ବାଲିମେଳା ଡ୍ୟାମ୍ରୁ ଜଳ ଅପଚୟ ରୋକିବା ପାଇଁ ମରାମତି କାର୍ଯ୍ୟ ଜାରି

ବାଲିମେଳା ଡ୍ୟାମରୁ ଜଳ ଅପଚୟ ରୋକିବା ପାଇଁ ବିଶ୍ୱବ୍ୟାଙ୍କ ସହାୟତାରେ ବିଭିନ୍ନ ଯୋଜନା
ଜରିଆରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଡିଆର୍&ଆଇପି ଯୋଜନା ମାଧ୍ୟମରେ ଡ୍ୟାମ୍ରେ ଆବଶ୍ୟକ ପଡୁଥ#ବା ସମସ୍ତ
ମରାମତି ଓ ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି । ଏହି କାର୍ଯ୍ୟ ସମ୍ପୁର୍ଣ୍ଣ ହେବାପରେ ଲିକେଜ୍ ଦ୍ୱାରା ହେଉଥ#ବା ଜଳ ଅପଚୟକୁ
ରୋକାଯିବା ସହିତ ଡ୍ୟାମ ନିଜର କ୍ଷମତା ଅନୁସାରେ ଜଳଧାରଣ କରିବାକୁ ସମର୍ଥ ହୋଇପାରିବ ।
ବାଲିମେଳା ଜଳ ବିଦୁ୍ୟତ ପ୍ରକଳ୍ପ ଏକ ଆନ୍ତରାଜ୍ୟ ପ୍ରକଳ୍ପ ଅଟେ । ଏହି ପ୍ରକଳ୍ପରେ ଉପଲବ୍ଧ ହେଉଥ#ବା ଜଳକୁ
ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ହୋଇଥ#ବା ଚୁକ୍ତି ଅନୁଯାଇ ପ୍ରତିବର୍ଷ ଆବଣ୍ଟନ କରାଯାଉଛି । ଉପଲବ୍ଧ ଜଳର ଆବଣ୍ଟନ
ପାଇଁ ପ୍ରତ୍ୟେକ ମାସରେ ଓଡ଼ିଶା ଜଳ ବିଦୁ୍ୟତ ନିଗମ(ଓଏଚ୍ପିସି), ଆନ୍ଧ୍ରପ୍ରଦେଶ ବିଦୁ୍ୟତ ନିଗମ(ଏପିଜିଇଏନ୍ସିଓ)
ଏବଂ ଓଡ଼ିଶା ଜଳସମ୍ପଦ ବିଭାଗ ଅଧ#କାରୀ ମାନଙ୍କ ଦ୍ୱାରା ଗଠିତ ଏକ କମିଟିର ସମନ୍ୱୟ ବୈଠକରେ ନିଷ୍ପତ୍ତି ନିଆଯାଇଥାଏ ।
ପରେ ଆନ୍ଧ୍ରପ୍ରଦେଶକୁ ସ୍ପିଲ୍ େଓ୍ୱ ରେ ଅବସ୍ଥିତ ୨ଟି ସ୍ଲ&ୁଇସ୍ ଗେଟ୍ ମାଧ୍ୟମରେ ଛଡାଯାଇଥାଏ ।
କେନ୍ଦ୍ରୀୟ ଜଳ ଆୟୋଗଙ୍କ ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଏ.ଡି. ମୋହିଲିଙ୍କ ନେତୃତ୍ୱରେ ଆସିଥ#ବା ବନ୍ଧ ନିରାପତ୍ତା
ଅନୁଧ୍ୟାନକାରୀ ଦଳ, ବନ୍ଧର ସୁରକ୍ଷା ବ୍ୟବସ୍ଥା ଆଦି ସରଜମିନ୍ ତଦନ୍ତ କରି ଏହାର ମରାମତି ଓ ଉନ୍ନତିକରଣ ପାଇଁ
ପରାମର୍ଶ ଦେଇଥ#ଲେ । ଏହା ସହିତ ଡ୍ୟାମ୍ର ରାଡିଆଲ୍ ଗେଟ୍, ସ୍ଲ&ୁଇସ୍ ଗେଟ୍ ଏବଂ ଏ.ପି ଟନେଲ୍ ଗେଟ୍ରେ ହେଉଥ#ବା
ଅଯଥା ଲିକେଜ୍କୁ ରୋକିବା ପାଇଁ ପରାମର୍ଶ ଦେଇଥ#ଲେ । ଏହି ପରାର୍ମଶକୁ କାର୍ଯ୍ୟକାରୀ କରିବା ପାଇଁ ବିଶ୍ୱବ୍ୟାଙ୍କ
ସହାୟତାରେ ଜାତୀୟ ସ୍ତରରେ ଆରମ୍ଭ ହୋଇଥ#ବା ଡିଆର୍ଆଇପି ଯୋଜନା ମାଧ୍ୟମରେ ବନ୍ଧରେ ଆବଶ୍ୟକ ପଡୁଥ#ବା
ମରାମତି ଓ ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଛି । ବନ୍ଧର ସୁରକ୍ଷା ଦୃଷ୍ଟିରୁ ସ୍ପିଲ୍ େଓ୍ୱ ର ବାମ ପାଶ୍ୱର୍ରେ ଏକ ରିଟେନିଂ
ଓ୍ୱାଲ ନିର୍ମାଣ ପାଇଁ ସ୍ଲ&ୁଇସ୍ ଗେଟ୍କୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି । ଏଥ# ସହିତ ଆନ୍ଧ୍ରପ୍ରଦେଶକୁ ଜଳ ଯୋଗାଇ ଦେବା
ପାଇଁ ଏପି ଟନେଲ୍କୁ ଖୋଲାଯାଇଛି । ଏପି ଟନେଲର ମରାମତି କାର୍ଯ୍ୟ ସହିତ ଏହାର ଗେଟ୍ରେ ହେଉଥ#ବା ଲିକେଜ୍କୁ
ମଧ୍ୟ ଡିଆର୍&ଆଇପି ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇଛି । ଏହାଦ୍ୱାରା ନଷ୍ଟ ହେଉଥ#ବା ଜଳକୁ ରୋକାଯାଇପାରିବ ।
ଏଠାରେ ସୂଚନାଯୋଗ୍ୟଯେ ପ୍ରତ୍ୟେକ ମାସରେ ଅନୁଷ୍ଠିତ ହେଉଥ#ବା ସମନ୍ୱୟ ବୈଠକର ନିଷ୍ପତ୍ତି ଅନୁଯାୟୀ ଜଳ
ଆବଣ୍ଟନ କରାଯାଉଛି ଏବଂ ପ୍ରକଳ୍ପର ଆବଶ୍ୟକତା ଅନୁସାରେ ଏପି ଟନେଲ୍ ଖୋଲାଯାଇଅଛି । ବାଲିମେଳା ଜଳବିଦୁ୍ୟତ
କେନ୍ଦ୍ରରୁ ସମ୍ପୁର୍ଣ୍ଣ ବିଦୁ୍ୟତ ଉତ୍ପାଦନ ବନ୍ଦ, ପୋଟେରୁ ଜଳସେନଚ ପ୍ରକଳ୍ପ ଦ୍ୱାରା ହେଉଥ#ବା ଜଳସେଚନ, ଚିତ୍ରକୁଣ୍ଡା ଡ୍ୟାମରୁ
ପାନୀୟ ଜଳଯୋଗାଣ ବନ୍ଦ ହେବାର କୌଣସି ଆଶଙ୍କା ନାହିଁ । ଓଡ଼ିଶାରୁ ଆବଶ୍ୟକତା ଠାରୁ କୌଣସି ଅଧ#କ ଜଳରାଶି
ଆନ୍ଧ୍ରପ୍ରଦେଶକୁ ଛଡାଯାଉନାହିଁ ଏବଂ ଓଡ଼ିଶାର ସ୍ୱାର୍ଥରକ୍ଷା ପାଇଁ ଜଳ ସମ୍ପଦ ବିଭାଗ ସଠିକ୍ ପଦକ୍ଷେପ ଗ୍ରହଣ କରୁଛି
ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ଜଣାଯାଇଛି ।

Share in top social networks!

ଆନ୍ତଃବିଭାଗୀୟ କମିଟିର କୋଟିଆ ଅଞ୍ଚଳ ଗସ୍ତ ଫେବୃଆରୀ ୯ ତାରିଖରେ କୋଟିଆ ଅଞ୍ଚଳ ପରିଦର୍ଶନ

କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ତହସିଲ ଅନ୍ତର୍ଗତ କୋଟିଆ ପଞ୍ଚାୟତରେ ଆନ୍ଧ୍ରପ୍ରଦେଶ ସରକାରଙ୍କ
ପକ୍ଷରୁ ବେଆଇନ ରାସ୍ତା ନିର୍ମାଣ, ଆଧାର କାର୍ଡ ସହ ବିଭିନ୍ନ ସାମଗ୍ରୀ ବଣ୍ଟନର ଅଭିଯୋଗ ସମ୍ବନ୍ଧରେ ଏବଂ
ଓଡ଼ିଶା ସରକାରଙ୍କ ପକ୍ଷରୁ ସେଠାରେ ଗ୍ରହଣ କରାଯାଇଥ#ବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଏବଂ କଲ୍ୟାଣକାରୀ
ଯୋଜନାର ସଦ୍ୟତମ ସ୍ଥିତି ଅନୁଧ୍ୟାନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଏକ ଉଚ୍ଚସ୍ତରୀୟ
ଆନ୍ତଃବିଭାଗୀୟ କମିଟି ଫେବୃଆରୀ ୮ ତାରିଖରେ କୋରାପୁଟ ଜିଲ୍ଲା ଗସ୍ତରେ ଯିବୋ
କମିଟିରେ ଆଇଜି ପୋଲିସ(ଏସ୍ଏପି) ଶ୍ରୀ ସଂଜୀବ ପଣ୍ଡା, ରାଜସ୍ୱ ବିଭାଗର ନିର୍ଦ୍ଦେଶକ(ପୁନର୍ବାସ ଓ
ଥଇଥାନ) ଓ ପଦପ୍ରଯୁକ୍ତ ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ନାୟକ, ରାଜସ୍ୱ ବିଭାଗର ଅତିରିକ୍ତ
ଶାସନ ସଚିବ(ସିଏଚ୍ ଆଣ୍ଡ ଏସ୍) ଶ୍ରୀ ଶଶଧର ନାୟକ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ(ପ୍ଲାନ-
ରାସ୍ତା) ଶ୍ରୀ ଆଶୁତୋଷ ମଲ୍ଲିକ ସଦସ୍ୟ ରହିବୋ କମିଟି ୮ ତାରିଖ ସନ୍ଧ୍ୟାରେ କୋରାପୁଟଠାରେ ଜିଲ୍ଲାପାଳ,
ଆରକ୍ଷୀ ଅଧୀକ୍ଷକ ଏବଂ ସ୍ଥାନୀୟ ବରିଷ୍ଠ ଅଧ#କାରୀଙ୍କ ସହିତ ସ୍ଥିତି ସମ୍ବନ୍ଧରେ ଆଲୋଚନା କରିବେ ଏବଂ ୯
ତାରିଖ ଦିନ କୋଟିଆ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିବୋ କମିଟିର
କୋଟିଆ ଅଞ୍ଚଳ ଗସ୍ତ ସମୟରେ କୋରାପୁଟର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ମଧ୍ୟ ଉପସ୍ଥିତ ରହିବୋ
କମିଟି କୋଟିଆ ଗ୍ରାମଗୁଡ଼ିକ ପରିଦର୍ଶନ କରିବା ସହ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ତୁରନ୍ତ ସରକାରଙ୍କୁ
ରିପୋର୍ଟ ପ୍ରଦାନ କରିବେ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶ

Share in top social networks!

ବିଜେପୁର ଉପନିର୍ବାଚନ ପାଇଁ ଉକ୍ରଳ ଭାରତର ପ୍ରାର୍ଥୀ ଘୋଷଣା

ଅଗାମୀ ବିଜେପୁର ବିଧାନ ସଭା ଉପନିର୍ବାଚନ ସକାଶେ ଉକ୍ରଳ ଭାରତ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଜଗତରାମ ପୁଟେଲଙ୍କୁ ପ୍ରାର୍ଥୀ ଭାରେ ପାର୍ଟିର ରାଜ୍ୟ ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁ ଘୋଷଣା କରିଛନ୍ତି ।

Share in top social networks!

ଆଦାନୀ ଧାମରା ବନ୍ଦର ତରଫରୁ ପ୍ରାଣୀ ସ୍ୱାସ୍ଥ୍ୟମେଳା ଆୟୋଜିତ; ୩୦୦ରୁ ଊଦ୍ଧ୍ୱର୍ ପ୍ରାଣୀ ଚିକିତ୍ସିତ

Pic-1- Livestock Health camp by Dhamra Port
ଧାମରା ବନ୍ଦର ପାଶ୍ୱର୍ବର୍ତୀ ଗ୍ରାମଗୁଡ଼ିକରେ ପ୍ରାଣୀ ସ୍ୱାସ୍ଥ୍ୟର ଗୁରୁତ୍ୱକୁ ଲକ୍ଷ୍ୟ କରି ଆଦାନୀ ଫାଉଣ୍ଡେସନ ତରଫରୁ କଇଥଖୋଲ ପଂଚାୟତ ଅଧିନସ୍ଥ ପୂର୍ଣ୍ଣପ୍ରସାଦ ଗ୍ରାମରେ ଏକ ପଶୁ ସ୍ୱାସ୍ଥ୍ୟମେଳା ଆୟୋଜିତ ହୋଇଯାଇଛି । ସରକାରୀ ପଶୁ ଚିକିତ୍ସାଳୟର ଅଭିଜ୍ଞ ଚିକିତ୍ସକ ଓ ଆଦାନୀ ଫାଉଣ୍ଡେସନର ମିଳିତ ସହଯୋଗରେ ଏହି ସ୍ୱାସ୍ଥ୍ୟମେଳା ଆୟୋଜନ କରାଯାଇ ୩୦୦ ରୁ ଊଦ୍ଧ୍ୱର୍ ପ୍ରାଣୀଙ୍କର ଚିକିତ୍ସା କରାଯାଇଥିଲା । ଶୀତଋତୁରେ ପଶୁମାନଙ୍କର ଫାଟୁଆ ତଥା ଅନ୍ୟାନ୍ୟ ରୋଗ ହେଉଥିବାରୁ ଧାମରା ବନ୍ଦର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ପାଶ୍ୱର୍ବର୍ତୀ ଗ୍ରାମ ଯଥା ପୂର୍ଣ୍ଣପ୍ରସାଦ, କନକପ୍ରସାଦ, ଶରତପ୍ରସାଦ, କୃଷ୍ଣପ୍ରସାଦ ଆଦିରୁ ଶତାଧିକ ଗାଈ, ବଳଦ, ଛେଳି, ମେଣ୍ଢା ଇତ୍ୟାଦି ଗୃହପାଳିତ ପଶୁମାନଙ୍କ ରୋଗ ଚିହ୍ନଟ କରାଯିବା ସହ ଟୀକାକରଣ ଏବଂ ବିନା ମୂଲ୍ୟରେ ଔଷଧ ବିତରଣ କରାଯାଇଥିଲା । ଏହା ବ୍ୟତୀତ ଏହି ମେଳାରେ ଉପସ୍ଥିତ ପ୍ରାଣୀ ଚିକିତ୍ସକ ଏବଂ ଏଲ୍ଆଇଙ୍କ ଦ୍ୱାରା ଗାଈ ଗୋରୁଙ୍କ ଯତ୍ନ, ସେମାନଙ୍କ ଉତମ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ପ୍ରକ୍ରିୟା ଓ ଗୁହାଳର ରକ୍ଷଣାବେକ୍ଷଣ ସମ୍ବନ୍ଧିତ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଅଭିଜ୍ଞ ପ୍ରାଣୀ ଚିକିତ୍ସକ ଡଃ ନାଜାର ଏବଂ ଲାଇଫ୍ ଷ୍ଟକ୍ ଇନ୍ସପେକ୍ଟର ଶ୍ରୀ କିଶୋର ପଣ୍ଡା ଓ ଶ୍ରୀ ନିରଞ୍ଜନ ସାମଲ ପ୍ରମୁଖ ଉପସ୍ଥିତ ରହି ଗୃହପାଳିତ ପଶୁମାନଙ୍କର ଚିକିତ୍ସା କରିଥିଲେ ।

ଏହି କାର୍ଯ୍ୟକ୍ରମକୁ କଇଥକୋଲ ସରପଂଚ ଶ୍ରୀ ଅଶୋକ ସେଠ୍ ଉପସ୍ଥିତ ରହି ଗ୍ରାମବାସୀଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଏହାର ସୁଫଳ ଲାଭ ପାଇଁ ଉତ୍ସାହିତ କରିଥିଲେ । ଧାମରା ବନ୍ଦର ତରଫରୁ କରାଯାଇଥିବା ଏହି କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଗ୍ରାମବାସୀ ଉଚ୍ଚ ପ୍ରଂଶସା କରିବା ସଙ୍ଗେ ସଙ୍ଗେ କମ୍ପାନୀ କର୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଥିଲେ । ସୂଚନାଯୋଗ୍ୟ, ଧାମରା ବନ୍ଦର ତରଫରୁ ପ୍ରତ୍ୟେକ ବର୍ଷ ଏହାର ପାଶ୍ୱର୍ବର୍ତୀ ଅଂଚଳର ବିଭିନ୍ନ ପଂଚାୟତରେ ଏହି ଟୀକାକରଣ କାର୍ଯ୍ୟକ୍ରମ ଓ ପ୍ରାଣୀ ସମ୍ପଦ ସମ୍ବନ୍ଧୀୟ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ।

Share in top social networks!

“ମାଇଁ ରେଡ୍କ୍ରସ ଷ୍ଟୋରୀ” ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ

ରାଜଭବନ ଭୁବନେଶ୍ୱରଠାରେ ଭାରତୀୟ ରେଡ୍କ୍ରସ ସଂସ୍ଥା କେନ୍ଦୁଝର ଶାଖାର ଯୁଗ୍ମ ସଂପାଦକ ଶ୍ରୀ ଏ.ଆର୍.ଖାନଙ୍କ ଲିଖିତ ପୁସ୍ତକ “ମାଇଁ ରେଡ୍କ୍ରସ୍ ଷ୍ଟୋରୀ” ମହାମହିମ ରାଜ୍ୟପାଳ ଡଃ ଏସ୍.ସି. ଜମିର ଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ପୁସ୍ତକର ପ୍ରଥମ କପି ଗ୍ରହଣ କରି ପ୍ରତିକ୍ରିୟାରେ ମହାମହିମ ରାଜ୍ୟପାଳ କହିଲେ ଯେ ବାସ୍ତବିକ ଏହା ସମସ୍ତଙ୍କ ପାଇଁ ପ୍ରେରଣା ଦାୟକ । ୫୨ ପୃଷ୍ଟାର ସୁଦୃଶ୍ୟ ରଙ୍ଗୀନ ଫଟୋଚିତ୍ର ଓ ତଥ୍ୟାବଳୀ ଦ୍ୱାରା ସମୃଦ୍ଧ ଏହି ପୁସ୍ତକ ଶ୍ରୀ ଖାନଙ୍କ ଦୀର୍ଘ ୧୭ ବର୍ଷର ରେଡ୍କ୍ରସ ସହିତ ସଂପୃକ୍ତି ଓ ମାନବସେବା କାର୍ଯ୍ୟଧାରାର ନିଚ୍ଛକ କାର୍ଯ୍ୟାବଳୀ ପର୍ଯ୍ୟବେଶିତ ହୋଇଛି । ଏହି ଅବସରରେ ଶ୍ରୀ ଖାନ୍ଙ୍କ ଧର୍ମପନôୀ ନୁରବାନୁ, ଦୁଇପୁତ୍ର ଆରନ୍ ଓ ଆହାନ ଉପସ୍ଥିତ ଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ କେନ୍ଦୁଝର ଜିଲ୍ଲାର ଏକମାତ୍ର ଓ ଓଡିଶାର ଅନ୍ୟତମ ରେଡ୍କ୍ରସ ସଦସ୍ୟ ଭାବରେ ଶ୍ରୀ ଏ.ଆର୍.ଖାନ ଜାତୀୟ ସ୍ତରରେ ନିୟମିତ ତାଲିମ ଗ୍ରହଣ କରି ମାଷ୍ଟର ଟ୍ରେନର ଡିଗ୍ରୀ ହାସଲ କରି ଦୀର୍ଘ ବର୍ଷରୁ ଜିଲ୍ଲା ଓ ରାଜ୍ୟର ବିଭିନ୍ନ ସ୍ଥାନରେ ରେଡ୍କ୍ରସ ସଦସ୍ୟମାନଙ୍କୁ ଡିଜାଷ୍ଟର ମ୍ୟାନେଜମେଂଟ୍, ଫାଷ୍ଟ୍ ଏଡ୍, କ୍ଲାଇମେଟଚେଞ୍ଜ୍, ଗ୍ରୀନହାଉସ ଇଫେକ୍ଟ ସଂପର୍କରେ ତାଲିମ ପ୍ରଦାନ କରି ଶହ ଶହ ଦକ୍ଷ ସ୍ୱେଚ୍ଛାସେବୀ ସୃଷ୍ଟି କରିପାରିଛନ୍ତି । ତାଙ୍କର କୃତିତ୍ୱ ଜିଲ୍ଲା ଓ ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇପାରିଛି । ଶ୍ରୀ ଏ.ଆର.ଖାନ୍ ସାମ୍ବାଦିକତାରୁ ସମାଜସେବା… ଛାତ୍ରରୁ ସୁନାମଧନ୍ୟ ଫଟୋଗ୍ରାଫର … ସାଧାରଣ ଜୀବନରୁ ଲମ୍ଫ ଦେଇଥିଲେ ସମାଜସେବା ପାଇଁ ତାହା ପୁଣି ଥିଲା ଏକ ମାଧ୍ୟମ । ସେଇ ମାଧ୍ୟମଟି ଥିଲା ରେଡକ୍ରସ । କୌଣସି ଏକ ମୂହୁର୍ତରେ ୍ ଭଲ ପାଇ ବସିଥିଲେ ରେଡ୍କ୍ରସକୁ । ଏଇ ଭଲ ପାଇବା ଭିତରେ କେତେବେଳେ ସାଧାରଣ ଆଜୀବନ ସଦସ୍ୟଟିଏ ପାଲଟି ଯାଇଥିଲେ ଜାଣି ପାରିନଥିଲେ । ବ୍ୟସ୍ତ ବହୁଳ କର୍ମମୟ ଜୀବନରୁ କିଛି ସମୟ ବାହାର କରୁଥିଲେ ଅସହାୟ ପୀଡିତଙ୍କ ପାଇଁ, ମଜା ଲାଗୁଥିଲା ଏହି ସହାୟତା କାର୍ଯ୍ୟ ପାଇଁ ଆତ୍ମ ସନ୍ତୋଷ ମିଳୁଥିଲା, ତା’ରି ଭିତରେ ତତ୍କାଳୀନ କେନ୍ଦୁଝର ଜିଲ୍ଲାପାଳ ଶ୍ରୀମତୀ ଦେବଯାନୀ ଚକ୍ରବର୍ତୀ, ଦାୟିତ୍ୱଟିଏ ଦେଇଦେଲେ କେନ୍ଦୁଝରଜିଲ୍ଲା ରେଡକ୍ରସ ଯୁଗ୍ମ ସଂପାଦକର, ୟା ମଧ୍ୟରେ କିନ୍ତୁ କେନ୍ଦୁଝର ଜନତାଙ୍କ ମଙ୍ଗଳ ପାଇଁ ଡାଃ ପ୍ରତାପ ଚନ୍ଦ୍ର ରଣାଙ୍କ ସହ ମିଶି ଅବକ୍ଷୟ ଅବସ୍ଥାରେ ପଡି ରହିଥିବା ରେଡକ୍ରସ ରକ୍ତ ଭଣ୍ଡାରର ପୁନଃରୁଦ୍ଧାର କରି ତାକୁ ଆଧୁନିକତାର ଛାପ ଦେଇଥିଲେ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ । ଆଉ ଏକ ଦାୟିତ୍ୱ ମଧ୍ୟ ବହନ କରିବାକୁ ପଡିଥିଲା ରେଡ୍କ୍ରସ ରକ୍ତଭଣ୍ଡାର ପରିଚାଳନା ମଣ୍ଡଳୀ ସଦସ୍ୟ ଆଉ ଜିଲ୍ଲା ସ୍ୱେଚ୍ଛାକୃତ ରକ୍ତଦାତା ସଂଘ ସଂପାଦକ ର । ଅନେକ ପରିଶ୍ରମ ଘାତ ପ୍ରତିଘାତ ମଧ୍ୟରେ ଗତି କରି ଆଜି କେନ୍ଦୁଝର ରେଡ୍କ୍ରସ ରକ୍ତଭଣ୍ଡାର ବାର୍ଷିକ ୦୯ ହଜାର ୟୁନିଟ୍ ରକ୍ତ ସଂଗ୍ରହ ଓ ପ୍ରତିବଦଳ କରି ସ୍ୱାବଲମ୍ବୀ ହେବାର ପାଦ ଦେଶରେ ପହଂଚିଯାଇଛି । ରାଜ୍ୟ ରେଡ୍କ୍ରସ ସୋସାଇଟିର ସହଯୋଗ ଯୋଗୁଁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ତାଲିମ ନେଇ ଆଜି ଓଡ଼ିଶା ତଥା କେନ୍ଦୁଝର ଜିଲ୍ଲାର ପ୍ରଥମ ଜାତୀୟ ସ୍ତରୀୟ ମାଷ୍ଟର ଟ୍ରେନର (ଫାଷ୍ଟ ମେଡିକାଲ ରେସପଣ୍ଡର) ର ମାନ୍ୟତା ପାଇ କେନ୍ଦୁଝର ଜିଲ୍ଲା, ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ସ୍ଥାନ ମାନଙ୍କରେ ନିୟମିତ ତାଲିମ୍ ପ୍ରଦାନ କରି ଅନେକ ସୁଯୋଗ୍ୟ ରେଡ୍କ୍ରସ ସ୍ୱେଚ୍ଛାସେବୀ ସୃଷ୍ଟି କରିବାରେ ସହାୟକ ହୋଇଛନ୍ତି । ଯାହାକି ତାଂକ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି । ଏଥିରେ ତତକାଳୀନ ରାଜ୍ୟ ରେଡ୍କ୍ରସର ଅବୈତନିକ ସଂପାଦକ ଡା. ମଙ୍ଗଳା ପ୍ରସାଦ ମହାନ୍ତି ଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ । ତାଙ୍କର ଦୂରଦର୍ଶିତା ପାଇଁ ଶ୍ରୀ ଖାନଙ୍କ ସେବା ଯାତ୍ରା ପଥ ସୁଗମ ହୋଇ ଆଗକୁ ମାଡି ଚାଲିଛି । ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା କେନ୍ଦୁଝର ଜିଲ୍ଲାପାଳ ଡି.ଭି. ସ୍ୱାମୀ, ବଲୱନ୍ତ ସିଂହ, ଡାଃ ଏନ୍.ତିରୁମାଲା ନାଏକଙ୍କ ସମୟ ଉପଯୋଗୀ ଉତ୍ସାହ ପ୍ରେରଣା ସହଯୋଗ ଆଉ ନିଦେ୍ର୍ଧଶ ଆଜି ତାଙ୍କୁ ନେଇ ଯାଉଛି ସେଇ ଅସହାୟମାନଙ୍କ ନିକଟକୁ ଯାହାଙ୍କ ପାଖରେ ସହଜରେ ଉପଲବ୍ଧ ନଥାଏ ସେବା ଓ ସହାୟତାର ମାଧ୍ୟମ । ଗଭୀର ଆତ୍ମ ତୃପ୍ତିି ପାଉଛନ୍ତି ଅସହାୟମାନଙ୍କୁ ଆପଦ ବିପଦ ସମୟରେ ସହାୟତା ଯୋଗାଇଦେଇ, ନୂତନ ପିଢୀମାନଙ୍କୁ ଫାଷ୍ଟଏଡ୍ ,କ୍ଲାଇମେଟଚେଞ୍ଜ, ଡିଜାଷ୍ଟରରିସ୍କ, ଡିଜାଷ୍ଟରମ୍ୟାନେଜମେଂଟ୍, ସାଇକୋସୋସିଆଲ୍ ସପୋର୍ଟ, ହେଲଥକେୟାର, ୱାଟରମ୍ୟାନେଜମେଂଟ୍, ଇଂଟରନ୍ୟାସନାଲ ହୁ୍ୟମାନଟରିଆନ ଲ, ଗ୍ରୀନହାଉସ୍ ପ୍ରଭାବ, ଭଲୁ୍ୟଂଟାରିଜିମ ସଂପର୍କରେ ଅବଗତ ଓ ନିୟମିତ ତାଲିମ୍ ପ୍ରଦାନ କରି ଏକ ସୁନ୍ଦର ସୁସ୍ଥ ସମାଜ ଗଠନ ର ମୂଳଦୁଆ ପକାଇବାରେ ଯୋଗଦାନ କରିଚାଲିଛନ୍ତି । ଶ୍ରୀ ଖାନ ବାପା ହଲିମ୍ ଖାନ, ମା ହସିରନ ବିବି, ଧର୍ମପନôୀ ନୁରବାନୋ, “ଇଣ୍ଡଷ୍ଟ୍ରି ମାଇନ୍ସ ଅବଜରଭର” ର ସଂପାଦକ ଶିରିଷ ଚନ୍ଦ୍ର ମହାନ୍ତି, “ଉକ୍ରଳ ସମାଚାର”ର ସଂପାଦକ ପ୍ରକାଶ କୁମାର ଧଳ ଙ୍କ ନିକଟରୁ ଶିଖିଛନ୍ତି ମାନବ ସେବାର ମହତ୍ୱ । ଦୁଇପୁଅ ଆର୍ନ ଓ ଆହାନ ମଧ୍ୟ ଭାରତୀୟ ରେଡ୍କ୍ରସ ସଂସ୍ଥାର ଆଜୀବନ ସଦସ୍ୟ ପାଲଟି ଯାଇ ଗୌରବାନ୍ୱିତ କରିଛନ୍ତି ଶ୍ରୀ ଖାନ ଙ୍କୁ । ଏକ ସମର୍ପିତ ଭାବରେ ରେଡକ୍ରସର ସାତୋଟି ମୂଳମନ୍ତ୍ରକୁ ନେଇ ଆଗେଇଚାଲିଛନ୍ତି ମାନବ ସେବା ପାଇଁ, ସଫଳତାର ଶିର୍ଷ ସ୍ପର୍ଶ କରିବେ ନିଶ୍ଚିତ । ଦୀର୍ଘ ବର୍ଷର ଅଭିଜ୍ଞତାକୁ କିଂଚିତ୍ ଭାବରେ ଉପସ୍ଥାପନା କରିଛନ୍ତି, ବିଶ୍ୱାସ ଏହା ରେଡ୍କ୍ରସ ସ୍ୱେଚ୍ଛାସେବୀ ମାନଙ୍କ ପାଇଁ ଉତ୍ସାହପ୍ରଦ ହେବ ।

Share in top social networks!

ଖୋର୍ଦ୍ଧା ଜିଲାକୁ ପୂର୍ଣ୍ଣ ମାନ୍ୟତା ଦେବାକୁ ଦୃଢ ଦାବୀ

ସ୍ଥାନୀୟ ଗୀତା ଭବନ ପରିସରରେ ସାମାଜିକ ଅନୁÂାନ ନିଉ ଥିଙ୍କିଙ୍ଗ୍ ଫୋରମ୍ ଆନୁକୂଲ୍ୟରେ “ଖୋର୍ଦ୍ଧା ଜିଲ୍ଲାକୁ ପୂର୍ଣ୍ଣ ମାନ୍ୟତା ଦେବା ଉଦେ୍ଧଶ୍ୟରେ
ଏକ ଆଲୋଚନା ଚକ୍ର ବରିÂ ଆଇନ୍ଜୀବି ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷରେ ଅନୁÂିତ ହୋଇଯାଇଛି । ଫୋରମର ସଭାପତି ନରେନ୍ଦ୍ର କୁମାର ପୃÂି ପ୍ରାରମ୍ଭରେ
ପ୍ରସଙ୍ଗର ଯଥାର୍ଥତା ପ୍ରତିପାଦନ କରି କହିଲେ ଦୀର୍ଘ ୨୫ ବର୍ଷ ହେଲା ସ୍ୱର୍ଗତ ବିଜୁ ପଟ୍ଟନାୟକ ଖୋର୍ଦ୍ଧା ଜିଲାକୁ ସ୍ୱତନ୍ତ୍ର ମାନ୍ୟତା ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ
ଖୋର୍ଦ୍ଧା ଜିଲା ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । ଜିଲାର ୨୯ଟି ବିଭାଗରୁ ମାତ୍ର ୧୮ଟି ବିଭାଗ ଖୋର୍ଦ୍ଧାରେ ଥିଲେ ମଧ୍ୟ ଜିଲ୍ଲାପାଳଙ୍କ ସମେତ ପ୍ରାୟ
ସମସ୍ତ ବିଭାଗର ଅଧିକାରୀ ମାନେ ହିଁ ଭୁବନେଶ୍ୱରରେ ରହୁଛନ୍ତି । ଆଲୋଚନା ଚକ୍ରରେ ସାହିତି୍ୟକ ଗୋପାଳକୃଷ୍ଣ ଦାସ, ଜୟୀ ରାଜଗୁରୁ ସ୍ମତି ସଂସଦର
ସଭାପତି ଶିକ୍ଷାବିତ୍ ଡକ୍ଟର ଧିରେନ୍ଦ୍ର ନନ୍ଦ, ଉକôଳ ସମ୍ମିଳନୀର ବିଚିତ୍ର ବଡଜେନା ଓ ବିମଳ ଷଡଙ୍ଗୀ, ଅଖିଳ ଓଡିଶା ବ୍ରାହ୍ମଣ ମହାସଭାର ଜିଲା ସଭାପତି
ଜ୍ଞାନରଞ୍ଜନ ଦାଶ, କଳିଙ୍ଗ ପାଇକ ସଂଗଠନର କୃଷ୍ଣଚନ୍ଦ୍ର ହରିଚନ୍ଦନ, ବରିÂ ସାମ୍ବାଦିକ ଇଶ୍ୱର ଚନ୍ଦ୍ର ମଙ୍ଗରାଜ, ସମାଜସେବୀ ସଂଜୟ ପଟ୍ଟନାୟକ, ପୌର
ପରିଷଦ ସଭ୍ୟ ରିତେଶ ସାହୁ, ସମାଜସେବୀ ସୈାଦାମିନୀ ପଟ୍ଟନାୟକ, ଭାରତୀୟ ଜନତା ପାର୍ଟିର ନିକୁଞ୍ଜ ପଟ୍ଟନାୟକ, ବରିÂ ଆଇନ୍ଜୀବି ବିଧାନ ଚନ୍ଦ୍ର ମହାନ୍ତି,
ଶିକ୍ଷାବିତ୍ ଭୀମସେନ ପ୍ରଧାନ, ଶିକ୍ଷାବିତ୍ ନରସିଂହ ପ୍ରସାଦ ପଟ୍ଟନାୟକ, ଆଇନଜୀବି ବିଜୟ ସାମନ୍ତସିଂହାର, ଆଶ୍ୱାସନା ପରିବାରର ଗୈାରୀ ଶଙ୍କର ରାଉତରାୟ,
ଆଇନଜୀବି ନୃସିଂହନାଥ ମିଶ୍ର, ଧରଣୀଧର ଛୋଟରାୟ ପ୍ରମୁଖ ଏହି ପ୍ରସଙ୍ଗକୁ ବିଶେଷ ଗୁରୁତ୍ୱ ଦେଇ କହିଲେ ଖୋର୍ଦ୍ଧାକୁ ଜିଲା ମାନ୍ୟତା ଦେବା ପରେ
ଭୁବନେଶ୍ୱରରେ କିଛି ବିଭାଗର ଜିଲା ମୁଖ୍ୟାଳୟ ରହିବା ଉଚିତ ନୁହେଁ । ବରଂ ସମସ୍ତ ବିଭାଗର ଜିଲ୍ଲା କାର୍ଯ୍ୟଳୟ ଖୋର୍ଦ୍ଧାକୁ ଆସିବା ଦରକାର । ତତ୍ ସହିତ
ସମସ୍ତ ଜିଲ୍ଲା ଅଧିକାରୀ ମାନଙ୍କର ଖୋର୍ଦ୍ଧାରେ ହିଁ ନିଜର ବସତି ରହିବା ଦରକାର । ନଚେତ୍ ଖୋର୍ଦ୍ଧା ଅଂଚଳର ବିକାଶ ଆଦୈା ସମ୍ଭବ ହେବ ନାହିଁ । ଯେଭଳି
ଭୁବନେଶ୍ୱରକୁ ବାଦ୍ ଦେଇ ଖୋର୍ଦ୍ଧାରେ ସ୍ୱତନ୍ତ୍ର ଏସ୍.ପି. ଅଫିସ ଅଛି, ସେହିଭଳି ଜିଲାପାଳ ଅଫିସ ଏବଂ ଜିଲ୍ଲା ଜଜ୍ କୋର୍ଟ ମଧ୍ୟ ସଂପୂର୍ଣ୍ଣ ଭାବରେ ଏହି
ଖୋର୍ଦ୍ଧାରେ ହିଁ କାର୍ଯ୍ୟ କରିବା ଉଚିତ୍ । ସେଥିପାଇଁ ଏକ ଦାବୀ ପତ୍ର ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଦେବାପାଇଁ
ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା । ସରକାର ଯଦି ଆସନ୍ତା ଦୁଇ ମାସ ମଧ୍ୟରେ ଏହି ବାବଦରେ କୈାଣସି ନିଷ୍ଟତି ନ ନିଅନ୍ତି ତେବେ ଆଗମୀ ଦିନରେ
ଖୋର୍ଦ୍ଧା ବାସୀଙ୍କ ତରଫରୁ ଏକ ବ୍ୟାପକ ଜନ ଆନେ୍ଦାଳନ କରିବା ପାଇଁ ସ୍ଥିର କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଗୀତା ଗବେଷଣା ପରିଷଦର ସାପାଦକ
ଶକ୍ତିଶଙ୍କର ମିଶ୍ର, ବରିÂ ଆଇନଜୀବି ଶିବସୁନ୍ଦର ପଟ୍ଟନାୟକ, ସାମ୍ବାଦିକ ଟି. ବାଲାଜି ପାତ୍ର ଓ ଲଳିତ ମୋହନ ମହାପାତ୍ର, କେଦାର ନାଥ ସାହୁ ପ୍ରମୁଖ ଉପସ୍ଥିତ
ଥିଲେ ।

Share in top social networks!

ଯୁବ ବିଜେଡିର ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା କମିଟି ପୁନର୍ଗଠିତ

DSC_0613 ଆଜି ରାଜ୍ୟ ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ
ପଟ୍ଟନାୟକ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ବିଜୁ ଯୁବ ଜନତା ଦଳର ସଂଗଠନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ
ଜିଲ୍ଲା କମିଟିର ପୁନର୍ଗଠନକୁ ଅନୁମୋଦନ କରିଛନ୍ତି ବୋଲି ଦଳର ସାଧାରଣ ସଂପାଦକ (ଯୁବ ବ୍ୟାପାର) ଶ୍ରୀ ସଂଜୟ କୁମାର
ଦାସବର୍ମା, ବିଜୁ ଯୁବ ଜନତା ଦଳ ସଭାପତି ଅମରେଶ ପତ୍ରୀ, କାର୍ଯ୍ୟକାରୀ ସଭାପତି ସଂଜିତ ମହାନ୍ତି, ମହାସଚିବ ଶିଶିର ପରିଜା
ସୂଚନା ଦେଇଛନ୍ତି ।
ଜଗତସିଂହପୁର ଜିଲ୍ଲା ଉପ-ସଭାପତି ଭାବେ ସୁଧୀର ସ୍ୱାଇଁ, ତାପସ ଦାସ, ଶୁଭେନ୍ଦ୍ର କୁମାର ଦାସ, ଚିନ୍ମୟ ରଞ୍ଜନ ମହାପାତ୍ର,
ପାର୍ଥସାରଥୀ ରାଉତ, ସାଧାରଣ ସଂପାଦକ ଭାବେ ସରୋଜ ବିଶ୍ୱାଳ, ଦେବୀ ପ୍ରସାଦ ସାହାଣୀ, ଶିବପ୍ରସାଦ ପାତ୍ର, ନିହାର ରଞ୍ଜନ
ମାନ୍‍ତି, ସୁଶୀଲ କୁମାର ମହାପାତ୍ର, ସଂପାଦକ ଭାବେ ଗୌର ପ୍ରସାଦ ମହାନ୍ତି, ସୁଧୀର ବହଳିଆ, ସ୍ମୃତିରଞ୍ଜନ ନାୟକ, ଦେବଦତ୍ତ
ଖଣ୍ଡୁଆଳ, ବିସ୍ମୟନନ୍ଦ ସ୍ୱାଇଁ, ସମ୍ବିତ ମହାନ୍ତି, ରଶ୍ମୀରଞ୍ଜନ ଚୌଧୁରୀ, ସୁଧୀରକାନ୍ତ ମହାପାତ୍ର, ଶକ୍ତିମୟୀ ମିଶ୍ର, ସରସ୍ୱତୀ ଭୋଇ,
ସୌମ୍ୟ ସ୍ୱପ୍ନ ସରିତ ରାତସିଂହ, ମିଡିଆ ସେଲ୍‍ ଇନ୍‍ଚାର୍ଜ ଭାବେ ସନ୍ତୋଷ କୁମାର ସ୍ୱାଇଁ, ନିର୍ବାଚନ ମଣ୍ଡଳୀ ସଭାପତି ଭାବେ
ଜଗତସିଂହପୁରରେ ସୁଶାନ୍ତ ରଞ୍ଜନ ସ୍ୱାଇଁ, ବାଲିକୁଦା-ଏରସମାରେ ଅଲେଖ ସ୍ୱାଇଁ, ତିର୍ତ୍ତୋଲରେ ସୁବ୍ରତ ଦାଶ, ପାରାଦୀପରେ
ତ୍ରିଲୋଚନ ତରାଇ, ଜଗତସିଂହପୁର ମୁ୍ୟନିସିପାଲିଟି ସଭାପତି ଭାବେ ଅରୁଣ ମହାନ୍ତି, ପାରାଦୀପ ମୁ୍ୟନିସିପାଲିଟି ସଭାପତି ଭାବେ
ଆଲୋକ କୁମାର ମହାପାତ୍ର, ବ୍ଲକ ସଭାପତି ଭାବେ ଜଗତସିଂହପୁରରେ ପ୍ରମୁଖ ରାଉତ, ନାଉଗାଁରେ ପ୍ରତୁ୍ୟଷ କୁମାର ପରିଡ଼ା,
ବାଲିକୁଦାରେ ରଶ୍ମୀ ରଞ୍ଜନ କୁଅଁର, ଏରସମାରେ କିଶୋର କୁମାର ଜେନା, କୁଜଙ୍ଗରେ ଦିଲ୍ଲୀପ ମହାପାତ୍ର, ତିର୍ତ୍ତୋଲରେ ରଞ୍ଜିତ
ଜେନା, ବିରିଡ଼ିରେ ପୁଷ୍ପ ପ୍ରକାଶ ପ୍ରଧାନ, ରଘୁନାଥପୁରେ ସ୍ୱଦେଶ ଦାସଙ୍କୁ ମନୋନୀତ କରାଯାଇଛି ।
ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ଉପ-ସଭାପତି ଭାବେ ପ୍ରତିଭା ପାତ୍ର, ବାସୁଦେବ ବେହେରା, ସୁରେଶ ଚନ୍ଦ୍ର ସାହୁ, ଜ୍ୟୋତି ରଞ୍ଜନ
ଖଟୁଆ, ନିରଞ୍ଜନ ସାହୁ, ସାଧାରଣ ସଂପାଦକ ଭାବେ ସସ୍ମିତା ସାହୁ, ସରୋଜ କୁମାର ରାଉତ, ଅରୁଣ କୁମାର ରାଉତ, ଚିନ୍ମୟ ସାହୁ,
ସଂପାଦକ ଭାବେ ଅରବିନ୍ଦ ଜେନା, ଦେବେନ୍ଦ୍ର ରାଉତ, ମହେନ୍ଦ୍ର ମିଶ୍ର, ଦୀନବନ୍ଧୁ ନାୟକ, ବିମାନ ଜେନା, ଭକ୍ତିମୟୀ କର, ସିରାଜ
ଖାନ୍‍, ଦିଲ୍ଲୀପ କୁମାର ପରିଡ଼ା, ଅଶୋକ ଧଳ, ଜୟଦେବ ପରିଡ଼ା, ବିଭୁ ପ୍ରସାଦ ଜେନା, ସୁଶାନ୍ତ ଜେନା, ସୋସିଆଲ୍‍ ମିଡିଆ
ସଂଯୋଜକ ଭାବେ ବିଜୟ କୁମାର ମଣ୍ଡଳ, କେନ୍ଦ୍ରାପଡ଼ା ମୁ୍ୟନିସିପାଲିଟି ସଭାପତି ଭାବେ ସୁରେଶ ମର୍ଦ୍ଧରାଜ, ପଟ୍ଟାମୁଣ୍ଡାଇ
ମୁ୍ୟନିସିପାଲିଟି ସଭାପତି ଭାବେ ମନୋଜ ନାୟକ, ବ୍ଲକ ସଭାପତି ଭାବେ ଗରଦପୁରରେ ନଗେନ କୁମାର ପରିଡ଼ା, ଡେରାବିଶରେ
ଗୋଲଖ ଚନ୍ଦ୍ର ସାହୁ, ମାର୍ଶାଘାଇରେ ପ୍ରତାପ ମଲିକ, ମହାକାଳପଡ଼ାରେ ପ୍ରଶାନ୍ତ ପ୍ରଧାନ, ପଟ୍ଟାମୁଣ୍ଡାଇରେ ରଞ୍ଜନ ବିଶ୍ୱାଳ, ପଟ୍ଟାମୁଣ୍ଡାଇ
ବ୍ଲକ କାର୍ଯ୍ୟକାରୀ ସଭାପତି ଭାବେ ସଂଜୟ କୁମାର ଲେଙ୍କା, ରାଜନଗରରେ ପରେଶ୍ୱର ନାୟକ, ଆଳିରେ କେଦାରନାଥ ବେହେରା,
ରାଜକନିକାରେ ଅୟସ କୁମାର ସାମଲଙ୍କୁ ମନୋନୀତ କରାଯାଇଛି । ଜଗତସିଂହପୁର ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ, କେନ୍ଦ୍ରାପଡ଼ା
ଜିଲ୍ଲା ସଭାପତି ରାଜେଶ ପଣ୍ଡା ଦଳର ମାନ୍ୟବର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହିତ ନବ ନିଯୁକ୍ତ
କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Share in top social networks!

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦାବିକୁ କୃଷକଙ୍କ ସ୍ୱାର୍ଥ ବିରୋଧୀ କେନ୍ଦ୍ରର ପ୍ରତ୍ୟାଖ୍ୟାନ ବିରୁଦ୍ଧରେ ଭବାନୀପାଟଣା ଓ ଖଇରପୁଟ ବ୍ଲକ ବିଜେଡିର ଗଣବିକ୍ଷୋଭ ଓ ଧାରଣା

୨୯ ଡିସେମ୍ବର ୨୦୧୭ ତାରିଖରେ ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍‍ କହିଛନ୍ତି,ଚାଷୀକୁଳକୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କ୍ଷେତ୍ରରେ କେନ୍ଦ୍ର ସରକାର ଆଉ ପୁନଃବିଚାର କରିବେ ନାହିଁ, ଯାହା କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତିର
ପରିଚାୟକ । ଓଡ଼ିଶାର ଚାଷୀକୁଳକୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ପାଇଁ ବିଧାନସଭା ଗୃହ କମିଟିରେ ପାରିତ ସର୍ବସମ୍ମତ ୨୯୩୦ ଟଙ୍କା ପ୍ରଦାନ
ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଓଡ଼ିଶାର ଗୃହ କମିଟିକୁ ସମୟ ନଦେବା ଏବଂ ଗୃହ କମିଟି ଓଡ଼ିଶା ଚାଷୀକୁଳର ଏହି ନ୍ୟାୟପୂର୍ଣ୍ଣ ଦାବିକୁ ହାସଲ ପାଇଁ
ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ନିଷ୍ପତ୍ତି କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍‍ ରାଜ୍ୟସଭାରେ ଦେଇଥିବା ବିବୃତି ଓଡ଼ିଶାର ଚାଷୀକୁଳ ପ୍ରତି
ଭାରତୀୟ ଜନତା ପାର୍ଟିର ଧୋକ୍କାବାଜି ପ୍ରମାଣିତ କରିଛି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଶେଖାୱତ୍‍ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କେନ୍ଦ୍ର ସରକାରଙ୍କ କମିଶନ ଫର୍‍ ଏଗ୍ରିକଲ୍‍ଚାରାଲ କଷ୍ଟ୍‍ ଆଣ୍ଡ୍‍ ପ୍ରାଇସେସ୍‍ (ସିଏସିପି)ର
ଆଧାରରେ ଯେଉଁ ବକ୍ତବ୍ୟ ରଖିଛନ୍ତି, ତାହା ଓଡ଼ିଶାର ଚାଷୀକୁଳ ପ୍ରତି ପୁଣିଥରେ କେନ୍ଦ୍ର ଅବିଚାରର ନମୁନା । ୨୦୧୭-୧୮ ବର୍ଷ ପାଇଁ ସିଏସିପି
ଆଧାରରେ କେନ୍ଦ୍ର କୃଷି ମନ୍ତ୍ରାଳୟ ଧାନ ପାଇଁ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ୧୫୫୦ ଟଙ୍କା ସହାୟକ ମୂଲ୍ୟ ନିର୍ଦ୍ଧାରଣ କରିଥିବାରୁ ଏହାକୁ ଆମେ ତୀବ୍ର
ବିରୋଧ କରୁଛୁ । କେନ୍ଦ୍ରର ମନ୍ତ୍ରୀମାନେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିରେ ପୂର୍ଣ୍ଣଚ୍ଛେଦ ପକାଇ ଓଡ଼ିଶାର ଚାଷୀକୁଳ ତଥା ବିଧାନସଭାକୁ ଉପହାସ
କରିଛନ୍ତି । ସର୍ବନିମ୍ନ ସହାୟକ ମୂଲ୍ୟ କେବଳ ବିଜେଡ଼ିର ଦାବି ନଥିଲା, ଏହା ଓଡ଼ିଶାବାସୀଙ୍କ ଦାବି । ଏହା ନ ହୋଇଥିଲେ ଏ ପ୍ରସଙ୍ଗ ବିଧାନସଭାରେ
ପାରିତ ହୋଇ ନଥାନ୍ତା । ବିଜେପି ନିର୍ବାଚନୀ ଇସ୍ତାହାରରେ କୃଷି ଓ କୃଷକଙ୍କ କଲ୍ୟାଣ ପାଇଁ ବହୁତ କିଛି କରିଥିବାର ଡିଣ୍ଡିମ ପିଟୁଛି ମାତ୍ର ପ୍ରକୃତ
କ୍ଷେତ୍ରରେ ଏହାର ଲେଶମାତ୍ର କାର୍ଯ୍ୟକାରୀ କରାଯାଉ ନାହିଁ । ବିଜେଡ଼ି ଓଡ଼ିଶା ଲୋକଙ୍କ ସମସ୍ୟା ସହ ଯୋଡି ହୋଇଥିବାବେଳେ ଭାରତୀୟ ଜନତା
ପାର୍ଟି ଓଡ଼ିଶା କୃଷକଙ୍କ ବେକରେ ଫାସୀ ଲଗାଇ ଦେଇଛି । ଓଡ଼ିଶାର ଅର୍ଥନୈତିକ ବ୍ୟବସ୍ଥାକୁ ଧୂଳିସାତ କରିବା ପାଇଁ ଏମାନେ ଚକ୍ରାନ୍ତ କରୁଛନ୍ତି ।
ଏମାନଙ୍କର ଏ ଚକ୍ରାନ୍ତକୁ ପଣ୍ଡ କରି ଦିଆଯିବ ।
କେନ୍ଦ୍ର ମନ୍ତ୍ରୀମାନେ ଯାହା କହୁଛନ୍ତି ସେମାନଙ୍କ କଥାରେ ତାଳମେଳ ରହୁନାହିଁ । ପ୍ରଧାନମନ୍ତ୍ରୀ ଏମଏସ୍‍ପି ବୃଦ୍ଧି ପ୍ରସଙ୍ଗରେ କହିଥିଲେ- ସ୍ୱାମୀନାଥନ
ରିପୋର୍ଟ ଅନୁଯାୟୀ କାମ କରିବୁ । କୃଷକମାନଙ୍କ ସ୍ୱାର୍ଥ ରକ୍ଷା କରାଯିବ । ଏବେ ତାଙ୍କ ମନ୍ତ୍ରୀମାନେ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି । କେନ୍ଦ୍ରମନ୍ତ୍ରୀ
ଶେଖାୱତ ୪୩୩ ଟଙ୍କା ପ୍ରଫିଟ୍‍ କୃଷକଙ୍କୁ ଦେଉଛନ୍ତି ବୋଲି କହୁଛନ୍ତି । ଏହି ୪୩୩ ଟଙ୍କା ସେ କେଉଁଠୁ ଆଣିଲେ, କେଉଁ ଆଧାରରେ ଏ କଥା
କହିଲେ? ବିଜେଡ଼ି କେବେ ବି ଏ ପ୍ରସଙ୍ଗରୁ ଓହରିଯିବ ନାହିଁ । ଓଡ଼ିଶାର ହକ୍‍ ପାଇଁ, କୃଷକଙ୍କ ହକ୍‍ ପାଇଁ ଲଢେଇ କରିବ । କେନ୍ଦ୍ର ସରକାରଙ୍କର ଏଭଳି
ଓଡ଼ିଶା କୃଷକ ବିରୋଧୀ ନିଷ୍ପତ୍ତି ବିରୋଧରେ ଆଜିଠାରୁ ୧୭ ତାରିଖ ମଧ୍ୟରେ ସର୍ବାଧିକ ଧାନ ସଂଗ୍ରହକାରୀ ୧୨ଟି ଜିଲ୍ଲା ଯଥା, ବରଗଡ଼, ବଲାଙ୍ଗୀର,
ବୌଦ୍ଧ, ଦେଓଗଡ଼, କଳାହାଣ୍ଡି, କୋରାପୁଟ, ମାଲାକାନଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଓ ସୋନପୁର ଜିଲ୍ଲାର ସମସ୍ତ ବ୍ଲକରେ
ପର୍ଯ୍ୟାୟକ୍ରମେ ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଦୁଇଘଣ୍ଟିଆ ଗଣବିକ୍ଷୋଭ ଧାରଣା କରାଯିବା ପାଇଁ ଦଳ ତରଫରୁ ଆହ୍ୱାନ ଦିଆଯାଇଥିଲା ।
ଏହି କ୍ରମରେ ଆଜି କଳାହାଣ୍ଡି ଜିଲ୍ଲାର କଳାହାଣ୍ଡି ବ୍ଲକ ଓ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅଫିସ୍‍ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ଦୁଇଘଣ୍ଟିଆ
ଗଣବିକ୍ଷୋଭ ଓ ଧାରଣା କରାଯାଇ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦେ୍ଧଶ୍ୟରେ ସ୍ମାରକପତ୍ରରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ
ଦାବିକୁ କୃଷକଙ୍କ ସ୍ୱାର୍ଥ ବିରୋଧୀ କେନ୍ଦ୍ରର ପ୍ରତ୍ୟାଖ୍ୟାନ କରିଥିବା କେନ୍ଦ୍ର ସରକାର ଏଭଳି କଠୋର ନିଷ୍ପତ୍ତିକୁ ପୁନର୍ବିଚାର କରି ଧାନ ଚାଷୀଙ୍କୁ ନ୍ୟାୟ
ଦେବା ପାଇଁ ଦାବି କରାଯାଇଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ସମ୍ମୁଖରେ ଅନୁÂିତ ଗଣବିକ୍ଷୋଭ ଓ ଧାରଣା ବିଧାୟକ ଅନାମ ନାଏକଙ୍କ
ନେତୃତ୍ୱରେ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ସାଂସଦ ଅର୍କକେଶରୀ ଦେଓ, ପୂର୍ବତନ ସାଂସଦ ଭୂପିନ୍ଦର ସିଂହ, ବିଧାୟକ ଦିବ୍ୟଶଙ୍କର ମିଶ୍ର, ଜିଲ୍ଲା
ଉପ-ସଭାପତି ଭବାନୀ ମିଶ୍ର, ପ୍ରଦୀପ ମୁଣ୍ଡ, ଜାକିର ହୁସେନ, ଅସେଶ୍ୱର ବାଗ, ସାଧାରଣ ସଂପାଦକ ପ୍ରମୋଦ ପଟ୍ଟନାୟକ, ବ୍ଲକ ସଭାପତି ପ୍ରଦୀପ
ଭୋଇଙ୍କ ସମେତ ୫୦୦ରୁ ଊଦ୍ଧ୍ୱର୍ ଦଳୀୟ କର୍ମୀ ଓ ଚାଷୀ ସାମିଲ ହୋଇଥିଲେ । ସେହିପରି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ସମ୍ମୁଖରେ ଅନୁÂିତ
ଗଣବିକ୍ଷୋଭ ଓ ଧାରଣାରେ ବିଧାୟକ ଡମ୍ବରୁ ସିସା, ବ୍ଲକ ସଭାପତି ଗୌର ସୁଗୁରି, ମହିଳା ସଭାନେତ୍ରୀ ଶ୍ରୀମତୀ ପଦ୍ମିନୀ ମୁଦୁଲି, ମାଲକାନଗିରି ବ୍ଲକ
ସଭାପତି ସର୍ବ କୁମାର ବିଶୋୟୀଙ୍କ ସମେତ ୩୦୦ରୁ ଊଦ୍ଧ୍ୱର୍ ନିର୍ବାଚିତ ପ୍ରତିନିଧି, ଦଳୀୟ କର୍ମୀ ଓ ଚାଷୀ ସାମିଲ ହୋଇଥିଲେ । ଓଡ଼ିଶା ଚାଷୀକୁଳର
ସ୍ୱାର୍ଥ-ସ୍ୱାଭିମାନ ପାଇଁ କେନ୍ଦ୍ର ସରକାର ତାଙ୍କର ଓଡ଼ିଶା କୃଷକ ବିରୋଧୀ ଆଭିମୁଖ୍ୟ ପରିବର୍ତ୍ତନ ନକଲେ ଏହି ଆନେ୍ଦାଳନକୁ ଆଗାମୀ ଦିନରେ ଆହୁରି
ବ୍ୟାପକ କରାଯିବ ବୋଲି ନେତାମାନେ ଚେତାବନୀ ଦେଇଛନ୍ତି ।

Share in top social networks!

ୟୁଏଆଇଏଲ୍ ପକ୍ଷରୁ ସ୍ୱଚ୍ଛତା ପକ୍ଷ ପାଳିତ

pic-UAILରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ୍ରେ ଉକ୍ରଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍(ଆଦିତ୍ୟ ବିର୍ଲା ଗ୍ରୁପ୍୍ର ଏକ କଂପାନି)ର ବାପଲହିମାଲି ବକ୍ସାଇଟ୍ ଖଣିରେ ୨୦୧୭ ଡିସେମ୍ବର ୧୬ରେ ଅତି ଉତ୍ସାହର ସହିତ ଏକ ସ୍ୱଚ୍ଛତା ଅଭିଯାନ ସ୍ୱଚ୍ଛତା ପକ୍ଷ ୨୦୧୭ ପାଳିତ ହୋଇଯାଇଛି । ଇଣ୍ଡିଆନ୍ ବୁ୍ୟରୋ ଅଫ୍ ମାଇନ୍ସ, ଭୁବନେଶ୍ୱରର ନିର୍ଦେଶ ଅନୁଯାୟୀ ଏହି କାର୍ଯ୍ୟକ୍ରମ ୨୦୧୭ ଡିସେମ୍ବର ୧୬ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ପାଳନ କରାଯାଇଛି । ଖଣି ଆଖପାଖ ଅଂଚଳରେ ସ୍ୱଚ୍ଛ ଏବଂ ସୁସ୍ଥକର ପରିବେଶ ଆଣିବା ପାଇଁ ଏକ ବ୍ୟାପକ ଉଦ୍ୟମ ଥିଲା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ମିସନ୍ର ଏହା ଥିଲା ଏକ ଅଂଶ ଯାହା ଜରିଆରେ ସାଧାରଣ ଜନତାଙ୍କ ପାଇଁ ଗୁଣାତ୍ମକ ଜୀବନ ଲକ୍ଷ୍ୟ ରଖାଯାଇଛି ।
ଉପାଧ୍ୟକ୍ଷ ଖଣି ଶ୍ରୀଯୁକ୍ତ ବିଶ୍ୱରଂଜନ କୁମାର ପାଢ଼ୀ, ମହାପ୍ରବନ୍ଧକ-ଖଣି ଶ୍ରୀଯୁକ୍ତ ମୁକେଶ ଝା, ମହାପ୍ରବନ୍ଧକ-ଜିଓଲୋଜି ଶ୍ରୀଯୁକ୍ତ ଦୀପ୍ତେନ୍ଦୁ ମିଶ୍ର ଏବଂ ମହାପ୍ରବନ୍ଧକ-ପ୍ରଶାସନ ଓ ସିଏସ୍ଆର୍ ଶ୍ରୀଯୁକ୍ତ ଶିବ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଖଣି ଏବଂ ଏହାର ଆଖପାଖ ଅଂଚଳର ଗ୍ରାମ ଗୁଡ଼ିକରେ ଲୋକମାନଙ୍କକୁ ମଣିଷ ଜୀବନର ସ୍ୱଚ୍ଛତାର ମହତ୍ୱ ବୁଝାଇବା ପାଇଁ ସଫେଇ, ର୍ୟାଲି, ପଥପ୍ରାନ୍ତ ନାଟକ, ବ୍ୟାନର ଓ ପୋଷ୍ଟର୍ ଜରିଆରେ ସ୍ୱଚ୍ଛତା ବାର୍ତା ବଂଟନ, ଖଣି ଶ୍ରମିକଙ୍କ ପିଲା ଏବଂ ସ୍କୁଲ ପିଲାମାନଙ୍କୁ ନେଇ ବକ୍ତୃତା ଏବଂ ପ୍ରବନ୍ଧ ପ୍ରତିଯୋଗିତା ଆଦି ଆୟୋଜନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ ପତାକା ଉତୋଳନ କରିଉଦଘାଟନ କରାଯାଇଥିଲା ଏବଂ ସପ୍ତାହକୁ ଦୁଇ ଘଂଟା ଏବଂ ବର୍ଷକୁ ୧୦୦ ଘଂଟା ସ୍ୱଚ୍ଛତା ପ୍ରତି ପ୍ରଦାନ କରିବା ପାଇଁ ଶ୍ରମିକମାନଙ୍କ ମଧ୍ୟରେ ଶପଥ ପାଠ କରାଯାଇଥିଲା ।
ଏହି ସବୁ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ଶ୍ରୀଯୁକ୍ତ ସୁକାନ୍ତ ମହାପାତ୍ର, ଶ୍ରୀଯୁକ୍ତ ପ୍ରଦୁ୍ୟମ୍ନ ଦାସ, ଶ୍ରୀଯୁକ୍ତ ପୂର୍ଣ୍ଣ ସାହୁ, ଶ୍ରୀଯୁକ୍ତ ପୁରୁଷୋତମ ଦାଣ୍ଡିଆ, ଶ୍ରୀଯୁକ୍ତ ସୁଶାନ୍ତ ଧଳ, ଶ୍ରୀମତି ନିରୁପମା ବାରିକ ଏବଂ ସେମାନଙ୍କ ଟିମ୍ ।

Share in top social networks!

ବିଜୁ ଜନତା ଦଳ ସଭାପତି ମୟୁରଭଞ୍ଜ ଜିଲ୍ଲା ପାଇଁ ନିର୍ବାଚନ ମଣ୍ଡଳୀସ୍ତରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି

ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୟୁରଭଞ୍ଜ ଜିଲ୍ଲା ପାଇଁ ନିର୍ବାଚନ ମଣ୍ଡଳୀସ୍ତରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି । ବିଜୁ
ଜନତା ଦଳର “ଆମ ଗାଁ ଆମ ବିକାଶ” ଓ “ଆମ ସହର ଆମ ଉନ୍ନତି” କାର୍ଯ୍ୟକ୍ରମର ପରିଚାଳନା କରିବା ପାଇଁ ମୋରଡ଼ା ଓ ସାରସକଣା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରଣବ ବଳବନ୍ତରାୟ, କରଞ୍ଜିଆ ଓ ଯଶୀପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ବ୍ୟୋମକେଶ ରାୟ, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ଉମାକାନ୍ତ ସାମନ୍ତରାୟ
ଏବଂ ଉଦଳା ନିର୍ବାଚନ ମଣ୍ଡଳୀ ପାଇଁ ଦେବାଶିଷ ପାତ୍ରଙ୍କୁ ନିର୍ବାଚନ ମଣ୍ଡଳୀସ୍ତରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି । ଦଳ ପକ୍ଷରୁ ପୂର୍ବରୁ ନିଯୁକ୍ତ ବ୍ଲକ ଓ ପୌରାଞ୍ଚଳର ପର୍ଯ୍ୟବେକ୍ଷକମାନଙ୍କ ସହିତ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରିବାକୁ ଦଳର ମାନ୍ୟବର ସଭାପତି ନବ ନିଯୁକ୍ତ ପର୍ଯ୍ୟବେକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି ବୋଲି ବିଜୁ ଜନତା
ଦଳ ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି ।

Share in top social networks!