ଚଳଚ୍ଚିତ୍ର ପ୍ରଯୋଜକ ବାସୁଦେବ ତ୍ରିପାଠୀଙ୍କ ପରଲୋକ

51833
‘ଅଣ୍ଟି ଛୁରୀ ତଣ୍ଟି କାଟେ’ , ‘ବସୁଧା’ , ‘ସାବିତ୍ରୀ’ , ‘କାଶିଆ କପିଳା’ , ‘ମା ମଙ୍ଗଳା’ , ‘ସୁଭଦ୍ରା’ ଭଳି ଓଡିଶା ଚଳଚ୍ଚିତ୍ରର ପ୍ରଯୋଜକ ,ଅଭିନେତା ତଥା ବିଶିଷ୍ଟ ବ୍ୟବସାୟୀ ବାସୁଦେବ ତ୍ରିପାଠୀଙ୍କର ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ସେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ । ବାସୁଦେବ ତ୍ରିପାଠୀଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିବା ସହିତ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବାସୁଦେବ ତ୍ରିପାଠୀଙ୍କ ମୃତ୍ୟୁ ଖବର ପାଇବାପରେ ଚଳଚ୍ଚିତ୍ର ଜଗତର ବହୁ ନିର୍ଦ୍ଦେଶକ , ପ୍ରଯୋଜକ,ଅଭିନେତା ଓ ଅଭିନେତ୍ରୀ ,ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତାଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ପୁରୀ ସ୍ଵର୍ଗଦ୍ଵାର ରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି ।

Share in top social networks!

କବି ବ୍ରଜନାଥ ରଥଙ୍କ ବିୟୋଗରେ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମାଙ୍କ ଶୋକ

downloadପ୍ରଖ୍ୟାତ କବି ବ୍ରଜନାଥ ରଥଙ୍କ ବିୟୋଗରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବୈଷୟିକ ଶିକ୍ଷା ତାଲିମ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ଦାସବର୍ମା ସ୍ଵର୍ଗତ ରଥଙ୍କୁ ଆଧୁନିକ ଓଡିଆ କାବ୍ୟ ଜଗତର ଜଣେ ଧାରା ପ୍ରବର୍ତ୍ତକ ଭାବରେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ କବିତାରେ ସାଧାରଣ ମଣିଷର ସ୍ଵର ସ୍ପଷ୍ଟ ଓ ଶାଣିତ । ଜଣେ ସୃଜନଶୀଳ ସ୍ରଷ୍ଟା ଭାବରେ ସେ ବିପୁଳ ପାଠକୀୟ ଶ୍ରଦ୍ଧା ଓ ସମ୍ମାନର ଅଧିକାରୀ । ତାଙ୍କର ସାମାଜିକ ଓ ସାଂସ୍କୃତିକ କ୍ରିୟାଶୀଳତା ପ୍ରଶଂସନୀୟ । ତାଙ୍କର ପରଲୋକ ଓଡିଆ ସାରସ୍ଵତ ଜାତରେ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ମନ୍ତ୍ରୀ ଶ୍ରୀ ଦାସବର୍ମା ସ୍ଵର୍ଗତ ରଥଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ ଓ ଆତ୍ମୀୟ ସ୍ଵଜନ ଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।

Share in top social networks!

ଶ୍ରୀ କୃଷ୍ଣ ଶବରଙ୍କୁ ପ୍ରଥମ ଶାମ୍ଭବୀ ପୁରସ୍କାର

Odishan-MAP-9ରାୟଗଡା ଜିଲ୍ଲା ଗୁଣୁପୁର ନିବାସୀ ଶ୍ରୀ କୃଷ୍ଣ ଶବରଙ୍କୁ ବଂଶିଧର ଓ ଇଲା ପଣ୍ଡା ଫାଉଣ୍ଡେସନ (BIPF) ଦ୍ଵାରା ‘ଶାମ୍ଭବୀ ପୁରସ୍କାର’ ପ୍ରଦାନ କାରାଯାଇଛି । ଭୁବନେଶ୍ଵର ଠାରେ ଏକ ଆନୁଷ୍ଠାନିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଭାଇସ୍ ଚାନ୍ସଲର ପ୍ରଫେସର ସତ୍ୟାନନ୍ଦ ଆଚାର୍ଯ୍ୟ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ଅରବିନ୍ଦ ବେହେରା (ଅବସରପ୍ରାପ୍ତ ଆଇଏଏସ୍ ଅଫିସର) ଙ୍କ ଦ୍ଵାରା ଏହା ପ୍ରଦାନ କରାଯାଇଛି । ଓଡିଶାରେ ଉଦୀୟମାନ ସାମାଜିକ କର୍ମକର୍ତ୍ତା ମାନଙ୍କର ଉତ୍କର୍ଷତା ଓ ଉଦ୍ଭାବନକୁ ଚିହ୍ନଟ କରିବା ହେଉଛି ‘ଶାମ୍ଭବୀ ପୁରସ୍କାର’ ର ଉଦ୍ଦେଶ୍ୟ , ଯାହା ଦ୍ଵାରା ଅଧିକରୁ ଅଧିକ ନାଗରିକଙ୍କୁ ପରିବର୍ତ୍ତନର ପ୍ରତିନିଧି ଭାବରେ କାର୍ଯ୍ୟ କରିବାକୁ ଉତ୍ସାହିତ କରାଯାଇପାରିବ । ଶ୍ରୀ କୃଷ୍ଣ ଶବର ସଉରା ଜନଜାତିର ଜଣେ ସଦସ୍ୟ ଭାବରେ ଏକ ସଉରା ଲିପି ପ୍ରତିଷ୍ଠା କରିଥିବାରୁ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ଦୀର୍ଘ ୧୫ ବର୍ଷର ଉଦ୍ୟମ ପରେ ସେ ସଉରା ଲିପିର ଏକ କମ୍ପ୍ୟୁଟର ସଫ୍ଟୱେର୍ ବିକଶିତ କରିଛନ୍ତି,ଯାହାକି ପ୍ରତିଷେଧକ ସ୍ୱାସ୍ଥ୍ୟ,ପରିମଳ ଓ ସ୍ଵଚ୍ଛତା ,ଟୀକାକରଣ ଇତ୍ୟାଦି ଭଳି ଜଟିଳ ବିଷୟଗୁଡିକ ଉପରେ ସଚେତନତା ବୃଦ୍ଧି କରିବା ଡିଆରେ ଅନେକ ସହାୟକ ହେବ । ଏହି ଉତ୍ସବକୁ ଉଦବୋଧାନ ଦେଇ ବଂଶୀଧାରା ଓ ଇଲାପଣ୍ଡା ଫାଉଣ୍ଡେସନର ଟ୍ରଷ୍ଟି ଓ ସିଇଓ ଶ୍ରୀମତୀ ଶୈଫାଳିକା ପଣ୍ଡା କହିଲେ,”ଜଟିଳ ବିକାଶମୂଳକ ବିଷୟଗୁଡ଼ିକର ସଫଳତା ପଛରେ ଅନେକ ଏଭଳି ଲୋକଙ୍କର ନିଷ୍ଠା ଓ କଠିନ ପରିଶ୍ରମ ରହିଛି,ଯେଉଁମାନେ କି ଦୃଷ୍ଟିଗୋଚର ହୁଅନ୍ତି ନାହିଁ । ଏଭାଲି ଯୋଗଦାନକୁ ଚିହ୍ନଟ କରିବା ଏବଂ ନିଜ ସମୁଦାୟର ଉନ୍ନତି ଦିଗରେ ନିରନ୍ତର କାର୍ଯ୍ୟକରୁଥିବା ବ୍ୟକ୍ତିମାନଙ୍କ ମନୋବଳ ବଢାଇବା ପାଇଁ ଏହି ପୁରସ୍କାର ଉଦ୍ଦିଷ୍ଟ । ଶ୍ରୀ କୃଷ୍ଣ ଶବର ଙ୍କୁ ମୋର ଆର୍ଦ୍ଦିକ ଅଭିନନ୍ଦନ ।”ଶାମ୍ଭବୀ ପୁରସ୍କାର ର ବିଜେତା ଏକ ସ୍ଵାଧୀନ ବିଚାରକ ମଣ୍ଡଳୀଙ୍କ ଦ୍ଵାରା ଚୟନ କରାଯାଇଥାଏ,ଯେଉଁମାନେ କି ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ,ସାମାଜିକ ସଂଗଠନ ,ଗଣମାଧ୍ୟମ ଏବଂ ବିଆଇପିଏଫ ର ପ୍ରତିନିଧି ଅଟନ୍ତି । ରାଜ୍ୟରେ ପ୍ରଥମ ଏହି ପୁରସ୍କାର ସ୍ୱରୂପ ଗୋଟିଏ ଟ୍ରଫି ,ଗୋଟିଏ ପ୍ରଶସ୍ତି ପତ୍ର ଏବଂ ୧ଲକ୍ଷ ତାଙ୍କର ନଗଦ ରାଶି ରଖାଯାଇଛି । ଏହି ଉତ୍ସବରେ ଜାତିସଂଘ ର ବିଭିନ୍ନ ଅନୁଷ୍ଠାନ,ସ୍ଵେଚ୍ଛାସେବୀ ସଂଗଠନ ,ସରକାରୀ,କର୍ପୋରେଟ୍ ତଥା ଗଣମାଧ୍ୟମର ପ୍ରତିନିଧୀମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।

Share in top social networks!

ଭବାନୀ ବାବୁ ଜଣେ ଭଲ ମଣିଷ

Bhabani Pattnaik (2)ସ୍ଵାମୀ ଦୟାନନ୍ଦ ସର୍ଭିସ ମିଶନ ,ରାଜ୍ୟ ତୃଣମୂଳ କଂଗ୍ରେସ ଓ ମହାତାବ ଏକାଡ଼େମୀର ମିଳିତ ଆନୁକୁଲ୍ୟରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ପୂର୍ବତନ ସାଂସଦ ଓ ବିଶିଷ୍ଟ ସମାଜସେବୀ ଶ୍ରୀ ଭବାନୀଚରଣ ପଟ୍ଟନାୟକଙ୍କ ୯୩ ତମ ସ୍ଵନକ୍ଷତ୍ର ଉତ୍ସବ ୟୁନିଟ୍ -୯ ଫ୍ଲାଟ, ଭୁବନେଶ୍ଵର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଶ୍ରୀ ପଟ୍ଟନାୟକଙ୍କ ଦୀର୍ଘଦିନ କାମନା କରି ଏକ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଉତ୍ସବର ଉଦଘାଟନ କରି ପୂର୍ବତନ ବାଚସ୍ପତି ଶରତ କୁମାର କର କହିଲେ ଯେ ଭବାନୀ ବାବୁ ଜଣେ ଭଲ ମଣିଷ ,ନୀରବ ଦେଶ ସେବକ,ନୀତିନିଷ୍ଠ ରାଜବେତା ଥିଲେ ।ତାଙ୍କ ଠାରୁ ଯୁବପିଢି ବହୁତ ଶିଖିବାର ଅଛି । ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ କଂଗ୍ରେସ ନେତା ଅନନ୍ତ ପ୍ରସାଦ ସେଠୀ,ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତି,ନରେନ୍ଦ୍ର କୁମାର ମିଶ୍ର,ବରିଷ୍ଠ ସାମ୍ବାଦିକ ବସନ୍ତ କୁମାର ଦାସ,ବିଜୁ ପଟ୍ଟନାୟକ କମ୍ପ୍ୟୁଟର ଏକାଡେମୀର ଅଧ୍ୟକ୍ଷ ସୀତା ବଲ୍ଲବ ମହାପାତ୍ର ଓ ସମ୍ପାଦକ ଶ୍ରୀକାନ୍ତ ପ୍ରସାଦ ସାମନ୍ତରାୟ ,ସ୍ଵେଚ୍ଛା ସେବୀ ଜୟନ୍ତୀ ସାହୁ ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉତ୍ସବରେ ଯୋଗ ଦେଇ ଭବାନୀ ବାବୁଙ୍କ ଦୀର୍ଘଜୀବନ କାମନା କରିଥିଲେ ।

Share in top social networks!

ମହିଳା ସ୍ୱାସ୍ଥ୍ୟକର୍ମୀ ପଦ୍ମାବତୀ ପାଇବେ ଫ୍ଲୋରେନ୍ସ ନାଇଟଙ୍ଗଲ ପୁରସ୍କାର

odisha-map1ମଣିଷର ଇଛାଶକ୍ତି,କାମ କରିବାର କୌଶଳ ଅସାଧ୍ୟକୁ ସାଧନ କରିବା ସହିତ ତାକୁ ସଫଳତାର ସହିତ ତାକୁ ସଫଳତାର ଶିଖରରେ ପହଞ୍ଚାଇଥାଏ । ସେହିପରି ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀ ହେଉଛନ୍ତି ପଦ୍ମାବତୀ ମେହେର । ଶ୍ରୀମତୀ ମେହେର ତାଙ୍କର କାର୍ଯ୍ୟ ଦକ୍ଷତା,କର୍ତ୍ତବ୍ୟ ପରାୟଣତା,ନିଷ୍ଠା ଓ ଆନ୍ତରିକତା ପାଇଁ ୨୦୧୩-୧୪ ବର୍ଷରେ ଫ୍ଲୋରେନ୍ସ ନାଇଟଙ୍ଗଲ ପୁରସ୍କାର ପାଇବା ନିମନ୍ତେ ମନୋନୀତ ହୋଇଛନ୍ତି । ସମ୍ପ୍ରତ୍ତି ଶ୍ରୀମତୀ ମେହେର ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ଯୋଗୀମୁଣ୍ଡା ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି । ୨୦୧୦ ରୁ ଏ ପର୍ଯ୍ୟନ୍ତ ପ୍ରାୟ ୧୩୦୦ରୁ ଅଧିକ ସଂବେଦନଶୀଳ ଆସନ୍ନ ପ୍ରସବା ଗର୍ଭବତୀ ମହିଳା ଙ୍କର ବିନା ଅସ୍ତ୍ରପଚାରରେ ପ୍ରସବ କରାଇ ପାରିଛନ୍ତି । ଏହା ବ୍ଯତୀତ ପ୍ରତି ମାସରେ ହାରାହାରି ୫୦ ଜଣ ଗର୍ଭବତୀ ମହିଳାଙ୍କୁ ଆନୁଷ୍ଠାନିକ ଭାବରେ ପ୍ରସବ ଏବଂ ପ୍ରସବ ପରବର୍ତ୍ତୀ ସହାୟତା ପ୍ରଦାନ କରୁଛନ୍ତି । ଏଥି ସହିତ ଗ୍ରାମାଞ୍ଚଳ ଲୋକଙ୍କ ନିକଟରେ ସାର୍ବଜନୀନ ଟୀକାକରଣ ସମେତ ସ୍ଵାସ୍ଥ୍ୟସେବାର ବିଭିନ୍ନ କାର୍ଯ୍ୟକ୍ରମକୁ ପହଞ୍ଚାଇ ସ୍ୱାସ୍ଥ୍ୟ ସଚେତନ କରିବା ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରି ସମସ୍ତଙ୍କ ଦ୍ଵାରା ଆଦୃତ ଓ ପ୍ରଶଂସା ର ପାତ୍ର ହୋଇ ଅନ୍ୟମାନଙ୍କ ନିମନ୍ତେ ଏକ ଉଦାହରଣ ହୋଇପାରିଛନ୍ତି । ଶ୍ରୀମତୀ ମେହେର ତାଙ୍କର ଏହି ସେବା ମନୋଭାବ, ନିଷ୍ଠା ଓ ଆନ୍ତରିକତା ନିମନ୍ତେ ଅନେକ ପୁରସ୍କାର ରେ ପୁରସ୍କୃତ ହୋଇଛନ୍ତି । ବର୍ତ୍ତମାନ ସେ ନର୍ସିଙ୍ଗ ସେବାର ସର୍ବୋଚ୍ଚ ସ୍ଵିକୃତି ଫ୍ଲୋରେନ୍ସ ନାଇଟାଙ୍ଗଲ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ୧୪ ତାରିଖ ଦିନ ଦିଲ୍ଲୀଠାରେ ଶ୍ରୀମତୀ ମେହେର ଭାରତର ମହାମହିମ ରାଷ୍ଟ୍ରପତି ଡକ୍ଟର ପ୍ରଣବ ମୁଖାର୍ଜୀ ଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିବାକୁ ଯାଉଛନ୍ତି ।

Share in top social networks!

ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଉଛି ହିଣ୍ଡାଲକୋ

pic1ଆଦିତ୍ୟ ବିର୍ଲା ଗୃପ୍ ର ଏକ ୟୁନିଟ୍ ,ହିଣ୍ଡାଲକୋ ଏହାର ସାମାଜିକ ଦାୟିତ୍ଵବୋଧତା ଦିଗରେ ଆଞ୍ଚଳିକ ଲୋକମାନଙ୍କର ବିକାଶ ତଥା ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ‘ସଂସ୍କାର’ ଏବଂ ଏହିଭଳି ୪୪ଟି ସ୍ଵୟଂ ସେବୀସଂସ୍ଥା କୁ ସମର୍ଥନ ଦେଉଛି । ହିଣ୍ଡାଲକୋ ର ଏହି ସମାଜସେବା ଉଦ୍ଦେଶ୍ୟର ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ବାସନ୍ତୀ ମହାରଣା ,ଯେ କି ସମ୍ବଲପୁର ଜିଲ୍ଲାର ହୀରାକୁଦ ଗ୍ରାମରେ ବାସ କରନ୍ତି । ସେ ଓ ତାଙ୍କର ସ୍ଵାମୀ ଦିନମଜୁରିଆ ଅଟନ୍ତି । ସାଧାରଣ ଲୋକଙ୍କ ଭଳି ତାଙ୍କ ସ୍ଵପ୍ନ ଥିଲାତାଙ୍କ ଦୁଇ ସନ୍ତାନ ଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ , ହେଲେ ତାଙ୍କ ଦୁହିଙ୍କର ମୋଟ ଆୟ ତାଙ୍କ ପରିବାରକୁ ପୋଷିବାରେ ଯଥେଷ୍ଟ ହେଉ ନ ଥାଏ । ଏହି ସମୟରେ ହିଣ୍ଡାଲ୍କୋ ତାଙ୍କ ସହାୟତା କାରିଥିଲା ଏବଂ ତାଙ୍କର ସ୍ଵପ୍ନକୁ ସାକାର କରିଥିଲା । ଏହି ସମ୍ପର୍କରେ ହିଣ୍ଡାଲକୋ ର ହୀରାକୁଦ କମ୍ପ୍ଲେକ୍ସର ମୁଖ୍ୟ ,ଶ୍ରୀ ପ୍ରସ୍ୟୋନ ମୁଖାର୍ଜୀ କହିଛନ୍ତି ,” ଏହି ଅଞ୍ଚଳର ମହିଳାମାନଙ୍କର ହିତ ପାଇଁ ଆମେ ଚିନ୍ତିତ ଏବଂ ସ୍ଵୟଂ ସହାୟକ ସଂସ୍ଥାମାନଙ୍କର ସମର୍ଥନ ମାଧ୍ୟମରେ ଆମେ ଏଠାକାର ମହିଳାମାନଙ୍କ ମଧ୍ୟରେ ସ୍ଵାଧୀନତା ଏବଂ ଉଦ୍ୟମ ଶୀଳତା ଭାବନାକୁ ଜାଗ୍ରତ କରି ସେମାନଙ୍କୁ ଏକ ସମ୍ମାନ ଭରା ଜୀବନ ପ୍ରଦାନ କରିବାକୁ ଚେଷ୍ଟା କରୁଛୁ ।“ସେ ଆହୁରି କହିଛନ୍ତି,” ହିରାକୁଦରେ ଆମେ ଉଲ୍ଲେଖନୀୟ ବିକାଶ ପରିଲକ୍ଷିତ କରିଛୁ । ଆମର ପ୍ରଚେଷ୍ଟା ନା କେବଳ ସ୍ଵୟଂ ସହାୟକ ସଂସ୍ଥାମାନଙ୍କୁ ସମର୍ଥନ ଦେଉଛି ବରଂ ମହିଳାମାନଙ୍କୁ ସ୍ଵାଧୀନ ଭାବରେ ନିଜସ୍ଵ,ଟେଲରିଂ ଏବଂ ଫିନାଇଲ ପ୍ରସ୍ତୁତ ଭଳି ବ୍ୟବସାୟ ଆରମ୍ଭ କରିବାକୁ ଶଶକ୍ତ କରାଉଛି ।“ କେବଳ ୧୩ଜଣଙ୍କୁ ନେଇ ୨୦୦୮ରେ ଆରମ୍ଭ ଏହି ପଦକ୍ଷେପ ଖୁବ ସଫଳତା ହାସଲ କରିଛି । ହିଣ୍ଡାଲକୋ ଏହି ଦଳକୁ ସ୍ଥାନୀୟ ୟୁକୋ ବ୍ୟାଙ୍କ ରେ ଏକ ଖାତା ଖୋଲିବା ପାଇଁ ସହାୟତା ପ୍ରଦାନ କରିଥିଲା । ସେମାନଙ୍କୁ ପାମ୍ପଡ ଓ ବାଡି ପ୍ରସ୍ତୁତ ବ୍ୟବସାୟ ନିମନ୍ତେ ଏକ ଲୋନ୍ ମଧ୍ୟ ମିଳିଥିଲା । ହିଣ୍ଡାଲ୍କୋ ସେମାନଙ୍କୁ ଆକାଉଣ୍ଟସ୍ ବୁକ୍ ପରିଚାଳନା ନିମନ୍ତେ ତାଲିମ୍ ପ୍ରଦାନ କରିଥିଲା । ସେମାନେ ଟଙ୍କା ୨୬୦୦ରେ ବ୍ୟବସାୟ ର ଆରମ୍ଭ କରିଥିଲେ ।ବାର୍ତ୍ତାମାନ ସମୟରେ ଏହି ବ୍ୟବସାୟରୁ ସେମାନେ ବାର୍ଷିକ ଟଙ୍କା ୩,୭୫,୫୦୦ ଆୟ କରୁଛନ୍ତି । ସମସ୍ତ ଖର୍ଚ୍ଚ ସରିବା ପରେ ପ୍ରତ୍ୟେକ ସଭ୍ୟଙ୍କର ମାସିକ ଆୟ ଟଙ୍କା ୧,୧୦୦ ରୁ ଟଙ୍କା ୧,୨୦୦ ମଧ୍ୟରେ ହେଉଛି । ଏହା ତାଙ୍କ ଆୟରେ ପରିବର୍ତ୍ତନ ଆଣିବା ସହିତ ସେମାନଙ୍କ ଜୀବନ ଶୈଳୀ ରେ ମଧ୍ୟ ପରିବର୍ତ୍ତନ ଆଣିଛି । ବର୍ତ୍ତମାନ ସେମାନେ ତାଙ୍କ ଅଞ୍ଚଳର ସମାଜ ପରିବର୍ତ୍ତନ କାରୀ ଏଜେଣ୍ଟ ଭାବେ ପରିଗଣନା କରାଯାଉଛନ୍ତି । ବର୍ତ୍ତମାନ ସମସ୍ତ ସ୍ଵୟଂ ସହାୟକ ଦଳ ମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଅଛି । ସେମାନଙ୍କ ମଧ୍ୟରୁ ଅନେକ ଆୟରେ ବୃଦ୍ଧି ଆଣିବା ନିମନ୍ତେ ବ୍ୟାଙ୍କରୁ ଋଣ ନେଉଛନ୍ତି ।

Share in top social networks!

ଏପ୍ରିଲ ୧୭ ଦିନ ବିଜୁ ବାବୁଙ୍କ ଶ୍ରାଦ୍ଧ ଉତ୍ସବ ପାଳନ

imagesଓଡିଶାର ମହାନ ସ୍ଵାଧୀନତା ସଂଗ୍ରାମୀ ,ପ୍ରାକ୍ତନ ମୁଖ୍ୟମନ୍ତ୍ରୀ,ପୂର୍ବତନ କେନ୍ଦ୍ରମନ୍ତ୍ରୀ ,ଆଧୁନିକ ଓଡିଶାର ନିର୍ମାତା ସ୍ଵର୍ଗତଃ ବିଜୁ ବାବୁଙ୍କ ର ସପ୍ତଦଶ ଶ୍ରାଦ୍ଧୋତ୍ସବ ଚଳିତ ମାସ ୧୭ ତାରିଖ ଦିନ ଗୁରୁବାର ଦିନ ରାଜ୍ୟ ବାସୀ ସର୍ବତ୍ର ପାଳନ କରୁଛନ୍ତି । ପ୍ରାକୃତିକ ସମ୍ପଦରେ ଭରପୁର ଓଡ଼ିଶାକୁ ଏକ ସୁଖ ଓ ସମୃଦ୍ଧିଶାଳୀ ରାଜ୍ୟ ଭାବେ ଗଢି ତୋଳିବାକୁ ସେ ଯେଉଁ ସ୍ଵପ୍ନ ଦେଖିଥିଲେ ତାର ସଫଳ ରୂପାୟନ କରିବା ପାଇଁ ସବୁ ପ୍ରକାର ଉଦ୍ୟମ ଆରମ୍ଭ ହୋଇଛି । ଆସନ୍ତୁ ଓଡିଶା ବାସୀ ଆମେମାନେ ଐକ୍ୟବଦ୍ଧ ହୋଇ ମହାନ୍ ନେତାଙ୍କ ସ୍ଵପ୍ନକୁ କାର୍ଯ୍ୟକାରୀ କରିବାକୁ ପ୍ରତିଜ୍ଞାବଦ୍ଧ ହେବା ।
୧. ଏପ୍ରିଲ ୧୭ ତାରିଖ ସକାଳ ୭ ଘଟିକା ସମୟରେ ରାଜ୍ୟବ୍ୟାପୀ ବିଜୁବାବୁଙ୍କ ଫଟୋଚିତ୍ର ଉପରେ ବିଜୁ ପ୍ରେମୀମାନେ ପୁଷ୍ପମାଳା ଅର୍ପଣ କରିବେ ।
୨ . ସନ୍ଧ୍ୟା ୬ ଘଣ୍ଟା ୩୦ ମିନିଟ ସମୟରେ ଗ୍ରାମପଞ୍ଚାୟତ ,ବ୍ଲକ ଜିଲ୍ଲା ସଦରମହକୁମା ମାନଙ୍କରେ ବିଜୁବାବୁଙ୍କ ସ୍ମୃତି ଉପଲକ୍ଷେ ସର୍ବାଦଳୀୟ ସଭାମାନ ସଂଗଠିତ କରିବେ ।

Share in top social networks!

ଗରିବଙ୍କ ପାଇଁ ନିଃସ୍ଵାର୍ଥପର ସଂଗ୍ରାମ ହିଁ ବାବା ସାହେବଙ୍କ ପ୍ରତି ହେବ ପ୍ରକୃତ ଶ୍ରଦ୍ଧାଞ୍ଜଳି – ସମୃଦ୍ଧ ଓଡିଶା

Odishan-MAP-13ଭାରତୀୟ ସମ୍ବିଧାନ ପ୍ରଣେତା ଡଃ ବାବା ସାହେବ ଆମ୍ବେଦଙ୍କରଙ୍କ ୧୨୩ତମ ପବିତ୍ର ଜୟନ୍ତୀ ଆଜି ସମୃଦ୍ଧ ଓଡିଶାର ମୁଖ୍ୟ କାର୍ଯ୍ୟାଳୟ ରେ ପାଳିତ ହୋଇଯାଇଛି । ଏହି ଜୟନ୍ତୀ ଉତ୍ସବରେ ପାଳନ ଅବସରରେ ଅଧ୍ୟକ୍ଷତା କରି ସମୃଦ୍ଧ ଓଡିଶାର ସଭାପତି ଡଃ ଯତୀଶ ଚନ୍ଦ୍ର ମହାନ୍ତି କହିଲେ ଯେ , ଏବେବି ଓଡିଶାରେ ଆମ୍ବେଦକରଙ୍କ ସ୍ଵପ୍ନ ସାର୍ଥକ କରିବା ନିମନ୍ତେ ସଂଗ୍ରାମ କରିବାକୁ ହେବ । ଅର୍ଥନୈତିକ ଦୃଷ୍ଟିରୁ ସର୍ବଦା ଅନଗ୍ରସର ରାଜ୍ୟ ଓଡିଶା ରେ ଆଜି ବି ଦଳିତ, ଆଦିବାସୀ ମହିଳା କେହିବି ସୁରକ୍ଷିତ ନୁହନ୍ତି । ଗରିବତମ ରାଜ୍ୟ ଓଡିଶାରେ ଆଜି ବି ଗରିବର ସିଂହ ଭାବ ଆଦିବାସୀ ଙ୍କ ପାଖରେ ରହିଛି । ଏବେବି ବାହାର ରାଜ୍ୟକୁ ଦାଦନର ସୁହ ଛୁଟୁଛି । ସାଧାରଣ ଗରିବୀ ଓଡିଆ ପାଇଁ ନିଃସ୍ଵାର୍ଥପର ସଂଗ୍ରାମ ହିଁ ବାବା ସାହେବଙ୍କ ପ୍ରତି ହେବ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ ମତବ୍ୟକ୍ତ କରିଥିଲେ ।

Share in top social networks!

ତ୍ରିଦଣ୍ଡୀ ସ୍ଵାମୀ ଭଗବାନ ଦେବଙ୍କ ସ୍ମୃତି ଚାରଣ ସଭା

downloadସ୍ଥାନୀୟ ଗୀତା ଭବନ ପରିସରରେ ତ୍ରିଦଣ୍ଡୀ ସ୍ଵାମୀ ଭଗବାନ ଦେବଙ୍କ ଦିବ୍ୟଧାମ ଯାତ୍ରା ପରିପ୍ରେକ୍ଷୀରେ ଏକ ସ୍ମୃତି ଚାରଣ ସଭା ସ୍ଵଦେଶୀ ଜାଗରଣ ମଞ୍ଚ ପ୍ରାନ୍ତ ପ୍ରମୁଖ ଶିକ୍ଷାବିତ୍ ଡକ୍ଟର ଧୀରେନ୍ଦ୍ର ନନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଗଞ୍ଜାମ ଜିଲ୍ଲା ମଥୁରା ମଠ ମହନ୍ତ ଶ୍ରୀ ସୁନ୍ଦର ରାମ ମହାରାଜ,ମଳିପଡା ମଠ ମହନ୍ତ ଶ୍ରୀ ବିଶ୍ଵମ୍ଭର ଦାସ ମହାରାଜ,ମହାମଣ୍ଡଳେଶ୍ଵର ମହନ୍ତ ଶ୍ରୀ ସୁଦର୍ଶନ ଦାସ ମହାରାଜ,ମହନ୍ତ ପର୍ଶୁରାମ ଦାସ ମହାରାଜ,ମହନ୍ତ ଶ୍ରୀ ରାମନାରାୟଣ ଦାସ ମହାରାଜ, ମହନ୍ତ ଶ୍ରୀ ଗଙ୍ଗାରାମ ଦାସ ମହାରାଜ ପ୍ରମୁଖ ଉପସ୍ଥିତ ସାଧୁ ସନ୍ଥ ମାନଙ୍କୁ ପୁଷ୍ପଚନ୍ଦନ ଓ ବସ୍ତ୍ର ଦେଇ ଅର୍ଚ୍ଚନା କରାଯାଇଥିଲା । ଗୀତା ଗବେଷଣା ପରିଷଦର ସମ୍ପାଦକ ଶକ୍ତି ଶଙ୍କର ମିଶ୍ର ଭଗବାନ ଦେବଙ୍କ ସ୍ମୃତି ଚାରଣ କରି କହିଲେ ଯେ ଗୀତା ଭବନ ସହିତ ସେ ଅଙ୍ଗାଙ୍ଗୀ ଭାବେ ଜଡିତ ଥିଲେ ଏବଂ ଏହି ବର୍ଷର ଗୀତା ଭବନ ବାର୍ଷିକୋତ୍ସବ ର ସମାରୋପ ଦିବସରେ ତାଙ୍କ ଜୀବନର ଶେଷ ମାଗ ଦର୍ଶନ ଥିଲା । ଶିକ୍ଷାବିତ୍ ଡକ୍ଟର ନନ୍ଦତାଙ୍କର ବ୍ୟକ୍ତିଗତ ଅନୁଭୂତି ବର୍ଣ୍ଣନା କରି କହିଲେ ଯେ ବିଶ୍ଵ ହିନ୍ଦୁ ପରିଷଦର କେନ୍ଦ୍ରୀୟ ମାଗଦର୍ଶକ ଥିବା ଏହି ବ୍ୟକ୍ତିତ୍ଵ କେବଳ ସେବା ଏବଂ ତ୍ୟାଗ ନୁହେଁ ଭାରତୀୟ ସଂସ୍କୃତିର ସୁରକ୍ଷା,ହିନ୍ଦୁଧର୍ମର ସୁରକ୍ଷା ସହିତ ଗୋରକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ । ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ତହସିଲ ସଂଘ ଚାଳକ କିଶୋର ଚନ୍ଦ୍ର ବରାଳ କହିଲେ ଯେ ସ୍ଵାମୀ ଲକ୍ଷ୍ମଣା ନନ୍ଦ ସରସ୍ଵତୀଙ୍କ ଦେହାନ୍ତ ପରେ ଭଗବାନ ଦେବା ଆମର ମାଗ ଦର୍ଶକ ଥିଲେ । ତାଙ୍କର ବିଯୋଗରେ ଆମ ରାଜ୍ୟ ନୁହେଁ ସମଗ୍ର ଦେଶରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି । ମହନ୍ତ ଶ୍ରୀ ସୁନ୍ଦରରାମ ମହାରାଜ କହିଲେ ଯେ ଭଗବାନ ଦେବା ଜଣେ ଅନ୍ୟନ୍ତ ଜ୍ଞାନୀ,ଗୁଣି ସାଧୁ ଥିଲେ ଏବଂ ତାଙ୍କର ପାଣ୍ଡିତ୍ୟ ଦ୍ଵାରା ସେ ସମସ୍ତଙ୍କୁ ବିମୋହିତ କରିପାରୁଥିଲେ । ମହନ୍ତ ଶ୍ରୀ ବିଶ୍ଵମ୍ବର ଦାସ ମହାରାଜ କହିଲେ ଯଦି ମହାରାଜଙ୍କ ପ୍ରତ୍ୟେକ ବାଣୀ କୁ ଆମେ ଆମ ଜୀବନ କାଳ ମଧ୍ୟରେ କାଅଯ୍ୟ କ୍ଷେତ୍ରରେ ବ୍ୟବହାର କରିପାରିବା ତେବେ ତାହା ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ମହନ୍ତ ଶ୍ରୀ ସୁଦର୍ଶନ ଦାସ ମହାରାଜ କହିଲେ ଯେ ସେ ମହାତ୍ମାଙ୍କର ଦେହାନ୍ତ ହେଲେ ମଧ୍ୟ ତାଙ୍କ ଅମର ଆତ୍ମା ଆମକୁ ସର୍ବଦା ଦିଗ୍ ଦର୍ଶନ ଦେବ । ବୈଷ୍ଣବ ଦୂର୍ଗା ପ୍ରସାଦ ମହାନ୍ତି ଏକ ଭାବବିହ୍ଵଳ ଢଙ୍ଗରେ କହିଲେ ମହାରାଜଙ୍କର ଗୀତା ଜ୍ଞାନ ଉପରେ ଯେଉଁ ଅଗାଢ ଜ୍ଞାନ ଥିଲା ,ତାହା କଳ୍ପନା କରାଯାଇନପାରେ । ବୈଷ୍ଣବ ଗୋପବନ୍ଧୁ ପଣ୍ଡା କହିଲେ ମହାରାଜଙ୍କ ଶ୍ରଦ୍ଧା ଓ ଆତ୍ମୀୟତା କ୍ଷେତ୍ରରେ ପୃଥିବୀର ଯେ କୌଣସି ବ୍ୟକ୍ତି ହାର ମାନିବ । ଗୀତାଭବନର କାର୍ଯ୍ୟକାରୀ ସଭାପତି ପ୍ରଦୋଷ ନାଥ ବାଗଚି କହିଲେ ଭଗବାନଦେବଙ୍କର ବ୍ୟକ୍ତିତ୍ଵ ଥିଲା ଓଡିଶାରେ ବିରଳ । ସେ ସାଧୁ ଥିଲେ ମଧ୍ୟ ସମାଜ ସେବାକୁ ବିଷେଶ ଭାବରେ ଗୁରୁତ୍ଵ ଦେଉଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ରଜବନ୍ଧୁ ଷଡଙ୍ଗୀ,ଜ୍ଞାନରଞ୍ଜନ ଦାସ,ଦୟାନିଧି ରାଉତରାୟ,ଅମୂଲ୍ୟକୃଷ୍ଣ ମହାନ୍ତି,ସର୍ବେଶ୍ଵର ମହାପାତ୍ର,ପ୍ରାଣକୃଷ୍ଣ ଦଳବେହେରା,ଗୋପବନ୍ଧୁ ସାହୁ, ଇତିଶ୍ରୀ ସାହୁ,ସଞ୍ଜୁକ୍ତା କର ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!

ରତ୍ନମାଳି ଜେମା ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ –ସ୍ଵାସ୍ଥ୍ୟମନ୍ତ୍ରୀ ଡାଃ ରାଉତ

ଷଣ୍ଢ ରାଜବଂଶର ରାଜ୍ୟକନ୍ୟା, କୁଜଙ୍ଗ ଗଡର ରାଜଜେମା ସଂଗ୍ରାମୀ ନେତ୍ରୀ , ଏରସମା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧୟିକା ରତ୍ନମାଳି ଜେମାଙ୍କ ବିୟୋଗରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ଦାମୋଦର ରାଉତ ଗଭୀର ଶୋକ ପ୍ରକାଶ କରିଛନ୍ତି । ଡାଃ ରାଉତ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ ସ୍ଵର୍ଗତ ରତ୍ନମାଳି ଜେମା ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ । ୧୯୧୬ ମସିହା ସେପ୍ଟେମ୍ବର ମାସ ୨୧ ତାରିଖରେ ଏକ ରାଜ ପରିବାରରେ ଜନ୍ମଗ୍ରହଣ କରିଥିବା ସ୍ଵର୍ଗତ ରତ୍ନମାଳି ଯେମନା ୧୩ ବର୍ଷ ବୟସରେ ଲବଣ ସତ୍ୟାଗ୍ରହ ରେ ଭାଗ ନେବା ସହିତ ଆର୍ଯ୍ୟସମାଜ ର ରିଲିଫ ବଣ୍ଟନ କାର୍ଯ୍ୟ ଏବଂ ଖଦି ଆନ୍ଦୋଳନ ରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ଓ ଗାନ୍ଧୀସେବକ ସଂଘରେ ମଧ୍ୟ ସଦସ୍ୟ ହୋଇଥିଲେ । ସେ ଓଡିଶା ବିଧାନ ସଭାର ପୂର୍ବତନ ବାଚସ୍ପତି ତଥା ସୁସାହିତ୍ୟିକ,ସ୍ଵାଧୀନତା ସଂଗ୍ରାମୀ ନାରାୟଣ ବୀରବର ସାମନ୍ତଙ୍କ ସହଧର୍ମିଣୀ ଥିଲେ । ୧୯୬୧ ରୁ ୧୯୬୭ ମସିହା ପର୍ଯ୍ୟନ୍ତ ସେ ଭାରତୀୟ ଜାତୀୟ କଂଗ୍ରେସ ରୁ ଓଡିଶା ବିଧାନସଭା କୁ ନିର୍ବାଚିତ ହୋଇଥିଲେ । ତାଙ୍କରି ସମୟରେ ୧୯୬୨ ମସିହାରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଡଃ ଜବାହରଲାଲ ନେହେରୁ ପାରାଦୀପ ବନ୍ଦରର ଶିଳାନ୍ୟାସ କରିଥିଲେ । ଏକ ରାଜ ପରିବାରରେ ଜନ୍ମ ଗ୍ରହଣ କରି ରାଜ ପରିବାରର ରାଜଜେମା ହୋଇଥିଲେ ମଧ୍ୟ ସମାଜର ଦୁଃଖୀରଙ୍କିକ ସେବା ତଥା ସମାଜସେବା ଥିଲା ତାଙ୍କର ଜୀବନାର୍ଦଶ । ସେ ଥିଲେଜଣେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ । ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ । ତାଙ୍କର ବିୟୋଗରେ ସ୍ଵାସ୍ଥ୍ୟମନ୍ତ୍ରୀ ଡାଃ ରାଉତ ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେତନା ଜଣାଇ ସ୍ଵର୍ଗତ ଆତ୍ମାର ସଦଗତି ନିମନ୍ତେ ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Share in top social networks!