ନରେନ୍ଦ୍ର ମୋଦି : ସଂକଳ୍ପ ରୁ ସିଦ୍ଧି

13062383_10156926315150165_1000098663548946692_n

‘ସଂକଳ୍ପ ରୁ ସିଦ୍ଧି’ ସଫଳତାର ଏକ ମନ୍ତ୍ର । ନରେନ୍ଦ୍ର ମୋଦିଙ୍କ ଜୀବନହିଁ ଏହି ଦୁର୍ବାର ମନ୍ତ୍ରର ଏକ ଉଦ୍ଧାତ୍ତ ଉଚ୍ଚାରଣ । କୈଶୋର କାଳରୁ ସ୍ୱାମୀ ବିବେକାନନ୍ଦଙ୍କୁ ନିଜର ଆଧ୍ୟାତ୍ମିକ ଗୁରୁଭାବେ ଗ୍ରହଣ କରିଥିବା ଶ୍ରୀ ନରେନ୍ଦ୍ର ୧୯୬୭ ରେ ମାତ୍ର ୧୭ ବର୍ଷ ବୟସରେ ବୈବାହିକ ଜୀବନରୁ ସନ୍ୟାସ ନେଇ ଗୃହତ୍ୟାଗ କରଥିଲେ । ପ୍ରଥମେ ସେ କଲିକତା ଯାଇ ବିବେକାନନ୍ଦଙ୍କ ପ୍ରତିÂିତ ରାମକୃଷ୍ଣ ମଠରେ ପହଂଚିଥିଲେ କିନ୍ତୁ ଗୁରୁ ସ୍ୱାମୀ ଆମ୍ôସ୍ଥାନନ୍ଦ ମହାରାଜ ତାଙ୍କୁ ପରାମର୍ଶ ଦେଇ କହିଥିଲେ, ‘ସଂପୂର୍ଣ୍ଣ ସନ୍ୟାସ ତାଙ୍କ ଭାଗ୍ୟ ଲିପି ନୁହେଁ । ସମ୍ଭବତଃ ତାଙ୍କ ଦ୍ୱାରା କୌଣସି ମହତ କାର୍ଯ୍ୟ କରିବା ଇଶ୍ୱରଙ୍କ ଇଚ୍ଛା’ା ତେଣୁ ସେ ବେଲୁର ମଠ, ସିଲିଗୁଡି ଗୌହାଟୀ ଦେଇ ଆଲମୋଡାର ଅଦ୍ୱୈତ ଆଶ୍ରମ ଓ ରାଜକୋଟର ରାମକୃଷ୍ଣ ମିଶନ ଭ୍ରମଣ କରିବା ସହିତ ୧୯୭୦ ଶେଷ ଆଡକୁ ସ୍ୱଳ୍ପକାଳ ପାଇଁ ଭାବନଗର ପ୍ରତ୍ୟାବର୍ତ୍ତନ କରିଥିଲେ । କିନ୍ତୁ ଅଳ୍ପ କେତେଦିନ ପରେ ପୁଣି ଗୃହ ଓ ଗୃହି ଜୀବନକୁ ପରିତ୍ୟାଗ କରି ସମାଜ ପାଇଁ କିଛି କରିବାର ସଂକଳ୍ପ ନେଇ ସବୁଦିନ ପାଇଁ ଘରଛାଡି ଚାଲିଯାଇଥିଲେ । ସେହି ମହାନ ତ୍ୟାଗ ପର୍ବର ଏବେ ପଚାଶ ବର୍ଷ ପୁରଣ ହେବାକୁ ଯାଉଛି । ବୋଧହୁଏ ଗୈରୀକ ପରିଧାନକାରୀ ସନ୍ନ୍ୟାସୀ ନହୋଇଥିଲେ ମଧ୍ୟ ସଂପୂର୍ଣ୍ଣ ଗୈରୀକମୟ ଜୀବନଧାରୀ ସନ୍ନ୍ୟାସୀରେ ଆଜି ପରିଣତ ହୋଇଛନ୍ତି ମୋଦି । ତାଙ୍କ ପାଇଁ ଏକ ସାଧାରଣ ମଣିଷରୁ ଦୃଢ ସଂକଳ୍ପ ମାଧ୍ୟମରେ ରାଷ୍ଟ୍ରପାଇଁ ଜୀବନକୁ କିପରି ଉତ୍ସଗ କରିବାକୁ ହୁଏ ଏହି ମହାନ ଶିକ୍ଷାର ମାର୍ଗ ଦର୍ଶକ ଥିଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ । ସଂଘ ହିଁ ଆଣିଥିଲା ତାଙ୍କ ଜୀବନରେ ବଡ ବିଚିତ୍ର ପରିବର୍ତ୍ତନ ! ସେହି ବିବର୍ତ୍ତନର ୫୦ ବର୍ଷ ଐତିହାସିକ ଯାତ୍ରା ହିଁ ତାଙ୍କର ସଂକଳ୍ପରୁ ସିଦ୍ଧିର ଆଲେଖ୍ୟ ।
ତେଣୁ ଆଜି ତାଙ୍କ ଜୟନ୍ତୀ ସହିତ ଗୃହତ୍ୟାଗୀ ସନ୍ୟାସୀ ଜୀବନର ପଚାଷ ବର୍ଷର ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯାଉଛି । ବିଜେପି ତାଙ୍କ ଜନ୍ମ ଦିବସକୁ ସେବା ଦିବସ ରୂପେ ପାଳନ କରୁଛି ।
ଅନେକ ସମାଲୋଚକ ମୋଦିଙ୍କର ନବ ଓ ଦିବ୍ୟ ଭାରତ ନିର୍ମାଣ ପ୍ରସଙ୍ଗକୁ ସାମୟିକ ଓ ଆକସ୍ମିକ ବୋଲି କହୁଥିବାବେଳେ ବୋଧ ହୁଏ ସେମାନେ ୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ଇସ୍ତାହାରକୁ ଆଦୌ ପାଠକରିନାହାଁନ୍ତି । ଏହାର ଶେଷ ପୃÂାରେ ଭାରତକୁ ଇଣ୍ଡିଆ- “ଏକ ଭାରତ ଶ୍ରେÂ ଭାରତ’ରୂପେ ଗଠନ କରିବା ଆମର ସ୍ୱପ୍ନ ବୋଲି କୁହାଯାଇଛି । ୨୦୨୨ରେ ଆମ ସ୍ୱାଧିନତାର ୭୫ ବର୍ଷ ପୂରଣ ହେବ । ଇଂଲଣ୍ଡ ବା ୟୁରୋପରେ ୭୫ ବର୍ଷରେ ପ୍ଲାଟିନମ୍ ଜୁବୁଲି ପାଳନ କରାଯାଉଥିବେଳେ ଆମେରିକାରେ ଏହାକୁ ଡାଇମଣ୍ଡ ଜୁବୁଲୀ କୁହାଯାଏ । ଭାରତୀୟ ସଂସ୍କୃତିରେ ୭୫ ବର୍ଷ ପୂର୍ତ୍ତିରେ ଅମୃତ ମହୋତ୍ସବ ପାଳନ କରାଯାଇଥାଏ । ତେଣୁ ଆମେ ୭୫ ବର୍ଷ ପୂର୍ତ୍ତିରେ ଅମୃତମୟ ଭାରତ ଗଠନ କରିବା । ଏହା ହିଁ ଆମର ଲକ୍ଷ୍ୟ ବା ସିଦ୍ଧି । ଏଥିପାଇଁ ସଂକଳ୍ପ ନେବା ପାଇଁ ସେ ଭାରତ ଛାଡ ଆନେ୍ଦାଳନର ସଂକଳ୍ପକୁ ଏକ ପ୍ରେରଣାର ଉତ୍ସରୂପେ ଗ୍ରହଣ କରିଛନ୍ତି । ୧୯୪୨ରେ ନିଆଯାଇଥିବା ଏହି ଆନେ୍ଦାଳନରେ ‘ସ୍ୱାଧୀନତା ପାଇଁ କର ବା ମର ସଂକଳ୍ପ’ ଗ୍ରହଣ କରାଯାଇଥିଲା ଏହି ମହାନ ସଂକଳ୍ପର ମଧ୍ୟ ୨୦୧୭ରେ ୭୫ ବର୍ଷ ପୂର୍ତ୍ତି ପାଳନ କରାଯାଉଛି । ତେଣୁ ସେହି ଏକା ପ୍ରତିବଦ୍ଧତା -‘କର ବା ମର ସଂକଳ୍ପ’ ସହିତ ଭାରତକୁ ଏକ ମହାନ ରାଷ୍ଟ୍ରରେ ପରିଣତ କରିବା ପାଇଁ ସେ ଦୃଢ ସଂକଳ୍ପ ଗ୍ରହଣ କରିଛନ୍ତି । ଆଗାମି ୫ ବର୍ଷରେ ସେହି ସଂକଳ୍ପ ରୁ ସିଦ୍ଧି ହେବ- ନବ ଭାରତର ନିର୍ମାଣ ।
ସରକାର ଏକ ନିରନ୍ତର ପ୍ରକ୍ରୀୟା । ସରକାର ମାନେ ଗଣତନ୍ତ୍ରରେ ଆସିବେ ଓ ଯିବେ । ଅନେକ ସମୟରେ ସରକାରମାନେ ଭାରତର ବିକାଶ ପ୍ରୟାସ ଜାରି ରଖିଛନ୍ତି କିନ୍ତୁ ପରିବର୍ତ୍ତନ ସବୁବେଳେ, ଆର୍ଥôକ ଓ ଆତ୍ମିକ, ଭିତ୍ତି ଓ ଭୂତି, ବ୍ୟକ୍ତି ଓ ବ୍ୟବସ୍ଥା, ଚିନ୍ତା ଓ ଚେତନା, ସମାଜ ଓ ସଂସ୍କୃତି ତଥା ଲକ୍ଷ୍ୟ ଓ ଲଭ୍ୟ ମାଧ୍ୟମରେ ସଂଗଠିତ ହେବା ବିଧେୟ । ସାମଗ୍ରିକ ବିକାଶ ଓ ବିଭୂତି ଆମର ସଂକଳ୍ପ ହେବା ଉଚିତ । କିନ୍ତୁ ସ୍ୱାଧୀନତା ପ୍ରାପ୍ତିର ୬୭ ବର୍ଷରେ ଆମେ ପହଞ୍ଚôଛୁ କେଉଁଠି ? ଗାନ୍ଧି ପରିବାର ଓ କଂଗ୍ରେସ ଦଳ ଦେଶକୁ ଅଧିକାଂଶ କାଳ ଧରି ଶାସନ କରି ଆସିଛନ୍ତି । ତାଙ୍କ ସମର୍ଥନରେ ମଧ୍ୟ ଅନ୍ୟମାନେ ଶାସନ କରିଛନ୍ତି । କିନ୍ତୁ ଅଟଳଜୀଙ୍କ ନେତୃତ୍ୱରେ ବିଜେପି ମାତ୍ର ୬ ବର୍ଷ ଶାସନ କରିଥିଲେ ମଧ୍ୟ ଦେଶର ଅର୍ଥନୀତି, ବୈଦେଶିକ ନୀତି, ଭିତ୍ତିଭୂମିର ନିର୍ମାଣ,ପ୍ରତିରକ୍ଷା ବିଭାଗର ପ୍ରସ୍ତୁତି ଓ ପରମାଣୁ ବିସ୍ପୋରଣ, ମହିଳାମାନଙ୍କୁ ଅଧିକାର ତଥା ଆଦିବାସୀଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଆଦିବାସି ବ୍ୟାପାର ମନ୍ତ୍ରଣାଳୟର ସୃଷ୍ଟି ତାଙ୍କର ଅକ୍ଷୟ କୀର୍ତ୍ତି । ତାଙ୍କ ପରେ ପୁଣି କଂଗ୍ରେସ କ୍ଷମତାକୁ ପ୍ରତ୍ୟାବର୍ତ୍ତନକରି ୧୦ ବର୍ଷ ଶାସନ କରିଛି ଏବଂ ଏହି ସମୟରେ ଭାରତ ଦୁର୍ନୀତି କ୍ଷେତ୍ରରେ ଐତିହାସିକ ଅଧ୍ୟାୟ ସୃଷ୍ଟି କରିଛି । ଦାରିଦ୍ୟକୁ ଦୃଷ୍ଟିରେ ରଖି ଖାଦ୍ୟ ସୁରକ୍ଷା ଭଳି ଆଇନ ମଧ୍ୟ ପ୍ରଣୀତ କରା ଯାଇଛି । କିନ୍ତୁ ବିଗତ ୩ ବର୍ଷ ତଳେ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ପ୍ରଥମ ଅଣ କଂଗ୍ରେସ ଦଳଭାବେ ଲୋକସଭାରେ ରେକର୍ଡ ସଂଖ୍ୟାକ ଆସନ ଲାଭ କରି ସହଯୋଗୀ ଦଳମାନଙ୍କ ସହିତ କେନ୍ଦ୍ରରେ ସରକାର ଗଠନ କରିଛନ୍ତି । ସଂସଦରେ ତାଙ୍କର ପ୍ରଥମ ପ୍ରବେଶ ସହିତ ସେଣ୍ଟ୍ରାଲ ହଲରେ ବକ୍ତବ୍ୟ ରଖି ତାଙ୍କ ସରକାର ଗରୀବ, କୃଷକ, ଶ୍ରମିକ ଶୋଷିତ, ବଂଚିତମାନଙ୍କ ପାଇଁ ଉସôର୍ଗୀକୃତ ବୋଲି କହିଥିଲେ । ଭାରତବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ରୂପେ ସେ ଭାରତର ପ୍ରଧାନ ସେବକ ବୋଲି ନିଜକୁ ଉଲ୍ଲେଖ କରିଥିଲେ । ଟିମ୍ ଇଣ୍ଡିଆ ଭାବନାକୁ ନେଇ “ସବକା ସାଥ ବିକାଶ ସବକା ବିକାଶ’ ଆଦର୍ଶରେ ପରିଚାଳିତ ହେବାକୁ ଘୋଷଣା କରିଥିଲେ ।
ସାଧାରଣ ଉପେକ୍ଷିତ ଜନତାଙ୍କୁ ଦେଶର ଅର୍ଥ ବ୍ୟବସ୍ଥା ସହିତ ଯୋଡବା ସହିତ ସେମାନଙ୍କର ସାମାଜିକ ନିରାପତ୍ତା, କୃଷକମାନଙ୍କ ପାଇଁ ଐତିହାସିକ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ସାଧାରଣ ଲୋକଙ୍କର ଆର୍ଥିକ ବିକାଶ ପାଇଁ ମୁଦ୍ରାଯୋଜନା ଦଳିତ ଓ ଆଦିବାସୀଙ୍କ ପାଇଁ ଷ୍ଟାଣ୍ଡ ଅପ୍ ଇଣ୍ଡିଆ, ସଂଖ୍ୟାଲଘୁଙ୍କ ପାଇଁ ଉଡ୍ଡାନ ଓ ନୟୀ ମଂଜିଲ ପ୍ରଭୃତି ବିଭିନ୍ନ ଯୋଜନା ମାଧ୍ୟମରେ ସମାଜର ସବୁବର୍ଗର ଲୋକଙ୍କୁ ନେଇ ସମସ୍ତଙ୍କର ସାମଗ୍ରିକ ବିକାଶ ପାଇଁ ଗୁରୁ୍ତ୍ୱ ଦେଇଛନ୍ତି । ସ୍ୱଚ୍ଛତାକୁ ଏକ ଆନେ୍ଦାଳନରେ ପରିଣତ କରିବା, ବେଟୀ ବଚାଓ ବେଟୀ ପଢାଓ ମାଧ୍ୟମରେ କନ୍ୟାସୁରକ୍ଷା ଓ ମହିଳା ବିକାଶ ଉପରେ ପ୍ରାଧାନ୍ୟ ଦେଇଛନ୍ତି । ଭାରତବର୍ଷରେ ପ୍ରଥମ କରି ପ୍ରଧାନମନ୍ତ୍ରୀ ରୁପେ ତାଙ୍କ ଆହ୍ୱାନକ୍ରମେ ସ୍ୱେଚ୍ଛାକୃତ ଭାବେ ଏକ କୋଟିରୁ ଉଦ୍ଧ୍ୱର୍ ଏଲପିଜି ଗ୍ରାହକ ନିଜ ନିଜର ସବ୍ସିଡି ଛାଡି ଦେଇଛନ୍ତି । ଯଦ୍ୱରା ଭାରତ ସରକାର ହଜାର ହଜାର କୋଟି ଟଙ୍କାର ଅର୍ଥ ସଂଚୟ କରିପାରିଛନ୍ତି । ଉଜ୍ଜଳା ଯୋଜନାରେ ମାଗଣରେ ୫ କୋଟି ଦାରିଦ୍ର୍ୟ ସୀମାରେଖା ତଳେଥିବା ମହିଳାଙ୍କୁ ଗ୍ୟାସ ସଂଯୋଗ ଦେବାକୁ ଯାଇ ଏକ ଇତିହାସ ସୃଷ୍ଟିକରିଛନ୍ତି । ଏ ଦିଗରେ ତାଙ୍କର ଘନିÂ ସହଯୋଗୀ ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦେ୍ଧ୍ୟାଗ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବିଭାଗକୁ ପ୍ରତ୍ୟକ୍ଷ ଭାବେ ସାଧାରଣ ଲୋକଙ୍କ ସହିିତ ଯୋଡି ସମାଜ ସେବାର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି । କଳାଧନର ନିୟନ୍ତ୍ରଣ ପାଇଁ ଏସଆଇଟି ଗଢିବା ଠାରୁ ଆରମ୍ଭ କରି ସ୍ୱତନ୍ତ୍ର ଆଇନ ପ୍ରଣୟନ, ସନ୍ତ୍ରାସବାଦର ସଂହାର ପାଇଁ ସର୍ଜିକାଲ ଷ୍ଟ୍ରାଇକ୍, ୪୦ ବର୍ଷଧରି ଦାବୀ ହୋଇ ଆସୁଥିବା ପୁରାତନ ସୈନିକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ୱାନ୍ ର୍ୟାଙ୍କ ୱାନ୍ ପେନସନ ପ୍ରଭୃତି ଐତିହାସିକ ଜନକଲ୍ୟାଣକର ପଦକ୍ଷେପ ଗ୍ରହଣ କରିଛନ୍ତି । ବିମୁଦ୍ରାୟନ ମାଧ୍ୟମରେ କଳାଧନକୁ ରୋକିବା ସହିତ ଦେଶରେ ଚାଲିଆସୁଥିବା ଜାଲନୋଟ୍ ଓ କଳାଧନର ସମାନ୍ତରାଳ ଅର୍ଥନୀତିର ପରିସମାପ୍ତି ଘଟାଇଛନ୍ତି । ଜିଏସଟିର ପ୍ରଚଳନ ସହିତ ଭାରତୀୟ ସଂଘୀୟ ଗଣତନ୍ତ୍ରର ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡିଛନ୍ତି ଜିଏସଟି କାଉନ୍ସିଲରେ କେନ୍ଦ୍ରଠାରୁ ରାଜ୍ୟମାନଙ୍କୁ ଅଧିକ କ୍ଷମତା ଦେଇ ଏହି ଐତିହାସିକ ଅର୍ଥନୈତିକ ସଂସ୍କାରର କାର୍ଯ୍ୟାନ୍ୱୟନ ଜରିଆରେ ସମଗ୍ର ଦେଶରେ ‘ଗୋଟିଏ ଦେଶ ଗୋଟିଏ ଜାତି ଓ ଗୋଟିଏ କର’ ବ୍ୟବସ୍ଥାର ପ୍ରଚଳନ କରିଛନ୍ତି । ନିକଟରେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଚୋ ଆବେଙ୍କ ସହିତ ଅହମ୍ମଦାବାଦରେ ମସଜିଦ୍ ପରିଦର୍ଶନ ଯାଇ ଶ୍ରୀ ମୋଦି “ସବକା ସାଥ ସବକା ବିକାଶ”ରେ ଏକ ନୂଆ ଅଧ୍ୟାୟ ଯୋଡିଛନ୍ତି । ବିଶ୍ୱର ପ୍ରମୁଖ ରାଷ୍ଟ୍ରଗୁଡିକରେ ଭ୍ରମଣ ସହିତ ସମଗ୍ର ଦେଶବାସୀଙ୍କୁ ବିବେକାନନ୍ଦ ଭଳି ଭାରତୀୟ ଐତିହ୍ୟ ସଂସ୍କୃତି, ଏବଂ ଆଧ୍ୟାତ୍ମିକ ବାର୍ତ୍ତାର ଅଦ୍ଭୁତ ପ୍ରଚାର ଓ ପ୍ରସାର ସହିତ ସମଗ୍ର ବିଶ୍ୱରେ ଭାରତର ସମ୍ମାନକୁ ବହୁଗୁଣିତ କରିବା ସହିତ ନିଜକୁ ମଧ୍ୟ ଏକ ଆର୍ନ୍ତଜାତିକ ସ୍ତରୀୟ ରାଷ୍ଟ୍ରନେତା ରୂପେ ପ୍ରତିÂା କରିପାରିଛନ୍ତି । ଡୋକଲାମ୍ରେ ଭାରତ ଓ ଚୀନ୍୍ର ସୈନ୍ୟମାନଙ୍କ ମଧ୍ୟରେ ସୃଷ୍ଟିହୋଇଥିବା ସଂର୍ଘଷକୁ ନେଇ ଚୀନ୍ ପକ୍ଷରୁ ବାରମ୍ବାର ଯୁଦ୍ଧର ଆହ୍ୱାନ ଦିଆଯାଇଥିଲେ ମଧ୍ୟ ଅବିଚଳିତ ଶ୍ରୀ ମୋଦି ଶାନ୍ତ ଓ ସମାହିତ ରହି ଅବଶେଷରେ ଯୁଦ୍ଧ ପରିବର୍ତ୍ତେ ବୁଝାମଣାକୁ ଆସିବା ପାଇଁ ଚୀନ ଭଳି ବିସ୍ତାରବାଦୀ, ଯୁଦ୍ଧଖୋର ରାଷ୍ଟ୍ରକୁ ବାଧ୍ୟ କରିଛନ୍ତି ଓ ସିକିମ୍ ସିମାନ୍ତରେ ରାସ୍ତା ନିର୍ମାଣ କାର୍ଯ୍ୟରୁ କ୍ଷ୍ୟାନ୍ତ କରାଇପାରିଛନ୍ତି । ଏହା ଫଳରେ ମୋଦିଙ୍କୁ ସମଗ୍ର ବିଶ୍ୱରେ ଏକ ସ୍ଥିତପ୍ରଜ୍ଞ ଏବଂ ଧୈଯ୍ୟ ସମ୍ପନ୍ନ ରାଷ୍ଟ୍ରନାୟକ ଭାବେ ସ୍ୱୀକୃତି ମିଳିଛି । ଆମେରିକାର ରାଷ୍ଟ୍ରପତି ଓବାମାଙ୍କ ସହିତ ମୋଦୀଙ୍କର ଘନିÂତା ଯୋଗୁଁ ଟ୍ରମ୍ପଙ୍କ ସହିତ ତାଙ୍କର ସମ୍ପର୍କକୁ ନେଇ ସାଧାରଣ ଜନତାଙ୍କ ମନରେ ଥିଲା ଆଶଂକା ଥିଲା କିନ୍ତୁ ଆଶ୍ଚର୍ଯ୍ୟ ଜନକଭାବେ ମୋଦି-ଟ୍ରମ୍ପଙ୍କ ବନ୍ଧୁତ୍ୱ ଓବାମାଙ୍କ ଭଳି ଘନିÂ ହୋଇଛି, ଏବଂ ଇତିହାସରେ ପ୍ରଥମଥର କରି ଟ୍ରମ୍ପ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ହ୍ୱାଇଟ୍ ହାଉସରେ ରାତ୍ରୀଭୋଜନ ପାଇଁ ତାଙ୍କୁ ନିମନ୍ତ୍ରଣ କରି “ରେଡ କାର୍ପେଟ’ ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି ।
ସେହିଭଳି ଜଣେ ବିଶ୍ୱସ୍ତରୀୟ ନେତାଭାବେ ନିଜର ଅପୂର୍ବ ବ୍ୟକ୍ତିତ୍ୱ ଓ ଦକ୍ଷତା ପାଇଁ ସାଉଦୀ ଆରବ ତାଙ୍କୁ ତାଙ୍କ ଦେଶର ସବୋର୍ଚ୍ଚ ସମ୍ମାନ “ ଅର୍ଡର ଅଫ ମେରିଟ୍ ଏବଂ ଆଫଗାନିସ୍ଥାନ ତାଙ୍କ ଦେଶର ସର୍ବୋଚ୍ଚ ନାଗରୀକ ସମ୍ମାନ ‘ଅମିର ଆମାନୁଲ୍ଲା ଖାଁ ଆୱାର୍ଡ’ ପ୍ରଦାନ କରିଛନ୍ତି । ଏହି ପୃÂଭୂମି ଉପରେ ମୋଦୀ ଏବେ ନୂଆା ଭାରତ ବର୍ଷ ନିର୍ମାଣର ପରିକଳ୍ପନା କରିଛନ୍ତି । ଯେଉଁଠି ସମସ୍ତଙ୍କ ପାଇଁ ଛାତଘର, ବିଶୁଦ୍ଧ ପାନୀୟଜଳ, ଚବିଶ ଘଣ୍ଟିଆ ବିଜୁଳୀ ଓ ଉନ୍ନତ ଜୀବନ ଧାରଣର ମାନ ଉପଲବ୍ଧ ହେବ । ଯେଉଁଠାରେ କୃଷକମାନଙ୍କର ଆୟ ଦ୍ୱିଗୁଣିତ ହେବା ସହିତ ଯୁବଶକ୍ତି ଓ ମହିଳାମାନେ ଯେପରି ନିଜର ସ୍ୱପ୍ନ ପୁରଣ ଦିଗରେ ସକ୍ଷମ ହୋଇପାରିବେ । ଏହି ନୂଆ ଭାରତ ଆତଙ୍କବାଦ, ସାମ୍ପ୍ରଦାୟବାଦ ଓ ଜାତିବାଦରୁ ମୁକ୍ତ ହେବ । ଭାରତ ହେବ- ସ୍ୱଚ୍ଛ ଭାରତ ଓ ସୁସ୍ଥ ଭାରତ । ଏହି ସିଦ୍ଧିରେ ପହଂଚିବା ପାଇଁ ମୋଦୀ ତାଙ୍କ ସଂକଳ୍ପ ଘୋଷଣା କରିଛନ୍ତି । ଏବେ ଆସନ୍ତୁ ଆମେ ସମସ୍ତେ ମିଶି ନୂଆ ଭାରତ ଗଠନ ଦିଗରେ ତାଙ୍କ ସଂକଳ୍ପ ଓ କାର୍ଯ୍ୟନ୍ୱୟନ ସହିତ ସାମିଲ ହେବା ।
ମୋ:୯୩୩୭୧୨୦୨୫୫

Share in top social networks!

ଓଡ଼ିଆ ବୈଜ୍ଞାନିକ ପାଇବେ ଜାତୀୟ ସମ୍ମାନ

ସିଫା କୌଶଲ୍ୟାଗଂଗ, ଭୁବନେଶ୍ୱରରେ କାର୍ଯ୍ୟରତ ପ୍ରଧାନ ବୈଜ୍ଞାନିକ ତଥା ନ୍ୟାସ୍ନାଲ୍ ଫେଲୋ ଡ. ପ୍ରିୟବ୍ରତ ସ୍ୱାଇଁଙ୍କୁ ଭାରତ ସରକାରଙ୍କ ଅଧିନସ୍ଥ ଭାରତୀୟ କୃଷି ଗବେଷଣା ପରିଷଦର ଶ୍ରେÂ ତଥା ସମ୍ମାନଜନକ ରଫିଅହମ୍ମଦ କିଦ୍ୱାଇ ପୁରସ୍କାର ୨୦୧୬ ପ୍ରଦାନ କରାଯିବ । ଏହା ଡ. ସ୍ୱାଇଁଙ୍କ ଜୀବନବ୍ୟାପୀ ଉନ୍ନତ କୃଷିଭିତିକ ଗବେଷଣା ପାଇଁ ପ୍ରଦାନ କରାଯିବ । ଏହି ସମ୍ମାନ ବାବଦରେ ତାଙ୍କୁ ୫ ଲକ୍ଷ ଅର୍ଥରାଶି ସହ ମାନପତ୍ର ଆଗାମୀ ଜୁଲାଇ ୧୬, ୨୦୧୭ ରେ ବାଙ୍ଗାଲୋର ଠାରେ ଏକ ସ୍ୱତନ୍ତ୍ର ଉସôବରେ ପ୍ରଦାନ କରାଯିବ ।

Share in top social networks!

“ଭୀମଭୋଇଙ୍କ ଅମୃତବାଣୀର ପ୍ରାସଙ୍ଗିକତା ଏବେ ବି ରହିଛି’

18341904_1683297731683687_5534706824892344304_n
ଡା. ଦାମୋଦର ରାଉତ
ଗତକାଲି ଥ#ଲା ସନ୍ଥକବି ଭୀମଭୋଇଙ୍କର ୧୭୩ତମ ଜନ୍ମଜୟନ୍ତୀା ବହୁ ଉଦ୍ୟୋଗୀ ବ୍ୟକ୍ତିଙ୍କ ପ୍ରଚେଷ୍ଟାରେ ଅନୁଗୋଳ ଜିଲ୍ଲାର ଅଙ୍ଗାରବନ୍ଧଠାରେ ଅଙ୍ଗାରବନ୍ଧ ମହିମାକୁଟୀର ପରିସରରେ ତାଙ୍କର ସ୍ମ&ୃତି ଉତ୍ସବ ପାଳନ କରାଯାଏା ଅନୁଗୋଳର ବିଧାୟକ ବନ୍ଧୁ ରଜନୀକାନ୍ତ ସିଂ ଓ ଭୀମଭୋଇ ଜୟନ୍ତୀ କମିଟିର କର୍ମକର୍ତ୍ତାମାନଙ୍କର ନିମନ୍ତ୍ରଣ କ୍ରମେ ସେଠାକୁ ଯିବାର ସୁଯୋଗ ମିଳିଥ#ଲାା କାର୍ଯ୍ୟକ୍ରମ ଆରମ୍ଭରେ ଶ୍ରୀମଦ ବାବା ସଦାନନ୍ଦ ଦାସଙ୍କ ଅନୁଦାନରେ ନିିର୍ମିତ ନୂତନ ଧର୍ମଶାଳା ଗୃହ ଉନ୍ମୋଚନ ହେଲା ପରେ ଅଲେଖ ମହିମା ସାମାଜିକ ଉନ୍ନୟନ ପରିଷଦ ତରଫରୁ ଆୟୋଜିତ ସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇଥ#ଲାା
ଏହା ମୋ ପାଇଁ ଏକ ବିସ୍ମୟକର ଘଟଣା ଥ#ଲା ଯେ ୧୭୩ ବର୍ଷ ତଳେ ଜନ୍ମରୁ ଅନ୍ଧ ହୋଇ ଜନ୍ମଲାଭ କରିଥ#ଲା ଭୀମଭୋଇ ନିଜ ପିତାମାତାଙ୍କୁ ଦେଖ#ନଥ#ଲେ କି ଜାଣିନଥ#ଲୋ ସଂଯୋଗବଶତଃ ଗୋଟିଏ କନ୍ଧ ଦମ୍ପତ୍ତି ଜଟାସିଂଗା ଗାଁରେ ଗୋଟିଏ ଶାଳଗଛ ମୂଳରୁ କ୍ରନ୍ଦନରତ ଅବସ୍ଥାରେ ଏହି ଅନ୍ଧ ନବଜାତ ଶିଶୁକୁ ଉଦ୍ଧାର କରି ପାଳନ କରିଥ#ଲୋ ଦେଖ#ବାର ସୁଯୋଗ ନଥ#ଲା କିମ୍ବା ପାଠପଢିବାର ସାମର୍ଥ୍ୟ ନଥ#ଲାା ଏଭଳି ଅବସ୍ଥାରେ ଲାଳିତପାଳିତ ହେଉଥ#ବା ବେଳେ ବାଳୁତ ଅବସ୍ଥାରେ ସେ ଗୋଟିଏ କୂଅରେ ପଡିଗଲୋ ତାଙ୍କ କ=ରୁୁ ନିସୃତ ହେଲା “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉା’ ଜନ୍ମରୁ ଅନ୍ଧ କନ୍ଧ ବାଳକ ତୁଣ୍ଡ ନିସୃତ ଏଇ କେତେ ପଦ କଥା ପରବର୍ତ୍ତୀ ସମୟରେ ଜୀବନଦର୍ଶନର ଶ୍ରେଷ୍ଠତ୍ୱ ଆଣି ଦେଇଥ#ଲାା ସେ ପାଠ ପଢିନଥ#ଲେ, ଲେଖ#ପାରୁ ନଥ#ଲେ, ମାତ୍ର ତାଙ୍କ କ=ନିସୃତ ଏହି ଦର୍ଶନ(Phiଝଞ୍ଚଟଞ୍ଚଞ୍ଛhy) ବିଶ୍ୱରେ ବିରଳ ଥ#ଲାା ସେଥ#ପାଇଁ ଜାତିସଂଘ କାର୍ଯ୍ୟାଳୟ ଗୃହରେ ଏବଂ ଆମ ନୂଆଦିଲ୍ଲୀର ସଂସଦ ଗୃହରେ ତାକୁ ଲିପିବଦ୍ଧ କରାଯାଇଛିା ତେବେ ଅଙ୍ଗାରବନ୍ଧ ଗାଁରେ ସେହି ଅନ୍ଧ କବି ଭୀମଭୋଇଙ୍କ ବାଣୀର ଆଜି ବି ପ୍ରାସଙ୍ଗିକତା ବେଶ ଅନୁଭବ କରି ହେଉଛିା ଜୟନ୍ତୀରେ ଉପସ୍ଥିତ ମହିମାଧର୍ମରେ ଦୀକ୍ଷିତ ସ୍ତ୍ରୀ ଓ ପୁରୁଷ ଲୋକ ଗେରୁଆ ବସ୍ତ୍ର ପରିଧାନ କରିଥ#ଲୋ ତେବେ ସେଠାରେ ଉପସ୍ଥିତ ହଜାର ହଜାର ସାଧାରଣ ନରନାରୀ ସନ୍ଥକବି ଭୀମାଭୋଇଙ୍କ ସେହି ବିଚାରରେ ଏବେ ବି ପ୍ରଭାବିତ ବୋଲି ଜଣାପଡୁଥ#ଲାା ଶୁଣିଲି ଅଙ୍ଗାରବନ୍ଧ ଗାଁରେ କେବେ କଳିତକରାଳ ହୁଏ ନାହିାଁ ପୋଲିସ ସେଠାକୁ ଯାଆନ୍ତି ନାହିାଁ କୁସଂସ୍କାର ଆଦୌ ସ୍ପର୍ଶ କରିନି ଏବଂ ଭୀମଭୋଇଙ୍କ ସ୍ମ&ୃତିରେ ନିର୍ମିତ ମହିମା କୁଟୀରଟି ଅଙ୍ଗାରବନ୍ଧ ଏବଂ ଆଖପାଖ କେତୋଟି ଗାଁର ତୀର୍ଥକ୍ଷେତ୍ର ଭାବେ ରହିଆସିଛିା କନ୍ଧ କବି ଭୀମଭୋଇଙ୍କ ସେହି ମୁଖନିସୃତ ବାଣୀ “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉା’ ଏହାର ପ୍ରାସଙ୍ଗିକତା ଏବେ ବି ଜାଜୁଲ୍ୟମାନା ଏହା କ’ଣ ଅସ୍ୱୀକାର କରିହେବା
ଏମିତି ଏକ ଘଟଣା ପ୍ରଭାବିତ କରିଥ#ଲା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁା ରାତି୍ର ଶୟନ କାଳରେ ନେହେରୁଜୀ ଗଭୀର ନିଦ୍ରାରେ ଥାଇ ଏକ ସ୍ୱପ୍ନ ଦେଖ#ଥ#ଲୋ ସ୍ୱପ୍ନରେ ଦେଖ#ଲେ ସତେ ଯେମିତି ଗୌତମ ବୁଦ୍ଧ ସାମ୍ନାରେ ଦଣ୍ଡାୟମାନ ହୋଇ କିଛି ବୁଦ୍ଧବାଣୀ ତାଙ୍କୁ ଶୁଣାଉଛନ୍ତିା ନିଦ ଭାଙ୍ଗିଗଲାା ସେ ବିଚଳିତ ହୋଇପଡିଲୋ ସେଦିନର କଥା ସେଇଠି ରହିଲାା ତା’ର ଅଳ୍ପଦିନ ପରେ ପ୍ରଧାନମନ୍ତ୍ରୀ ଭାବେ ସେ ଶ୍ରୀଲଙ୍କା ଗସ୍ତରେ ଗଲୋ ଶ୍ରୀଲଙ୍କା ବୌଦ୍ଧପୀଠରେ ଭଗବାନ ବୁଦ୍ଧଙ୍କର ମୂର୍ତ୍ତିକୁ ଦେଖ# ଚମକି ପଡିଲୋ ସ୍ୱପ୍ନରେ ସେ ଯେଉଁ ବୁଦ୍ଧଙ୍କୁ ଦେଖ#ଥ#ଲେ ସତେ ଯେମିତି ଏ ସେହି ବୁଦ୍ଧ ମୂର୍ତ୍ତିା ସେଦିନଠାରୁ ଭଗବାନ ଗୌତମବୁଦ୍ଧ ଏବଂ ତାଙ୍କର ପ୍ରଚାରିତ ବୁଦ୍ଧବାଣୀ ପ୍ରତି ତାଙ୍କର ଅହେତୁକ ଆସନ୍ତି ପ୍ରକାଶ ପାଇଲାା ସେ ଯେଉଁ ନେତାମାନଙ୍କୁ ଭେଟିଲେ ତାଙ୍କ ଆଗରେ ପ୍ରକାଶ କରିଥ#ଲେ ଯେ ଏବେ ମଧ୍ୟ ବୁଦ୍ଧବାଣୀର ପ୍ରାସଙ୍ଗିକତା ଅଛିା ବୁଦ୍ଧବାଣୀ ପ୍ରଚାର କଲେ ଅନେକ ସୁଫଳ ମିଳନ୍ତାା ସେତେବେଳକୁ ଡ. ହରେକୃଷ୍ଣ ମହତାବ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଥାଆନ୍ତିା ଦିନେ ନେହେରୁଙ୍କୁ ସାକ୍ଷାତ କଲାବେଳେ ସେ ମହତାବବାବୁଙ୍କୁ କହିଲେ “ବୁଝିଲ ମହତାବ ଜୀ ଆଜିର ଦୁନିଆରେ ବୁଦ୍ଧବାଣୀର ପ୍ରାସଙ୍ଗିକତା ଅଛିା ତୁମ ଓଡ଼ିଶାରେ ଅନେକ ବୌଦ୍ଧ କୀର୍ତ୍ତି
ରହିଛିା ସେଠାରେ ଗୋଟିଏ ଅନୁଷ୍ଠାନ ଗଢିି ବୁଦ୍ଧବାଣୀ ଉପରେ ଚର୍ଚ୍ଚା କଲେ ଭଲ ହୁଅନ୍ତା ନାହିଁ କି?’
ପ୍ରଧାନମନ୍ତ୍ରୀ ନେହେରୁଙ୍କ ଏହି ପରାମର୍ଶକୁ ନେଇ ସ୍ୱର୍ଗତ ଡ. ମହତାବ ଦିନେ ଡ. ମାୟାଧର ମାନସିଂହଙ୍କୁ ଡକାଇ ପଠାଇଲୋ କହିଲେ ଡ. ମାନସିଂହ ଗୌତମ ବୁଦ୍ଧ ଏବଂ ବୌଦ୍ଧ ଧର୍ମ ଉପରେ ତୁମେ ତ ଅନେକ ସନ୍ଦର୍ଭ ଲେଖ#ଛା ମୁଁ କିଛି ସରକାରୀ ଜମିର ବ୍ୟବସ୍ଥା କରିଦେଉଛିା ତୁମେ ରାଜଧାନୀ ଭୁବନେଶ୍ୱରରେ ଗୌତମ ବୁଦ୍ଧଙ୍କ ସଂପର୍କରେ ତାଙ୍କର ମୁଖନିସୃତ ବୌଦ୍ଧବାଣୀ ଉପରେ ଚର୍ଚ୍ଚା କରିବା ପାଇଁ ଅନୁଷ୍ଠାନଟିଏ ଗଠନ କରା ରାଜଧାନୀର କେନ୍ଦ୍ରସ୍ଥଳ ଜନପଥରେ ଡ. ମୟାଧର ମାନସିଂହଙ୍କ ନାମରେ ୨/୩ ଏକର ସରକାରୀ ଜମି ଦେଇଦେଲେ ଏବଂ ସେଠାରେ ମହାବୋଧ# ସମାଜ ଗଠନ ପାଇଁ ନିଷ୍ପତ୍ତି ନିଆଗଲାା ମାତ୍ର ୧୯୭୫ ମସିହା ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଡ. ମାନସିଂହ କିଛି କରିପାରିଲେ ନାହିାଁ ତେବେ ସେ ମହାବୋଧ# ସୋସାଇଟି ଗଠନ କରି ସେ୍ୱଚ୍ଛାକୃତ ଭାବେ ଏହି ସମାଜ ନାମରେ ନିଜ ନାମରେ ଦରଜ ଥ#ବା ସରକାରୀ ଜମିକୁ ସମର୍ପଣ କରିଦେଲୋ ତେବେ ବୁଦ୍ଧବାଣୀର ପ୍ରାସଙ୍ଗିକତାକୁ କେବଳ ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ନୁହଁନ୍ତି ଆଜି ବି ବହୁ ଦେଶ ବୁଦ୍ଧବାଣୀର ପ୍ରାସଙ୍ଗିକତାକୁ ଅନୁଭବ କରି ବିମୋହିତ ହେଉଛନ୍ତିା ଭଗବାନ ବୁଦ୍ଧଙ୍କର ଜନ୍ମମାଟି ଓଡ଼ିଶା, ଯେଉଁ ମାଟିରେ ଆବିର୍ଭାବ ହୋଇ ଯୁବରାଜ ସିଦ୍ଧାର୍ଥ ଭଗବାନ ବୁଦ୍ଧ ପାଲଟିଗଲୋ ତାଙ୍କର ମୁଖନିସୃତ ବୁଦ୍ଧବାଣୀ ସାରା ଦୁନିଆକୁ ଆହ୍ଲାଦିତ ଏବଂ ପ୍ରଭାବିତ କରିଥ#ଲାା କିନ୍ତୁ ତାଙ୍କ ଜନ୍ମମାଟିର ମଣିଷମାନେ ତାଙ୍କ ବାଣୀର ପ୍ରାସଙ୍ଗିକତାକୁ କେତେ ବୁଝିଛନ୍ତି ତାହା କହି ହେବ ନାହିଁ ଏବଂ ଭଗବାନ ବୁଦ୍ଧ ଯେ ରାଜଧାନୀ ଭୁବନେଶ୍ୱର ସନ୍ନିକଟ ଲୁମ୍ବେଇ ପ୍ରଗଣାର ଜନ୍ମଲାଭ କରିଥ#ଲେ, ଯେଉଁଥ# ପାଇଁ ଚଣ୍ଡାଶୋକରୁ ଧର୍ମାଶୋକ ହୋଇଥ#ବା ଅଶୋକ ତାଙ୍କ ଶାସନ କାଳରେ ଲୁମ୍ବେଇ ପ୍ରଗଣାକୁ କରମୁକ୍ତ କରି ସେ ପ୍ରଗଣାକୁ ଏବଂ ସେଠାରେ ବସବାସ କରୁଥ#ବା ପ୍ରଜାମାନଙ୍କୁ ସହସ୍ରଧର ଅନୁପମାରେ ବିଭୋର କରିଥ#ଲୋ ଆଜି ସେ କଥା ବୁଝୁଛି କିଏ? କିନ୍ତୁ ଅନୁଗୋଳ ସହର ଅନତିଦୂରରେ ଅବସ୍ଥିତ ଅଙ୍ଗାରବନ୍ଧ ଗାଁରେ ହଜାର ହଜାର ହଜାର ଅଧ#ବାସୀ ଶତାଧ#କ ବର୍ଷ ହେଲା ସନ୍ଥକବି ଭୀମଭୋଇଙ୍କ ସେହି ଅମରବାଣୀ “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉା’ ପ୍ରାସଙ୍ଗିକତାକୁ ଜାବୁଡି ଧରିଛନ୍ତିା ଏହା ହିଁ ପରମ ସୌଭାଗ୍ୟା

Share in top social networks!

ଜର୍ମାନୀରେ କବି ବାସୁଦେବ ସୁନାନୀଙ୍କ କବିତା ପାଠ

poetଜର୍ମାନୀର ମୁ୍ୟନିକ୍ ଓ ଟୁବିନ୍ଜେନ୍ ସହରରେ ଆୟୋଜିତ ଦୁଇଟି ପୃଥକ ଉତ୍ସବରେ ବିଶିଷ୍ଟ ଓଡ଼ିଆ କବି ଡ. ବାସୁଦେବ ସୁନାନୀ କବିତା ପାଠ କରିଛନ୍ତିା ଦଳିତ ଚେତନା ଓ ସାମାଜିକ ପ୍ରତିବଦ୍ଧତା ସମ୍ବଳିତ ସୁନାନୀଙ୍କ କବିତା ବିଦେଶରେ ପ୍ରଶଂସିତ ହୋଇଛିା ଗତ ୨୮ ତାରିଖ ଦିନ ଟୁବିନ୍ଜେନ୍ର ହୋଲଡର ହିନ୍ଟମ୍ ହଲରେ ଓ ୨୯ ତାରିଖ ଦିନ
ମୁ୍ୟନିକ୍ର ପାସେଞ୍ଜର ଫାବି୍ରକ୍ ହଲରେ ଅନୁଷ୍ଠିତ ସାମରକ ଫେଷ୍ଟିଭାଲରେ ଡ. ସୁନାନୀ କବିତା ପାଠ କରିଥ#ଲୋ ୨୮ ତାରିଖ ଦିନ ଜର୍ମାନ କବି ଆନ୍ୟା ଉଡ୍ଲର୍, ଉଲ୍ରିକେ ଆଲମଟ୍ ସାଣ୍ଡଠିଗ ଓ ଉଲ୍ରିକେ ଡ୍ରାଏସନ୍ର କବିତା ପାଠ କରିଥ#ବା ବେଳେ ସେମାନଙ୍କ କବିତା ଭାରତୀୟ ଭାଷାରେ ମଧ୍ୟ ପାଠ କରାଯାଇଥ#ଲାା ଅନ୍ୟ ପକ୍ଷରେ ଡ. ସୁନାନୀଙ୍କ ସହିତ ଯୋଗଦେଇଥ#ବା କାଶ୍ମୀର କବି ନସିମ୍ସ ଫାଇଆ ଓ ମରାଠୀ କବି ଅରୁଣା ଧେରେ ମଧ୍ୟ କବିତା ପାଠ କରିଥ#ଲୋ ସବୁ ଭାରତୀୟ କବିତାର ଜର୍ମାନ୍ ଅନୁବାଦ ପରିବେଷିତ ହୋଇଥ#ଲାା ପ୍ରସିଦ୍ଧ ଜର୍ମାନ୍ କବି ମାର୍କ କବିତା ପାଠ ସଂଚାଳନ କରିଥ#ବା ବେଳେ ଅନୁଷ୍ଠାନର ସାହିତ୍ୟ, କଳା ଓ ଚଳଚ୍ଚିତ୍ର ବିଭାଗର ନିର୍ଦ୍ଦେଶକ ଶ୍ରୀମତୀ ହେଲ୍ଗେ ନୋଆକ୍ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ସୂଚନା ଦେଇଥ#ଲୋ

୨୯ ତାରିଖ ଦିନ ମୁ୍ୟନିକ୍ଠାରେ ଆୟୋଜିତ ସାମରକ୍ ଫେଷ୍ଟିଭାଲରେ ଉପରୋକ୍ତ ଭାରତୀୟ କବିମାନେ ଯୋଗଦେଇ କବିତା ପାଠ କରିଥ#ଲୋ ସେଠାରେ ବିଭିନ୍ନ ସୃଜନଶୀଳ ପ୍ରସଙ୍ଗ ଉପରେ ପ୍ରଦର୍ଶନ, ଉପସ୍ଥାପନା ଓ ଆଲୋଚନା ହୋଇଥ#ଲାା କାର୍ଯ୍ୟକ୍ରମରେ ଭାରତୀୟ କଳା ପ୍ରଦର୍ଶନ ପାଇଁ ରତି ସାକ୍ସେନା ଓ ସାବିତ୍ରୀ ରାଜୀବନ୍ ନିମନ୍ତ୍ରିତ ହୋଇଥ#ବା ବେଳେ ଉତ୍ସବର ଆୟୋଜିକା ଶ୍ରୀମତୀ ଅଗସ୍ତା ଲାଧାର କାର୍ଯ୍ୟକ୍ରମ ସଂଯୋଜନା କରିଥ#ଲୋ

ଜର୍ମାନୀରେ ଅନୁଷ୍ଠିତ ଏହି ଉତ୍ସବରେ ଇଣ୍ଡୋନେସିଆ, ଲାଟିଭିଆ, ଆମେରିକା, ସାଇପ୍ରସ୍, ରୋମାନିଆ, ବୁଲଗେରିଆ ଓ ତୁର୍କି ଇତ୍ୟାଦି ଦେଶର କବି, କଳାକାରମାନେ ସମବେତ ହୋଇଥ#ଲୋ ମୁମ୍ବାଇସ୍ଥିତ ଜର୍ମାନୀର ଗୋଏଥ୍ ଇନ୍ଷ୍ଟିଚୁ୍ୟଟ୍ ଜରିଆରେ ଭାରତୀୟ ପ୍ରତିନିଧ#ବୃନ୍ଦ ନିମନ୍ତ୍ରିତ ହୋଇଥ#ଲୋ

Share in top social networks!

ବୁଦ୍ଧିଜୀବୀ ଫୋରମରେ ଶ୍ରମିକବନ୍ଧୁ ସମ୍ମାନ ପ୍ରଦାନ ଉସôବ

basantaaଯାଜପୁର ଜିଲା ଧର୍ମଶାଳା ବୁଦ୍ଧିଜୀବୀ ଫୋରମ ଆନୁକୂଲ୍ୟରେ ଶୈଳବିହାରଠାରେ ଶ୍ରମ ଓ ଶ୍ରମିକମାନଙ୍କ ସମସ୍ୟା ଶୀର୍ଷକ ଆଲୋଚନା
ଚକ୍ର ଇଂ ବେଣୁଧର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବନାରସ ହିନ୍ଦୁ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ବସନ୍ତ
କୁମାର ଗ୍ରହାଚାର୍ଯ୍ୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ବୁଦ୍ଧିଜୀବୀ ଫୋରମ ପକ୍ଷରୁ ଡକ୍ଟର ସୁରେଶ ଚନ୍ଦ୍ର ଦଳାଇଙ୍କୁ “ଶ୍ରମିକବଂଧୁ ସମ୍ମାନ” ପ୍ରଦାନ
କରି ସଂବର୍ଦ୍ଧନା ଜଣାଇଥିଲେ । ଯାଜପୁର ଜିଲା ଦଶରଥପୁର ପାଟପୁର ହୋଇଥିବା ଓଡିଶା ସର୍ବବୃହତ ଘାଇ ବାନ୍ଧିବାରେ ଶ୍ରୀଯୁକ୍ତ ଦଳାଇ
ଅବଦାବ ଅତୁଳନୀୟ ସେ ଶ୍ରମିକଙ୍କ ସହ ଶ୍ରମିକ ହୋଇ ଦିନ ରାତି ଏକ କରି କାର୍ଯ୍ୟ ସମ୍ପନ୍ନ କରିଥିଲେ ସେଥିଲାଗି ଦଶରଥପୁର ବନ୍ୟା ଅଂଚଳର
ଲୋକମାନେ ହୃଦୟ ଭିତରେ ରହିଛନ୍ତ ଶ୍ରୀଯୁକ୍ତ ଦଳାଇ ,ମୁଖ୍ୟବକ୍ତା ଭାବେ ଉପେନ୍ଦ୍ର ସାରଦା ମହାବିଦ୍ୟାଳୟ ଅଧ୍ୟକ୍ଷ ରାମଚନ୍ଦ୍ର ସାହୁ କହିଲେ ଯେ
ପୁରସ୍କାର ଓ ସଂବର୍ଦ୍ଧନା ଅଧିକ ଶ୍ରମ କରିବାକୁ ଆଗ୍ରହ ବଢାଇଥାଏ । ମନୋଜ କୁମାର ସ୍ୱାଗତ ଭାଷଣ ଦେଇ ଅତିଥି ପରିଚୟ ପ୍ରଦାନ
କରିଥିବାବେଳେ କାଳନ୍ଦି ଚଣ ବାରିକ ଦନ୍ୟବାଦ ଅର୍ପଣ କରିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ଦଳାଇ ଶ୍ରମ ଦିବସର ତାତ୍ପର୍ଯ୍ୟ ସଂପର୍କରେ
ମତବ୍ୟକ୍ତ କରିଥିଲେ ।

Share in top social networks!

ଶ୍ରୀ ବଳରାମ ଦାଶ : ଚିର ପ୍ରଣମ୍ୟ ଗୁରୁ !

ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲ୍ିକ
ଉଇଲିଅମ୍ ଆର୍ଥର ଉଡଙ୍କ ମତରେ ‘ମହାନ ଶିକ୍ଷକମାନେ ହିିଁ ପ୍ରେରଣାର ସ୍ରୋତ ରୂପେ ସବୁଦିନ ପାଇଁ କାର୍ଯ୍ୟ କରିଥାନ୍ତି ।’ ଅନ୍ୟ ଭାଷାରେ କହିଲେ ଏମାନଙ୍କ ଶିକ୍ଷାଦାନ କେବଳ ଶ୍ରେଣୀ କକ୍ଷରେ ସୀମାବଦ୍ଧ ନୁହେଁ । ଏମାନେ ଅଦୃଶ୍ୟ ଭାବେ ଛାତ୍ର ସହିତ ଜୀବନ ବ୍ୟାପୀ ରହିଥାନ୍ତି,ଯେ କୋ÷ଣସି ସନ୍ଧିକ୍ଷଣରେ ସଠିକ ସିଦ୍ଧାନ୍ତ ନେବାରେ ସହାୟକ ହୋଇଥାନ୍ତି । ସ୍ୱର୍ଗତ ବଳରାମ ଦାଶ ଏହିଭଳି ଜଣେ ମହାନ ଗୁରୁ ଥିଲେ, ଯାହାଙ୍କ ବ୍ୟକ୍ତିତ୍ୱ ଶିକ୍ଷା ଓ ଆଦର୍ଶ ତାଙ୍କର ଛାତ୍ର ଛାତ୍ରୀ ମାନଙ୍କୁ ସବୁକାଳେ ପ୍ରଚୋଦିତ କରିଆସିଛି ଏବଂ କରୁଥିବ । ଆମର ସୋ÷ଭାଗ୍ୟଯେ ଆମେ ଏହି ଭଳି ଜଣେ ବିଖ୍ୟାତ ଶିକ୍ଷକଙ୍କ ଠାରୁ ଶିକ୍ଷାଲାଭ କରିଛୁ, ଯିଏ ଆମ ଜୀବନକୁ ବିଭିନ୍ନ ଭାବେ ପ୍ରଭାବିତ କରିଆସିଛନ୍ତି । ଆମର ନିଆଳୀ ଉଚ୍ଚ ବିଦ୍ୟାଳୟରେ ବଳରାମ ସାର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ଏଠାରେ ଅଧ୍ୟୟନ ରତ ଛାତ୍ର ଛାତ୍ରୀମାନେ ଡାକ୍ତର, ଇଂଜିନିୟର,ପ୍ରଫେସରଙ୍କ ଠାରୁ ଆରମ୍ଭ କରି ସର୍ବୋଚ୍ଚ ସ୍ତର ଆଇଏଏସ ପଦବୀ ଲାଭ କରିବାରେ ମଧ୍ୟ ସଫଳ ହୋଇଛନ୍ତି ।
ଶ୍ରୀ ଦାଶ ଏକାଧାରରେ ଜଣେ ପ୍ରବୀଣ ଶିକ୍ଷକ, ପ୍ରଭାବଶାଳୀ ବକ୍ତା ଉଚ୍ଚକୋଟୀର ସାହିତି୍ୟକ ଓ ସର୍ବୋପରି ଜଣେ ସୁଦକ୍ଷ ପ୍ରଶାସକ ଥିଲେ । ତାଙ୍କ ପ୍ରଧାନ ଶିକ୍ଷକତ୍ୱ କାଳରେ ନିଆଳୀ ଉଚ୍ଚ ବିଦ୍ୟାଳୟ ଏକ ଶୃଙ୍ଖଳିତ ଓ ଉକୃଷ୍ଟ ଛାତ୍ର ନିର୍ମାଣକାରୀ ଶିକ୍ଷାନୁଷ୍ଠାନ ରୂପେ ଖ୍ୟାତି ଅର୍ଜ୍ଜନ କରିଥିଲା । ଏହି ସମୟରେ ଶିକ୍ଷକମାନେ ନିୟମିତ ଭାବେ ପାଠ୍ୟ ପ୍ରସଙ୍ଗ ଉପରେ ନିଜ ନିଜ ଭିତରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସାଧାରଣ କକ୍ଷରେ ବସି ଆଲୋଚନା କରୁଥିଲେ । ସବୁବେଳେ ପୂର୍ବ ପ୍ରସ୍ତୁତି ସହିତ ଶିକ୍ଷାଦାନ କରୁଥିଲେ । ଏହି ସମୟରେ ବିଦ୍ୟାଳୟର ଗ୍ରନ୍ଥାଗାର ପାଇଁ ବହୁ ନୂଆବହି କିଣା ଯାଉଥିଲା ଏବଂ ପ୍ରତ୍ୟେକ ଛାତ୍ରଛାତ୍ରୀ ଓ ବିଶେଷକରି ଶିକ୍ଷକ ମାନଙ୍କୁ ନିୟମିତ ଗ୍ରନ୍ଥାଗାର ବ୍ୟବହାର କରିବା ପାଇଁ ସେ ନିଦେ୍ର୍ଦଶ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ନିୟମିତ ଉପସ୍ଥାନ, ପ୍ରାର୍ଥନା, ଶିକ୍ଷାଗ୍ରହଣ ଓ ପାଠ୍ୟ ସମୟପରେ କ୍ରୀଡାଭ୍ୟାସ ଉପରେ ସେ ଗୁରୁତ୍ୱ ଦେଇ ଆସୁଥିଲେ । ତେଣୁ ସେ ସମୟରେ ନିଆଳୀ ଉଚ୍ଚ ବିଦ୍ୟାଳୟ ପାଠ ପଢାପାଇଁ ବେଶ ସୁଖ୍ୟାତି ଅର୍ଜ୍ଜନ କରିଥିଲା । ଫୁଟବଲ ଭଳି କ୍ରୀଡା କ୍ଷେତ୍ରରେ ମଧ୍ୟ ସେ ସମୟରେ ବହୁ ଉଚ୍ଚ କୋଟୀର କ୍ରୀଡାବିତ୍ ମାନେ ଏହି ଅନୁଷ୍ଟାନରୁ ବାହାରିଥିଲେ । କେବଳ ସେତିକି ନୁହେଁ ଛାତ୍ରଛାତ୍ରୀମାନଙ୍କର ବୌଦ୍ଧିକ ବିକାଶ ପାଇଁ ନିୟମିତ ଭାବେ ପ୍ରବନ୍ଧ ଓ ବକୃତା ପ୍ରତିଯୋଗିତା ଅନୁଷ୍ଟିତ ହେଉଥିଲା । ନିୟମିତ ଭାବେ ନାଟକ ଅଭିନୀତ କରାଇ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଅଭିନୟରେ ଅଂଶ ଗ୍ରହଣ କରିବା ପାଇଁ ସେ ବ୍ୟବସ୍ଥା କରୁଥିଲେ । ସେତେବେଳେ ଶିକ୍ଷକମାନଙ୍କ ଭିତରୁ ପୂଜ୍ୟ ନୀଳମଣି ମିଶ୍ର ତାଙ୍କର ବିଶିଷ୍ଟ ସହଯୋଗୀ ଭାବେ ଏ ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ନିଆଳୀ ଉଚ୍ଚ ବିଦ୍ୟାଳୟ ମଞ୍ଚରେ ବଳରାମ ସାରଙ୍କ ରଚିତ ‘ନିର୍ବାସିତା’ ନାଟକଟି ପ୍ରଥମେ ମଞ୍ଚସ୍ତ ହୋଇଥିଲା । ମୋର ମନେ ଅଛି ଓଡିଆ ଚଳଚିତ୍ର ଅଭିନେତା ଶ୍ରୀ ଭୀମସିଂହଙ୍କ ନେତୃତ୍ୱରେ ସେତେବେଳେ ଆମ ବିଦ୍ୟାଳୟରେ ମଞ୍ଚସ୍ଥ ଏକ ନାକଟରେ ମୁ ଏକ ଫ୍ରକ ପିନ୍ଧା ଝିଅର ଭୂମିକା ନିର୍ବାହ କରିଥିଲି । ତାହାହିଁ ଥିଲା ମୋର ରଙ୍ଗମଞ୍ଚକୁ ପ୍ରଥମ ପ୍ରବେଶ । ପରବର୍ତ୍ତି ସମୟରେ ନାଟକକ୍ଷେତ୍ରରେ ନିଜକୁ ପ୍ରତିଷ୍ଠା କରିବାରେ ବଳରାମ ସାର୍ ହିଁ ମୋର ପ୍ରେରଣାର ଉତ୍ସ ଥିଲେ ।
ବଳରାମ ସାରେ ସାହିତ୍ୟ କ୍ଷେତ୍ରରେ ଜଣେ ବହୁମୁଖୀ ପ୍ରତିଭା ଥିଲେ । ସେ କାବ୍ୟ କବିତା, ନାଟକ, ଉପନ୍ୟାସ ଓ ପ୍ରବନ୍ଧ ରଚନାରେ ସିଦ୍ଧହସ୍ତ ଥିଲେ । ‘ସୁନ୍ଦରୀ’ ଖଣ୍ଡକାବ୍ୟ ତାଙ୍କ କବି ପ୍ରତିଭାର ଏକ ଜ୍ୱଳନ୍ତ ନିଦର୍ଶନ ‘ନିର୍ବାସିତା’, ‘ରାବଣ’, ‘ନାଗାର୍ଜ୍ଜୁନ’ ପ୍ରଭୃତି ନାଟକ ଗୁଡିକ ବିଭିନ୍ନ ରଙ୍ଗ ମଞ୍ଚରେ ଅଭିନୀତ ହୋଇ ଦର୍ଶକମାନଙ୍କ ଦ୍ୱାରା ଅଜସ୍ର ପ୍ରଶଂସିତ । ‘ଅର୍ନ୍ତଦାହ’ ଓ ‘କୁଳବଧୁ’ଉପନ୍ୟାସ ତଥା ‘କ୍ଲାନ୍ତ ଅପରାହ୍ନ’ଗଳ୍ପ ସମୂହ ତାଙ୍କ ପ୍ରତିଭାର ଉଜ୍ୱଳ ସ୍ୱାକ୍ଷର । ‘ପ୍ରାଚୀ ମହାତ୍ମ୍ୟ’ ଓ ‘ମହାଭାରତରେ ନାରୀ’ ଆଲୋଚନା ଗ୍ରନ୍ଥ ତାଙ୍କର ପ୍ରଚଣ୍ଡ ପ୍ରଜ୍ଞା ଓ ମୌଳିକ ଗବେଷଣାର ଉକ୍ରୃଷ୍ଟ ନିଦର୍ଶନ । କେବଳ ସେତିକି ନୁହେଁ ‘ଜୀବନାନୁଭୂତି’ ଶୀଷର୍କରେ ତାଙ୍କ ଜୀବନର ଗାଥା ତାଙ୍କୁ ଜଣେ ଆତ୍ମଜୀବନୀକାର ଭାବେ ମଧ୍ୟ ପ୍ରତିଷ୍ଠା ଆଣି ଦେଇଛିା ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗରେ ତାଙ୍କର ଶତାଧିକ ପ୍ରବନ୍ଧ ସମାଜ, ସମ୍ବାଦ, ଧରିତ୍ରୀ ସମେତ ବହୁ ପତ୍ର ପତ୍ରିକାରେ ପ୍ରକାଶିତ ହୋଇ ତାଙ୍କ ପାଇଁ ବିଦ୍ଗ୍ଦ ପାଠକୀୟ ସ୍ୱୀକୃତି ଆଣି ଦେଇଛି ।
୨୦୦୭ରେ ସେ ସାରଳା ପୁରସ୍କାର ଓ ମାୟାଧର ମାନସିଂହ ଜନ୍ମ ଶତବାର୍ଷିକରେ ଆଦର୍ଶ ଶିକ୍ଷକ ପୁରସ୍କାର ସହିତ ୨୦୦୮ରେ ପ୍ରାଚୀ ଗୌରବ ସମ୍ମାନ ଏବଂ ଜଣେ ବିଶିଷ୍ଟ ସମାଜସେବୀ ଭବେ ଇଣ୍ଡିଆନ ମେଡିକାଲ ଆସୋସିଏସନର ଶ୍ରେଷ୍ଠ ସମାଜସେବା ପୁରସ୍କାର ଲାଭ କରିଥିଲେ । ନିଜ ଜୀବନ କାଳ ମଧ୍ୟରେ ସେ ଅନ୍ୟ ସହଯୋଗୀ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ଆଦର୍ଶ ଓ ପ୍ରେରଣାର ସ୍ରୋତ ଥିଲେ । ଭାରତୀୟ ପରମ୍ପରାରେ ଗୁରୁଙ୍କ ବ୍ରହ୍ମା,ବିଷ୍ଣୁ ଓ ମହେଶ୍ୱର ବୋଲି କୁହାଯାଇଛି । ଗୁର ହିଁ ସୃଷ୍ଟି,ସ୍ଥିତି,କଲ୍ୟାଣ ତଥା ପୁର୍ନବିନ୍ୟାସର ପ୍ରତିଭୂ । ବଳରାମ ସାର ସେହି ଭଳି ଥିଲେ ସୃଷ୍ଟି,ପ୍ରଗତି ଓ କଲ୍ୟାଣର ଜଣେ ଅଗ୍ରଦୂତ । ତାଙ୍କ ସହଯୋଗୀ ଓ ଶିଷ୍ୟମାନଙ୍କ ପାଇଁ ଶ୍ରେଷ୍ଠ ଓ ଅନନ୍ୟ ପ୍ରତିଭାଶାଳୀ ମାର୍ଗ ଦର୍ଶକ ।
ସେ ଆଜି ଆମ ସହିତ ନାହାଁନ୍ତି । ସଶରୀରେ ଆମେ ତାଙ୍କୁ ସାକ୍ଷାତ କରି ପାରିବା ନାହିଁ କିନ୍ତୁ ସେ ଆମ ସହିତ ଥିଲେ, ଏବେ ଅଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ରହିବେ । ତାଙ୍କ ବ୍ୟକ୍ତିତ୍ୱ ଏବଂ ମାର୍ଗ ଦର୍ଶନ ଆମକୁ ସଠିକ୍ ପଥ ଅନୁସରଣରେ ସାହାଯ୍ୟ କରୁଥିବ । ସେ ସବୁଦିନ ପାଇଁ ଆମ ପାଇଁ ଶ୍ରଦ୍ଧା, ସମ୍ମାନ ଓ ପ୍ରଣାମର ପାତ୍ର ହୋଇ ରହିଥିବେ ।
ନିଆଳୀ ଉଚ୍ଚବିଦ୍ୟାଳୟର ପ୍ରାକ୍ତନ ଛାତ୍ର
ଅବସର ପ୍ରାପ୍ତ ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ
ଓ ଜଣେ ବିଶିଷ୍ଟ ନାଟ୍ୟକାର

Share in top social networks!

ପ୍ରଣାମ ଘେନ ହେ ଶତାବ୍ଦୀ ପୁରୁଷ

ଅଧ୍ୟାପକ ପୁର୍ଣ୍ଣଚନ୍ଦ୍ର ମଲ୍ଲିକ
purnamallickଭାରତୀୟ ଜନସଂଘର ପୂର୍ବତନ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଓ ଅଧ୍ୟକ୍ଷ ତଥା ତିନି ବର୍ଷ ପାଇଁ ଜନତା ପାର୍ଟିରେ ବିଲୀନ ହୋଇ ଏହି ଦଳର ପନରୁଜ୍ଜୀବିତ ରୂପ ଭାରତୀୟ ଜନତା ପାର୍ଟିର ମାର୍ଗଦର୍ଶକ ରୂପେ ସୁବିଦିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କର ୧୯୬୮ ମସିହା ଫେବୃଆରୀ ୧୧ ତାରିଖ ଦିନ ଲକ୍ଷ୍ମୋ÷ରୁ ପାଟନା ଫେରୁଥିବା ବେଳେ ସନେ୍ଦହ ଜନକ ଭାବେ ମୋଗଲ ସରାଇ ରେଲ ଷ୍ଟେସନର ରେଳ ଧାରଣା ଉପରୁ ତାଙ୍କର ମର ଶରୀର ମିଳିଥିଲା । ସେତେବେଳେ କେନ୍ଦ୍ର ଓ ଉତ୍ତରପ୍ରଦେଶରେ କଂଗ୍ରେସ ସରକାର ଶାସନ କରୁଥିଲେ ମଧ୍ୟ ଉଭୟ ସରକାର ଏହାକୁ ଏକ ସାଧାରଣ ଦୁର୍ଘଟଣା ରୁପେ ଗ୍ରହଣ କରିଥିଲେ କିନ୍ତୁ ସମଗ୍ର ଭାାରତରେ ତାଙ୍କର ଏପରି ଅସ୍ୱାଭାବିକ ମୃତ୍ୟୁକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ରୁପେ ଗ୍ରହଣ କରାଯାଇଥିଲା । ତତôକାଳୀନ ସିବିଆଇର ଡିଆଇଜି ତଦନ୍ତକରି ଗାଡି ଷ୍ଟେସନରେ ପହଂଚିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ବାହାରକୁ ବଳ ପୂର୍ବକ ଠେଲି ଦେଇଥିଲା ବୋଲି ତଦନ୍ତ ରିପୋର୍ଟରେ ଉଲ୍ଲେଖ କରିଥିଲେ । ରେଳବାଇ ତଥ୍ୟରୁ ଜଣାପଡିଥିଲା ଯେ ସେହି ବଗିରେ ଯାତ୍ରା କରୁଥିବା ଅଧିକାଂଶ ଯାତ୍ରୀ ଭୁଲ ନାମ ଓ ଠିକଣା ଦେଇ ଯାତ୍ରା କରୁଥିଲେ । ପରବର୍ତ୍ତି ସମୟରେ ନ୍ୟାୟିକ ତଦନ୍ତ କମିଶନର ଅଧ୍ୟକ୍ଷ ୱାଇ. ଭି ଚନ୍ଦ୍ରଚୁଡ ଏହି ହତ୍ୟା ପଛରେ କୋ÷ଣସି ରାଜନୈତିକ ଉଦେ୍ଦଶ୍ୟ ନଥିଲା ବୋଲି କହିଥିଲେ ମଧ୍ୟ ବହୁ ସଂନ୍ଦିଗ୍ଧ ଦିଗ ଓ ବ୍ୟକ୍ତିି ବିଶେଷଙ୍କୁ ଉଦେ୍ଦଶ୍ୟ ମୂଳକ ରୁପେ ତଦନ୍ତ ପରିସରରୁ ବାଦ୍ ଦେଇଥିଲେ । ତେଣୁ ଏବେ ଶ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲା ପରେ ଶ୍ରୀ ଉପାଧ୍ୟୟଙ୍କର ପରିବାର ଲୋକେ ପୁଣି ଏକ ପୁର୍ଣ୍ଣାଙ୍ଗ ତଦନ୍ତ ଦାବୀ କରିଛନ୍ତି । ତେଣୁ ଏହି ମହାନ ଚିନ୍ତାନାୟକଙ୍କର ମୃତ୍ୟୁ ରହସ୍ୟ ଏବେ ମଧ୍ୟ ସଂଶୟାଚ୍ଛନ୍ନ ହୋଇରହିଛି ।
ପଣ୍ଡିତ ଦୀନଦୟାଲଙ୍କର ଅର୍ବିଭାବ ୧୯୧୬ ସେପ୍ଟେମ୍ବର ୨୫ ତାରିଖ ଠାରୁ ଗଲାବର୍ଷ ସେପ୍ଟେମ୍ବର ସୁଦ୍ଧା ଅନେଶ୍ୱତ ବର୍ଷ ପୁରଣ ହୋଇ ଏକଶତ ବର୍ଷ ଆରମ୍ବ ହୋଇଛି । ସମଗ୍ର ଦେଶରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ତାଙ୍କ ଜନ୍ମ ଶତବାର୍ଷିକୀ ବର୍ଷକୁ ମହାସମାରୋହରେ ପାଳନ କରିବାକୁ ଉଦ୍ୟମ ହୋଇଛି । ତାଙ୍କ ନାମରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ନାମିତ କରାଯିବା ସହିତ ବିଭିନ୍ନ ସ୍ଥାନରେ ତାଙ୍କର ସ୍ମତିରକ୍ଷା ପାଇଁ ଉଦ୍ୟମ ହୋଇଛି । ବିଶେଷଭାବେ ତାଙ୍କ ପ୍ରଣୀତ ମହାନ ଦର୍ଶନ ‘ଏକାତ୍ମ ମାନବବାଦ’ ଉପରେ ଅଲୋଚନା ଚକ୍ର ସମଗ୍ର ଦେଶରେ ଆୟୋଜିତ ହେଉଛି ଏବଂ ଭାରତର ସାମଗ୍ରିକ ବିକାଶ ପାଇଁ ଏହାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଉଛି । ତେଣୁ ‘ଏକାତ୍ମ ମାନବବାଦ’ ସମ୍ପର୍କରେ ସମ୍ୟକ ଆଲୋଚନା ମାଧ୍ୟମରେ ଆମେ ଏହି ମହାନ ରାଷ୍ଟ୍ରପୁରୁଷଙ୍କ ପ୍ରତି ଆମର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ ।
୧୯୫୧ ମସିହାରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଯେତେବବେଳ ଭାରତୀୟ ଜନସଂଘର ପ୍ରତ୍ିଷ୍ଠା କଲେ ସେତେବେଳେ ତାଙ୍କର ଅନୁରୋଧ କ୍ରମେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘ ଚାଳକ ମାନନୀୟ ଶ୍ରୀ ସଦାଶିବ ଗୋଲୱାଲେକର ୧୯୪୨ରୁ ପୂର୍ଣ୍ଣ ପ୍ରଚାରକ ଭାବେ ଦାଇତ୍ୱ ନିର୍ବାହ କରିଆସୁଥିବା ଶ୍ରୀ ଉପାଧ୍ୟାୟଙ୍କୁ ଭାରତୀୟ ଜନସଂଘରେ କାର୍ଯ୍ୟକରିବାକୁ ନିଦେ୍ର୍ଦଶ ଦେଇଥିଲେ । ସେହି ଦିନଠାରୁ ସେ ଜନସଂଘର ସାଧାରଣ ସମ୍ପାଦକ ଓ ୧୯୫୩ ମହିହା ଜୁନ୍ ୨୩ ତାରିଖରେ ଶ୍ରୀ ମୁଖାର୍ଜୀଙ୍କର ଜମ୍ମୁ କାଶ୍ମରୀ କାରଗାରରେ ସନେ୍ଦହ ଜନକ ଭାବେ ମୃତ୍ୟୁ ହେବାପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ରୁପେ ତାଙ୍କର ନିଧନ ପର୍ଯ୍ୟନ୍ତ ଦାୟୀତ୍ୱ ନିର୍ବାହ କରି ଆସୁଥିଲେ । ଏକାଧାରରେ ସେ ଥିଲେ ଜଣେ ସୃଜନଶୀଳ ଲେଖକ, ପ୍ରବୀଣ ସାମ୍ବାଦିକ, ନିସ୍ୱାର୍ଥପର ସମାଜସେବକ, ଦେଶପ୍ରାଣ ରାଷ୍ଟ୍ରୀନୀତିଜ୍ଞ, ଦୁରଦୃ୍ଷ୍ଟି ସମ୍ପନ୍ନ ଅର୍ଥନୀତି ବିଶେଷଜ୍ଞ ଓ ଜଣେ ମହାନ ଦାର୍ଶନୀତିଜ୍ଞ । ଏକ ଜାତୀୟ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ ନିର୍ବାହ କରିବା ସହିତ ୧୯୫୧ ମସିହା ଠାରୁ ‘ରାଷ୍ଟ୍ରଧମ’ର୍ ନାମରେ ଏକ ଦୈନିକ ‘ପଞ୍ଚଜନ୍ୟ’ ନାମରେ ଏକ ସାପ୍ତାହିକ
ଏବଂ ‘ସ୍ୱଦେଶ’ ନାମରେ ଏକ ମାସିକ ପତ୍ରିକା ନିଜ ସମ୍ପାଦନାରେ ପ୍ରକାଶ କରିଆସୁଥିଲେ ଯାହା ଏବେ ମଧ୍ୟ ପ୍ରକାଶିତ ହେଉଛି ।
ଶ୍ରୀ ମୁଖାର୍ଜୀଙ୍କର ନେତୃତ୍ୱରେ ଭାରତୀୟ ଜନସଂଘ ୧୯୫୧-୫୨ ମସିହାରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଭାଗ ନେଇ ସାଧାରଣ ଭୋଟ୍ର ୩.୦୬ ପ୍ରତିଶତ ଭୋଟ୍ ପାଇବା ସହିତ ତିନୋଟି ସିଟ୍ ପାଇଥିବା ବେଳେ ଦୀନଦୟାଲଙ୍କ ବଳିଷ୍ଠ ନେତୃ୍ତ୍ୱ ବଳରେ ୧୯୫୭ ରେ ୫.୯୭ ପ୍ରତିଶତ ଭୋଟ୍ ସହିତ ୪ ଟି ଆସନ ୧୯୬୨ ରେ ୬.୪୪ ପ୍ରତିଶତ ଭୋଟ୍ ସହିତ ୧୪ ଟି ଆସନ ଏବଂ ୧୯୬୭ ରେ ୯.୩୧ ପ୍ରତିଶତ ଭୋଟ୍ ପାଇ ୩୫ ଟି ଆସନ ଲାଭ କରିଥିଲା । ଯାହା ଫଳରେ ଭାରତୀୟ ଜନସଂଘ ଭାରତ ବର୍ଷରେ ଏକ ଶକ୍ତିଶାଳୀ ବିକଳ୍ପ ରାଜନୈତିକ ଦଳ ଭାବେ ନିଜକୁ ପ୍ରତିଷ୍ଠା କରିପାରିଥିଲା ।
୧୯୪୭ ରେ ଦେଶ ସ୍ୱାଧୀନ ହୋଇଥିଲେ ମଧ୍ୟ ଭାରତ ଇଂରେଜ ଶାସନପଦ୍ଧତି ତଥା ବୈଚାରିକ ସିଦ୍ଧାନ୍ତ ପ୍ରଭାବରୁ ମୁକ୍ତ ହୋଇପାରି ନଥିଲା । ପାଶ୍ଚ୍ୟାତ ସମାଜବାଦ ଓ ପୁଞ୍ଜିବାଦକୁ ରାଜନୈତିକ ସିଦ୍ଧାନ୍ତ ରୂପେ ଗ୍ରହଣ କରି ମିଶ୍ର ଅର୍ଥନୀତି, ପଞ୍ଚବାର୍ଷିକ ଯୋଜନା, ତୁଷ୍ଟିକରଣ ଭିତ୍ତିରେ ଆଧାରିତ ଧର୍ମ ନିରପେକ୍ଷତାକୁ ଅନୁସରଣ କରିଥିଲା । ସୋଭିଏତ୍ ସଂଘ ପ୍ରେରିତ ସମାଜବାଦୀ ବିକେନ୍ଦ୍ରୀକରଣ ଉପରେ ପର୍ଯ୍ୟବେସିତ ପଞ୍ଚବାର୍ଷିକ ଯୋଜନାକୁ ଭାରତୀୟ ଜନସଂଘ ବିରୋଧ କରିବା ସହିତ ସ୍ୱଦେଶୀ ଅର୍ଥ ବ୍ୟବସ୍ଥା ଅନୁସରଣ ଉପରେ ଗୁରୁତ୍ୱ ଦେଇଥିଲା । ‘ଆର୍ଥିକ ଲୋକତନ୍ତ୍ର’ ଓ ‘ବିକେନ୍ଦ୍ରୀ କରଣ’କୁ ଦୀନଦୟାଲ ‘ଅର୍ଥାୟମ୍’ ନାମ ଦେଇଥିଲେ । ତାଙ୍କ ମତରେ, ‘‘ପାଶ୍ଚାତ୍ୟ ରାଜନୈତିକ ଦର୍ଶନ ମନୁଷ୍ୟକୁ ସେକ୍ୟୁଲାରବାଦ, ବ୍ୟକ୍ତିିବାଦ, ସମାଜବାଦ,ଏବଂ ସାମ୍ୟବାଦ ବିଚାର ଦେଇଅଛି । ଭାରତ ସ୍ୱାଧୀନ ହେବା ପରେ ଆମ ଦେଶର ନେତୃବୃନ୍ଦ ସେହି ସବୁ ପାଶ୍ଚତ୍ୟ ଦର୍ଶନ ଆଧାରରେ ଦେଶର ଭବିଷ୍ୟତ ନିର୍ମାଣ ପାଇଁ ଯୋଜନାମାନ ଆରମ୍ଭ କରିଛନ୍ତି ।’’ ପଣ୍ଡିତ ଦୀନ ଦୟାଲ ତତ୍କାଳୀନ ନେତୃବୃନ୍ଦଙ୍କ ବିଚାରକୁ ଖଣ୍ଡନ କରି ମତ ଦେଇଥିଲେ ଯେ, ‘‘ଯେତେବେଳେ ଆମେ ପାଶ୍ଚାତ୍ୟ ସାମ୍ରାଜ୍ୟବାଦକୁ ଏହି ଦେଶରୁ ବିତାଡିତ କରିଦେଇଛେ ସେତେବେଳେ ପାଶ୍ଚାତ୍ୟ ଦର୍ଶନ ପଛରେ ଗୋଡାଇବା ଆବଶ୍ୟକ ନାହିଁ । ଦେଶର ନେତୃବୃନ୍ଦଙ୍କ ମନରେ ଏହି ଧାରଣା ଥିଲା ଯେ, ଆମ ଦେଶରେ ନିଜସ୍ୱ କୋ÷ଣସି ଦର୍ଶନ ନାହିଁ, ଏଣୁ ପାଶ୍ଚାତ୍ୟ ଦର୍ଶନକୁ ଗ୍ରହଣ କରିନେବା ଉଚିତ । ସେମାନେ ଏପରି ମଧ୍ୟ ଭାବୁଥିଲେ ଯେ, ଆମେ ଅତୀତରେ ଏକ ରାଷ୍ଟ୍ର ନ ଥିଲେ । ଇଂରେଜମାନେ ଆସିବା ପରେ ଆମକୁ ଏକ ରାଷ୍ଟ୍ରଭାବେ ପରିଚିତ କରାଇଲେ ଏବଂ ଏବେ ଆମେ ବିଶ୍ୱରେ ଏକ ନୂଆ ରାଷ୍ଟ୍ରଭାବେ ଉଦୟ ହୋଇଛେ ।’’
ଭାରତୀୟ ଜନତା ପାର୍ଟି ବା ପୂର୍ବର ଭାରତୀୟ ଜନସଂଘ ଦୃଢ ଭାବରେ ବିଶ୍ୱାସ କରେ ଯେ, ‘ଆମ ଦେଶ ଏକ ପ୍ରାଚୀନ ଏବଂ ସନାତନ ରାଷ୍ଟ୍ର । ପାଶ୍ଚାତ୍ୟରେ ରାଷ୍ଟ୍ର ଓ ରାଜ୍ୟ ପରିକଳ୍ପନା ପ୍ରାରମ୍ଭର ଅନେକ ପୂର୍ବରୁ ଆମ ଦେଶରେ ‘ସାଂସ୍କୃତିକ ରାଷ୍ଟ୍ରବାଦ’ ରହିଆସିଛି । ଭାରତ ବର୍ଷର ଏକ ଗୋ÷ରବମୟ ଜ୍ଞାନ ପରମ୍ପରା ରହିଛି ଏବଂ ଆମକୁ ଏହି ଜ୍ଞାନ ପରମ୍ପରା ଭିତରେ ଦେଶର ଭବିଷ୍ୟତ ଖୋଜିବା ଉଚିତ୍ ହେବ ।’
ପାଶ୍ଚତ୍ୟ ଦର୍ଶନରେ ମାନବ ଜୀବନ ପ୍ରତି ଖଣ୍ଡିତ ଦୃଷ୍ଟିକୋଣ ରହିଛି । ସେମାନଙ୍କ କଳ୍ପନାରେ ବ୍ୟକ୍ତିବାଦ ହେଉଛି ସମାଜବାଦର ଶତ୍ରୁ ଏବଂ ସେହିପରି ସମାଜବାଦ ହେଉଛି ବ୍ୟକ୍ତିବାଦର ଶତ୍ରୁ । ସେହି ଦର୍ଶନରେ ପ୍ରକୃତି ଉପରେ ମାନବର ବିଜୟ କଥା କୁହାଯାଇଛି ଏବଂ ଏଥିପାଇଁ ପ୍ରକୃତି ସହିତ ବ୍ୟକ୍ତିର ସଂର୍ଘଷ ଲାଗି ରହିଛି ବୋଲି କୁହାଯାଇଛି । ପାଶ୍ଚତ୍ୟ ଦର୍ଶନରେ ସେକ୍ୟୁଲାରବାଦ ବା ଧର୍ମନିରପେକ୍ଷ ନାଁରେ ସାଧାରଣ ଜୀବନରୁ ଧର୍ମକୁ ଦୁରେଇ ଦେବା ପାଇଁ ଚିନ୍ତା କରାଯାଇଛି । ଏହି ବିଚାରର ଫଳ ସ୍ୱରୂପ ଭୋ÷ତିକ ବାଦ ସହିତ ଆଧ୍ୟାମିôକତା; ରାଜ୍ୟ ସହିତ ଧର୍ମପୀଠ, ଏବଂ ଧର୍ମ ସହିତ ବିଜ୍ଞାନର ସର୍ବକାଳୀନ ଦ୍ୱନ୍ଦ ରହିଥିବା କୁହାଯାଇଛି । ତେଣୁ ଭାରତୀୟ ଜନସଂଘ ଭାରତ ପାଇଁ ଭାରତର ମୂଳ ଭୁତ ଏକ
ନୂତନ ବୈଚାରିକ ସିଦ୍ଧାନ୍ତର ଆବଶ୍ୟକ କରୁଥିବା ବେଳେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ୧୯୬୪ ମସିହାରେ ତାଙ୍କର ଏକାତ୍ମ ମାନବ ଦର୍ଶନ ପ୍ରଣୟନ କରିଥଲେ । ୧୯୬୫ ମସିହାରେ ଆନ୍ଧ୍ରର ବିଜୟୱାଡା ଠାରେ ଅନୁଷ୍ଟିତ ରାôଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଏହାକୁ ଦଳର ରାଜନୈତିକ ଆଦର୍ଶ ରୂପେ ଗ୍ରହଣ କରାଯାଇଥିଲା । ୧୯୮୦ ମସିହାରେ ଭାରତୀୟ ଜନସଂଘ ପୁନରୁଜ୍ଜୀବିତ ହୋଇ ଭାରତୀୟ ଜନତା ଦଳ ରୂପେ ଆର୍ବିଭୁତ ହେବା ସହିତ ପାର୍ଟି ସମ୍ବିଧାନର ଧାରା ୩ ଅନୁସାରେ ଏକାତ୍ମ ମାନବ ବାଦକୁ ଦଳର ମୂଳ ସିଦ୍ଧାନ୍ତ ରୂପେ ଗ୍ରହଣ କରି ନେଇଛି ।
ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କର ‘ ଏକାତ୍ମ ମାନବ ଦର୍ଶନ’ ସମଗ୍ର ଭାରତୀୟ ଦର୍ଶନର ଏକ ସମ୍ମିଳିତ ରୂପ । ଭିନ୍ନ ମତ, ପନ୍ଥ ଓ ସମ୍ପ୍ରଦାୟ ଭିତ୍ତିରେ ହଜାର ହଜାର ବର୍ଷ ଭିତରେ ଆତ୍ମପ୍ରକାଶ କରିଥିବା ବିଭିନ୍ନ ଦର୍ଶନର ବୈଜ୍ଞାନିକ ଅନୁଶୀଳନ ସହିତ ସେ ସବୁର ଶ୍ରେଷ୍ଠ ଚିନ୍ତନକୁ ନେଇ ଏକ ସ୍ୱତନ୍ତ୍ର ଦର୍ଶନଭାବେ ଏକାତ୍ମ ମାନବ ଦର୍ଶନର ପରିକଳ୍ପନା, ବିକାଶ ଏବଂ ପରିଚୟ । ସୂକ୍ଷ୍ମାଂଶ ରୂପରେ ଏହା ପ୍ରାକ୍ତନ ଅଭିବ୍ୟକ୍ତିର ପ୍ରତିଫଳନ ହୋଇପାରେ କିନ୍ତୁ ସାମଗ୍ରୀକ ଭାବେ ଏହା ଅନନ୍ୟ , ଅସାଧାରଣ ଏବଂ ଅଭୂତପୂର୍ବ । କେବଳ ଭାରତୀୟ ଦର୍ଶନ ନୁହଁ, ବିଭିନ୍ନ ସମୟରେ ପୃଥିବୀର ଭିନ୍ନ ଭିନ୍ନ ଭୂଖଣ୍ଡରେ ପ୍ରକାଶ ପାଇଥିବା ବିଭିନ୍ନ ଦର୍ଶନର ତୂଳାନାତ୍ମକ ବିଚାର ସହିତ କେତେକ କ୍ଷେତ୍ରରେ ସେ ସବୁର ନିର୍ଯାସ ମଧ୍ୟ ଏ ଦର୍ଶନରେ ଅନୁରଣିତ ଓ ଉପଲବ୍ଧ । ତେଣୁ ‘ଏକାତ୍ମ ମାନବ ଦର୍ଶନ’ କେବଳ ଭାରତ ଓ ଭାରତୀୟଙ୍କ ପାଇଁ ନୁହେଁ ସମଗ୍ର ବିଶ୍ୱର ମାନବ ଓ ମାନବେତର ପ୍ରାଣୀମାନଙ୍କ ନିମନ୍ତେ ମଧ୍ୟ ଅନ୍ୟତମ ସର୍ବଶ୍ରେଷ୍ଠ ଦର୍ଶନ ।
ଏହି ଏକାତ୍ମ ମାନବ ଦର୍ଶନରେ ବ୍ୟକ୍ତି , ସମାଜ ଓ ରାଷ୍ଟ୍ର, ସୃଷ୍ଟି ଓ ପରମେଷ୍ଟିଙ୍କର ଏକ ସାମଗ୍ରିକ ସମ୍ପର୍କ ଓ ସମନ୍ୱୟଭିତ୍ତିକ ବ୍ୟାଖ୍ୟା କରାଯାଇଛି । ବ୍ୟକ୍ତିର ସ୍ଥିତି ଓ ଉତ୍ତରଣ , ତା’ର ଶରୀର, ମନ, ବୁଦ୍ଧି ଏବଂ ଆତ୍ମାର ସମନ୍ୱିତ ବିକାଶ ଉପରେ ନିର୍ଭର କରେ । ଧର୍ମ, ଅର୍ଥ, କାମ, ମୋକ୍ଷରେ ହିଁ ବ୍ୟକ୍ତିର ପୁରୁଷାର୍ଥ । ମାନବ କେବଳ ବ୍ୟକ୍ତି ବିଶେଷ ନୁହେଁ । ବ୍ୟକ୍ତି କେବଳ ‘ମୁଁ’ ରେ ସୀମିତ ନୁହେଁ । ‘ଆମେ’ ଓ ‘ଆମ୍ଭେମାନେ’ ସହିତ ତାର ଅଭିନ୍ନ ସମ୍ବନ୍ଧ ରହିଛି । ତେଣୁ ସମାଜ ସ୍ୱୟଂଭୂ । ଭାରତୀୟ ସମାଜ ଏକାତ୍ମବାଦୀ । ବ୍ୟକ୍ତି ପରି ମଧ୍ୟ ସମାଜ ଏକ ଜୀବନ୍ତ ସତ୍ତା । ମନୁଷ୍ୟ ପରି ସମାଜର ଶରୀର, ବୁଦ୍ଧି ଓ ଆତ୍ମା ରହିଛି । ସଂସ୍କୃତି ହିଁ ସମାଜର ଆତ୍ମା । ଯେତେବେଳେ ଏକ ମନୁଷ୍ୟଗୋଷ୍ଠୀ ଏକ ମହତ ଉଦେ୍ଦଶ୍ୟ, ଲକ୍ଷ୍ୟ ବା ଆଦର୍ଶକୁ ଅନୁସରଣ କରି ଜନ୍ମ ଭୂମିକୁ ଜନନୀର ସମ୍ମାନ ଦିଅନ୍ତି ସେତେବେଳେ ଏକ ଜାତି ବା ରାଷ୍ଟ୍ର ଜନ୍ମ ନିଏ । ରାଷ୍ଟ୍ରର ଆତ୍ମାହିଁ – ଚେତନା ବା ‘ଚିତି’ । ଏହା ଏଭଳି ଏକ ମାନଦଣ୍ଡ ଯାହା ସାହାଯ୍ୟରେ ପ୍ରତ୍ୟେକ ବସ୍ତୁ ଏବଂ ବିଷୟର ଗ୍ରହଣୀୟତା ନିର୍ଣ୍ଣୟ କରାଯାଏ । ଜାତୀୟ ଚେତାନହିଁ ରାଷ୍ଟ୍ରଧର୍ମ । ଧର୍ମ ରିଲିଜିଅନ୍ ନୁହେଁ । ଧର୍ମର ତତ୍ତ୍ୱ ସନାତନ ଓ ସର୍ବବ୍ୟାପୀ । ଭାରତ ଏକ ରାଷ୍ଟ୍ର ସଂଘ ନୁହେଁ, ବରଂ ସୂକ୍ଷ୍ମରୂପରେ ଏହା ଏକ ଓ ଅଭିନ୍ନ । ଭାରତୀୟ ସଂସ୍କୃତି ଏକାତ୍ମବାଦୀ, ଏକାତ୍ମତା ହିଁ ରାଷ୍ଟ୍ରର ସ୍ୱରୂପ, ରାଷ୍ଟ୍ରୀୟ ଧର୍ମର ପରିଧି ମଧ୍ୟରେ ସମସ୍ତ ମାନବତା ସନି୍ନହିତ । ‘ଚିତି’ ବା ଚେତନା ଯେପରି ରାଷ୍ଟ୍ରୀୟ ଅଧାର, ସେପରି ଯେଉଁ ଶକ୍ତି କାରଣରୁ ରାଷ୍ଟ୍ର ଅବଧାରଣା ସମ୍ଭବ ତାହାକୁ ‘ବିରାଟ’ କୁହାଯାଏ । ‘ବିରାଟ’ ରାଷ୍ଟ୍ରର କାର୍ଯ୍ୟ କ୍ଷମତା ବା କର୍ମଶକ୍ତି । ଏହାକୁ ‘ଚିତି’ ଦ୍ୱାରା ଜାଗ୍ରତ ଏବଂ ସଂଗଠିତ କରାଯାଇପାରେ । ଶରୀରରେ ପ୍ରାଣର ଯେଉଁ ସ୍ଥାନ, ‘ବିରାଟ’ର ରାଷ୍ଟ୍ର ଜୀବନରେ ସେହି ସ୍ଥାନ । ବିରାଟର ଆଧାର ଉପରେ ହିଁ ଗଣତନ୍ତ୍ର ସଫଳ ହୁଏ ଓ ରାଷ୍ଟ୍ର ଶକ୍ତିଶାଳୀ ହୁଏ । ପ୍ରାଚୀନ ପ୍ରତି ଗୋ÷ରବର ଭାବନା, ବର୍ତ୍ତମାନ ପ୍ରତି ଯଥାର୍ଥବାଦୀ କଳ୍ପନା ଓ ଭବିଷ୍ୟତ ପ୍ରତି ମହତ୍ତ୍ୱକାଡଂ୍କ୍ଷା ଧାରଣା ନେଇ ଆମେ କାର୍ଯ୍ୟ କଲେ ‘ବିରାଟ’ସଦା ଜାଗ୍ରତ ଓ ଶକ୍ତିଶାଳୀ ହୁଏ ।
ସାରା ସୃଷ୍ଟି ସହ ଏକାତ୍ମତାର ସାକ୍ଷାତକାର ପୂର୍ବକ ନର, ନାରାୟଣ ହେବା ଦିଗରେ ପ୍ରୟାସ କଲେହିଁ ‘ଧର୍ମ ରାଜ୍ୟ’ ପ୍ରତିଷ୍ଟା ସମ୍ଭବ ହୋଇପାରିବ । ଏହି ଧମ୍ୟରାଜ୍ୟର ନିକଟବର୍ତ୍ତୀ ଭାବେ ପାଶ୍ଚାତ୍ୟ ଦର୍ଶନର ‘ରୁଲ୍ ଅଫ୍ ଲ’କୁ ଗ୍ରହଣ କରାଯାଇପାରେ । ବ୍ୟକ୍ତି, ସମଷ୍ଟି ବା ରାଷ୍ଟ୍ର ସମସ୍ତେ ଏହି ‘ଧର୍ମର ନିୟମାନୁବର୍ତ୍ତିତା’ରେ କାର୍ଯ୍ୟ କରିବା ଉଚିତ । ‘ଧର୍ମ’ ବା ‘ନିୟମାନୁବର୍ତ୍ତିତା’ ଦ୍ୱାରା ହିଁ ଗଣତନ୍ତ୍ରର ପ୍ରକୃତ ପ୍ରତିଷ୍ଟା ସମ୍ଭବ ହୋଇପାରିବ । ଭାରତର ଶାସନ ବ୍ୟବସ୍ଥା ଆମର ପରମ୍ପରା ଓ ସଂସ୍କୃତିର ଅନୂକୂଳ ହେବା ବାଞ୍ଚନୀୟ । ସମାଜବାଦ ବା ମିଶ୍ର ଅର୍ଥନୀତି ଭାରତ ପାଇଁ ଅନୁକୂଳ ନୁହେଁ । ଆର୍ଥôକ ନୀତି ଏଭଳି ହେବା ଉଚିତ ଯାହାଦ୍ୱାରା ଅନ୍ତ୍ୟୋଦୟ ବା ସମାଜର ଶେଷ ଧାଡିରେଥିବା ଲୋକଟିର ଉଦୟ ସମ୍ଭବ ହୋଇପାରିବ । ତେଣୁ ସେଥିପାଇଁ ସେ ଆମ ପରମ୍ପରା ଓ ସଂସ୍କୃତିକୁ ଯୁଗାନୁକୂଳ କରି ଆଗେଇ ନେବାକୁ ପରାମର୍ଶ ଦେଇଛନ୍ତି ।
ଭାରତରେ ସ୍ୱାଧିନତା ପରେ ପରିବାରବାଦ ଓ ଜାତିଭିତ୍ତିକ ଶାସନ ବ୍ୟବସ୍ଥା ଏକାତ୍ମମାନବ ଦର୍ଶନ ଉପରେ ଗୁରୁତ୍ୱ ଦେଇନାହିଁ । ଶ୍ରୀ ଅଟଳବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ‘ଏକାତ୍ମ ମାନବଦର୍ଶନ’ର ପ୍ରୟୋଗାତ୍ମକ ପରୀକ୍ଷଣ ଆରମ୍ଭ ହୋଇଛି । ସେ ଆରମ୍ଭ କରିଥିବା ‘ଅନ୍ତ୍ୟୋଦୟ’ ଯୋଜନା ଭାରତ ବର୍ଷର ସର୍ବଶ୍ରେଷ୍ଠ ଓ ସର୍ବ ବ୍ୟାପକ ମାନବବାଦୀ ଯୋଜନା ଭାବେ କାର୍ଯ୍ୟକାରୀ ହେଉଅଛି । ୨୦୧୪ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦୀନଦୟାଲ ଉପାଧ୍ୟାୟଙ୍କର ଆଦର୍ଶକୁ ଅନୁସରଣ କରି ବିଭିନ୍ନ ଯୋଜନାର ସୁଫଳକୁ ଆଜି ସୁଦ୍ଧା ଯେଉଁମାନେ ସେଥିରୁ ବଞ୍ଚôତ ହୋଇଛନ୍ତି ସେମାନଙ୍କ ପାଖରେ ତାହା ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ‘ଏକାତ୍ମ ମାନବଦର୍ଶନ’, ଭାରତ ବର୍ଷର ବିଭିନ୍ନ କ୍ଷେତ୍ରରେ ପ୍ରୟୋଗ ହେବା ସହିତ ଦେଶର ଜନସାଧାରଣ ଏ ସମ୍ପର୍କରେ ବିଚାର ବିମର୍ଷ କରିବା ଆରମ୍ଭ କରିଛନ୍ତି । ଆମର ବିଶ୍ୱାସ ଏକବିଂଶ ଶତାବ୍ଦୀରେ ଏହି ଦର୍ଶନ ହିଁ ଭାରତ ବର୍ଷକୁ ‘ଶ୍ରେଷ୍ଠ ଭାରତ’ ହେବାରେ ଯେ ସହାୟକ ହେବ ଏଥିରେ ସନେ୍ଦହ ନାହିଁ ।

Share in top social networks!

ଆଲୋକ ପ୍ରଦୂଷଣର ସହଜ ସମାଧାନ ପ୍ରଦର୍ଶନ କଲେ ଓଡ଼ିଆ ଛାତ୍ରୀ

ରାଜଧାନୀ ଦିଲ୍ଲୀ ସ୍ଥିତ ଭାରତୀୟ ପ୍ରଦ୍ୟୋଗିତ ସଂସ୍ଥାନ(ଆଇଆଇଟି, ଦିଲ୍ଲୀ)ରେ ଆୟୋଜିତ ଇନ୍ସ୍ପାୟର୍ (ଇନୋଭେନସନ୍ ଇନ୍ ସାଇନ୍ସ ପ୍ରସ୍ୟୁଟ୍ ଇନ୍ସ୍ପାୟର୍ଡ ରିସର୍ଟ) ପ୍ରଦର୍ଶନୀରେ ବିଜ୍ଞାନ ବିଭାଗର ଛାତ୍ରୀ କୃତ୍ରିମ ଆଲୋକର ଅପର୍ଯ୍ୟାପ୍ତ ବ୍ୟବହାର ଯୋଗୁଁ ବଢ଼ୁଥିବା ଆଲୋକ ପ୍ରଦ୍ୟୁଷଣ ପ୍ରତି ଲୋକଙ୍କ ଧ୍ୟାନ ଆକର୍ଷଣ କରି ଏହାର ସହଜ ସମଡଧାନ ପନ୍ଥା ଉପସ୍ଥାପନ କରିଛନ୍ତି ।
୫ ଦିନିଆ ଭାରତୀୟ ଅନ୍ତରାଷ୍ଟ୍ରୀୟ ବିଜ୍ଞାନ ମହୋତ୍ସବ ଅବସରରେ ଆୟୋଜିତ ଦୁଇଦିନିଆ ଇନ୍ସ୍ପାୟର୍ ପ୍ରଦର୍ଶନୀରେ ଓଡ଼ିଶା ରାଜଗାଙ୍ଗପୁର କୁଟୁଣିଆ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଏକାଦଶ ଶ୍ରେଣୀ ଛାତ୍ରୀ ଇବା ଦାସ ଏହି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ ।
ସେ କହନ୍ତି, ବଡ଼ ବଡ଼ କୋଠା, ପାର୍କ ଏବଂ ଶିଳ୍ପ ସଂସ୍ଥାନରେ ଉଚ୍ଚ କ୍ଷମତା ସମ୍ପନ୍ନ ଆଲୋକ ବ୍ୟବହାର କରାଯାଉଛି । ଏହା ଯୋଗୁଁ ଆଲୋକ ପ୍ରଦୂଷଣ ହେବା ସହ ବିଜୁଳି ଶକ୍ତି ଅନାବଶ୍ୟକ ଭାବେ ବ୍ୟବହୃତ ହେଉଛି । ଇବା ଦାସଙ୍କ ପ୍ରସ୍ତାବ ରହିଛି, ଶିଳ୍ପ ସଂସ୍ଥା ପରିସରର ଚାରିପାଖେ ଯଦି ଗୋଟିଏ ଗୋଟିଏ ପ୍ରତିବିମ୍ବକ ବ୍ୟବହାର କରାଯାଏ ଏବଂ ଏହା ଉପରେ ଏଲ୍ଇଡି ବ୍ଲବର ଆଲୋକ ପ୍ରତିବିମ୍ବିତ କରାଯାଏ ତେବେ ଏହା କମ ବିଦ୍ୟୁତ ଶକ୍ତି ଓ ଆଲୋକ ପ୍ରକାଶାନରେ ଅଧିକ ଅଞ୍ଚଳ ଆଲୋକିତ କରିବାରେ ସମର୍ଥ ହେବ । ଏହା ଆଲୋକ ପ୍ରଦୂଷର ବହୁଗୁଣରେ କମ କରିବ ବୋଲି ତାଙ୍କର ମତ ।
ସେ କହନ୍ତି, ଆଜିକାଲି ଅଧିକାଂଶ ସ୍ଥାନରେ ଆବଶ୍ୟକତା ଠାରୁ ଅଧିକ ଆଲୋକ ବ୍ୟବହାର ହେଉଛି । ଏହା ହିଁ ଆଲୋକ ପ୍ରଦୂଷଣର ପ୍ରମୁଖ କାରଣ । କେବଳ ପରିବେଶ ଉପରେ ନୁହେଁ, ଏହା ମଣିଷ ଓ ଜୀବଜନ୍ତୁଙ୍କ ଉପରେ ମଧ୍ୟ କୁପ୍ରଭାବ ପକାଉଛି । ଆଲୋକ ପ୍ରଦୂଷଣ ଯୋଗୁଁ ମଣିଷର ଦୃଷ୍ଟିଶକ୍ତି ହ୍ରାସ ପାଇବା ସହ ଚିଡ଼ିଛିଡ଼ା ପଣ, ଆଖିରେ ଅଶ୍ୱସ୍ତି ଅନୁଭବ, ହର୍ମୋନ୍ ଅସନ୍ତୁଳନ ଓ ମସ୍ତିଷ୍କ ତଥା କୋଷର ପ୍ରତିରୋଧକ ଶକ୍ତି ହ୍ରାସ କରିଥାଏ ।
ଇନ୍ସ୍ପାୟର ପ୍ରଦର୍ଶନୀରେ ଅନ୍ୟ ଜଣେ ଛାତ୍ର ଗୋଡ଼ରେ ଚାଲୁଥିବା ୱାସିଂ ମେସିନ୍ ପ୍ରଦର୍ଶନ କରିଥିଲେ । ଏହି ଯନ୍ତ୍ର ପୁରୁଣା ସାଇକଲ, ପ୍ଲାଷ୍ଟିକ୍ ଡ୍ରମ୍, ଦୁଇଟି ଥାଳି ଓ ଲୁହାର ଜାଲିରେ ପ୍ରସ୍ତୁତ । ଏହି ଯନ୍ତ୍ର ବ୍ୟବହାର ଦ୍ୱାରା କେବଳ ବିଜୁଳି ଶକ୍ତି ସଂଚୟ ହୁଏ ତାହା ନୁହେଁ, ବରଂ ମଣିଷର ବ୍ୟାୟାମ ବି ହୋଇଥାଏ । ମଧ୍ୟପ୍ରଦେଶ ଛିଣ୍ଡୱାଡ଼ାର ଲାଲବାହାଦୂର ଶାସ୍ତ୍ରୀ ମାଧ୍ୟମିକ ବିଦ୍ୟାଳୟର ସପ୍ତମ ଛାତ୍ର ଦର୍ଶନ ସଂଜୟ କୋହଲି ଏହି ୱାସିଂ ମେସିନ୍ ପ୍ରଦର୍ଶନ କରିଥିଲେ ।
ମଧ୍ୟପ୍ରଦେଶ ଗ୍ୱାଲିୟରର ଅମ୍ବଲ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଦଶମ ଶ୍ରେଣୀ ଛାତ୍ର ରାଜପାଳ ସିଂ ରାୱତ ସୂର୍ଯ୍ୟ କିରଣ ଆଧାରିତ ‘ସୋଲାର ପାୱାର ଫ୍ରିଜ୍’ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ଏହା ସାହାଯ୍ୟରେ ଗାଁର ଚାଷୀମାନେ କମ ଖର୍ଚରେ ଫଳ ଓ ପନିପରିବା ସୁରକ୍ଷିତ ରଖିପାରିବେ । ଏହି ଫ୍ରିଜ୍ ବାସ୍ପୀକରଣ ପ୍ରକ୍ରିୟାରେ କାର୍ଯ୍ୟ କରେ ।
ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲା ରେଣିଗୁଣ୍ଟା ବ୍ଲକ ଜେପି ଉଚ୍ଚ ବିଦ୍ୟାଳୟ ଦଶମ ଶ୍ରେଣୀ ଛାତ୍ରୀ ଏମ୍ ଜ୍ୟୋତି ବର୍ଯ୍ୟବସ୍ତୁ ସଫା ଲାଗି ଏଭଳି ପ୍ରଣାଳୀ ଉପଯୋଗ କରିଛନ୍ତି ଯାହା ହମ୍ପ୍ସରେ ଗାଡ଼ି ରଖିବା ବେଳେ ଯେଉଁ ବିଜୁଳି ଶକ୍ତି ଉତ୍ପାଦନ ହୁଏ ସେଥିରେ ଚାଲେ ।
ଇନ୍ସ୍ପାୟର୍ ପ୍ରଦର୍ଶନୀରେ ଦେଶର ୭୫୩ ସ୍କୁଲର ଛାତ୍ରଛାତ୍ରୀ ନିଜର କୌଶଳ ପ୍ରଦର୍ଶନ କରିଛନ୍ତି । ସେମାନଙ୍କର ପ୍ରକଳ୍ପ ସବୁ ଶକ୍ତିସଂରକ୍ଷଣ ଉପରେ ଆଧାରିତ ।
ଏହି ପ୍ରଦର୍ଶନୀର ଆୟୋଜନ ଦେଶର ସବୁଠାରୁ ବଡ଼ ବିଜ୍ଞାନ ଆନ୍ଦୋଳନ ପରିଚାଳନା କରୁଥିବା ସଂସ୍ଥା ବିଜ୍ଞାନଭାରତୀର ସହଯୋଗରେ ବିଜ୍ଞାନ ଓ ପ୍ରୋଦ୍ୟୋଗିକ ତଥା ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ ଦ୍ୱାରା ଆଇଆଇଟି ଦିଲ୍ଲୀରେ ଆୟୋଜିତ ହେଉଛି । ପ୍ରଦ୍ୟୋଗିକ ସୂଚନା, ପୂର୍ବାନୁମାନ ଓ ଆକଳନ ପରିଷଦ(ଟିଆଇଇଏଫ୍ଏସି) ଏହି ଆୟୋଜନର ନୋଡାଲ ଏଜେନ୍ସି ରହିଛି ।

Share in top social networks!

ଗର୍ବ, ଅଂହଙ୍କାର ଓ ସଂକୀର୍ଣ୍ଣତାର ଉଦ୍ଧ୍ୱର୍ରେ ଥିଲେ ସ୍ୱର୍ଗତ ବ୍ରଜନାଥ

ଗର୍ବ, ଅଂହଙ୍କାର ଓ ସଂକୀର୍ଣ୍ଣତାର ଉଦ୍ଧ୍ୱର୍ରେ ରହି ଜଣେ ସରଳ ଓ ସାଧାରଣ ମଣିଷ ଭାବରେ ସ୍ୱର୍ଗତ ବ୍ରଜନାଥ ଶତପଥୀ ସମସ୍ତଙ୍କର ନିକଟତର ହୋଇପାରିଥିଲେ । ତାଙ୍କର ଅନନ୍ୟ ଓ ଅସାଧାରଣ ବ୍ୟକ୍ତିତ୍ୱ ମାଧ୍ୟମରେ ଅନ୍ୟମାନଙ୍କ ପାଇଁ ସେ ପାଲଟି ଯାଇଥିଲେ ପ୍ରେରଣାର ଉସô । ଏକାଧାରରେ ଜଣେ ସାରସ୍ୱତ ସାଧକ, ବାଗ୍ମୀ, ଆଧ୍ୟାତ୍ମବାଦୀ, ସମାଲୋଚକ ଓ ନିଃସ୍ୱାର୍ଥପର ଜନସେବକ ଭାବରେ ତାଙ୍କର ପାଣ୍ଡିତ୍ୟ, ମୂଲ୍ୟବୋଧଭି•ିକ ଜୀବନଚର୍ଯ୍ୟା ଓ ମାନବିକତା ସମସ୍ତଙ୍କ ନିକଟରେ ଶ୍ରଦ୍ଧାଭାଜନ କରିପାରିଥିଲା । ଓଡିଶାରେ ଶିକ୍ଷାର ପ୍ରଗତି କ୍ଷେତ୍ରରେ ସମାଜ ପାଇଁ ତାଙ୍କର ଅବଦାନ ଅତୁଳନୀୟ ।

ତାଙ୍କୁ ଭାରତୀୟ ସାଂସ୍କୃତିକ ଜାଗରଣର ଅଗ୍ରଣୀ ନାୟକ କହିଲେ ଅତ୍ୟୁକ୍ତି ହେବ ନାହିଁ । କାବ୍ୟଶାସ୍ତ୍ର ଅଧ୍ୟୟନରେ ସମୟର ସଦୁପୋଯଗ କରିବା ପାଇଁ ତାଙ୍କର ପ୍ରେରଣାର ଉତ୍ସ ଥିଲା ‘ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଜୀଏଁ ନର କର୍ମ ଏକା ତା’ର ଜୀବନର ମାନଦଣ୍ଡ’ । ଜଣେ ଉଚ୍ଚ ଆଦର୍ଶ ସମ୍ପର୍ଣ୍ଣ ନୀତିନିଷ୍ଠ ବ୍ୟକ୍ତି ଭାବରେ ସେ ସମାଜର ସମସ୍ତ ବ୍ୟକ୍ତିଙ୍କୁ ସେବା ଦେବାର ଭାବନା ଶିକ୍ଷା ଦେଇଯାଇଛନ୍ତି । ସନାତନ ହିନ୍ଦୁ ଧର୍ମର ସୁରକ୍ଷା ପାଇଁ ତାଙ୍କର ଆଦର୍ଶ ଓ ପ୍ରେରଣା ଆମ ମଧ୍ୟରେ ଯେଉଁ ଭାବନା ସୃଷ୍ଟି କରିଛି ତାହାକୁ ଆମ କର୍ମମୟ ଜୀବନରେ ପରିଷ୍ଫୁଟ କରିବା ହିଁ ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ବୋଲି ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ
ଜିଲ୍ଲା ସଭାପତି ଏବଂ ଅଖିଳ ଓଡିଶା ବ୍ରାହ୍ମଣ ମହାସଭାର ପୂର୍ବତନ ଜିଲ୍ଲା ସମ୍ପାଦକ ବିଶିଷ୍ଟ ସମାଜ ସଂସ୍କାରକ ବ୍ରଜନାଥ ଶତପଥୀଙ୍କ ଦଶାହ ଉପଲକ୍ଷେ ହୋଇଯାଇଥିବା ଏକ ସ୍ମୃତିଚାରଣ ଶ୍ରଦ୍ଧାଞ୍ଜଳୀ ସଭାରେ ବକ୍ତାମାନେ ବକ୍ତବ୍ୟ ଦେଇ କହିଥିଲେ ।

ବ୍ରଜନାଥ ଶତପଥୀ ସ୍ମୃତି ସଂସଦ ନାମରେ ଏକ ସଂଗଠନ ଗଢି ସ୍ୱର୍ଗତ ଶତପଥୀଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ଅଖିଳ ଓଡିଶା ବ୍ରାହ୍ମଣ ମହାସଭାର ରାଜ୍ୟ ଯୁବବାହିନୀ ସମ୍ପାଦକ ତଥା ସ୍ୱଦେଶୀ ଜାଗରଣ ମ•ର ରାଜ୍ୟ ବିଚାର ପ୍ରମୁଖ ଶିକ୍ଷାବିତ୍ ଡକ୍ଟର ଧୀରେନ୍ଦ୍ର ନନ୍ଦ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ବିବୁଧେନ୍ଦ୍ର ବିଦ୍ୟାଧରଙ୍କ ସଂଯୋଜନାରେ ଟାଙ୍ଗିଆପଡାସ୍ଥିତ ନିଜସ୍ୱ ବାସ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଅଖିଳ ଓଡିଶା ବ୍ରାହ୍ମଣ ମହାସଭାର ଜିଲ୍ଲା ସଭାପତି ଜ୍ଞାନ ରଞ୍ଜନ ଦାଶ ଓ ଜିଲ୍ଲା ସଂପାଦକ ହରିଚରଣ ଦାଶ, ବିଶ୍ୱ ହିନ୍ଦୁ ପରିଷଦର ରାଜ୍ୟ ମଠ ମନ୍ଦିର ପ୍ରମୁଖ କେଶବ ରାଉତରାୟ, ପୂର୍ବ ଓଡିଶା ସଂଗଠନ ମନ୍ତ୍ରୀ ଉପେନ୍ଦ୍ର କୁମାର ପ୍ରଧାନ, ପୁରୀ ଉପସଭାପତି ଡା. ପ୍ରମୋଦ ଆଚାର୍ଯ୍ୟ ଓ ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ଦ୍ୱାରିକା ନାଥ ରଥ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜିଲ୍ଲା ସଙ୍ଘଚାଳକ ସତ୍ୟ ନାରାୟଣ ପାଣିଗ୍ରାହୀ ଓ ବିଭାଗ କାର୍ଯ୍ୟବାହ ବେଲେଶ୍ୱର ସାହୁ, ହିନ୍ଦୁ ଜାଗରଣ ସାମୁଖ୍ୟର ରାଜ୍ୟ ସମ୍ପାଦକ ଅଜିତ ପଟ୍ଟନାୟକ, ଗୀତା ଗବେଷଣା ପରିଷଦର ସମ୍ପାଦକ ଶକ୍ତି ଶଙ୍କର ମିଶ୍ର ଓ ବଦ୍ରୀନାଥ ପ୍ରସାଦ, ସହକାର ଭାରତୀର ଜିଲ୍ଲା ସଂଯୋଜକ ମିହିର କୁମାର ବିଧାର, ଭାରତୀୟ ଜନତା ପାର୍ଟିର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ରାଜ୍ୟ ଉପସଭାପତି ପୃଥ୍ୱୀରାଜ ହରିଚନ୍ଦନ, ଜିଲା ସଭାପତି ସୁଦୀପ୍ତ ରାୟ, ସରସ୍ୱତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଲିଙ୍ଗରାଜ ମହାନ୍ତି, ଇତିହାସ ସଂକଳନ ସମିତିର କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ କମଳେଶ ଦାଶ ଓ ଜିଲ୍ଲ୍ା ସଂଯୋଜକ ଗଗନ ପ୍ରତିହାରୀ, କର୍ଣ୍ଣେଲ ଶରତ ଚନ୍ଦ୍ର ମିଶ୍ର, ଶିକ୍ଷାବିତ୍ ଭୀମସେନ ପ୍ରଧାନ, ଐତିହାସିକ ସତ୍ୟବାଦୀ ବଳିୟାରସିଂହ, ବରିଷ୍ଠ ଆଇନଜୀବି ଶିବସୁନ୍ଦର ପଟ୍ଟନାୟକ, ସର୍ବେଶ୍ୱର ମହାପାତ୍ର, ଅବନୀ ଦାସ, ନରହରି ନନ୍ଦ, ବୈଷ୍ଣବ ମହାପାତ୍ର, ସିଦେ୍ଧଶ୍ୱର
ସିଂହ, ଗୋପବନ୍ଧୁ ସାହୁ, ଅମୀୟ ପରିଡା, ସନ୍ତୋଷ ଶ୍ରୀଚନ୍ଦନ, ସତ୍ୟନାରାୟଣ ବିଶୋଇ, ଅଭିମନ୍ୟୁ ଘଟୁଆଳ, ଶରତ ବେହେରା, ଅସୀମାନନ୍ଦ ଦାସ, ସତ୍ୟବାନ ଶ୍ରୀଚନ୍ଦନ, ପ୍ରଫୁଲ ସାମନ୍ତରାୟ, ଡଃ ବୃନ୍ଦାବନ ପଣ୍ଡା, ଦେବରାଜ ରଥ, ବ୍ରଜକିଶୋର ସ୍ୱାଇଁ, ବସନ୍ତ ରଥ, ପ୍ରଫେସର ପ୍ରମୋଦ ଚନ୍ଦ୍ର ମିଶ୍ର, ବେକୁଣ୍ଠ ନାଥ ମହାପାତ୍ର, କୃଷ୍ଣଚନ୍ଦ୍ର ହରିଚନ୍ଦନ, ପ୍ରହଲ୍ଲାଦ ବାରିକ, ଶରତ ବେହେରା, ପ୍ରସନ୍ନ ମିଶ୍ର, ରବୀନ୍ଦ୍ର ନାଥ ମିଶ୍ର, ଅର୍ଜୁନ ସାହୁ, ରବୀନ୍ଦ୍ର ନାଥ ସାହୁ ପ୍ରମୁଖ ଉଦବୋଧନ ଦେଇ ତାଙ୍କର ଅମର ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରିଥିଲେ । ଶେଷରେ ଜ୍ୟେଷ୍ଠ ପୁତ୍ର ରବୀନ୍ଦ୍ର ନାଥ ଶତପଥୀ ଏଭଳି ଏକ ସ୍ୱତନ୍ତ୍ର ପରିବେଶରେ ଭାବବିହ୍ୱୋଳ ହୋଇ ଛଳଛଳ ନୟନରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Share in top social networks!

ଅଗଷ୍ଟ କ୍ରାନ୍ତିର ବାର୍ତ୍ତା ଭାରତ ଲାଗି ମହାମନ୍ତ୍ର ; ଅଗଷ୍ଟ ବିପ୍ଳବର ସଂଗ୍ରାମୀମାନଙ୍କୁ ସମ୍ବର୍ଦ୍ଧନା

unnamed
ଆଜି ଥିଲା ଅଗଷ୍ଟ କ୍ରାନ୍ତି ଦିବସ । ୧୯୪୨ ମସିହା ର ଅଗଷ୍ଟ ବିପ୍ଳବକୁ ମନେପକାଇ ରାଜଧାନୀ ଭୁବନେଶ୍ଵରରେ ଏକାଠି ହୋଇଥିଲେ ଅନେକ ବୟୋଜ୍ୟେଷ୍ଠ ସ୍ଵାଧୀନତା ସଂଗ୍ରାମୀ । ଅତୀତର ସ୍ମୃତି ରୋମନ୍ଥନ କଲେ ଓ ବର୍ତ୍ତମାନ ର ଭାରତକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କଲେ । ବାର୍ତ୍ତା ଥିଲା ଗାନ୍ଧୀବାଦର ପ୍ରାସଙ୍ଗିକତା ଆଜିର ଭାରତରେ ବଡ ଆବଶ୍ୟକତା ସୃଷ୍ଟି କରିଛି । ଅଗଷ୍ଟ କ୍ରାନ୍ତିର ବାର୍ତ୍ତା ଭାରତ ଲାଗି ଆଜି ବି ମହାମନ୍ତ୍ର ହୋଇଛି । ସ୍ଵାଧୀନତା ସଂଗ୍ରାମୀ ସ୍ମାରକୀ ଫାଉଣ୍ଡେସନ ପକ୍ଷରୁ ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ‘ଅଗଷ୍ଟ କ୍ରାନ୍ତି ମିଳନ’ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡିଶା ପ୍ରଦେଶ ସ୍ଵାଧୀନତା ସଂଗ୍ରାମୀ ସମିତିର ସଭାପତି ,୧୦୪ବର୍ଷର ସଂଗ୍ରାମୀ ପୁରୁଷୋତ୍ତମ ନାୟକ,ରାଷ୍ଟ୍ରପତି ସମ୍ମାନ ପ୍ରାପ୍ତ ସଂଗ୍ରାମୀ ଭିକାରୀ ଚରଣ ମହାନ୍ତି ,ନୀଳମଣି ସାମଲ,ସରସ୍ଵତୀ ତ୍ରିପାଠୀ,ସଂଗ୍ରାମୀ ବଂଶିଧର ମଲ୍ଲିକ,ମକର ଦାସ,ବିମ୍ବାଧର ମୁଦୁଲି ପ୍ରମୁଖ ଯୋଗଦେଇଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ଅତନୁସବ୍ୟସାଚୀ ନାୟକ ଅଗଷ୍ଟ କ୍ରାନ୍ତି ର ମିଳନ କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଥିଲେ ଯେ,ଆଜିର ଯୁବପିଢି ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ତ୍ୟାଗ ଏବଂ ଆଦର୍ଶକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବାର ଅବଶ୍ୟକତା ରହିଛି । ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ ଯେ ଅଗଷ୍ଟ କ୍ରାନ୍ତି ର ବାର୍ତ୍ତା ଭବିଷ୍ୟତର ଭାରତ ପାଇଁ ଅମୂଲ୍ୟ ସ୍ମୃତି । ଏହି ବାର୍ତ୍ତାକୁ ପ୍ରତ୍ୟେକ ଭାରତୀୟ ଙ୍କ ହୃଦୟରେ ଉଜ୍ଜୀବିତ କରାଯାଉ । ବରେଣ୍ୟ ଅତିଥି ଭାବରେ ଯୋଗଦେଇ ପଞ୍ଚାୟତରାଜ ଓ ଆଇନମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ରାଜ୍ୟ ସ୍ଵାଧୀନତା ସଂଗ୍ରାମୀମାନଙ୍କର ବଳିଦାନକୁ କେହି ଭୁଲିଯିବା ଉଚିତ ନୁହେଁ ବୋଲି ମତ ଦେଇଥିଲେ । ଅନ୍ୟତମ ବରେଣ୍ୟ ଅତିଥି ବିଧାୟକ ଅମର ପ୍ରସାଦ ଶତପଥି ଅଗଷ୍ଟ କ୍ରାନ୍ତି ମହାନ ଦିବସରେ ସ୍ଵାଧୀନତା ସଂଗ୍ରାମୀ ମାନେ ଏକାଠି ହୋଇ ସ୍ମୃତି ରୋମନ୍ଥନ କରିବାର ଓ ଭବିଷ୍ୟ ପିଢୀ ପାଇଁ ଏକ ବାର୍ତ୍ତା ଦେବାର ଅବସର ଅବିସ୍ମରଣୀୟ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବରେ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ,ଭୁବନେଶ୍ଵର ମେୟର ଅନନ୍ତ ନାରାୟଣ ଜେନା,ପୂର୍ବତନ ମେୟର ତଥା ସେଣ୍ଟ ଜୋନ୍ ଆମ୍ବୁଲାନ୍ସ ର ସମ୍ପାଦକ ଡାକ୍ତର ଜଗନ୍ନାଥ ମହାପାତ୍ର, ଡେପୁଟି ମେୟର କେ.ଶାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ସଂଗ୍ରାମୀ ମାନଙ୍କୁ ଏହି ଅବସରରେ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ବଡଚଣା ଗାନ୍ଧୀ ବୃନ୍ଦାବନ ତ୍ରିପାଠୀ ସ୍ମୃତି ସଂସଦ ଓ ସଂଗ୍ରାମୀ ଜଗନ୍ନାଥ ମାନ୍ଧାତା ସ୍ମୃତି ପରିଷଦ ସହଯୋଗରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା ।

Share in top social networks!