ସୋସିଆଲ୍ ମିଡ଼ିଆ ଆପ୍ ଶେୟାର ଚାଟ୍ ଏବେ ଓଡ଼ିଆ ଭାଷାରେ ଉପଲବ୍ଧ

ଭାରତର କ୍ରମବର୍ଦ୍ଧମାନ ସୋସିଆଲ୍ ମିଡ଼ିଆ ଆପ୍ ଶେୟାର ଚାଟ୍ ଏବେ ଓଡ଼ିଆରେ ଉପଲବ୍ଧ ହେଉଛି । ଏହା ଓଡ଼ିଶାର ସଂସ୍କୃତି ଓ ଭାଷା ବିଶ୍ୱସ୍ତରରେ ପରିଚିତି ହାସଲ କରିବାକୁ ସକ୍ଷମ ହୋଇପାରିବ । ଏହା ୧୫ କୋଟି ପଞ୍ଜିକୃତ ବ୍ୟବହାରକର୍ତା ରହିଥିବାବେଳେ ଏହା ହିନ୍ଦୀ, ମାଲାୟଲମ୍, ଗୁଜରାଟୀ, ମରାଠୀ, ପଞ୍ଜାବୀ, ତେଲୁଗୁ, ତାମିଲ୍, ବଙ୍ଗାଳୀ, ଓଡ଼ିଆ ଏବଂ କନ୍ନଡ଼ ପ୍ରଭୃତି ୧୦ଟି ଭାଷାରେ ଉପଲବ୍ଧ ହେଉଛି ।

କେପିଏମ୍ଜି ଏବଂ ଗୁଗୁଲ୍ ପକ୍ଷରୁ କୁହାଯାଇଛି ଯେ, ୧୦ଜଣ ଇଂଟରନେଟ୍ ବ୍ୟବହାକାରୀଙ୍କ ମଧ୍ୟରୁ ୯ ଜଣ ସେମାନଙ୍କର କଥିତ ଭାଷାରେ ଏହା ବ୍ୟବହାର କରୁଛନ୍ତି । ଆମେରିକା ଏବଂ ଚାଇନାରେ ଇଂଟରନେଟ୍ ବଜାର ବୃଦ୍ଧି କରୁଛି । ୨୦୧୫ରେ ଏହା ସହିତ ଶେୟାରଚାଟ୍ ଏକ ଆଇଆଇଟି ଦଳଙ୍କ ଦ୍ୱାରା ଅନ୍ତର୍ଭୁକ୍ତ କରାଯାଇଥିଲା ।
ସମ୍ପ୍ରତି ଏହା ଓଡ଼ିଆରେ ଉପଲବ୍ଧ ହେବା ଦ୍ୱାରା ଓଡ଼ିଆ ଶିକ୍ଷା, ସାହିତ୍ୟ, ସମ୍ବାଦ, ଓଡ଼ିଆ ସିନେମା ପ୍ରଭୃତି ଉପଲବ୍ଧ ହୋଇପାରିବ ।
ଏହାଦ୍ୱାରା ଓଡ଼ିଶାର ବ୍ୟବହାରକାରୀ ବିଶେଷ ଉପକୃତ ହୋଇପାରିବେ ବୋଲି ମାଲକାନଗିରିର ଜଗଦୀଶ୍ ପଟ୍ଟନାୟକ କହିଛନ୍ତି । ଓଡ଼ିଆ ଭାଷା ଆମର ମାତୃଭାଷା । ଏହା ଶେୟାର ଚାଟ୍ରେ ସ୍ଥାନ ପାଇଥିବାରୁ ଆମେ ଶେୟାର ଚାଟ୍କୁ ଧନ୍ୟବାଦ୍ ଜଣାଉଛୁ ।

ଏହି ଅବସରରେ ଶେୟାର ଚାଟ୍ର ସିଇଓ ଫରିଦ୍ ଅହଶାନ୍ କହିଲେ, “ଶେୟାର ଚାଟ୍ ସବୁବେଳେ ସାଂସ୍କୃତିକ କ୍ଷେତ୍ରକୁ ରୁଦ୍ଧିମନ୍ତ କରିଥାଏ । ଏହା ଦ୍ୱାରା ଓଡ଼ିଶାର ବ୍ୟବହାରକାରୀ ଉପକୃତ ହୋଇପାରିବେ । ଆଜି ଓଡ଼ିଆ ଏବଂ କନ୍ନଡ଼ ଭାଷାକୁ ଆମେ ସ୍ଥାନୀତ କରିଥିବାରୁ ବିଶେଷ ଆନନ୍ଦିତ । ଏହା ଡିଜିଟାଲ ଇଣ୍ଡିଆ ସ୍ୱପ୍ନ ସାକାର ହୋଇପାରିବ ।

ସୂଚନାଯୋଗ୍ୟ, ଶେୟାର ଚାଟ୍ ବ୍ୟବହାରକାରୀଙ୍କୁ ସାଂସ୍କୃତିକ କ୍ଷେତ୍ର ଉପଲବ୍ଧ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହା ଭାଷାଗତ ପ୍ରତିବନ୍ଧକକୁ ଦୂର କରିବାରେ ନିରନ୍ତର ପ୍ରୟାସ ଜାରି ରଖିଛି ।

Share in top social networks!

ଡିଏସ୍ ଗ୍ରୂପ ପକ୍ଷରୁ ଲୋକପ୍ରିୟ ପାସ୍ ପାସ୍ ପଲ୍ସ ରେଞ୍ଜକୁ ବିସ୍ତାର କରିବା ପାଇଁ ‘ପଲ୍ସ ପାଇନଆପଲ୍’ ସ୍ୱାଦର ଶୁଭାରମ୍ଭ

PULSE 3d pack - Pineapple ଧରମପାଲ ସତ୍ୟପାଲ୍ (ଡିଏସ୍) ଗ୍ରୂପ ଏହାର ‘ପାସ୍ ପାସ୍ ପଲ୍ସ କ୍ୟାଣ୍ଡି’ କାରବାରକୁ ବୃଦ୍ଧି କରିବା ଦିଗରେ ଆଉ ଏକ ପାଦ ଅଗ୍ରସର ହୋଇଛି । ଏହି କ୍ରମରେ ଡିଏସ୍ ଗ୍ରୁପ ପକ୍ଷରୁ ‘ସପୁରୀ ସ୍ୱାଦଯୁକ୍ତ’ ଭଳି ଆଉ ଏକ ନୂତନ କ୍ୟାଣ୍ଡି ‘ପଲ୍ସ ପାଇନଆପଲ’ର ଶୁଭାରମ୍ଭ ହୋଇଛି । ପାସ୍ ପାସ୍ ପଲ୍ସ ପୂର୍ବରୁ ମଧ୍ୟ ହାର୍ଡ ବଏଲ୍ଡ କ୍ୟାଣ୍ଡି ବଜାରରେ ଶୀର୍ଷ ସ୍ଥାନ ଦଖଲ କରିସାରିଛି । ପଲ୍ସ କ୍ୟାଣ୍ଡିର କଂଚା ଆମ୍ବ, ପିଜୁଳି ଏବଂ କମଳା ସ୍ୱାଦ ମଧ୍ୟରେ ଆଉ ଏକ ଅନନ୍ୟ ସପୁରୀ ସ୍ୱାଦ ଯୋଡ଼ି ହୋଇଯାଇଛି । ସପୁରୀ ଏକ ନୂତନ ସ୍ୱାଦ ତଥା ଫଳ ରୂପେ ସବୁ ବୟସ ବର୍ଗର ଲୋକଙ୍କ ମଧ୍ୟରେ ବେଶ୍ ପସନ୍ଦ ଯୋଗ୍ୟ । ଏହି ନୂତନ କ୍ୟାଣ୍ଡି ପିଲୋ ପ୍ୟାକେଟରେ ଉପଲବ୍ଧ ହୋଇଛି, ଯାହାର ମୂଲ୍ୟ ମାତ୍ର ୧ ଟଙ୍କା ରଖାଯାଇଛି । ‘ପଲ୍ସ ପାଇନଆପଲ’ ଏହାର ଗ୍ରାହକମାନଙ୍କୁ ଏକ ରୋମାଂଚକ ଅନୁଭବ ପ୍ରଦାନ କରିବ, ଯାହା ସପୁରୀର ସ୍ୱାଦରୁ ଆରମ୍ଭ ହୋଇ ଏହା ମଧ୍ୟରେ ଥିବା ଟ୍ୟାଙ୍ଗି ମସଲାର ସ୍ୱାଦରେ ଶେଷ ହେଉଛି ।
ଏହି ଅବସରରେ ଟିପ୍ପଣୀ ରଖି ଡିଏସ୍ ଗ୍ରୁପର ନୂତନ ଉପôାଦ ବିକାଶର ଉପାଧ୍ୟକ୍ଷ ଶ୍ରୀ ଶଶାଙ୍କ ସୁରାନା କହିଛନ୍ତି ଯେ, “ଡିଏସ୍ ଗ୍ରୁପ ସବୁବେଳେ ନିଜର ଗ୍ରାହକଙ୍କୁ ପ୍ରସନ୍ନ କରିବା ଦିଗରେ ସେମାନଙ୍କର ପସନ୍ଦକୁ ଶ୍ରେଣୀଭୁକ୍ତ କରି ନୂତନ ଏବଂ ଅଭିନବ ଉପାୟ ଅବଲମ୍ବନ କରିଆସିଛି । ୨୦୧୫ ମସିହାରୁ କଂଚାଆମ୍ବର ସ୍ୱାଦକୁ ନେଇ ପ୍ରସ୍ତୁତ ହୋଇଥିବା ପଲ୍ସ କ୍ୟାଣ୍ଡି ଯଦିଓ ଗ୍ରାହକଙ୍କ ମନକୁ ବେଶ୍ ଛୁଇଁ ପାରିଛି, ପିଜୁଳି ଏବଂ କମଳା ପରେ ସପୁରୀ ସ୍ୱାଦ କ୍ୟାଣ୍ଡି ବଜାରରେ ଏକ ନୂତନ ସଂସ୍କରଣ ଏବଂ ଆମେ ଆମ ଗ୍ରାହକଙ୍କ ଠାରୁ ଏ ନେଇ ଉତମ ପ୍ରତିକ୍ରିୟା ଆଶା କରୁଛୁ ।”
ସଂଗଠିତ ହାଡର଼୍ ବଲଏଡ଼୍ କ୍ୟାଣ୍ଡି ବ୍ୟବସାୟ ଭାରତର କ୍ୟାଣ୍ଡି ବଜାରରେ ୨,୬୫୦ କୋଟି ଥିବା ବେଳେ ପାସ୍ ପାସ୍ ପଲ୍ସ ବଜାରର ୧୨% ରୁ ୧୩% ଭାଗିଦାରୀ ଭାବେ ସବୁଠାରୁ ଅଗ୍ରଣୀ କ୍ୟାଣ୍ଡି ଭାବେ ସ୍ଥାନ ହାସଲ କରିଛି । ଭାରତ ବ୍ୟତୀତ ଏହି କମ୍ପାନୀ ସଂଯୁକ୍ତ ଆରବ ଏମିରେଟ, ବି୍ରଟେନ ଏବଂ ଦକ୍ଷିଣ ପୂର୍ବ ଏସିଆ ବଜାରରେ ଏହି ପଲ୍ସ କ୍ୟାଣ୍ଡିର ବିତରଣ ଆରମ୍ଭ କରିଛି ।
‘ପଲ୍ସ ପାଇନଆପଲ’କୁ ଗତ କିଛି ମାସ ହେଲା ଦେଶର ପ୍ରମୁଖ ସହରରେ ଆରମ୍ଭ କରାଯାଇଥିବା ପରୀକ୍ଷଣ ବିପଣନ ପାଇଁ ଏକ ଉତ୍ସାହଜନକ ପ୍ରତିକ୍ରିୟା ମିଳିଛି । ଏକ ବିଶାଳ ଲକ୍ଷ୍ୟରେ ପହଂଚିବା ପାଇଁ ‘ଡିଏସ୍ ଗ୍ରୁପ’ର ବିତରଣ ନେଟ୍ୱର୍କ ଏହାକୁ ଭାରତ ବଜାରରେ ଆରମ୍ଭ କରିଛି । ପଲ୍ସ ପାଇନଆପଲର ସର୍ବେକ୍ଷଣକୁ ପିଓଏସ୍ଏମ୍ ଏବଂ ବଜାର ସର୍ଭେକ୍ଷଣ ଭଳି ଗତିବିଧିର ସମର୍ଥନ ମିଳିବ ।
୨୦୧୨ରେ ପାସ୍ ପାସ୍ ଚିଙ୍ଗଲ-ମିନି ଚୁଇଙ୍ଗମ୍ର ବଜାର ପ୍ରବେଶ ସହ ଡିଏସ୍ ଗ୍ରୁପ୍ ଚକୋଲେଟ୍ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିଥିଲା । କ୍ୟାଣ୍ଡି ବଜାରରେ ଅଗ୍ରଣୀ ଉପôାଦଗୁଡ଼ିକର ଏକ ବ୍ୟାପକ ପୋର୍ଟଫୋଲିଓକୁ ସାମିଲ କରିବା ପାଇଁ କମ୍ପାନୀର ଅଗ୍ରଣୀ ବ୍ରାଣ୍ଡ ପାସ୍ ପାସ ର ସ୍ଥାନ ବଦଳି ଯାଇଥିଲା । ପାରପମ୍ପରିକ ପୁଦିନା (ମିଂଟ୍) ସ୍ୱାଦ ଠାରୁ ଆରମ୍ଭ କରି ମିନି ଚୁଇଙ୍ଗମ୍ ଚିଙ୍ଗଲ୍ ପର୍ଯ୍ୟନ୍ତ ଡିଏସ୍ କନ୍ଫେକ୍ସନ୍ ମିଂଟ, କୋଲା ଏବଂ ଟୁଟି ଫ୍ରୁଟି ଆଦି ସ୍ୱାଦ ବିଭିନ୍ନ ପ୍ରକାର ବିକଳ୍ପରେ ଉପଲବ୍ଧ ହେଉଛି ଯାହା ସବୁଠାରୁ ଆକର୍ଷକ ଅଭିନବ ସ୍ୱାଦ ପ୍ରଦାନ କରିଥାଏ ।

Share in top social networks!

ହିରୋମୋଟା କର୍ପ ପକ୍ଷରୁ ଡକାର ର୍ୟାଲି-୨୦୧୮ ପୂର୍ବରୁ ମିଲାନଠାରେ ‘ଦି ଇଆଇସିଏମ୍ଏ-୨୦୧୭’ରେ ଏକ୍ସପଲ୍ସ୍ ମୋଟରସାଇକେଲର ୱାର୍ଲ୍ଡ ପ୍ରିମିୟର ସମ୍ପନ୍ନ

Hero Xpulse concept at EICMA 2017 in Milanହିରୋ ମୋଟୋ କର୍ପ ଲିଃ. ପକ୍ଷରୁ ଏହା ବହୁପ୍ରତିକ୍ଷୀତ ଏକ୍ସପଲ୍ସ୍ ମୋଟର ସାଇକେଲର ଡ୍ୱାର୍ଲ୍ଡ ପି୍ରମିୟର ଇଟାଲୀର ମିଲାନର ଇଆଇସିଏମ୍ଏରେ କରିଛି ।

ଡକାର ର୍ୟାଲି-୨୦୧୮ରେ ହିରୋମୋଟା ସ୍ପୋର୍ଟସ୍ ଟିମ୍ ର୍ୟାଲି ପାଇଲଟ୍ମାନେ ଏହା ଚଳାଇବେ ।

ଏହି ଅବସରରେ ହିରୋମୋଟା କର୍ପ ଲିଃ.ର ଅଧ୍ୟକ୍ଷ, ପରିଚାଳନା ନିଦେ୍ର୍ଧଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପୱନ ମୁଞ୍ଜଲ୍ କହିଲେ, “ ଚଳିତ ବର୍ଷ ହିରୋମୋଟୋ କର୍ପ ବିଶ୍ୱର ୩୫ଟି ରାଷ୍ଟ୍ରରେ ଏହାର କାରବାର ଏବଂ ନିର୍ମାଣ ସୁବିଧା ଜାରି ରଖିଛି । ଆଗାମୀ ଦିନରେ ଏହାର ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିବ । ଗ୍ରାହକ ସନ୍ତୁଷ୍ଟିକୁ କମ୍ପାନୀ ପ୍ରାଧାନ୍ୟ ଦେଇଥାଏ । ଏକ୍ସପଲ୍ସ୍ ମୋଟରସାଇକେଲ ଗ୍ରାହକଙ୍କୁ ଦୁଃଶାହାସିକ ରାଇଡ୍ର ଅଭିଜ୍ଞତା ପ୍ରଦାନ କରିବ । ବିଶ୍ୱ ବଜାରକୁ ଦୃଷ୍ଟିରେ ରଖି କମ୍ପାନୀ ଏହାର ଉପôାଦ ପ୍ରସ୍ତୁତିରେ ନୂତନତ୍ୱ ଆଣିବାର ପ୍ରୟାସ ଜାରି ରଖିଛି ।
ଆମ ମୋଟରସ୍ପୋର୍ଟସ୍ ଟିମ୍ ନେଇ ଆମେ ବେଶ୍ ଆଶାବାଦୀ । ଡକାର-୨୦୧୮ରେ ହିରୋମୋଟୋ ସ୍ପୋର୍ଟସ୍ ଟିମ୍ ର୍ୟାଲି ଉଲ୍ଲେଖନୀୟ ପ୍ରଦର୍ଶନ କରିବାର ଆଶା ରହିଛି ।”

ଗତ ସିଜିନ୍ରେ ହିରୋମୋଯା ସ୍ପୋର୍ଟସ୍ ଟିମ୍ ର୍ୟାଲି ୧୦୦ପ୍ରତିଶତ ଭଲ ପ୍ରଦର୍ଶନ କରିଥିବାବେଳେ ଡକାର ର୍ୟାଲି-୨୦୧୮ ପାଇଁ ଟିମ୍ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଟିମ୍ ର୍ୟାଲି ସଦସ୍ୟ ଜ୍ୟାକ୍ୱିମ୍ ରୋଡ୍ରଗ୍ୱିସ୍ ଏବଂ ସିଏସ୍ ସନ୍ତୋଷ ଓଲିବିୟେ ର୍ୟାଲିରେ ଭଲ ପ୍ରଦର୍ଶନ କରଛନ୍ତି । ୨୦୧୭ ଡକାର ର୍ୟାଲିରେ ଜ୍ୟାକ୍ୱିମ୍ ରୋଡ୍ରଗ୍ୱିସ୍ ୧୨ ତମ ସ୍ଥାନ ହାସଲ କରିଥିଲେ । ଅଗାମୀ ର୍ୟାଲିରେ ଟିମ୍ ପକ୍ଷରୁ ୩ଜଣ ରାଇଡର ଯୋଗଦେବେ । ଜ୍ୟାକ୍ୱିମ୍ ରୋଡ୍ରଗ୍ୱିସ୍,ସିଏସ୍ ସନ୍ତୋଷ ଏବଂ ସ୍ପେନ୍ର ଓରିଏଲ୍ ମିନା ଡକାର ର୍ୟାଲି-୨୦୧୮ରେ ଅଂଶଗ୍ରହଣ କରିବେ ।

Share in top social networks!

ରେନଲ୍ଟ ପକ୍ଷରୁ ଷ୍ଟାଇଲିସ୍ ରେନଲ୍ଟ କ୍ୟାପଚର୍ର ବଜାର ପ୍ରବେଶ

From R-L-Mr
ରେନାଲ୍ଟ ପକ୍ଷରୁ ଭାରତରେ ଏହାର ବହୁପ୍ରତିକ୍ଷୀତ ଷ୍ଟାଇଲିସ୍ ଏସୟୁଭି ରେନାଲ୍ଟ କ୍ୟାପଚର୍ର ବଜାର ପ୍ରବେଶ କରାଯାଇଛି । ଏଥିରେ ପ୍ରୋଜେକ୍ଟର ହେଡଲ୍ୟାମ୍ପ୍, ସି-ଆକୃତି ସାଫେୟାର୍, ଏଲଇଡି ଡିଆର୍ଏଲ୍ ଏବଂ ଇଂଟିଗ୍ରେଟେଡ୍ ଅଡିଓ ସିଷ୍ଟମ୍ ପ୍ରଭୃତି ୫୦ରୁ ଅଧିକ ପ୍ରିମିୟମ୍ ଫିଚର ରହିଥିବାବେଳେ ଏହାର ପ୍ରାରମ୍ଭିକ ମୂଲ୍ୟ ୯.୯୯ ଲକ୍ଷ ଟଙ୍କା ରହିଛି ।

ଏହା ୩ଟି ଭ୍ୟାରିଆଂଟ୍ରେ ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ପାୱାରଟ୍ରିନ୍ ଅପସନ୍ରେ ଉପଲବ୍ଧ ହେଉଛି । ଏଥିରେ ଡୁଆଲ୍ ଏୟାରବ୍ୟାଗ୍, ଆଂଟି ଲକ୍-ବ୍ରେକିଂ ସିଷ୍ଟମ୍, ଇଲୋକ୍ଟ୍ରନିକ୍ସ୍ ବ୍ରେକ୍ ଡିଷ୍ଟ୍ରିବୁ୍ୟସନ୍ ଏବଂ ବ୍ରେକ୍ ଆସିଷ୍ଟ୍ ଏବଂ ରିୟର ୱପର ସହିତ ଡେଫଗର ରହିଛି । ଏଥିରେ ୭ ଇଂଚ୍ ଡିସପ୍ଲେ ବିଶିଷ୍ଟ ୟୁଏଲ୍ସି ୩.୦ ମଲ୍ଟିମିଡିଆ ନାଭିଗେସନ୍ ସିଷ୍ଟମ୍ ରହିଛି । ଷ୍ଟିୟରିଂ କଂଟ୍ରୋଲ୍, ବ୍ଲୁଟୁଥ୍, ୟୁଏସ୍ବି ଓ ଅକ୍ସ୍ ଯୁକ୍ତ ଇଂଟିଗ୍ରେଟେଡ୍ ଅଡିଓ ସିଷ୍ଟମ୍, ରିମୋଟ୍ କଂଟ୍ରୋଲ୍ ଲକିଂ ସିଷ୍ଟମ୍ ପ୍ରଭୃତି ବୈଶିଷ୍ଟ୍ୟ ରହିଛି ।

ଏହି ଅବସରରେ ରେନାଲ୍ଟ ଇଣ୍ଡିଆ ଅପରେସନର କଂଟ୍ରି ସିଇଓ ତଥା ପରିଚାଳନା ନିଦେ୍ର୍ଧଶକ ଶ୍ରୀ ସୁମିତ୍ ସାହ୍ୱନେ କହିଲେ, “ରେନାଲ୍ଟର ନୂତନ ଡିଜାଇନିଂ ରେନାଲ୍ଟ କ୍ୟାପଚର୍ ଗ୍ରାହକଙ୍କୁ ବିଶେଷ ପସନ୍ଦ ଆସିବ । ରେନାଲ୍ଟ ଇଣ୍ଡିଆ ବିଶ୍ୱସ୍ତୟରୀୟ ଉପôାଦ ପ୍ରସ୍ତୁତି ଜାରି ରଖିଛି । ଏହାର ପ୍ରିମିୟମ୍ ଏବଂ କ୍ଳାସ୍ ଲିଡିଙ୍ଗ୍ ଫିଚର ଆବଶ୍ୟକ ଗ୍ରାହକ ଅଭିଜ୍ଞତା ଉପଲବ୍ଧ କରାଇବାକୁ ସକ୍ଷମ ହେବ । ଭାରତ ପ୍ରତି ଆମର ଦୀର୍ଘମିଆଦି ପ୍ରତିଶ୍ରୁତିବଦ୍ଧତା ଆଧାରରେ ଆମେ ଆମର ଏସ୍ୟୁଭି ଉପôାଦ ପୋର୍ଟଫୋଲିଓରେ ବିକାଶ କରୁଛୁ । ଗ୍ରାହକଙ୍କ ପସନ୍ଦର ବ୍ରାଣ୍ଡ ଆଧାର, ଅନନ୍ୟ ଏବଂ ଦୃଷ୍ଟାନ୍ତକାରୀ ଗ୍ରାହକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ନବୀକରଣ ମାର୍କେଟିଂ ପ୍ରୟାସ ଆଧାରରେ କମ୍ପାନୀ କାର୍ଯ୍ୟଧାରା ଜାରି ରଖିଛି ।”

ରେନାଲ୍ଟ କ୍ୟାପଚର୍ ପ୍ଲାଟିନାରେ ଅଲ୍ଟ୍ରା ପ୍ରିମିୟମ୍ ହ୍ୱାଇଟ୍ ଏବଂ ଗୋଲ୍ଡ ଆଭ୍ୟନ୍ତରୀଣ କଲର୍ ରହିଛି । ଏଥିରେ ଇର୍ଗୋ ଡିଜାଇନିଂ ଲେଦର ସିଟ୍ ରହିଛି ଯାହାକି ୬-ୱେ ଆଡଜଷ୍ଟ୍ କରାଯାଇପାରିବ । ରେନାଲ୍ଟର ପେଟ୍ରୋଲ ଭ୍ୟାରିଆଂଟ୍ରେ ୧୬ ଭାଲଭ୍ ୪ ସିଲିଣ୍ଡର ୧.୫ଲିଟର ଏଚ୍-୪-କେ ଇଞ୍ଜିନ୍ ରହିଛି । ଏଥିରେ ୫ ସ୍ପିଡ୍ତ ମାନୁଆଲ୍ ଗିୟର ବକ୍ସ୍ ରହିଛି । ଏହା ଲିଟର ପିଛା ୧୩.୮୭ କିଲୋମିଟର ଦୂରତା ଅତିକ୍ରମ କରିବ । ସେହିପରି ଏହାର ଡିଜେଲ୍ ଭ୍ୟାରିଆଂଟ୍ରେ ୧.୫ ଏଲ୍କେ ଡିଜେଲ୍ ଇଞ୍ଜିନ୍, ୬ ସ୍ପିଡ୍ ମାନୁଆଲ୍ ଗିୟର ବକ୍ସ୍ ପ୍ରଭୃତି ରହିଛି । ଏହାର ପ୍ଳାଟିନା ଭ୍ୟାରିଆଂଟ୍ ଡିଜେଲ୍ ଅପସନ୍ରେ ଉପଲବ୍ଧ ହେଉଛି ।
ଏହାର ପେଟ୍ରୋଲ ଭ୍ୟାରିଆଂଟ୍ରେ କ୍ୟାପଚର୍ ଆରଏକ୍ସଇ, କ୍ୟାପଚର୍ ଆରଏକ୍ସଏଲ୍, କ୍ୟାପଚର୍ ଆର୍ଏକ୍ସଟି ପ୍ରଭୃତି ରହିଛି । ଏସବୁର ମୂଲ୍ୟ ଯଥାକ୍ରମେ ୯,୯୯,୯୯୯ଟଙ୍କା, ୧୧,୦୭, ୯୯୯ଟଙ୍କା, ୧୧, ୬୯,୯୯୯ଟଙ୍କା ରହିଛି । ସେହିପରି ଏହାର ଡିଜେଲ୍ ଭ୍ୟାରିଆଂଟ୍ରେ ଏହି ସବୁ ଭ୍ୟାରିଆଂଟ୍ର ମୂଲ୍ୟ ଯଥାକ୍ରମେ ୧୧.୩୯,୯୯୯ଟଙ୍କା, ୧୨,୪୭,୯୯୯ଟଙ୍କା, ୧୩,୦୯,୯୯୯ଟଙ୍କା ରହିଛି । କ୍ୟାପଚର୍ ପ୍ଳାଟିନା ଡିଜେଲ୍ ଭ୍ୟାରିଆଂଟ୍ର ମୂଲ୍ୟ ୧୩,୮୮,୯୯୯ଟଙ୍କା ରହିଛି ।

ସୂଚନାଯୋଗ୍ୟ,୨୦୧୧ରେ କମ୍ପାନୀର ବିତରଣ ଶାଖା ସଂଖ୍ୟା ୧୪ଥିବାବେଳେ ସମ୍ପ୍ରତି ଏହା ୩୦୦ରେ ପହଂଚିଛି । ୨୦୧୭ ଶେଷ ସୁଦ୍ଧା ଏହା ୩୨୦ରେ ପହଂଚାଇବା ପାଇଁ କମ୍ପାନୀ ପ୍ରୟାସ ଜାରି ରଖିଛି ।

Share in top social networks!

ଟାଟା ଡେ଼ାକୋମୋ ପକ୍ଷରୁ ଆକର୍ଷଣୀୟ ପ୍ରିପେଡ଼ ପ୍ଲାନ୍

• ନୂତନ ଏବଂ ଆଗରୁ ଉପସ୍ଥିତଥିବା ଗ୍ରାହକମାନେ ଅସିମୀତ କଲ ଉପଭୋଗ କରିପାରିବା ସହିତ ମାତ୍ର ୧୪୮ ଟଙ୍କାରେ ଡ଼ାଟା ସୁବିଧା ପାଇପାରିବେ ।
• ବିନା କୌଣସି ଲୁକ୍କାୟିତ ତଥ୍ୟ ସହିତ ଉକ୍ତୃଷ୍ଟ ଭ୍ୟାଲୁ ପ୍ଲାନ୍; ସମସ୍ଥ ହ୍ୟାଣ୍ଡସେଟ୍ ପାଇଁ ପ୍ରଯୁଜ୍ୟ
940873_10153192061300583_8898536032315508874_n

ଟାଟା ଟେଲି ସର୍ଭିସ ଲିମିଟେଡ଼୍ (ଟିଟିଏଲ)ର ସ୍ୱିକୃତିପ୍ରାପ୍ତ ଟାଟା ଡେ଼ାକୋମୋ ପକ୍ଷରୁ ସମସ୍ତ ଗ୍ରାହକ ମାନଙ୍କ ପାଇଁ ଚାରୋଟି ପ୍ଲାନ୍ର ଶୁଭାରମ୍ଭ କରାଯାଇଛି । ମାତ୍ର ୧୪୮ ଟଙ୍କାରେ ଗ୍ରାହକମାନେ ଅସିମୀତ ଆଞ୍ଚଳିକ ଏବଂ ଏସଟିଡ଼ି କଲ୍ ସହିତ ୨ ଜିବି ଡ଼ାଟା ୨୮ ଦିନ ପର୍ଯ୍ୟନ୍ତ ଉପଭୋଗ କରିପାରିବେ ।
କମ୍ପାନୀ ଆହୁରିମଧ୍ୟ ଏକ ଉକ୍ତୃଷ୍ଟ ଡ଼ାଟା ସୁବିଧା ପ୍ଲାନ୍ ଆରମ୍ଭ କରିଛି, ଯାହାକି ଉପଭୋକ୍ତା ମାନଙ୍କୁ ପ୍ରତ୍ୟେକ ଦିନ ଅସିମୀତ କଲ୍ ସହିତ ବିସ୍ତୃତ ଡ଼ାଟା ସୁବିଧା ପ୍ରଦାନ କରିବ । ମାତ୍ର ୩୪୯ ଟଙ୍କାରେ ଗ୍ରାହକମାନେ ପ୍ରତ୍ୟେକ ଦିନ ୧ ଜିବି ଡ଼ାଟା ଏବଂ ଅସିମୀତ କଲିଂ (ଆଞ୍ଚଳିକ ଏବଂ ଏସଟିଡ଼ି) ସହିତ ୫୬ ଦିନର ଦିର୍ଘ ଭ୍ୟାଲିଡ଼ିଟି ସମୟ ପାଇପାରିବେ । ଏହା ସହିତ ଉକ୍ତ ଦୁଇଟି ଅସିମୀତ ପ୍ଲାନ୍ ସହିତ ଗ୍ରାହକମାନେ ଆଞ୍ଚଳିକ ଏବଂ ଏସଟିଡ଼ି କଲ୍ ଯେକୌଣସି ନେଟୱାର୍କକୁ ମାତ୍ର ପ୍ରତି ମିନିଟ୍କୁ ୨୦ ପଇସା ତଥା ୬୪ ଟଙ୍କାରେ ପ୍ରଥମ ରିଚାର୍ଜ ପ୍ଲାନ୍ କିମ୍ବା ସ୍ୱତନ୍ତ୍ର ୨୨ ଟଙ୍କାର ଟାରିଫ୍ ଭାଉଚର୍ (ଆଗରୁଥିବା ଗ୍ରାହକ) ମାନେ ଉପଭୋଗ କରିପାରିବେ । ଏହିସମସ୍ତ ପ୍ଲାନ୍ ଗୁଡ଼ିକ ସମସ୍ଥ ହ୍ୟାଣ୍ଡସେଟ୍ ପାଇଁ ପ୍ରଯୁଜ୍ୟ ରହିବ ।
ଏହି ନୂତନ ଉପôାଦ ସମ୍ପର୍କରେ ଟାଟା ଟେଲି ସର୍ଭିସ ଲିମିଟେଡ଼୍ ପକ୍ଷରୁ ଏହାର ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପୂର୍ବାଞ୍ଚଳର ମୁଖ୍ୟ, ସିବିୟୁ, ଶ୍ରୀଯୁକ୍ତ ସଞ୍ଜିବ୍ ଝା କହିଛନ୍ତିଯେ, “ସର୍ବୋପରି ଆମର ନୂତନ ଟାରିଫ୍ ଗୁଡ଼ିକୁ ସର୍ବାଧିକ ମୁଲ୍ୟ ପ୍ରଦାନ କରିବା ସହ÷ିତ ଆମର ନୂତନ ଗ୍ରାହକମାନେ ବିନାକୌଣସି ଲୁକ୍କାୟିତ ତଥ୍ୟରେ ପାଇପାରିବେ । ଆମ୍ଭେମାନେ ବିଶ୍ୱାସକରୁକି ଆମର ଅସିମୀତ ଭଏସ କମ୍ବୋ ପ୍ଲାନ୍ ଗୁଡ଼ିକ ଅତୁଳନୀୟ ସୁବିଧା ଯାହାକି ଗ୍ରାହକ ମାନଙ୍କୁ ମୁକ୍ତରେ କଥା ହେବାକୁ ତଥା ଅନେକ ଗୁଡ଼ିଏ ଡ଼ାଟା ପ୍ଲାନ୍ ସର୍ବଦା ଅବିରତ ନେଟୱାର୍କ ସହିତ ସଂଯୋଗ କରିଥାଏ । ଏହିସବୁ ପ୍ଲାନ୍ ଗୁଡ଼ିକ ସମସ୍ତ ଉପଭୋକ୍ତା ମାନଙ୍କୁ ତଥା ସମସ୍ତ ହ୍ୟାଣ୍ଡସେଟ୍ ଗୁଡ଼ିକରେ ଉପଲବ୍ଧ ହେବ ।
ନୂତନ ପ୍ଲାନ୍ ଗୁଡ଼ିକ ସର୍ବଦା ଯୋଗାଯୋଗରେ ରହୁଥିବା ପିଢୀର ଆବଶ୍ୟକତାକୁ ଦୃଷ୍ଟିରେରଖି ଶୁଭାରମ୍ଭ କରାଯାଇଛି ।

Share in top social networks!

ଭାରତ ପକ୍ଷରୁ ହୋଣ୍ଡା ୨ହ୍ୱିଲର୍ସ ଇଣ୍ଡିଆ ସହିତ ଉତ୍ସବକୁ ଆଲୋକିତ କରିଛି

ହୋଣ୍ଡା ପକ୍ଷରୁ ସର୍ବକାଳୀନ ଉତ୍ସବ ଖୁଚୁରା ବିକ୍ରି ୨ ମାସରେ ୧୩.୫ ଲକ୍ଷ ୟୁନିଟ୍ ଅତିକ୍ରମ କରିଛି
• ଉତ୍ସବ ସମୟରେ ଖୁଚୁରା ବିକ୍ରି ୧ ଲକ୍ଷ ୟୁନିଟ୍ ବୃଦ୍ଧି ପାଇ ୨୦୧୭-୧୮ ଆର୍ଥିକ ବର୍ଷରେ ୧୩.୫ ଲକ୍ଷ ୟୁନିଟ୍ ହୋଇଛି
• ତୃତୀୟ କାରଖାନା ଲାଇନ୍ ସମ୍ପ୍ରସାରଣ ସହିତ ଉପôାଦନ କ୍ଷମତା ୫୦,୦୦୦ ୟୁନିଟ୍ ବୃଦ୍ଧି ସହିତ ହୋଣ୍ଡାର ସମସ୍ତ ଚାରିଟି କାରଖାନା ଉତ୍ସବ ଚାହିଦା ପୂରଣ କରିବା ନିମନ୍ତେ ପୂର୍ଣ୍ଣ କ୍ଷମତା ସହିତ ପରିଚାଳିତ ହୋଇଥିଲା
17796840_1886835551530667_7387464160460383040_n

ଭାରତର ଏକ ନମ୍ବର ଦୁଇ ଚକିଆ ଆକ୍ଟିଭାର ଖୁଚୁରା ବିକ୍ରି ୮.୫ ଲକ୍ଷ ୟୁନିଟ୍ ସ୍ତର ଅତିକ୍ରମ କରିଛି
• ନୂଆ ରେକର୍ଡ: ଭାରତର ଏକ ନମ୍ବର ଏକ୍୍ଜିକୁ୍ୟଟିଭ୍ ମୋଟରସାଇକଲ୍ ସିବି ସାଇନ୍ର ଖୁଚୁରା ବିକ୍ରି ୨.୪ ଲକ୍ଷ ସ୍ତର ଅତିକ୍ରମ କରିଛି
ଭୁବନେଶ୍ୱର: ବିକ୍ରିରେ ଏହାର ଉଧ୍ୱର୍ମୁଖୀ ଧାରା ଜାରି ରଖି ହୋଣ୍ଡା ୨ହ୍ୱିଲର୍ସ ଇଣ୍ଡିଆ ସର୍ବକାଳୀନ ସର୍ବାଧିକ ଉ୍ସବ ଖୁଚୁରା ବିକ୍ରି ସହିତ ୨୦୧୭ର ଉତ୍ସବ ଋତୁ ଶେଷ କରିଛି । ବର୍ଦ୍ଧିତ ଗ୍ରାହକ ଚାହିଦା ସହିତ ହୋଣ୍ଡା ୨ହ୍ୱିଲର୍ସର ଖୁଚୁରା ବିକ୍ରି ଦୁଇ ମାସରେ (ସେପ୍ଟେମ୍ବର-ଅକ୍ଟୋବର, ୨୦୧୭)ରେ ୧୩.୫୦ ଲକ୍ଷ ୟୁନିଟ୍ ହୋଇଛି । ଏହି ଉଲ୍ଲେଖନୀୟ ପ୍ରଦର୍ଶନ ସହିତ ହୋଣ୍ଡା ନିଜର ୨୦୧୬ର ଉତ୍ସବ ଖୁଚୁରା ବିକ୍ରି ରେକର୍ଡକୁ ୧ ଲକ୍ଷ ୟୁନିଟ୍ ଅଧିକ ବିକ୍ରି ସହିତ ଭାଙ୍ଗିଛି ।
ଉତ୍ସବ ଋତୁରେ ସର୍ବକାଳୀନ ଖୁଚୁରା ବିକ୍ରି ବିଷୟରେ ଶ୍ରୀଯୁକ୍ତ ୟଦବିନ୍ଦର ସିଂହ ଗୁଲେରିଆ, ବରିÂ ଉପସଭାପତି-ବିକ୍ରି ଏବଂ ମାର୍କେଟିଂ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ଉତ୍ସବ ଆରମ୍ଭ ହେବା ପୂର୍ବରୁ ଉପôାଦନରେ ୫୦,୦୦୦ ୟୁନିଟ୍ର ବୃଦ୍ଧି ସହିତ ଦ୍ରୁତ ନେଟୱର୍କ ସମ୍ପ୍ରସାରଣ, ଶେଷ ଦୂରତା ପର୍ଯ୍ୟନ୍ତ ମଡେଲ୍ଗୁଡ଼ିକର ଉପଲବ୍ଧତା ଏବଂ ୩୬୦ଂ ମାର୍କେଟିଂ ଫଳରେ ଉତ୍ସବ ଋତୁରେ ରେକର୍ଡ ପରିମାଣର ଖୁଚୁରା ବିକ୍ରି ହୋଇଛି । ଏହି ଉତ୍ସବ ଋତୁରେ ହୋଣ୍ଡା ନିୟୁତାଧିକ ଭାରତୀୟଙ୍କ ସବୁଠୁ ପସନ୍ଦର ବ୍ରାଣ୍ଡ୍ ହୋଇଥିଲା । ହୋଣ୍ଡା ଗ୍ରାହକଙ୍କ ପାଇଁ ଭାରତରେ ନଭେମ୍ବରରେ ମଧ୍ୟ ଉତ୍ସବ ଜାରି ରହିବ କାରଣ ହୋଣ୍ଡାର ବ୍ରାଣ୍ଡ୍ ନୂଆ ଅତ୍ୟାଧୁନିକ ସହରୀ ସ୍କୁଟର ଗ୍ରାଜିଆ ଉନ୍ମୋଚିତ ହେବ । ତେଣୁ ଏହି ନଭେମ୍ବର ୮ରେ ଦୁନିଆକୁ ନୂତନ ଆଲୋକରେ ଦେଖିବା ପାଇଁ ପ୍ରସ୍ତୁତ ହୋଇରହିଥାନ୍ତୁ ।’’
ଐକ୍ଟଦ୍ଭୟବ ୨ଡଷରରକ୍ଷରrଗ୍ଦ ଓଦ୍ଭୟସବ ୨୦୧୭ ଗ୍ଦବକ୍ଷରଗ୍ଦ
ଙମଗ୍ଧକ୍ଟଭରr ଇକ୍ଟ୍ରrସକ୍ଷ-ଙମଗ୍ଧ
ଙମଗ୍ଧ-୧୬ ଙମଗ୍ଧ-୧୭ ୨୦୧୬ ୨୦୧୭
ଊକ୍ଟଜ୍ଞରଗ୍ଦଗ୍ଧସମ ୪,୭୦,୩୫୮ ୪,୩୭,୫୩୧ ୩୧,୪୩,୫୪୫ ୩୫,୮୪,୦୨୮
ଋଙ୍ଘକ୍ଟ୍ରକ୍ଟrଗ୍ଧଗ୍ଦ ୨୧,୮୭୯ ୨୯,୦୦୪ ୧,୫୮,୩୮୭ ୨,୧୧,୫୫୨
ଞକ୍ଟଗ୍ଧବକ୍ଷ ଝବକ୍ଷରଗ୍ଦ ୪,୯୨,୨୩୭ ୪,୬୬,୫୩୫ ୩୩,୦୧,୯୩୨ ୩୭,୯୫,୫୮୦

ଅକ୍ଟୋବର ୨୦୧୭ର ମୁଖ୍ୟାଂଶ
• ହୋଣ୍ଡା ୨ହ୍ୱିଲର୍ସ ଇଣ୍ଡିଆ ପକ୍ଷରୁ ନୂଆ ହୋଣ୍ଡା ସିବିଆର୬୫୦ଏଫ୍ର ବୁକିଙ୍ଗ ଆରମ୍ଭ । ଉନ୍ନତ ଗାଡ଼ିଚାଳନା ଡାଇନାମିକ୍ସ, ଅଗ୍ରଣୀ ଷ୍ଟାଇଲ୍ ଏବଂ ଉନ୍ନତ ଇଣ୍ଡକ୍ସନ ରୋର୍ ସହିତ ନୂଆ ସିବିଆର୍୬୫୦ଏଫ୍ ସେହି ସମାନ ମୂଲ୍ୟ ୭.୩୦ ଲକ୍ଷ ଟଙ୍କା (ଏକ୍ସ ସୋରୁମ୍-ଦିଲ୍ଲୀ) ସହିତ ସ୍ପୋର୍ଟସ୍ ଗାଡ଼ିଚାଳନାକୁ ଏକ ନୂତନ ସ୍ତରକୁ ନେବାର ପ୍ରତିଶ୍ରୂତି ପ୍ରଦାନ କରିଛି ।
• ଉତ୍ସବ ପାଳନକୁ ଜାରି ରଖି ହୋଣ୍ଡା ପକ୍ଷରୁ ଏହାର ନୂଆ ଅଟୋମେଟିକ୍ ସ୍କୁଟର ଗ୍ରାଜିଆର ବୁକିଙ୍ଗ ବିଷୟରେ ଘୋଷଣା କରାଯାଇଛି । “ଅତ୍ୟାଧୁନିକ ସହରୀ ସ୍କୁଟର’ ପରିକଳ୍ପନାରେ ବିକଶିତ ହୋଇଥିବା ହୋଣ୍ଡା ଗ୍ରାଜିଆକୁ ଆଜିର ଭାରତର ଯୁବ ଏବଂ ବିଶ୍ୱାସୀ କସ୍ମୋପଲିଟାନ୍ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ।
• ମାଲେସିଆ ମୋଟରସାଇକଲ୍ ଗ୍ରାଣ୍ଡ୍ ପ୍ରିକ୍ସ ଅବସରରେ ଏସିଆ ଏବଂ ଓସେନିଆର ହୋଣ୍ଡା ଗ୍ରୁପ୍ ଅଫ୍ କଂପାନିଜ୍ ପକ୍ଷରୁ ଏକ ୭୫୦ କିଲୋମିଟର ହୋଣ୍ଡାର ବଡ଼ ବାଇକ୍ କାରଭାନ୍ “ହୋଣ୍ଡା ଏସିଆନ୍ ଯାତ୍ରା ୨୦୧୭’ ଆରମ୍ଭ କରାଯାଇଥିଲା ଯାହା ୨୦୧୭ ଅକ୍ଟୋବର ୨୬ରୁ ଅକ୍ଟୋବର ୨୯ ପର୍ଯ୍ୟନ୍ତ ଚାରି ଦିନ ମାଲେସିଆ ଉପଦ୍ୱୀପ ଦେଇ ଯାତ୍ରା କରି ମାଲେସିଆ ମୋଟୋଜିପି କାର୍ଯ୍ୟକ୍ରମରେ ଶେଷ ହୋଇଥିଲା ।
• ଏହାର ସଡ଼କ ସୁରକ୍ଷା ପ୍ରତିଶ୍ରୁତିକୁ ଆହୁରି ଆଗକୁ ବଢ଼ାଇ ହୋଣ୍ଡା ୨ହ୍ୱିଲର୍ସ ଇଣ୍ଡିଆ ପକ୍ଷରୁ ଏହାର କୋଏମ୍ବାଟୁର, ହାଇଦ୍ରାବାଦ, କରନାଲ୍ ଏବଂ ଲୁଧିଆନାଠାରେ ଥିବା ଚାରି ଟ୍ରାଫିକ୍ ପାର୍କରେ “ସଡ଼କ ସୁରକ୍ଷା ଆନ୍ତଃ ସ୍କୁଲ ବସ୍ ଚାମ୍ପିଆନ୍ସିପ୍’ ଆୟୋଜନ କରାଯାଇଥିଲା । ଏହି ମେଗା ଅଭିଯାନ ଜରିଆରେ ହୋଣ୍ଡା ୨,୦୦୦ରୁ ଅଧିକ ସ୍କୁଲ ପିଲାଙ୍କ ପାଇଁ ସଡ଼କ ସୁରକ୍ଷା ସଚେତନତା ସୃଷ୍ଟି କରିପାରିଛି ।

Share in top social networks!

ଆଇଫୋନ୍-ଏକ୍ସ୍ ଏଚସିଏଲ୍ ଇନଫୋସିଷ୍ଟମରେ ଉପଲବ୍ଧ

iphone-x-vs-iphone-8-and-8-plus

ଏଚସିଏଲ୍ ଇନଫୋସିଷ୍ଟମରେ ୨୦୧୭ ଅକ୍ଟୋବର ୨୭ ତାରିଖ ଶୁକ୍ରବାରଠାରୁ ଆଇଫୋନ୍-ଏକ୍ସ ଉପଲବ୍ଧ ହେବ ବୋଲି ଘୋଷଣା କରାଯାଇଛି । ଗ୍ରାହକ ସୁବିଧା ପାଇଁ ନଭେମ୍ବର ୩ ତାରିଖଠାରୁ ଏହା ବଜାରରେ ଉପଲବ୍ଧ ହେବ । କମ୍ପାନୀ ଇତିମଧ୍ୟରେ ଆଇଫୋନ୍-୮ ଓ ଆଇଫୋନ୍-୮ ପ୍ଲସ୍ ବଜାରରେ ଉପଲବ୍ଧ କରାଉଛି ।

ଆଇଫୋନ୍-ଏକ୍ସ ନୂତନ ପିଢ଼ୀର ଆଇଫୋନ୍ ଏହା ସ୍ପେସ୍ ଗ୍ରେ ଏବଂ ସିଲଭର ରଙ୍ଗରେ ଉପଲବ୍ଧ ହେବ । ଏଥିରେ ସୁନ୍ଦର ୫.୮ ଇଂଚ୍ ରେଟିନା ଏଚ୍ଡି ଡିସପ୍ଲେ, ଏ-୧୧ ବାୟୋନିକ୍ ଚିପ୍ ରହିଛି ଯାହାକି ଅନନ୍ୟ ଅଭିଜ୍ଞତା ପ୍ରଦାନ କରିବାକୁ ସକ୍ଷମ ହେବ । ଏହା ୩-ଡି ଗେମିଂ ଅଭିଜ୍ଞତା ଉପଲବ୍ଧ କରାଇବ । ଏଥିରେ ଶକ୍ତିଶାଳୀ କ୍ୟାମେରା ରହିଛି ଯାହାକି ଏକାଦିକ୍ରମେ ୫୦ଟି ଫଟୋ ଉଠାଇବାକୁ ସକ୍ଷମ ହୋଇଥାଏ । ଏଥିରେ ୱେରଲେସ୍ ଚାର୍ଜି, ପୋଟ୍ରେଏଟ୍ ମୋଡ୍, ପୋଟ୍ରଏଟ୍ ଲାଇଟିଂ ସୁବିଧା ରହିଛି ଯାହାକି ଷ୍ଟୁଡିଓରେ ଫଟୋ ଉଠାଇବାର ଅଭିଜ୍ଞତା ପ୍ରଦାନ କରିବ । ପାଂଚ ପ୍ରକାର ଲାଇଟିଂ ଷ୍ଟାଇଲ୍, ଅନନ୍ୟ ଚିତ୍ର ଉତୋଳନକାରୀ ବୈଶିଷ୍ଟ୍ୟ ପ୍ରଭୃତି ରହିଛି । ଅନନ୍ୟ ଭିଡି କଲିଂ ସୁବିଧା ଇମେଜ୍ ସିଗନାଲ୍ ପ୍ରୋସେସର୍ ପ୍ରଭୃତି ବୈଶିଷ୍ଟ୍ୟ ରହିଛି । ଏଥିରେ ଅଲ୍- ଗ୍ଲାସ୍ ଡିଜାଇନିଂ, ବିକଶିତ ପଛ କ୍ୟାମେରା, ଡୁଆଲ୍ ଅପ୍ଟିକାଲ ଇମେଜ୍ ଷ୍ଟାବିଲାଇଜେସନ୍, ଫେସ୍ ଆଇଡି, ନୂଆ ଟ୍ରିୁ ଡେପଥ୍ କ୍ୟାମେରା ପ୍ରଭୃତି ବୈଶିଷ୍ଟ୍ୟ ରହିଛି ।

ସୂଚନାଯୋଗ୍ୟ, ଏଚସିଏଲ୍ ୧୯୭୬ରେ ସ୍ଥାପିତ ହୋଇଥିଲା । ୧୯୭୮ରେ ଏହା ଅନ୍ତର୍ଜାତୀୟ ବଜାରରେ କାରବାର ଆରମ୍ଭ କରିଥିଲା । ଏହାର ବାର୍ଷିକ ବାରବାର ୭.୫ ବିଲିୟନ୍ ଡଲାର ରହିଛି । ୧୪୦ ରାଷ୍ଟ୍ରରେ ଏହାର ୧୨୦,୦୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ୩୨ ରାଷ୍ଟ୍ରରେ ଏହାର ୫୦୦ରୁ ଅଧିକ ପଂଏଟ୍ ରହିଛି ।

Share in top social networks!

ଭାରତରେ ସ୍ତନ କର୍କଟ ଚିକିତ୍ସା ବୀମାକରଣ ମାତ୍ର ୧୨%

ଭାରତର ସହରାଞ୍ଚଳରେ ବସବାସ କରୁଥିବା ମହିଳାଙ୍କଠାରେ ସ୍ତନ କର୍କଟ ରୋଗ ଚିହ୍ନଟ ମାତ୍ରା ବୃଦ୍ଧି ପାଉଥିବା ଏବଂ ଚିକତ୍ସା ବ୍ୟୟବହୁଳ ହେଉଥିଲେ ସୁଦ୍ଧା ଏଥିପାଇଁ ଖୁବ୍ କମ୍ ବ୍ୟକ୍ତିଙ୍କ ଦ୍ୱାରା ବୀମାକରଣ ହେଉଥିବା ଏଗନ୍ ଜୀବନ ବୀମାର ଏକ ସର୍ଭେକ୍ଷଣରୁ ଜଣାପଡ଼ିଛି ।
ସର୍ଭେକ୍ଷଣ ତଥ୍ୟ ଅନୁଯାୟୀ ସ୍ତନ କର୍କଟ ଚିକତ୍ସା ବ୍ୟୟ ୫ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେଉଥିବାବେଳେ ଏହି ଖର୍ଚ୍ଚ ଭରଣା ପାଇଁ ମାତ୍ର ୧୨% ଜନସାଧାରଣ ବୀମାଭୁକ୍ତ ହୋଇଛନ୍ତି । ସ୍ତନ କର୍କଟ ସମ୍ପର୍କରେ ସଚେତନତା ଜାଣିବା ପାଇଁ ଡ଼ିଜିଟାଲ ବୀମାକମ୍ପାନୀ ଏଗନ୍ ଜୀବନ ବୀମା ଦେଶର ବିଭିନ୍ନ ମେଟ୍ରୋ ସହରର ୫୫୦ ଜନସାଧାରଣଙ୍କ ମତାମତ ଲୋଡ଼ିଥିଲା ।
ବର୍ତ୍ତମାନ ସମୟରେ ସ୍ତନ କର୍କଟ ସମ୍ପର୍କରେ ବ୍ୟାପକ ସଚେତନତା ଓ ଶିକ୍ଷାର ଆବଶ୍ୟତା ରହିଛି । ଏହି ରୋଗ ସମ୍ପର୍କରେ ଜନସାଧାରଣ ଜାଣିପାରିଲେ ଏହାର ଚିକିତ୍ସା ବ୍ୟୟ ବାବଦରେ ମଧ୍ୟ ଅବଗତ ହୋଇପାରିବେ । କାରଣ ଏବେ କର୍କଟଜନିତ ଚିକିତ୍ସା ବ୍ୟୟ ବୃଦ୍ଧି ପାଇବାରେ ଲାଗିଛି । ଏକ ଜୀବନ ବୀମା କମ୍ପାନୀ ଭାବେ ଜନସାଧାରଣ ସୁସ୍ଥ ରହିବା ଓ ଚିକିତ୍ସା ବ୍ୟୟ ହ୍ରାସ ପାଇବା ପାଇଁ ଆମେ ଚାହୁଁ ବୋଲି କହିଛନ୍ତି ଏଜ୍ଅନ ଜୀବନ ବୀମାର ମୁଖ୍ୟ ଡ଼ିଜିଟାଲ ଅଧିକାରୀ ମାର୍ଟିନ ଡେ଼ ଜଙ୍ଗ ।
ଏହି ସର୍ଭେକ୍ଷଣ ଅନୁଯାୟୀ ୭୪% ଜନସାଧାରଣ ଜାଣନ୍ତି ନାହିଁ ଯେ, ପୁରୁଷଙ୍କଠାରେ ସ୍ତନ କର୍କଟ ରୋଗ ହୁଏ କି ନାହିଁ । କିନ୍ତୁ ୧% ପୁରୁଷଙ୍କଠାରେ ସ୍ତନ କର୍କଟ ରୋଗ ହୋଇଥାଏ । ଏହି ରୋଗ ନିରୂପଣ ଓ ଚିହ୍ନଟ କ୍ଷେତ୍ରରେ ଭାରତୀୟ ସଂସ୍କୃତି ଏକ ପ୍ରତିବନ୍ଧକ ହୋଇଥାଏ । କାରଣ ଭାରତୀୟ ସଂସ୍କୃତି ମହିଳାମାନେ ନିଜ ସ୍ତନ ନିଜେ ପରୀକ୍ଷଣ କରିନଥାନ୍ତି । ଏଥିସହ ସେମାନେ ଏସମ୍ପର୍କରେ ଖୋଲାଖୋଲି ପ୍ରକାଶ କରିବାକୁ ମଧ୍ୟ କୁଣ୍ଠାବୋଧ କରିଥାନ୍ତି । ସର୍ଭେକ୍ଷଣ ସମୟରେ ୨୪% ମତଦାତା ସ୍ତନ କର୍କଟ ସମ୍ପର୍କରେ ନିଜ ବନ୍ଧୁ ବା ପରିବାର ସଦସ୍ୟଙ୍କ ସହ ଆଲୋଚନା କରିନଥିବା ଜଣାପଡ଼ିଛି । ୬୦% ଜନସାଧାରଣ ହରମୋନ ବ୍ୟତିକ୍ରମ ଯୋଗୁଁ ଏହି ରୋଗ ହେଉଥିବା ଅନୁଭବ କରୁଥିବାବେଳେ ୪୮% ଏହାକୁ ବଂଶାନୁଗତ ବୋଲି ବିବେଚନା କରିଥାନ୍ତି ।

Share in top social networks!

ଆଇଡ଼ିବିଆଇର କ୍ଷତି ୧୯୮ କୋଟି

1383980_891542624266631_1584473827_n
ମୁମ୍ବାଇ: ଆଇଡ଼ିବିଆଇ ନିଦେ୍ର୍ଧଶନାମଣ୍ଡଳୀ ବୈଠକରେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସର ଆର୍ଥିକ ଫଳାଫଳ ଅନୁମୋଦିତ କରାଯାଇଛି । ଏହି ତ୍ରୟମାସରେ ସୁଧଜନିତ ଆୟ ହ୍ରାସ କରାଯିବା ସତ୍ତେ୍ୱ ୨୦୧୬ ଆର୍ଥିକ ବର୍ଷ ତୁଳନାରେ ନେଟ୍ ଆର୍ଥିକ ଆୟରେ ୩.୬୩% ଉନ୍ନତି ଘଟିଥିବାବେଳେ ପୂର୍ବ ତ୍ରୟମାସ ତୁଳନାରେ ୧୮.୧୯% ଉନ୍ନତି ଘଟିଛି । କାର୍ଯ୍ୟକାରୀ ଲାଭ ୨୦୧୬ ଆର୍ଥିକ ବର୍ଷ ତୁଳନାରେ ୮୧.୬୯% ବୃଦ୍ଧି ପାଇ ୨୭୯୮ କୋଟି ଟଙ୍କା ହୋଇଛି । ଗତବର୍ଷ ଏହି ସମୟରେ ଏହା ୧୫୪୦ କୋଟି ଟଙ୍କା ଥିଲା । ସେହିପରି ପୂର୍ବ ତ୍ରୟମାସ ତୁଳନାରେ ୨୧୯.୦୪% ବୃଦ୍ଧି ପାଇ ୮୭୭ କୋଟି ଟଙ୍କା ହୋଇଛି ।
ସେପ୍ଟେମ୍ବର ୨୦୧୭ ଶେଷ ସୁଦ୍ଧା ନେଟ୍ କ୍ଷତି ୧୯୮ କୋଟି ଟଙ୍କା ହୋଇଛି । ଗତବର୍ଷ ଏହି ସମୟରେ ବ୍ୟାଙ୍କର ଲାଭ ପରିମାଣ ଥିଲା ୫୬ କୋଟି ଟଙ୍କା । ତେବେ ପୂର୍ବ ତ୍ରୟମାସ ତୁଳନାରେ ଏହାର କ୍ଷତି ପରିମାଣ ୭୬.୭୮% ଅର୍ଥାତ ୮୫୩ କୋଟି ଟଙ୍କା ହ୍ରାସ ପାଇଛି । ସେପ୍ଟେମ୍ବର ୨୦୧୭ରେ କାର ୧୧.୯୮ ରହିଛି ଯାହା ଗତବର୍ଷ ଏହି ସମୟରେ ୧୧.୬୪ ଥିଲା । ନେଟ୍ ସୁଧ ହାରରେ ଗତବର୍ଷ ଓ ପୂର୍ବ ତ୍ରୟମାସ ତୁଳନାରେ ଯଥାକ୍ରମେ ୨୭ ଓ ୪୫ ପଏଣ୍ଟବୃଦ୍ଧି ଘଟିଛି । ବ୍ୟାଙ୍କର କାର୍ଯ୍ୟକାରୀ ବ୍ୟୟ ୨୧.୧୫% ହ୍ରାସ ପାଇଛି । ବ୍ୟାଙ୍କ ଜମା ହ୍ରାସ ପାଇ ୭୭,୩୭୨ କୋଟି ହୋଇଛି ଯାହା ପୂର୍ବରୁ ୧,୦୮,୮୯୦ କୋଟି ଟଙ୍କା ଥିଲା ।

Share in top social networks!

ଓଲା ଅଟୋ ସେବାରେ ୱାଇଫାଇ ସଂଯୋଗ

Wifi in Ola Autoଦେଶର ପୁରାତନ ପରିବହନ ସେବା ଯୋଗାଣକାରୀ ସଂସ୍ଥା ଓଲା ପ୍ରଥମ ଥର ପାଇଁ ଅଟୋ ବର୍ଗ ନିମନ୍ତେ ଅଭିନବ ‘ଅଟୋ କନେକ୍ଟ ୱାଇଫାଇ’ ପ୍ରଚଳନ କରିଛି । ୨୦୧୪ ମସିହାରେ ଶୁଭାରମ୍ଭ ହୋଇଥିବା ଓଲା ଅଟୋ ସେବାରେ ସଂସ୍ଥା ପକ୍ଷରୁ କେତେ ଉନ୍ନତି ଅଣାଯାଇଛି । ଏହାଫଳରେ ଗ୍ରାହକ ଅଟୋ ବୁକ୍ କରିବା ସହ ଏହାର ଗତିବଧି ଜାଣିପାରିବେ । ଏଥିସହ ଓଲା ଆପ୍ରେ ଦେୟ ପ୍ରଦାନ କରିବେ । ଓଲା ଅଟୋ ପରିବହନ ସେବା ଦେଶରେ ସଫଳତା ଲାଭ କରିଛି । ଇତିମଧ୍ୟରେ ଓଲା ଟିଭିସି ପ୍ରଚାର ଅଭିଯାନର ମଧ୍ୟ ଶୁଭାରମ୍ଭ କରିଛି ।

ଓଲାର ସରଳ ୱାଇଫାଇ ଇଣ୍ଟରନେଟ୍ ସଂଯୋଗ ବ୍ୟବସ୍ଥାରେ ଚାହିଁଲା ମାତ୍ରେ ସେବା, ସ୍ୱଚ୍ଛ ମୂଲ୍ୟ, ବେନଗଦୀ ଦେୟ ପ୍ରଦାନ, ଘରୁ ଆଣିବା ଓ ଘରେ ଛାଡ଼ିବା, ଜିପିଏସ୍ରେ ଗତିବିଧି ଆଦି ଜାଣିବା ସୁବିଧା ଯୋଗାଇ ଦିଆଯାଇଛି । ଯେକୌଣସି ସମୟରେ ଯେକୌଣସି ସ୍ଥାନରେ ଓଲା ଅଟୋ ଉପଲବ୍ଧ ଅଟେ ।

ଏହି ପରିପ୍ରେକ୍ଷୀରେ ଓଲା ଅଟୋ ବିଭାଗ ମୁଖ୍ୟ ତଥା ବରିÂ ନିଦେ୍ର୍ଧଶକ ସିଦ୍ଧାର୍ଥ ଅଗ୍ରୱାଲ କହିଛନ୍ତି ଯେ, ଗ୍ରାହକ ଓ ଚାଳକଙ୍କ ସହଯୋଗରେ ଆମେ ଏକ ପାରମ୍ପରିକ ପରିବହନ ସେବା ଯୋଗାଣରେ ସମର୍ଥ ହୋଇପାରିଛୁ । ଅଟୋରେ ୱାଇଫାଇ ସଂଯୋଗ ହେବା ଦ୍ୱାରା ୩ ଚକିଆ ଯାନ ପ୍ରତି ଗ୍ରାହକଙ୍କ ଆଗ୍ରହ ବୃଦ୍ଧି ପାଇବ । ଡ଼ିଜିଟାଲ ଇଣ୍ଡିଆକୁ ଦୃଷ୍ଟିରେ ରଖି ଏହି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି ।

ଅଟୋରେ ୱାଇଫାଇ ସଂଯୋଗ ପରେ ଏହି ପ୍ରକ୍ରିୟାକୁ ସଂପ୍ରସାରିତ କରି ସଂସ୍ଥା ମିନି, ଲକ୍ସ ଓ ମାଇକ୍ରୋରେ ଏପ୍ରକାର ବ୍ୟବସ୍ଥା ଗ୍ରହଣ କରିବ । ଭାରତୀୟ ସହରରେ ହାରାହାରି ଯାତ୍ରା ସମୟ ଯେପରି ୪୦ ମିନିଟରୁ ଅଧିକ ନହୁଏ ସେଥିପ୍ରତି ଓଲା ଯତ୍ନଶୀଳ ବୋଲି ସେ କହିଛନ୍ତି ।

Share in top social networks!