ନଭେମ୍ବର 19 ରୁ 25 ପାଳନ ହେବ କୈାମୀ ଏକତା ସପ୍ତାହ

ଦେଶରେ ସାମ୍ପ୍ରଦାୟିକ ସଦ୍ଭାବ, ଜାତୀୟ ଏକତା, ବିବିଦ୍ଧ ସଂସ୍କୃତି ଓ ଜାତୀୟତାର ରକ୍ଷା ପାଇଁ ଦେଶବ୍ୟାପୀ ନଭେମ୍ବର 19 ରୁ 25 ପର୍ଯ୍ୟନ୍ତ ‘କୌମୀ ଏକତା ସପ୍ତାହ’ (ଜାତୀୟ ଏକତା ସପ୍ତାହ’ ପାଳନ କରାଯିବ ।

ସପ୍ତାହବ୍ୟାପୀ ପାଳନ କରାଯିବାକୁ ଥିବାକୁ କାର୍ଯ୍ୟକ୍ରମ ହେଲା:

ନଭେମ୍ବର 19: ଏହାକୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯିବ । ଧର୍ମନିରପେକ୍ଷତା, ଅହିଂସା ଏବଂ ସାମ୍ପ୍ରଦାୟିକତା ବିରୋଧୀ ପ୍ରସଙ୍ଗରେ ବୈଠକ, ଆଲୋଚନାଚକ୍ର ଅନୁଷ୍ଠିତ ହେବ ।

ନଭେମ୍ବର 20: ଏହି ଦିନକୁ ସଂଖ୍ୟାଲଘୁ କଲ୍ୟାଣ ଦିବସ ଭାବେ ପାଳନ କରାଯିବ । ଦଙ୍ଗାଗ୍ରସ୍ତ ଅଂଚଳରେ ଏକତା ଶୋଭାଯାତ୍ରା ଅନୁଷ୍ଠିତ ହେବ ।

ନଭେମ୍ବର 21: ଭାଷାଗତ ସୁସଙ୍ଗତ ଦିବସ ଭାବେ ପାଳନ କରାଯିବ । ସ୍ୱତନ୍ତ୍ର ସାହିତ୍ୟିକ କାର୍ଯ୍ୟକ୍ରମ ତଥା କବି ସମ୍ମିଳନୀ ଅନୁଷ୍ଠିତ ହେବ । ବିଭିନ୍ନ ଅଂଚଳର ଭାଷାକୁ ପ୍ରଶଂସା କରି ଭିନ୍ନ ଭିନ୍ନ ଅଂଚଳରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ନଭେମ୍ବର 22: ଦୁର୍ବଳ ଶ୍ରେଣୀଙ୍କ ଦିବସ ଭାବେ ପାଳନ କରାଯିବ । ଅନୁସୂଚିତ ଜାତି/ଜନଜାତି ତଥା ଦୁର୍ବଳ ଶ୍ରେଣୀଙ୍କ ବିକାଶ ପାଇଁ ପ୍ରଣୟନ ହୋଇଥିବା ବିଭିନ୍ନ ସରକାରୀ ଯୋଜନାକୁ ଅବଗତ କରାଇବା ନିମନ୍ତେ ଶୋଭାଯାତ୍ରା ଅନୁଷ୍ଠିତ ହେବ । ବଳକା ଜମିକୁ ଭୂମିହୀନ ଶ୍ରେଣୀଙ୍କ ମଧ୍ୟରେ ବଂଟନକୁ ଗୁରୁତ୍ୱ ଦିଆଯିବ ।

ନଭେମ୍ବର 23: ସାଂସ୍କୃତିକ ଏକତା ଦିବସ ଭାବେ ପାଳନ କରାଯିବ । ଭାରତୀୟ ପରମ୍ପରା, ବିଭିନ୍ନତାର ଏକତାକୁ ଉପସ୍ଥାପନ କରିବା ଏବଂ ସାଂସ୍କୃତିକ ସଂରକ୍ଷଣ ଓ ଏକତାର ପ୍ରଚାର ପାଇଁ ଦେଶବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ନଭେମ୍ବର 24: ମହିଳା ଦିବସ ଭାବେ ପାଳନ କରାଯିବ । ଭାରତୀୟ ସମାଜରେ ମହିଳାଙ୍କ ଗୁରୁତ୍ୱ ଏବଂ ଦେଶର ବିକାଶରେ ସେମାନଙ୍କ ଭୂମିକା ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଚାର କରାଯିବ ।

ନଭେମ୍ବର 25: ସଂରକ୍ଷଣ ଦିବସ ଭାବେ ପାଳନ କରାଯିବ । ପରିବେଶ ସଂରକ୍ଷଣ ଦିଗରେ ସଚେତନତାର ଆବଶ୍ୟକତା ଉପରେ ଅବଗତ କରାଇବାକୁ ଦେଶବ୍ୟାପୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହ ମିଶି ଏକ ସ୍ୱୟଂଶାସିତ ସଂସ୍ଥା ଦ ନ୍ୟାସନାଲ ଫାଉଣ୍ଡେସନ ଫର କମ୍ୟୁନାଲ ହାରମୋନି କୌମୀ ଏକତା ସପ୍ତାହରେ ସାମ୍ପ୍ରଦାୟିକ ସଦ୍ଭାବ ଅଭିଯାନ ଚଲାଇବ ଏବଂ ନଭେମ୍ବର 25 ତାରିଖରେ ସାମ୍ପ୍ରଦାୟିକ ସଦ୍ଭାବ ପତାକା ଦିବସ ପାଳନ କରିବ । ଏହି ଫାଉଣ୍ଡେସନ ଜାତୀୟ ଏକତା ଓ ସାମ୍ପ୍ରଦାୟିକ ସଦ୍ଭାବ ରକ୍ଷା ଦିଗରେ କାର୍ଯ୍ୟ କରିଆସୁଛି । ଏହା ମଧ୍ୟ ସାମ୍ପ୍ରଦାୟିକ, ଜାତିବାଦ ଏବଂ ଆତଙ୍କବାଦ ହିଂସାରେ ପ୍ରଭାବିତ ଅନାଥ ପିଲାମାନଙ୍କ ଥଇଥାନ ପାଇଁ କାମ କରିବା ସହ ଆର୍ଥିକ ସହାୟତା ଦେଉଛି ।

Share in top social networks!

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ 2016 ବ୍ୟାଚର ଆଇପିଏସ ପ୍ରଶିକ୍ଷାର୍ଥୀ ଅଧିକାରୀ

ଭାରତୀୟ ପୁଲିସ ସେବା 2016 ବ୍ୟାଚର 110 ଜଣ ଆଇପିଏସ ପ୍ରଶିକ୍ଷାର୍ଥୀ ଅଧିକାରୀ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।

ପ୍ରଶିକ୍ଷାର୍ଥୀ ଅଧିକାରୀଙ୍କ ସହ ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ ପୁଲିସ ବ୍ୟବସ୍ଥାରେ ମାନବୀୟ ଦୃଷ୍ଟିକୋଣ ଏବଂ ପ୍ରଯୁକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟର ପ୍ରୟୋଗ ଉପରେ ଜୋର ଦେଇଥିଲେ । ସ୍ୱାଧୀନତା ପରଠାରୁ ବର୍ତ୍ତମାନସୁଦ୍ଧା କର୍ତ୍ତବ୍ୟ ସମ୍ପାଦନ ସମୟରେ ସହିଦ ହୋଇଥିବା 33 ହଜାର ପୁଲିସ କର୍ମଚାରୀଙ୍କ ନିଷ୍ଠାକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ସହିତ ପୁଲିସ ଅଧିକାରୀମାନଙ୍କ ଏହି ବାର୍ତ୍ତାଳାପ ସମୟରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଅଜିତ ଡୋଭାଲ ଉପସ୍ଥିତ ଥିଲେ ।

Share in top social networks!

ଦୂରଗାମୀ ସବସୋନିକ କ୍ରୁଜ କ୍ଷେପଣାସ୍ତ୍ର ‘ନିର୍ଭୟ’ର ସଫଳ ପରୀକ୍ଷଣ

ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନ(ଡିଆରଡିଓ) ଆଜି ଆଉ ଏକ ସଫଳତା ହାସଲ କରିଛି । ଭାରତର ପ୍ରଥମ ସ୍ୱଦେଶୀ କୌଶଳରେ ନିର୍ମିତ ଓ ବିକଶିତ ଦ୍ରୂତ ଓ ଦୂରଗାମୀ ସବସୋନିକ କ୍ରୁଜ କ୍ଷେପଣାସ୍ତ୍ର-‘ନିର୍ଭୟ’କୁ ସଫଳତାର ସହ ପରୀକ୍ଷଣ କରିଛି । ଏହାକୁ ବିବିଧ ଭିତ୍ତିଭୂମିରୁ ଉତକ୍ଷେପଣ କରାଯାଇ ପାରିବ । ଏହି କ୍ଷେପଣାସ୍ତ୍ରକୁ ଓଡିଶାର ଚାନ୍ଦିପୁର ସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ର(ଆଇଟିଆର)ରୁ ସଫଳତାର ସହ ପରୀକ୍ଷଣ କରାଯାଇଛି । 100 ମିଟର ଦ୍ରାଘିମାରୁ କମ ଏବଂ 00.7 ମାକରେ ଏହି କ୍ଷେପଣାସ୍ତ୍ର ଗତି କରିପାରିବ । ମୂଳରୁ ଶେଷ ପର୍ଯ୍ୟନ୍ତ ସମସ୍ତ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ଏହି ପରୀକ୍ଷଣ ମାଧ୍ୟମରେ ପୂରଣ କରାଯାଇ ପାରିଛି ଏବଂ ଏହାଫଳରେ ଏଥିସହିତ ସଂପୃକ୍ତ ସମସ୍ତ ବୈଜ୍ଞାନିକଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ।

ଆବଶ୍ୟକ କାର୍ଯ୍ୟଧାରା ଅନୁସାରେ ସମସ୍ତ ଜଟିଳ ପ୍ରକ୍ରିୟା ଯଥା ଲଞ୍ଚ ଫେଜ, ବୁଷ୍ଟର ଡ଼ିପ୍ଲୋଏମେଣ୍ଟ, ଇଞ୍ଜିନ ଷ୍ଟାର୍ଟ, ୱିଙ୍ଗ ଡିପ୍ଲୋଏମେଣ୍ଟ ଏବଂ ଅନ୍ୟାନ୍ୟ ପରିଚାଳନାଗତ ବ୍ୟବସ୍ଥା ମାଧ୍ୟମରେ ସ୍ୱୟଂଚାଳିତ ପଦ୍ଧତିରେ ଏହି କ୍ଷେପଣାସ୍ତ୍ରର ପରିଚାଳନା କରାଯାଇଥିଲା । ଏହି କ୍ଷେପଣାସ୍ତ୍ରକୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ରିଙ୍ଗ ଲେଜର ଗାଇରୋସ୍କୋପ (ଆରଏଲଜି), ଏମଇଏମଏସ ଆଧାରିତ ଇନର୍ସିଆଲ ନାଭିଗେସନାଲ ସିଷ୍ଟମ (ଆଇଏନଏସ) ଏବଂ ଜିପିଏସ ପଦ୍ଧତି ମାଧ୍ୟମରେ ନିର୍ମାଣ କରାଯାଇଛି । ଗ୍ରାଉଣ୍ଡ ଆଧାରିତ ରାଡାର ମାଧ୍ୟମରେ କ୍ଷେପଣାସ୍ତ୍ରକୁ ଟ୍ରାକ କରାଯାଉଛି ଏବଂ ଏହାର ଅନ୍ୟାନ୍ୟ ବ୍ୟବସ୍ଥାକୁ ଡିଆରଡିଓ ଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ ଜ୍ଞାନକୌଶଳ ମାଧ୍ୟମରେ ବିକଶିତ ପଦ୍ଧତି ଦ୍ୱାରା ପରିଚାଳିତ କରାଯାଉଛି ।

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀମତି ନିର୍ମଳା ସୀତାରମଣ ଡିଆରଡିଓ ବୈଜ୍ଞାନିକମାନଙ୍କ ସଫଳତାକୁ ପ୍ରଶଂସା କରିବା ସହ ଏଥିନିମନ୍ତେ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ସଫଳ ପରୀକ୍ଷଣ ଭାରତକୁ ଜଟିଳ ଜ୍ଞାନକୌଶଳ ବିଶିଷ୍ଟ ସବ-ସୋନିକ କ୍ରୁଜ ମିଶାଇଲ ଥିବା ରାଷ୍ଟ୍ରମାନଙ୍କ ତାଲିକାରେ ସାମିଲ କରିଛି ।

ଡିଆରଡିଓ ଅଧ୍ୟକ୍ଷ ଏବଂ ପ୍ରତିରକ୍ଷା ବିଭାଗ ସଚିବ (ଆର ଆଣ୍ଡ ଡି) ଡଃ ଏସ ଖ୍ରୀଷ୍ଟୋଫର, ଡିଜି (ଏରୋ) ଡଃ ସିପି ରାମନାରାୟଣନ, ଏଡିଇ, ଆରସିଆଇ, ଆଇଟିଆର ଏବଂ ସିଇଏମଆଇଏଲଏସି ନିର୍ଦ୍ଦେଶକ ଏବଂ ଡିଆରଡିଓର ବରିଷ୍ଠ ବୈଜ୍ଞାନିକ ଏବଂ ସେନାର ଅନ୍ୟାନ୍ୟ ପ୍ରତିନିଧି ଏହି ପରୀକ୍ଷଣ ସମୟରେ ଉପସ୍ଥିତ ରହିବା ସହ ଏହି ସଫଳତା ପାଇଁ ଡିଆରଡିଓକୁ ଗର୍ବିତ କରିଥିବା ‘ନିର୍ଭୟ’ ଟିମକୁ ଅଭିନନ୍ଦନ ଜଣାଇଥିଲେ ।

Share in top social networks!

ଓଡ଼ିଶା ଉଚ୍ଚ ଶିକ୍ଷା କାର୍ଯ୍ୟକ୍ରମ (ଓଏଚଇପିଇଇ) ଲାଗି ବିଶ୍ୱ ବ୍ୟାଙ୍କ ସହ ଚୁକ୍ତି

ଓଡ଼ିଶାରେ ଉଚ୍ଚ ଶିକ୍ଷାର ବିକାଶ ପାଇଁ ବିଶ୍ୱ ବ୍ୟାଙ୍କ ଋଣ ସହାୟତା ଯୋଗାଇଦେବ । ଭାରତ ଏବଂ ବିଶ୍ୱବ୍ୟାଙ୍କ ମଧ୍ୟରେ ଉତ୍କର୍ଷତା ଓ ନିରପେକ୍ଷତା ପାଇଁ ଓଡ଼ିଶା ଉଚ୍ଚ ଶିକ୍ଷା କାର୍ଯ୍ୟକ୍ରମ (ଓଏଚଇପିଇଇ) ପ୍ରକଳ୍ପ ନିମନ୍ତେ ଆଜି 119 ନିୟୁତ ଆମେରିକୀୟ ଡଲାରର ଏକ ଆଇବିଆରଡି ଋଣ ଲଗାଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଭାରତ ସରକାରଙ୍କ ପକ୍ଷରୁ ଅର୍ଥନୈତିକ ବ୍ୟାପାର ବିଭାଗ ଯୁଗ୍ମ ସଚିବ ସମୀର କୁମାର ଖାରେ ଏବଂ ବିଶ୍ୱ ବ୍ୟାଙ୍କ ପକ୍ଷରୁ ବିଶ୍ୱ ବ୍ୟାଙ୍କ (ଭାରତ)ର କାର୍ଯ୍ୟକାରୀ ରାଷ୍ଟ୍ର ନିର୍ଦ୍ଦେଶକ ହିଶାମ ଏ ଆବଡୋ କାହିନ ଏହି ଆର୍ଥôକ ଚୁକ୍ତିରେ ସ୍ୱାକ୍ଷର କରିଥିଲେ । ଏହାପରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜିଭିଭି ଶର୍ମା ଏବଂ ବିଶ୍ୱ ବ୍ୟାଙ୍କ (ଭାରତ)ର କାର୍ଯ୍ୟକାରୀ ରାଷ୍ଟ୍ର ନିର୍ଦ୍ଦେଶକ ହିଶାମ ଏ ଆବଡୋ କାହିନଙ୍କ ମଧ୍ୟରେ ପ୍ରକଳ୍ପ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।

ଓଡ଼ିଶାରେ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ମାନରେ ଉନ୍ନତି ଆଣିବା ତଥା ଛାତ୍ରଛାତ୍ରୀଙ୍କୁ ବଛା ବଛା ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିବା ଲାଗି ସମାନ ସୁଯୋଗ ଦେବା ଏବଂ ରାଜ୍ୟରେ ଉଚ୍ଚ ଶିକ୍ଷା ବ୍ୟବସ୍ଥା ପ୍ରଶାସନକୁ ବିକଶିତ କରିବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ ।

ପ୍ରକଳ୍ପର ଉପାଦାନ : (କ) ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନରେ ଉନ୍ନତି ଆଣିବା ଏବଂ ସେମାନଙ୍କୁ ବଛା ବଛା ଶିକ୍ଷାନୁଷ୍ଠାନରେ ଉଚ୍ଚ ଶିକ୍ଷା ପାଇଁ ସମାନ ସୁଯୋଗ ପ୍ରଦାନ କରିବା (ଖ) ଉଚ୍ଚ ଶିକ୍ଷା କ୍ଷେତ୍ରରେ ପ୍ରଶାସନକୁ ବିକଶିତ କରିବା

-କଲେଜ ପରିଚାଳନାରେ ଉନ୍ନତି (ଗ)ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ କଲେଜର ଆର୍ଥିକ ଏବଂ ସଂଗ୍ରହ ବ୍ୟବସ୍ଥା ଏବଂ ଏକାଉଣ୍ଟିଂରେ ଉନ୍ନତି ।

ଏହି ପ୍ରକଳ୍ପର ଶେଷ ହେବାର ଅବଧି 30 ନଭେମ୍ବର, 2022କୁ ଧାର୍ଯ୍ୟ କରାଯାଇଛି ।

Share in top social networks!

ସତ୍ୟ ନାଡେଲାଙ୍କ ପୁସ୍ତକ ‘ହିଟ୍ ରିଫ୍ରେସ୍’ ନେଇ ଅନିଲ୍ କୁମ୍ବଲେଙ୍କ ସହିତ ଆଲୋଚନା

Microsoft CEO Satya Nadella in conversation with former Indian Cricketer Anil Kumble

ମାଇକ୍ରୋସଫ୍ଟ ଇଣ୍ଡିଆ ସିଇଓ ସତ୍ୟ ନାଡେଲା ତାଙ୍କ ପୁସ୍ତକ ‘ହିଟ୍ ରିଫ୍ରେସ୍’ ସମ୍ପର୍କରେ ଅନିଲ୍ କୁମ୍ବଲେଙ୍କ ସହିତ ଆଲୋଚନା କରିଛନ୍ତି ।

ଏହି ସ୍ୱତନ୍ତ ଆଲୋଚନା ମାଇକ୍ରୋସଫ୍ଟ ଏବଂ ହାରପେର କଲିନ୍ସ୍ର ମିଳିତ ସହଯୋଗରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସତ୍ୟ ଭବିଷ୍ୟତ ଜ୍ଞାନକୌଶଳ ଏବଂ ସମାଜରେ ଏହାର ପ୍ରଭାବ ତଥା ଖେଳ ଦୁନିଆରେ ଏହାର ଉଲ୍ଲେଖନୀୟ ପ୍ରଭାବ ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ ।

‘ହିଟ୍ ରିଫ୍ରେସ୍’ ପୁସ୍ତକରେ ସତ୍ୟ ୩ ପ୍ରମୁଖ ଜ୍ଞାନକୌଶଳ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଯାହାଦ୍ୱାରା ଦେଶର ଆର୍ଥିକ କ୍ଷେତ୍ର ଓ ସମାଜ ଉପରେ ପଡୁଥିବା ପ୍ରଭାବ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଏଥିରେ ଡିଜିଟାଲ ୱାର୍ଲ୍ଡ, ଆର୍ଟିଫିସିଆଲ୍ ଇଂଟେଲଜେନ୍ସି, କ୍ୱାଂଟମ୍ କମ୍ପୁ୍ୟଟିଙ୍ଗ ଅଭିଜ୍ଞତା ପ୍ରଭୃତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରାଯାଇଛି ।

ସତ୍ୟ ଓ ଅନିଲ୍ ଏହି ଜ୍ଞାନକୌଶଳର ସକରାତ୍ମକ ପ୍ରଭାବ କିପରି କ୍ରିକେଟ୍ ଖେଳରେ ଅନୁଭୁତ ହେଉଛି ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ଏହା ଦ୍ୱାରା କିପରି ଦର୍ଶକ ଓ ଖେଳାଳି ଉପକୃତ ହୋଇପାରୁଛନ୍ତି ସେ ସମ୍ପର୍କରେ ସେମାନେ ଆଲୋକପାତ କରିଛନ୍ତି ।

ଏହି ଅବସରରେ ଚୁମ୍ବକ ଡିଜାଇନିଂ ପ୍ରା.ଲିଃ.ର ସିଇଓ ବିବେକ ପ୍ରଭାକର, ଗୋ କ୍ୱିର ପ୍ରତିÂାତା ତଥ ।ସିଇଓ ବିଶାଳ ଗୋଣ୍ଡାଲ ଏବଂ କ୍ୟାସ୍ କରୋ ଡଟ୍ କମ୍ ଏବଂ ପୁ୍ୟରିଙ୍ଗ୍ ପାଉଣ୍ଡସ୍ ଲି.ର ସହ ପ୍ରତିÂାତା ସ୍ୱାତୀ ଭାର୍ଗବ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Share in top social networks!

ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ କର୍ଣ୍ଣାଟକ ପିଏମକେଏସୱାଇ ପ୍ରକଳ୍ପର ସମୀକ୍ଷା କଲେ ଜଳସଂପଦ ମନ୍ତ୍ରୀ ନୀତିନ ଗଡ଼କରୀ

କେନ୍ଦ୍ର ଜଳସଂପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଓ କର୍ଣ୍ଣାଟକରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ କୃଷି ସିଂଚନ ଯୋଜନା (ପିଏମକେଏସୱାଇ)ର କାର୍ଯ୍ୟ ପ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । ଗତକାଲି ନୂଆଦିଲ୍ଲୀଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ଗଡ଼କରୀ କୌଣସି ବିଳମ୍ବ ବିନା ନିର୍ଦ୍ଧାରିତ ସମୟରେ କାର୍ଯ୍ୟାନ୍ୱୟନ ହେଉଥିବା ସମସ୍ତ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ନିମନ୍ତେ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶାରେ କାର୍ଯ୍ୟକାରୀ କରାଯାଉଥିବା ଆଠଟି ପିଏମକେଏସୱାଇ ପ୍ରକଳ୍ପ ମଧ୍ୟରୁ ଦୁଇଟିର କାର୍ଯ୍ୟ ଏଯାବତ୍ ଶେଷ ହୋଇଛି ଏବଂ ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ଆଉ ତିନିଟି ପ୍ରକଳ୍ପ କାର୍ଯ୍ୟ ଶେଷ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଅବଶିଷ୍ଟ ତିନିଟି ପିଏମକେଏସୱାଇ ପ୍ରକଳ୍ପ କାର୍ଯ୍ୟ ଆସନ୍ତା ଆର୍ଥିକ ବର୍ଷରେ ସଂପୂର୍ଣ୍ଣ କରାଯିବ ।

ଆନ୍ଧ୍ର ପ୍ରଦେଶରେ ମୋଟ ଆଠଟି ପିଏମକେଏସୱାଇ ପ୍ରକଳ୍ପ ମଧ୍ୟରୁ ଗୋଟିଏ ମାତ୍ର ଶେଷ ହୋଇଛି ଏବଂ ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଆଉ ଛଅଟି ଶେଷ ହେବ । ଅବଶିଷ୍ଟ ଗୋଟିଏ ପ୍ରକଳ୍ପ କାର୍ଯ୍ୟ ଆଗାମୀ ଆର୍ଥିକ ବର୍ଷରେ ପୂର୍ଣ୍ଣାଙ୍ଗ ହେବ । କର୍ଣ୍ଣାଟକରେ କାର୍ଯ୍ୟକାରୀ ହେଉଥିବା ପାଞ୍ଚଟି ଏଆଇବିପି ପ୍ରକଳ୍ପ ମଧ୍ୟରୁ ଗୋଟିଏ ପ୍ରକଳ୍ପ କାର୍ଯ୍ୟ ଏବେସୁଦ୍ଧା ଶେଷ ହୋଇଛି । ଅବଶିଷ୍ଟ ଚାରିଟି ପ୍ରକଳ୍ପ କାର୍ଯ୍ୟ ଆଗାମୀ ଆର୍ଥିକ ବର୍ଷରେ ଶେଷ ହେବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ବୋଲି ବୈଠକରେ ଅବଗତ କରାଯାଇଥିଲା । ଏହି ଏଆଇବିପି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ଆନ୍ଧ୍ରପ୍ରଦେଶରେ 228 ହଜାର ହେକ୍ଟର, ଓଡ଼ିଶାରେ 125 ହଜାର ହେକ୍ଟର ଏବଂ କର୍ଣ୍ଣାଟକରେ 230 ହଜାର ହେକ୍ଟର ଜମିରେ ଜଳସେଚନ ସୁବିଧା ଉପଲବ୍ଧ ହେବ । ଏହି ସମୀକ୍ଷା ବୈଠକରେ କେନ୍ଦ୍ର ଜଳସଂପଦ ମନ୍ତ୍ରଣାଳୟର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!

ଖାଦ୍ୟ ପ୍ରକ୍ରିୟାକରଣ ଜଗତର ବୈଶ୍ଵିକ କାର୍ଯ୍ୟନିର୍ବାହୀମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ବିଶ୍ୱବ୍ୟାପୀ ଖାଦ୍ୟ ପ୍ରକ୍ରିୟାକରଣ ଓ ଏହି କ୍ଷେତ୍ର ସହ ସଂପୃକ୍ତ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO)ମାନଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମତ ବିନିମୟ କରିଛନ୍ତି । ଏହି ମତ ବିନିମୟ ହେଉଛି ବର୍ତ୍ତମାନ ଚାଲିଥିବା ବିଶ୍ୱ ଖାଦ୍ୟ ଭାରତ(World Food India) କାର୍ଯ୍ୟକ୍ରମର ଅଂଶବିଶେଷ ।

ଏହି ବୈଠକରେ ଆମାଜନ (ଭାରତ), ଆମୱେ, ବ୍ରିଟାନିଆ ଶିଳ୍ପ, କାର୍ଗିଲ ଏସିଆ-ପ୍ରଶାନ୍ତ କ୍ଷେତ୍ର, କୋକାକୋଲା ଭାରତ, ଡାନଫସ, ଫ୍ୟୁଚର ଗ୍ରୁପ, ଗ୍ଲାକ୍ସୋ ସ୍ମିଥକ୍ଲିନ, ଇସ ଫୁଡ୍ସ, ଆଇଟିସି, କିକୋମେନ, ଲୁଲୁ ଗ୍ରୁପ, ମ୍ୟାକେନ, ମେଟ୍ରୋ କେସ ଏଣ୍ଡ କ୍ୟାରି, ମୋଣ୍ଡେଲେଜ ଇଂଟରନ୍ୟାସନାଲ, ନେସଲେ, ଓଏସଆଇ ଗ୍ରୁପ, ପେପ୍ସିକୋ ଇଣ୍ଡିଆ, ସିଲ୍ଡ ଏୟାର, ଶରଫ ଗ୍ରୁପ, ସ୍ପାର ଇଂଟରନ୍ୟାସନାଲ, ଦି ହେନ ସେଲେଷ୍ଟିଆଲ ଗ୍ରୁପ, ଦି ହର୍ଶ କମ୍ପାନୀ ଏବଂ ୱାଲମାର୍ଟ ଭାରତ ଆଦି ନାମୀ କମ୍ପାନୀମାନଙ୍କର ପ୍ରମୁଖ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଅନ୍ୟାନ୍ୟ କାର୍ଯ୍ୟାଧିକାରୀମାନେ ଭାଗ ନେଇଥିଲେ ।

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଶ୍ରୀମତି ହରସିମରତ କୌର ବାଦଲ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଜ୍ୟୋତି ଏବଂ କେନ୍ଦ୍ର ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ମଧ୍ୟ ଆଲୋଚନା କାଳରେ ଉପସ୍ଥିତ ଥିଲେ ।

ଏଇ ନିକଟରେ ବିଶ୍ୱ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ସହଜ ବ୍ୟବସାୟ ପଦ୍ଧତି ସଂକ୍ରାନ୍ତ ରିପୋର୍ଟରେ ଭାରତର ବିରାଟ ଉନ୍ନତି ପାଇଁ ଅନେକ ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଅନେକ ସିଇଓ କହିଥିଲେ ଯେ କୃଷି କ୍ଷେତ୍ରରୁ ଚାଷୀଙ୍କ ଆୟକୁ ଦୁଇଗୁଣ କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ଅନ୍ତର୍ଦୃଷ୍ଟି ଏବଂ ତାଙ୍କ ନେତୃତ୍ୱରେ ଗତ ତିନି ବର୍ଷ ଧରି ଚାଲିଥିବା ଅର୍ଥନୈତିକ ସଂସ୍କାର ବ୍ୟବସ୍ଥାକୁ ନେଇ ସେମାନେ ବେଶ ଅନୁପ୍ରାଣିତ । ଜିଏସଟି ଏବଂ ବୈଦେଶିକ ପୁଞ୍ଜିନିବେଶ କ୍ଷେତ୍ରରେ ସଂସ୍କାରମୂଳକ ଉଦାରୀକରଣ ଭଳି ଦୃଢ଼ ପଦକ୍ଷେପକୁ ସେମାନେ ବିଶେଷ ଭାବେ ପ୍ରଶଂସା କରିଥିଲେ ।

ଅଂଶଗ୍ରହଣକାରୀମାନେ କୃଷି ଉତ୍ପାଦକତା ବୃଦ୍ଧି କରିବା, ଖାଦ୍ୟ ଓ ପୋଷଣ ସୁରକ୍ଷା, ନିଯୁକ୍ତି ସୃଷ୍ଟି ଏବଂ କୃଷି ଉତ୍ପାଦର ମୂଲ୍ୟ ସମ୍ବର୍ଦ୍ଧନ(Value Addition) କରିବା ଦିଗରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ବୋଲି ଜୋର ଦେଇ କହିଥିଲେ । ଭାରତରେ ଖାଦ୍ୟ ପ୍ରକ୍ରିୟାକରଣ, କୃଷି, ସଂଚାଳନ ଏବଂ ଖୁଚୁରା କ୍ଷେତ୍ରର ସାମୂହିକ ଉନ୍ନତି ପାଇଁ ରହିଥିବା ସମ୍ଭାବନା ଏବଂ ସେମାନଙ୍କର ଯୋଜନା ଓ ପଦକ୍ଷେପ ସମ୍ବନ୍ଧରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଏକ ଚିତ୍ର ପ୍ରଦାନ କରିଥିଲେ । ଅମଳ ପର ଅବସ୍ଥା ଲାଗି ଆବଶ୍ୟକ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସାମ୍ପ୍ରତିକ ସୁଯୋଗ ଉପରେ ସେମାନେ ଗଭୀର ଆଗ୍ରହ ପ୍ରକାଶ କରିଥିଲେ । ଭାରତ ପ୍ରଗତିରେ ଏକ ଅଂଶବିଶେଷ ହେବା ପାଇଁ ସେମାନେ ନିଜର ସଂକଳ୍ପକୁ ଦୋହରାଇଥିଲେ ।

ପ୍ରଧାନମନ୍ତ୍ରୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ସେମାନଙ୍କ ମତାମତ ପ୍ରଦାନ କରିଥିବାରୁ ଧନ୍ୟବାଦ ପ୍ରଦାନ କରିବା ସହ କହିଲେ ଯେ ସେମାନଙ୍କର ପର୍ଯ୍ୟବେକ୍ଷଣ ଭାରତ ସମ୍ବନ୍ଧରେ ସେମାନଙ୍କର ପ୍ରବଳ ଉତ୍ସାହକୁ ସୂଚାଉଛି । ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦିଷ୍ଟ ପ୍ରସ୍ତାବଗୁଡ଼ିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

କୃଷି ଉତ୍ପାଦକତା ଏବଂ କୃଷକମାନଙ୍କ ଆୟ ବୃଦ୍ଧି କରିବା ନେଇ ଅଂଶଗ୍ରହଣକାରୀମାନେ ଯେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ପ୍ରଧାନମନ୍ତ୍ରୀ ତାହାକୁ ସ୍ୱାଗତ କରିଥିଲେ । ବିଶେଷ ଭାବେ ସେ କହିଲେ ଯେ ଭାରତର ପ୍ରଗତିଶୀଳ ମଧ୍ୟବିତ୍ତ ବର୍ଗ ଏବଂ ସରକାରଙ୍କ ନୀତି ଦ୍ୱାରା ପରିଚାଳିତ ପଦକ୍ଷେପଗୁଡ଼ିକ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ଅନେକ ସମ୍ଭାବନାପୂର୍ଣ୍ଣ ସୁଯୋଗ ସୃଷ୍ଟି କରୁଛି । ପ୍ରଧାନମନ୍ତ୍ରୀ କୃଷକମାନଙ୍କ ଉତ୍ପାଦନ ଖର୍ଚ୍ଚରେ ହ୍ରାସ ଘଟାଇବା ଏବଂ କୃଷି ଉତ୍ପାଦ ନଷ୍ଟ ଜନିତ ଚାଷୀଙ୍କ କ୍ଷତି ଦୂର କରିବା ନେଇ କେନ୍ଦ୍ର ସରକାରଙ୍କ ସଂକଳ୍ପକୁ ଦୋହରାଇଥିଲେ । ଭାରତ ସହିତ ଗଭୀରତାର ସହ ଏବଂ ଅଧିକ ଉତ୍ପାଦନକ୍ଷମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ବିଶ୍ୱର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ଆମନ୍ତ୍ରଣ କରିଥିଲେ ।

ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଶ୍ରୀମତି ହରସିମରତ କୌର ବାଦଲ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି କରିବା ପାଇଁ ରହିଥିବା ସୁଯୋଗ ଏବଂ ସରକାରଙ୍କ ଯୋଜନା ସମ୍ବନ୍ଧରେ ସଂକ୍ଷେପରେ ଅବଗତ କରାଇଥିଲେ ।

Share in top social networks!

ୱାଲର୍ଡ ଫୁଡ୍ ଇଣ୍ଡିଆ-2017ରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

• ଉଦ୍ୟାନ କୃଷିରେ ବାର୍ଷିକ ହାରାହାରି 5.5 ପ୍ରତିଶତ ଅଭିବୃଦ୍ଧି

• ଗ୍ରୀନଫିଲ୍ଡ ନିବେଶରେ ଭାରତ ବିଶ୍ୱରେ ଏକ ନମ୍ବର

• ଭାରତରେ ନୂଆ ବ୍ୟବସାୟ ଆରମ୍ଭ କରିବା ପୂର୍ବ ତୁଳନାରେ ଏବେ ଅତ୍ୟନ୍ତ ସହଜ

• ନିବେଶ ବନ୍ଧୁ ପୋର୍ଟାଲର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

• ବିଶ୍ୱ ସୁପର ମାର୍କେଟ୍ ଚେନ୍ ପାଇଁ ଭାରତ ଆଣିଛି ବ୍ୟାପକ ସୁଯୋଗ

• ଭାରତରେ ପ୍ରତି ଦିନ ଟ୍ରେନରେ ଭୋଜନ କରନ୍ତି ଏକ ନିୟୁତରୁ ଅଧିକ ଯାତ୍ରୀ

• ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନାରେ ଆସନ୍ତା 3-ବର୍ଷରେ 500 କୋଟି ଡଲାରର ନିବେଶର ସୁଯୋଗ

• ଏହି ଯୋଜନାରେ ଦୁଇ ନିୟୁତ ଚାଷୀଙ୍କୁ ମିଳିବ ଫାଇଦା ଓ ଏକ ନିୟୁତରୁ ଉର୍ଦ୍ଧ୍ଵ ନିଯୁକ୍ତି ସୁଯୋଗ ସଷ୍ଟିର ଲକ୍ଷ୍ୟ

• ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଲାଗି ଗୋଟିଏ ଲେଖାଏଁ ସ୍ୱତନ୍ତ୍ର ଖାଦ୍ୟ ସାମଗ୍ରୀ ଚିହ୍ନଟ କରିବାକୁ ରାଜ୍ୟମାନଙ୍କୁ ଆହ୍ୱାନ

• ମଧୁ କ୍ରାନ୍ତି ପାଇଁ ଭାରତ ଏବେ ପରିପକ୍ୱ

• ଆଜି ଉନ୍ମୋଚିତ 24 ଟି ସ୍ମାରକୀ ଡାକଟିକଟରେ ଭାରତୀୟ ବ୍ୟଞ୍ଜନର ବିବିଧତା ପ୍ରତିଫଳିତ
ପୋଷ୍ଟ କରାଯିବା ଦିନାଙ୍କ: 03 NOV 2017 9:04PM by PIB Bhubaneshwar

ମହାମହିମ

ବାଣିଜ୍ୟ ଓ ଉଦ୍ୟୋଗର କ୍ୟାପଟେନମାନେ

ମହିଳା ଓ ଭଦ୍ରମଣ୍ଡଳୀ

ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର ଆନ୍ତର୍ଜାତିକ ନେତୃତ୍ୱ ଓ ନୀତି ନିର୍ଦ୍ଧାରକମାନଙ୍କ ଏହି ସମାବେଶରେ ସାମିଲ ହୋଇ ମୁଁ ଅତ୍ୟନ୍ତ ଖୁସି । ମୁଁ ସମସ୍ତଙ୍କୁ ୱାଲର୍ଡ ଫୁଡ୍ ଇଣ୍ଡିଆ-2017କୁ ସ୍ୱାଗତ କରୁଛି ।

ଏହି କାର୍ଯ୍ୟକ୍ରମ ଆପଣଙ୍କୁ ଉକ୍ତ ସୁଯୋଗର ଏକ ଝଲକ ପ୍ରଦର୍ଶନ କରାଇବ ଯାହା ଭାରତରେ ଆପଣଙ୍କୁ ପ୍ରତୀକ୍ଷା କରିଛି । ଏହା ଖାଦ୍ୟ ପ୍ରକ୍ରିୟାକରଣର ମୂଲ୍ୟ ଶୃଙ୍ଖଳାରେ ଆମର କ୍ଷମତାକୁ ପ୍ରଦର୍ଶିତ କରାଇବ । ଏହା ବିଭିନ୍ନ ଅଂଶୀଦାରଙ୍କ ସହ ଯୋଡ଼ିବା ପାଇଁ ଏକ ମଂଚ ପ୍ରଦାନ କରିବ ଓ ପାରସ୍ପରିକ ସମୃଦ୍ଧି ପାଇଁ ସହଯୋଗ କରିବ । ଏହା ଆପଣମାନଙ୍କୁ ଆମର ସବୁଠୁ ସୁସ୍ୱାଦୁ ଭୋଜନରୁ କିଛି ଯାହାର ସମଗ୍ର ବିଶ୍ୱରେ ସ୍ୱାଦ ରହିଛ, ତାକୁ ଉପସ୍ଥାପିତ କରିବ ।

ଦେବୀ ଓ ସଜ୍ଜନମଣ୍ଡଳୀ

କୃଷିରେ ଭାରତର ସାମର୍ଥ୍ୟ ଅନେକ ରହିଛି ଓ ବିବିଧତା ରହିଛି । ଦ୍ୱିତୀୟ ସର୍ବବୃହତ୍ କୃଷିଯୋଗ୍ୟ ଭୂମି ଓ 127 ବିବିଧ କୃଷି ଜଳବାୟୁ କ୍ଷେତ୍ର ସହ ଅନେକ ଫସଲ ଯଥା କଦଳୀ, ଆମ୍ବ, ପିଜୁଳି, ଅମୃତଭଣ୍ଡା, ଭେଣ୍ଡି ଆଦି ଉତ୍ପାଦନ କ୍ଷେତ୍ରରେ ବିଶ୍ୱ ନେତୃତ୍ୱ ପ୍ରଦାନ କରିଛି । ଆମେ ଧାନ, ଗହମ, ମାଛ, ଫଳ ଓ ପନିପରିବା ଉତ୍ପାଦନ ମାମଲାରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛୁ । ସେହିପରି ଭାରତ ହେଉଛି ବିଶ୍ୱର ସର୍ବବୃହତ୍ ଦୁଗ୍ଧ ଉତ୍ପାଦନକାରୀ ରାଷ୍ଟ୍ର । ଆମର ଉଦ୍ୟାନ କୃଷି ଗତ 10ବର୍ଷ ହେଲା ବାର୍ଷିକ ହାରାହାରି 5.5 ପ୍ରତିଶତ ହାରରେ ଅଭିବୃଦ୍ଧି କରୁଛି ।

ଶହଶହ ବର୍ଷ ପୂର୍ବରୁ ଭାରତ ଅନ୍ୟ ଦେଶର ବ୍ୟବସାୟୀଙ୍କୁ ସ୍ୱାଗତ କରିଥିଲା, ଯେଉଁମାନେ ଆମର ସ୍ୱତନ୍ତ୍ର ମସାଲାର ଅନ୍ୱେଷଣରେ ଆସିଥିଲେ । ସେମାନଙ୍କର ଭାରତ ଗସ୍ତ, ଇତିହାସ ପାଠ୍ୟକ୍ରମରେ ସାମିଲ ହୋଇସାରିଛି । ମସଲା ମାଧ୍ୟମରେ ୟୁରୋପ ଓ ଦକ୍ଷିଣ ପୂର୍ବ ଏସିଆ ସହ ଆମର ବ୍ୟବସାୟିକ ସମ୍ପର୍କକୁ ନେଇ ସମସ୍ତେ ପରିଚିତ । ଏପରିକି ଖ୍ରୀଷ୍ଟୋଫର କଲମ୍ବସ୍ ମଧ୍ୟ ଭାରତୀୟ ମସଲା ପାଇଁ ଆକର୍ଷିତ ହୋଇ ଆମେରିକା ପହଂଚିଯାଇଥିଲେ । କାରଣ ସେ ଭାରତ ପାଇଁ ଏକ ବିକଳ୍ପ ସମୁଦ୍ର ମାର୍ଗ ଖୋଜିଥିଲେ ।

ଭାରତରେ ଖାଦ୍ୟ ପ୍ରକ୍ରିୟାକରଣ ହେଉଛି ଏକ ଜୀବନଶୈଳୀ । ଏଠାର ସାଧାରଣ ପରିବାରରେ ଏହା ଯୁଗଯୁଗ ଧରି ଅଭ୍ୟାସ କରାଯାଉଛି । ଘରଆଧାରିତ ସାଧାରଣ କୌଶଳ, ଯାହା ପଚିବା ପ୍ରକ୍ରିୟା ଦ୍ୱାରା ଆମର ପ୍ରସିଦ୍ଧ ଆଚାର, ପାମ୍ପଡ, ଚଟଣୀ ଓ ମୁରବା ପ୍ରସ୍ତୁତ ହୋଇପାରୁଛି ଏବଂ ଏହା ସାରା ବିଶ୍ୱରେ ଆଭିଜାତ୍ୟ ବର୍ଗ ଓ ସାଧାରଣ ଲୋକ – ଉଭୟଙ୍କୁ ଆକର୍ଷିତ କରୁଛି ।

ଦେବୀ ଓ ସଜ୍ଜନମଣ୍ଡଳୀ

ଆସନ୍ତୁ କିଛି ସମୟ ପାଇଁ ବଡ଼ ଚିନ୍ତା କରିବା –

ଭାରତ ଏବେ ବିଶ୍ୱର ସବୁଠୁ ଦ୍ରୁତ ଅଭିବୃଦ୍ଧି କରୁଥିବା ଗୋଟିଏ ଅର୍ଥବ୍ୟବସ୍ଥା । ବସ୍ତୁ ଓ ସେବା କର ବା ଜିଏସଟି ଯୋଗୁ ବହୁଳ ଟିକସର ଉଚ୍ଛେଦ ହୋଇଛି । ବିଶ୍ୱବ୍ୟାଙ୍କର ସହଜ ବ୍ୟବସାୟ ମାନ୍ୟତାରେ ଚଳିତବର୍ଷ ଭାରତ 30ଟି ସ୍ଥାନ ଉପରକୁ ଉଠିଛି । ଏହା ବର୍ତ୍ତମାନ ସୁଦ୍ଧା ଭାରତର ସବୁଠାରୁ ଭଲ ସୁଧାର ଓ ଚଳିତବର୍ଷରେ ଅନ୍ୟ କୌଣସି ରାଷ୍ଟ୍ର ତୁଳନାରେ ସର୍ବାଧିକ ଲମ୍ବା ଡିଆଁ । 2014ରେ 142ତମ ସ୍ଥାନରୁ ଏବେ ଭାରତ ଶୀର୍ଷ 100ରେ ପହଂଚିଛି ।

ଗ୍ରୀନଫିଲ୍ଡ ନିବେଶରେ ଭାରତ 2016 ମସିହାରେ ବିଶ୍ୱରେ ଏକ ନମ୍ବରରେ ଥିଲା । ଭାରତ ଗ୍ଲୋବାଲ ଇନୋଭେସନ୍ ସୂଚକାଙ୍କ, ଗ୍ଲୋବାଲ ଲଜିଷ୍ଟିକ୍ ସୂଚକାଙ୍କ ଓ ଗ୍ଲୋବାଲ କମ୍ପିଟେଟିଭନେସ ସୂଚକାଙ୍କ ଉପରେ ଦ୍ରୁତ ଗତିରେ ଉନ୍ନତି କରୁଛି ।

ଭାରତରେ ନୂଆ ବ୍ୟବସାୟ ଆରମ୍ଭ କରିବା ପୂର୍ବ ତୁଳନାରେ ଏବେ ଅତ୍ୟନ୍ତ ସହଜ ହୋଇଛି । ବିଭିନ୍ନ ଏଜେନ୍ସିଠାରୁ ଅନୁମୋଦନ/ମଂଜୁରି ହାସଲ କରିବାର ପ୍ରକ୍ରିୟା ସରଳୀକୃତ ହୋଇଛି । ପୁରୁଣା ଆଇନକୁ ଉଚ୍ଛେଦ କରାଯାଇଛି ଓ ଅନୁପାଳନର ବୋଝ ମଧ୍ୟ କମ୍ ହୋଇଛି ।

ଏବେ ନିର୍ଦ୍ଦିଷ୍ଟ ଭାବେ ଖାଦ୍ୟ ପ୍ରକ୍ରିୟାକରଣକୁ ଆସନ୍ତୁ ।

ସରକାର ଆର୍ଥିକ ସଂସ୍କାର ପ୍ରକ୍ରିୟାର ଏକ ସିରିଜ୍ ଆରମ୍ଭ କରିଛନ୍ତି । ଏହି କ୍ଷେତ୍ରରେ ଭାରତ ଏବେ ସବୁଠାରୁ ପସନ୍ଦଯୋଗ୍ୟ ଗନ୍ତବ୍ୟ ସ୍ଥଳ ପାଲଟିଛି । ଏହା ଆମର ‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମରେ ପ୍ରାଥମିକତା କ୍ଷେତ୍ର ପାଲଟିଛି । ଭାରତରେ ନିର୍ମିତ ଅବା ଉତ୍ପାଦିତ ଖାଦ୍ୟ ସାମଗ୍ରୀର ଇ-କମର୍ସ ମାଧ୍ୟମରେ କାରବାର ସମେତ ଏବେ ଶତ ପ୍ରତିଶତ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶକୁ ଅନୁମତି ମିଳିଛି । ବିଦେଶୀ ନିବେଶକଙ୍କ ସୁବିଧା ପାଇଁ ଏବେ ସିଙ୍ଗଲ ୱିଣ୍ଡୋ ସୁବିଧା ସେଲ୍ ଉପଲବ୍ଧ କରାଯାଉଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏବେ ଅନେକ ଆକର୍ଷଣୀୟ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ଯୋଗାଇ ଦିଆଯାଉଛି । ଖାଦ୍ୟ ଓ କୃଷି ଆଧାରିତ ୟୁନିଟ୍ ଓ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଋଣ ପ୍ରଦାନକୁ ପ୍ରାଥମିକତା କ୍ଷେତ୍ର ଋଣ ଭାବେ ବର୍ଗୀକୃତ କରାଯାଇଛି । ଯାହାଫଳରେ ସେମାନଙ୍କୁ ଋଣ ପାଇବା ସହଜ ଓ ଶସ୍ତା ହୋଇଛି ।

ଏକ ଅଭିନବ ପୋର୍ଟାଲ – ନିବେଶ ବନ୍ଧୁ ବା ‘ନିବେଶକଙ୍କ ବନ୍ଧୁ’କୁ ଆମେ ନିକଟରେ ଆରମ୍ଭ କରିଛୁ । ଯେଉଁଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତି ସମ୍ପର୍କରେ ସୂଚନାକୁ ଏକତ୍ର କରିବା ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଦିଆଯାଉଥିବା ପ୍ରୋତ୍ସାହନକୁ ଉଲ୍ଲେଖ କରାଯାଇଛି । ଏହା ପ୍ରକ୍ରିୟାକରଣ ଆବଶ୍ୟକତା ସହ ସ୍ଥାନୀୟ ସ୍ତରରେ ସମ୍ବଳର ମାର୍ଗଚିତ୍ର(Roadmap) ପ୍ରସ୍ତୁତ କରିଥାଏ । ଏହା ଚାଷୀ, ପ୍ରକ୍ରିୟାକରଣକାରୀ, ବ୍ୟବସାୟୀ ଓ ଲଜିଷ୍ଟିକ୍ ଅପରେଟରଙ୍କ ପାଇଁ ବ୍ୟବସାୟିକ ନେଟୱାର୍କର ଏକ ପ୍ଲାଟଫର୍ମ ହୋଇଛି ।

ବନ୍ଧୁଗଣ,

ମୂଲ୍ୟ ଶୃଙ୍ଖଳାର ଅନେକ କ୍ଷେତ୍ରରେ ଘରୋଇ ଭାଗିଦାରୀ ବୃଦ୍ଧି ପାଇବାରେ ଲାଗିଛି । ଅବଶ୍ୟ ଚୁକ୍ତିଭିତ୍ତିକ ଚାଷ, କଂଚା ମାଲର ସୋର୍ସିଂ ଓ କୃଷି ଲିଙ୍କେଜ୍ ପାଇଁ ଅଧିକ ନିବେଶର ଆବଶ୍ୟକତା ରହିଛି । ଅନେକ ଆନ୍ତର୍ଜାତିକ କମ୍ପାନୀ ଭାରତରେ ଚୁକ୍ତିଭିତ୍ତିକ ଚାଷ ପ୍ରୟାସରେ ଅଗ୍ରଣୀ ଭୂମିକା ତୁଲାଉଛନ୍ତି । ଏହା ଭାରତରେ ପ୍ରମୁଖ ଆଉଟସୋର୍ସିଂ ହବ୍ ଭାବେ ବିବେଚିତ ବିଶ୍ୱ ସୁପର ମାର୍କେଟ୍ ଚେନ୍ ପାଇଁ ଏକ ସ୍ପଷ୍ଟ ସୁଯୋଗ ।

ଗୋଟିଏ ପଟେ ପ୍ରାଥମିକ ପ୍ରକ୍ରିୟାକରଣ ଓ ମହଜୁଦ, ସଂରକ୍ଷଣ ଭିତ୍ତିଭୂମି, ଶୀତଳ ଭଣ୍ଡାର ଓ ଶୀତଳୀକୃତ ପରିବହନ ଆଦି ଭଳି ଫସଲ ପରେ ପରିଚାଳନାର ଅନେକ ସୁଯୋଗ ରହିଛି । ଅନ୍ୟପଟେ ଖାଦ୍ୟ ପ୍ରକ୍ରିୟାକରଣ ଓ ମୂଲ୍ୟଯୁକ୍ତ ପାଇଁ ବିଶେଷକରି ଜୈବିକ ଓ ଫୋର୍ଟିଫାଏଡ୍ ଖାଦ୍ୟ କ୍ଷେତ୍ରରେ ବହୁତ ଅଧିକ ସମ୍ଭାବନା ରହିଛି ।

ସହରୀକରଣର ବୃଦ୍ଧି ଓ କ୍ରମବର୍ଦ୍ଧିଷ୍ଣୁ ମଧ୍ୟବିତ ବର୍ଗର ପରିଣାମ ସ୍ୱରୂପ ପ୍ରୋସେଡ୍ ଫୁଡ୍ ଚାହିଦା ନିରନ୍ତର ବଢ଼ିବାରେ ଲାଗିଛି । ମୁଁ ଆପଣମାନଙ୍କୁ ଗୋଟିଏ ପରିସଂଖ୍ୟାନ ସହ ଅବଗତ କରାଉଛି । ଭାରତରେ ପ୍ରତ୍ୟେକ ଦିନ ଏକ ନିୟୁତରୁ ଅଧିକ ଯାତ୍ରୀଙ୍କୁ ଟ୍ରେନ୍ ରେ ଭୋଜନ କରିଥାନ୍ତି । ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ, ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପାଇଁ ଜଣେ ଳେଖାଏଁ ସମ୍ଭାବ୍ୟ ଗ୍ରାହକ । ଏଭଳି ବୃହତ୍ ସୁଯୋଗ ଏବେ ହାତେଇବା ପାଇଁ ଅପେକ୍ଷା କରିଛନ୍ତି ନିବେଶକାରୀ ।

ଦେବୀ ଓ ସଜ୍ଜନମଣ୍ଡଳୀ

ଜୀବନଶୈଳୀର ରୋଗ ଏବେ ସମଗ୍ର ବିଶ୍ୱରେ ଖାଉଥିବା ଖାଦ୍ୟର ମାନ ଓ ଗୁଣବତ୍ତା ପ୍ରତି ସଚେତନତା ସୃଷ୍ଟି କରାଇଛି । କୃତ୍ରିମ ରଙ୍ଗ, କେମିକାଲ ଓ ସଂରକ୍ଷଣର ଉପଯୋଗ ପ୍ରତି ଘୃଣା ଭାବେ ବଢ଼ିଛି । ଭାରତ ଏହାର ସମାଧାନ ଯୋଗାଇ ପାରିବ ଓ ଭାଗିଦାରୀରେ ଜିତିବାର ପ୍ରସ୍ତାବ ମଧ୍ୟ ଦେଉଛି । ପାରମ୍ପରିକ ଭାରତୀୟ ଖାଦ୍ୟରେ ଆଧୁନିକ ଜ୍ଞାନକୌଶଳ, ପ୍ରକ୍ରିୟାକରଣ ଓ ପ୍ୟାକେଜିଂ ସମ୍ମିଶ୍ରଣ ଦ୍ୱାରା ଭାରତୀୟ ଖାଦ୍ୟ ସାମଗ୍ରୀ ଯଥା ହଳଦୀ, ଅଦା ଓ ତୁଳସୀ ଭଳି କିଛି ନାଁ ନେଉଛି ଯାହାର ସତେଜ ସ୍ୱାଦକୁ ଜାଣିବା ଓ ସ୍ୱାସ୍ଥ୍ୟଗତ ଫାଇଦା ବିଶ୍ୱ ପୁନଃପ୍ରାପ୍ତ କରିବାରେ ସହାୟକ ହେବ । ସ୍ୱଚ୍ଛ, ପୃଷ୍ଟିକର ଓ ସ୍ୱାଦିଷ୍ଟ ପ୍ରକ୍ରିୟାକୃତ ଖାଦ୍ୟ ପଦାର୍ଥର ସଠିକ୍ ମିଶ୍ରଣ ସହ ଅତିରିକ୍ତ ଭାବେ ପ୍ରତିଷେଧକ ସ୍ୱାସ୍ଥ୍ୟର ଯତ୍ନ ଥିବା ଫାଇଦା ମିଶାଇ ଏଠି ଭାରତରେ ଆର୍ଥିକ ଦୃଷ୍ଟିରୁ ଉତ୍ପାଦନ କରିହେବ ।

ଭାରତରେ ପ୍ରକ୍ରିୟାକୃତ ଖାଦ୍ୟ ଆନ୍ତର୍ଜାତିକ ଗୁଣାତ୍ମକ ମାନ ସହ ମେଳ ଖାଉଛି କି ନାହିଁ ତାହା ସୁନିଶ୍ଚିତ କରିବାରେ ଭାରତରେ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ଲାଗିଛି । କୋଡେକ୍ସ ସହ ଖାଦ୍ୟ ପଦାର୍ଥର ମାନକ ଅନୁରୂପ, ସୁଦୃଢ଼ ପରୀକ୍ଷା ଓ ପରୀକ୍ଷାଗାର ଭିତ୍ତିଭୂମି ନିର୍ମାଣ ଖାଦ୍ୟ ବ୍ୟବସାୟ ପାଇଁ ଏକ ସକ୍ଷମ ପରିବେଶ ପ୍ରସ୍ତୁତ କରିବାରେ ଏକ ଦୀର୍ଘ ଯାତ୍ରା ନିର୍ଦ୍ଧାରଣ କରିବ ।

ଦେବୀ ଓ ସଜ୍ଜନମଣ୍ଡଳୀ

ଚାଷୀ ଯାହାକୁ ଆମେ ସମ୍ମାନପୂର୍ବକ ଆମର ‘ଅନ୍ନଦାତା’ ଅବା ଖାଦ୍ୟ ପ୍ରଦାନକାରୀ କହୁଛୁ, ଖାଦ୍ୟ ପ୍ରକ୍ରିୟାକରଣରେ ଆମର ପ୍ରୟାସରେ ସେମାନେ କେନ୍ଦ୍ର ବିନ୍ଦୁରେ ଅଛନ୍ତି । ଆମେ 5ବର୍ଷ ଭିତରେ ଚାଷର ଆୟକୁ ଦ୍ୱିଗୁଣ କରିବାର ଏକ ଲକ୍ଷ୍ୟ ନିର୍ଦ୍ଧାରଣ କରିଛୁ । ଆମେ ବିଶ୍ୱସ୍ତରର ଖାଦ୍ୟ ପ୍ରକ୍ରିୟାକରଣ ଭିତ୍ତିଭୂମି ସୃଷ୍ଟି ପାଇଁ ନିକଟରେ ଜାତୀୟସ୍ତରରେ ଏକ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା ଆରମ୍ଭ କରିଛୁ । ଆଶା କରୁଛୁ ଆସନ୍ତା 3ବର୍ଷ ମଧ୍ୟରେ 500 କୋଟି ଆମେରିକୀୟ ଡଲାରର ନିବେଶକୁ ଆକର୍ଷଣ କରି ଦୁଇ ନିୟୁତ ଚାଷୀଙ୍କୁ ଫାଇଦା ଓ ଏକ ନିୟୁତରୁ ଉର୍ଦ୍ଧ୍ଵ ନିଯୁକ୍ତି ସୁଯୋଗ ସଷ୍ଟି ପାଇଁ ଲକ୍ଷ୍ୟ ରଖିଛୁ । ମେଗା ଫୁଡ୍ ପାର୍କର ନିର୍ମାଣ ଏହି ଯୋଜନାର ଏକ ମହତ୍ୱପୂର୍ଣ୍ଣ ଉପାଦାନ । ଏହି ଫୁଡ୍ ପାର୍କ ମାଧ୍ୟମରେ ଆମେ ପ୍ରମୁଖ ଉତ୍ପାଦନ କେନ୍ଦ୍ର ସହ କୃଷି ପ୍ରକ୍ରିୟାକରଣ (ଆଗ୍ରୋ-ପ୍ରୋସେସିଂ) ସଂସ୍କୃତିକୁ ଯୋଡ଼ିବାର ଲକ୍ଷ୍ୟ ରଖିଛୁ । ଏହା ଆଳୁ, ସପୁରୀ, କମଳା ଓ ସେଓ ଭଳି ଫସଲରେ ଅତ୍ୟନ୍ତ ଅଧିକ ଫଳପ୍ରଦ ହେବ । ଚାଷୀଙ୍କ ଗୋଷ୍ଠୀକୁ ଏସବୁ ପାର୍କ ୟୁନିଟ୍ ସ୍ଥାପନ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି । ଯାହାଫଳରେ ଫଳ, ପନିପରିବାର ନଷ୍ଟଶିଳତାକୁ ହ୍ରାସ କରିବା ସହ ପରିବହନ ଖର୍ଚ୍ଚ ଓ ନୂଆ ନିଯୁକ୍ତି ସୃଷ୍ଟି କରିହେବ । ଏଭଳି ୯ଟି ପାର୍କ ଇତିମଧ୍ୟରେ କାର୍ଯ୍ୟକ୍ଷମ ହୋଇସାରିଲାଣି ଓ ସମଗ୍ର ଦେଶରେ ଅନ୍ୟ 30ରୁ ଉର୍ଦ୍ଧ୍ଵ ପାର୍କ ଆସିବା ଅପେକ୍ଷାରେ ରହିଛି ।

ଶେଷ ସ୍ଥାନରେ ସେବା ପ୍ରଦାନରେ ଉନ୍ନୀତିକରଣ ପାଇ ଆମେ ଡିଜିଟାଲ ଟେକ୍ନୋଲଜି ଉପଲବ୍ଧତା ବୃଦ୍ଧି ମାଧ୍ୟମରେ ଶାସନରେ ସୁଧାର କରୁଛୁ । ଆମେ ନିଜ ଗାଁକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ବ୍ରଡବ୍ୟାଣ୍ଡ ସଂଯୋଗ ମାଧ୍ୟମରେ ଯୋଡ଼ିବାକୁ ଯୋଜନା କରୁଛୁ । ଆମେ ଭୂମି ରେକର୍ଡକୁ ଡିଜିଟାଲକରଣ କରୁଛୁ ଓ ମୋବାଇଲ ପ୍ଲାଟଫର୍ମରେ ଲୋକଙ୍କୁ ବିଭିନ୍ନ ସେବା ପ୍ରଦାନ କରୁଛୁ । ଏହି ପଦକ୍ଷେପ ଚାଷୀଙ୍କୁ ସୂଚନା, ଜ୍ଞାନ ଓ କୌଶଳର ବାସ୍ତବିକ ସମୟରେ ହସ୍ତାନ୍ତର ଦିଗକୁ ଗତିଶୀଳ କରିଛି । ଆମର ଜାତୀୟ କୃଷି ବଜାର ଇ-ଏନ୍ଏଏମ୍(E-NAM) ସମଗ୍ର ଦେଶରେ ଆମର କୃଷି ବଜାରକୁ ସଂଯୋଗ କରୁଛି । ଯାହାଫଳରେ ଆମର ଚାଷୀଙ୍କୁ ପ୍ରତିଯୋଗିତାମୂଳକ ମୂଲ୍ୟ ନିର୍ଦ୍ଧାରଣର ଫାଇଦା, ଚୟନରେ ସ୍ୱାଧୀନତା ମିଳିବ ।

ସମବାୟ ଓ ସଂଘୀୟ ପ୍ରତିଯୋଗିତାର ବାସ୍ତବ ଭାବନାରେ ଆମ ରାଜ୍ୟ ସରକାରମାନେ ମଧ୍ୟ ପ୍ରକ୍ରିୟାକୁ ସରଳ କରିବାରେ କେନ୍ଦ୍ର ସରକାରଙ୍କ ପ୍ରୟାସ ସହ ଜଡ଼ିତ ଅଛନ୍ତି । ନିବେଶ ଆକର୍ଷିତ କରିବା ପାଇଁ କେତେକ ରାଜ୍ୟ ଆକର୍ଷକ ଖାଦ୍ୟ ପ୍ରକ୍ରିୟାକରଣ ନୀତି ସହ ଆଗେଇ ଆସିଛନ୍ତି । ମୁଁ ଭାରତର ପ୍ରତ୍ୟେକ ରାଜ୍ୟକୁ ଅତ୍ୟନ୍ତ ପକ୍ଷେ ଗୋଟିଏ ଲେଖାଏ ଖାଦ୍ୟ ସାମଗ୍ରୀରେ ସ୍ୱତନ୍ତ୍ରତା ଚିହ୍ନଟ କରିବାକୁ ଆହ୍ୱାନ କରୁଛି । ସେହିପରି ପ୍ରତ୍ୟେକ ଜିଲ୍ଲା ମଧ୍ୟ କେତେକ ଖାଦ୍ୟ ସାମଗ୍ରୀର ଉତ୍ପାଦନ ଓ ସେଥିରୁ ଗୋଟିଏରେ ସ୍ୱତନ୍ତ୍ରତା ଚିହ୍ନଟ କରନ୍ତୁ ।

ଦେବୀ ଓ ସଜ୍ଜନମଣ୍ଡଳୀ

ଆଜି ଆମର ସୁଦୃଢ଼ କୃଷି ଆଧାର ଆମକୁ ଏକ ଜୀବନ୍ତ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ପ୍ରସ୍ତୁତ ପାଇଁ ଏକ ଠୋସ୍ ଲଂଚ ପ୍ୟାଡ୍ ପ୍ରଦାନ କରୁଛି । ଆମର ବିଶାଳ ଖାଉଟି ଆଧାରିତ, କ୍ରମବର୍ଦ୍ଧିଷ୍ଣୁ ଆୟ, ନିବେଶ ପାଇଁ ଅନୁକୂଳ ପରିବେଶ ଓ ସହଜ ବ୍ୟବସାୟ ପଦ୍ଧତି ପ୍ରତି ସମର୍ପିତ ସରକାର ଆଦି ଭାରତକୁ ଆନ୍ତର୍ଜାତିକ ଖାଦ୍ୟ ପ୍ରକ୍ରିୟାକରଣ ସମୁଦାୟରେ ସ୍ଥାନ ପ୍ରଦାନ କରିଛି ।

ଭାରତରେ ଖାଦ୍ୟ ଉଦ୍ୟୋଗର ପ୍ରତ୍ୟେକ ଉପ-କ୍ଷେତ୍ରରେ ବହୁତ ଅଧିକ ସୁଯୋଗ ଉପଲବ୍ଧ ଅଛି । ସେଥିରୁ ମୁଁ ଆପଣଙ୍କୁ କିଛି ଚିତ୍ର ପ୍ରଦାନ କରୁଛି ।

ଗ୍ରାମାଂଚଳ ଅର୍ଥବ୍ୟବସ୍ଥା ପାଇଁ ଦୁଗ୍ଧ ଉତ୍ପାଦନ କ୍ଷେତ୍ର ଏକ ମହତ୍ୱପୂର୍ଣ୍ଣ କ୍ଷେତ୍ର । ଆମେ ଏବେ ଏହି ଦୁଗ୍ଧ ଆଧାରିତ ଉତ୍ପାଦନସ୍ତରକୁ ବହୁମୁଖୀ ସାମଗ୍ରୀକୁ ବୃଦ୍ଧି କରି ପରବର୍ତ୍ତୀ ପର୍ଯ୍ୟାୟକୁ ନେଇଯିବାକୁ ଲକ୍ଷ୍ୟ ରଖିଛୁ ।

ମହୁ ହେଉଛି ମାନବ ଜାତି ପାଇଁ ପ୍ରକୃତିର ଉପହାର । ଏହି ମହୁମାଛି ମହମ ଭଳି କେତେକ ମୂଲ୍ୟବାନ ଉପ ସାମଗ୍ରୀ ପ୍ରଦାନ କରିଥାନ୍ତି । ଏହା ମାଧ୍ୟମରେ କୃଷି ଆୟରେ ବୃଦ୍ଧିର କ୍ଷମତା ରହିଛି । ଏବେ ଆମେ ମଧୁ ଉତ୍ପାଦନ ଓ ରପ୍ତାନୀରେ ଷଷ୍ଠ ସ୍ଥାନରେ ରହିଛୁ । ମଧୁ କ୍ରାନ୍ତି ପାଇଁ ଭାରତ ଏବେ ପରିପକ୍ୱ । ଭାରତରେ ବିଶ୍ୱରେ ମାଛ ଉତ୍ପାଦନରେ 6 ପ୍ରତିଶତ ଭାଗିଦାର ରହିଛି । ଆମେ ବିଶ୍ୱରେ ଦ୍ୱିତୀୟ ସର୍ବବୃହତ୍ ଚିଙ୍ଗୁଡି ରପ୍ତାନୀକାରୀ । ଭାରତ ପ୍ରାୟ 95ଟି ରାଷ୍ଟ୍ରକୁ ମାଛ ଓ ମାଛଜାତ ସାମଗ୍ରୀ ରପ୍ତାନୀ କରୁଛି । ଆମେ ନୀଳ କ୍ରାନ୍ତି ମାଧ୍ୟମରେ ସାମୁଦ୍ରିକ ଅର୍ଥବ୍ୟବସ୍ଥାରେ ଏକ ଲମ୍ଫ ମାରିବାର ଲକ୍ଷ୍ୟ ରଖିଛୁ । ଅନପଯୁକ୍ତ କ୍ଷେତ୍ରର ବିକାଶ ଆମର ଲକ୍ଷ୍ୟ । ଯେମିତି ରଙ୍ଗବେରଙ୍ଗ ମାଛ ପାଳନ ଓ ସାଲମନ ଜାତୀୟ ମାଛ ଚାଷ । ସେହିପରି ମୋତି ଚାଷ ଭଳି ନୂଆ କ୍ଷେତ୍ରକୁ ମଧ୍ୟ ଆମେ ଅନ୍ୱେଷଣ କରିବାକୁ ଇଚ୍ଛା ରଖିଛୁ ।

ସ୍ଥାୟୀ ବିକାଶ ପ୍ରତି ଆମର ପ୍ରତିବଦ୍ଧତା ହିଁ ଜୈବିକ ଚାଷ ଉପରେ ଆମର ଗୁରୁତ୍ୱର କେନ୍ଦ୍ର । ଉତ୍ତର ପୂର୍ବ ଭାରତର ରାଜ୍ୟ ସିକିମ ଏବେ ଭାରତର ପ୍ରଥମ ସମ୍ପୂର୍ଣ୍ଣ ଜୈବିକ ରାଜ୍ୟ ପାଲଟିଛି । ସମଗ୍ର ଉତ୍ତର ପୂର୍ବରେ ଜୈବିକ ଉତ୍ପାଦନ ପାଇଁ କାର୍ଯ୍ୟାତ୍ମକ ଭିତ୍ତିଭୂମି ସୃଷ୍ଟି କରିବାର ସୁଯୋଗ ଉପଲବ୍ଧ ରହିଛି । ବନ୍ଧୁଗଣ

ଭାରତୀୟ ବଜାରରେ ସଫଳ ହେବା ପାଇଁ ଭାରତୀୟ ଭୋଜନର ଅଭ୍ୟାସ ଓ ସ୍ୱାଦକୁ ବୁଝିବା ଏକ ମହତ୍ୱପୂର୍ଣ୍ଣ ଆବଶ୍ୟକତା । ଆପଣଙ୍କୁ କେବଳ ଗୋଟିଏ ଉଦାହରଣ ଦେବି । ଦୁଗ୍ଧ ଆଧାରିତ ଉତ୍ପାଦ ଓ ଫଳରସ ଆଧାରିତ ପାନୀୟ ଭାରତୀୟ ଭୋଜନ ଅଭ୍ୟାସର ଏକ ଅତିରିକ୍ତ ଅଂଶବିଶେଷ । ଏଇଥିପାଇଁ ମୁଁ ଗ୍ୟାସଭିତ୍ତିକ ପାନୀୟ ନିର୍ମାତାଙ୍କୁ ପରାମର୍ଶ ଦେଉଛି କି ସେମାନେ ନିଜର ସାମଗ୍ରୀରେ 5 ପ୍ରତିଶତ ଫଳ ରସ ସାମିଲ କରିବାର ସମ୍ଭାବନା ସୃଷ୍ଟି କରନ୍ତୁ । ଖାଦ୍ୟ ପ୍ରକ୍ରିୟାକରଣରେ ପୃଷ୍ଟିକର ସୁରକ୍ଷାର ସମାଧାନ ମଧ୍ୟ ରହିଛି । ଉଦାହରଣ ସ୍ୱରୂପ ଆମର ମୋଟା ଖାଦ୍ୟଶସ୍ୟ ଓ ବାଦମରେ ଉଚ୍ଚ ପୃଷ୍ଟିକର ରହିଛି । ତାହା ପ୍ରତିକୂଳ କୃଷି ଜଳବାୟୁ ପରିସ୍ଥିତିର ସମ୍ମୁଖୀନ ମଧ୍ୟ ହୋଇପାରିବ । ତାକୁ ‘ଉଚ୍ଚ ପୃଷ୍ଟିକର ଓ ସ୍ମାର୍ଟ ଜଳବାୟୁ’ ଫସଲ ବୋଲି କୁହାଯାଇପାରେ । କ’ଣ ଆମେ ଏହି ଅଧାରିତ ଉଦ୍ୟୋଗ ଆଣିପାରିବା । ଏହା ଦ୍ୱାରା ଆମର ସବୁଠୁ ଗରିବ ଚାଷୀଙ୍କ ଉପାର୍ଜନ ବୃଦ୍ଧି ପାଇବ ଓ ପୃଷ୍ଟିକର ସ୍ତର ମଧ୍ୟ ବଢ଼ିବ । ଏସବୁ ଉତ୍ପାଦନ ନିଶ୍ଚିତ ଭାବେ ବିଶ୍ୱରେ ଗୁଞ୍ଜରଣ ସୃଷ୍ଟି କରିବ ।

କ’ଣ ଆମେ ବିଶ୍ୱର ଆବଶ୍ୟକତାକୁ ଆମର ସାମର୍ଥ୍ୟକୁ ଯୋଡ଼ିପାରିବା । କ’ଣ ଆମେ ମାନବତାର ଭବିଷ୍ୟତ ସହ ଭାରତୀୟ ପରମ୍ପରାକୁ ଯୋଡ଼ିପାରିବା । କ’ଣ ଆମେ ସମଗ୍ର ବିଶ୍ୱର ବଜାର ସହ ଭାରତର ଚାଷୀଙ୍କୁ ଯୋଡ଼ିପାରିବା । ଏହା ଏଭଳି କିଛି ପ୍ରଶ୍ନ ଯାହାକୁ ମୁଁ ଆପଣମାନଙ୍କ ପାଖରେ ଛାଡ଼ି ଯିବାକୁ ଚାହୁଁଛି ।

ମୋର ବିଶ୍ୱାସ ଅଛି କି ୱାଲର୍ଡ ଫୁଡ୍ ଇଣ୍ଡିଆ ଏ ଦିଗରେ କିଛି ଠୋସ୍ ପଦକ୍ଷେପ ନେବ । ଏହା ଆମର ସମୃଦ୍ଧ ଖାଦ୍ୟପ୍ରସ୍ତୁତି ପରିଦୃଶ୍ୟରେ ବହୁମୂଲ୍ୟ ଅନ୍ତଦୃଷ୍ଟି ମଧ୍ୟ ପ୍ରଦାନ କରିବ ଓ ଖାଦ୍ୟ ପ୍ରକ୍ରିୟାକରଣ ସମ୍ପର୍କରେ ଆମର ପ୍ରାଚୀନ ଜ୍ଞାନକୁ ଉଜାଗର କରିବ ।

ମୁଁ ଖୁସି ଯେ ଭାରତୀୟ ଡାକ ବିଭାଗ ଏହି ଅବସରରେ 24ଟି ସ୍ମାରକ ଡାକ ଟିକେଟ୍ ର ଏକ ସେଟ୍ ଜାରି କରିଛି ଯେଉଁଥିରେ କି ଆମ ଭାରତୀୟ ବ୍ୟଞ୍ଜନର ବିବିଧତାକୁ ସ୍ପଷ୍ଟ ରେଖାଙ୍କିତ କରାଯାଇଛି ।

ଦେବୀ ଓ ସଜ୍ଜନମଣ୍ଡଳୀ

ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଭାରତର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର ରୋମାଂଚକ ବିକାଶ ଯାତ୍ରାର ଅଂଶବିଶେଷ ହେବାକୁ ନିମନ୍ତ୍ରଣ କରୁଛି । ମୁଁ ଆପଣମାନଙ୍କୁ ହୃଦୟର ସହ ସମର୍ଥନର ଆଶ୍ୱାସନା ଦେଉଛି । ଯେତେବେଳେ ଆବଶ୍ୟକ ପଡ଼ିବ ଆସନ୍ତୁ ।

ଆସନ୍ତୁ । ଭାରତରେ ନିବେଶ କରନ୍ତୁ ।

ଚାଷଠୁ କଣ୍ଟା(ନିକିତି) ପର୍ଯ୍ୟନ୍ତ ଅସୀମିତ ସୁଯୋଗର ସ୍ଥାନ

ଉତ୍ପାଦନ, ପ୍ରକ୍ରିୟା ଓ ସମୃଦ୍ଧ ହେବାର ସ୍ଥଳ

ଭାରତ ଓ ବିଶ୍ୱ ପାଇଁ

ଧନ୍ୟବାଦ ।

Share in top social networks!

ଚାନ୍ଦିପୁରରୁ ଲକ୍ଷ୍ୟଭେଦୀ ବୋମାର ସଫଳ ପରୀକ୍ଷଣ, ଶୁଭେଚ୍ଛା ଜଣାଇଲେ ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ

ଓଡ଼ିଶାର ଚାନ୍ଦିପୁରସ୍ଥିତ ଆଇଟିଆରରେ ବାୟୁସେନାର ଏକ ବିମାନରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଲକ୍ଷ୍ୟଭେଦୀ ବୋମା (ଗାଇଡେଡ୍ ବମ୍) ଏସ୍ଏଏଡବ୍ଲ୍ୟୁ (ସ୍ମାର୍ଟ ଆଂଟି ଏୟାରଫିଲ୍ଡ ୱିପନ୍)ର ସଫଳ ଉଡ଼ାଣ ପରୀକ୍ଷଣ ହୋଇଛି । ବୋମାଟି ଏକ ଉଡ଼ାଜାହାଜରୁ ନିକ୍ଷେପ କରାଯିବା ପରେ ନିର୍ଭୁଲ ନିୟନ୍ତ୍ରଣ ପ୍ରକ୍ରିୟାରେ 70 କିଲୋମିଟର ଦୂରତ୍ୱ ଲକ୍ଷ୍ୟକୁ ଟାର୍ଗେଟ୍ କରିପାରିଛି । ତିନୋଟି ଭିନ୍ନ ଭିନ୍ନ ଦୂରତ୍ୱକୁ ଭିନ୍ନ ଭିନ୍ନ ଅବସ୍ଥାରେ ବମ୍ ନିକ୍ଷେପ କରି ସଫଳତା ହାସଲ କରାଯାଇପାରିଛି । ଡିଆରଡିଓର ରିସର୍ଚ୍ଚ ସେଂଟର ଇମାରତ୍ (ଆରସିଆଇ) ଏବଂ ଭାରତୀୟ ବାୟୁସେନା ଓ ଡିଆରଡିଓର ଅନ୍ୟାନ୍ୟ ଲାବୋରେଟାରୀ ମିଳିତ ଭାବେ ଏହି ବୋମା ପ୍ରସ୍ତୁତ କରିଛନ୍ତି ।

ଏହାର ସଫଳ ପରୀକ୍ଷଣ ପାଇଁ ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଡିଆରଡିଓର ବୈଜ୍ଞାନିକ ଓ ଭାରତୀୟ ବାୟୁସେନାକୁ ଅଭିନନ୍ଦନ ଜଣାଇଛନ୍ତି । ଡିଆରଡିଓର ଚେୟାରମ୍ୟାନ୍ ତଥା ପ୍ରତିରକ୍ଷା ବିଭାଗ ସଚିବ (ଆର ଆଣ୍ଡ ଡି) ଡକ୍ଟର ଏସ୍ ଖ୍ରୀଷ୍ଟୋଫର ଟିମକୁ ଅଭିନନ୍ଦନ ଜଣାଇବା ସହ ସେନାରେ ଖୁବ ଶୀଘ୍ର ଏହି ବୋମାକୁ ସାମିଲ କରାଯିବ ବୋଲି କହିଛନ୍ତି । ମିଜାଇଲ ଏବଂ ଷ୍ଟ୍ରାଟେଜିକ୍ ସିଷ୍ଟମ୍ ଡିଜି (ଏମ୍ଏସ୍ଏସ୍) ଡକ୍ଟର ଜି ସତୀଶ ରେଡି କହିଛନ୍ତି ଯେ, ଗାଇଡେଡ୍ ବମ୍ ନିର୍ମାଣ ସ୍ୱଦେଶୀ ଜ୍ଞାନକୌଶଳ ପରାକାଷ୍ଠାର ଏକ ମାଇଲଖୁଂଟ ।

Share in top social networks!

ସପ୍ତମ ଏସୀୟ ଶକ୍ତିମନ୍ତ୍ରୀସ୍ତରୀୟ ରାଉଣ୍ଡ ଟେବୁଲ ବୈଠକ ନୈଶଭୋଜିରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଭାଷଣ

ଥାଇଲାଣ୍ଡର ବ୍ୟାଙ୍କକଠାରେ ଆୟୋଜିତ ସପ୍ତମ ଏସୀୟ ଶକ୍ତିମନ୍ତ୍ରୀଙ୍କ ରାଉଣ୍ଡ ଟେବୁଲ ବୈଠକକୁ ଏକ ନୈଶଭୋଜିରେ ସ୍ୱାଗତ କରି ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଦତ ଅଭିଭାଷଣ ।

ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବା ମୋ ପାଇଁ ଏକ ସୁଯୋଗ ବୋଲି ମୁଁ ଅନୁଭବ କରେ । ଶକ୍ତିଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅନେକ ରାଷ୍ଟ୍ରର ମନ୍ତ୍ରୀମାନଙ୍କୁ ଏହି କାର୍ଯ୍ୟକ୍ରମ ଏକଜୁଟ କରିଛି । ଶକ୍ତି କ୍ଷେତ୍ରରେ ଏସିଆ କେବଳ ସର୍ବବୃହତ ଉତ୍ପାଦକ କ୍ଷେତ୍ର ନୁହେଁ, ଉପଭୋକ୍ତା କ୍ଷେତ୍ର ମଧ୍ୟ । ମୁଁ ଖୁସି ଯେ ଆଇଇଏଫ ନିୟମିତ ଭାବେ ଏସୀୟ ରାଷ୍ଟ୍ରଙ୍କ ମନ୍ତ୍ରୀସ୍ତରୀୟ ଶକ୍ତି ସମ୍ବନ୍ଧୀୟ ରାଉଣ୍ଡଟେବୁଲ ବୈଠକର ଆୟୋଜନ କରିଆସୁଛି । 2015 ମସିହା ଡିସେମ୍ବର ମାସରେ ଦୋହାଠାରେ ଆୟୋଜିତ ପ୍ରଥମ ଏସୀୟ ମନ୍ତ୍ରୀସ୍ତରୀୟ ଶକ୍ତିସମ୍ବନ୍ଧୀୟ ରାଉଣ୍ଡ ଟେବୁଲ ବୈଠକରେ ମୁଁ ଯୋଗଦେଇଥିଲି । ମୁଁ ଖୁସି ଯେ ବିଭିନ୍ନ ରାଷ୍ଟ୍ରର ଅନେକ ବିଶିଷ୍ଟ ବନ୍ଧୁ ଆଜି ଏଠାରେ ଉପସ୍ଥିତ ଅଛନ୍ତି ଓ ସେମାନେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ଶକ୍ତି ଦୃଶ୍ୟପଟ୍ଟରେ କ୍ଷେତ୍ରୀୟ ଦୃଷ୍ଟିକୋଣରୁ ବହୁ ମହତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ସକାଶେ ଏଭଳି ବୈଠକ ସୁଯୋଗ ପ୍ରଦାନ କରିଥାଏ ।

ମୋ ମତରେ ଆଇଇଏଫ ଶକ୍ତି କ୍ଷେତ୍ରରେ ସବୁଠାରୁ ବଡ ଅନ୍ତରାଷ୍ଟ୍ରୀୟ ସଂଗଠନ । କାରଣ ବିଶ୍ୱକୁ 90 ପ୍ରତିଶତରୁ ଅଧିକ ତୈଳ ଓ ବାଷ୍ପ ଯୋଗାଣକାରୀ ରାଷ୍ଟ୍ର ଏହି ସଂଗଠନର ସଦସ୍ୟ ରହିଛନ୍ତି । ଏହାର 72 ଜଣ ସଦସ୍ୟ ରାଷ୍ଟ୍ର ବିଶ୍ୱର ଛଅଟି ମହାଦେଶରେ ବିସ୍ତାରିତ ହୋଇରହିଛନ୍ତି । ତେଣୁ ଆଇଇଏଫ ବିଶ୍ୱକୁ ଶ୍ରେଷ୍ଠ ପ୍ଲାଟଫର୍ମ ପ୍ରଦାନ କରେ ଯାହା ଉଭୟ ଉତ୍ପାଦକ ଏବଂ ଉପଭୋକ୍ତାଙ୍କ ମଧ୍ୟରେ ବୈଶ୍ୱିକ ଶକ୍ତି ପ୍ରସଙ୍ଗରେ ଆଲୋଚନା ନିମନ୍ତେ ଏକ ପ୍ରକୃଷ୍ଟ ସ୍ଥାନ । ଏହା ଏଭଳି ଏକ ସଂଗଠନ ଯେଉଁଥିରେ ଯୋଗ ଦେବାପାଇଁ କୌଣସି ପ୍ରକାର ପ୍ରତିବନ୍ଧକ ନାହିଁ । ପୁଣି ଏହା ଅନ୍ୟ ସଂଗଠନ ଯଥା, ଓପିଇସି, ଆଇଇଏ, ଅନ୍ତରାଷ୍ଟ୍ରୀୟ ବାଷ୍ପ ସଂଗଠନ ଭଳି ସଂସ୍ଥାଙ୍କ ସହ ଘନିଷ୍ଠ ଭାବେ କାର୍ଯ୍ୟକରିଆସୁଛି । ମୁଁ ମଧ୍ୟ ଲକ୍ଷ୍ୟ କରିଛି ଯେ, ଜି-20ର 18ଟି ସଦସ୍ୟ ରାଷ୍ଟ୍ର ଆଇଇଏଫର ମଧ୍ୟ ସଦସ୍ୟ । ତେଣୁ ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆଇଇଏଫ, ଜି-20 ରାଷ୍ଟ୍ରଙ୍କ ସହ ମଧ୍ୟ ଅତି ଘନିଷ୍ଠ ଭାବେ ଆଲୋଚନା କରିବା ଦିଗରେ ବିଶେଷ ଭୂମିକା ଗ୍ରହଣ କରିପାରିବ ।

ଏହା ଯଥାର୍ଥ ଓ ସମୟୋଚିତ ଯେ ଚଳିତ ପର୍ଯ୍ୟାୟ ବୈଠକର ବିଷୟବସ୍ତୁ “ବିଶ୍ୱ ଶକ୍ତି ବଜାରରେ ଘଟୁଥିବା ପରିବର୍ତ୍ତନ” ରଖାଯାଇଛି । ପ୍ରାୟ 40 ମାସ ତଳେ ମୁଁ ଭାରତର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଦାୟିତ୍ୱ ଗ୍ରହଣ କରିଥିଲି । ଏହି 40 ମାସ ସମ୍ପର୍କରେ ଯେତେବେଳେ ମୁଁ ଭାବେ ମୁଁ ଅନୁଭବ କରେ ଯେ ଆମେ ଏବେ ଏକ ପରିବର୍ତ୍ତନର ଘଡି ଦେଇ ଗତିକରୁଛୁ । ଗତ କିଛି ବର୍ଷ ମଧ୍ୟରେ ଆମେ ତୈଳ ଦର ହ୍ରାସ, ଶକ୍ତି ମିଶ୍ରଣରେ ବାଷ୍ପର ବର୍ଦ୍ଧିଷ୍ଣୁ ଭୂମିକା, ବାଷ୍ପର ପ୍ରଚୁର ଯୋଗାଣ, ତୈଳ ଓ ବାଷ୍ପ ବଜାରରେ ନୂଆ ନୂଆ ରାଷ୍ଟ୍ର ଓ ସଂସ୍ଥାଙ୍କ ଉଦଭବ, ଏଲଏନଜି ବଜାର ଅନମନୀୟତା ମଧ୍ୟରେ ଢ଼ିଲା ହେବା ଏବଂ ଅକ୍ଷୟ ଶକ୍ତି ଓ ଇଭିର ଚାହିଦା ବୃଦ୍ଧି ଭଳି ପରିସ୍ଥିତିକୁ ସାମ୍ନା କରିଆସୁଛି ।

ଯେହେତୁ ଏହା ଏକ ସମୁଚିତ ଓ ସନ୍ତୁଳିତ ବଜାର ବ୍ୟବସ୍ଥା ହେବା କଥା ଏବେ କିନ୍ତୁ ବିଶ୍ୱବ୍ୟାପୀ ବହୁସଂଖ୍ୟକ ତୈଳ ଓ ବାଷ୍ପ ଉତ୍ପାଦକ ମୁଣ୍ଡ ଟେକୁଛନ୍ତି ଯଦ୍ୱାରା ଏକ ମୁକ୍ତ ବଜାର ମୂଲ୍ୟାୟନ ବ୍ୟବସ୍ଥା ସୃଷ୍ଟି ହୋଇଛି । ଏହା ପାରମ୍ପରିକ ମୂଲ୍ୟ ନିର୍ଦ୍ଧାରଣ କେନ୍ଦ୍ରକୁ ହଲଚଲ କରିଦେଇଛି । ବିଶେଷ କରି ବିଶ୍ୱ ତୈଳ ଓ ବାଷ୍ପ ବଜାରରେ ଏହା ଅନୁଭୂତ ହୋଇଛି । ଓପିଇସିର ଭୂମିକା ଧୀରେ ଧୀରେ ବଦଳିବାରେ ଲାଗିଛି ବିଶେଷ କରି ମୂଲ୍ୟ ନିର୍ଦ୍ଧାରଣ ଠାରୁ ମୂଲ୍ୟ ସ୍ଥିର ରଖିବା ଦୃଷ୍ଟିରୁ ଏହା ଅନୁଭୂତ । ଯେତେବେଳେ ସମଗ୍ର ବିଶ୍ୱ ଏଭଳି ବୈପ୍ଳବିକ ପରିବର୍ତ୍ତନକୁ ସାମ୍ନା କରୁଛି, ସେତେବେଳେ ଆମର ପାରସ୍ପରିକ ସ୍ୱାର୍ଥ ଦୃଷ୍ଟିରୁ ଆମେ ଦାୟିତ୍ୱପୂର୍ଣ୍ଣ ମୂଲ୍ୟାୟନ, ସଂସାଧନ ବୃଦ୍ଧି, ତୈଳ ପାଇଁ ଏସୀୟ ପ୍ରିମିୟମ କ୍ଷେତ୍ରରେ ଥିବା ବିବାଦୀୟ ବ୍ୟବସ୍ଥା ଓ ଗ୍ୟାସ ପାଇଁ ତୈଳ ସମ୍ପର୍କୀତ ମୂଲ୍ୟାୟନ ଧାରାରେ ଉଚ୍ଛେଦ ଆଦି ଦିଗରେ ଗଠନମୂଳକ ଆଲୋଚନା ଓ ଭୂମିକା ଗ୍ରହଣ କରିବା ଏକାନ୍ତ ଜରୁରୀ ।

ବନ୍ଧୁଗଣ, ବିଶ୍ୱ ଶକ୍ତି ବଜାରରେ ଘଟୁଥିବା ପରିବର୍ତ୍ତନ ସମ୍ପର୍କରେ ଯେତେବେଳେ ଆମେ ଆଲୋଚନା କରୁଛେ, ମୁଁ ଏହି ଅଭିଜ୍ଞ ମଣ୍ଡଳୀଙ୍କୁ ଏଠାରେ ଆହ୍ୱାନ ଜଣାଇବାକୁ ଚାହିଁବି ଯେ ପ୍ରଯୁକ୍ତି କ୍ଷେତ୍ରରେ କି ପ୍ରକାର ଅଭିନବତ୍ୱ ଓ ସହଯୋଗ ସୃଷ୍ଟି କରାଯିବା ସମ୍ଭବପର, ତାହା ଉପରେ ଚିନ୍ତା କରିବା ଉଚିତ । ତଦ୍ଦ୍ୱାରା ଆମର ସମାନ ଉଦ୍ଦେଶ୍ୟ ସାଧିତ ହୋଇପାରିବ । ବିଗତ କିଛି ବର୍ଷ ମଧ୍ୟରେ, ଚତୁର୍ଥ ଶିଳ୍ପ ବିପ୍ଳବ କଥା ଆଲୋଚନା କରାଯାଇଆସୁଛି, ଆମେ ସମସ୍ତେ ଚତୁର୍ଥ ଶିଳ୍ପ ବିପ୍ଳବ କଥା ଶୁଣିଛେ ଓ ପଢ଼ିଛେ । ଏହା ନୂତନ ଚିନ୍ତାଧାରା, ସ୍ମାର୍ଟ ଚିନ୍ତନ, ପୁଣି ବାସ୍ତବ, ଡିଜିଟାଲ ଓ ଜୈବିକ ସ୍ତରରେ ସେସବୁର ମିଶ୍ରଣ ଆମ ଜୀବନଧାରଣ ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ ଘଟାଇବ ବୋଲି ଆମେ ବିଶ୍ୱାସ ରଖିଛେ । କୃତ୍ରିମ ପ୍ରଜ୍ଞା, ରୋବୋଟିକ୍ସ, ଇଂଟରନେଟ ଅଫ ଥିଙ୍ଗସ ମେସିନ ଲର୍ଣ୍ଣିଂ, 3ଡି ପ୍ରିଣ୍ଟିଙ୍ଗ, ନାନୋ ସେନସର, ଶକ୍ତି ସଂରକ୍ଷଣ, ଡ୍ରାଇଭର ବିହୀନ କାର – ଏମିତି ଅନେକ ନୂଆ ନୂଆ ପ୍ରଯୁକ୍ତି ଯାହା ଏବେ କେବଳ ଶୁଣିବାକୁ ମିଳୁଛି, ତାହା ବାସ୍ତବରେ ପରିଣତ ହୋଇ ବିଶ୍ୱର ସ୍ଥିତିକୁ ନୂଆ ରୂପ ଦେବ ।

ମୁଁ ଏକଥା ସ୍ପଷ୍ଟ ଭାବେ ନଦେଖି ରହିପାରୁନାହିଁ ଯେ 17ଶ ଶତାଦ୍ଦୀ ପର୍ଯ୍ୟନ୍ତ ବିଶ୍ୱର ପ୍ରମୁଖ ଆର୍ଥିକ ଶକ୍ତି ଭାବେ ରହି ସୁଦ୍ଧା ଭାରତ ଗତ ତିନୋଟି ଶିଳ୍ପ ବିପ୍ଳବକୁ ହାତଛଡା କରିଦେଇଛି । ବିଶେଷ କରି ଉପନିବେଶବାଦ ଓ ଏହାର ପରବର୍ତ୍ତୀ ପ୍ରଭାବ ଯୋଗୁଁ ଏପରି ଘଟିଛି । ଏବେ ଯେତେବେଳେ ଆମେ ଚତୁର୍ଥ ଶିଳ୍ପ ବିପ୍ଳବ କଥା କହୁଛେ, ସେତେବେଳେ ଏକଥା ସ୍ମରଣ ରଖିବା ଉଚିତ ହେବ ଯେ, ଆଜି ପର୍ଯ୍ୟନ୍ତ, ବିଶ୍ୱ ଜନସଂଖ୍ୟାର 17 ପ୍ରତିଶତ ଅଥବା 1.3 ବିଲିଅନ ଜନସଂଖ୍ୟାଙ୍କ ନିକଟରେ ବିଜୁଳି ଶକ୍ତି ଉପଲବ୍ଧ ହୋଇପାରିନାହିଁ । ବିଜୁଳି ଯେତେବେଳେ କି ଦ୍ୱିତୀୟ ଶିଳ୍ପ ବିପ୍ଳବ ବେଳେ ପ୍ରଥମେ ଉପଲବ୍ଧ ହୋଇଥିଲା । ସେହିଭଳି, ଅଧୁନା ବିଶ୍ୱର ପ୍ରାୟ 50 ପ୍ରତିଶତ ଲୋକଙ୍କ ନିକଟରେ ଇଂଟରନେଟ ଉପଲବ୍ଧ ହୋଇନାହିଁ, ଯାହାକି ଚତୁର୍ଥ ଶିଳ୍ପ ବିପ୍ଳବର ପ୍ରମୁଖ ଅବଦାନ । ତେଣୁ ସେତେବେଳେ ଏହାର ଏକ ବିଶେଷ ଭାଗ ଜନସଂଖ୍ୟା, ଏସିଆର ଅନ୍ୟ ବିକାଶଶୀଳ ରାଷ୍ଟ୍ରଙ୍କ ପରି ଦ୍ୱତୀୟ ଓ ତୃତୀୟ ଶିଳ୍ପ ବିପ୍ଳବର ଫାଇଦାର ସୁଯୋଗ ଉଠାଇପାରିନାହାଁନ୍ତି । ମୁଁ ବିଶ୍ୱାସ କରୁଛି, ସେଇଠି ହିଁ ଏଭଳି ଆଲୋଚନାର ବିଶେଷ ଭୂମିକା ରହିଛି । ମୋର ଦୃଢ଼ ବିଶ୍ୱାସ ଏହି ଆଲୋଚନା ଆମକୁ ଶକ୍ତି ଉପଲବ୍ଧତା, ଶକ୍ତି ସକ୍ରିୟତା, ଶକ୍ତି ପୋଷଣୀୟତା ଓ ଶକ୍ତି ନିରାପତ୍ତା ହାସଲ ଦିଗରେ ସହାୟକ ହେବ ଯାହାକି ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଳ୍ପନା କରିଛନ୍ତି ।

ନୂଆଦିଲ୍ଲୀଠାରେ ଏପ୍ରିଲ 10-12, 2018 ପର୍ଯ୍ୟନ୍ତ ଆଇଇଏଫର ପରବର୍ତ୍ତୀ ମନ୍ତ୍ରୀସ୍ତରୀୟ ବୈଠକ ଆୟୋଜନ କରାଯିବ ଓ ଭାରତ ଏହି ଆୟୋଜନ କରିବ । ସଦସ୍ୟ ରାଷ୍ଟ୍ରମାନଙ୍କ ଠାରୁ ଉପଯୁକ୍ତ ପରାମର୍ଶ ପାଇ, ଆମେ ଏବେ ଏଥିପାଇଁ ଏକ ଉନ୍ନତ ଓ ସକାରାତ୍ମକ କାର୍ଯ୍ୟସୂଚୀ ପ୍ରସ୍ତୁତ କରୁଛୁ । ଖୁବଶୀଘ୍ର ମୁଁ ଆପଣମାନଙ୍କ ନିକଟକୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ ପତ୍ର ପଠାଇବି । ଇତ୍ୟବସରେ, ମୁଁ ଏହି ସୁଯୋଗରେ ଆପଣମାନଙ୍କୁ ସମସ୍ତଙ୍କୁ ନୂଆଦିଲ୍ଲୀଠାରେ ଆୟୋଜିତ ହେବାକୁ ଥିବା ବୈଠକକୁ ଆମନ୍ତ୍ରଣ ଜଣାଉଛି । ଆପଣମାନଙ୍କ ଉପସ୍ଥିତି ଏହି କାର୍ଯ୍ୟକ୍ରମକୁ ଅତି ମୂଲ୍ୟବାନ କରିବ । ନୂଆଦିଲ୍ଲୀଠାରେ ଆପଣମାନଙ୍କୁ ଭେଟିବାର ଅପେକ୍ଷାରେ ମୁଁ ରହୁଛି ।

Share in top social networks!