ଦ୍ୱିତୀୟ ଚନ୍ଦ୍ରଭାଗା କବିତା ମହୋତ୍ସବ ଉଦ୍ୟାପିତ

chandrabhagafestସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ତଥା କେତେକ କବି ଓ କବିତାପ୍ରେମୀଙ୍କ ସମ୍ମିଳିତ ଉଦ୍ୟମରେ ଦ୍ୱିତୀୟ ଚନ୍ଦ୍ରଭାଗା କବିତା ମହୋତ୍ସବ ଗତ ୯ ଓ ୧୦ ଜାନୁଆରୀରେ କୋଣାର୍କ ଯାତ୍ରୀ ନିବାସରେ ଅନୁଷ୍ଠିତ ହୋଇଯାଇଛି ।
ଏହି ମହୋତ୍ସବକୁ ଉଦ୍ଘାଟନ କରି ବିଶିଷ୍ଟ ଭାଷାବିତ୍ ତଥା ପଦ୍ମଶ୍ରୀ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ
କହିଥିଲେ ଯେ କବିତା ସୃଜନ ହେଉଛି ଶବ୍ଦକୁ ସଂଯୋଜନା କରି ଅର୍ଥପୂର୍ଣ୍ଣ ଢଙ୍ଗରେ ଆବେଗ ଓ ଭାବକୁ
ପରିପ୍ରକାଶ କରିବାର କଳା । ଉତ୍ସବର ଅନ୍ୟତମ ଅତିଥି ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଇଂରାଜୀ ପ୍ରଧ୍ୟାପିକା
ସୁକ୍ରିତା ପଲ୍ କୁମାର ଭାରତୀୟ କବିତା ଉପରେ ଆଲୋକପାତ କରିବା ସହିତ କବିତା ଲିଖନର ପ୍ରକ୍ରିୟା
ସଂପର୍କରେ ନିଜର ବକ୍ତବ୍ୟ ରଖିଥିଲେ । ବରିଷ୍ଠ ପ୍ରାଧ୍ୟାପକ ତଥା ଚନ୍ଦ୍ରଭାଗା କବିତା ମହୋତ୍ସବ କମିଟିର
ସଭାପତି ଶ୍ରୀ ମନୋରଂଜନ ମହାନ୍ତି ଏଭଳି ଏକ ଉତ୍ସବ ଆୟୋଜନର ପ୍ରାସଙ୍ଗିକତା ଓ ଆବଶ୍ୟକତା ଉପରେ
ଗୁରୁତ୍ୱ ପ୍ରଦାନ କରିଥିଲେ ।
ଏହି ମହୋତ୍ସବର ବିଭିନ୍ନ ଅଧିବେଶନରେ ପୃଥିବୀର ବିଭିନ୍ନ ପ୍ରାନ୍ତରୁ କବିମାନଙ୍କ କବିତା ପଠନ
କରାଯାଇଥିବା ବେଳେ ବିଶିଷ୍ଟ କବି ଜୟନ୍ତ ମହାପାତ୍ର ଓ ସୁଦୀପ୍ ସେନ ମଧ୍ୟ ନିଜର କବିତା ପଠନ
କରିଥିଲେ । ନାରୀବାଦ ତଥା ପ୍ରତିରୋଧ, ଶାନ୍ତି ଓ ମୁକ୍ତିଭିତ୍ତିକ କବିତାମାନ ପଠନ କରାଯାଇଥିବା ବେଳେ
କବି ସମରେନ୍ଦ୍ର ନାୟକ ଓ ପଙ୍କଜ ସିଂହଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । କବିତାର ଧାରାରେ
ନୂତନ ପିଢ଼ିକୁ ସାମିଲ କରିବା ପାଇଁ ଉଦ୍ଧିଷ୍ଟ ଯୁବ ଓ କିଶୋର ଅଧିବେଶନରେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ
ସମେତ ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ କବିତା ପଠନ କରିଥିଲେ । ଏହି ଅବସରରେ କବି ସୁଦୀପ୍
ସେନଙ୍କ ପୁସ୍ତକ ‘ଏରୋଟେକ୍ସଟ୍’ କବି ଜୟନ୍ତ ମହାପାତ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଅନ୍ୟମାନଙ୍କ
ମଧ୍ୟରେ ଏହି ମହୋତ୍ସବରେ ବାସୁଦେବ ସୁନାନୀ, ଆଶୁତୋଷ ପରିଡ଼ା, ବିଜୟ ଉପାଧ୍ୟାୟ, ଚିରଶ୍ରୀ ଇନ୍ଦ୍ରସିଂ,
ଅପର୍ଣ୍ଣା ମହାନ୍ତି, କନକଲତା ମହାକୁଡ଼, ରାଧାରାଣୀ ମହାପାତ୍ର, ଶୈଳଜ ରବି ପ୍ରମୁଖ ଉପସ୍ଥିତ ଥିଲେ ଓ
ଚନ୍ଦ୍ରଭାଗା କବିତା ମହୋତ୍ସବ କମିଟିର ଆବାହକ ପ୍ରଧ୍ୟାପକ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ
ଏହା ଅନୁଷ୍ଠିତ ହୋଇଥିଲା ।

Share in top social networks!

ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ…!!!

10599133_572549899520881_4633636032431750197_n

ହାତରେ ଛେରା ପହଁରା ଯତନେ ଧରି
ଭାଙ୍କୁଭର୍‌ ଖରା ମୋର ଦେହରେ ଢାଳି,
ହରେ କୃଷ୍ଣ ହରେ ରାମ ତୁଣ୍ଡରେ ବୋଲି
ରଥ ସାଥେ ସାଥେ ଜଗନ୍ନାଥ ତୋହରି;

ଜଗନ୍ନାଥ ଜଗତର ତୁହି ଠାକୁର
ତୋତେ ତେର ନଈ କ’ଣ ସାତ ସମୁଦ୍ର,
ଅନ୍ନ ଛୁଇଁଲେ ନୈବେଦ୍ୟ ଜଳ ନରେନ୍ଦ୍ର
ବିରାଜିଲେ ବୈକୁଣ୍ଠ ଯେ ସବୁ ସୁନ୍ଦର;

ଘଣ୍ଟ ମୃଦଙ୍ଗ କାହାଳି ଯେ କରତାଳ
ପହଣ୍ଡି ବିଜେ ଅପୂର୍ବ ଜଗାରେ ତୋର
ଗୋରା କଳା ସବର୍ଣ୍ଣ ଦେଶୀ ବିଦେଶୀ
ଶତ୍ରୁ ମିତ୍ର ବନ୍ଧୁ ସବୁ ହୈତେଷୀ;

ସଭିଏଁ ଆନନ୍ଦ ସଭିଏଁ ବାଇ
ସାଙ୍ଗେ ଧରି ତୁ ଉଭା ଭଉଣୀ ଭାଇ,
ହରିବୋଲ ଧ୍ୱନିରେ କମ୍ପେ ବ୍ରହ୍ମାଣ୍ଡ
ଷ୍ଟାନ୍‌ଲୀ ପାର୍କ ହୋଇଲା ଯେ ବଡ଼ଦାଣ୍ଡ;

ଯୁଆଡ଼େ ଧାଇଁଲି ତୋତେ ପାଇଲି
ଜଗନ୍ନାଥ କିଆଁ ତେବେ ବୁଝିଲି,
ଏଡ଼ିକି ନାଟୁଆ, ଏଡ଼େ ହାଟୁଆ
କଳା କାଳିଆର କେଡ଼େ କିମିଆ;

ସାଥେ ସାଥେ ମୋ ସାଥେ ରହିଥା ହୃଦେ
ରହିଥାଉରେ ଧ୍ୟାନ ତୋ ପଦ୍ମପାଦେ,
ଶ୍ରୀରଙ୍ଗା ଅଧର କଳା ମୋ ଧନ
ଆଶୀଷ ରହୁ ତୋର,ମୋର ଏ ଧ୍ୟାନ;

Share in top social networks!

ମୋ କବିତା…!!! ଅନ୍ତିମ ଇଚ୍ଛା…!!!

205455_436880339737036_1986983070_n
ମାଟିମଟାଳରେ ମିଶନ୍ତା କଙ୍କାଳ
ନିଜେ ମାଟି ହୋଇଯାନ୍ତି,
ଅଙ୍ଗେ ବୀଜଧରି ଦିଅନ୍ତି ଅଙ୍କୁରୀ
ଦିଗନ୍ତ ବିସ୍ତରୀ ଥାନ୍ତି ।

ମୋ ଅଙ୍ଗକୁ ଭେଦି ଶାଖା ଓ ପ୍ରଶାଖା
ଉର୍ଦ୍ଧ୍ୱକୁ ବିକଶି ଯାନ୍ତେ,
ମୋ ବକ୍ଷ ବୃକ୍ଷରେ ପ୍ରାଣୀ ଓ ଉଦ୍ଭିଦ
ଆମୋଦରେ ବଞ୍ଚୁଥାନ୍ତେ ।

ମୃତ୍ୟୁ ମୋ ସଫଳ ଏମିତି ହୁଅନ୍ତା
ସର୍ବେ ସେବୁ ଥାନ୍ତି ନିତ୍ୟ,
ଜୀବନ ନୁହଇ ମରଣ ବି ମୋର
ଜଗତେ ହୁଅନ୍ତା ସତ୍ୟ ।

ରଚନା : ୧୨ ମଇ ୨୦୧୨
ଜୟ ଓଡ଼ିଆ…ଜୟ ଓଡ଼ିଶା…ଜୟ ଜଗନ୍ନାଥ…!!!

ପ୍ରଶାନ୍ତ କୁମାର ଭୂୟାଁ,
ଟରୋଣ୍ଟୋ, କାନାଡ଼ା,
ଜନ୍ମସ୍ଥାନ – ବଡ଼ଦାଣ୍ଡ, ଜଗନ୍ନାଥ ପ୍ରସାଦ, ଗଞ୍ଜାମ

Share in top social networks!

ଅନ୍ତ୍ୟବର୍ଣ୍ଣ…!!!

10320498_528791810563357_632178297173600850_n

ଅନ୍ତ୍ୟବର୍ଣ୍ଣ…!!!

ପ୍ରଖର ନିଦାଘ ପ୍ରାୟେ ଜୀବନର ଦାଣ୍ଡ
ପ୍ରଳୟର ବହ୍ନି ଆଉ ହୁତାଶନ ଦଣ୍ଡ।

ଜଳିଜଳି ଜଳି ଯାଏ ଜୀବନ ପ୍ରଦୀପ
ସନ୍ତାପ ବେଦନା ଆଉ ଯେତେ ଅନୁତାପ।

ତା ମଧ୍ୟରେ ଜଳୁଥାଏ ଅକୁହା ସରାଗ
ଜଳିଜଳି ଜଳି ଯାଏ ପ୍ରୀତି ଅନୁରାଗ।

ନେପଥ୍ୟରୁ କୋଳାହଳ ଅହରହ ଶୁଭେ
ଭାଇ ଭଉଣୀର ଡାକ ପ୍ରାୟେକ ହିଁ ଭାବେ।

ଆଗକୁ ନଥାଏ ମୋର ପଛରେ ନା କେହି
ବୃଥାରେ ସାରା ଜୀବନ ଖୋଜିବୁଲି ମୁହିଁ।

ଶେଷରେ ମିଳନ ହେଲା ତୋ ସାଙ୍ଗରେ ମୃତ୍ୟୁ
ଚିରନିଦ୍ରା ସର୍ବଶାନ୍ତି ଜୀବନ କି ଶତ୍ରୁ।

ମାୟା ମୋହ କପଟରେ ସର୍ବହରା ହେଲି
ତୋତେ ପାଇରେ ମରଣ ଭୋଗ ପ୍ରାପ୍ତି କଲି।

କେତେ ପାଶେ ଥିଲୁ ମୋର ନପାରିଲି ଦେଖି
ଏଇ ଟିକକ ଜ୍ଞାନକୁ ମଣିଷ ନଶିଖି।

ସୁଖରେ ମିଳଇ ମୃତ୍ୟୁ ଦୁଃଖରେ ବି ମୃତ୍ୟୁ
ଯୌବନରେ ମୃତ୍ୟୁ ରହେ ଜରାରେ ବି ମୃତ୍ୟୁ।

ନିର୍ଦ୍ଧନେ ନୁହଇ ଆନ ଧନରେ ବି ସେହି
ରଜାକୁ ନଛାଡେ ବାବୁ ରଙ୍କରେ ବି ନେଇ।

ମରଣ ନିଚ୍ଛକ ସତ୍ୟ ମରଣେ ହିଁ ମୁକ୍ତି
ଜୀବନରେ ଧରିଚାଲ ସୁଖ ଶାନ୍ତି ପ୍ରୀତି।

ଯଦିରେ ମରଣ ଅଟେ ଏକମାତ୍ର ତୀର୍ଥ
ଜୀବନେ କରିଯା କିଛି ନହେବରେ ବ୍ୟର୍ଥ।

Share in top social networks!

ନବ ବର୍ଷ (ଅସିତ କୁମାର ସ୍ଵାଇଁ )

ନବବର୍ଷରେ ନବ ଆଶାର ନବ ସଂଚାର ନେଇ
ନବଜାଗୃତି ନବ ସଂଭାର ନବ ପ୍ରଚେଷ୍ଟା ଦେଇ
ନବ ପ୍ରତିଷ୍ଠା ନବ ପ୍ରତିଜ୍ଞା ନବକର୍ତ୍ତବ୍ୟ ମୁହଁ
ନବ ପୁଲକେ ଅଭିନନ୍ଦନ ନବକାମନା ସହ
ନବ ଯୌବନ ନବଦର୍ଶନ ନବଗାଥାକୁ କହି
ନବ ଉତ୍ସାହ ନବଧର୍ମର ନବ ବାର୍ତ୍ତାକୁ ବହି
ନବ କଳିଙ୍ଗ ନବଉତ୍କଳ ନବ ଓଡିଶା ମୋର
ନବ ଆଲୋକେ ନବଭାରତେ ସ୍ଵାଗତ କର ।

Share in top social networks!

ମିଛ

ଲଗେଇଛି ଯେ ଏ ଗଛ
ଖାଇଛି ଯେ ତା’ର ଫଳ
ଯିଏ ଯାହା ବାଛୁଛ ବାଛ
ତା’ଠାରୁ ନାହିଁ କିଏ ଭଲ ।
କରି ଜାଣିଛି ଯେ ଖରଚ
ସେ ସଞ୍ଚୟ କାହିଁ କରିବ
ଅନ୍ଧାରରେ ଯେ ତୁମେ ଚାଷ କରୁଚ
ଆଲୋକ କାହିଁ ଦେଖିବ ।
ନୂଆ ନୂଆ ଭାରି ଲାଗିବା ମଜା
ବିନା ଶ୍ରମରେ ମଞ୍ଜିରୁ ହୋଇଯିବ ଗଜା
ତାକୁ ଘୋଡାଇବାକୁ କେତେ ବାହାନା ଖୋଜା
ପର ପାଇଁ ଗାତ ଖୋଳୁ ଖୋଳୁ ନିଜେ ପାଇବ ସଜା ।
ମିଥ୍ୟାରେ ଆଡୁଆଳେ, ସତ କି ଲୁଚି ରହିବ
ଆଜି ନ ହେଲେ କାଲି, ସେ ସତ ପ୍ରକାଶ ପାଇବ
ହେ ମୋର ସାଥିମାନେ ନିଜକୁ ଟିକେ ସୁଧାରିବ
ନ ହେଲେ ତୁମ ମଧୁର ବଚନ ମିଥ୍ୟା ବୋଲାଇବ ।
କେତେ ନେବ ଏ ମିଥ୍ୟାର ଆଶ୍ରୟ
ଲୁଚି ରହିବ କାହିଁ, ମନରେ ରଖି ଭୟ
ନିଜର ହେଉଛି ଯେଉଁ ସମ୍ମାନ ଅବକ୍ଷୟ
ବଞ୍ଚିକି କି ଲାଭ ଏ ଜୀବନ, ମରଣ ସହ ସମାନ ପ୍ରାୟ ।
ଥରେ ମରିଛି ଯିଏ ତା ଦେହରେ ଛନ୍ଦି
ମୁକୁଳିବାକୁ ପାଇବ ନାହିଁ କିଛି ଫିକର ବା ଫନ୍ଦି
ଥରେ ଖାଲି ତାକୁ ବନ୍ଧୁ କରି ମୁଖ ବନ୍ଧନରେ ଦେଲି ବାନ୍ଧି
ତା ପରେ ସେ ତୁମ ଉପରେ କବଜା କରି , କରିଦେବ ତୁମକୁ ତାର ବନ୍ଦୀ ।
ଥରେ ଯଦି କହିଲ ମିଛ
ମିଛ ଲାଗିଥିବ ପଛକୁପଛ
କିଛି ଆଗ ନାହିଁ କି ପଛ
ସମୟ ଆସିଲେ ସବୁ ତୁଛ
ନିଜକୁ ରଖ ସତ୍ୟର ଆଲୋକ ସ୍ଵଚ୍ଛ
ଏବେ ନୁହଁ କି ଆଉ କେବେ କହିବ ନାହିଁ ଟି ମିଛ —- ।

Share in top social networks!

ସାଥି (ଆଲୋକ ପଣ୍ଡା)

unnamedଆଲୁଅକୁ ସାଥି କରି
ଖୋଜିଥିଲି ମୁଁ ତୁମକୁ ବହୁତ ।
ହେଲେ ଆଲୁଅ ଦେଲା ଧୋକା
ଅନ୍ଧାରରେ ମିଶାଇ ନିଜକୁ ।
ମୋର ରଙ୍ଗୀନ ସ୍ଵପ୍ନ ସବୁ କରିଲା ଫିକା
କିନ୍ତୁ ହାୟ, କହି ପାରିଲି ନାହିଁ ।
କାହାରି ଆଗରେ
ପ୍ରତିବାଦ କଲି ନାହିଁ ଆଲୁଅ ପାଖରେ
ତମସାକୁ ଜାବୁଡି ଧରି ।
ଆଖିର ଲୁହ ଆଖିରେ ମାରି
ପୁଣି ଖୋଜିଲି ତୁମକୁ ଆଲୁଅ ଧରି
ସେହି ଧୋକା ବାଜକୁ ସାଥି କରି ।

Share in top social networks!

ସାଥି ମୋର

1236110_721429357872266_1683636880_nକବି ବସନ୍ତ ବେହେରା

ଯେତେ ମନା କଲେ ତୁମେ
ତୁମ ପଛେ ଧାଏଁ
ତୁମକୁ ମନେଇବା ପାଇଁ
ସବୁବେଳେ ଚେଷ୍ଟା ମୋର ଚାଲିଥାଏ ।
ରାଗ ଋଷ ମନ ଅଭିମାନର ଅନ୍ତରାଳେ
ତୁମକୁ ମୁଁ ଭଲପାଏ । —-(1)
ତୁମ ଠାରୁ କିଛି
ଆଶା ନାହିଁ ପାଇବାରେ
ତୁମେ ମୋର ସବୁକିଛି
ଖୁସି ମୁଁ ତୁମ ପାଇଁ ହାରିବାରେ
ପାରେ ନାହିଁ କହି
ତୁମକୁ ମୁଁ କେତେ ଭଲ ପାଏ । —–(2)
ପାଦ ଥାପି ଥାପି ତୁମେ ଆସ ଧିରେ ଧିରେ
ସମସ୍ତଙ୍କ ଠାରୁ ଲୁଚେଇ ନେଇଯାଅ ମୋତେ କେତେ ଦୂରେ
ସୁନେଲି ସପନର ସେ ରୁପେଲି ଦୁନିଆଁରେ
ହଜି ଯାଏ ତୋର ସେ ବାହୁ ବନ୍ଧନରେ
ସବୁକିଛି ଭୁଲି କେବଳ ତୁମକୁ ଭଲପାଏ । —-(3)
ତୁମେ ପ୍ରେମର ପରସ ଭରି
ଶେଯରେ ମୋ ଅଳସ ଭାଙ୍ଗେ
ଜୀବନ ସାଥୀ ପାଇ ମୁଁ ତୁମ ପରି
ଏ ଜୀବନକୁ ସଜାଏ ମୁଁ କେତେ ରଙ୍ଗେ
ତୁମେ ଥିଲେ ମୋର ସଙ୍ଗେ
ବଞ୍ଚିବାକୁ ଭାରି ଭଲ ଲାଗେ । —-(4)
ପାଖେ ପାଖେ ଥିବି ହୋଇ ତୁମର ଛାଇ
ସାଥେ ଥିଲେ ସାଥୀ ମୋର କିଛି ଡରିବାର ନାହିଁ
ଦୂରେ ଥିଲେ ତୁମେ, ମାନେ ପଡ ଭାରି
ତୁମ ଅପେକ୍ଷାରେ ସାଥୀ, ରହିଛି ତୁମ ବାଟ ଚାହିଁ
ତୁମକୁ ସବୁବେଳେ ଦେଖିବା ପାଇଁ ଖୁସି
ଭଲପାଇବା ମୋର ସାଥୀ, ବଢିଚାଲେ ବେଶୀ । —–(5)

Share in top social networks!

ଅଳସୁଆର ଅସ୍ଥିରତା

କବି ବସନ୍ତ ବେହେରା

କ’ଣ କରିବି କେମିତି କରିବି
ଆଗରୁ କାହିଁ ନଥିଲି ସାରି
ଏବେ କାହିଁ ବିପଦବେଳେ ଡାକେ ହରି
ରାତି ଦିନ ଖାଲି ମଉଜ କଲି
ଶେଯକୁ ନ କରି ବାସି
ପରିଶ୍ରମକୁ ପଛରେ ପକାଇ ବିଶ୍ରାମକୁ କରି ସାଥି । —(1)
କେଉଁଠି କରିବି କେବେ କରିବି
ଗଡେଇ ଚାଲେ ସମୟ ଅନ୍ଧବିଶ୍ଵାସକୁ ଧରି
ସମୟ ଥାଇ ସହଜ ସୁବିଧାବେଳେ ପଡିଲି ଶୋଇ
ବାହାରିଛି ଏବେ ,ବାହାଘର ବେଳେ ବାଇଗଣ ରୋଇ । –(2)
ଧୀରେ ସୁସ୍ଥେ କରିବି କାମ
ତରବର ହୋଇ ନହେଲେ ନଚଳେ କରମ
ବେଳେ ଦେଲି ଅଧିକ ଦାମ
ବେଳସୁ ହେଲିନି ସାବଧାନ
ବିପଦବେଳେ ବିପରୀତ ଜ୍ଞାନ
ନିଜର ତ ନାହିଁ ,ଲୋଭ ଭାରି ପରଧନ । —-(3)
ଏବେ ନା ଆଉ କେବେ
ଘୁଷୁରି ପ୍ରକୃତି ପଙ୍କେ ଲୋଟେ
ଫେରିବନି ଆଉ ସେ ଅଣ ଲେଉଟା ସମୟ
ଦେଇଥିଲା ଯାହା ସୁଯୋଗ କରିଛି ତାର ବ୍ୟୟ
ଯଦି ପୁଣି ଆଉ ଥରେ ସୁଯୋଗ ମିଳେ
ଆମ୍ବ ଗଛରେ ବି ପଣସ ଫଳେ । —(4)
ନିଜର ବାଟ କେଉଁଠି ସରିବ
ତା ପାଇଁ ନାହିଁ ଟିକେ ବି ଚିନ୍ତା
ଅନ୍ୟକୁ ଭ୍ରମରେ ବୁଲାଇବା ପାଇଁ
ଚିତା ଚଇତନ ହୋଇ, ଜୀବନରେ ଉପଦେଶ ଦେଇ
ଧରିଛି ଭଣ୍ଡ ବାବାର ପନ୍ଥା । —(5)
ବଜାଇ ରଖିବାକୁ ନିଜର ସତ୍ତା
ସହଜରେ ବି ଆପଣେଇ ନିଏ କରି କଠୋରତା
ନିଜ ଉପରକୁ ଆସିଲେ କଥା
ଭୁଲିଯାଏ ସବୁ ସମ୍ପର୍କ ଆଉ ସ୍ନେହ ମମତା
ବୁଝେନାହିଁ କିଛି ମିଠା ଲାଗେ ଯେ ପିତା
ଏଇତ ଅଳସୁଆର ଅସ୍ଥିରତା । ——(6)

Share in top social networks!

ସ୍ଵାର୍ଥପର

1236110_721429357872266_1683636880_n

କବି ବସନ୍ତ ବେହେରା

ମୁଁ ମୋର ନିଜ ପ୍ରତିଷ୍ଠା ଲକ୍ଷ୍ୟରେ
ପାସୋରି ସବୁ ପରିଣାମର ଅବସ୍ଥା
ଜୀବନର ମୂଲ୍ୟକୁ ବୁଝିବା ପୂର୍ବରୁ
ଆପଣାଇ ନେଇଛି ଏ ଶସ୍ତା ରାସ୍ତା । —-(1)
ଯେଉଁଠି ସାମନା ହୁଏ ଏକ ନୂଆ ଅନିଶ୍ଚିତତା
ସବୁ ମୋଡରେ ବଦଳାଇବାକୁ ହୁଏ ନିଜର ରଙ୍ଗ
ସବୁ ଜାଣି ଶୁଣି ରହିବାକୁ ପଡେ ନୀରବତା
କାଳେ ଉଠିଲେ ପରଦା ସଭିଏଁ କରିବେ ବ୍ୟଙ୍ଗ । —–(2)
କ୍ଷମତାର ଏ କ୍ଷଣକ ଲୋଭରେ
ଲମ୍ଫ ଦେଇଛି ଏ ସ୍ଵାର୍ଥର ସମୁଦ୍ରରେ
ଜୀବନର ଏ ବେପାରରେ ——-
ନିଜକୁ ମୁଲେଇ ଚାଲିଛି ଲାଭରେ
ପ୍ରଲୋଭନ ର ଆଢୁଆଳରେ – - – - । —(3)
ନିଜକୁ ସଜେଇ ଚାଲିଛି
ନିଜର ପ୍ରତିମା ବଢାଇବା ପ୍ରତିଯୋଗୀତାରେ
ହଜେଇ ଦେଇଛି ସେ ସଂପର୍କକୁ
ଯିଏ ଦିନେ ହାତ ଧରି ଚଲେଇଥିଲା
ଅକ୍ଷର ଶିଖେଇ ଥିଲା – ଏ ଦୂନିଆଁ ଦେଖେଇଥିଲା
ଦୂରେଇ – ଦେଇଛି ସେ ସମସ୍ତଙ୍କୁ
ଏକା ଏକା ସ୍ଵାର୍ଥରେ ହୋଇ
ଉନ୍ନତିର ପାହାଚ ଚଢିବାରେ
ଅତୀତରେ ମିଳେଇ ଯାଇଛି ସେଇ ଅତୀତ
ଯାହାକୁ ନେଇ ଦିନେ ସୃଷ୍ଟି ହୋଇଥିଲା ମୋର ପରିଚୟ । —–(4)

Share in top social networks!