୍ସବର ବିଭିନ୍ନ ପ୍ରତିଯୋଗିତା ଯଥା ସାଧାରଣ ଜ୍ଞାନ,କୁଇଜ,ରାଇମସ,ମାନସିକ ଦକ୍ଷତା,ଚିତ୍ରାଙ୍କନ,ସଂଗୀତ,ନୃତ୍ୟ ପ୍ରତୋଯୋଗିତାରେ ୧୫୦୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମନୋନୀତ ହୋଇଥିବା ୮୪ଜଣ କୃତି ପ୍ରତିଭାଙ୍କ ସହିତ କେନ୍ଦ୍ର ଦ୍ଵାରା ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ବିକାଶ ମେଧାବୃତ୍ତି ପରୀକ୍ଷାରେ ରାଜ୍ୟରୁ ୨୮୦ଜଣ କୃତୀ ପ୍ରତିଯୋଗୀଙ୍କୁ ବାର୍ଷିକ ରାଶି,ପଦକ ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।

Share in top social networks!

ଶିଶୁ ନିର୍ଯ୍ୟାତନା ରୋକିବା ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ

45403ଶିଶୁ ମାନଙ୍କର ବିକାଶ ପାଇଁ ଗୋଷ୍ଠୀ ସ୍ତରୀୟ ସଚେତନତା,ସରକାରୀ କଳର ବ୍ୟବସ୍ଥାର ସୁଦୃଢୀକରଣ ନିତାନ୍ତ ଆବଶ୍ୟକ । ଶିଶୁ ମାନଙ୍କ ଉପରେ ହେଉଥିବା ଶାରୀରିକ ,ମାନସିକ,ଯୌନ ନିର୍ଯ୍ୟାତନା ଓ ଅବହେଳାକୁ ରୋକିବା ପାଇଁ ସବୁ ସ୍ତରରୁ ଉଦ୍ୟମ ହେବା ଆବଶ୍ୟକ ବୋଲି ବିଶିଷ୍ଟ ବକ୍ତା ମାନେ ମତ ପ୍ରକାଶ କରିଛନ୍ତି । ଶିଶୁ ଓ ମହିଳା ବିକାଶ କେନ୍ଦ୍ର ପକ୍ଷରୁ ରାଜଧାନୀ ଭୁବନେଶ୍ଵର ଉପକଣ୍ଟସ୍ଥ ପଦ୍ମକେଶରୀପୁର ଗ୍ରାମରେ ବିଶ୍ଵ ଶିଶୁ ନିର୍ଯ୍ୟାତନା ନିରୋଧ ଦିବସ -୨୦୧୩ପାଳିତ ହୋଇଯାଇଛି । ଏହି ଅବସରରେ ୧ଶହରୁ ଊର୍ଦ୍ଧ୍ଵ ଶିଶୁ ପ୍ରତିନିଧି,ଶିଶୁ ସୁରକ୍ଷା କମିଟି ସଭ୍ୟ/ ସଭ୍ୟା ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ଭ୍ରମଣ କରିବା ସହିତ ଶିଶୁ ସୁରକ୍ଷା ସମ୍ପର୍କରେ ସ୍ଲୋଗାନ ମାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ସଦାଶିବ ସ୍ଵାଇଁ ଯୋଗଦାନ କରି ଶିଶୁମାନଙ୍କ ସୁରକ୍ଷା ପ୍ରତି ସମସ୍ତେ ଧ୍ୟାନ ଦେବା ଦରକାର ବୋଲି ମତବ୍ୟକ୍ତ କରିଥିଲେ । ବିଶେଷକରି କନ୍ୟା ସନ୍ତାନ ମାନଙ୍କର ସୁରକ୍ଷା ଉପରେ ଗୁରୁତ୍ଵ ଦେବାକୁ ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ସମାଜଦେବୀ ଦାମୋଦର ରାଉତ,ସରୋଭ ଭୋଇ,ଅଶୋକ ଗୋଛି,ସଞ୍ଜୟ ରାଉତ,ଈପ୍ସିତା ଅଗ୍ରୱାଲ,କଲ୍ୟାଣୀ ରାଉତ,ନିରଞ୍ଜନ ସାହୁ,ସୌମ୍ୟ ରଞ୍ଜନ ମଲ୍ଲିକ ପ୍ରମୁଖ ଯୋଗଦାନ କରିବା ସହିତ ନିଜ ନିଜର ମତ ରଖିଥିଲେ ।

Share in top social networks!

ଶିଶୁ ବିକାଶ କାର୍ଯ୍ୟକ୍ରମ ‘ହମାରା ବଚପନ୍’

ବିଜେବି ନଗର ମଇଁଷି ଖାଲ ବସ୍ତି ଠାରେ ଗୋପୀନାଥ ଯୁବକ ସଂଘ ପକ୍ଷରୁ ଶିଶୁ ବିକାଶ କାର୍ଯ୍ୟକ୍ରମ ‘ହାମରା ବଚପନ୍’ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରକଳ୍ପ ସଂଯୋଜକ ଉମାକାନ୍ତ ବେହେରା ଏହାକୁ ସଂଯୋଜନା କରିଥିଲେ ।ଏହି ଅବସରରେ ଅନୁଷ୍ଠାନ ପହୟରୁ ଶିଶୁ ମାନଙ୍କ ନିରାପତ୍ତା,ଲାଳନପାଳନ,ସୁସ୍ଥ ପରିବେଶ ଓ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରାଯାଇଥିଲା । ଏଥିସହ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଗୀତ,ସ୍ଲୋଗାନ,ଆଦି ପ୍ରତିଯୋଗୀତା ରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ଅନୁଷ୍ଠାନର ପରିଚାଳନା ସମ୍ପାଦକ ଦୁଷ୍ମନ୍ତ କୁମାର ମିଶ୍ର,ପ୍ରଦୀପ୍ତ କୁମାର ମିଶ୍ର,ପୃଥିବୀ କୁମାର ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।

Share in top social networks!

ସୁରକ୍ଷିତ ଓ ନିରାପଦ ଘର ପ୍ରତି ଶିଶୁର ଅଧିକାର ; ବିଶ୍ଵ ଆବାସ ଦିବସରେ ପିଲାମାନଙ୍କ ଆହ୍ଵାନ

download (3)
“ଆମ ପିଲାମାନଙ୍କର ଘର ସୁରକ୍ଷିତ କି ନିରାପଦ ନାହିଁ ଆଉ ଆମର ପାଠ ପଢିବା ଠାରୁ ଆରମ୍ଭ କରି ସୁସ୍ଥ ରହିବା ପର୍ଯ୍ୟନ୍ତ ସବୁ ଜିନିଷରେ ଏହାର ପ୍ରଭାବ ପଡିଥାଏ” । ଏହା କହିଛନ୍ତି ହାମାରା ବଚପନ୍ ଶିଶୁ ଏହା କହିଛନ୍ତି ହାମାରା ବଚପନ କ୍ଲବ,ସାଲିଆସାହି ର ସସ୍ମିତା ମହାନ୍ତି । ସସ୍ମିତା ପରି ସାହିର ଦେବାଶିଷ ଓ ବର୍ଷାରାଣୀ ମଧ୍ୟ ବିଶ୍ଵ ଆବାସ ଦିବସରେ ଆଶା ରଖିଛନ୍ତି ତାଙ୍କ ବସ୍ତିରେ ସରକାର ଙ୍କ ତରଫରୁ ସୁସ୍ଥ ପରିବେଶ ଓ ବାସସ୍ଥାନର ବ୍ୟବସ୍ଥା କରାଯିବ । ଅକ୍ଟୋବର ମାସର ପ୍ରଥମ ସୋମବାର ବିଶ୍ଵବ୍ୟାପୀ ବିଶ୍ଵ ଆବାସ ଦିବସ ହିସାବରେ ପାଳନ କରାଯାଏ । ସେ ଦୃଷ୍ଟିରୁ ଦେଖିଲେ ରାଜ୍ୟର ତଥା ରାଜଧାନୀର ସହରାଞ୍ଚଳ ବସ୍ତି ମାନଙ୍କରେ ବାସସ୍ଥାନ ବା ଆବାସର ଅବସ୍ଥା ଦୁର୍ବିସହ । ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟ ଜନସଂଖ୍ୟା ର ୩୨.୭ ଶତକଡା ଲୋକ ଅସୁରକ୍ଷିତ ତଥା ବିପଦଜନକ ଭାବେ ବିଭିନ୍ନ ବସ୍ତିରେ ରହୁଥିବା ବେଳେ ମୋଟ ତନ୍ମଧ୍ୟରୁ ୧୦ରୁ ୧୫ ଶତକଡା ହେଉଛନ୍ତି ଛୋଟପିଲା ଯେଉଁମାନେ ଅସୁରକ୍ଷିତ ଭାବେ ରହିଆସୁଛନ୍ତି । ସେହିପରି ରାଜ୍ୟରେ ୮.୫% ଲୋକ ପାଇଖାନା ବ୍ୟବହାର କରନ୍ତି ନାହିଁ । ଜାତୀୟ ସ୍ୱାସ୍ଥ୍ୟ ଓ ପରିବାର ସର୍ଭେ ସହରୀକରଣ ଯୋଗୁଁ ଶତକଡା ୪୦% ଲୋକମାନେ ଶୌଚାଳୟ ବ୍ୟବହାର କରନ୍ତି ନାହିଁ । ମାତ୍ର ୧୧% ଲୋକ ଗୋଷ୍ଠୀ ପାଇଖାନା ବ୍ୟବହାର କରନ୍ତି । ଆଦ୍ୟ ଶୈଶବ କାଳରେ ପିଲାର ସୁସ୍ଵାସ୍ଥ୍ୟ ଓ ବୃଦ୍ଧିରେ ସୁସ୍ଥ ବାସସ୍ଥାନର ଆବଶ୍ୟକତା ରହିଛି ଓ ଏ ବିଷୟ ନୀତି ନିୟମ ପ୍ରଣୟନକାରୀ ତଥା ରାଜନେତା ଜାଣିବା ଦରକାର ବୋଲି କହିଛନ୍ତି,ହାମାରା ବଚପନର ଜାତୀୟ ସଂଯୋଜିକା ଶ୍ରୀମତୀ ପ୍ରୀତି ପ୍ରଦା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସହରୀ ବିକାଶ ଯୋଜନାରେ ପିଲାମାନଙ୍କୁ ଅଣଦେଖା ନ କରାଯାଇ ସେମାନଙ୍କୁ ସହଭାଗୀ କରାଯିବା ଆବଶ୍ୟକ ।

Share in top social networks!

ହମାରା ବଚପନର ଅଭିନବ ଅଭିଯାନ : “କିଡ୍ସ ଡେ ଆଉଟ”ବସ୍ତିର ପିଲାଙ୍କ ଭ୍ରମଣ କହାଣୀ

download
ସ୍ଥାନୀୟ ସାଇନ୍ସ ପାର୍କ ବସ୍ତିର ୧୨ ବର୍ଷର ଲଭିନା ନାୟକଙ୍କ ପାଇଁ ଆଜି ଦିନଟି ଅନେକ ଆନନ୍ଦ ଆଣିଦେଇଛି । ସାଇନ୍ସ ପାର୍କ ନିକଟରେ ଅନେକ ଦିନ ଧରି ରହିଥିବା ସତ୍ତ୍ୱେ ତାଙ୍କ ତା ଭଳି ସେହି ବସ୍ତିର ଅନେକ ପିଲାଙ୍କ ପାଇଁ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ବିଜ୍ଞାନ ମ୍ୟାଜିକ ଦେଖିବା ଓ କେନ୍ଦ୍ର ପରିଦର୍ଶନରେ ଯିବାର ଅନୁଭୂତି ଅତି ସ୍ମରଣୀୟ ଥିବା କଥା ଅନେକ ପିଲା ପ୍ରକାଶ କରିଥିଲେ । ସେହି ବସ୍ତିର ଅନ୍ୟୁନ୍ୟ ୧୨୦ ଜଣ ପିଲା ଆଜି ଏହି ଅବସରରେ ସ୍ଥାନୀୟ ପ୍ଲାନେଟୋରିୟମ ବିଜ୍ଞାନ କେନ୍ଦ୍ର ତଥା ପ୍ରାକୃତିକ ଐତିହାସିକ ମ୍ୟୁଜିୟମ ବୁଲି ଦେଖିଥିଲେ । ସେହିପରି ସ୍ଥାନୀୟ ବିଶେଶ୍ଵର ବସ୍ତିର ସୁବ୍ରତ ନାୟକଙ୍କ ପାଇଁ ମଧ୍ୟ ଏହି ଦିନଟି ବହୁ ଶିକ୍ଷଣୀୟ ଥିଲା । ପ୍ଲାନେଟୋରିୟମରେ ଗ୍ରହ ନକ୍ଷତ୍ର ବିଷୟରେ ଜାଣିବାକୁ ପାଇଲେ ସେହି ବସ୍ତିରୁ ଆସିଥିବା ୭୦ରୁ ଊର୍ଦ୍ଧ୍ଵ ପିଲା । ଏଠାରେ ସୂଚନାଯୋଗ୍ୟଯେ ହମାରା ବଚପନ ଅଭିଯାନ ପକ୍ଷରୁ ଜୟ ଅଫ୍ ଗିଭିଙ୍ଗ ସପ୍ତାହ ଅବସରରେ ଦୁଇଟି ବସ୍ତିରେ ୨୦୦ ରୁ ଅଧିକ ପିଲାଙ୍କ ନେଇ ୩ଟି ଦର୍ଶନୀୟ ସ୍ଥାନର ଭ୍ରମଣ କରାଯାଇଥିଲା । ଏହି ଉଭୟ ବସ୍ତିରେ ରହୁଥିବା ୩୦୦ ରୁ ଅଧିକ ପିଲାମାନଙ୍କ ପାଇଁ : ବସ୍ତି ମଧ୍ୟରେ ଖେଳାବୁଲା କରିବାର ତଥା ପାର୍କର ସୁବିଧା ନଥିବା ବେଳେ ସେମାନଙ୍କ ପାଇଁ ଏହି ଜାଗାଗୁଡିଆ ମଧ୍ୟ ବୁଲିବାର ସୁଯୋଗ ମିଳିନଥିଲା । ଅଭିଯାନ ପକ୍ଷରୁ ମୁଖ୍ୟ ସ୍ଥାନକୁ ଲାଗିକି ଥିବା ୨ଟି ବସ୍ତିର ପିଲାମାନଙ୍କୁ ଏହାର ସୁଯୋଗ ମିଳିନଥିଲା । ସିସିଡବ୍ଲୁଡି,ଆଇଆଇଟି ତଥା ଅନ୍ୟାନ ଶିକ୍ଷାନୁଷ୍ଠାନର ସ୍ଵେଚ୍ଛାସେବୀ ସହଯୋଗ କରିଥିଲେ । ପିଲାମାନଙ୍କର ଖେଳାବୁଲାର ଅଧିକାରକୁ ସାବସ୍ତ୍ୟ କରିବାକୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା କଥା ଅଭିଯାନର ଜାତୀୟ ସଂଯୋଜକ ଶ୍ରୀମତୀ ପ୍ରୀତି ପ୍ରଦା ପ୍ରକାଶ କରିଥିଲେ ।

Share in top social networks!