“ନାଟକ କାହାଣୀ ଏକ ରାତିର ସର୍କରେ ପଦେ”-

ଆଜିର ଏଇ ଅବକ୍ଷୟ ମୁଖୀ ସମାଜର ସତ୍ୟ . ଧର୍ମ. ଦୟା.କ୍ଷମା ଏସବୁକୁ ଭୁଲିଯାଇ ମଣିଷ ଆଜି ଈର୍ଷା ହିଂସା କାମନା ବାସନାର ବଶୀଭୂତ । ମଣିଷ ଆଜି ଅର୍ଥ କ୍ଷମତା ପ୍ରତିପତି ପଛରେ ଧାଇଁ ଭୁଲିଯାଇଛି ସ୍ନେହ ମୈତ୍ରୀ ଓ ଭାତୃତ୍ଵର ମାନବୀୟ ଗୁଣ । ଦୁର୍ନୀତିର ଶକୁନି ରାଜନୀତିକୁ ଆୟୁଧ କରି ଗଡାଉଛି ତାର ସ୍ଵାର୍ଥର ପଶାକାଠି । ପ୍ରତି ମୂହୁର୍ତ୍ତରେ ଧର୍ମପାଇଁ ସ୍ଵାର୍ଥ ପାଇଁ ସମାଜର ବଡଦଣ୍ଡାମାନେ ପବିତ୍ର ଭାରତ ଭୂମି ଉପରେ ସୃଷ୍ଟି କରିଚାଲିଛନ୍ତି ଅହଙ୍କାରର ମହାଭାରତ ଯୁଦ୍ଧ । ବଳିପଡୁଛି ସାଧାରଣ ଜନତା ଓ ମଣିଷ ପାଣିଆର ପବିତ୍ର ଭାବନା । ଏସବୁକୁ ଦେଖିଲାପରେ ଜାତିର ଜନକ ହୁଅନ୍ତି ମର୍ମାହତ । ଦେଶ ଓ ଜାତିର ଏ ପ୍ରକାର ପତନ ମୁଖି ଦୃଷ୍ଟାନ୍ତ ତାଙ୍କ ଆଖିରୁ ଝରାଇ ଆଣେ ଲୁହର ଧାର । ଦେଶ ସ୍ଵାଧୀନ ହେବାର ୬୬ ବର୍ଷ ବିତିଯାଇଥିଲେ ମଧ୍ୟ ସେଇ ମହାମାନବଙ୍କ କଳ୍ପିତ ସ୍ଵପ୍ନର ରାମରାଜ୍ୟ କଣ ପ୍ରତିଷ୍ଠା ହୋଇପାରିଛି ?ଆଜିର ସମାଜରେ ନାରୀଟିଏ କଣ ସୁରକ୍ଷିତ ?ଜାତୀୟତାର ବୋଧ କଣ ସମସ୍ତଙ୍କ ମନରେ ସୃଷ୍ଟି ହୋଇପାରିଛି ?ସମସ୍ତେ କଣ ମନେରଖି ପାରିଛନ୍ତି ବିଶ୍ଵଗୁରୁ ଶ୍ରୀ ରବୀନ୍ଦ୍ରନାଥ ଟାଗୋରଙ୍କର ରଚିତ ସେହି ଦେଶ ପ୍ରୀତିର ଅମୃତ ସଂଗୀତ ଯାହା ଆମ ଦେଶ ଓ ଜାତି ପାଇଁ ଜାତୀୟ ସଂଗୀତର ମାନ୍ୟତା ରଖେ । ଏସବୁ ପ୍ରଶ୍ନର ଉତ୍ତର ପାଇଁ ଆସନ୍ତୁ ଦେଖିବା ଦେଶ ପ୍ରୀତିର ଏକ ଭିନ୍ନ ସ୍ଵାଦର ନାଟକ
“କାହାଣୀ ଏକ ରାତିର” । ନାଟକର ବିଭିନ୍ନ ଚରିତ୍ରରେ –ବଟକୃଷ୍ଣ,ବୈକୁଣ୍ଠ,ହରପ୍ରସାଦ,କେଦାରନାଥ,ଗୋବିନ୍ଦ,ସୌମ୍ୟରଞ୍ଜନ ଅନୁଜ,ସତ୍ୟମ ଓ ମନୀଷା । ଆଲୋକ ଓ ଶବ୍ଦ-ରବୀନ୍ଦ୍ର ମଣ୍ଡପ,ଓଡିଶା ସରକାର
ପୋଷାକ –ଜନତା ଚିତ୍ରାଳୟ
ବେଶ-ବାଞ୍ଛାନିଧି ପଟ୍ଟନାୟକ
ସଂଗୀତ –ପ୍ରତାପ ଓ ବିନୟ
କଣ୍ଠ –ବିନୟ
ରଚନା-ଶ୍ରୀ ସନ୍ତୋଷ କୁମାର ମହାନ୍ତି
ନିର୍ଦ୍ଦେଶନା-ଶ୍ରୀ ଧନେଶ୍ଵର ସାହୁ
ସଂଯୋଜନା-ଶ୍ରୀ ନୃସିଂହ ପ୍ରସାଦ ଦାଶ
ପ୍ରଯୋଜନା-ଯଦୁମଣି ଦାଶ ମେମୋରିଆଲ ଫାଉଣ୍ଡେସନ୍

Share in top social networks!

କାଲି ପରି ଆଜି

କବି ପ୍ରକାଶ ରଞ୍ଜନ ପରିଡା

କାଲି ପରି ଆଜି
ପଢିପାରୁଛ ତ ମୋ ଆଖିର ଭାଷା
ଆଖିତଳ କଲାଦାଗ କଥା,
ଆଉ ଛାତି ତଳ ଯନ୍ତ୍ରଣା ର ବ୍ୟଥା
କେଜାଣି ତୁମେ ତ କାଲି ପରି ଆଜି ବି ଅବୁଝା ।

ଆଜି କାଲି ତୁମର ମନେପଡେ କି ନାହିଁ
ତୁମ ମୋ ଚୋରାପ୍ରୀତି କଥା,
ହସ ଲାଗେନା…ମତେ ବି ଲାଗେ…
ଯଦିଓ ସେ ବୟସେ ଢେରବେଶୀ
ଲୁହ ନିଗିଡିଛି ତୁମ ପାଇଁ ।

ଏତେ ଟିକେ କଥାରେ କେତେଜଣ ଥାଏ
ସେଇ ନିର୍ଦ୍ଧିଷ୍ଟ ବୟସେ ବୁଝିହୁଏ ସିନା
ପରେ ଅବାନ୍ତର ଲାଗେ ।

ଏତେ ବର୍ଷରେ ଦେଖା
ହଁ ନାରେ ଉତ୍ତର ବାଢୁଛ ମୋର ତମାମ୍ ପ୍ରଶ୍ନର,
ବିଗତ ଦିନରେ ତୁମର
ନୀରବତା ଢେରବେଶୀ
ବାଚାଳ କରୁଥିଲା ମତେ
ଆଜି ଠିକ୍ ସେଇ କାରଣରୁ
ବିରକ୍ତିରେ ଚୁପ୍ ହେବାକୁ ପଡେ,
ଖାଲି ଯାହା ଦୀର୍ଘ ଶ୍ଵାସ ସବୁ

ତୁମମୋ ମଝିରେ ବନ୍ଧ ବାନ୍ଧୁଥାଏ
ପ୍ରେମର ଅନୁଭବ ହିଁ ଏମିତି- ଛାତିତଳ କୋରି ହୋଇଯାଏ,
ଅସମୟେ ଆଖିରେ ବନ୍ୟା ଆସେ
ତୁମର କିଛି ହୁଏ କି ନାଁ…..

କେଜାଣି ତୁମ ଉତ୍ତର ବିହୀନ
ମୁହଁର ଭାଷା ପଡିବାର ଅଜବ୍
କୌଶଳ ମୁଁ ଭୁଲିଗଲିଣି କେବେଠୁ,
ବେଶିକିଛି ମାନେ ପଡୁନି
କିନ୍ତୁ କାଲି ପରି ଆଜି ବି
ସେଇ ମୁଗ୍ଧ ଶିହରଣ ମୋ କାୟାରେ
ଆଜି ବି ବିହ୍ଵଳିତ ତୁମ ଦେହର
ମିଠା ବାସ୍ନାରେ ॥

Share in top social networks!

ଦୁବଘାସ

grass
କବି ସରୋଜ କୁମାର ସାହୁ
ଦୁବଘାସର ଅର୍ଥ କେହି ବୁଝେନା

ମଣିଷ ସମାଜରେ ତା’ର ମୂଲ୍ୟ

କେହି ଭାବନ୍ତି ନାହିଁ ପାଦରେ ଦଳିତ

ଦ୍ରୁମଟିଏ ହେଲେବି ଈଶ୍ଵରଙ୍କ କାର୍ଯ୍ୟ

ବଞ୍ଚିତ ହୁଏ ନାହିଁ ସେହି ଦ୍ରୁମଟି

କିନ୍ତୁ ନର ଶୋଷଣ କରି ଚାଲେ

ଝଡ ଆସେ ତାହାରି ଉପର ଦେଇ

ଗତି କରି ଯାଏ ରାତି ଆସେ

ପୁଣି ସକାଳ ହୁଏ ନୂତନ ସୂର୍ଯ୍ୟ

ଆଗମନକୁ ଅପେକ୍ଷା କରେ

ତାହାରି କିରଣରେ ହସିହସି ତାକୁ

କିନ୍ତୁ ତା’ର ମନରେ ଗର୍ବର ଚିହ୍ନ

ଅହଙ୍କାରର ରୂପରେଖ ନ ଥାଇ

ସିଏ ଉଦୟମାନ ଏ ଧରା ପୃଷ୍ଠାରେ

ମାତ୍ର ବୁଝନ୍ତି ନାହିଁ କେହି ନା କବି

ନା ଲେଖକ ନା, ଏ ଜନ ସମାଜର ବଡବଡ ନେତା

ଶାନ୍ତି ନ ଥାଇ ଜୀବନଟା

ଦୁବ ଘାସ ପରି ମର୍ମାହତ ହୁଏ

ଦୁବଘାସ ହିଁ ଦୁବଘାସ ହୋଇ ରହିଯାଏ

ଶାନ୍ତିର ରୁପେଲି ପରଦାର ଚିହ୍ନ ହୋଇ

ଯାହା ଅବର୍ଣ୍ଣନୀୟ ହୋଇ ମଧ୍ୟ

ଉଙ୍କି ମରି ଉଠେ ଏହି କ୍ଷୁଦ୍ର ମନରେ ।

Share in top social networks!

“ କଥା ତ କଥା”

374101_557846237563913_1593679236_nକବି ବସନ୍ତ କୁମାର ବେହେରା

କଥା ତ କଥା

କଥା ଭିତରେ କେତେ ଯେ ନଥା

କଥା ତ କଥା

କଥାର ଅଛି କେତେ ଯେ ପ୍ରଥା । ———(1)

କଥା ତ କଥା ବାଉଳା କଥା

କଥା ତ ହୁଏନି ସମାଧାନ

ଯେତେ ଧରି କଷିଲେ କଲମ ଖାତା । ———(2)

କଥା ତ କଥା ଅଡୁଆ ସୂତା

ଯେତେ ସଜେଇଲେ ସଜେଇ ହୁଏନି

ମନରେ ଦିଏ ସେ ବ୍ୟଥା । ———–(3)

କଥା ତ କଥା ରହସ୍ୟ କଥା

ଶେଷ ହୋଇଯାଏ ଏ ସମୟ ପଛେ

ମିଳେନି ତା’ର ଆରମ୍ଭର ସଭା । —————-(4)

କଥା ତ କଥା ରଙ୍ଗିଲା କଥା

ଯୌବନରେ ବଢାଏ ଉନ୍ମାଦତା

ସୃଷ୍ଟି କରେ କେତେ ପ୍ରେମ କବିତା । —————-(5)

କଥା ତ କଥା ଫାଲତୁ କଥା

ସାଙ୍ଗ ସାଥି ବେଳେ ତା’ର ଭାରି ଚାହିଦା

ମଝିରେ ମଝିରେ ପଶି ତାକୁ ଏମିତି ଘାଣ୍ଟୁଥା । ———–(6)

କଥା ତ କଥା କୁନା କୁନି କଥା

ପଦେ କଥା ଶୁଣିବା ପାଇଁ

ଢାଳି ଦେଇ ଆମେ ସବୁ ସ୍ନେହ ମମତା । ————-(7)

କଥା ତ କଥା ମିଠା କଥା

ଯେତେ ବାଣ୍ଟିଲେ ବି କମେ ନାହିଁ

ବଢିଚାଲେ ତା’ର ମଧୁରତା । ————–(8)

କଥା ତ କଥା ବେଙ୍ଗୁଲୀ କଥା

ନିଜର ପଛେ କେତେ ଅସୁବିଧା

ଅନ୍ୟକୁ ଉପହାସ କରୁଥା । —————-(9)

କଥା ତ କଥା ଶୁଆ –ଶାରୀ କଥା

ଛୁପିଛୁପି କାନ ଡେରି ଶୁଣୁଥା

ବିପଦ ନ ଆଶୁଣୁ ନିଜ ସୁବିଧା ନିଜେ କରିଥା । ———–(10)

କଥା ତ କଥା ଟୁଆଁ ଟୁଇଁ କଥା

ଗଣ୍ଠିଲି ରୁ ପେଟେ ପରେ ଗୋଟେ

ମଉକା ଦେଖି ଗଣ୍ଠି ଫିଟାଉଥା

ବୁଦ୍ଧିମାର ପାକୁଆ ପାଟିକୁ

ପାନଖିଆ ସେ ନାଲିଆ ଓଠରୁ

ଆମ ପୂର୍ବ ଗୌରବଙ୍କ କାହାଣୀ ଝରାଉଥା । ————-(11)

କଥାରେ ତ ଯେ ଜାଣିଛି ଚତୁରତା

ହେଉ ସେ ଓକିଲ, ନକଲ, ଶିକ୍ଷକ , ସାମ୍ପଦିକତା

ଅବା ନେତା, ଅଭିନେତା, ସାଧାରଣ ପ୍ରତିଯୋଗୀତା

ତାଙ୍କୁ ତ ମାନନ୍ତି ଏ ଜନତା । ————(12)

କଥା ତ କଥା ଗୁରୁଜନଙ୍କ କଥା

ମାନି ମାନି ଚଳୁଥା

ବିଚ୍ୟୁତ ହେଲେ ସେଥିରୁ ବାବୁ

ଜୀବନ ହେବ ଅସ୍ଥିରତା । ————(13)

କଥା ତ କଥା ଅସଲ କଥା

ସତ୍ୟ କଥା ସହଜ ଭାରି

ମିଥ୍ୟା କଥା ଯେ ବୋଝରେ ବୋଝ ଭାରି

ସତ ର ଫଳ ଭାରି ମିଠା

ମିଛ ଧରାପଡିଲେ କପାଳ ଫଟା

ମିଥ୍ୟା କେବେଲୁଚି ରହେନା

ଯେତେ କାଲେ ଯେ ଯୋଜନା

ସତ୍ୟର ଯିଏ କରିଛି ସାମନା

ସେ କେବେ କେଉଁଠି ହାରେନା । —————–(14)

କଥା ତ କଥା ଏ କି କଥା

ମୁଁ ଯଦି ସାରିଦେବି ସବୁ କଥା

ତୁମର ତ କାଫି ଯୋଗ୍ୟତା

ନୂଆନୂଆ କଥା ପଢୁଥା

ପୁରୁଣା କଥାକୁ ମନେପକାଉଥା । ——————–(15)

କହୁଥିଲେ ତ ସରିବ ନାହିଁ ଏ ମୋର ଭଉଣୀ ଭାଇ

ଏ କଥାର କେତେ ଯେ ଗାଥା ଆଉ ପ୍ରଥା

ଭିନ୍ନ ଯଦି ଅଛି କିଛି କଥା

ଗୋଟି ଗୋଟି କରି ସଜାଡି ଯୋଡୁଥା । ——–(16)

Share in top social networks!

ପରିବର୍ତ୍ତନ

374101_557846237563913_1593679236_nକବି ବସନ୍ତ କୁମାର ବେହେରା

ବୁଡିରହିଥିବା କେତେ ଦିନ ?

ଏ ମନୋରଞ୍ଜନ ର ଦୁନିଆ ଭିତରେ

ଅଜ୍ଞାନ ହୋଇ କେତେ ଦିନ

ଅସହାୟ ହୋଇ ନିଜକୁ ଭସାଉଥିବା

ଏ ଜୀବନ ଯମୁନାରେ -1

ଚେଇଁ ଶୋଇଥିବ ଆଊ କେତେ ଦିନ ?

ଧୀର,ସ୍ଥିର ସରଳ ନିରବ ହୋଇ

ଦୁର୍ନୀତିର ପରିସରକୁ ସମର୍ଥନ କରି

କେତେ ଦିନ ଏ ସଂରାମକୁ

ସୀମିତ ରହିବ ବାଟ ଯୁଦ୍ଧର ପରିଧି ଭିତରେ

ଭାଗ୍ୟକୁ ଦ୍ଵାହି ଦେଇ କେତେ ଦିନ

ପହଁରିବ ଏ ଅନ୍ୟାୟ, ଅନିତି ର ସାଗର ର ଢେଉରେ -2

ହେ ମୋର ପ୍ରିୟ ସାଥିମାନେ

ତୁମେ ଏକା ନାହଁ ଏ ବିଶାଳ ବିଶ୍ଵ ରେ

ଥରେ ତ ଚେଷ୍ଟା କର

ସ୍ଵରରେ ସ୍ଵର ମିଳାଅ

ପାଦରେ ପାଦ ମିଶାଅ ,

ତୁମେ ମାନେ ହିଁ ଚାହିଁଲେ

ବସନ୍ତର ଲହରୀ ବୋହିବ ସବୁ ଋତୁରେ

ସନ୍ତୋଷର ବାତାବରଣ ଖେଳିବ ଚର୍ତ୍ତୁପାର୍ଶ୍ଵରେ

ନିଜ ମନ ଆଉ ବିବେକ କୁ ଜାଗ୍ରତ କର

ଆମେ ହିଁ ପୁରା କରିବା

ବାପୁଙ୍କ ସେହି ସ୍ଵପ୍ନ ରାମରାଜ୍ୟର –

ସୃଷ୍ଟି କରିପାରିବା ସମ୍ଭାବନା ପରିବର୍ତ୍ତନର – 3

ସୂରୁଜ ଉଦୟ ହେବ

ଏକ ନୂଆ ସକାଳର

ହୃଦୟର ସ୍ପନ୍ଦନ ବହେ

ନୁହେଁ ଆଉ ବେଶି ଦୂର

ଦୀପଟେ ହେଲେ ବି ଆମେ ଛୋଟ

ଦେଖାଇବା ସମସ୍ତଙ୍କୁ ଅନ୍ଧାରରେ ବାଟ -4

ବିଭୁତ୍ତି ଏ ସତ୍ୟ, ନ୍ୟାୟ,ଧନ ଓ ଶାନ୍ତି ଓ ସଦ ଭାବନାର – ।

ଶିଶିର ପରି ଛିଞ୍ଚିଯିବା ପ୍ରଗତି ପଥରେ

ପ୍ରକାଶ କରିବା ନିଜକୁ ଏ ସମାଜର ବିକାଶରେ

ଅନ୍ୟାୟ , ଅନିତି , ହିଂସା ଓ ଦୁର୍ନୀତିର ବିରୋଧରେ

ବିଜୟ ନିଶ୍ଚିତ ଆମର ଏଇ ସଂଗ୍ରାମରେ

କାହିଁ କାଲି କେତେ ସହିବ ଏ ପୀଡାରେ

ଆସ ଆଜି ହିଁ କରିବା

ଅବସାନ ସେ ଅପେକ୍ଷାର –

ସମସ୍ତେ ଅଂଶୀଦାର ହେବା ସେ ସ୍ଵଚ୍ଛ ପରିବର୍ତ୍ତନରେ -5

Share in top social networks!

ଉତ୍କଳିୟ ଅନୁଚିନ୍ତା

1.Ashit Swain walking on to the higher side of a nunatak near the polar ice sheet, Antarctica.

କବି ଅସିତ କୁମାର ସ୍ବାଇଁ

ଡାକ ଦେଲେ ମଧୁବାବୁ, ଉଠି ଆସି କହିବାକୁ
ପୁଣି ଥରେ ମନେ ପଡୁ, ଜାଗି ଉଠୁ ଶିହରଣ,
ଅତୀତର ଗ ଉରବ, ସାଂସ୍କୃତିକ ପରମ୍ପରା,
ଖେଳିଯାଉ ଦେହେ ଆଜି, ପ୍ରତି କଣ-ଅନୁକଣ

ସୁବିଦିତ ବିଶ୍ବେ ଆଜି, ଶ୍ରୀମନ୍ଦିର ସ୍ବତନ୍ତ୍ରତା,
ଚାରିଭାଇ ଭ ଉଣୀର ଅରଚନା ପୂଜାପାଠ
ସାଧାରଣ ନରପରି ମାଉସୀର ଘରେ ଯାଇ
ଏପରିକା ଭଗବାନ କରେ ଯିଏ ବସ ଉଠ

କୋଣାରକ ଗାଥାଗାଇ ଆଶଚର୍ଯ୍ୟ ହେଇକରି
ଦରଶକ ଦେଖୁଥାଏ ଚାରୁକଳା -କାରିଗରୀ
ବାଲୁକଳା ପ୍ରତିଷ୍ଠିତ ଆଜି ବିଶ୍ବ ଦରବାରେ
ଦେଖୁନାହଁ କାହିଁ ପାଇଁ ବରପୁତ୍ର ବାହାଦୂରୀ

ଦକ୍ଷିଣ ମେରୁରେ ଆମେ, ଉତ୍ତରରେ ମଧ୍ୟ ଆମେ,
ଏଭରେଷ୍ଟ୍ ରେ ବିଜୟୀ, ବିଦେଶରେ ବି ଓଡିଶୀ,
ଆଣ୍ଟାର୍କଟିକାର ବରଫ, ସେଥିରେ ବି ରଥଯାତ,
ଶୁଣିକରି, ପଢିକରି, ଗର୍ବିତ ମୋ ରାଜ୍ୟବାସୀ,

ଓଡିଶୀର ଜନ୍ମଭୂମି, ଗୋଟିପୁଅ, ଦଣ୍ଡନାଟ,
ଘଣ୍ଟପାଟୁଆ, ଘୁମୁର, ଦାସକାଠିଆ, କଣ୍ଢେଇ,
କେଳାକେଳୁଣୀ, ଝୁମର, ଚ ଇତି ଘୋଡା ଓ ଚାଙ୍ଗୁ,
ଧନୁଯାତ୍ରା ଆଉ ଖ୍ୟାତ କର୍ମ, ପାଲା, ଡାଲ୍ ଖାଇ

ପୂର୍ବ ଦିଗେ ସାଗରର ଅଗଭୀର ଜଳରାଶି
ଦକ୍ଷିଣରେ ଗଞ୍ଜାମର ଗ ଉରବମୟ ସ୍ଥିତି
କୋରାପୁଟ ଆଦିବାସୀ, କଳାହାଣ୍ଡିର ଜଙ୍ଗଲ
ବଲାଙ୍ଗୀର ତପଭୂମି ସମ୍ବଲପୁ ରଙ୍ଗବତୀ

ଶିଳ୍ପରେ ସୁନ୍ଦରଗଡ, ଖଣିକାର୍ଯ୍ୟେ କେନ୍ଦୁଝର,
କଟକର ଇତିହାସ, ପୁରୀ ଜିଲ୍ଲା ଶ୍ରୀମନ୍ଦିର,
ମୟୁରଭଞ୍ଜର ବାଘ, ବାଲେଶ୍ବର କ୍ଷେପଣାସ୍ତ୍ର
ଢେଙ୍କାନାଳ ବରା ସହ, ଫୁଲବାଣୀର କାକର

ସଗୌରବେ ହେ ସନ୍ତାନ! ପୁଣିଥରେ ଜାଗିଉଠ
ଆଜିଠାରୁ କରିପଣ ଓଡିଆର ନାଁ ରଖିବା
ନିଜ ଜନ୍ମ ମାଟି ପାଇଁ ଉଚ୍ଚକର୍ମ କରିଯିବା
ଓଡିଶାକୁ ବିଶ୍ବଦାଣ୍ଡେ, ପ୍ରତିଷ୍ଠିତ କରାଇବା

Share in top social networks!

ରଙ୍ଗବତୀ ଦଳ

କବି- ଦୀପ୍ତି ରଞ୍ଜନ ମାର୍ଥା

ମନ୍ତ୍ରୀ ଏ ଯହିଁ ଚାକର ବାକର

ବିନା କାରଣରେ

ହଠାତ ବଳି ପଡନ୍ତି ବଳି;
4
ଅଫିସର ଯହିଁ ମହାବଳ ବାଘ

ଜନପ୍ରତିନିଧି ଛେଳି।

ଦଳଟି କମ୍ପାନି ଭଳି,

ଧନ୍ୟ ଷେଣ୍ଢଛୁଆ – କାମ ଆଉ

ଚାଲି ପୁରା ରଙ୍ଗବତୀ ପରି

Share in top social networks!

କବି ପଣ

320066_138732892887885_7822018_n
କବି ପଣ ଯୋଦି ଦେଖାଇବା ପାଇଁ
ଲେଖୁଅଛ ବାଜେ କବିତା.
ଫୁଲତୋଡା ନୁହେଁ ଫୁଲକୋବି ଦେଇ
ସମାଜ ଦେବ ମାନ୍ୟତା..
ଶୁଣିବ ସବୁରି ତୁଣ୍ଡରୁ
କବି କହିବେନି ….. ଗଧ କହିବେ..
ଅଳିଆ ଲେଖୁଛି ଘରର ସମସ୍ୟା..
ମନଛୁଆଁ ଲେଖା, ସ୍ବର ଓ ମଧୁର
ଶ୍ରୁତିକୁ ଲାଗିବ ସୁନ୍ଦର
ସବୁ ବାଜେ ଲେଖା ନୁହେଁ କବିତା
ଜ୍ଞାନି ଗୁଣିଜନ କହିବେ
କବି ଟେ ଲେଖୁଚି କବିତା……………..

ଶ୍ରୀମନ୍ତ

Share in top social networks!

ନପୁଂସକ

କବି ଅସିତ କୁମାର ସ୍ଵାଇଁ
ଆଖି ମୋର ଲୁହଭରା,
ଦେଖି ଏହି ପରମ୍ପରା,
ମନ ମୋର କଳୁଷିତ,
ଦେହ ମୋର ଜର୍ଜରିତ,
diary
ଅନ୍ୟ ଦୁଃଖେ ନିଜ ସୁଖ,
ଅନ୍ୟ ସୁଖେ ମନ ଦୁଃଖ
କାହାକୁ କହିବି ଦୁଃଖ,
ସଭିଏଁ ଖୋଜନ୍ତି ସୁଖ,

ଭିନ୍ନଭିନ୍ନ ସଂଗ୍ୟାଁ ନେଇ
ଭାରି ଭଲ ସୁଖ ପାଇଁ
ସ୍ବାର୍ଥପର ଦୁନିଆରେ
ମରିପାରେ ମାରିପାରେ

ହିତାହିତ ଗ୍ୟାଁନ ଭୁଲି
ବଳାତ୍କାର ହୁଏ ଦିଲ୍ଲୀ
କ୍ଷଣ-ସୁଖ ପାଇଁ କାଲି
ଗଲା ଏକ ପ୍ରାଣ ଚାଲି
କାମ କ୍ରୋଧ ହିଂସା ଦ୍ବେଷ
ଲୋକଟିଏ ହୋଇ ବଶ
ରାଜରାସ୍ତା ବଳାତ୍କାର
ଆଜି ନୁହେଁ ଚମତ୍କାର

ଅଶ୍ରୁଳ ମୋ ଶ୍ରଦ୍ଧାଞ୍ଜଳି
ବୃଥା ନାହିଁ ତୁମ ବଳି
ଧିତ୍କାର ମୋ ପୁରୁଷତ୍ବ
ଯଦି ଭୁଲେ ମନୁଷ୍ୟତ୍ବ

ଯଦି ହୁଏ ସୁବିଚାର
ପ୍ରଶାସନ ବି ତତ୍ପର
ଧରିନେଇ ସେ କାମୁକ
କରାଇବେ ନପୁଂସକ

ଜାଗି ଉଠ ଦେଶବାସୀ
ପଣ ନେବା ହସି ଖୁସି
ଅତ୍ୟାଚାର ସଜା ହେଲା
କାମୁକରୁ ନପୁଂସକ

Share in top social networks!

My Dear Braveheart

homagee
I am in deep and intense pain,
a very personal one,
but want to share with you, my dear braveheart
What happened to you on 16 Dec, was to scare
All women on the Street
You awakened our deep sleep
Compassion and Demand for Justice
Came out of our outrage
Without Your knowledge
With your pain and struggle to survive
… You became a symbol of our age old struggle
Against a failing and sleeping system
We continued to pray for your wellbeing
Your organs failed you, all of us and the humanity
We are ashamed…
We all are responsible for your untimely, tragic death
For me you are a martyr who died for the cause of gender equality
Your death has brought anger, outrage, tears and compassion
May it bring sensitivity in society, in police, in policy and in men
Hope no one is raped ever

By Kamala Kanta Dash

Share in top social networks!