ଡ଼ଃ.ଇତିରାଣୀ ସାମନ୍ତ ପାଇବେ ଭଞ୍ଜଭାରତୀ ସାହିତ୍ୟ ସମ୍ମାନ

ସୁସାହିତି୍ୟକା ତଥା ମାସିକ ମହିଳା ପାରିବାରିକ ପତି୍ରକା କାଦମ୍ବିନୀର ସମ୍ପାଦିକା ଡ଼ଃ.ଇତିରାଣୀ ସାମନ୍ତ ପାଇବେ ୨୦୧୭ ମସିହା ନିମନ୍ତେ ଭଞ୍ଜଭାରତୀ ଜୟଦେବ ଷଡ଼ଙ୍ଗୀ ସ୍ମ&ୃତି ସମ୍ମାନ । ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଭୁବନେଶ୍ୱର ଭଞ୍ଜଭାରତୀର ଆସନ୍ତା ଜାନୁଆରୀ ୭ ଓ ୮ ତାରିଖରେ ଅନୁଷ୍ଠିତ ହେବାକୁ ଥ#ବା ଓଡ଼ିଆ ସାହିତ୍ୟ ସମାରୋହ ଅବସରରେ ଡ଼ଃ.ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସଭାପତି ନୀଳାଦି୍ର ମୋହନ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏହି ଦୁଇ ଦିବସୀୟ ସମାରୋହର ପ୍ରଥମ ସତ୍ତ୍ରରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ଦ୍ୱିତୀୟ ସତ୍ତ୍ରରେ ସ୍ୱଭାବ କବି ଗଙ୍ଗାଧର ମେହେର ସମ୍ପର୍କରେ ଆଲୋଚନା କରାଯିବ । ଏଥ#ରେ ଓଡ଼ିଶାର ଶିକ୍ଷା, ସାହିତ୍ୟ, ସଂସ୍କୃତି ଏବଂ ପ୍ରଶାସନ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିତ୍ୱମାନେ ଯୋଗଦେଇ ଆଲୋଚନା କରିବେ । ଅନୁଷ୍ଠାନର ସମ୍ପାଦକ ଶ୍ରୀ ଜଗନ୍ନାଥ ଚେତନା ଓ ସଂସ୍କୃତିର ବିଶିଷ୍ଟ ପ୍ରବକ୍ତା ଡ଼ାକ୍ତର କୁଷ୍ଣକେଶବ ଷଡ଼ଙ୍ଗୀ ପ୍ରତ୍ୟେହ ମୁଖ୍ୟବକ୍ତା ଭାବେ ବକ୍ତବ୍ୟ ପ୍ରଦାନ କରିବେ ଓ କାର୍ଯ୍ୟକ୍ରମ ସଂଯୋଜନା କରିବେ ଡ଼ଃ.ମୃତୁ୍ୟଞ୍ଜୟ ରଥ ଏବଂ ସୁଚେତା ପି୍ରୟଦର୍ଶିନୀ ।

ଅନୁଷ୍ଠାନ ତରଫରୁ ପ୍ରକାଶିତ ଶ୍ରୀ ଜଗନ୍ନାଥ ତତ୍ତ୍ୱ ସମ୍ବଳିତ ଗବେଷଣାତ୍ମକ ଗ୍ରନ୍ଥ “”ଲୀଳାମୟ ନୀଳାଦ୍ରିଶ” ଶୁଭ ଲୋକାର୍ପଣ ହେବ । ନାଦବ୍ରହ୍ମ ସଂଗୀତ ଅନୁଷ୍ଠାନ ତରଫରୁ ପ୍ରତ୍ୟହ ଗୁରୁ ଜଗନ୍ନାଥ କୁଅଁର ଓ ମହାପାତ୍ର ମିନତି ଭଞ୍ଜଙ୍କ ଦ୍ୱାରା ପ୍ରାଚୀନ ସଂଗୀତ ପରିବେଷଣ କରାଯିବ । ଏହି ସାହିତ୍ୟ ସମାରୋହରେ ସାହିତ୍ୟ ଓ ସଂସ୍କୃତି
ପ୍ରେମୀ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେବା ନିମନ୍ତେ ଅନୁଷ୍ଠାନର ଉପସଭାପତି ଡ଼ଃ.ସୁବାଷ ଚନ୍ଦ୍ର ଦାଶ ଅନୁରୋଧ କରିଛନ୍ତି ।

Share in top social networks!

ମନନଶୀଳ ପାରିବାରିକ ପତ୍ରିକା “ମଧୁଲିତା’ର ଏକାଦଶ ବାର୍ଷିକ ଉତ୍ସବ ପାଳିତ ଓ ଜନ୍ମ ବିଶେଷାଙ୍କ ୨୦୧୬ ଉନ୍ମୋଚିତ

ପରିବର୍ତିତ ପରିସ୍ଥିତିରେ ଧୀରେ ଧୀରେ ପରିବାର ଗୁଡିକ ନଷ୍ଟ ହେବାରେ ଲାଗିଛି । ପାରିବାରିକ ପରମ୍ପରା ଓ ପରିବାର ଲୋକଙ୍କ ଭିତରେ ସ୍ନେହ ଶ୍ରଦ୍ଧା ମଧ୍ୟ କମିବାରେ ଲାଗିଛି । ଆଜି ମନନଶୀଳ ପାରିବାରିକ ପତ୍ରିକା “ମଧୁଲିତା’ର ଏକାଦଶ ବାର୍ଷିକୋତ୍ସବ ତଥା ପତ୍ରିକାର ଜନ୍ମ ବିଶେଷାଙ୍କ ୨୦୧୬ ଉନ୍ମୋଚନ ଉତ୍ସବ ଅବସରରେ
ଏହିପରି ଉଦବେଗ ପ୍ରକାଶ କରିଛନ୍ତି ଅତିଥିମାନେ ।

କବି ନିରାକାର ଦାସଙ୍କ ସଭାପତିତ୍ୱରେ ଅନୁÂିତ ପତ୍ରିକାର ବାର୍ଷିକୋତ୍ସବରେ ପ୍ରଥମେ ପତ୍ରିକାର ମୁଖ୍ୟ ସଂପାଦକ ମଧୁଲିତା ପରିଡା ସମ୍ପାଦକୀୟ ବିବରଣୀ ଓ ସମ୍ପାଦକ ମନୋଜ ପରିଡା ନିଜର ସଂକ୍ଷିପ୍ତ ଅଭିଭାଷଣ ପ୍ରଦାନ କରିଥିଲେ । ଏହାପରେ ଅତିଥିମାନଙ୍କ ଦ୍ୱାରା ‘ମଧୁଲିତା’ର ଜନ୍ମ ବିଶେଷାଙ୍କ ୨୦୧୬ ଉନ୍ମୋଚନ କରାଯାଇଥିଲା । ତା ପରେ ସମ୍ମାନିତ ଅତିଥି ଡକ୍ଟର ଝାନ୍ସୀ ସିଂହ, ସମାଜ କର୍ମୀ ଶ୍ରୀମତୀ ନମ୍ରତା ଚଢା ଏବଂ ଔପନ୍ୟାସିକା ଇନ୍ଦିରା ଦାଶ ପ୍ରମୁଖ ସେମାନଙ୍କ ଅଭିଭାଷଣ ଦେଇ ପାରିବାରିକ ସଂପର୍କ ଓ ନାରୀ ସ୍ୱାଧୀନତା ସଂପର୍କରେ ଆଲୋକପାତ କରିଥିଲେ ।

ଏହାପରେ ମୁଖ୍ୟଅତିଥି ତଥା ଓଡିଶାର ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ତାଙ୍କ ଅଭିଭାଷଣ ପ୍ରଦାନ କରିଥିଲୋ ମୁଖ୍ୟବକ୍ତା ଭାବେ ଯୋଗଦେଇ ଲେଖକ ତଥା ବାଗ୍ନୀ ଶ୍ରୀଯୁକ୍ତ ରଜତ କୁମାର କର ନାରୀ ଅଧିକାର ଓ ଦକ୍ଷତା ସଂପର୍କରେ ନିଜ ଅଭିଭାଷଣରେ କହିଥିଲେ । ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ ଯୁବ ଶିକ୍ଷାବିତ୍ ତଥା ଲେଖକ କିଶୁ ଚାନ୍ଦ ପୃଷ୍ଟିା ଏହି ଅବସରରେ ଶଶୀପ୍ରଭା ଦାସଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ମଧୁଲିତା ପିଠା କଟାଯାଇଥିଲା । ଏଥର “ମଧୁଲିତା’ର ବିଶେଷ ସଂଖ୍ୟାଟି ଭାଇ ଓ ଭଉଣୀମାନଙ୍କ ସଂପର୍କ ଉପରେ ଆଧାରିତ ହୋଇଛି । ଶୀର୍ଷକ ରହିଛି ‘ଭାଇ ଭଉଣୀ କହ କାହାଣୀ’ । ନିଜ ନିଜ ଭାଇ କିମ୍ବା ଭଉଣୀଙ୍କ ସଂପର୍କରେ ଲେଖିଛନ୍ତି ୩୫ରୁ ଅଧିକ ବିଶିଷ୍ଟ ବ୍ୟକ୍ତି । ତେଣୁ ଏଥର “ମଧୁଲିତା’ ପତ୍ରିକା ସଂଗ୍ରହଣୀୟ ବୋଲି ଅତିଥିମାନେ କହିଥିଲେ । ପୂର୍ବରୁ ମଧ୍ୟ ମଧୁଲିତା ପତ୍ରିକା- ପ୍ରିୟପତ୍ନୀ, ମୋ
ମାଆ, ବନ୍ଧୁର ବନ୍ଧନ, ମୋ ବାପା ଏବଂ ଗୁରବେ ନମଃ ଶୀର୍ଷକରେ ବିଶେଷାଙ୍କ ପ୍ରକାଶ କରି ଲୋକପ୍ରିୟତା ହାସଲ କରିଥିଲା ।

Share in top social networks!

‘ସ୍ମରଣିକା ଯୋଗୁଁ ଚରିତ ସାହିତ୍ୟ ସମୃଦ୍ଧ ହୋଇଥାଏ’; ‘ନୀହାରିକା’ର ଦ୍ୱିତୀୟ ସଂସ୍କରଣର ଲୋକାର୍ପଣ

niharikaବ୍ୟକ୍ତିବିଶେଷଙ୍କ ମୃତୁ୍ୟ ପରେ ତାଙ୍କର ସ୍ମୃତିଚାରଣ କରି ପ୍ରକାଶିତ ହେଉଥିବା ପୁସ୍ତକଗୁଡ଼ିକ ଆମ ଚରିତ ସାହିତ୍ୟକୁ ସମୃଦ୍ଧ କରିଥାଏ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ କଳିଙ୍ଗ ବୁଦ୍ଧ ବିହାର ପ୍ରେକ୍ଷାଳୟରେ ବୁଧବାର ସନ୍ଧ୍ୟାରେ ସ୍ୱର୍ଗତା ଅଧ୍ୟାପିକା ନୀହାରିକା ଦାସଙ୍କ ସ୍ମୃତି-ସଞ୍ଚôତ ସାରସ୍ୱତକୃତି ‘ନୀହାରିକା’ର ଦ୍ୱିତୀୟ ସଂସ୍କରଣର ଉନ୍ମୋଚନ ଉତ୍ସବରେ ଅଭିଭାଷଣ ଦେଇ ସେମାନେ ଏହା କହିଥିଲେ । ଇଂରାଜୀ ସାହିତ୍ୟର ପ୍ରତିÂିତ କବି ଡକ୍ଟର ଶୈଳେନ୍ଦ୍ର ନାରାୟଣ ତି୍ରପାଠୀଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି କାର୍ଯ୍ୟକ୍ରମରେ ବି.ଜେ.ବି. ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷ ପ୍ରଫେସର ମହମ୍ମଦ ନୱାଜ ହାସାନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସ୍ମରଣିକାକୁ ଉନ୍ମୋଚନ କରିଥିଲେ । ଏଥିରେ ବିଶିଷ୍ଟ ସାହିତି୍ୟକ ଅଧ୍ୟାପକ ବିଶ୍ୱରଞ୍ଜନ ସମ୍ମାନିତ ଅତିଥି ଓ ବରିÂ ସାମ୍ବାଦିକ ଅରୁଣ କୁମାର ପଣ୍ଡା ମୁଖ୍ୟବକ୍ତା ରୂପେ ଯୋଗଦେଇଥିଲେ । ସାହିତି୍ୟକ ଡକ୍ଟର ବାବାଜି ଚରଣ ପଟ୍ଟନାୟକ ପୁସ୍ତକର ଏକ ତାତ୍ତ୍ୱିକ ସମୀକ୍ଷା କରି କହିଥିଲେ ଯେ, ବ୍ୟକ୍ତିବିଶେଷଙ୍କ ସ୍ମୃତିରେ ପ୍ରକାଶିତ ଗ୍ରନ୍ଥଗୁଡ଼ିକ ଇତିହାସ ରଚନା ପାଇଁ ଉପାଦେୟ ତଥ୍ୟାବଳୀ ଯୋଗାଇଥାନ୍ତି ।
ଶିକ୍ଷାବିତ୍ ପ୍ରଫେସର ବାଉରୀବନ୍ଧୁ କର, ଡକ୍ଟର ନଟବର ଶତପଥୀ, ଡକ୍ଟର ଶଶିଭୂଷଣ ବିଶ୍ୱାଳ, ଡକ୍ଟର ସ୍ନିଗ୍ଧା ବିଶ୍ୱାଳ, ଡକ୍ଟର ସତ୍ୟଭାମା ପତି, ଅଧ୍ୟକ୍ଷା ଡକ୍ଟର ଚିିତ୍ରା ମହାନ୍ତି ପ୍ରମୁଖ ସ୍ୱର୍ଗତା ନୀହାରିକା ଦାସଙ୍କର ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ଶିକ୍ଷକସମାଜ ନମ୍ର, କର୍ତ୍ତବ୍ୟନିÂ ଓ ଛାତ୍ରବତ୍ସଳ ହେବା ପାଇଁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଡକ୍ଟର ଶଚୀନ୍ଦ୍ର ରାଉଳ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ ଶେଷରେ ସମାଜସେବୀ ଦୀପକ କୁମାର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବରେ ରାଜ୍ୟର ଅନେକ ବିଶିଷ୍ଟ ସାହିତି୍ୟକ, ଶିକ୍ଷାବିତ୍, ଆଇନଜୀବୀ, ସମାଜସେବୀ ଉପସ୍ଥିତ ଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ୧୯୯୫ ମସିହାରେ ସ୍ୱର୍ଗତା ଅଧ୍ୟାପିକା ନୀହାରିକା ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ‘ନୀହାରିକା’ ଶୀର୍ଷକ ସ୍ମରଣିକା ପ୍ରକାଶ ପାଇଥିଲା । ଦୁଇଦଶନ୍ଧି ପରେ ଏକ ବିରଳ ଘଟଣାକ୍ରମରେ ଏବେ ଏହାର ଦ୍ୱିତୀୟ ସଂସ୍କରଣ ପ୍ରକାଶିତ ହୋଇଛି ।

Share in top social networks!

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲାଙ୍ଗୁଏଜ ଆଣ୍ଡ କଲଚରାଲ ଡାଇଭରସିଟି ପୁସ୍ତକ ଉନ୍ମୋଚିତ

cmbookଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କଦ୍ୱାରା ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କଦ୍ୱାରା ରଚିତ ଲାଙ୍ଗୁଏଜ ଆଣ୍ଡ କଲଚରାଲ ଡାଇଭରସିଟି ପୁସ୍ତକ ଲୋକାର୍ପିତ ହୋଇଯାଇଛି । ୧୫୦୦ପୃଷ୍ଟା ବିଶିଷ୍ଟ ୨ଖଣ୍ଡରେ ପ୍ରକାଶିତ ଏହି ବହି ଡଃ ପଟ୍ଟନାୟକଙ୍କଦ୍ୱାରା ୫୦ବର୍ଷ ଧରି ବିଭିନ୍ନ ସେମିନାର ଆଦିପାଇଁ ଭାଷାବିଜ୍ଞାନ ସମ୍ବନ୍ଧୀତ ଲେଖିଥିବା

ପ୍ରବନ୍ଧଗୁଡିକର ସମାହାର । ବହୁଭାଷିକତା ସ୍ବୀକୃତିପାଇଁ ଦୀର୍ଘ ବର୍ଷଧରି କାର୍ଯ୍ୟ କରୁଥିବା ଡଃ ପଟ୍ଟନାୟକ ଉକ୍ତ ପୁସ୍ତକରେ ଶିକ୍ଷା କ୍ଷେତ୍ରରେ ଭାଷା, ସମାଜ ଗଢଣରେ ଭାଷା, ସରକାରି କାମ ଓ ସାରରେ ଭାଷା, ସାକ୍ଷରତା ଓ ଭାଷା ଆଦି ଶିରୋନାମାରେ ଏହି ସବୁ ପ୍ରବନ୍ଧ ସ୍ଥାନିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉଦବୋଧନ ଦେଇ କହିଛନ୍ତି ଯେ, ତାଙ୍କ ସରକାର ଓଡିଆ ଭାଷାର ପ୍ରଚାର ଓ ପ୍ରସାର ଦିଗରେ ସତତ ପ୍ରଚେଷ୍ଟାରତ ।
ପ୍ରସ୍ତାବିତ ଓଡିଆ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ତଥା ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଆଲୋଚନା ପର୍ବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ବହୁ ପୂର୍ବରୁ ଜ୍ଞାନର ଗନ୍ତାଘର ଥିବା ଓଡିଶାର ପ୍ରାଚୀନତା ମୂଲ୍ୟବୋଧ ସମ୍ପର୍କରେ ନିଜର ମତ ରଖିଥିଲେ । ଇଂରେଜ ଶାସନ ପ୍ରଭାବରେ ଅପଭ୍ରଂଶିତ ହୋଇ ବର୍ମାନ ଏହା ସ୍ଥାଣୁ ପାଲଟିଯାଇଥିବାରୁ ପୋଥି ରୂପରେ ଥିବା ଅତୀତର ଜ୍ଞାନକୁ ପ୍ରଚାର ଓ ପ୍ରସାର କରାଯିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ ।

ଶିକ୍ଷା ଓ ଗବେଷଣାରେ ଓଡିଆ ଭାଷା ଶୀର୍ଷକ ବିତର୍କରେ ସର୍ବଶ୍ରୀ ଡଃ ଦେବଦାସ ଛୋଟରାୟ, ବିବେକାନନ୍ଦ ଦାସ, ଧନଦା ମିଶ୍ର, ଅସିତ ମହାନ୍ତି, ଡଃ ବାସୁଦେବ ସାହୁ, ସୁଦର୍ଶନ ଦାସ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ବିଭିନ୍ନ ଦୃଷ୍ଟିକୋଣରୁ ଓଡିଆ ଭାଷାରେ ଗବେଷଣା ଓ ଶିକ୍ଷାର ଆବଶ୍ୟକତା ବିଷୟରେ
ମତ ରଖିଥିଲେ । ପ୍ରସ୍ତାବିତ ଓଡିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଫେସର ବ୍ରଜେନ୍ଦ୍ରପ୍ରସାଦ ଦାସ, ଡଃ ସୁବ୍ରତ ପୃଷ୍ଟି, କ୍ରାନ୍ତି କୁମାର ସାକ୍ସେନା, ଭରତ ଚନ୍ଦ୍ର ବେହେରା, ଅରୁଣ ସ୍ବାଇଁ, ଜ୍ଞାନେନ୍ଦ୍ର ତ୍ରିପାଠୀ ଓ ଲିପିନା ସାହୁ ପ୍ରମୁଖ ବିବିଧ କାର୍ଯ୍ୟ ପରିଚାଳନା କରିଥିଲେ । ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବା କ୍ଷେତ୍ରରେ ରାଜ୍ୟ ସରକାର ଅନ୍ୟତମ ଭୂମିକା ତୁଲାଇଥିବା ପରିପ୍ରେକ୍ଷୀରେ ପ୍ରସ୍ତାବିତ ଓଡିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଉରୀୟ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା । ଉକ୍ତ ଗ୍ରନ୍ଥର ପ୍ରକାଶନ ସଂସ୍ଥା ଓରିଏ ବ୍ଲାକସ୍ବାନର ଅଧ୍ୟକ୍ଷ ଉଦୟ ରାଓ ସ୍ବାଗତ ଭାଷଣ ଦେଇଥିବାବେଳେ ବିଶିଷ୍ଟ ସାହିତି୍ୟକ ଶ୍ରୀଯୁକ୍ତ ହରପ୍ରସାଦ ଦାସ ଓ ଐତିହାସିକ ଡଃ ନିବେଦିତା ମହାନ୍ତି ପୁସ୍ତକ ସମୀକ୍ଷା କରିଥିଲେ । ପ୍ରଫେସର ସୁପ୍ରିୟା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!

‘ବୀର-କଳିଙ୍ଗ’ର ୧୦ମ ସ୍ଵନକ୍ଷତ୍ର ଉତ୍ସବ

imagesସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ସୃଷ୍ଟିକରି ଦେଶର ବିକାଶରେ ସଂବାଦପତ୍ର ସହାୟକ ହୋଇପଡ଼ିଛି ବୋଲି ‘ବୀର-କଳିଙ୍ଗ’ ର ୧୦ମ ସ୍ଵନକ୍ଷତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅର୍ଥ ଓ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଶ୍ରୀ ଅମାତ କହିଲେ ଯେ ଗଣତନ୍ତ୍ରକୁ ସୁଦୃଢ କରିବାକୁ ସଂବାଦପତ୍ର ଯେଉଁ ଭୂମିକା ଗ୍ରହଣ କରିବା କଥା,ତାହା ଯଥାସାଧ୍ୟ ତୁଲାଉଛନ୍ତି । ସତ୍ୟ,ନିରପେକ୍ଷ ତଥା ବାସ୍ତବଧର୍ମୀ ସଂବାଦପତ୍ର ପରିବେଷଣ କରି ଜନସାଧାରଣଙ୍କ ଆସ୍ଥାଭାଜନ ହେବା ସହିତ ନିଜର ଗୁରୁତ୍ଵ ସଂବାଦପତ୍ର ପ୍ରତିପାଦିତ କରିଛି । ଜନସାଧାରଣଙ୍କ ସମସ୍ୟା ଉପସ୍ଥାପନ ସହ ଏହାର ସମାଧାନର ସୂତ୍ର ଜନମତ ସଂଗ୍ରହ ମାଧ୍ୟମରେ ପ୍ରକାଶ କରି ସଂବାଦପତ୍ର ସମାଜର ହିତସାଧନ କରୁଛି । ରାଜ୍ୟର ସରକାରୀ ଯୋଜନା ରୂପାୟନରେ ସକ୍ରିୟ ଅଂଶ ରହଣ କରିବାକୁ ଜନସାଧାରଣଙ୍କୁ ଉତ୍ସାହିତ କରିଆସିଛି । ବିଶେଷକରି ସାପ୍ତାହିକ ସମ୍ବାଦପତ୍ରଗୁଡ଼ିକ ସଂକ୍ଷିପ୍ତ, ସରଳ ଓ ଲୋକାଭିମୁଖୀ ସମ୍ବାଦ ପରିବେଷଣ ଉପରେ ଧ୍ୟାନ ଦେଇ ପାଠକୀୟ ସ୍ଵୀକୃତୀ ଲାଭ କରିପାରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଛନ୍ତି । ସମ୍ପାଦକ ଶ୍ରୀ ସରୋଜ କୁମାର ପଟ୍ଟନାୟକଙ୍କ ପରିଚାଳନାରେ ଆୟୋଜିତ ଏହି ବୈଠକରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ‘ଓଡିଶା ରିଭ୍ୟୁ’ର ସମ୍ପାଦକ ଶ୍ରୀ ଲେଲିନ୍ ମହାନ୍ତି ସମ୍ବାଦପତ୍ରର ଆବଶ୍ୟକତା ଓ ଉପକାରିତା ଉପରେ ଆଲୋକପାତ କରିଥିଲେ । ଭୁବନେଶ୍ଵରର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ସମ୍ମାନିତ ଅତିଥିଭାବେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୧୨ଜଣ ସାରସ୍ଵତ ସାଧକ,ଲେଖକ,ଗାଳ୍ପିକ,କବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ମୁଖ ପତ୍ର “ବୀରକଳିଙ୍ଗ” ମୁଖ୍ୟ ଅତିଥି ଅର୍ଥମନ୍ତ୍ରୀ ଶ୍ରୀ ପ୍ରଦୀପ ଅମାତଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା ।

Share in top social networks!

ଓଡିଶା ରାଜ୍ୟ ଅଭିଲେଖାଗରର ଗବେଷଣା ପାଇଁ ସହାୟତା

MAP-10
ଗତ ମାର୍ଚ୍ଚ ମାସରେ ରାଜ୍ୟ ଅଭିଲେଖାଗାର ସୂଚନା ଗବେଷଣା ଉପବିଭାଗ ଦ୍ଵାରା ୪୩ ଖଣ୍ଡ ପୁସ୍ତକର ସଂଯୋଗୀକରଣ,୧୦ଖଣ୍ଡ ପୁସ୍ତକର ବର୍ଗୀକରଣ କରାଯିବା ସହ ୯୪ଜଣ ଗବେଷକ ମାନଙ୍କୁ ସେମାନଙ୍କର ଗବେଷଣା ସଙ୍କ୍ରାନ୍ତୀୟ ଆବଶ୍ୟକୀୟ ୩୮୫ଖଣ୍ଡ ପୁସ୍ତକ ଓ ନଥିପତ୍ର ଯୋଗାଇ ଦିଆଯାଇଥିଲା । ଏକ କମ୍ପାକ୍ଟର କ୍ରୟ କରାଯାଇ ପାଠାଗାର ମଧ୍ୟରେ ସ୍ଥାପନ କରାଯାଇ ତନ୍ମଧ୍ୟରେ ଦୁର୍ମୁଲ୍ୟ ପୁସ୍ତକ ସାଇତି ରଖାଯାଇଛି । ଏତଦବ୍ୟତୀତ ଏକ ସନଷ୍ଟୋରେଜ ଏବଂ ଏକ ଓଭର ହେଡ ସ୍କାନର ମେସିନ କ୍ରୟ କରାଯାଇ ସୂକ୍ଷ୍ମ ଅଣୁଚିତ୍ର ବିଭଗରେ ରଖାଯାଇ କମ୍ପ୍ୟୁଟରିକରଣ ଓ ଡିଜିଟାଇଜେସନ କରାଯାଇ ଅଛି । ଉକ୍ତ ମାସରେ ରାଜସ୍ୱ ବାବଦକୁ ମୋଟ ଟ.୯୨୪.୦୦ ମାତ୍ର ଆଦାୟ କରଯାଇଥିଲା । ଏହି ବିଭାଗ ଦ୍ଵାରା ୫ଟି ଗ୍ରନ୍ଥ ଖଣ୍ଡର ସଂଯୋଗୀକରଣ ୧୦୩ଟି ଗ୍ରନ୍ଥ ଖଣ୍ଡ ଓ ୫୦ଟି ରାକର ସଫାଇ ଓ ସଜାଡି ରଖିବା ୧୧ଗୋଟି ଗ୍ରନ୍ଥ ଖଣ୍ଡ,୧୦ଖଣ୍ଡ ଫାଇଲୋ ୩୫ଗୋଟି ମୁକ୍ତ ନଥିର ଜେରକ୍ସ ରଖାଯିବା ସହ ୩୪୧ ଖଣ୍ଡ ଦୈନିକ ସମ୍ବାଦପତ୍ରର ରୋଜନାମାଙ୍କନ କରାଯାଇଥିଲା । ଏବଂ ୧୦ଟି ଫାଇଲର ସିଲାଇ କରଯାଇଥିଲା । ଏହାବ୍ୟତୀତ ଗବେଷକମାନଙ୍କୁ ସେମାନଙ୍କର ଗବେଷଣା ସଙ୍କ୍ରାନ୍ତୀୟ ଆବଶ୍ୟକୀୟ ୭୦ଗୋଟି ଗ୍ରନ୍ଥ ଖଣ୍ଡ,୩୮ଟି ଫାଇଲ ଯୋଗାଇ ଦିଆଯାଇଥିଲା । ଉକ୍ତ ମାସରେ ସମବଲପୁରଠାରେ ଅବସ୍ଥାପିତ ଆଞ୍ଚଳିକ ଅଭିଲେଖାଗାର ଦ୍ଵାରା ରାଜ୍ୟ ଅଭିଲେଖଗାର ରୁ ସ୍ଥାନାନ୍ତରିତ ହୋଇଥିବା ଜେରକ୍ସ ନଥିର ସଫାଇ କାର୍ଯ୍ୟ କରାଯିବା ସହ ତିନି ଜଣ ଗବେଷକଙ୍କୁ ତାଙ୍କର ଗବେଷଣା ସଙ୍କ୍ରାନ୍ତୀୟ ଆବଶ୍ୟକୀୟ ପୁସ୍ତକ ଓନଥି ଦିଆଯାଇଥିଲା ବୋଲି ଓଡିଶା ରାଜ୍ୟ ଅଭିଲେଖାଗାର ସୂତ୍ରରୁ ପ୍ରକାଶ ।

Share in top social networks!

ବିପ୍ର ଅଜା…!!!

970713_422384177870788_1937908858_n

ସେ ମୋ ମାଙ୍କର କୌଣସି ଦୂର ସମ୍ପର୍କୀୟ ବି ନୁହନ୍ତି । ହେଲେ ବାପା, ତାଙ୍କୁ ସମ୍ମାନର ସହ ମାମୁଁ ବୋଲି ଅତି ଆଦରର ସହ ସମ୍ବୋଧନ କରନ୍ତି ଆଉ ସେଇଥି ପାଇଁ ମୁଁ ତାଙ୍କୁ ଅଜା ବୋଲି ଡାକେ । ଏଥିରେ ଦିହ ସରି ଯାଏନି ଟି । ଗାଁ ଗହଳରେ ଏଇମିତି କକା,
ମାମୁଁ, ମଉସା, ଅଜା,ଆଈ, ପ୍ରଭୃତି ଡାକରେ ସବୁ ଭାଇ-ବନ୍ଧୁ-କୁଟୁମ୍ବ ହୋଇଯାନ୍ତି । ସମୟ ଅସମୟରେ ସେମାନେ ସବୁ ଆସି ଦୁଆରେ ଠିଆ ।

ଜନମ ହେଲାଠୁ ମୋର ନିଜର ଅଜାକୁ କେବେ ଦେଖିନାହିଁ । ବୁଦ୍ଧି ହେଲା ବେଳକୁ ପଚାରି ବୁଝିଥିଲି ଯେ ମୋ ଅଜା ରେଙ୍ଗୁନ୍‌କୁ ଯାଇଥିଲେ ଆଉ ସେଠାକାର ଗୃହଯୁଦ୍ଧର ବିଭୀଷିକା ପରଠୁ ଆଉ ଫେରିନାହାନ୍ତି । ହେଲେ ମୋ ଆଈକୁ ସଦାବେଳେ ତାଙ୍କରି ଫେରିବା ବାଟକୁ ଦେଖି କେବେଠାରୁ ଚାଲିଗଲାଣି ଆରପାରିକୁ । ମୋ ଅଜାଆଈ କଥା ଆରଥରକୁ । ଆଜି କହିବି ଏଇ ବିପ୍ର ଅଜାଙ୍କ କଥା ।

ଆମ ଘର ଆଗରେ ତାଙ୍କ ଘର । ବ୍ରାହ୍ମଣ ଜାତି । ସେ ବି ମୋ ବାପାଙ୍କ ଭଳି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଥିଲେ । ସେ କେତେ ମନ୍ଦିରରେ ଟ୍ରଷ୍ଟି ବି ଥିଲେ । ଲେଖାଯୋଖାରେ ଧୁରନ୍ଧର । ତାଙ୍କ ଦ୍ୱାରା ଆଖପାଖ ଦଶଖଣ୍ଡ ଗାଁର ମନ୍ଦିରରୁ ପହିଲି ଭୋଗ ବରାଦ ହୋଇ ଆସୁଥିଲା ମଧ୍ୟ ।

ସକାଳେ; ସେ, ମୁଁ ଆଉ ମୋ ବାପା ସବୁ ମିଶି ନଦୀକୁ ଗାଧୋଇବାକୁ ଯାଉ । ବାଟ ସାରା ରାଜନୀତି କଥା । ସେ ହିଁ ମୋତେ ଦୁର୍ମୁଖ ଆଉ ନିଆଁଖୁଣ୍ଟା ସହ ପରିଚୟ କରାଇ ଦେଇଥିଲେ । ଭଗବତୀ ଗୁଡ଼ାଖୁ ଟେଳାଟିଏ ଚାରି ଆଙ୍ଗୁଠିରେ ଦବେଇ ଧରି, ବିଶି ଆଙ୍ଗୁଠିରେ ଦାନ୍ତ ଉପରେ ରେଣ୍ଠି ଚାଲିଥିବେ ।

ଆଉ ବୁଝିଲୁ ନା ତ୍ରିନାଥ କହିକହି, ଧରିତ୍ରୀ ସମ୍ବାଦପତ୍ରଟିକୁ ହଲାଇ ହଲାଇ ଆମ ପିଣ୍ଡାକୁ ଚାଲି ଆସୁଥିବେ , ବେକରେ ଗାମୁଛା ଆଉ ଧୋତିଟିଏ ପିନ୍ଧି । ଅତି ନିରାଡ଼ମ୍ବର । ମୋତେ କେତେବେଳେ ଚଳେଇ ଦେଉଥିବେ ଗମାତିଆ କଥା ସବୁ କହି । ମୁଁ ରାଗିଲେ
କହୁଥିବେ,
” ରାଗିଲେ ହବକି ଭୂୟାଁ ପିଲା । ଏବେ ଏମିତି ରାଗିଲେ କାଲି ସକାଳେ ଦୁନିଆରେ କେମିତି ଚଳିବୁ କହିଲୁ ।”

ମୋ କଥା ସଙ୍କଳନରେ ସବୁ ଲେଖିବି । ଏବେ କହିବି ଆଜିର କଥା ।

ସେଦିନ କେତେ କଥାନଥାରୁ ଗଛରୁ ଫଳ ପଡ଼ିବା କଥା ଉଠିଲା ।
ମୁଁ ଏମିତି ହସଗମାତରେ କହିଦେଇଥିଲି,
“ହଁ ମ ଗଛରୁ ଫଳ ପଡ଼ିବାଟା କ’ଣ ବଡ଼ କଥାଟିଏ ଯେ…! ”

ସେତେବେଳେ ତୃତୀୟ ଶ୍ରେଣୀରେ ପଢୁଥିଲି । ମୋର ଉତ୍ତର ଶୁଣି ସେ ଗୋଟିଏ ରହସ୍ୟମୟ ହସଟିଏ ହସି ବିଲର ଆର ହୁଡ଼ାପାରି ଚାଲିଯାଇଥିଲେ ଗୁଡ଼ାଖୁ ରେଣ୍ଠିରେଣ୍ଠି । ସେ ଯେତେବେଳେ ହାତପାଣି ସାରି କାନରେ ପଇତାଟିକୁ ଝୁଲାଇ ଫେରି ଆସିଲେ ନଦୀ
ପଠାକୁ,

ସେତେବେଳେ ମୁଁ ପଚାରିଲି, “କଣ ଅଜା ଏଇ ରହସ୍ୟମୟ ହସର ଅର୍ଥ କଣ ଥିଲା ? ”

ସେ ବି ହସି ଦେଇ କହିଥିଲେ, “ଗଛରୁ ଫଳ ପଡ଼ିବାଟା ଯଦି ବଡ଼ କଥା ନୁହଁ; ଛୋଟ କଥାବି ନୁହଁ ।”

ମୁଁ ତାଙ୍କୁ ଆଁ କରି ଅନାଇ ରହିଥିଲି କାନ କୁତୁକୁତୁ କରି।

ସେ କହିଲେ, “ଏଇ ଗଛରୁ ଫଳ ପଡ଼ିବା ଦେଖି ହିଁ ନିଉଟନ୍‌, ମାଧ୍ୟାକର୍ଷଣ ଶକ୍ତି ବିଷୟରେ ଦୁନିଆକୁ ଜଣାଇଥିଲେ ଯାହାକି ଆଜି ଦୁନିଆର କେତେ ଜ୍ଞାନବିଜ୍ଞାନ କ୍ଷେତ୍ରରେ ବ୍ୟବହାର ହୋଇପାରୁଛି । ଏଣୁ କୌଣସି କଥାକୁ ଛୋଟ ମଣିବା ଉଚିତ ନୁହଁ । ”

ଏଇଭଳି ଗାଁର ଛୋଟବଡ଼ଙ୍କ ଠାରୁ ଅନେକ କଥା ଦେଖିଶିଖି ବଡ଼ ହୋଇଛି । ସେ କଥା ଆଜି ବି ମନରେ ଅଛି । ସବୁ ବିଷୟର ଗୁରୁତ୍ୱ ବୁଝିବାକୁ ଚେଷ୍ଟା କରୁଛି । କେତେ ଦେଖି ଶିଖୁଛି ତ କେତେ ବୁଝି ଶିଖୁଛି । କେବେ ପଢ଼ି ଶିଖୁଛି ତ କେବେ ପଢ଼ାଇ ଶିଖୁଛି ।

ଏବେ ଏତକ ବୁଝି ପାରିଛି ଯେ ବିଶ୍ୱ ବ୍ରହ୍ମାଣ୍ଡର ସବୁ ଅଣୁତତ୍ତ୍ୱର ବି ମହତ୍ତ୍ୱ ରହିଛି । ପ୍ରତ୍ୟେକ ମୁହୂର୍ତ୍ତ କେତେ ଅମୂଲ୍ୟ ଏହା ହୃଦୟଙ୍ଗମ କରିଛି ।

ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଗୋଟିଏ ଗୋଟିଏ ଶିକ୍ଷକ । ଆମର ଅଜାଣତରେ କେତେ କଥା ଶିଖାଇ ଦିଅନ୍ତି ଆମକୁ । କିଏ ଏହାକୁ ଅନୁଭବ କହେତ କିଏ ଅଭିଜ୍ଞତା । ହେଲେ, ପ୍ରତିକ୍ଷଣ କେତେ ଆଖି ପିଛୁଳାକେ ଆରଘଡ଼ି ହୋଇଯାଏ ।

ନିଉଟନ୍‌ଙ୍କ ପାଇଁ ଆତ ପଡ଼ିବାର ମୁହୂର୍ତ୍ତ, ମାଡ଼ାମ୍‌ କ୍ୟୁରୀଙ୍କ ପାଇଁ ରଶ୍ମୀ ବିକୀରଣର ମୁହୂର୍ତ୍ତ, ଜେମ୍‌ସ୍‌ ୱାଟ୍‌ଙ୍କ ପାଇଁ ଚା କେଟେଲ୍‌ର ବାମ୍ଫ ଆସିବାର ମୁହୂର୍ତ୍ତ, ଆର୍କିମିଡ଼ିସ୍‌ଙ୍କ ପାଇଁ ଇଉରେକା ମୁହୂର୍ତ୍ତ ଆଉ ଏଇ ଦୁନିଆର ଏଇଭଳି ଚଉପିଠିଆଙ୍କ ପାଇଁ ଏଇ ମୁହୂର୍ତ୍ତ ହିଁ ତ ଆଣିଦେଇଥିଲା ଜ୍ଞାନବିଜ୍ଞାନର ଏକ ଆନ୍ଦୋଳନ ।

ସୁଧୀ ପାଠକେ,
ଏଇ ମୁହୂର୍ତ୍ତରେ ହିଁ ବିଶ୍ୱବ୍ରହ୍ମାଣ୍ଡ ଆତଯାତ ହେଉଛି ଆଉ ଆମ ସମସ୍ତଙ୍କୁ କିଛି ଇସାରା ଦେଉଛି କାଲିପାଇଁ । ଏଇ ମୁହୂର୍ତ୍ତରେ ହିଁ ସବୁକିଛି ଅଛି । ଆମର ବୋଧଶକ୍ତି ଦ୍ୱାରା ଏହି ମୁହୂର୍ତ୍ତରୁ ହିଁ ଜୀବନଶକ୍ତି ଆହରଣ କରି ଆମର ଅନ୍ତଃକରଣକୁ ଶୁଦ୍ଧ କରିବା ସହ ସଂସାରର ହିତ ପାଇଁ କିଛି କରିଯିବାଟା ହିଁ କଲ୍ୟାଣକାରକ ।

- ପ୍ରଭୂ

[ ମୋ କଥା ସଙ୍କଳନର "ବିପ୍ର ଅଜା" କଥାର କିୟଦଂଶ]

Share in top social networks!

ଏମ୍ ସି ଏଲ ର କଫିଟେବୁଲ ବୁକ୍ ଉନ୍ମୋଚିତ

download (2)ଭାରତରେ କୋଇଲା ଉତ୍ତୋଳନ କ୍ଷେତ୍ରରେ ମହାନଦୀ କୋଲଫିଲଡ୍ ଲିମିଟେଡ୍ ଏକ ମାଇଲ ଖୁଣ୍ଟ କହିଲେ ଆତ୍ୟୁକ୍ତି ହେବ ନାହିଁ । ୧୯୯୨ ମସିହା ଠାରୁ ଏ ପର୍ଯ୍ୟନ୍ତ ଉଲ୍ଲେଖନୀୟ ଅବଦାନ ପାଇଁ ବହୁବାର ରାଷ୍ଟ୍ରପତି ଙ୍କ ଦ୍ଵାରା ପୁରସ୍କୃତ ହୋଇସାରିଛି । ପରିବେଶ ସମ୍ମାନ,ନିରାପତ୍ତା ଆଇନ,ପ୍ରଭୃତି ପାଇବା ସହ କ୍ରୀଡା କ୍ଷେତ୍ରରେ,ସ୍ୱାସ୍ଥ୍ୟ କ୍ଷେତ୍ରରେ ଓ ପାଣିର ସମସ୍ୟା ଦୂର କରିବା ସହ ବନ୍ୟା,ବାତ୍ୟା,ଓ ପ୍ରାକୃତିକ ବିପର୍ଯ୍ୟୟ ରେ ଓଡିଶା ତଥା ଓଡିଶା ବାହାରେ ରାଜ୍ୟକୁ ମଧ୍ୟ ଅନୁଦାନ ସହଯୋଗ କରିପାରିଛି । ଉକ୍ତ କାର୍ଯ୍ୟାବଳୀ କୁ ସଂକ୍ଷିପ୍ତ ଭାବେ ଏକତ୍ର କରି “ଏମ୍ ସି ଏଲ ର କଫିଟେବୁଲ ବୁକ୍” ଟାଇମ୍ସ ଅଫ୍ ଇଣ୍ଡିଆ ଭୁବନେଶ୍ଵର ଦ୍ଵାରା ପ୍ରକାଶିତ ହୋଇଛି ବୋଲି ନିର୍ଦ୍ଦେଶକ ପି.ସି ପାଣିଗ୍ରାହୀ ଉଲ୍ଲେଖ କରିଥିଲେ । ଏହି ପୁସ୍ତକକୁ ଟାଇମ୍ସ ଅଫ ଇଣ୍ଡିଆ ର ଶାଖା ପରିଚାଳକ ରଞ୍ଜନ କୁମାର ପାଢି,ଅଧ୍ୟକ୍ଷ ତଥା ପାରିଚାଳନା ନିର୍ଦ୍ଦେଶକ ଏ.ଏନ୍.ସହାୟଙ୍କୁ ପ୍ରଦାନ କରିଥିଲେ । ସମସ୍ତ ନିର୍ଦ୍ଦେଶକ ଏ.କେ ତିୱାରି,ଯେ.ପି ସିଂ,ଡାକ୍ତର ଅଶୋକ କୁମାର,ଅବଦୁଲ କାଲାମ,ବିକେ ସକସେନା,ଜି.ଡି ବର୍ମା,ଏବଂ କମ୍ପାନୀ ସେକ୍ରେଟେରୀ ଏ.କେ ସିଂ ଙ୍କ ଉପସ୍ଥିତିରେ ପୁସ୍ତକଟିକୁ ଉନ୍ମୋଚନ କରି ଅଧ୍ୟକ୍ଷ ଏ.ଏନ୍ ସହାୟ କହିଥିଲେ ଟାଇମ୍ସ ଅଫ ଇଣ୍ଡିଆ ପୁସ୍ତକଟିକୁ ଉଲ୍ଲେଖନୀୟ ଭାବେ ସମିତ ପୃଷ୍ଠା ଭିତରେ ଏମ୍ ସି.ଏଲ ର ସମସ୍ତ ବିଷୟ ବସ୍ତିକୁ ସୁଚାରୁରୂପେ ପ୍ରତିପାଦନ କରିପାରିଥିବାରୁ ଲେଖକ,ପ୍ରକାଶକ,ଫଟୋଗ୍ରାଫର ଓ ସହଯୋଗୀଙ୍କୁ ସାଧୁବାଦ ଜଣାଇଥିଲେ ।

Share in top social networks!

“ସାର୍ଥକ ସାରଥି : ଜାନକୀ ବଲ୍ଲଭ”ରାଜ୍ୟପାଳଙ୍କ ଦ୍ଵାରା ଲୋକାର୍ପିତ

download
ତିନିଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ତଥା ସଂପ୍ରତି ଅସାମର ରାଜ୍ୟପାଳପଦ ଅଳଂକୃତ କରିଥିବା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ନିଜର ଘନିଷ୍ଠ ବନ୍ଧୁ ବୋଲି ଉଲ୍ଲେଖକରି ରାଜ୍ୟପାଳ ଡଃ ଏସ.ସି.ଜମିର କହିଛନ୍ତି ଯେ ସେ ଖାଲି ଜଣେ ବହୁମୂଖୀ ପ୍ରତିଭା ନୁହନ୍ତି ,ରାଜନୀତି ଓ ସାହିତ୍ୟ ମଧ୍ୟରେ ଅପୂର୍ବ ସାମଞ୍ଜସ୍ୟ ରକ୍ଷାକରିବାରେ ଜାନକୀବଲ୍ଲଭ ଅନନ୍ୟ ଉଦାହରଣ ସୃଷ୍ଟି କରିପାରିଛନ୍ତି । ଗତ ୩ତାରିଖ ସନ୍ଧ୍ୟାରେ ରାଜଭବନର ଅଭିଷେକ ହଲରେ ଆୟୋଜିତ ଏକ ସାହିତ୍ୟ ଉତ୍ସବରେ ଡକ୍ଟର ଗୋବିନ୍ଦ ଭୂୟାଁ ଙ୍କ ଦ୍ଵାରା ଲିଖିତ “ସାର୍ଥକ ସାରଥି: ଜାନକୀ ବଲ୍ଲଭ” ପୁସ୍ତକର ଲୋକାର୍ପଣ କରିବା ଅବସରରେ ରାଜ୍ୟପାଳ କହିଲେ ଯେ,ଜାନକୀ ବଲ୍ଲଭ ଜଣେ ଦୁରଦୃଷ୍ଟି ସମ୍ପନ୍ନ ରାଷ୍ଟ୍ରନେତା । ନିଜ ପ୍ରତିକ୍ରିୟାରେ ଆସାମର ରାଜ୍ୟପାଳ ତଥା ବିଶିଷ୍ଟ ସାହିତ୍ୟିକ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ରାଜନୀତି ଓ ସାହିତ୍ୟ କ୍ଷେତ୍ରରେ ନିଜର ପ୍ରାୟ ଛ ଦଶକର ଯାତ୍ରାର ସ୍ମୃତି ଚାରଣ କରି କହିଥିଲେ ଯେ କୌଣସି ଆଶା ବା ଦାନ-ପ୍ରତିଦାନର ଚେତନାରେ ସେ ରାଜନୀତିଜ୍ଞ ସାହିତ୍ୟ କ୍ଷେତ୍ରକୁ ଆସିନଥିଲେ । ଯେଉଁ ସମୟରେ ସେ ରାଜନୀତି ଓ ସାହିତ୍ୟ କ୍ଷେତ୍ରକୁ ଆସିଥିଲେ ସେତେବେଳେ ତାଙ୍କ ଆଗରେ ପ୍ରଧାନ ଲକ୍ଷ୍ୟ ଥିଲା ରାଜ୍ୟକୁ ପ୍ରଗତି ପଥରେ ସ୍ଥିର ରଖି ଏକ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବା । ପୁସ୍ତକର ଲେଖକ ଡକ୍ଟର ଗୋବିନ୍ଦ ଭୂୟାଁ ପୁସ୍ତକଟିର ରଚନା କରିବାର ପୃଷ୍ଠଭୂମୀ ଓ ପ୍ରେରଣା ସଂପର୍କରେ ସୂଚନା ଦେବା ଅବସରରେ କହିଥିଲେ ଯେ ଜାନକୀବଲ୍ଲଭଙ୍କ ବିଶାଳବ୍ୟକ୍ତିତ୍ଵ ଓ କର୍ମମୟ ଜୀବନର ସବୁଦିଗରୁ ଆକଳନ କରିବା ସହଜ ନୁହେଁ । ତେବେ ସେ ପ୍ରୟାସ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଡଃ ସୀତାକାନ୍ତ ମହାପାତ୍ର ଓ ଡଃ ଦେବିପ୍ରସନ୍ନ ପଟ୍ଟନାୟକ ଏବଂ ତିରୁପତି ରାଷ୍ଟ୍ରୀୟ ବିଦ୍ୟାଳୟର କୁଳପତି ଡଃ ହରେକୃଷ୍ଣ ଶତପଥୀ ନିଜ ଅଭିଭାଷଣ ପ୍ରଦାନ କରିଥିଲେ । ପ୍ରକାଶକ ପୀତାଶ୍ଵର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!

ରାଜ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ଅଜିତ କୁମାର ତ୍ରିପାଠୀଙ୍କ ଲିଖିତ ମେଘଦୂତ ପୁସ୍ତକ ଉନ୍ମୋଚିତ

IMG_0157ନୂଆଦିଲ୍ଲୀସ୍ଥିତ ହାଉସ୍ ଖାସ୍ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ରାଜ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ଅଜିତ କୁମାର ତ୍ରିପାଠୀଙ୍କ ରଚିତ ମେଘଦୂତ ପୁସ୍ତକକୁ ସାଂସଦ ତଥା ବରିଷ୍ଠ ବୁଦ୍ଧିଜୀବୀ ଡକ୍ଟର କରଣ ସିଂ ଉନ୍ମୋଚିତ କରିଛନ୍ତି । ଉନ୍ମୋଚନ ଉତ୍ସବରେ ଲେଖକ ତଥା ରାଜ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ତ୍ରିପାଠୀ ଭାରତର ପୂର୍ବତନ ଯୋଜନା କମିଶନର ଶ୍ରୀ ସତ୍ୟାନନ୍ଦ ମିଶ୍ର,ଓଡିଶା ସରକାରଙ୍କ ଯୁଗ୍ମ ଆବାବସିକ କମିଶନର ଡକ୍ଟର ତ୍ରିବିକ୍ରମ ପ୍ରଧାନ,କ୍ୟାପଟେନ୍ ଏ.ସି.ମିଶ୍ର ,ଶ୍ରୀ ପ୍ରଫୁଲ୍ଲ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ପୁସ୍ତକର ପ୍ରକାଶକ ଗୁରଗାଁଓ ସ୍ଥିତ ସୁଭି ପବ୍ଲିକେସନ୍ ହୋଇଥିବା ବେଳେ ପୁସ୍ତକରେ ରାମଗିରି ଠାରୁ ବିନ୍ଧ୍ୟ ପର୍ବତ ପର୍ଯ୍ୟନ୍ତ ବିସ୍ତ୍ରୁତ ଅଞ୍ଚଳର ଭୌଗୋଳିକ,ଐତିହାସିକ ,ପୌରାଣିକ ସ୍ଥାନ ସହ ପ୍ରାକୃତିକ ପରିବେଶର ବର୍ଣ୍ଣନା ତଥା ଆଲୋଚନା ସ୍ଥାନ ପାଇଛି । ପୁସ୍ତକରେ ମହାକବିଙ୍କ ଅନ୍ୟାନ୍ୟ କାବ୍ୟକୃତି ରୁ ବହୁ ଉଦାହରଣ ମାନ ସନ୍ନିବେଶିତ କରାଯିବା ସହ ପୁସ୍ତକର ଇତିହାସ ବିଭାଗଟିକୁ ସରସ ସୁନ୍ଦର ଭାବେ ଉପସ୍ଥାପିତ କରାଯାଇଅଛି । ସେହିପରି ମହାକବିଙ୍କ ମେଘଦୂତ କାବ୍ୟ ର ଇଂରାଜୀ ପଦ୍ୟାନୁବାଦ କରାଯାଇ ପ୍ରତ୍ୟେକ ପଦର ସୁନ୍ଦର ଚିତ୍ର ମାନ ଚିତ୍ରକରର ତୁଳିରେ ରୂପ ଦିଆଯାଇଅଛି । ଏହି ଅବସରରେ ନିଜର ମତପୋଷଣ କରି ଡଃ କରଣ ସିଂ ବହିଟି ବିଦଗ୍ଧ ପାଠକଙ୍କ ପାଇଁ ଖୁବ ଶିକ୍ଷଣୀୟ ଓ ଉପାଦେୟ ହେବ ବୋଲି ପ୍ରକାଶ କରିଥିଲେ ।

Share in top social networks!