“ଭୀମଭୋଇଙ୍କ ଅମୃତବାଣୀର ପ୍ରାସଙ୍ଗିକତା ଏବେ ବି ରହିଛି’

18341904_1683297731683687_5534706824892344304_n
ଡା. ଦାମୋଦର ରାଉତ
ଗତକାଲି ଥ#ଲା ସନ୍ଥକବି ଭୀମଭୋଇଙ୍କର ୧୭୩ତମ ଜନ୍ମଜୟନ୍ତୀା ବହୁ ଉଦ୍ୟୋଗୀ ବ୍ୟକ୍ତିଙ୍କ ପ୍ରଚେଷ୍ଟାରେ ଅନୁଗୋଳ ଜିଲ୍ଲାର ଅଙ୍ଗାରବନ୍ଧଠାରେ ଅଙ୍ଗାରବନ୍ଧ ମହିମାକୁଟୀର ପରିସରରେ ତାଙ୍କର ସ୍ମ&ୃତି ଉତ୍ସବ ପାଳନ କରାଯାଏା ଅନୁଗୋଳର ବିଧାୟକ ବନ୍ଧୁ ରଜନୀକାନ୍ତ ସିଂ ଓ ଭୀମଭୋଇ ଜୟନ୍ତୀ କମିଟିର କର୍ମକର୍ତ୍ତାମାନଙ୍କର ନିମନ୍ତ୍ରଣ କ୍ରମେ ସେଠାକୁ ଯିବାର ସୁଯୋଗ ମିଳିଥ#ଲାା କାର୍ଯ୍ୟକ୍ରମ ଆରମ୍ଭରେ ଶ୍ରୀମଦ ବାବା ସଦାନନ୍ଦ ଦାସଙ୍କ ଅନୁଦାନରେ ନିିର୍ମିତ ନୂତନ ଧର୍ମଶାଳା ଗୃହ ଉନ୍ମୋଚନ ହେଲା ପରେ ଅଲେଖ ମହିମା ସାମାଜିକ ଉନ୍ନୟନ ପରିଷଦ ତରଫରୁ ଆୟୋଜିତ ସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇଥ#ଲାା
ଏହା ମୋ ପାଇଁ ଏକ ବିସ୍ମୟକର ଘଟଣା ଥ#ଲା ଯେ ୧୭୩ ବର୍ଷ ତଳେ ଜନ୍ମରୁ ଅନ୍ଧ ହୋଇ ଜନ୍ମଲାଭ କରିଥ#ଲା ଭୀମଭୋଇ ନିଜ ପିତାମାତାଙ୍କୁ ଦେଖ#ନଥ#ଲେ କି ଜାଣିନଥ#ଲୋ ସଂଯୋଗବଶତଃ ଗୋଟିଏ କନ୍ଧ ଦମ୍ପତ୍ତି ଜଟାସିଂଗା ଗାଁରେ ଗୋଟିଏ ଶାଳଗଛ ମୂଳରୁ କ୍ରନ୍ଦନରତ ଅବସ୍ଥାରେ ଏହି ଅନ୍ଧ ନବଜାତ ଶିଶୁକୁ ଉଦ୍ଧାର କରି ପାଳନ କରିଥ#ଲୋ ଦେଖ#ବାର ସୁଯୋଗ ନଥ#ଲା କିମ୍ବା ପାଠପଢିବାର ସାମର୍ଥ୍ୟ ନଥ#ଲାା ଏଭଳି ଅବସ୍ଥାରେ ଲାଳିତପାଳିତ ହେଉଥ#ବା ବେଳେ ବାଳୁତ ଅବସ୍ଥାରେ ସେ ଗୋଟିଏ କୂଅରେ ପଡିଗଲୋ ତାଙ୍କ କ=ରୁୁ ନିସୃତ ହେଲା “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉା’ ଜନ୍ମରୁ ଅନ୍ଧ କନ୍ଧ ବାଳକ ତୁଣ୍ଡ ନିସୃତ ଏଇ କେତେ ପଦ କଥା ପରବର୍ତ୍ତୀ ସମୟରେ ଜୀବନଦର୍ଶନର ଶ୍ରେଷ୍ଠତ୍ୱ ଆଣି ଦେଇଥ#ଲାା ସେ ପାଠ ପଢିନଥ#ଲେ, ଲେଖ#ପାରୁ ନଥ#ଲେ, ମାତ୍ର ତାଙ୍କ କ=ନିସୃତ ଏହି ଦର୍ଶନ(Phiଝଞ୍ଚଟଞ୍ଚଞ୍ଛhy) ବିଶ୍ୱରେ ବିରଳ ଥ#ଲାା ସେଥ#ପାଇଁ ଜାତିସଂଘ କାର୍ଯ୍ୟାଳୟ ଗୃହରେ ଏବଂ ଆମ ନୂଆଦିଲ୍ଲୀର ସଂସଦ ଗୃହରେ ତାକୁ ଲିପିବଦ୍ଧ କରାଯାଇଛିା ତେବେ ଅଙ୍ଗାରବନ୍ଧ ଗାଁରେ ସେହି ଅନ୍ଧ କବି ଭୀମଭୋଇଙ୍କ ବାଣୀର ଆଜି ବି ପ୍ରାସଙ୍ଗିକତା ବେଶ ଅନୁଭବ କରି ହେଉଛିା ଜୟନ୍ତୀରେ ଉପସ୍ଥିତ ମହିମାଧର୍ମରେ ଦୀକ୍ଷିତ ସ୍ତ୍ରୀ ଓ ପୁରୁଷ ଲୋକ ଗେରୁଆ ବସ୍ତ୍ର ପରିଧାନ କରିଥ#ଲୋ ତେବେ ସେଠାରେ ଉପସ୍ଥିତ ହଜାର ହଜାର ସାଧାରଣ ନରନାରୀ ସନ୍ଥକବି ଭୀମାଭୋଇଙ୍କ ସେହି ବିଚାରରେ ଏବେ ବି ପ୍ରଭାବିତ ବୋଲି ଜଣାପଡୁଥ#ଲାା ଶୁଣିଲି ଅଙ୍ଗାରବନ୍ଧ ଗାଁରେ କେବେ କଳିତକରାଳ ହୁଏ ନାହିାଁ ପୋଲିସ ସେଠାକୁ ଯାଆନ୍ତି ନାହିାଁ କୁସଂସ୍କାର ଆଦୌ ସ୍ପର୍ଶ କରିନି ଏବଂ ଭୀମଭୋଇଙ୍କ ସ୍ମ&ୃତିରେ ନିର୍ମିତ ମହିମା କୁଟୀରଟି ଅଙ୍ଗାରବନ୍ଧ ଏବଂ ଆଖପାଖ କେତୋଟି ଗାଁର ତୀର୍ଥକ୍ଷେତ୍ର ଭାବେ ରହିଆସିଛିା କନ୍ଧ କବି ଭୀମଭୋଇଙ୍କ ସେହି ମୁଖନିସୃତ ବାଣୀ “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉା’ ଏହାର ପ୍ରାସଙ୍ଗିକତା ଏବେ ବି ଜାଜୁଲ୍ୟମାନା ଏହା କ’ଣ ଅସ୍ୱୀକାର କରିହେବା
ଏମିତି ଏକ ଘଟଣା ପ୍ରଭାବିତ କରିଥ#ଲା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁା ରାତି୍ର ଶୟନ କାଳରେ ନେହେରୁଜୀ ଗଭୀର ନିଦ୍ରାରେ ଥାଇ ଏକ ସ୍ୱପ୍ନ ଦେଖ#ଥ#ଲୋ ସ୍ୱପ୍ନରେ ଦେଖ#ଲେ ସତେ ଯେମିତି ଗୌତମ ବୁଦ୍ଧ ସାମ୍ନାରେ ଦଣ୍ଡାୟମାନ ହୋଇ କିଛି ବୁଦ୍ଧବାଣୀ ତାଙ୍କୁ ଶୁଣାଉଛନ୍ତିା ନିଦ ଭାଙ୍ଗିଗଲାା ସେ ବିଚଳିତ ହୋଇପଡିଲୋ ସେଦିନର କଥା ସେଇଠି ରହିଲାା ତା’ର ଅଳ୍ପଦିନ ପରେ ପ୍ରଧାନମନ୍ତ୍ରୀ ଭାବେ ସେ ଶ୍ରୀଲଙ୍କା ଗସ୍ତରେ ଗଲୋ ଶ୍ରୀଲଙ୍କା ବୌଦ୍ଧପୀଠରେ ଭଗବାନ ବୁଦ୍ଧଙ୍କର ମୂର୍ତ୍ତିକୁ ଦେଖ# ଚମକି ପଡିଲୋ ସ୍ୱପ୍ନରେ ସେ ଯେଉଁ ବୁଦ୍ଧଙ୍କୁ ଦେଖ#ଥ#ଲେ ସତେ ଯେମିତି ଏ ସେହି ବୁଦ୍ଧ ମୂର୍ତ୍ତିା ସେଦିନଠାରୁ ଭଗବାନ ଗୌତମବୁଦ୍ଧ ଏବଂ ତାଙ୍କର ପ୍ରଚାରିତ ବୁଦ୍ଧବାଣୀ ପ୍ରତି ତାଙ୍କର ଅହେତୁକ ଆସନ୍ତି ପ୍ରକାଶ ପାଇଲାା ସେ ଯେଉଁ ନେତାମାନଙ୍କୁ ଭେଟିଲେ ତାଙ୍କ ଆଗରେ ପ୍ରକାଶ କରିଥ#ଲେ ଯେ ଏବେ ମଧ୍ୟ ବୁଦ୍ଧବାଣୀର ପ୍ରାସଙ୍ଗିକତା ଅଛିା ବୁଦ୍ଧବାଣୀ ପ୍ରଚାର କଲେ ଅନେକ ସୁଫଳ ମିଳନ୍ତାା ସେତେବେଳକୁ ଡ. ହରେକୃଷ୍ଣ ମହତାବ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଥାଆନ୍ତିା ଦିନେ ନେହେରୁଙ୍କୁ ସାକ୍ଷାତ କଲାବେଳେ ସେ ମହତାବବାବୁଙ୍କୁ କହିଲେ “ବୁଝିଲ ମହତାବ ଜୀ ଆଜିର ଦୁନିଆରେ ବୁଦ୍ଧବାଣୀର ପ୍ରାସଙ୍ଗିକତା ଅଛିା ତୁମ ଓଡ଼ିଶାରେ ଅନେକ ବୌଦ୍ଧ କୀର୍ତ୍ତି
ରହିଛିା ସେଠାରେ ଗୋଟିଏ ଅନୁଷ୍ଠାନ ଗଢିି ବୁଦ୍ଧବାଣୀ ଉପରେ ଚର୍ଚ୍ଚା କଲେ ଭଲ ହୁଅନ୍ତା ନାହିଁ କି?’
ପ୍ରଧାନମନ୍ତ୍ରୀ ନେହେରୁଙ୍କ ଏହି ପରାମର୍ଶକୁ ନେଇ ସ୍ୱର୍ଗତ ଡ. ମହତାବ ଦିନେ ଡ. ମାୟାଧର ମାନସିଂହଙ୍କୁ ଡକାଇ ପଠାଇଲୋ କହିଲେ ଡ. ମାନସିଂହ ଗୌତମ ବୁଦ୍ଧ ଏବଂ ବୌଦ୍ଧ ଧର୍ମ ଉପରେ ତୁମେ ତ ଅନେକ ସନ୍ଦର୍ଭ ଲେଖ#ଛା ମୁଁ କିଛି ସରକାରୀ ଜମିର ବ୍ୟବସ୍ଥା କରିଦେଉଛିା ତୁମେ ରାଜଧାନୀ ଭୁବନେଶ୍ୱରରେ ଗୌତମ ବୁଦ୍ଧଙ୍କ ସଂପର୍କରେ ତାଙ୍କର ମୁଖନିସୃତ ବୌଦ୍ଧବାଣୀ ଉପରେ ଚର୍ଚ୍ଚା କରିବା ପାଇଁ ଅନୁଷ୍ଠାନଟିଏ ଗଠନ କରା ରାଜଧାନୀର କେନ୍ଦ୍ରସ୍ଥଳ ଜନପଥରେ ଡ. ମୟାଧର ମାନସିଂହଙ୍କ ନାମରେ ୨/୩ ଏକର ସରକାରୀ ଜମି ଦେଇଦେଲେ ଏବଂ ସେଠାରେ ମହାବୋଧ# ସମାଜ ଗଠନ ପାଇଁ ନିଷ୍ପତ୍ତି ନିଆଗଲାା ମାତ୍ର ୧୯୭୫ ମସିହା ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଡ. ମାନସିଂହ କିଛି କରିପାରିଲେ ନାହିାଁ ତେବେ ସେ ମହାବୋଧ# ସୋସାଇଟି ଗଠନ କରି ସେ୍ୱଚ୍ଛାକୃତ ଭାବେ ଏହି ସମାଜ ନାମରେ ନିଜ ନାମରେ ଦରଜ ଥ#ବା ସରକାରୀ ଜମିକୁ ସମର୍ପଣ କରିଦେଲୋ ତେବେ ବୁଦ୍ଧବାଣୀର ପ୍ରାସଙ୍ଗିକତାକୁ କେବଳ ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ନୁହଁନ୍ତି ଆଜି ବି ବହୁ ଦେଶ ବୁଦ୍ଧବାଣୀର ପ୍ରାସଙ୍ଗିକତାକୁ ଅନୁଭବ କରି ବିମୋହିତ ହେଉଛନ୍ତିା ଭଗବାନ ବୁଦ୍ଧଙ୍କର ଜନ୍ମମାଟି ଓଡ଼ିଶା, ଯେଉଁ ମାଟିରେ ଆବିର୍ଭାବ ହୋଇ ଯୁବରାଜ ସିଦ୍ଧାର୍ଥ ଭଗବାନ ବୁଦ୍ଧ ପାଲଟିଗଲୋ ତାଙ୍କର ମୁଖନିସୃତ ବୁଦ୍ଧବାଣୀ ସାରା ଦୁନିଆକୁ ଆହ୍ଲାଦିତ ଏବଂ ପ୍ରଭାବିତ କରିଥ#ଲାା କିନ୍ତୁ ତାଙ୍କ ଜନ୍ମମାଟିର ମଣିଷମାନେ ତାଙ୍କ ବାଣୀର ପ୍ରାସଙ୍ଗିକତାକୁ କେତେ ବୁଝିଛନ୍ତି ତାହା କହି ହେବ ନାହିଁ ଏବଂ ଭଗବାନ ବୁଦ୍ଧ ଯେ ରାଜଧାନୀ ଭୁବନେଶ୍ୱର ସନ୍ନିକଟ ଲୁମ୍ବେଇ ପ୍ରଗଣାର ଜନ୍ମଲାଭ କରିଥ#ଲେ, ଯେଉଁଥ# ପାଇଁ ଚଣ୍ଡାଶୋକରୁ ଧର୍ମାଶୋକ ହୋଇଥ#ବା ଅଶୋକ ତାଙ୍କ ଶାସନ କାଳରେ ଲୁମ୍ବେଇ ପ୍ରଗଣାକୁ କରମୁକ୍ତ କରି ସେ ପ୍ରଗଣାକୁ ଏବଂ ସେଠାରେ ବସବାସ କରୁଥ#ବା ପ୍ରଜାମାନଙ୍କୁ ସହସ୍ରଧର ଅନୁପମାରେ ବିଭୋର କରିଥ#ଲୋ ଆଜି ସେ କଥା ବୁଝୁଛି କିଏ? କିନ୍ତୁ ଅନୁଗୋଳ ସହର ଅନତିଦୂରରେ ଅବସ୍ଥିତ ଅଙ୍ଗାରବନ୍ଧ ଗାଁରେ ହଜାର ହଜାର ହଜାର ଅଧ#ବାସୀ ଶତାଧ#କ ବର୍ଷ ହେଲା ସନ୍ଥକବି ଭୀମଭୋଇଙ୍କ ସେହି ଅମରବାଣୀ “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉା’ ପ୍ରାସଙ୍ଗିକତାକୁ ଜାବୁଡି ଧରିଛନ୍ତିା ଏହା ହିଁ ପରମ ସୌଭାଗ୍ୟା

Share in top social networks!

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଓ ଓଡିଆଭାଷା ।

net
ଡକ୍ଟର ସୁବ୍ରତ କୁମାର ପୃଷ୍ଟି
ଗତ କିଛି ଦିନ ଧରି ସର୍ବଭାରତୀୟ ପ୍ରାକ୍ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଓଡିଆରେ ମୁଦ୍ରଣ କରିବା ଦାବି ଜୋର ଧରିଛି । ଯଦିଓ ଏହିଦାବି ଓଡିଆ ବିଶ୍ୱ ବିଦ୍ୟାଳୟ ପ୍ରତିÂା ଦାବି ସମୟରୁ କରାଯାଉଛି, ତଥାପି ବିଧିବଦ୍ଧ ଭାବରେ ୪ବର୍ଷ ତଳୁ ସର୍ବଭାରତୀୟ ପ୍ରାକ୍ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ସାମିଲ ହେବା ପରଠାରୁ ଶିକ୍ଷାବିତ ଓ ବୁଦ୍ଧିଜୀବୀଗଣ ଏହା ସପକ୍ଷରେ ସ୍ୱର ଓଠାଇ ସରକାରଙ୍କୁ ସଚେତନ କରିବାରେ ପ୍ରୟାସୀ ଅଛନ୍ତି ।
ଦେଶର ମୋଟ ଡାକ୍ତରି ଶିକ୍ଷାନୁÂାନ ମଧ୍ୟରୁ ୬୦% ଥିବା ବେସରକାରି ଡାକ୍ତରି ଶିକ୍ଷାନୁÂାନରେ ନାମ ଲେଖା ମନୋନୟନ ପଦ୍ଧତିରେ ସରକାରଙ୍କ ଅଙ୍କୁଶ ନ ଥିବାରୁ ଡାକ୍ତରି ଶିକ୍ଷାର ବ୍ୟବସାୟୀକରଣକୁ ବନ୍ଦ କରିବା ସହିତ ଦେଶର ଚିକିତ୍ସା କ୍ଷେତ୍ରକୁ ସ୍ୱଚ୍ଛ ଓ ଉକ୍ରର୍ଷତାପାଇଁ ସମଗ୍ର ଦେଶରେ ଏକକ ପ୍ରବେଶିକା ପରୀକ୍ଷା ପ୍ରଚଳନ କରାଇବାକୁ ମାନ୍ୟବର ସୁପ୍ରିମକୋର୍ଟ ସିମରନ ଜୈନ ମାମଲା(୩୮୦(ସି)୨୦୦୯) ପରିପ୍ରେକ୍ଷୀରେ ଭାରତୀୟ ଚିକିତ୍ସା ପରିଷଦ(ଗରୟସମବକ୍ଷ ଉକ୍ଟଙ୍କଦ୍ଭମସକ୍ଷ କ୍ଟଲ ଓଦ୍ଭୟସବ) ମତ ଲୋଡିବାରୁ ଫେବୃଆରୀ୨୦୧୨ ସୁଦ୍ଧା ଏହା କରାଯିବ ବୋଲି ସତ୍ୟପାଠ ଦାଖଲ କଲେ । ନୂତନ ଭାବରେ ପ୍ରଚଳନ ହେବାକୁ ଥିବା ଏହି ସର୍ବଭାରତୀୟ ସ୍ତରରେ ଏକକ ଡାକ୍ତରି ନାମଲେଖା ପ୍ରବେଶିକା ପରୀକ୍ଷାପାଇଁ ସିଲାବସ ପ୍ରସ୍ତୁତି, ପରୀକ୍ଷାର ମାଧ୍ୟମ ଏବଂ ସ୍ଥାନ ସଂରକ୍ଷଣ ନିର୍ଦ୍ଧାରଣ ସମ୍ପର୍କରେ ରାଜ୍ୟ ସରକାରମାନଙ୍କ ସହ ପରାମର୍ଶ କରିବାପାଇଁ କେନ୍ଦ୍ରସରକାର ୨୯.୧୧.୨୦୧୧ରେ ଏକ ପରାମର୍ଶଦାତା କମିଟି ଗଠନ କରିଥିଲେ । ଏହି କମିଟି ଏକାଧିକ ଥର ବସିବା ପରେ ୨୩.୦୮.୨୦୧୨ରିଖ ବୈଠକରେ ଇଂରାଜୀ ଓ ହିନ୍ଦୀ ମାଧ୍ୟମରେ ପ୍ରଶ୍ନପତ୍ର ପ୍ରସ୍ତୁତିକୁ ବିରୋଧ କରି ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ ଓ ପଶ୍ଚିମବଙ୍ଗ ରାଜ୍ୟର ସ୍ୱାସ୍ଥ୍ୟ ସଚିବ କହିଥିଲେ – “ସଂଖ୍ୟାଧିକ ପିଲା ମାତୃଭାଷାରେ ପ୍ରାଥମିକ ଓ ମାଧ୍ୟମିକ ସ୍ତରୀୟ ଶିକ୍ଷାଲାଭ କରୁଥିବାରୁ କେବଳ ହିନ୍ଦୀ ଓ ଇଂରାଜୀରେ ପ୍ରଶ୍ନପତ୍ର ମୁଦ୍ରଣ କଲେ ସେମାନେ ବୁଝିପା୍ରିବେନାହିଁ । ଫଳରେ ସଠିକ ଉତ୍ତର ଦେଇ ନ ପାରି ବହୁ ମେଧାବୀ ପିଲା ଡାକ୍ତର ହେବାରୁ ବଞ୍ଚôତ ହେବେ । ଏହା ଗରିବ ପିଲାଙ୍କ ସ୍ୱାର୍ଥ ଅନୁକୂଳ ହୋଇ ନ ଥିବାବେଳେ କେବଳ ଇଂରାଜୀ ଓ ହିନ୍ଦୀ ମାଧ୍ୟମର ପିଲାଙ୍କ ସ୍ୱାର୍ଥକୁ ଲକ୍ଷ୍ୟ ରଖି କରାଯାଇଛି । ତେଣୁ ମାତୃଭାଷାରେ ପାଠ ପଢୁଥିବା ବିଦ୍ୟାର୍ଥୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ପରୀକ୍ଷା ପ୍ରାଦେଶିକ ଭାଷାରେ ଅନୁÂିତ କରାଯାଉ ।” ପ୍ରକାଶଥାଉକି, ସେହି ୪ଟି ରାଜ୍ୟର ଦାବି ଗୃହୀତ ହେବା ପରେ ହିଁ ବୈଠକ ସମାପ୍ତ ହେଲା । ଏହି ବୈଠକରେ ଓଡ଼ିଶାର ସରକାରଙ୍କ ପ୍ରତିନିଧି ଭାବରେ ଓଡିଶା ସ୍ୱାସ୍ଥ୍ୟ ବିଭାଗର ସଚିବଙ୍କ ବଦଳରେ ଜଣେ ଯୁଗ୍ମସଚିବ ଉପସ୍ଥିତି ଥାଇ ବିନା ପ୍ରତିବାଦରେ କମିଟିର ସମସ୍ତ ସର୍ତ୍ତ ମାନିନେଇ ଥିବାବେଳେ ଅନ୍ୟ ରାଜ୍ୟର ପ୍ରତିନିଧିଙ୍କ ଭଳି ଏହି ପରୀକ୍ଷା ପ୍ରଶ୍ନପତ୍ର ଓଡିଆରେ ପ୍ରସ୍ତୁତ କରିବାକୁ ଦାବି କରି ନ ଥିଲେ ।
ଏହି ଘଟଣା ଜଣାପଡିବା ପରେ ଅନ୍ୟ ରାଜ୍ୟର ଭାଷା ଭଳି ଓଡିଶାର ରାଜ୍ୟଭାଷା ଓଡିଆରେ ଏହି ପ୍ରବେଶିକା ପରୀକ୍ଷା ଓଡିଆରେ କରିବାକୁ ୧୮.୯.୨୦୧୨ରେ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ମୁଁ ଓ ପ୍ରାକ୍ତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶ୍ରୀଯୂକ୍ତ ପ୍ରଦିପ୍ତ ମହାପାତ୍ରକୁ ସାକ୍ଷାତ କରି ଏ ବିଷୟରେ ଆଲୋଚନା ପୂର୍ବକ ରାଜ୍ୟ ସରକାରଙ୍କୁ ଏ ବିଷୟରେ ପତ୍ର ପ୍ରଦାନ କରି ଦୃଢ ଦାବି ସହିତ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଅନୁରୋଧପତ୍ର ପ୍ରେରଣ କରିଥିଲା । ୨୦.୯.୨୦୧୨ରିଖରେ ଶାସ୍ତ୍ରୀୟ ଓଡିଆ କ୍ରିୟାନୁÂାନ କମିଟି ଅଧ୍ୟକ୍ଷ ତଥା ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଣ୍ଟିଆ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ, ମାନବ ସମ୍ବଳ ବିକାଶ ମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ପତ୍ର ଲେଖି ଓଡିଶାର ସ୍ୱାର୍ଥକୁ ଗୁରୁତ୍ୱ ଦେବାକୁ ଦାବି ଜଣାଇଥିଲେ । ୨୨.୯.୨୦୧୨ରେ ଆଞ୍ଚଳିକ ଭାଷା ଭାବରେ ମରାଠୀ ଓ ଅହମିୟା ଭାଷାରେ ଉକ୍ତ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ମୁଦ୍ରଣ ହେବ ବୋଲି କେନ୍ଦ୍ର ସରକାରଙ୍କ ସ୍ୱୀକାରୋକ୍ତି ତଥା ଓଡିଶା ସରକାର ଏ ବିଷୟରେ କୌଣସି ଦାବି କରି ନ ଥିବାରୁ ଏବଂ ଇଂରାଜୀରେ ପ୍ରଶ୍ନପତ୍ର ମୁଦ୍ରଣ ହେଲେ କୌଣସି ଆପତ୍ତି ନାହିଁ ବୋଲି ପୂର୍ବ ବୈଠକମାନଙ୍କରେ ସମ୍ମତି ଦେଇଥିବାରୁ ଓଡିଆରେ ପ୍ରଶ୍ନପତ୍ର ମୁଦ୍ରଣର ଆବଶ୍ୟକ ନାହିଁ ବୋଲି କେନ୍ଦ୍ରର ସ୍ପଷ୍ଟିକରଣ କରିବା ପରେ ଏଥିପାଇଁ ରାଜ୍ୟ ସରକାରଙ୍କ ଓଡିଆ ବିରୋଧୀ ମାନସିକତାକୁ ତୀବ୍ର ଭର୍ତ୍ସନା କରି ଡାକ୍ତରି ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଓଡିଆରେ କରିବା ତଥା ଏହି ପ୍ରବେଶିକା ପରୀକ୍ଷାପାଇଁ ଓଡିଶାରେ ଚିହ୍ନିତ ୨ଟି ବଦଳରେ ଅଧିକ କେନ୍ଦ୍ର ସ୍ଥାପନପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି କରନ୍ତୁ ବୋଲି ୨୪.୯.୨୦୧୨ରେ ଓଡିଆଭାଷା ସୁରକ୍ଷା ଅଭିଯାନ ପକ୍ଷରୁ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ବ୍ରଜକିଶୋର ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ଦାବି କରିବା ସହିତ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧପତ୍ର ପ୍ରଦାନ କରିଥିଲେ । ଏହାର ଉତ୍ତରରେ ସେହିଦିନ ଓଡିଶାର ସ୍ୱାସ୍ଥ୍ୟ ସଚିବ ଶ୍ରୀଯୁକ୍ତ ପ୍ରଦୀପ୍ତ ମହାପାତ୍ର କହିଥିଲେ ଯେ ଓଡ଼ିଶା ଛାତ୍ରଛାତ୍ରୀ ନିଜର ଦକ୍ଷତା ପ୍ରତିପାଦନ କରିବାରେ ସର୍ବଭାରତୀୟ ସ୍ତରରେ ବିଫଳ ହେବାର ଆଶଙ୍କା ଥିବାରୁ ଓଡିଶା ଡାକ୍ତରୀ ଶିକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସର୍ବଭାରତୀୟ ପ୍ରାକ୍ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ଓଡ଼ିଶା ସମ୍ପୃକ୍ତ ନ ହୋଇ ପୂର୍ବପରି ଙଔଋଋ ମାଧ୍ୟମରେ ପ୍ରାକ୍ ଡାକ୍ତରୀ ପ୍ରବେଶିକା ପରୀକ୍ଷା କରାଇବ । ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଥିଲେ ଯେ “ଘଋଋଞ ମାଧ୍ୟମରେ ନାମ ଲେଖା ହେଲେ ବାହାର ରାଜ୍ୟର ପିଲାମାନେ ଓଡ଼ିଶାର ମେଡ଼ିକାଲ କଲେଜରେ ନାମଲେଖାଇବାଦ୍ୱାରା ରାଜ୍ୟ ଘୋଷଣା କରିଥିବା କଟକଣା ଏମାନଙ୍କପାଇଁ ଲାଗୁ ହୋଇପାରିବ ନାହିଁ ।” ଅଥଚ କେନ୍ଦ୍ର ଅନୁରୋଧକ୍ରମେ କିଛିଦିନ ପରେ ଓଡିଶା ପୁଣି ଥରେ ସର୍ବଭାରତୀୟ ଏକକ ଡାକ୍ତରି ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିବ ବୋଲି ଘୋଷଣା କରିଥିଲେ ମଧ୍ୟ ଓଡିଆରେ ପ୍ରଶ୍ନପତ୍ର ଛାପିବା ଦାବି କରି ନ ଥିଲା । ଏପରିକି ଏକ ମାମଲାର ବିଚାର କରି ସୁପ୍ରିମକୋର୍ଟ ୧୮.୭.୨୦୧୩ରେ ସର୍ବଭାରତୀୟ ଏକକ ଡାକ୍ତରି ପ୍ରବେଶିକା ପରୀକ୍ଷାକୁ ବାଧ୍ୟତାମୂଳକ ନୁହେଁ ବୋଲି ରାୟ ପ୍ରଦାନ କରିଥିବା ସତ୍ତେ୍ୱ ଓଡିଶା ସେଥିରୁ ଓହରି ଆସି ନ ଥିଲା ତଥା ଏହି ସର୍ବଭାରତୀୟ ଏକକ ଡାକ୍ତରି ପ୍ରବେଶିକା ପରୀକ୍ଷା ଘଋଋଞ ବଦଳରେ ୪ମଇ ୨୦୧୪ରିଖରେ ଆୟୋଜିତ ଇଓଚଗଞରେ ଅଂଶଗ୍ରହଣ କରିଥିଲା ।
ଏବେ ୨୧.୧୨.୨୦୧୬ରିଖ ଦିନ ଘଋଋଞ ବିଜ୍ଞପ୍ତି ପ୍ରକାଶିତ ହେବାପରେ ଇଂରାଜୀ, ହିନ୍ଦୀ ଓ ଉର୍ଦ୍ଧୁ ସମେତ ୬ଟି ଆଞ୍ଚଳିକ ଭାଷାରେ ଏହି ପରୀକ୍ଷା ପ୍ରଶ୍ନପତ୍ର ମୁଦ୍ରଣ ହେବାଦ୍ୱାରା ମୋଟ ୨୪ଟି ରାଜ୍ୟର ପିଲାମାନେ ନିଜ ଭାଷାରେ ପରୀକ୍ଷା ଦେଇ ଡାକ୍ତର ହେବାର ସ୍ୱପ୍ନକୁ ଚରିତାର୍ଥ କରିବାକୁ ଯାଉଥିବାବେଳେ ଓଡିଆପିଲା ଏହି ସୁଯୋଗରୁ ବଞ୍ଚôତ ହେବେ ବୋଲି ଗଣମାଧ୍ୟମରେ ପ୍ରଚାରିତ ହେବାରୁ ହଠାତ ମୁଖ୍ୟମନ୍ତ୍ରୀ ଚିରାଚରିତ ଢଙ୍ଗରେ ଏଥିରେ ହସ୍ତକ୍ଷେପ କରିବାକୁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ । ଦୁଃଖର କଥା ହେଲା ଏହି ପତ୍ରରେ ଚଳିତ ବର୍ଷ ବଦଳରେ ଆସନ୍ତା ବର୍ଷଠାରୁ ଘଋଋଞ ପରୀକ୍ଷା ପ୍ରଶ୍ନପତ୍ର ଓଡିଆରେ ମୁଦ୍ରଣ କରିବା ଅନୁରୋଧ ହିଁ ରାଜ୍ୟ ସରକାରଙ୍କ ଅନିଚ୍ଛା ଭାବକୁ ସ୍ପଷ୍ଟ ପ୍ରମାଣ କରେ ।
ଭାରତରେ ମୋଟ ୪୧୨ଟି ଡାକ୍ତରି ଶିକ୍ଷାନୁÂାନ ଥିବାବେଳେ ସେଥିରୁ ସରକାରି ୧୮୮ ଓ ବେସରକାରି ୨୨୪ । ଏସବୁ ଶିକ୍ଷାନୁଷ୍ଟାନରେ ମୋଟ ୫୨,୭୬୫ଟି ଡାକ୍ତରି ସିଟ ଥିବାବେଳେ ସରକାରୀ ସିଟ ସଂଖ୍ୟା ମାତ୍ର ୨୩,୦୦୦ । ଓଡିଶାରେ ୩ଟି ସରକାରି ମେଡିକାଲ କଲେଜ ସିଟ ୬୫୦ ଭିତରେ ସୀମିତ ଥିବାବେଳେ ୪ଟି ବେସରକାରି କଲେଜରେ ମୋଟ ୫୦୦ସିଟ ରହିଛି । ଅର୍ଥାତ ସର୍ବଭାରତୀୟ ସ୍ତରରେ ଓଡିଶା ଡାକ୍ତରି ଶିକ୍ଷାରେ ବହୁତ ପଛରେ ପଡିଛି । ଘଋଋଞ ପରୀକ୍ଷାଦ୍ୱାରା ଅଧିକ ଡାକ୍ତରି ଶିକ୍ଷାନୁÂାନ ନ ଥିବା ଓଡିଶା ବିଶେଷ ଉପକୃତ ହେବ । କାରଣ ପ୍ରତ୍ୟେକ ରାଜ୍ୟରେ ଥିବା ମେଡ଼ିକାଲ କଲେଜର ୮୫% ସିଟ କେବଳ ସେହି ରାଜ୍ୟର ପିଲାମାନଙ୍କପାଇଁ ସଂରକ୍ଷିତ ହୋଇ ରହିବ । ଅବଶିଷ୍ଟ୧୫% ସିଟ ସର୍ବଭାରତୀୟ ସ୍ତରରେ ପ୍ରତିଯୋଗିତାପାଇଁ ମୁକ୍ତ ରଖାଯିବ । ତେଣୁ ଓଡିଶା ପୂର୍ବପରି୧୫% ସିଟ ଅର୍ଥାତ ୧୭୩ଟି ସିଟ ସର୍ବଭାରତୀୟ ପିଲାମାନଙ୍କପାଇଁ ପୂର୍ବପରି ଛାଡ଼ୁଥିବାବେଳେ ସର୍ବଭାରତୀୟ ସ୍ତରରେ ଥବା ମୋଟ ୫୨୭୬୫ ସିଟରୁ ୭୯୧୫ (ଗଈଈଝ/ଈଊଝ) ଏବଂ ୨୦୬୦୦ ସିଟ ମଧ୍ୟରୁ ୩୦୯୦ସିଟ (ଗଝ/ଗଊ)ପାଇଁ ଓଡିଶାର ପିଲାମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ । ଅର୍ଥାତ ପୂର୍ବରୁ ଓଡିଶାର ୧୧୫୦(ଗତ ୨ବର୍ଷ ତଳେ ସରକାରି କଲେଜ ସିଟ ବଢିବା ପରେ) ଡାକ୍ତରି ସିଟ ମଧ୍ୟରୁ ୯୭୭ସିଟ ଓଡିଆ ପିଲାଙ୍କପାଇଁ ସଂରକ୍ଷିତ ଥିଲା ଓ ଓଡିଆ ଡାକ୍ତର ବାହାରୁଥିଲେ । ଏବେ ଆମ ପିଲାମାନଙ୍କପାଇଁ ଆହୁରି ୧୧୦୦୫ ସିଟପାଇଁ ପ୍ରତିଯୋଗିତାର ବାଟ ଫିଟିଛି । ଏଥିରୁ ଯଦି ୧୦% ପିଲା ସଫଳ ହୁଅନ୍ତି, ତେବେ ପ୍ରତିବର୍ଷ ଓଡିଶାରୁ ୨୧୮୨(୧୧୦୫+୯୭୭+୧୦୦) ଜଣ ଡାକ୍ତର ବାହାରିବେ । ଅଧିକା ୧୧୦୫ ଡାକ୍ତରପାଇଁ ରାଜ୍ୟ ସରକାରଙ୍କୁ ଆଉ ୧୦ଟି ଶିକ୍ଷାନୁÂାନ ଖୋଲିବାକୁ ପଡିବନାହିଁ ।
ବର୍ତ୍ତମାନ ସର୍ବଭାରତୀୟ ସ୍ତରର ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଓଡିଆପିଲାଙ୍କ ନଗଣ୍ୟ ସଫଳତାହାରକୁ ଦେଖି କେହି ହୁଏତ ୧୦% ସଫଳତା ଉପରେ ପ୍ରଶ୍ନ ଆଙ୍କିପାରନ୍ତି । ମାତ୍ର ଏଥିପାଇଁ କେନ୍ଦ୍ରସରକାର ଏକ ସୁନ୍ଦର ସୁଯୋଗ ପ୍ରଦାନ କରିଛନ୍ତି । ତାହା ହେଉଛି ଏହି ପରୀକ୍ଷା ପ୍ରଶ୍ନପତ୍ର ଆଞ୍ଚଳିକ ଭାଷାରେ ମୁଦ୍ରିତ ହେବ । ଅନ୍ୟ ଆଞ୍ଚଳିକ ଭାଷା ପରି ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ଲେଖାଗଲେ ଓଡ଼ିଆ ପିଲା ଅଧିକ ସଫଳତା ପାଇପାରିବେ । କାରଣ ଓଡ଼ିଶାର ପ୍ରାୟ ୯୭% ପିଲା ଦଶମ ଶ୍ରେଣୀ( ଚଳିତବର୍ଷ ପ୍ରାୟ ୬ଲକ୍ଷ ୫୦ହଜାର) ଓଡ଼ିଆ ମାଧ୍ୟମରେ ପଢିଥାନ୍ତି, ଯାହା +୨ପରୀକ୍ଷା ବେଳକୁ ଓଡ଼ିଆରେ ପଢ଼ିବାର ମାନସିକତା ସେମାନଙ୍କଠାରୁ ଦୂରେଇ ଯାଇ ନ ଥାଏ । ଓଡିଶା ସରକାର ମଧ୍ୟ କୋଠାରୀ କମିଶନଙ୍କ ନିଷ୍ପତ୍ତିକୁ ଗ୍ରହଣକରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ମାତୃଭାଷାରେ ଉଚ୍ଚଶିକ୍ଷା ପ୍ରଦାନ କରୁଛନ୍ତି । ସେହି ଅନୁସାରେ +୨ବିଜ୍ଞାନ ପ୍ରଶ୍ନପତ୍ର ଇଂରାଜୀ ସହିତ ଓଡ଼ିଆରେ ମୁଦ୍ରଣ କରାଯାଉଛି । ତେଣୁ ପ୍ରାକ୍ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଓଡ଼ିଆରେ ମୁଦ୍ରଣ ହେଲେ ବିଦ୍ୟାର୍ଥୀର ବୁଝିବାରେ କୌଣସି ଅସୁବିଧା ହେବନାହିଁ । ବରଂ ଇଂରାଜୀ ସହିତ ଓଡିଆରେ ଲେଖାହେବାଦ୍ୱାରା ବହୁ ଜଟିଳ ପ୍ରଶ୍ନ ବୁଝିପାରି ସହଜରେ ଉତ୍ତର ଦେଇପାରିବ । ଏହା କେବଳ ପ୍ରବେଶିକା ପରୀକ୍ଷା ହୋଇଥିବାରୁ ଏଥିରେ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀ ଶିକ୍ଷା ଉପରେ କୌଣସି ପ୍ରଭାବ ପକାଇବନାହିଁ କିମ୍ବା ଏହାଦ୍ୱାରା ଡାକ୍ତରୀ ଶିକ୍ଷାର ଗୁରୁତ୍ୱ ହ୍ରାସ ପାଇବ ନାହିଁ । ବିଗତ ୩ବର୍ଷର ଇଓଚଗଞ ପରୀକ୍ଷାଫଳ ଅନୁଧ୍ୟାନ କଲେ ଜଣାଯିବ ଯେ, ପ୍ରତିବର୍ଷ ୪୦ରୁ ୫୦ହଜାର ଓଡିଆ ପିଲା ଏହି ପରୀକ୍ଷା ଦେଇଥାନ୍ତି । ସେମାନଙ୍କ ମଧ୍ୟରୁ ୧୦୦୦ରୁ ୧୩୦୦ପିଲା ପ୍ରାଥମିକ ପରୀକ୍ଷାରେ ସଫଳ ହେଉଥିବାବେଳେ ମୁଖ୍ୟ ପରୀକ୍ଷାରେ ଏହା ୩୦୦ରୁ ୪୦୦ଭିତରେ ସୀମାବଦ୍ଧ ହୋଇ ରହୁଛି । ସେହିପରି ଚଳିତ ବର୍ଷ ୭ଟି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ର ୬୭୨ ସିଟରେ ଏମ୍ବିବିଏସ୍ ପାଠ୍ୟକ୍ରମରେ ନାମଲେଖା ପ୍ରବେଶିକା ପରୀକ୍ଷା ଓଡ଼ିଶାରୁ ପ୍ରାୟ୧୮ହଜାର ଦେଇଥିବାବେଳେ ଶ୍ରେÂ ୭୦୦ ମଧ୍ୟରେ ଓଡ଼ିଶାରୁ ମାତ୍ର ୧୭ଜଣ ରହିଛନ୍ତି । ସର୍ବଭାରତୀୟ ସ୍ତରରେ ଅନୁÂିତ ଉଭୟ ପରୀକ୍ଷାରେ ଆମ ପିଲାଙ୍କ ପ୍ରଦର୍ଶନ କେଡେ ଦୟନୀୟ, ଏଥିରୁ ସ୍ପଷ୍ଟ ଜଣାପଡେ । ଆମର ଇଂରାଜୀ ନିଶା ତୀବ୍ର ଭାବରେ ବୃଦ୍ଧିପାଉଥିବାରୁ ରାଜ୍ୟର +୨ ବିଜ୍ଞାନ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଇଂରାଜୀରେ ଚାଲୁଛି । ଓଡିଶାରେ ପ୍ରାୟ ୪୦ହଜାର ପିଲା ଇଂରାଜୀ ମାଧ୍ୟମରେ ପଢିଥାନ୍ତି ଓ ପ୍ରାୟ ୯୦ଭାଗ ପିଲା ଏବଂ ଅଭିଭାବକଙ୍କ ପ୍ରଥମ ପସନ୍ଦ ହେଉଛି ଡାକ୍ତରି ପଢିବା ।ଏମାନଙ୍କ ମଧ୍ୟରୁ ୧୦% ଯଦି ଡାକ୍ତରି ପରୀକ୍ଷାରେ ସଫଳ ହେଉଥାନ୍ତେ, ତେବେ ୨ହଜାର ଡାକ୍ତର ଓଡିଶାରୁ ବାହାରନ୍ତେ । ମାତ୍ର ତାହା ହେଉ ନ ଥିବାରୁ ଓଡିଶାରେ ଥିବା ୩ଟି ସରକାରି ଓ ୪ଟି ବେସରକାରି ମେଡିକାଲ କଲେଜର ପ୍ରାୟ ୧୧୫୦ ସିଟ ସମେତ ୧ଟି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ପ୍ରାୟ ୧୦୦୦ରୁ ଉଦ୍ଧ୍ୱର୍ ସିଟ ଅଣଓଡିଆ ପିଲା ପଢିବାର ସୁଯୋଗ ପାଉଛନ୍ତି । ଯାହା ପୂର୍ବରୁ ଏହି ସବୁ ସିଟରେ ଓଡିଆପିଲା ପଢୁଥିଲେ ବା ଓଡିଆ ପିଲା ପଢିବାର ସମ୍ଭାବନା ରହିଛି ।
କେବଳ ପ୍ରଶ୍ୱପତ୍ର ନୁହେଁ ଓଡିଆ ମାଧ୍ୟମରେ +୨ବିଜ୍ଞାନ ବିଷୟ ପଢାଯିବାର ଆବଶ୍ୟକ ରହିଛି । ଅନ୍ୟ ରାଜ୍ୟଗଣ ନିଜ ଭାଷାରେ ଏହି ପରୀକ୍ଷା ପ୍ରଶ୍ନ ଛାପିବା ଦାବି କରିବାର ।ନ୍ୟ ଏକ ପ୍ରମୁଖ କାରଣ ହେଲା ସେମାନଙ୍କ ଭାଷାରେ +୨ ପର୍ଯ୍ୟନ୍ତ ସମସ୍ତ ଶିକ୍ଷା ବାଧ୍ୟତାମୂଳକ ଭାବରେ ନିଜ ଭାଷାରେ ଦିଅନ୍ତି । ଏହା ପରବର୍ତ୍ତୀ ବିଶ୍ୱବିଦ୍ୟାଳୟ ଶିକ୍ଷାର ମାଧ୍ୟମ ଇଚ୍ଛାଧୀନ । ତଥାପି ନିଜ ଭାଷାରେ ସମସ୍ତ ପ୍ରକାରର ଶିକ୍ଷା ବ୍ୟବସ୍ଥାର ସୁଯୋଗ ରହିଛି । ଓଡିଶା ଭଳି ସେଠାରେ ଶିକ୍ଷା କ୍ଷେତ୍ରରେ ନିଜ ଭାଷା ପ୍ରତି ଭେଦଭାବ କରିନାହାଁନ୍ତି ଆଜି ପର୍ଯ୍ୟନ୍ତ । ଓଡିଶାରେ +୨ ବିଜ୍ଞାନ ପରୀକ୍ଷା ପ୍ରଶ୍ୱପତ୍ର ଓଡିଆରେ ମୁଦ୍ରଣ କରାଯାଏ ସତ, ମାତ୍ର ଓଡିଆରେ ଶିକ୍ଷା ବ୍ୟବସ୍ଥା ଏ ପର୍ଯ୍ୟନ୍ତ ସରକାର କରିନାହାଁନ୍ତି । ଗତବର୍ଷ ମନ୍ତ୍ରୀସ୍ତରୀୟ ଭାଷା କମିଟି ପରାମର୍ଶକ୍ରମେ ରାଜ୍ୟର ତିନୋଟି ବିଶ୍ୱବିଦ୍ୟାଳୟକୁ +୩ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ପାଠ୍ୟପୁସ୍ତକ ଓଡିଆରେ ପ୍ରସ୍ତୁତ କରିବାପାଇଁ ୫କୋଟି ଟଙ୍କା ଲେଖାଏଁ ଦିଆଯାଇଛି । ମାତ୍ର ଏହା କେତେଦୂର ଆଗେଇଲାଣି, ସେ କଥା ବୁଝିବାକୁ ନା ରାଜ୍ୟ ସରକାରଙ୍କ ସମୟ ଅଛି ନା ରାଜ୍ୟବାସୀଙ୍କର ।
ରାଜ୍ୟରେ ଆବଶ୍ୟକ ଥିବା ୩୦,୦୦୦ଡାକ୍ତରଙ୍କ କାମ ଅଣଡାକ୍ତରଙ୍କ ହାତରେ । ଏହାବ୍ୟତୀତ ଭାରତୀୟ ରୋଗ, ଚିକିତ୍ସା ଓ ଔଷଧ ସହ ପରିଚିତ ନଥିବା କେତେକ ବିଦ୍ୟାର୍ଥୀ ବାହାର ଦେଶରୁ ଡାକ୍ତରି ଡିଗ୍ରୀ ହାସଲ କରି ଏଠାରେ ଚିକିତ୍ସକ ସାଜି କି ପ୍ରକାରର ସ୍ୱାସ୍ଥ୍ୟସେବା ପ୍ରଦାନ କରୁଛନ୍ତି, ତାହା ସମସ୍ତେ ଉଣା ଅଧିକେ ଅନୁଭବୀ ଥିବେ ।ସେମାନଙ୍କ ଦୟାରୁ ଆଜି ନଗଡାଠାରୁ ମାଥିଲି ପର୍ଯ୍ୟନ୍ତ ଚାଲିଛି ଶିଶୁ ମୃତୁ୍ୟର ତାଣ୍ଡବ । ତେଣୁ ଏଭଳି ସଂକଟ ସମୟରେ ନିଚ୍ଚ-ରାଜନୀତିକୁ ପ୍ରଶ୍ରୟ ନ ଦେଇ ଓଡିଶାବାସୀଙ୍କ ସୁବିଧା ଓ ଓଡିଆ ବିଦ୍ୟାର୍ଥୀଙ୍କ ମେଧାକୁ ସ୍ୱାସ୍ଥ୍ୟବିଭାଗ ସମ୍ମାନ ଦେବା ଆବଶ୍ୟକ । ବିଳମ୍ବ ହେଉ ପଛକେ ଓଡିଶାର ପ୍ରମୁଖ ରାଜନୈତିକ ଦଳ ଯେଉଁଭଳି ଭାବରେ ଓଡିଆଭାଷାରେ ଏହି ପରୀକ୍ଷା ପ୍ରଶ୍ନପତ୍ର ଓଡିଆରେ ମୁଦ୍ରଣପାଇଁ ଦାବି କରୁଛନ୍ତି, ତାହା ଯଦି ଆନ୍ତରିକତାର ସହ ହୋଇଥାଏ, ତେବେ ଗରିବ ଓଡିଆପିଲାର ଡାକ୍ତର ହେବା ସ୍ୱପ୍ନ ନିଶ୍ଚିତ ଭାବରେ ସାକାର ହୋଇ ପାରିବ । ଏହାଦ୍ୱାରା ଓଡିଆ ଜାତି ବା ଭାଷାର ମର୍ଯ୍ୟାଦା ବୃଦ୍ଧି ପାଇବା ସହିତ ସାଧାରଣ ମଣିଷପାଇଁ ଚିକିତ୍ସା ସେବା ହାତ ପାଆନ୍ତାରେ ମିଳିଯିବ ।
ସଦସ୍ୟ ସଚିବ
“ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା”
ଏ-୧୬୪,ସହିଦନଗର, ଭୁବନେଶ୍ୱର
ଦୂରଭାଷା- ୯୦୯୦୪୬୫୭୫୮

Share in top social networks!

ମାଓ ଉଗ୍ରବାଦ- କାରଣ ଓ ନିରାକରଣ

548909_416855085036374_1484601797_n୧୯୮୦ ମସିହାରେ ସ୍ୱର୍ଗତ ଜାନକୀ ବଳ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲା ପରେ କନ୍ଧମାଳ ଜିଲ୍ଲାରେ କନ୍ଧ ଆଦିବାସୀ ଓ ପାଣ ହରିଜନଙ୍କ ଭିତରେ କନ୍ଦଳ ସୃଷ୍ଟି ହେଲା । ଏହି ବିବାଦ ଦିନକୁ ଦିନ ଗଡ଼ି ଚାଲିଲା । ଏନ୍.ଜି.ଓ. ଭାବେ ଖ୍ରୀଷ୍ଟିଆନ ମିଶନାରୀ ସଂସ୍ଥା ଏଥ#ରେ ଗରିବ ଆଦିବାସୀ ଓ ହରିଜନ ଲୋକଙ୍କୁ ବିଭିନ୍ନ କ୍ଷେତ୍ରରେ ସେବା ଯୋଗାଉଥ#ଲେ । ବିପୁଳ ଅର୍ଥ ମଧ୍ୟ ଖର୍ଚ୍ଚ
କରୁଥ#ଲେ । ମାତ୍ର ସେମାନଙ୍କର ଅନ୍ତନିର୍ହିତ ଏଜେଣ୍ଡା ଥ#ଲା ଧର୍ମାନ୍ତରୀକରଣ କରିବାା ସେମାନଙ୍କର କାର୍ଯ୍ୟକଳାପ ଭିତରେ ନିରକ୍ଷର କନ୍ଧ ଆଦିବାସୀ ଓ ପାଣ ହରିଜନଙ୍କ ଭିତରେ କିଛି ପରିମାଣରେ ଶିକ୍ଷାଗତ ସଚେତନତା ସୃଷ୍ଟି ହୋଇପାରିଥ#ଲା । ସେଥ#ପାଇଁ ଶିକ୍ଷାଲାଭ କରି ଏହି ଦୁଇ ବର୍ଗର କିଛି ଯୁବକଙ୍କ ଭିତରେ ସାମାଜିକ କାରଣରୁ ପରସ୍ପର ବିରୁଦ୍ଧରେ ବିବାଦ ସୃଷ୍ଟି ହୋଇ ସେଥ#ରୁ ହିଂସା ଏବଂ ଦଂଗା ଦିନକୁ ଦିନ ବଢ଼ିବାରେ ଲଗିଲା । ତେବେ ୧୯୯୦ ମସିହାରେ ସ୍ୱର୍ଗତ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ଏକ ସମୟରେ ଏହି କନ୍ଧ ଆଦିବାସୀ ଓ ପାଣ ହରିଜନ ଦୁଇ ସମ୍ପ୍ରଦାୟ ଭିତରେ ବିବାଦ ଘନିଭୂତ ହୋଇ ହିଂସାକାଣ୍ଡ ଏବଂ ଗୁରୁତର ଆଇନ ଶୃଂଖଳା ପରିସ୍ଥିତି ସୃଷ୍ଟି ହେଲା । ଲୋକ ମୃତାହତ ହେଲେ । ସେଥ#ପାଇଁ ବିଶ୍ୱହିନ୍ଦୁ ପରିଷଦ ତରଫରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସେଠାରେ ପହଞ୍ଚି ଖ୍ରୀଷ୍ଟିୟାନମାନଙ୍କ ବିରୁଦ୍ଧରେ ଲୋକଙ୍କୁ ଉସୁକାଇଲେ । ଦିଲ୍ଲୀର ଗାୟତ୍ରୀ ଦେବୀଙ୍କଠାରୁ ଆରମ୍ଭ କରି ଶ୍ରୀମତୀ ବିଜୟା ରାଜେ ସିନ୍ଧିଆ ପ୍ରମୁଖ ନାରୀନେତ୍ରୀବୃନ୍ଦ ପହଞ୍ଚି ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ଏକ ବଡ଼ ଧରଣର ସଭା ହେଲା । ଜନତାଦଳର ନାରୀନେତ୍ରୀ ଶାନ୍ତି ଦାସ ସେ ସମ୍ମିଳନୀରେ ଯୋଗ ଦେବା ଫଳରେ ତାଙ୍କୁ ମଧ୍ୟ ଭାରତୀୟ ଜନତା ପାର୍ଟିରେ ସାମିଲ କରାଯାଇ ଲଣ୍ଡନ ପଠାଯାଇଥ#ଲା । ତା’ପରଠାରୁ କନ୍ଧମାଳରେ କନ୍ଧ ଆଦିବାସୀ ଏବଂ ପାଣ ହରିଜନଙ୍କୁ ନେଇ ଜାତିଗତ ବିବାଦ ସାଂପ୍ରଦାୟିକ ଆନ୍ଦୋଳନର ରୂପ ନେଇଥ#ଲା । ଏହି କାରଣରୁ, ସେଠାର ଏହି ଲଗାତାର ଅଶାନ୍ତି, ବିଶୃଙ୍ଖଳା, ହିଂସାକାଣ୍ଡ ଭଳି ସାମ୍ପ୍ରଦାୟିକତାର ଭିତିରି କାରଣ ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ଭାବେ ସ୍ୱର୍ଗତ ବିଜୁ ପଟ୍ଟନାୟକ ରାଜସ୍ୱ ବିଭାଗର ଜଣେ ଉଚ୍ଚ ପଦାଧ#କାରୀଙ୍କୁ ପଠାଇଲେ ଏବଂ ତାଙ୍କୁ ନିର୍ଦ୍ଦେଶ ଦେଇ କହିଲେ-”କନ୍ଧମାଳ ଯାଅ । ସାତ ଦିନ ରହିବ । ଏ ଦଙ୍ଗାର ପ୍ରକୃତ କାରଣ ବୁଝି ଆସି ମତେ ଖବର ଦିଅ ।’
ରାଜସ୍ୱ ବିଭାଗର ଏହି ପଦାଧ#କାରୀ ଆସି ରିପୋର୍ଟ ଦେଲେ ଯେ ସାବକ ବନ୍ଦୋବସ୍ତରେ ଯେଉଁ ଜମି କନ୍ଧ ଆଦିବାସୀଙ୍କ ନାମରେ ଥ#ଲା ତାହା ହାଲ ବନ୍ଦୋବସ୍ତ ସମୟରେ କନ୍ଧ ଆଦିବାସୀଙ୍କ ନାମ କଟାଯାଇ ପାଣ ହରିଜନଙ୍କ ନାମରେ ଦର୍ଶାଯାଇଛି । ତେବେ ଏହି ନିରୀହ କନ୍ଧ ଆଦିବାସୀ ଓ ପାଣ ହରିଜନଙ୍କ ମଧ୍ୟରେ କିଛି ତିକ୍ତତା ସୃଷ୍ଟି ହୋଇଥ#ବା କାରଣରୁ ହାଲ ବନ୍ଦୋବସ୍ତ ଆଇନରେ କରାଯାଇଥ#ବା ଜାଲିଆତିକୁ ଜାଣିପାରି ବିଦ୍ରୋହ ସୃଷ୍ଟି ହୋଇଥ#ଲା । ଏହା ଧର୍ମଭିତ୍ତିକ ନଥ#ଲା । ଜମି ବନ୍ଦୋବସ୍ତରେ କନ୍ଧ ଆଦିବାସୀଙ୍କ ଜମି ପାଣ ହରିଜନଙ୍କ ନାମରେ କରାଯାଇଥ#ବା କାରଣରୁ ଦୁଇ ସମ୍ପ୍ରଦାୟ ଭିତରେ ବିବାଦ ସୃଷ୍ଟି ହୋଇଛି । ମାତ୍ର ବିଶ୍ୱ ହିନ୍ଦୁ ପରିଷଦ ଓ ଭାରତୀୟ ଜନତାପାର୍ଟି ବିବାଦକୁ ଧର୍ମାନ୍ତରୀକରଣ ଦର୍ଶାଇ ସାମ୍ପ୍ରଦାୟିକ ଗଣ୍ଡଗୋଳ କରୁଛନ୍ତି ।
ରାଜସ୍ୱ ଅଧ#କାରୀଙ୍କଠାରୁ ଏ ରିପୋର୍ଟ ପାଇଲା ପରେ ବିଜୁ ପଟ୍ଟନାୟକ ସଙ୍ଗେ ସଙ୍ଗେ ନିର୍ଦ୍ଦେଶ ଦେଇ କହିଥ#ଲେ ଯେ ଏକ ଟାସ୍କଫୋର୍ସ ଗଠନ କର । ଏହି ଟାସ୍କଫୋର୍ସ କନ୍ଧମାଳ ଯାଇ ଯେଉଁସବୁ ଜମି କନ୍ଧ ଆଦିବାସୀଙ୍କ ନାମରେ ଥ#ଲା ଏବଂ ହାଲ ବନ୍ଦୋବସ୍ତରେ ପାଣ ହରିଜନଙ୍କ ନାମରେ ଦରଜ କରାଯାଇଛି ସେ ଜମିକୁ କନ୍ଧ ଆଦିବାସୀମାନଙ୍କୁ ଫେରସ୍ତ କରିବାର ବ୍ୟବସ୍ଥା
କର । ମାତ୍ର ତାହା କାର୍ଯ୍ୟକାରୀ ହେଲା ନାହିଁ ଏବଂ କନ୍ଧ ଆଦିବାସୀ ଓ ପାଣ ହରିଜନଙ୍କ ମଧ୍ୟରେ ବିବାଦ ବଢିି ବଢ଼ି ଚାଲିଲା । ଧର୍ମାନ୍ତରୀକରଣର ଦ୍ୱାହି ଦେଇ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବିଜେପିର କର୍ମୀ ଓ ନେତାମାନେ ଏହି ଆନ୍ଦୋଳନର ନିଆଁରେ ଘିଅ ଢାଳିବାକୁ ଲାଗିଲେ । ସେଥ#ରେ ଆଜିର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭାରତୀୟ ଜନତାପାର୍ଟି ସହିତ ମିଳିତ ସରକାର ଗଠନ କଲାପରେ ଏହି ସାମ୍ପ୍ରଦାୟିକ ଦଙ୍ଗା ତୀବ୍ରରୁ ତୀବ୍ରତର ହୋଇ ଶେଷରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣା ଘଟିଲା । ମିଳିତ ସରକାରରେ ଥାଇ ବିଜେପିର ମନ୍ତ୍ରୀ ଓ କର୍ମକର୍ତ୍ତାମାନେ ସାମ୍ପ୍ରଦାୟିକ ଦଙ୍ଗାକୁ ଉତ୍ସାହିତ କରୁଛନ୍ତି ଜାଣିବା ପରେ ନବୀନ ପଟ୍ଟନାୟକ ମିଳିତ ସରକାରରୁ ବିଜେପିକୁ ଅଲଗା କଲେ । ମାତ୍ର କନ୍ଧ ଆଦିବାସୀ ଓ ପାଣ ହରିଜନଙ୍କ ଭିତରେ ଭୂସମ୍ପତ୍ତିକୁ ନେଇ ଯେଉଁ ବିବାଦ ଚାଲି ଆସିଛି ତା’ର ସମାଧାନ ଏ ପର୍ଯ୍ୟନ୍ତ କରାଯାଇ ପାରି
ନାହିଁ ।
କନ୍ଧମାଳ ଜିଲ୍ଲାରେ ଭୂସମ୍ପତ୍ତିର ମାଲିକାନାକୁ ନେଇ କନ୍ଧ ଆଦିବାସୀ ଓ ପାଣ ହରିଜନଙ୍କ ମଧ୍ୟରେ ଅସନ୍ତୋଷ ଏବେ ବି ଲାଗି ରହିଛି ଏବଂ ଠିକ୍ ସେହିପରି ରାଜ୍ୟରେ ମାଓବାଦୀ ଆନ୍ଦୋଳନ ରାଜଧାନୀରୁ ଆରମ୍ଭ କରି ବର୍ତ୍ତମାନ ୧୨ଟି ଜିଲ୍ଲାକୁ ସମ୍ପ୍ରସାରିତ ହୋଇ ପ୍ରଶାସନ ଓ ସରକାରର ମୁଣ୍ଡବ୍ୟଥା ହୋଇଛି ।
୧୯୮୦ ମସିହାରେ ପାର୍ଲାମେଣ୍ଟରେ ଜଙ୍ଗଲ ସଂରକ୍ଷଣ ଆଇନ ଗୃହୀତ ହେଲା । ତେବେ ଏଥ#ରେ ଓଡ଼ିଶାର ୪୨ ହଜାର ହେକଫର ଜଙ୍ଗଲକୁ ସଂରକ୍ଷିତ ଜଙ୍ଗଲ ଭାବରେ ଘୋଷଣା
କରାଗଲା । ଏହି ୪୨ ହଜାର ହେକଫର ଜଙ୍ଗଲରେ ପାରମ୍ପରିକ ଭାବେ ଯେଉଁ ଆଦିବାସୀମାନେ ରହୁଥ#ଲେ ସେମାନେ ଅସହାୟ ଏବଂ ନିଜକୁ ଅପରାଧ# ମଣିଲେ । ଏହି ହଜାର ହଜାର ପାରମ୍ପରିକ ଆଦିବାସମାନଙ୍କର ଜମିବାଡ଼ି କିମ୍ବା ଖାତା ଖତିୟାନ ନ ଥ#ଲା । ପ୍ରକୃତିର ସନ୍ତାନ ଭାବେ ନିଜକୁ ବିବେଚନା କରି ସେମାନେ ଜଙ୍ଗଲ ଭିତରେ ରହୁଥ#ଲେ ଏବଂ ଜନ୍ତୁ ଶିକାର କରି ମାଂସ
ଖାଉଥ#ଲେ । ଜଙ୍ଗଲରୁ ଉତ୍ପାଦିତ ଫଳମୂଳ ଖାଉଥ#ଲେ । ଜଙ୍ଗଲରୁ କାଠକାଟି ବିଡ଼ା ବିଡ଼ା ଜାଳେଣି କାଠ ଜନପଦରେ ବିକ୍ରୟ କରି ପେଟ ପୋଷୁଥ#ଲେ ଏବଂ ଜଙ୍ଗଲରେ ପୋଡ଼ୁଚାଷ କରୁଥ#ଲେ । ଏ ଜଙ୍ଗଲକୁ ସଂରକ୍ଷିତ ଜଙ୍ଗଲରେ ଘୋଷଣା କଲାପରେ ସେଥ#ରେ ରହୁଥ#ବା ଆଦିବାସୀମାନେ ତାଙ୍କର ପାରମ୍ପରିକ ଜୀବିକା ହରାଇ ବସିଲେ । ଆଇନ ଆଖ#ରେ ସେମାନେ ହେଲେ ଅପରାଧୀ । ଏହି କାରଣରୁ ସରଳ ଆଦିବାସୀଙ୍କ ଭିତରେ ଯେଉଁ କ୍ଷୋଭ ସୃଷ୍ଟି ହେଲା ତାହାର ସୁଯୋଗ ନେଇ ଆନ୍ଧ୍ରର ପିପୁଲ୍ସ ଓ୍ୱାର ଗ୍ରୁପ ଏବଂ ପଶ୍ଚିମବଙ୍ଗଳାର କିଛି ନକ୍ସଲ ନେତା ମାଓବାଦୀ ଆନ୍ଦୋଳନ ନାଁରେ ନିରୀହ ଆଦିବାସୀମାନଙ୍କୁ ବିଭ୍ରାନ୍ତି କରି ହିଂସାକାଣ୍ଡ ସୃଷ୍ଟି କଲେ । ମାଓ ଉଗ୍ରବାଦ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାମାନଙ୍କର ସମ୍ପ୍ରସାରିତ ହେବାରେ ଲାଗିଛି । ବିଗତ ୩୬ ବର୍ଷ ଭିତରେ ପ୍ରଶାସନ ଏବଂ ସରକାର ଜଙ୍ଗଲରେ ରହୁଥ#ବା ନିରୀହ ଆଦିବାସୀମାନଙ୍କର ସମସ୍ୟା ସୁଧାରିବାରେ ସକ୍ଷମ ହୋଇ ନାହାନ୍ତି, ଅଧ#କନ୍ତୁ ବ୍ରିଟିଶ୍ ଅମଲାତାନ୍ତ୍ରିକ ଧାରାରେ କେବଳ ବନ୍ଧୁକ ମୁନରେ ପୋଲିସବାହିନୀ ଦ୍ୱାରା ମାଓ ଉଗ୍ରବାଦକୁ ଦମନ କରିବା ପାଇଁ ଅଧ#କରୁ ଅଧ#କ ଅର୍ଥ ବ୍ୟୟ କରି ଆତ୍ମସନ୍ତୋଷ ଲାଭ କରୁଛନ୍ତି । ବିଭା୍ରନ୍ତ ଆଦିବାସୀ ଉଗ୍ରବାଦୀ ନିଜ ଅଞ୍ଚଳରେ ସହସ୍ର ନିରୀହ ଆଦିବାସୀମାନଙ୍କୁ ବିଭତ୍ସ ଭାବରେ ହତ୍ୟା କରୁଥ#ବା ବେଳେ ପୋଲିସ ଗୁଳିରେ ଅନେକ ଉଗ୍ର ମାଓବାଦୀ ମଧ୍ୟ ମୃତୁ୍ୟବରଣ କରୁଛନ୍ତି । ଏହି ତତ୍ତ୍ୱଟିକୁ ବି୍ରଟିଶ ଅମଲାତାନ୍ତ୍ରିକ ଧାରାରେ ସମାଧାନ କରିବା ପାଇଁ ଯେଉଁ ଉଦ୍ୟମ ଚାଲିଛି ତା’ର ସଂପୂର୍ଣ୍ଣ ସଫଳତା ମିଳିବା ସମ୍ଭବ କି ? ରୋଗର କାରଣ ନଜାଣି ନିଦାନ ବ୍ୟବସ୍ଥା କରିବାର ଯାହା ଫଳ ତାହାହିଁ ଭୋଗିବାକୁ ପଡ଼ୁଛି । ତେବେ କେହି ବି ଏହାର କାରଣ ଖୋଜିଛନ୍ତି ନା ପାଇଛନ୍ତି ବା ନିରାକରଣ ପାଇଁ ପରାମର୍ଶ ଦେଇଛନ୍ତି ? ସେ କଥାକୁ କେହି ବିଚାରକୁ ନେବା ପାଇଁ ସମୟ ପାଇ ନାହାନ୍ତି । ଏ ସମ୍ପର୍କରେ ପରବର୍ତ୍ତୀ ପ୍ରବନ୍ଧରେ ସୂଚନା ଦିଆଯିବ । ଆଜି ଏତିକିା

Share in top social networks!

ବିଶ୍ୱର ପରିବର୍ତ୍ତନଶୀଳ ରାଜନୈତିକ ପରିସ୍ଥିତି ଓ ଭାରତ

ashuthoshଆଜି ବିଶ୍ୱ ବିଭିନ୍ନ ପ୍ରକାର ବିଚିତ୍ର ପରିସ୍ଥିତି ଦେଇ ଗତି କରୁଛି । କୌଣସି ପରିସ୍ଥିତି ରେ କିଭଳି ଓ କ’ଣ ଘଟିବ ଏହା ଆଦୌ ଅନୁମାନ ସାପେକ୍ଷ ନୁହେଁ । ବର୍ତ୍ତମାନର ମନୁଷ୍ୟ ସମାଜ, ଆତଙ୍କବାଦ, ଆଣବିକଯୁଦ୍ଧ, ଦୁର୍ବଳ ଅର୍ଥନୀତି, ବେକାରୀ ସମସ୍ୟା, ମୈାଳବାଦୀ ଚିନ୍ତାଧାରା, ମାନବ•ଳନ, ଶରଣାର୍ଥୀ ଶଙ୍କଟ ଆଦି ବିଭିନ୍ନ ଦୁର୍ଦ୍ଦସ ସମସ୍ୟାର କରାଳଗତିରେ ଗତି କରୁଛି । ଏଥିରୁ ଭାରତ ମଧ୍ୟ ଦୂରରେ ନୁହେଁ । ସାମ୍ପ୍ରତିକ ପରିସ୍ଥିତିରେ ଭାରତ ମଧ୍ୟ ଉପରୋକ୍ତ ସମସ୍ୟାର ବହୁ ଆଗରୁ ପିଡ଼ୀତ ଓ ବର୍ତ୍ତମାନ ମଧ୍ୟ ମୁକ୍ତ ନୁହେଁ । ଏଥିରୁ ମୁକ୍ତି ପାଇବା ପାଇଁ ବହୁତ ସମୟ ଦୃଢ଼ ନେତୃତ୍ୟ ଓ ମନୋବଳ ଓ ମାନବ ସମାଜର ମିଳିତ ଉଦ୍ୟମର ଆବଶ୍ୟକତା ଅଛି ।
ତେଣୁ ବର୍ତ୍ତମାନ ଭାରତ ମଧ୍ୟ ଏଭଳି ଘଡ଼ିସଂନ୍ଧି ମୁହୁର୍ତ୍ତକୁ ସାମ୍ନା କରିବାକୁ ହେଲେ ନିଜକୁ ବିଶ୍ୱର ବଦଳୁଥିବା ପାଣିପାଗ ସହିତ ବଦଳିବାକୁ ପଡ଼ିବ । ଏଥିପାଇଁ ଆବଶ୍ୟକୀୟ କୂଟନୈତିକ ଓ ରାଜନୈତିକ ଗୋଟି•ଳନା କରିବାକୁ ପଡ଼ିବ ।
ବର୍ତ୍ତମାନ ଦୁଇ ମହାଶକ୍ତି ଆମେରିକା ଓ ଋଷ୍ ଯେଉଁଭଳି କୂଟନୈତିକ ଓ ସାମରିକ ଛକାପଞ୍ଜା ପରିସ୍ଥିତିରେ ଗତି କରୁଛନ୍ତି ଓ ସେମାନଙ୍କୁ ନେଇଁ ଅନ୍ୟ ବିକାଶଶୀଳ ଓ ବିକଶିତ ରାଷ୍ଟ୍ର ମଧ୍ୟରେ ବିବାଦ ମଧ୍ୟ କିଛି କମ୍ ନୁହେଁ । ଏଭଳି ସ୍ଥିତିରେ ଭାରତ ନିଜର ଗୋଷ୍ଠୀ ନିରପେକ୍ଷତା କୁ ବଜାଇ ରଖିବା ଅତ୍ୟନ୍ତ ଦୁରୁହ ବ୍ୟପାର, କାରଣ ଋଷ୍ ଭାରତର ପାରମ୍ପାରିକ ସାଥି ଥିଲାବେଳେ ବର୍ତ୍ତମାନ ଭାରତ ଆମେରିକାର ନିକଟତର ହେଉଛି । ଯାହାକି ବର୍ତ୍ତମାନର କିଛି ବର୍ଷ ଭିତରେ ହୋଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନୀତି ଓ ଚୁକ୍ତି ଗୁଡ଼ିକ ଜଣାଇଥାଏ ଯେପରିକି ପେଣ୍ଟାଗନ୍ରେ ଭାରତ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ, ଗୁରୁତ୍ୱପୂର୍ଣ୍ଣ ସାମରିକ ସ୍ଥାନ ଓ ହତିଆର ଆଦନପ୍ରଦାନ ଚୁକ୍ତି ଆଦି ।
କିନ୍ତୁ ଗୋଷ୍ଠୀ ନିରପେକ୍ଷତା ଦିଗରେ ଭାରତ ଯଥେଷ୍ଟ ଯତ୍ନବାନ । ବର୍ତ୍ତମାନର ସରକାର ମଧ୍ୟ ଏ ଦିଗରେ ଭାବିଚିନ୍ତି ପଦକ୍ଷେପ ନେଉଛନ୍ତିି । ଭାରତ ସଦାସର୍ବଦା ଯୁଦ୍ଧ ଆଦି ପରିସ୍ଥିତିରେ ସଂଯମତା ଆପଣେଇଛି। କିନ୍ତୁ ବର୍ତ୍ତମାନର ପରିସ୍ଥିତି ଯେଉଁଭଳି, ଏଠାରେ ଯେସାକୁ ତେଷା ନିତି ଆପଣେଇବାକୁ ପଡ଼ିବ। କାରଣ ଯେଭଳି ଭାଷାକୁ ସେଭଳି ଉତ୍ତର ନଦେଲେ ଏହା ଭାରତର ସହନଶୀଳତାକୁ ଦୁର୍ବଳତାର ସୂଚକ ବୋଲି ସୂଚିତ କରିବ ।
କିଛିଦିନ ପୂର୍ବରୁ ଯେଉଁଭଳି ଭାବରେ ଚାଇନା ଭାରତର ଅଭିବୃଦ୍ଧିଶୀଳ ଅର୍ଥନୀତିକୁ ନେଇଁ ଚିନ୍ତା ପ୍ରକାଶ କରିଥିଲା ଓ ଭୀତତ୍ରସ୍ତ ହେଉଥିଲା ଫଳସୂରୁପ ଘଝଏ ରେ ଭାରତର ଉଦ୍ୟମକୁ ଅଟକାଇବା ପାଇଁ ଅଣ୍ଟାଭିଡ଼ିଥିଲା ଓ ପଥରୋଧ କରିଥିଲା ଏହା ନିଶ୍ଚୟ ବିଶ୍ଳେଷଣ ଯୋଗ୍ୟ । କାରଣ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସଂଗଠନରେ ଭାରତ ସଭ୍ୟ ହୋଇଥିଲେ, ଏସିଆ ମହାଦେଶରେ ଏକମାତ୍ର ପରମାଣୁ ଉତ୍ପାଦନ ଓ ବ୍ୟବସାୟରେ ଏକ•ଟିଆ କାରବାର କରୁଥିବା •ଇନା ଅତିମାତ୍ରାରେ କ୍ଷତିଗ୍ରସ୍ଥ ହେଇଥାନ୍ତା ତେଣୁ ଏକ ପରମାଣୁ ନିରସ୍ତ୍ରୀକରଣ ଭଳି ଏକ ଚୁୁକ୍ତିର ସାହାରା ନେଇ ଭାରତର ଘଝଏ ରେ ସାମିଲ୍ ଉଦ୍ୟମକୁ ରୋକିବାକୁ ଚେଷ୍ଟା କରିଥିଲା । କିନ୍ତୁ ପୂର୍ବରୁ ୠକ୍ସବଦ୍ଭମର, ଏରକ୍ସଜ୍ଞବଦ୍ଭଚ୍ଚ ଭଳି ଦେଶ ମଧ୍ୟ ଏହି ଚୁକ୍ତି ସ୍ୱାକ୍ଷର ନକରି ଏହାର ସଭ୍ୟ ହୋଇଛନ୍ତି । ଏହାର ଚିନ୍ର ହୀନ କୂଟନୀତିର ପରିଚୟ ପ୍ରଦାନ କରୁଛିି । କାରଣ ଭାରତ ଭଳି ବିଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ତଥା ବୃହତ ଗଣତନ୍ତ୍ରକୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସଂଗଠନରୁ କିଭଳି ଦୂରେଇ ରଖାଯିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏଥିପାଇଁ ଚୀନ୍କୁ ଆମେରିକା ଓ ପାଶ୍ଚାତ ଦେଶ ମାନଙ୍କର ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡ଼ୁଛି।
ଏହାର ଏକମାତ୍ର କାରଣ ଚାଇନା ଏସିଆ ମହାଦେଶରେ ନିଜକୁ ବୃହତ୍ତମ ଶକ୍ତି ଭାବରେ ଉପସ୍ଥାପନା କରିବାକୁ •ହୁଁଛି ଓ ଭାରତକୁ ପ୍ରତିଦ୍ୱନ୍ଦୀ ବୋଲି ଆକଳନ କରୁଛି ।
କିନ୍ତୁ ବର୍ତ୍ତମାନର ଭାରତ ସରକାରଙ୍କର ସୁନିୟନ୍ତ୍ରିତ ବୈଦେଶିକ ନିତୀ ଯୋଗୁଁ ପରିସ୍ଥିତି ନିୟନ୍ତ୍ରଣାଧିନ ଅଛି । ଯେପରିକି ଭାରତର ଛୋଟ ପଡୋÿଶୀ ରାଷ୍ଟ୍ର ମାନଙ୍କ ସହ ଉତ୍ତମ ସମନ୍ୱୟ, ଆର୍ଥôର୍କ, ସାମାଜିକ ଓ ବ୍ୟବସାୟୀକ ସହଯୋଗ ବୃଦ୍ଧି ପୁଣି ବିବାଦିତ ଦକ୍ଷିଣ ଚୀନ୍ ସାଗର ଉପରେ ଭାରତର ଆଭିମୁଖ୍ୟ ଆଦି ଚୀନ୍କୁ ବ୍ୟଥିତ କରୁଛି।
ପୁଣି ଭାରତ ଦିନକୁ ଦିନ ହେଉଥିବା ପାଶ୍ଚତ୍ୟ ଦେଶମାନଙ୍କ ସହ ଉତ୍ତମ ସଂପର୍କ ବୃଦ୍ଧି, ଭାରତର ଅର୍ଥନିତୀ ଓ ଆଧୁନିକ ସାମରିକ ଉନ୍ନତିକୁ ନେଇ ଚୀନ୍ ଉଦ୍ବେଗ ପ୍ରକାଶ କରିବା ସ୍ୱଭାବିକ। କାରଣ ନିକଟ ଅତିତରେ ଭାରତ ଅରୁଣାଚଳ ପ୍ରଦେଶର ସୀମାବର୍ତ୍ତୀ ଅଞ୍ଚଳରେ ବ୍ରହ୍ମୋସ ନିୟୋଜନ ଓ ସୀମାବର୍ତ୍ତୀ ଅଞ୍ଚଳରେ ଉତ୍ତମ ଗମନାଗମନ, ସଡ଼କ, ଟ୍ରେନ୍ ଓ ବିମାନଘାଟି ନିର୍ମାଣ କରିଛି । ଋଷିଆ ଠାରୁ ଅତ୍ୟାଧୁନିକ ଇସକ୍ସ ଊରଲରଦ୍ଭଗ୍ଦର ଝଚ୍ଚଗ୍ଦଗ୍ଧରଜ୍ଞ କିଣିବା ପାଇଁ ମସୁଧା କରିଛି, ଫ୍ରାନ୍ସ ଠାରୁ ୩୬ ରାଫେଲ୍ ଚୁକ୍ତିକୁ ମଧ୍ୟ କି୍ରୟାନ୍ୱିତ କରିବା ହେଉ କିମ୍ବା ଜାପାନର ଅତି ଅତ୍ୟାଧୁନିକ ଜଳ ଓ ସ୍ଥଳ ଭାଗରେ ଅବତରଣ କରିପାରୁଥିବା ଝରବକ୍ଟ୍ରକ୍ଷବଦ୍ଭର ଗବକ୍ସଳ-୨ (ଟଝ-୨) (୧୨ ଚଓଉ) ଅନୁସନ୍ଧାନକାରୀ ଜାହାଜ କମ୍ ମୂଲ୍ୟରେ ଭାରତକୁ ଯୋଗାଇଦେବା, ଆମେରିକା ସହ ଚକ୍ସରୟସବଗ୍ଧକ୍ଟକ୍ସ ୟକ୍ସକ୍ଟଦ୍ଭର ଚୁକ୍ତି ପାଇଁ ତତ୍ପରତା, ଭାରତର ପଡ଼ୋଶୀ ରାଷ୍ଟ୍ର ମିଆଁମାର୍, ଶ୍ରୀଲଙ୍କା, ବାଙ୍ଗାଲାଦେଶ, ନେପାଳ, ଭିଏତ୍ନାମ୍ ସହ ରାଜନୈତିକ ତଥା କୂଟନୈତିକ ସମ୍ପର୍କ ବୃଦ୍ଧି ଆଦି ଚୀନ୍କୁ ଆତଙ୍କିତ କରୁଛି । ସେପଟେ ପ୍ରଧାନମନ୍ତ୍ରୀକୁ କୂଟନୈତିକ ହସ୍ତକ୍ଷେପ ଯୋଗୁଁ ଚକ୍ଟଳ, ବାଲଟିସ୍ଥାନ୍, ବେଲୁଚିସ୍ଥାନରେ ନିର୍ମାଣଧିନ ଚାଇନାର ଅର୍ଥନୈତିକ କରିଡ଼ର୍ (ଉଚଋଉ) ମଧ୍ୟ କ୍ଷତିଗ୍ରସ୍ଥ ହେବାକୁ ଯାଉଛି। ସେପଟେ ଇରାନ୍ର ଜବାହାର ବନ୍ଦରର ସଫଳ ବ୍ୟବସାୟୀକ ବ୍ୟବହାର ଦ୍ୱାରା ଭାରତ ସିଧାସଳଖ ମଧ୍ୟ ଏସିଆ ତଥା ୟୁରୋପୀୟ ବଜାରରେ ସିଧାସଳଖ ପ୍ରବେଶ ଭାରତର ଦୃଢ଼ ବୈଦେଶିକ ସଫଳତା ବୋଲି ମାନିବାକୁ ହେବ। ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତ ଯେଉଁଭଳି ଭାବରେ ସଫଳତା ଲାଭ କରୁଛି ଓ ମହାକାଶ ବଜାରରେ ବ୍ୟବସାୟୀକ ପ୍ରତିଦ୍ୱନ୍ଦିତା ଆଣିଛିି ଏହା ମଧ୍ୟ ଭାରତ ଆଡ଼କୁ ଶତ୍ରୁ ରାଷ୍ଟ୍ର ଓ ଏକ•ଟିଆ ମହାକାଶ ବ୍ୟବସାୟ କରୁଥିବା ରାଷ୍ଟ୍ର ମାନଙ୍କର ଗାତ୍ରଦାହ ହେଉଛି। କାରଣ ଭାରତ ଅତିକମ୍ ମୂଲ୍ୟରେ ସେଟଲାଇଟ୍ ଉତ୍କ୍ଷେପଣ କରିବା ଦ୍ୱାରା ବହୁ ବୈଦେଶିକ ପୁଞ୍ଜି ସଂଗ୍ରହ କରିପାରୁଛି। ଏହାଦ୍ୱାରା ପୂର୍ବ ଏସିଆରେ ନିଜର ଆଧିପତ୍ୟ ବିସ୍ତାର କରୁଥିବା ଚାଇନାର ଶକ୍ତିକ୍ଷଣ ହେବା ସ୍ୱଭାବିକ।
ଏଥିପାଇଁ ଚାଇନା ଓ ପାକିସ୍ଥାନ ଉଭୟ ପ୍ରତିକି୍ରୟାଶିଳ ହୋଇପଡ଼ିଛନ୍ତି । ଯାହାକି ଚାଇନାର ଗଢ଼ାମାଧ୍ୟମ ଓ ସେନାଧ୍ୟକଙ୍କ ସରକାରଙ୍କୁ ସତର୍କବାଣୀ ରୁ ସ୍ପଷ୍ଟ ଜଣାପଡ଼େ।
ସେପଟେ ଚାଇନା ମଧ୍ୟ ଭାରତର ଶତ୍ରୁରାଷ୍ଟ୍ର ପାକିସ୍ଥାନକୁ ସାଙ୍ଗରେ ନେଇ ଭାରତ ବିରୋଧି ବିଭିନ୍ନ ପ୍ରକାର ବିଶୃଙ୍ଖଳା ସୃଷ୍ଟିକରୁଛି । ନିଜେ ପାକିସ୍ଥାନ ମଧ୍ୟ ଭାରତର ଅଭ୍ୟନ୍ତରଣ ବ୍ୟାପାରରେ ହସ୍ତକ୍ଷେପ କରୁଛି ଓ ଛାୟାଯୁଦ୍ଧ ଚଲାଇଆସିଛି। ଯାହା ଅଳ୍ପ ଦିନ ତଳେ ଉରି ସେନା କାର୍ଯ୍ୟାଳୟରେ ଆକ୍ରମଣ, ପଠାନକୋଟ୍ ଆକ୍ରମଣ ଓ ୯/୧୧ ମୁମ୍ବେଇ ଆକ୍ରମଣରୁ ସ୍ପଷ୍ଟ ହୋଇଛି। ସେପଟେ ଚାଇନା ବିଶ୍ୱ ଦରବାରରେ ପାକିସ୍ଥାନରୁ ଖୋଲାଖୋଲି ସମର୍ଥନ ଯୋଗାଇଦେବା ଚାଇନାର ହିନମାନସିକତାର ପରିଚୟ ଦେଉଛି। ନିଜେ ଚାଇନା ମଧ୍ୟ ଉଷବସଦ୍ଭ କ୍ଟଲ ଚରକ୍ସକ୍ଷ ମାଧ୍ୟମରେ ଭାରତକୁ ଘେରିବା ପାଇଁ ଚେଷ୍ଟା କରୁଛି । ତେଣୁ ଶତ୍ରୁକୁ ସଦାସର୍ବଦା ସତର୍କ ଓ ସାବଧାନ ରହିବା ଉଚିତ୍ ଓ କମ୍ ବୋଲି ଆକଳନ କରିବା ଉଚିତ୍ ନୁହେଁ। ଏହା ଚାଇନାର ଭାରତକୁ ସଦାସର୍ବଦା ଆଭ୍ୟନ୍ତରୀଣ କନ୍ଦଳରେ ଡ଼ୁବେଇ ରଖିବାର ଏକ ହୀନକୂଟନୈତିକ ଚକ୍ରାନ୍ତ ହୋଇପାରେ।
ଭାରତ ସଦାସର୍ବଦା ପଞ୍ଚଶୀଳ ସିଦ୍ଧାନ୍ତକୁ ସମ୍ମାନ ଦେଇ ଆସୁଛି କିନ୍ତୁ ଏହାର ପ୍ରଥମ ମାନ୍ୟତା ପ୍ରଦାନକାରୀ ଚାଇନା ଏହାର ବିରୁଦ୍ଧାଚରଣ କରୁଛି । କାରଣ ଚାଇନା ସର୍ବଦା ଭାରତକୁ ଏସିଆରେ ପ୍ରତିଦ୍ୱନ୍ଦି ରାଷ୍ଟ୍ର ଭାବେ ବିବେଚନା କରେ। ଯାହାକି ୧୯୭୧- ଇଣ୍ଡୋ-•ଇନା ଯୁଦ୍ଧ ଠାରୁ ଆଜିର ଏନ୍.ଏସ୍.ଜି.ରେ ଭାରତର ସଦସ୍ୟତାକୁ ପ୍ରତିହତ କରିବା ପାଇଁ କୂଟନୈତିକ ପଦକ୍ଷେପରେ ସ୍ପଷ୍ଟ ବାରିହେଇପଡ଼ୁଛି।
ଏଭଳି ସାମ୍ଭାବ୍ୟ ପରିସ୍ଥିତିକୁ ଭାରତ ସାମ୍ନା ଓ ମୁକାବିଲା କରିବାକୁ ହେଲେ ସତର୍କତା ସହିତ ଆଗକୁ ବଢ଼ିବାର ଦରକାର ଭାରତ ସଦାସର୍ବଦା ନିଜ ପଡ଼ୋଶୀ ମାନଙ୍କ ସହିତ ସ୍ୱହାର୍ଦ୍ଦପୂର୍ଣ୍ଣ, ବନ୍ଧୁତ୍ୱପୂର୍ଣ୍ଣ ସହଯୋଗ ଓ ସୁସଂପର୍କ ରକ୍ଷା କରିିବା ପାଇଁ ପ୍ରତିଶୃତିବଦ୍ଧ ଓ ଏହାକୁ ଆହୁରି ନିବିଡ଼ କରିବାର ସମୟ ଉପସ୍ଥିତି । କୂଟନ÷ତିକ ଓ ଅର୍ଥନ÷ତିକ ଓ ସାମରିକ ଭାବରେ ଏପରି ହେଲେ ପଡ଼ୋଶୀ ଦେଶ ମାନେ ଏକ ଦୀର୍ଘ ମିଆଦି ସଂପର୍କରେ ଯୋଡ଼ି ହୋଇ ରହିବେ ଓ ଏଥିରୁ ଭାରତକୁ ବିରୋଧି ରାଷ୍ଟ୍ରମାନଙ୍କୁ ମୁକାବିଲା କରିବା ପାଇଁ ଯଥେଷ୍ଟ ସାମର୍ଥ ମିଳିବ । ତେଣୁ ସଂପର୍କ ଦୀର୍ଘ ମିଆଦି ହେବା ଦରକାର । ଅନ୍ୟ ଦିଗରେ କିଛି ଦିନ ହେବ ଭାରତ ସହ ଆମେରିକାର ସାମରିକ ଅର୍ଥନ÷ତିକ ବୃଦ୍ଧି ଯଥା କିଛି ଦିନ ପୂର୍ବ ହୋଇଥିବା ସାମରିକ ଚୁକ୍ତି ଭାରତର ପାରମ୍ପରିକ ସହଯୋଗୀ ରାଷ୍ଟ୍ର ଋଷିଆକୁ ବ୍ୟତିତ କରିଥାଇପାରେ । କାରଣ ଭାରତ ସହ ଋଷିଆର ସଂପର୍କ ଅତ୍ୟନ୍ତ ପୁରୁଣା ଓ ଦୃଢ଼ ଏପରିକି ଭାରତର ସମସ୍ତ ଶାମରିକ ଆବଶ୍ୟକତା ପୂରଣ କରିବା ଯୁଦ୍ଧ ପରିସ୍ଥିତିରେ ଭାରତ ପକ୍ଷରୁ ଯୁଦ୍ଧ କରିବା ଚୁକ୍ତି ମଧ୍ୟ ଅନ୍ୟତମ ।
କିନ୍ତୁ ବର୍ତ୍ତମାନ ପାକିସ୍ଥାନ ଓ ଚାଇନା ସହିତ ସାମରିକ ଯୁଦ୍ଧ ଅଭ୍ୟାସ ଋଷ୍ ର ଦୃଷ୍ଟିକୋଣର ପରିବର୍ତ୍ତନ ବୋଲି ମାନିବାକୁ ହେବ। ଏଭଳି ପରିସ୍ଥିତିରେ ଭାରତକୁ ଅତ୍ୟନ୍ତ ପରିପ୍ୱକତାର ସହିତ ବୈଦେଶିକ ନିତୀର ଭାରସ୍ୟମତା ରକ୍ଷା କରିବା ଆବଶ୍ୟକତା ଅଛି ।
ସେପଟେ ଆମେରିକା ମଧ୍ୟ ପୂର୍ବ ଏସିଆ କ୍ଷେତ୍ରରେ ନିଜର ଆଧିପତ୍ୟ ବିସ୍ତାର ପାଇଁ ନିଜର ସହଯୋଗୀ ରାଷ୍ଟ୍ର ଜାପାନ, ଉତ୍ତର କୋରିଆ ଆଦି ରାଷ୍ଟ୍ରଙ୍କୁ ସାଙ୍ଗରେ ନେଉଛି। ଯେଉଁମାନେ କି ଚୀନ୍ର କୂଟନୈତିକ ତଥା ରାଜନୈତିକ ପ୍ରତିଦ୍ୱନ୍ଦୀ ଓ ଆମେରକିକାର ନୀତିକୁ ସମର୍ଥନ କରନ୍ତି ଯାହାଦ୍ୱାରା ଚାଇନା ଶକ୍ତି କ୍ଷଣ ହେଉଛି।

Share in top social networks!

ଧର୍ମେନ୍ଦ୍ରଙ୍କ ଆରୋପ-”ଚୋର କହୁଛି ଚୋର ପଳେଇଲା’ ଭଳି: Dr. Damodar Rout

damodar“ସୁଆଙ୍ଗ କରୁଛି ବିଜେଡି’, ଏ କଥା କହୁଛନ୍ତି ଧର୍ମେନ୍ଦ୍ର ପ୍ରଧାନା ତାଙ୍କଠାରୁ ଏ ଉକ୍ତି ଶୁଣିଲା ପରେ ମନେ ହେଉଛି “ଚୋର କହୁଛି ଚୋର ପଳେଇଲାା’ ପୂର୍ବରୁ କେନ୍ଦ୍ରର ଉପା ସରକାର ଏବଂ ଏବର ନରେନ୍ଦ୍ର ମୋଦୀଙ୍କ ବିଜେପି ସରକାର ଓଡ଼ିଶାର ମାଟି ଏବଂ ୪ କୋଟି ୧୯ ଲକ୍ଷ ଓଡ଼ିଆଙ୍କ ସ୍ୱାର୍ଥ ବିରୁଦ୍ଧରେ ଷଡଯନ୍ତ୍ର କଲାଭଳି କାର୍ଯ୍ୟ କରୁଛନ୍ତିା ପୋଲାଭରମ୍ ପ୍ରକଳ୍ପରେ ଆମର ପାହାଡ ପର୍ବତରୁ ପାଣି ଗୋଦାବରୀ ନଦୀରେ ପ୍ରବାହିତ ହୋଇ ସମୁଦ୍ରକୁ ଯାଉଛିା ଏହାର ଉଭୟ ପାଖରେ ଓଡ଼ିଶା ଓ ଛତିଶଗଡର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଆନ୍ଧ୍ରର କଂଗ୍ରେସ ରାଜ୍ୟ ସରକାର ଏକତରଫା ଭାବେ ପୋଲାଭରମ୍ ପ୍ରକଳ୍ପ ଆରମ୍ଭ କଲୋ

ଏ କଥା ଜାଣିଲା ପରେ ଓଡ଼ିଶା ସରକାର ୨୦୦୩ ମସିହାରୁ ଏ ଯାବତ୍ ପ୍ରତିବାଦ କରିଚାଲିଛନ୍ତିା ସଂପ୍ରତି ମାନ୍ୟବର ସୁପ୍ରିମ୍ କୋର୍ଟରେ ଓଡ଼ିଶା ସରକାରଙ୍କ ଦରଖାସ୍ତ ବିଚାରାଧୀନ ଅଛିା ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଜାତୀୟ ପ୍ରକଳ୍ପ ଘୋଷଣା କରି ନିର୍ମାଣ ଖର୍ଚ୍ଚ ବହନ କରିବାକୁ ଘୋଷଣା କରିଛନ୍ତିା ଏବେ ମହାନଦୀ ପାଣିକୁ ନେଇ ଖେଳ ଖେଳୁଛି ଛତିଶଗଡର ବିଜେପି ରାଜ୍ୟ ସରକାରା ହୀରାକୁଦ ଉପରମୁଣ୍ଡରେ ୨୦୦୬ ମସିହାରେ ଯେତେବେଳେ ଛତିଶଗଡ ସରକାର ଏକତରଫା ପ୍ରକଳ୍ପ ଆରମ୍ଭ କଲେ କେନ୍ଦ୍ରର ଉପା ସରକାର ଚୁପ୍ ରହିଲୋ ଏବେ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଖୋଲା ସମର୍ଥନରେ ଛତିଶଗଡ ସରକାର ବ୍ୟାରେଜ୍ ପରେ ବ୍ୟାରେଜ୍ ନିର୍ମାଣ କରିଚାଲିଛନ୍ତିା ଧର୍ମେନ୍ଦ୍ର ବାବୁ ନିଶ୍ଚୟ ବୁଝିଥ#ବେ ନଦୀର ଧର୍ମ ଉପରମୁଣ୍ଡରୁ ପ୍ରବାହିତ ହୋଇ ସମୁଦ୍ରରେ ଲୀନ ହେବାା

ତେବେ ଅମରକଣ୍ଟକ ପର୍ବତମାଳାର ଲକ୍ଷାଧ#କ ବର୍ଗ କିଲୋମିଟର ଅଞ୍ଚଳରେ ଯେଉଁ ବର୍ଷା ହୁଏ ସେ ପାଣି ନିମ୍ନକୁ ପ୍ରବାହିତ ହେଲେ ତାହା ଏକ ନଦୀ ପାଲଟିଯାଏା ଏବଂ ସେ ନଦୀର ନା ହେଉଛି ମହାନଦୀା ଓଡ଼ିଶା ସୀମା ଭିତରେ ତା’ର ଅବସ୍ଥିତି ହେଉଛି ପ୍ରାୟ ୪୩୦ କିଲୋମିଟରା ଅବଶିଷ୍ଟ ଅଂଶ ହେଉଛି ମଧ୍ୟପ୍ରଦେଶ ଓ ଛତିଶଗଡରା ମହାନଦୀର ସମୁଦାୟ ଜଳସ୍ରୋତ ଛତିଶଗଡର ନୁହେଁ କି ଓଡ଼ିଶାର ନୁହୋଁ ତେଣୁ ଏ ଜଳସଂପଦ ଦୁଇ ରାଜ୍ୟରେ ପ୍ରବାହିତ ହେଉଥ#ଲେ ମଧ୍ୟ ଏହା ଜାତୀୟ ସଂପଦା ଜାତୀୟ ସଂପଦକୁ କିଭଳି ଭାବରେ ବିନିଯୋଗ କରାଯିବ, ଯେପରି ଏହା ଜାତୀୟ ବିକାଶରେ ସହାୟକ ହେବ ଏବଂ ସଂପୃକ୍ତ ରାଜ୍ୟର ବିକାଶରେ ସହାୟକ ହୋଇ ବନ୍ୟାବିତ୍ପାତ ଏବଂ ମରୁଡି ଯୋଗୁଁ କ୍ଷତିଗ୍ରସ୍ତ ହେବ ନାହିଁ, ଏ ସମସ୍ତ କଥା ବିଚାର କରିବା ପାଇଁ ଜାତୀୟ ଜଳ କମିଶନ ଓ କେନ୍ଦ୍ରରେ ସଂଘୀୟ ସରକାରର ପ୍ରଧାନମନ୍ତ୍ରୀ ଅଛନ୍ତି ନିଷ୍ପତ୍ତି ନେବା ପାଇାଁ ସଂଘୀୟ ସରକାରଙ୍କର ଏହା ସାମ୍ବିଧାନିକ ଓ ନୈତିକ ଦାୟିତ୍ୱା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳରୁ ନିର୍ବାଚିତ ହେଲେ ମଧ୍ୟ ଓଡ଼ିଶାର ସମଗ୍ର ଜନସାଧାରଣଙ୍କର ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀା ଓଡ଼ିଶା ରାଜ୍ୟ ଏବଂ ରାଜ୍ୟବାସୀଙ୍କର ସ୍ୱାର୍ଥ ବିରୁଦ୍ଧରେ କିଛି ଘଟଣା ଘଟିଲେ ତା’ର ପ୍ରତିରୋଧ କରିବା ଏବଂ ପ୍ରତିବାଦ କରିବା ଦାୟିତ୍ୱ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କରା ଯେମିତି ବିଜେପି ଦଳରୁ ନିର୍ବାଚିତ ରମଣ ସିଂ ଛତିଶଗଡର

ମୁଖ୍ୟମନ୍ତ୍ରୀା ତେବେ ଛିତିଶଗଡର ସାମୂହିକ ସ୍ୱାର୍ଥର ଦ୍ୱାହି ଦେଇ ପଡୋଶୀ ରାଜ୍ୟ ଓଡ଼ିଶାର ଯେଉଁ କ୍ଷତି ଘଟାଇଛନ୍ତି ତାକୁ ଦିଲ୍ଲୀର ସଂଘୀୟ ସରକାର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମର୍ଥନ କଲାବେଳେ ଦଳମତ ନିର୍ବିଶେଷରେ ଛତିଶଗଡ ଜନସାଧାରଣ ସମର୍ଥନ କରୁଛନ୍ତିା

ତେବେ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ମାଟିରେ ଜନ୍ମ ହୋଇ ବିହାରରୁ ବିଜେପି ଟିକେଟରେ ରାଜ୍ୟସଭାକୁ ଗଲାପରେ ମନ୍ତ୍ରୀ ହୋଇଛନ୍ତିା ଜନ୍ମମାଟି କଥା ଭୁଲିଯାଇ ଓଡ଼ିଶା ବିରୋଧୀ କାର୍ଯ୍ୟରେ ନରେନ୍ଦ୍ର ମୋଦୀ ଓ ରମଣ ସିଂଙ୍କୁ ସମର୍ଥନ ଢାଳି ଦେଉଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅକ୍ଷେପ କରି ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଉଛନ୍ତି ଜନସଂପର୍କ ପଦଯାତ୍ରା ଏବଂ ଜନତାଙ୍କ ପ୍ରତିବାଦକୁ ଏକ ସୁଆଙ୍ଗର ଆଖ୍ୟା ଦେଉଛନ୍ତିା ତାଙ୍କର ଏ ଭାଷା “ଗୁଞ୍ଜାରୁଅ ଓ ପୋଷିଆଁପୁଅ’ର ଚରିତ୍ର ଭଳି
ଜଣାପଡୁଛିା

ବିଗତ ୧୬ ବର୍ଷର ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶାର ବିକାଶ ଘଟିଛି କି ନାହିଁ ସେ କଥା ଧର୍ମେନ୍ଦ୍ରବାବୁ ବେଶ୍ ଜାଣିଛନ୍ତିା ତା’ ନ ହୋଇଥ#ଲେ ନିଜ ଜନ୍ମାମାଟିରେ ନିର୍ବାଚନରେ ପ୍ରତ୍ୟାଖାତ ହେଲା ପରେ ସେ ବିହାର ରାଜ୍ୟରୁ ରାଜ୍ୟସଭାକୁ ଯାଇ ନଥାନ୍ତୋ ଧର୍ମେନ୍ଦ୍ରବାବୁଙ୍କୁ ଏତିକି କହିବି ଆଗେ ମାଟି ପରେ ପାର୍ଟିା ମାଟି ଆମର ମା’ା ପାର୍ଟିି ଆମର ଏକ ରାହାା ପାର୍ଟି ନ୍ୟାୟରେ ମାଟି ମା’ କୋଳରେ ଜନ୍ମ ନେଇଥ#ବା ମଣିଷମାନଙ୍କ ତଣ୍ଟି କାଟ ନାହିାଁ

Share in top social networks!

ମହାପ୍ରୟାଣ ଯୋଜନା ଓ ଭାଷା ଆନେ୍ଦାଳନ କାରୀଙ୍କୁ ପଦେ

ମନୋରଂଜନ ପଟ୍ଟନାୟକ
ଓଡିଶା ସରକାର “ମହାପ୍ରୟାଣ ଯୋଜନା’ ଆରମ୍ଭ କରିଛନ୍ତି ଓ ୫୦ ଲକ୍ଷରୁ ଉଦ୍ଧ୍ୱର୍ ଅର୍ଥ ବ୍ୟୟକରି ବିଭିନ୍ନ ସମ୍ବାଦ ପତ୍ରରେ ବିଜ୍ଞାପନ ଦେଇ ନିଜର ଯୋଜନାର ପ୍ରଚାର କରାଇଛନ୍ତି। “ମହାପ୍ରୟାଣ’ ଅର୍ଥ ମହାପ୍ରସ୍ଥାନ ବା ମହାଯାତ୍ରା ବା ମୃତ୍ୟୁ। ସମ୍ଭବତଃ ରାଜ୍ୟବାସୀଙ୍କ ପାଇଁ ଏଭଳି ଏକ “ମୃତ୍ୟୁ ଯୋଜନା’ ପ୍ରଣୟନ କରିବା ଓ ଖୋଲା ଖୋଲି ତାର ବିଜ୍ଞାପନ ଦେବା ଏହା ପୃଥିବୀର ପ୍ରଥମ ଘଟଣା। ଆଗରୁ ହିଟଲର, ଲେଲିନ୍ ବା ଷ୍ଟାଲିନ୍ ଏଭଳି ମୃତ୍ୟୁଯୋଜନା ଗୋପନରେ କରିଥିଲେ। ତାଙ୍କ ଆଦର୍ଶ ସହିତ ମେଳ ଖାଉ ନଥିବା ଲୋକଙ୍କୁ ଗ୍ୟାସ ଚାମ୍ବରରେ ଭର୍ତିକରି ବା ନିର୍ଜ୍ଜନ ଦ୍ୱୀପରେ ଛାଡି ଦେଇ ମାରିବାର ଯୋଜନା କରିଥିଲେ। ତା ଆଗରୁ ମୃତ୍ୟୁ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଫ୍ରାନସ୍ରେ ଗିଲୋଟିନ ଯନ୍ତ୍ର ବାହାରିଥିଲା। ମଣିଷର ମୁଣ୍ଡକାଟ ପାଇଁ ମାରିବା ଲୋକର ହାତକୁ କଷ୍ଟ ହେବ ବୋଲି ଏହି ଯନ୍ତ୍ର ବାହାରିଥିଲା। ଏହା ସାହାଯ୍ୟରେ ଏକକାଳୀନ ୮ ଜଣକୁ ୧୦ ସେକେଣ୍ଡରେ ହତ୍ୟା କରା ଯାଇପାରୁଥିଲା। ଅନେକ ଅତ୍ୟାଚାରୀ ଶାସକ ମାନେ ଗଣହତ୍ୟା କରିଥିବାର ପ୍ରମାଣ ଗଣ କବର ଖନନରୁ ଜଣାପଡିଛି। ଏବେ ଆଇଏସଆଇଏସ ମାନେ ମଧ୍ୟ ଏପରି ଗଣହତ୍ୟା କରୁଛନ୍ତି କିନ୍ତୁ ମୃତଦେହ ମାନଙ୍କୁ ପୋତିବା ବା କବର ଦେବା ଭଳି ସୋ÷ଜନ୍ୟତା ତାଙ୍କର ନାହିଁ ସେମାନେ ଖୋଲା ଆକାଶ ତଳେ ନିର୍ଜ୍ଜନ ସ୍ଥାନରେ ସେହି ଶବ ଗୁଡିକୁ ଫିଙ୍ଗି ଦେଉଛନ୍ତି । ତେଣୁ ସରକାରୀ ସ୍ତରରେ ବା ଅତ୍ୟାଚାରୀ ରାଜା / ଏକଛତ୍ରବାଦୀ ଶାସକ ମାନଙ୍କର ଏଭଳି ବର୍ବର କାହାଣୀ ଇତିହାସରେ ଦେଖିବାକୁ ମିଳିଥାଏ। ହେଲେ ଆମ ଓଡିଶା ରାଜ୍ୟରେ ଏବଂ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ “ମହାପ୍ର୍ର୍ରୟାଣ ଯୋଜନା’ ଖୋଲାଖୋଲି ପ୍ରସ୍ତୁତ କରି ବିଜ୍ଞାପିତ କରିବା ଏହା କମ୍ ଅପରାଧିକ କାର୍ଯ୍ୟ ନୁହେଁ।
ଅବଶ୍ୟ ଓଡିଶା ସରକାରଙ୍କର ଏପରି ଅପରାଧିକ ବିଜ୍ଞାପନ ଆମକୁ ଯେତିକି ଦୁଃଖ ନ ଦେଇଛି ତାଠାରୁ ବେଶି ଦୁଃଖ ଦେଇଛି ଓଡିଆ ଭାଷା ଆନେ୍ଦାଳନକାରୀଙ୍କ ନୀରବତା। ଓଡିଆ ଭାଷାକୁ ରାଜ୍ୟରେ ସରକାରୀ ଭାଷା ରୂପେ ବ୍ୟବହାର କରିବାକୁ ଆନେ୍ଦାଳନ କରୁଥିବା ଏବଂ କିଛି ନହେଲେ ବି ଓଡିଆ ଭାଷା ପ୍ରତି ସମାନ୍ୟତମ ଶ୍ରଦ୍ଧା ଥିବା ବୁଦ୍ଧିଜୀବୀମାନେ ସେମାନଙ୍କ ମୃତ୍ୟୁ ପାଇଁ କରାଯାଇଥିବା ଯୋଜନାର କାହିଁକି ପ୍ରତିବାଦ କରିନାହାନ୍ତି ? ଆମେ ଜାଣୁ ଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଜଣେ ଓଡିଆ ଭାଷା-ମୁର୍ଖ। ସେ ଓଡିଆ ଭାଷା ବା ତାର ପ୍ର୍ରୟୋଗ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ କିନ୍ତୁ ଖବର କାଗଜରେ ଏପରି ବିଜ୍ଞାପନ ଦେବା ପୂର୍ବରୁ ନିଶ୍ଚିତ ଭାବେ ତାହା ବହୁ ଦାୟିତ୍ୱ ସମ୍ପନ୍ନ ଅଧିକାରୀଙ୍କ ବାଟ ନେଇ ଅନୁମୋଦିତ ହୋଇଥିବ। କୋ÷ଣସି ଯୋଜନାର ଏଭଳି ନାମକରଣ କରାଯାଇ ପାରିବନାହିଁ ବୋଲି ସେମାନେ କାହିଁକି କହିଲେ ନାହିଁ ? ଅନ୍ୟପକ୍ଷରେ ଆମ ରାଜ୍ୟରେ ଓଡିଆର ବ୍ୟବହାରକୁ ନେଇ ତୁମ୍ବୀ ତୋଫାନ୍ କରୁଥିବା ଭାଷା ପ୍ରେମୀମାନେ ଏଥିରେ କିଛି ତ୍ରୁଟି ଅଛି ବୋଲି କାହିଁକି ବିଚାର କଲେ ନାହିଁ। ଯଦି କିଛି ତ୍ରୁଟି ନାହିଁ ତେବେ ଏହି ଯୋଜନା ସମ୍ପୂର୍ଣ୍ଣ ତଥ୍ୟ ମୋ ଭଳି ଓଡିଶାର ୪ କୋଟି ୨୫ ଲକ୍ଷ ଲୋକଙ୍କର ଜାଣିବାର ଅଧିକାର ଅଛି। କାରଣ ଏହା ଆମ ସମସ୍ତଙ୍କ ମୃତ୍ୟୁ ବିଷୟକ ଯୋଜନା ତେଣୁ ଏହା କିପରି କାର୍ଯ୍ୟକାରୀ କରାଯିବ ସରକାର ତାହା ସ୍ପଷ୍ଟ କରନ୍ତୁ ।
କିପରି ସରକାର ରାଜ୍ୟବାସୀଙ୍କର ମହାପ୍ରୟାଣ ପାଇଁ ଯୋଜନା କରିଛନ୍ତି ? ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମଣ୍ଡଳର ନା ସରକାରୀ ଅଫିସରଙ୍କର ? ତାପରେ ୪ କୋଟି ୨୫ ଲକ୍ଷ ଲୋକଙ୍କର ମହାପ୍ରୟାଣ ନା ତା ପୂର୍ବରୁ? କାହା ପ୍େର କିଏ ଓ ସେଥିପାଇଁ କ’ଣ କ’ଣ ବ୍ୟବସ୍ଥା କରିଛନ୍ତି ? ବିଶେଷ କରି ମୋ ମହାପ୍ରୟାଣ ପାଇଁ ସରକାର କି ଯୋଜନା କରିଛନ୍ତି ଓ କେବେ, କେତେବେଳେ ଓ କେଉଁଠି ହେବ ତାହା ଜାଣିବା ପାଇଁ ମୋର ଅଧିକାର ଅଛି ଏବଂ ସରକାର ଜଣାଇବାକୁ ବାଧ୍ୟ। କାରଣ ବଂଚିବା ମୋର ଏକ ମୋ÷ଳିକ ଅଧିକାର ଓ ଏହାକୁ ସରକାର ଛିନ୍ନ କରବାକୁ ଚେଷ୍ଟା କଲେ ସୁପ୍ରିମ୍କୋର୍ଟରେ ଏହା ବିରୁଦ୍ଧରେ ହେବିୟସ୍ କର୍ପସ କରାଯାଇପାରିବ।
ବୋଧହୁଏ ସରକାରୀ କଳରେ ଏହି ବିଜ୍ଞାପନ ସହିତ ସମ୍ପୂକ୍ତ ଥିବା ସମସ୍ତ ଲୋକ ମୁର୍ଖ ନଥିଲେ। ତେଣୁ କାହାରି କଣ୍ଠରେ ସରସ୍ୱତୀ ବୋଧହୁଏ ପ୍ରସନ୍ନ ହେଲେ ଏବଂ ତାପରଦିନ ଏହି ଯୋଜନା ସମ୍ପର୍କିତ ତଥ୍ୟ ଦେଇ ଖବର କାଗଜରେ “ମହାପ୍ରୟାଣ ଗାଡି ସେବା ଯୋଜନା’ ବୋଲି ଲେଖାଯାଇଛି। ମୂଳରୁ ଏପରି ଲେଖିଥିଲେ ସରକାରଙ୍କ ମୁର୍ଖତା ଓ ମୁଖ୍ୟମନ୍ତ୍ରୀଙ୍କ ଅଧମ ପଣିଆ ଧରାପଡିନଥାନ୍ତ। ଯଦି ପ୍ରକୃତରେ ଏହା “ମହାପ୍ରୟାଣ ଯୋଜନା’ ନୁହେଁ “ମହାପ୍ରୟାଣ ଗାଡି ସେବା ଯୋଜନା’ ତେବେ ଏ ବିଜ୍ଞାପନ ଛାପିବା ପାଇଁ ଯେଉଁ ଅଧିକାରୀ ଅଦେଶ ଦେଲେ ତାଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ସରକାର ନେଇଛନ୍ତି ? ଏଥିପାଇଁ ଖବର କାଗଜରେ କାହିଁକି ଦୁଃଖପ୍ରକାଶ କରାଗଲା ନାହିଁ ବା ବିଜ୍ଞାପନକୁ ପ୍ରତ୍ୟାହାର କରାଗଲାନାହିଁ ? ଏଥିପାଇଁ ଖର୍ଚ୍ଚ ହୋଇ ଥିବା ଅର୍ଥ ସେହି ଅଧିକାରୀଙ୍କ ଠାରୁ ଆଦାୟ ହେବକି? ବୋଧହୁଏ ଏ ପ୍ରଶ୍ନର ଉତର ନାଁ। କାରଣ ସରକାର ଜାଣିଛନ୍ତି ଓଡିଆ ଓଡିଆ ବୋଲି ଚିକôାର କରୁଥିବା ଭାଷା ଆନେ୍ଦାଳନକାରୀମାନେ ମେଣ୍ଢା ଓ ମୁର୍ଖ। ସେମାନେ ଏ ଭାଷା ବିପର୍ଯ୍ୟୟକୁ ଧରିପାରିବେ ନାହିଁ ଯଦି ଭାଷା ଆନେ୍ଦାଳନକାରୀ ମାନେ ପ୍ରକୃତ ଜ୍ଞାନୀ ତେଣୁ ଏହି ନିର୍ବୋଧ ସୁଲଭ ବିଜ୍ଞାପନ ବିରୁଦ୍ଧରେ କାହିଁକି ସ୍ୱର ଉତୋଳନ କରୁନାହାନ୍ତି ? ସରକାରଙ୍କୁ ଏଥିପାଇଁ ନିର୍ଦ୍ଦିଷ୍ଟ ଭାବେ ଖୋଦ ମୁଖ୍ୟମନ୍ତ୍ରୀଙ୍କୁ ଭୁଲ ମାଗିବା ପାଇଁ କାହିଁକି ଦାବୀ କରୁନାହାନ୍ତି ? ବୋଧହୁଏ ଅନ୍ୟ କୋ÷ଣସି ଭାଷାରେ ଏପରି ବିଜ୍ଞାପନ ବାହାରି ଥିଲେ ସେମାନେ ତାଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପାନେ ଦେଇ ସାରିନ୍ତେଣି।

Share in top social networks!

ଓଡିଆ ବିଶ୍ୱବିଦ୍ୟାଳୟ: ଗତି ଓ ପରିଧି

ଡକ୍ଟର ସୁବ୍ରତ କୁମାର ପୃଷ୍ଟି
ଏକ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଗତ ୬୦ବର୍ଷ ଧରି ସମସ୍ତ ସରକାରଙ୍କଦ୍ୱାରା ଓଡିଆଭାଷା ଅବହେଳା ହୋଇଛି କହିବା ଯେତିକି ହାସ୍ୟାସ୍ପଦ, ଏହି ଅବହେଳାପାଇଁ ନିଜ ଦାୟିତ୍ୱକୁ ରାଜନେତାଙ୍କ ମୁଣ୍ଟକୁ ଖସାଇଦେବା ତାଠାରୁ ଅଧିକ ମାରାତ୍ମକ । କାରଣ ଭୋଟ ରାଜନୀତିରେ ସାଧାରଣବର୍ଗଙ୍କୁ ଚେତାଇବାରେ ଶିକ୍ଷିତଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାବେଳେ ଏହି ଭୂମିକାକୁ ଓଡିଶାର ଶିକ୍ଷିତବର୍ଗ କିଭଳି ଭାବରେ ପାଳନ କରିଛନ୍ତି, ତାହାର ଦୃଷ୍ଟାନ୍ତ ହେଉଛି ଗତ କିଛି ବର୍ଷ ଧରି ରାଜଧାନୀରେ ଚାଲିଥିବା ଭାଷା ଆନେ୍ଦାଳନ । ଅବଶ୍ୟ ସରକାରଙ୍କ ଉପରକୁ ଏହାର କାର୍ଯ୍ୟକାରିତା ଦାୟିତ୍ୱ ଠେଲିଦେଇ ନିଜର ଦାୟିତ୍ୱ ସରିଗଲା ବୋଲି ଆତ୍ମସନ୍ତୋଷ ମାରୁଥିବା ଆମ ଶିକ୍ଷିତବର୍ଗ ଜାଣିବା ଦରକାର ଯେ, ସେମାନଙ୍କର ଏହି ଜାତିଦ୍ରୋହ କାର୍ଯ୍ୟପାଇଁ ଭବିଷ୍ୟତ ପିଢୀ କେବେ ବି କ୍ଷମା ଦେବେନି । କାରଣ ଶିକ୍ଷା ଓ ଶାସନର ଭାଷା ଓଡିଆ ନ ହେବାରେ ଏହି ବର୍ଗ ହେଉଛନ୍ତି ସବୁଠାରୁ ବେଶୀ ଦାୟୀ । ବିଶେଷକରି ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଓଡିଆଭାଷାକୁ ଅଣଦେଖା କରିବା ଫଳରେ ଶାସନର ଭାଷା ଯେ ଓଡିଆ ହୋଇପାରୁନାହିଁ, ତାହା ଆଜି ଆଉ କାହାରି ଅବୁଝା ନାହିଁ । ତେଣୁ ଓଡିଆଭାଷାକୁ ଜ୍ଞାନ ଓ ଶାସନର ଭାଷା କରିବାକୁ ହେଲେ ଓଡିଆ ବିଶ୍ୱବିଦ୍ୟାଳୟ ସ୍ଥାପନା ଏକ ଜରୁରୀ ଆବଶ୍ୟକତା । ସୁଖର କଥା ଏହି ଆବଶ୍ୟକତାକୁ ଅନୁଭବ କରି ଆସନ୍ତା ବିଧାନସଭା ଅଧିବେଶନରେ ରାଜ୍ୟ ସରକାରଙ୍କଦ୍ୱାରା ଓଡିଆ ବିଶ୍ୱବିଦ୍ୟାଳୟ ବିଲ ଉପସ୍ଥାପନ ହେବାକୁ ଯାଉଛି । ତେବେ କେତେକ ବ୍ୟକ୍ତିବିଶେଷଙ୍କ ବିରୋଧାତ୍ମକ ମାନସିକତାରେ ସରକାରି କଳ ଉତ୍ସାହିତ ହୋଇ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ମୂଳଲକ୍ଷ୍ୟକୁ ଦୂରେଇ ଦେବା ସହ ସଂସ୍କୃତି ବିଶ୍ୱବିଦ୍ୟାଳୟ ଢାଞ୍ଚାରେ ଆଉ ଏକ ସାଇନବୋର୍ଡ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ବାଟ ଫିଟେଇ ଦେଇଛନ୍ତି ।

ସ୍ୱୟଂସମ୍ପୂର୍ଣ୍ଣ ଓଡିଆ ବିଶ୍ୱବିଦ୍ୟାଳୟ ଗବେଷଣା ଓ ଭାଷାଭିତ୍ତିକ ହେବାର ଅର୍ଥ ଓଡିଆକୁ ଜ୍ଞାନବିଜ୍ଞାନର ଭାଷା ଭାବରେ ପ୍ରତିଷ୍ଠିତ କରାଇବା । ଏହା ଓଡିଆଭାଷା ଓ ସାହିତ୍ୟର ନୂତନ ଶିକ୍ଷା ଦିଗନ୍ତ ଉନ୍ମୋଚନ କରିବା ସହିତ ଆଜିପର୍ଯ୍ୟନ୍ତ ବାଣିଜ୍ୟ, ବିଜ୍ଞାନ, ଯାନ୍ତ୍ରିକବିଦ୍ୟା, ଚିକିତ୍ସା, ପ୍ରଯୁକ୍ତିବିଦ୍ୟା ଆଦି ଆଧୁନିକ ଶିକ୍ଷାବ୍ୟବସ୍ଥାର ସମସ୍ତ ବିଭବ ଓଡିଆରେ ପଢାଯିବ । ଓଡିଶାରେ ଉଚ୍ଚଶିକ୍ଷାପାଇଁ ରାଜ୍ୟ ତଥା ଜାତୀୟ ସ୍ତରର ଯେତକ ଶିକ୍ଷାନୁଷ୍ଠାନ ରହିଛି, ଏ ସବୁର ଶିକ୍ଷାମାଧ୍ୟମ ହେଉଛି ଇଂରାଜୀ । ଏହା ମାତ୍ର ୧୩% ବିଦ୍ୟାର୍ଥୀଙ୍କୁ ଉଚ୍ଚଶିକ୍ଷା ଦେଇପାରୁଛି । ଏହି ୧୩%ରୁ ୬୦ଭାଗ ଓଡିଶା ବାହାର ପିଲା । ଯେଉଁ କେତେକ ଓଡିଆପିଲା ସଫଳ ହେଉଛନ୍ତି, ସେମାନଙ୍କ ସଂଖ୍ୟା ମାତ୍ର ୧% । ଅର୍ଥାତ ରାଜ୍ୟର୯୯ଭାଗ ପିଲା ଉଚ୍ଚଶିକ୍ଷା ଓ ଭଲ ନିଯୁକ୍ତିରୁ ବଞ୍ଚିତ ହେବାର ମୂଳକାରଣ ହେଉଛି ବିଦେଶୀ ଭାଷାର ବୋଝ । ଏହି ବୋଝରୁ ମୁକ୍ତ କରି ଓଡିଶାପାଇଁ କେବଳ ଉଚ୍ଚଶିକ୍ଷିତ ଓଡିଆପିଲା ପ୍ରସ୍ତୁତ କରିବା ହେବ ଓଡିଆ ବିଶ୍ୱବିଦ୍ୟାଳୟର ମୂଳଲକ୍ଷ୍ୟ । ଓଡିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ହେଲେ ଏହି ଅନୁଷ୍ଠାନରେ ଉଚ୍ଚଶିକ୍ଷାରୁ ବଞ୍ଚିତ ପ୍ରାୟ୯୯ଭାଗ ପିଲାମାନଙ୍କ ମଧ୍ୟରୁ ବହୁପିଲା ଏଠାରେ ପଢିବେ । ଏମାନଙ୍କ ମଧ୍ୟରୁ ଇଂରାଜୀରେ ଦକ୍ଷ ନ ହୋଇ ବୃତ୍ତିରେ ଦକ୍ଷ ହୋଇ ୧୦୦ଜଣ ଡାକ୍ତର ବା ଇଞ୍ଜିନିୟର ଯଦି ଓଡିଶାରେ ନିଯୁକ୍ତି ପାଇବେ, ତଦ୍ୱାରା ଶିକ୍ଷା କିମ୍ବା ବୃତ୍ତିରେ କୌଣସି ଆଞ୍ଚ ଆସିବନାହିଁ. ବରଂ ବୃତ୍ତିରେ ସ୍ୱଚ୍ଛତା ଆସିବା ଫଳରେ ସାଧାରଣଲୋକେ ଏହାର ସୁଫଳ ପାଇବେ ।ଏହାବ୍ୟତୀତ ନିଜଭାଷାରେ ପଢିବୁଝି ବିଷୟଭିତ୍ତିକ ଆବଶ୍ୟକୀୟ ଜ୍ଞାନ ପାଇବା ପରେ ନିଯୁକ୍ତିପାଇଁ ଯୋଗାଯୋଗର ଭାଷା ଭାବରେ ୧୦ଟି ଆନ୍ତର୍ଜାତିକ ଓ ୧୦ଟି ଭାରତୀୟ ଭାଷା ମଧ୍ୟରୁ ୨ଟି ଭାଷାରେ ଏମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ । ଅର୍ଥାତ ଭାରତପାଇଁ ଆବଶ୍ୟକ ଥିବା ବିଦେଶୀଭାଷା ଯଥା ଆରବିକ, ଋଷ, ଜର୍ମାନ, ମାଣ୍ଡାରିନ ଆଦି ଭାଷା ଶିଖିଲେ ସେହିସବୁ ଦେଶରେ ବ୍ୟାପକ ନିଯୁକ୍ତିର ସୁଯୋଗ ଥିବାରୁ ଆମ ଓଡିଆପିଲାଙ୍କ ନିଯୁକ୍ତି ପଥ ଆହୁରି ସରଳ ଓ ସୁଗମ ହେବ । ଯାହା ଫଳରେ ସ୍ୱଦେଶ ଓ ବିଦେଶ ସହିତ ନିଜ ଜନ୍ମଭୂମିରେ ନିଯୁକ୍ତିପାଇଁ କୌଣସି ଅସୁବିଧା ହେବନାହିଁ ।

ଓଡିଆମାଧ୍ୟମରେ ଉଚ୍ଚଶିକ୍ଷା ଦିଆ ନଯିବା ଫଳରେ ଓଡିଶା ବହୁତ କିଛି ଆଜି ପର୍ଯ୍ୟନ୍ତ ହରାଇ ଚାଲିଛି । ଅନ୍ୟ ପକ୍ଷରେ କେନ୍ଦ୍ର ସରକାରଙ୍କ ରେଳବାଇ, ସିଭିଲସେବା, କେନ୍ଦ୍ରିୟ କର୍ମଚାରୀ ନିଯୁକ୍ତି ସେବା ଭଳି ସମସ୍ତ ନିଯୁକ୍ତିଭିତ୍ତିକ ପ୍ରତିଯୋଗିତାମୂଳକ ପରୀକ୍ଷା ସମେତ ଡାକ୍ତରି ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷା ଆଦି ପ୍ରାଦେଶିକ ଭାଷାରେ ହେଉଥିବାରୁ ଓଡିଆଭାଷାରେ ଉଚ୍ଚଶିକ୍ଷା ବ୍ୟବସ୍ଥା ନ ଥିବା ଫଳରେ ବହୁ ମେଧାବୀ ପିଲା ଓଡିଆରେ ଏହି ସବୁ ପରୀକ୍ଷା ଦେଇପାରୁ ନାହାନ୍ତି । ଅଥଚ ଅନ୍ୟ ରାଜ୍ୟର ପିଲାମାନେ ଇଂରାଜୀ ସହିତ ନିଜ ଭାଷାରେ ପରୀକ୍ଷା ଦେଇ ଦୁଇପ୍ରକାରର ସଫଳତା ପାଇପାରୁଛନ୍ତି । ଏହାର ଏକମାତ୍ର କାରଣ ହେଉଛି ସେହି ସବୁ ରାଜ୍ୟର ବିଶ୍ୱବିଦ୍ୟାଳୟ ସ୍ତରୀୟ ଶିକ୍ଷା ନିଜ ଭାଷାରେ ଦିଆ୍ାଉଛି । ୧୯୬୨ରେ ସ୍ଥାପିତ ପଞ୍ଜାବୀ ବିଶ୍ୱବିଦ୍ୟାଳୟ କଳା, ବିଜ୍ଞାନ, ବାଣିଜ୍ୟ, ଚିକିତ୍ସା, ପ୍ରଯୁକ୍ତିବିଦ୍ୟା, ଯାନ୍ତ୍ରିକବିଦ୍ୟା ଆଦି୬୫ଟି ବିଭାଗ ସ୍ଥାପନ କରି କେବଳ ପଞ୍ଜାବୀ ଭାଷାରେ ଶିକ୍ଷାଦାନ କରୁଛି । ୬୦୦ଏକର ପରିମିତ ଏହି ବିଶ୍ୱବିଦ୍ୟାଳୟର ମୂଳ ପରିସରରେ ୯୦୦୦ ବିଦ୍ୟାର୍ଥୀ ଓ ୫୦୦ଶିକ୍ଷକ ଥିବାବେଳେ ୫ଟି ଆଞ୍ଚଳିକ କେନ୍ଦ୍ର, ୬ଟି ପଡୋଶୀ କ୍ୟାମ୍ପସ, ୧୬୬ଟି ଅନୁବନ୍ଧିତ କଲେଜ ରହିଛି । ଆଜି ସମସ୍ତେ ସ୍ୱୀକାର କରିବେ ଯେ ଭାରତରୁ ସବୁଠାରୁ ଅଧିକ ଲୋକ ବିଦେଶ ଯାଇଥାନ୍ତି ପଞ୍ଜାବ ପ୍ରଦେଶରୁ । କାହିଁ ସେଠାରେ ପଞ୍ଜାବୀ ଭାଷାରେ ଉଚ୍ଚଶିକ୍ଷା ପ୍ରଦାନ ବ୍ୟବସ୍ଥା ତ କୌଣସି ବାଧା ସୃଷ୍ଟି କରିପାରିନାହିଁ! ସେହିପରି ତାମିଲ, ତେଲୁଗୁ, କନ୍ନଡ, ଗୁଜୁରାଟି, ବଙ୍ଗାଳୀ, ମରାଠୀ, ମାଲାୟାଲମ, ଏପରିକି ହିନ୍ଦୀ ଭାଷାରେ ବିଶ୍ୱବିଦ୍ୟାଳୟ ସ୍ତରର ଶିକ୍ଷା ପ୍ରଦାନ କରାଯାଇ ଇଂରାଜୀ ପ୍ରତିସ୍ପର୍ଦ୍ଧାରେ ଆନ୍ତର୍ଜାତିକ ଭାଷା ଭାବରେ ଏହି ସବୁ ଭାଷା ନିଜକୁ ପ୍ରତିଷ୍ଠିତ କରାଇ ପାରିଛନ୍ତି ।

ଓଡିଆ ବିଶ୍ୱବିଦ୍ୟାଳୟ ଇଂରାଜୀ ଶିକ୍ଷା ବ୍ୟବସ୍ଥାର ବିରୋଧି ନୁହେଁ । ବରଂ ଆଜିର ବୈଶ୍ୱୈକରଣ ଦୁନିଆରେ ଇଂରାଜୀ ବ୍ୟତୀତ ଆହୁରି ବହୁ ବିଶ୍ୱ ଭାଷାରେ ଆମ ପିଲା ଦକ୍ଷ ହେବାର ଆବଶ୍ୟକତା ରହିଛି । ଯେଉଁମାନେ ଇଂରାଜୀକୁ ବିଶ୍ୱଭାଷା କହି ଏହା ଶିଖିଗଲେ ପୃଥିବୀର ଯେକୌଣସି ଦେଶସହ ସମ୍ପର୍କ ବାନ୍ଧିବାରେ ସମର୍ଥ ହୋଇପାରିବ ବୋଲି କହୁଛନ୍ତି, ସେମାନେ ଆମ ପିଲାଙ୍କ ଶିଖିବା ଗୁଣକୁ ସଂକୁଚିତ କରିଦେଉଛନ୍ତି । କାରଣ ପୃଥିବୀରେ ଏଭଳି ଅନେକ ଦେଶ ଅଛି, ଯେଉଁମାନେ ଇଂରାଜୀ ଭାଷା ନ ଜାଣି ମଧ୍ୟ ନିଜସ୍ୱ ଜ୍ଞାନକୌଶଳଦ୍ୱାରା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଆମେରିକା ଜ୍ଞାନର ଦେଶ ହୋଇଥିବାରୁ ପ୍ରତିବର୍ଷ ସର୍ବାଧିକ ବିଦ୍ୱାନ ଏହି ରାଷ୍ଟ୍ରରୁ ନୋବେଲ ପୁରସ୍କାର ପାଆନ୍ତି ସତ, ମାତ୍ର ଆଜି ପର୍ଯ୍ୟନ୍ତ ଏହି ଆମେରିକା ପ୍ରତିରକ୍ଷା ଟେକ୍ନୋଲୋଜିରେ ଋଷିଆକୁ, ଜର୍ମାନୀର ଅଟୋମୋବାଇଲ ଟେକ୍ନଲୋଜି, ଜାପାନର ରୋବୋଟିକ ଆଉ ଚୀନର ଇଲୋକକ୍ଟ୍ରୋନିକ୍ସ, କୋରିଆର ଲୌହଇସ୍ପାତ, ପ୍ରାନ୍ସର ବିମାନ ନିର୍ମାଣବିଦ୍ୟାକୁ ଭେଦ କରିପାରିନାହିଁ । କହିବା ବାହୁଲ୍ୟ ଏହିସବୁ ରାଷ୍ଠ୍ରର ଶିକ୍ଷା ବ୍ୟବସ୍ଥା ନିଜ ଭାଷାରେ ହେଉଥିବାରୁ ଗବେଷଣାର ଗୂଢ ଭେଦ କରିବାରେ ଆମେରିକା ଆଜି ପର୍ଯ୍ୟନ୍ତ ସକ୍ଷମ ହୋଇପାରିନି । ଅନ୍ୟ ପକ୍ଷରେ ଭାରତର ଉଚ୍ଚଶିକ୍ଷା ବ୍ୟବସ୍ଥାର ମାଧ୍ୟମ ଇଂରାଜୀ ହୋଇଥିବାରୁ ଆମର ଗବେଷଣାଲବ୍ଧ ଜ୍ଞାନ ଆମ ଭିତରେ ସୀମିତ ନ ରହି ଆମେରିକା, ବ୍ରିଟେନ ଭଳି ପରାଙ୍ଗପୁଷ୍ଟ ଦେଶକୁ ଧନୀ କରିବାରେ ଲାଗିଛି । ବିଶେଷକରି ଓଡିଶା ଭଳି ଏକ ଅନଗ୍ରସର ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳସେଚନ, ବିଦୁ୍ୟତ, ଯାନ୍ତିକବିଦ୍ୟା ପ୍ରଭାବିତ ହେବାର ମୌଳିକ କାରଣ ହେଉଛି ଆମ ଶିକ୍ଷିତଙ୍କ ଅନ୍ୟତ୍ର ଚାଲଣ । ଏହାକୁ ଶିକ୍ଷିତ ଦାଦନ ମଧ୍ୟ କୁହାଯାଇପାରିବ । କାରଣ ଏମାନେ କାମ କରିବାର ଇଚ୍ଛା ଥିଲେ ମଧ୍ୟ ବ୍ୟାପକ ସୁଯୋଗ ନ ଥିବାରୁ ଅନ୍ୟ ରାଜ୍ୟ ବା ଦେଶକୁ ଚାଲିଯିବାକୁ ପଛାଉନାହାନ୍ତି ।

ଓଡିଆ ଏକ ପ୍ରାଚୀନ ଓ ସମୃଦ୍ଧଭାଷା ଭାବରେ ଶାସ୍ତ୍ରୀୟମାନ୍ୟତା ପାଇବା ପରେ ଅନ୍ତତଃ ଆମ ବୁଦ୍ଧିଜୀବୀ, ଶିକ୍ଷାବିତ, ଆଗଧାଡିର ରାଜନେତାଗଣ ଓଡିଆଭାଷାକୁ ଜ୍ଞାନର ଭାଷା କରିବାପାଇଁ ଉଦ୍ୟମ କରିବା ସହିତ ଓଡ଼ିଆ ଭାଷାର ସ୍ଥିତି ନିମ୍ନ, ନିମ୍ନମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍ତରରେ କିପରି ଅଛି ତାହା ଦେଖିବା ମଧ୍ୟ ଆବଶ୍ୟକ । ବିଶେଷକରି ଓଡିଆଭାଷା ଶାସ୍ତ୍ରୀୟମାନ୍ୟତା ପାଇବା ପରେ ଓଡିଆକୁ ଭାଗ କରିବାପାଇଁ କୋଶଳୀ-ସମ୍ବଲପୁରୀ, ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦର ଭାଷା ଭାବରେ ସ୍ୱୀକୃତି ଦେବାପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବା, ଓଡିଆ ବିଶ୍ୱବିଦ୍ୟାଳୟ ଦାବି ସମୟରେ ଜାଭିଅର ବିଶ୍ୱବିଦ୍ୟାଳୟ ଅଗ୍ରାଧିକାର ଭିତ୍ତିରେ ପ୍ରତିଷ୍ଠା କରିବା ଏବଂ ଆବଶ୍ୟକୀୟ ସ୍ନାତକ ପିଲା ନ ଥିବା ସତ୍ତ୍ୱେ ଓଡିଶାର ସମସ୍ତ ସରକାରି ବିଶ୍ୱବିଦ୍ୟାଳୟରେ ଉର୍ଦ୍ଦୁ ବିଭାଗ ଖୋଲିବା ସହିତ ସ୍ୱତନ୍ତ୍ର ଉର୍ଦ୍ଦୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା, ଓଡିଆମାଧ୍ୟମର ୧୫ହଜାର ସ୍କୁଲ ବନ୍ଦ କରିବାସହ ବିଭିନ୍ନ କାରଣ ଦର୍ଶାଇ ଶିକ୍ଷକ ଛଟେଇ କରିବା ତଥା ଏହାର ପ୍ରତିସ୍ପର୍ଦ୍ଧାରେ ମଡେଲ ସ୍କୁଲ ନାମରେ ପ୍ରତିବ୍ଲକରେ ସରକାରି ଇଂରାଜୀ ମାଧ୍ୟମ ସ୍କୁଲ ଖୋଲିବା, ବେସରକାରୀ ଇଂରାଜୀ ସ୍କୁଲକୁ ପିଲାପିଛା ୨୫ହଜାର ଟଙ୍କା ପ୍ରଦାନ କରି ୫୦ହଜାର ପିଲା ଇଂରାଜୀରେ ପଢିବାକୁ ପ୍ରଲୋଭିତ କରିବା ଭଳି ଓଡିଆ ମାରଣ କାର୍ଯ୍ୟ ରାଜ୍ୟ ସରକାରଙ୍କ ଓଡିଆଭାଷା ବିରୋଧି ମାନସିକତାର ବଳିଷ୍ଠ ପ୍ରମାଣ ।

ଦୁଃଖର କଥା, ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ ନ କରି କେତେକ ତଥାକଥିତ ଭାଷା ଆନେ୍ଦାଳନକାରୀ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାକୁ ବିରୋଧ କରିଚାଲିଛନ୍ତି । ଏପରିକି ଭାଷା ଆଇନ ଆଣିଥିବା ନବବାବୁ ଓ ଭାଷାଭିତ୍ତିକ ରାଜ୍ୟ ଗଠନ କରାଇଥିବା ମଧୁବାବୁଙ୍କୁ ପ୍ରତ୍ୟହ କଳାପତାକା ଦେଖାଉଥିବା ବ୍ୟକ୍ତିଗଣ ଓଡିଆରେ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଖୋଲାଖୋଲି ବିରୋଧ କରି ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ଗତିରୋଧ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଫଳରେ କଙ୍କଡାକୁ ଗୋଳିଆପାଣି ସୁହାଇଲାଭଳି ପଦସ୍ଥ ଅଧିକାରୀଗଣ ପୂର୍ଣ୍ଣାଙ୍ଗ ବିଶ୍ୱବିଦ୍ୟାଳୟ ପରିବର୍ତ୍ତେ ପ୍ରଥମେ ମୁକ୍ତ ଓ ପରେ କେବଳ ଓଡିଆ ଭାଷାସାହିତ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାପାଇଁ ସରକାରଙ୍କୁ ପ୍ରଭାବିତ କରି ସଫଳ ହୋଇଛନ୍ତି । ଏଠାରେ କହିବା ନିଷ୍ପ୍ରୟୋଜନ ଯେ, ଶାସ୍ତ୍ରୀୟ ସ୍ୱୀକୃତି ପାଇବା ପରେ ଓଡିଆ ଉପରେ ଗବେଷଣାପାଇଁ ସମସ୍ତ କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟରେ କେନ୍ଦ୍ର ସରକାର ଭାଷା ଚେୟାର ପ୍ରତିଷ୍ଠା କରିବାକୁ ଯାଉଥିବାବେଳେ ତଥା ଓଡିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜମାନଙ୍କରେ ଓଡିଆ ବିଭାଗ ଖୋଲାଯାଇ ଓଡିଆ ସାହିତ୍ୟ ପଢା ଓ ଗବେଷଣା କାର୍ଯ୍ୟ ହେଉଥିବାବେଳେ ସେହି ଲକ୍ଷ୍ୟରେ ଆଉ ଏକ ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର କୌଣସି ଆବଶ୍ୟକ ନାହିଁ ।

ଓଡିଶାରେ ଭାଷା ଆଇନକୁ କାର୍ଯ୍ୟକାରି କରିବାପାଇଁ କେବଳ ଆନେ୍ଦାଳନ ବା କିଛି ସରକାରି ଘୋଷଣା ନୁହେଁ, ଭାଷା ପ୍ରଶିକ୍ଷିତ କର୍ମଚାରୀର ଆବଶ୍ୟକତା ରହିଛି । ଏହି କର୍ମଚାରୀ ଓଡିଆରେ ଉଚ୍ଚଶିକ୍ଷାପ୍ରାପ୍ତ ହୋଇଥିଲେ ଏମାନଙ୍କୁ ଓଡିଆରେ କାମ କରିବାପାଇଁ କୌଣସି ଅଭିଧାନ, ବିଦ୍ୱାନ ବା ଉପର ଅଧିକାରୀଙ୍କ ନିଦେ୍ର୍ଦଶ ଦରକାର ପଡିବନାହିଁ । ଓଡିଆରେ ଜ୍ଞାନ ନ ଥିବା କର୍ମଚାରୀ ଏଭଳି ଓଡିଆରେ ସରକାରି ଚିଠା ଲେଖିବେ ଯେ, ତାହା ବୁଝିବାପାଇଁ ନା କୌଣସି ବହି ଥିବ, ନା ବ୍ୟକ୍ତି । ଯେମିତି ସଂସ୍କୃତ – ଓଡିଆ ପଣ୍ଡିତମାନଙ୍କୁ ଅତୀତରେ ପ୍ରଶାସନିକ ଶବ୍ଦକୋଷ ପ୍ରସ୍ତୁତ କରିବାର ଦାୟିତ୍ୱ ଦେଇ ଗୁଡିଏ ଅପ୍ରଚଳିତ ଶବ୍ଦ ପ୍ରସ୍ତୁତ କରି ଓଡିଆଭାଷା ବ୍ୟବହାରର ପଥରୋଧ କରାଯାଇଥିଲା, ଏବେ ସେହିଭଳି ସମସ୍ୟା ସୃଷ୍ଟି ହେବ । ତେଣୁ ଓଡିଆ କର୍ମଚାରୀ ସୃଷ୍ଟି ତଥା ଶାସ୍ତ୍ରୀୟ ମାନ୍ୟତାପରେ ଓଡିଆଭାଷାରେ ସମସ୍ତ ପ୍ରକାରର ଗବେଷଣାକାର୍ଯ୍ୟପାଇଁ ଆବଶ୍ୟକ ଥିବା ଭାଷା ବିଶ୍ୱବିଦ୍ୟାଳୟର ଅଭାବ ପୂରଣ କରିବ ପ୍ରସ୍ତାବିତ ଗବେଷଣାଭିତ୍ତିକ ଓଡିଆ ବିଶ୍ୱବିଦ୍ୟାଳୟ ।

ଓଡିଶା ସଚିବାଳୟର ଅମଲାତାନ୍ତ୍ରିକ ଅନୁର୍ବର ଭିତ୍ତିଭୂମି ଉପରେ ଓଡିଆଭାଷାର ବିହନ ବୁଣି ଗଛଟିଏ ଉତୁରେଇବାପାଇଁ ଆଜି ଯେଉଁ ସଂଘର୍ଷ ବିଭିନ୍ନ ସ୍ତରରେ ଚାଲିଛି, ତାହାର ପୂର୍ଣ୍ଣାଙ୍ଗ ରୂପାୟନ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାଦ୍ୱାରା ହିଁ ସମ୍ଭବ ହେବ । ଓଡିଆରେ ସରକାରି କାମପାଇଁ ଏହା ହିଁ ମୂଳ ଭିତ୍ତି ତିଆରି କରିବ । ଏହି ଅନୁଷ୍ଠାନ ଓଡିଆ ମାଧ୍ୟମରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେବା ଶିକ୍ଷା, ଶାସନ, ଆଇନ, ଚିକିତ୍ସା, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଓଡିଆଭାଷାର ବହୁଳ ବ୍ୟବହାର କିପରି କରାଯିବ, ସେ ବିଷୟରେ ମଣିଷ ତିଆରି କରିବାର ଗୁରୁଦାୟିତ୍ୱ ବହନ କରିବା ମୂଳ ଲକ୍ଷ୍ୟ ଥିବାରୁ ଓଡିଶାର ବୁଦ୍ଧିଜୀବୀ, ଶିକ୍ଷାବିତ ଏହାକୁ ସମର୍ଥନ କରିବାର ଯଥେଷ୍ଟ ଆବଶ୍ୟକତା ଅଛି ।
ଏ-୧୬୪, ସହିଦ ନଗର, ଭୁବନେଶ୍ୱର
ଦୂରଭାଷା: ୯୦୯୦୪୬୫୭୫୮
ଇମେଲ-ଗ୍ଦଙ୍କଭକ୍ସବଗ୍ଧକ୍ଟୟସବଅଶଜ୍ଞବସକ୍ଷ.ମକ୍ଟଜ୍ଞ

Share in top social networks!

ନବକଳେବର ପ୍ରଥମ ପର୍ଯ୍ୟାୟରେ ଖୋରଧା ଗୋପାଳଜୀ ମନ୍ଦିର

ଶ୍ରୀଜଗନ୍ନାଥ ହେଉଛନ୍ତି ବିନାଶଶୀଳ ଜଗତର ଅବିନଶ୍ୱର ସ•ା । ଶ୍ରୀଜଗନ୍ନାଥ ଜୀର୍ଣ୍ଣଶୀର୍ଣ୍ଣ ଶରୀର ତ୍ୟାଗ କରି ନୂତନ ଶରୀର ଧାରଣ କରିବାର ଆଧ୍ୟାତ୍ମିକ, ସ୍ଥୂଳ ଓ ସୂକ୍ଷ୍ମ
ଧାରା ହିଁ ଶ୍ରୀଜଗନ୍ନାଥ ସଂସ୍କୃତିର ‘ନବକଳେବର’ । ନୂତନ ଦାରୁ ମଧ୍ୟରେ ମହାପ୍ରଭୁଙ୍କ ସଂସ୍ଥାପନକୁ ‘ନବକଳେବର’ ରୂପେ ବର୍ଣ୍ଣନା କରାଯାଇଛି । ଶ୍ରୀ ଜଗନ୍ନାଥ ସଂସ୍କୃତିରେ
ନବେକଳବର ଏକ ଅବିଛେଦ୍ୟ ତଥା ଗୋପନ ନୀତି । ଏହା ସୃଷ୍ଟି ତ•୍ୱର ଏକ ଚେତନାମାତ୍ର । ‘ଦାରୁ’ ଏବଂ ‘ବ୍ରହ୍ମ’ ମହାମିଳନରେ ସଂଘଟିତ ଶ୍ରୀଜଗନ୍ନାଥ ହିଁ ଦାରୁଦେବତା ବା
‘ଦାରୁବ୍ରହ୍ମ’ । ଦାରୁବ୍ରହ୍ମଙ୍କର ଲୀଳା ଅଭୁତ । ଏହା ବ୍ରହ୍ମଙ୍କର ପରମ ଗୋପନୀୟ ଲୀଳା । ସେ ଦାରୁ ମଧ୍ୟରେ ପ୍ରବିଷ୍ଟ ହୋଇ ମାନବୀୟ ଲୀଳା ସଂରଚନା କରନ୍ତି । ତେଣୁ ମାନବିକ
ଦୃଷ୍ଟିଭଙ୍ଗୀ ଓ ଜୀବନ ଦର୍ଶନ ଉପରେ ଶ୍ରୀଜଗନ୍ନାଥ ସଂସ୍କୃତି ବିଶେଷ ଭାବରେ ପ୍ରଭାବିତ । ଶ୍ରୀଜଗନ୍ନାଥଙ୍କ ସର୍ବପ୍ରଥମ ନବକଳେବର ୧୩୦୮ ଖ୍ରୀଷ୍ଟାବ୍ଦରେ ହୋଇଥିବାର ମଧ୍ୟ ଏକ
ବିବରଣୀରୁ ଜଣାଯାଏ । ଶ୍ରୀଜଗନ୍ନାଥଙ୍କ ବିଶିଷ୍ଟ ଗବେଷକ ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁ ୧୩୭୦ରେ ଏକ ନବକଳେବର ହୋଇଥିବା କଥା ଦର୍ଶାଇଛନ୍ତି । କିନ୍ତୁ ଜଗନ୍ନାଥ
ସଂସ୍କୃତି ଉପରେ ଗବେଷଣା କରୁଥିବା ଅନେକ ଗବେଷକ ତଥା ଐତିହାସିକ କେଦାରନାଥ ମହାପାତ୍ରଙ୍କ ‘ଖୁରୁଧା ଇତିହାସ’ର ମତ ଅନୁଯାୟୀ ୧୫୭୫ ମସିହାରୁ ନବକଳେବର
ଅନୁଷ୍ଠିତ ହୋଇଆସୁଅଛି । ମାଦଳା ପାଞ୍ଜିରେ ଉଲ୍ଲିଖିତ ତଥ୍ୟ ଅନୁସାରେ ଚ•ୁର୍ଦ୍ଧାମୂ•ିର୍ଙ୍କ ନବକଳେବର ୧୫୭୫ ମସିହାରୁ ଆଜି ପର୍ଯ୍ୟନ୍ତ ଏକାଧିକ ବାର ହୋଇଆସୁଛି । ଭୋଇ
ବଂଶର ପ୍ରତିଷ୍ଠାତା ଖୋରଧା ଗଜପତି ପ୍ରଥମ ରାମଚନ୍ଦ୍ର ଦେବଙ୍କ ଠାରୁ ବ•ର୍ମାନର ଗଜପତି ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବଙ୍କ ପର୍ଯ୍ୟନ୍ତ ଚଳିତ ବର୍ଷକୁ ମିଶାଇ ୨୫ ଥର ନବକଳେବର
ନୀତି ସଂପନ୍ନ ହୋଇଛି । ସେହି ନବକଳେବର ବର୍ଷ ଗୁଡିକ ହେଉଛି – ୧୫୭୫, ୧୫୯୩, ୧୬୦୮, ୧୬୨୫, ୧୬୪୬, ୧୬୬୫, ୧୬୮୪, ୧୬୯୮, ୧୭୧୪,
୧୭୩୩, ୧୭୪୪, ୧୭୫୨, ୧୭୭୧, ୧୭୯୦, ୧୮୦୯, ୧୮୨୮, ୧୮୫୫, ୧୮୭୪, ୧୯୧୨, ୧୯୩୧, ୧୯୫୦, ୧୯୬୯, ୧୯୭୭, ୧୯୯୬ ଓ ୨୦୧୫ ।
ନବକଳେବର ସଂସ୍କୃତି ସହିତ ଖୋରଧାର ଗଡଖୋରଧା ସ୍ଥିତ ଗୋପାଳଜୀ ମନ୍ଦିରର କିମ୍ବଦନ୍ତୀ ଯୋଡି ହୋଇ ରହିଛି । ଗଜପତି ପ୍ରଥମ ରାମଚନ୍ଦ୍ର ଦେବ ୧୫୬୮
ଖ୍ରୀଷ୍ଟାବ୍ଦରେ ଗଡଖୋରଧାରେ ଓଡିଶାର ରାଜଧାନୀ ସ୍ଥାପନ କରିବା ପରେ କୁଜଙ୍ଗଗଡରୁ ଶ୍ରୀଜଗନ୍ନାଥଙ୍କ ବ୍ରହ୍ମ ଅଣାଇ ଖୋରଧା କଟକରେ ନବକଳେବର କରାଇ କଳାପାହାଡ
ଆକ୍ରମଣ ଯୋଗୁଁ ପ୍ରାୟ ୮ ବର୍ଷ ଶୂନ୍ୟ ଥିବା ପୁରୀ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୁ•ିର୍ଙ୍କୁ ପୁନଃ ସ୍ଥାପନ କରାଇଥିଲେ । ମାଦଳାପାଞ୍ଜି ଏବଂ ଐତିହାସିକମାନଙ୍କ ମତରେ ୧୫୬୮ ମସିହାରେ
ଆଫ୍ଗାନ୍ର ସେନାପତି କଳାପାହାଡ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ । ଏହାପରେ କଳାପାହାଡ ରତ୍ନ ସିଂହାସନରେ ପୂଜା ପାଉଥିବା ମହାପ୍ରଭୁଙ୍କ ଚତୁର୍ଦ୍ଧାମୂ•ିର୍ଙ୍କୁ ଗଙ୍ଗାନଦୀ
କୂଳକୁ ନେଇ ତାଙ୍କ ଦେହରେ ଅଗ୍ନି ସଂଯୋଗ କରିଥିଲେ । ମାତ୍ର ଠାକୁର ଅର୍ଦ୍ଧଦଗ୍ଧ ରହିଥିବା ବେଳେ ଜଗନ୍ନାଥଙ୍କ ପରମ ଭକ୍ତ କୁଞ୍ଜଙ୍ଗ ଅ•ଳର ବିସର ମହାନ୍ତି ତାଙ୍କୁ ପିଛାକରି
ଗଙ୍ଗାନଦୀ କୂଳରୁ ଗୋପନୀୟ ଭାବେ ଅର୍ଦ୍ଧଦଗ୍ଧ ଠାକୁରଙ୍କୁ ଉଦ୍ଧାର କରିା ପରେ ନିଜ ଅ•ଳରେ ମନ୍ଦିର ପ୍ରତିଷ୍ଠା କରି ଠାକୁରଙ୍କୁ ପୂଜା କରୁଥିଲେ । ଆଜକୁ ଦୀର୍ଘ ୪୪୦ ବର୍ଷ ତଳେ
ଅର୍ଥାତ୍ ୧୫୭୫ ମସିହାରେ ଖୋରର୍ଧାଗଡକୁ ହୋଇଥିବା ବନଯାଗ ଯାତ୍ରାରେ ଶଗଡ ସହ ଦଇତାପତି ସେବକମାନେ ଗଡଖୋର୍ଦ୍ଧାରେ ପହ•ିଥିଲେ । ସେତେବେଳେ ଗଜପତି
ପ୍ରଥମ ରାମଚନ୍ଦ୍ର ଦେବ ଗଡଖୋରଧାକୁ ଖୋରଧା କଟକ ରୂପେ ଘୋଷଣା କରି ଶ୍ରୀନଅର ପ୍ରତିଷ୍ଠା କରିଥାନ୍ତି । ଶୂନ୍ୟ ଥିବା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବସାଇବା ପାଇଁ ଗଜପତି ତାଙ୍କ
ରାଜସଭାରେ ବହୁ ବିଚାର ବିମର୍ଶ ପରେ ଚିନ୍ତିତ ଥା’ନ୍ତି । ରାତ୍ରିରେ ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କ ସ୍ୱପ୍ନାଦେଶ ହେଲା । ‘ଆମ୍ଭେ କୁଜଙ୍ଗ ଗଡରେ ବିଜେ କରିଅଛୁ । ସେ ଶଳଖାକୁ
ତୁ ନୁଆ କରି ଦାରୁବ୍ରହ୍ମ ମୂ•ିର୍ କରିବୁ । ଭିତର ପୋଟଳରେ ଆମ୍ଭଙ୍କୁ ବିଜେ କରାଇବୁ ।’ ପଦ୍ମନାଭ ପଟ୍ଟନାୟକଙ୍କୁ ମହାରାଜା ରାମଚନ୍ଦ୍ର ଦେବ କୁଜଙ୍ଗ ପଠାଇଥିଲେ । ବିଶର ମହାନ୍ତିଙ୍କୁ
ସାଙ୍ଗରେ ଧରି ସେ କୁଜଙ୍ଗରୁ ବ୍ରହ୍ମ ଆଣି ଗଡଖୋରଧାର ବରୁଣେଇ ଦୁର୍ଗରେ ପହ•ôଥିଲେ । ୧୫୭୫ ମସିହାରେ ମହାଅଣସର ବିଧିରେ ପ୍ରଥମ ବନଯାଗଯାତ୍ରାରେ ଦାରୁ ସନ୍ଧାନ
ପରେ ଏହିଠାରେ ଚତୁର୍ଦ୍ଧାମୂ•ିର୍ଙ୍କର ବିଗ୍ରହ ନିର୍ମାଣ କରାଯାଇଥିଲା । ନୂତନ ବିଗ୍ରହ ନିର୍ମାଣ ସମୟରେ ହୋମଯଜ୍ଞ ଏବଂ ତଥା ରୀତି ନୀତି ସମ୍ପର୍ଣ୍ଣ କରାଯାଇଥିଲା । ମହାପ୍ରଭୁଙ୍କ ପୂର୍ବ
ନିଦେ୍ର୍ଧଶ ଅନୁସାରେ ନବକଳେବର ପରେ ଚତୁର୍ଦ୍ଧାମୂ•ିର୍ଙ୍କୁ ଶଗଡିରେ ବିଜେ କରାଇ ଦଇତାପତିମାନେ ଗଡ ଖୋରଧାରୁ ପଟ୍ଟନାୟକିଆ ଜଙ୍ଗଲ ଦେଇ ଶ୍ରୀକ୍ଷେତ୍ରରେ ପହ•ିଥିଲେ ।
ଫଳରେ କଳାପାହାଡ ଆକ୍ରମଣ ପରେ ଆଠ ବର୍ଷ ଧରି ଖାଲି ପଡିଥିବା ଶ୍ରୀମନ୍ଦିର ରତ୍ନସିଂହାସନରେ ଚତୁର୍ଦ୍ଧାମୂ•ିର୍ଙ୍କ ନୂତନ ବିଗ୍ରହ ପୂଜା ପାଇଥିଲେ । ତେଣୁ ଦ୍ୱିତୀୟ ଥର ବିଗ୍ରହ
ପ୍ରତିଷ୍ଠା କରିଥିବା ରାଜା ରାମଚନ୍ଦ୍ର ଦେବଙ୍କୁ ‘ଦ୍ୱିତି ଇନ୍ଦ୍ରଦ୍ୟୁମ୍ନ’ ଉପାଧିରେ ଭୂଷିତ କରାଯାଇଥିଲା ଏବଂ ଖୋରଧା ଦୁର୍ଗର ନାମକରଣ କରାଯାଇଥିଲା ‘ଜଗନ୍ନାଥ କଟକ’ । ପୁନଶ୍ଚ
ଐତିହାସିକ ମାନଙ୍କ ମତରେ ଗଜପତି ପୁରୁଷୋ•ମ ଦେବଙ୍କ ରାଜତ୍ୱ କାଳରେ ଖ୍ରୀ ୧୬୦୭ ରେ ମୋଗଲ ଆକ୍ରମଣ ଯୋଗୁ ଶ୍ରୀଜଗନ୍ନାଥଙ୍କୁ ଏହି ମନ୍ଦିରରେ ୩ମାସ ୪ଦିନ ଧରି
ଅବସ୍ଥାପିତ କରାଯାଇଥିଲା । ମାଦଳା ପାଞିରେ ଏହି ପ୍ରସଙ୍ଗ ବଣ୍ଣର୍ତି ଅଛି – ‘ସେବକ ପରମେଶ୍ୱରଙ୍କୁ ନେଇ ଖୁରୁଧାରେ ଗୋପାଳ ଦେଉଳେ ବିଜେ କରାଇଲେ’ ।
ଗଡଖୋରଧାର ବରୁଣେଇ ଦୁର୍ଗ ପଶ୍ଚିମକୁ ୪ କି.ମି. ପରିମିତ ଅ•ଳ ପର୍ଯ୍ୟନ୍ତ ବ୍ୟାପ୍ତ ରହିଥିଲା । ଏହି ଦୁର୍ଗ ମଧ୍ୟରେ ଥିବା ୯ଟି ମନ୍ଦିର ମଧ୍ୟରୁ ଗୋଟିଏ ମନ୍ଦିର ଥିଲା
ଗୋପାଳଜୀ ମନ୍ଦିର । କୁଞ୍ଜବିହାରୀ ମନ୍ଦିର ସମ୍ମୁଖସ୍ଥ ଗୋପାଳଜୀ ମନ୍ଦିରରେ ବାରବାଟୀ ଦୁର୍ଗରୁ ଆନୀତ, କା•ô ବିଜୟର ସ୍ମାରକୀ ଶ୍ରୀ ସାକ୍ଷୀଗୋପାଳ ବିଗ୍ରହ ୧୬୧୫ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ
ପ୍ରାୟ ୪୭ ବର୍ଷ ଧରି ପୂଜିତ ହୋଇଥିଲେ । କଳା ପାହାଡର ଆକ୍ରମଣ କାଳରେ କା•ôରୁ ଅଣାଯାଇଥିବା ଗୋପାଳଙ୍କୁ କଟକର ବାରବାଟୀ ଦୁର୍ଗରୁ ଆଣି ବଣଜଙ୍ଗଲ ଘେରା ଏହି
ମନ୍ଦିରରେ ରଖାଯାଇଥିଲା । ସେହି ଗୋପାଳ ଠାକୁର ବ•ର୍ମାନ ସାକ୍ଷୀଗୋପାଳରେ ପୂଜିତ ହେଉଥିଲେ ମଧ୍ୟ ସେହି ପ୍ରଥମ ମନ୍ଦିରଟି ଗୋପାଳଜୀ ମନ୍ଦିର ନାମରେ ପ୍ରସିଦ୍ଧ ହୋଇ ରହିଛି
ା ଅତୀତର ଅନେକ ଗୈାରବକୁ ସାଙ୍ଗରେ ଧରି ଏହି ମନ୍ଦିରଟି ଦେବତା ଶୂନ୍ୟ ହୋଇ ପଶ୍ଚିମ ମୁହାଁ ହୋଇ ରହିଥିଲା । ମାରଦା ସଦୃଶ ଦୁଇ ଥାକରେ ନିର୍ମିତ ଏହି ମନ୍ଦିରରେ ସିଂହାସନ
ନାହିଁ । ମନ୍ଦିରକୁ ରହିଛି ଗୋଟିଏ ମାତ୍ର ଦ୍ୱାର । ମୁଖଶାଳାରୁ ବରୁଣେଇ ପାହାଡ ପଟକୁ ଅଛି ଏକ ଚୋରା କବାଟର ଚିହ୍ନ । ଦିନେ ଗଡଖୋରଧାର ୯ଟି ମନ୍ଦିର ଓ ଚାରି ମଠର ସନ୍ଧ୍ୟା
ଆଳତି ବରୁଣେଇ ପାହାଡର ପାଦଦେଶକୁ ପ୍ରକମ୍ପିତ କରୁଥିଲା । ଗଡରେ ରହିଥିଲା ୧୯ଟି ପୋଖରୀ । ତାର ପାଦଦେଶରେ ୧୧୮୨ ମିଟର ଲମ୍ବ ଓ ଓସାରରେ ଶୋଭା ପାଉଥିଲା
ମଉଡଫୁଲି ନଅର । ତା’ ନିକଟକୁ ଲାଗି ରହିଥିଲା ବେହରଣ ମଣ୍ଡପ । ଏହିସବୁ ତଥ୍ୟ ମାଦଳା ପାଞ୍ଜିରେ ଲିପିବଦ୍ଧ ହୋଇ ରହିଛି । ଜଗତର ରକ୍ଷାକ•ାର୍ ଚତୁର୍ଦ୍ଧାମୂ•ିର୍ଙ୍କୁ ଏଠାରେ ୩
ଥର ଅବସ୍ଥାପିତ କରାଯାଇଥିବାର ପ୍ରମାଣ ମଧ୍ୟ ରହିଛି । ତକôାଳୀନ ପୁରୀ ଶ୍ରୀମନ୍ଦିରର ମୂଖ୍ୟ ପ୍ରଶାସକ ଶ୍ରୀ ସୁରେନ୍ଦ୍ର ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚ ସ୍ତରୀୟ କମିଟି
ଗୋପାଳଜୀ ମନ୍ଦିର ପରିଦର୍ଶନ କରି ଏହାକୁ ଲୀଳା କ୍ଷେତ୍ରର ମାନ୍ୟତା ପ୍ରଦାନ କରିଥିଲେ । ଓଡିଶାର ଲୀଳାକ୍ଷେତ୍ର ସମ୍ପର୍କୀୟ ୨୦୧୪ ରେ ଭୂବନେଶ୍ୱରରୁ ପ୍ରକାଶିତ କ୍ୟାଲେଣ୍ଡରରେ
ଗଡଖୋରଧାର କୁଞ୍ଜବିହାରୀ ଓ ଗୋପାଳଜୀ ମନ୍ଦିର ସ୍ଥାନିତ ହୋଇଛି ।
ଖୋରଧା ରାଜବଂଶ ବରୁଣେଇ ଦୁର୍ଗ ପରିସରରେ କୁଞ୍ଜବିହାରୀ ମନ୍ଦିର, ଗୋପାଳଜୀ ମନ୍ଦିର, ରଧାକାନ୍ତ ମନ୍ଦିର, ରଘୁନାଥ ମନ୍ଦିର, ବୃନ୍ଦାବନ ଚନ୍ଦ୍ର ମନ୍ଦିର, ଗୋବିନ୍ଦଜୀଉ
ମନ୍ଦିର, କପିଳେଶ୍ୱର ମନ୍ଦିର ଏବଂ ନୀଳକଣ୍ଠେଶ୍ୱର ମନ୍ଦିର ସ୍ଥାପନା କରିବା ସହିତ ଖ୍ରୀ ୧୫୬୮ରୁ ୧୮୦୪, ପ୍ରାୟ ୨୩୫ ବର୍ଷ ମଧ୍ୟରେ ସ୍ୱୀୟ ଖୋରଧା ରାଜ୍ୟରେ ୬୭୯ଟି
ଦେବ ମନ୍ଦିର, ୪୬୧ଟି ଦେବୀ ମନ୍ଦିର, ୫୮୭ଟି ଭଗବତୀ ମନ୍ଦିର ନିର୍ମାଣ ପୂର୍ବକ ଜଗନ୍ନାଥ ଧର୍ମ ସଂସ୍କୃତିର ରକ୍ଷାକ•ାର୍ ଭାବରେ ଗଜପତି ଚଳନ୍ତି ବିଷ୍ଣୁ ରୂପେ ସମଗ୍ର ହିନ୍ଦୁ ସମାଜ
ଦ୍ୱାରା ଅଗ୍ରପୂଜ୍ୟ । ଶହ ଶହ ବର୍ଷ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବା ଗଡ ଖୋରଧାର କୁଞ୍ଜବିହାରୀ ମନ୍ଦିର ସମ୍ମୁଖସ୍ଥ ଶ୍ରୀଜଗନ୍ନାଥ ଲୀଳାକ୍ଷେତ୍ର ଗୋପାଳଜୀ ମନ୍ଦିରରେ
ଶ୍ରୀଜଗନ୍ନାଥଙ୍କର ଚତୁର୍ଦ୍ଧାମୂ•ିର୍ଙ୍କ ପ୍ରତିଷ୍ଠା ଉସôବ ଗତ ୨୯ ଜୁନ୍ ୨୦୧୪ ଶ୍ରୀଗୁଣ୍ଡିଚା ତିଥିରେ ସମ୍ପର୍ଣ୍ଣ ହୋଇଥିଲା । ଏହି ମନ୍ଦିରରେ ଚତୁର୍ଦ୍ଧାମୂ•ର୍ୀଙ୍କ ବିଗ୍ରହ ସ୍ଥାପନ ପରିପ୍ରେକ୍ଷୀରେ
ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଶ୍ରୀ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ, ପୁରୀ ଗଜପତି ପୂଣ୍ୟାତ୍ମା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ମହାରାଜ, ପୁରୀ ମୁକ୍ତିମଣ୍ଡପ ସଭାପତି, ପୁରୀ
ଝାଞ୍ଜପିଟା ମଠମହନ୍ତ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଗବେଷଣା ଅଧିକାରୀ, ରାଜ୍ୟ ପ୍ରନôତତ୍ୱ ବିଭାଗ, ଖୋରଧା ବିଧାୟକ, ପୁରୀ ଓ ଖୋରଧା ଜିଲ୍ଲା ପ୍ରସାଶକ, ଖୋରଧା
ଗୀତା ଗବେଷଣା ପରିଷଦ, ଖୋରଧା ଶ୍ରୀଚୈତନ୍ୟ ଗବେଷଣା ପରିଷଦ ସମେତ ସମସ୍ତ ସ୍ଥାନୀୟ ଆଧ୍ୟାତ୍ମ୍ୟବାଦୀ ସଙ୍ଗଠନ ଏବଂ ସ୍ଥାନୀୟ ବହୁ ଶିକ୍ଷାବିତ୍, ସମାଜସେବୀ, ବ୍ୟବସାୟୀ
ଆଦିଙ୍କ ବଳିଷ୍ଠ ସହଯୋଗ ସର୍ବାଗ୍ରେ ଅଭିନନ୍ଦନୀୟ ।
ପଣ୍ଡିତ ଉକôଳମଣି ଗୋପବନ୍ଧୁ ଦାଶଙ୍କ ଉାଷାରେ – “ପୂଣ୍ୟ ଜନ୍ମମାଟି ପୂଣ୍ୟ ଦେବାଳୟ । ଉଦ୍ଧରିବା ପାଇଁ କଲେ ତନୁକ୍ଷୟ ।ା
ମାନବ ଜୀବନ ହୁଅଇ ସଫଳ । ଏ ମହାଦୀକ୍ଷା କି ବୁଝିବ ଉକôଳ ।ା”

Share in top social networks!

ଚିନରେ ଭାରତର ବାଣିଜ୍ୟ ଓ ବ୍ୟବସାୟର ସମ୍ପ୍ରସାରଣ ଉପରେ ଚିନ ପ୍ରତିପକ୍ଷଙ୍କ ସହ ମନ୍ତ୍ରୀ ଶ୍ରୀ ବେହେରାଙ୍କ ଆଲୋଚନା

msmeeଚାଇନା ଦକ୍ଷିଣ ଏସିଆ ଓ ଦକ୍ଷିଣପୂର୍ବ ଏସିଆ ମଧ୍ୟରେ ସାମଗ୍ରିକ ବିକାଶ ଓ ସହଯୋଗ ବୃଦ୍ଧି ଲକ୍ଷ୍ୟରେ ଚିନର କୁନମିଙ୍ଗ ଠାରେ ଅନୁଷ୍ଠିତ ଚିନ୍-ଦକ୍ଷିଣ ଏସିଆ ଏକ୍ସପୋ ତଥା ୨୩ତମ ଚିନ୍-କୁନମିଙ୍ଗ ବାଣିଜ୍ୟ ମେଳା ଗତ ୧୬ ତାରିଖରେ ଶେଷ ହୋଇଛିା ଏଥର ଏହି ବାଣିଜ୍ୟମେଳା ବୈଦେଶିକ କାରବାର, ବିଦେଶୀ ପୁଞ୍ଜିନିବେଶ ଓ ଅଧ#କ ପରିଦର୍ଶକ ଆସିବା କ୍ଷେତ୍ରରେ ଅଭୁତପୂର୍ବ ରେକର୍ଡ ସୃଷ୍ଟି କରିଛିା ୨୫.୧୯ ବିଲିୟନ୍ ଡଲାରର ବୈଦେଶିକ କାରବାର ହୋଇଥ#ବା ବେଳେ ବିଦେଶୀ ପୁଞ୍ଜିନିବେଶ ଗତବର୍ଷ ତୁଳନାରେ ବୃଦ୍ଧି ହୋଇ ୭୮୫ ବିଲିୟନ୍ୟୁଆନ୍ରେ ପହଞ୍ଚ#ଥ#ଲାା ୭,୪୦,୦୦୦ ଲୋକ ଏଥର ଏହି ଏକ୍ସପୋକୁ ପରିଦର୍ଶନ କରି ବିଭିନ୍ନ ବାଣିଜ୍ୟ କାରବାରରେ ଅଂଶଗ୍ରହଣ କରିଥ#ଲୋ

୧୯ଟି ଦକ୍ଷିଣପୂର୍ବ ଏସିୟ ଦେଶ ଏଥ#ରେ ଅଂଶଗ୍ରହଣ କରିଥ#ଲୋ ୧୩ଟି ପ୍ରଦର୍ଶନୀ ହଲରେ କରାଯାଇଥ#ବା ୬୦୦୦ଟି ଷ୍ଟଲ ମଧ୍ୟରୁ ଭାରତ ୧୧୬ଟି ଷ୍ଟଲରେ ତା’ର ଉତ୍ପାଦିତ ସମାଗ୍ରୀ ପ୍ରଦର୍ଶନ କରିଥ#ଲାା ଓଡ଼ିଶାର ୧୦ଟି ଷ୍ଟଲରେ ଭେମେଣ୍ଟ ଏନର୍ଜି, ଜୟ ଭାରତ ସ୍ପାଇସ୍ ପ୍ରାଇଭେଟ୍ ଲିମିଟେଡ୍, ସ୍ୱସ୍ତିକ୍ ଏକ୍ସପୋର୍ଟ, କଳିଙ୍ଗ ଏକ୍ସପୋର୍ଟ, ବରୁଣେଇ ହାଣ୍ଡିକ୍ରାଫଫସ୍, ଏ.ପି. ଏକ୍ସପୋର୍ଟର, ଅନ୍ନପୂର୍ଣ୍ଣା ଇଣ୍ଟରନ୍ୟାସନାଲ ଓ ନିଗମ ଏଣ୍ଟରପ୍ରାଇଜର୍ସ
ଅଂଶଗ୍ରହଣ କରି ଡୋକ୍ରା ଓ ଫ୍ୟାସନ ଜୁଏଲାରୀ, ମସଲା ଓ ଖାଦ୍ୟ ସାମଗ୍ରୀ, ହସ୍ତଶିଳ୍ପ, ବୟନ ଉତ୍ପାଦ, ଇମିଟେସନ୍ ଜୁଏଲାରୀ, କୃଷି ଓ ହସ୍ତଶିଳ୍ପ ଆଦି ସାମଗ୍ରୀ ପ୍ରଦର୍ଶନ କରିଥ#ଲୋ ଓଡ଼ିଶାର ଅଂଶଗ୍ରହଣକାରୀ ୨୦ ଲକ୍ଷ ଟଙ୍କା ଲାଭ କରିଛନ୍ତିା

ଏହି ରହଣି କାଳରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଯୋଗେନ୍ଦ୍ର ବେହେରା ପ୍ରତିପକ୍ଷ ଚାଇନା ପ୍ରତିନିଧ# ଦଳ, ଭାରତର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଭି.କେ ସିଂହ ଓ ପଶ୍ଚିମବଙ୍ଗର ଅର୍ଥମନ୍ତ୍ରୀଙ୍କ ସହ ଚିନରେ ଭାରତର ବାଣିଜ୍ୟ ଓ ବ୍ୟବସାୟର ସମ୍ପ୍ରସାରଣ ସମ୍ପର୍କରେ ଆଲୋଚନା କରିଥ#ଲୋ ମନ୍ତ୍ରୀ ଶ୍ରୀ ବେହେରା ମଧ୍ୟ ଚାଇନାର ଉପରାଷ୍ଟ୍ରପତି ଓ ୟୁନାନ ରାଜ୍ୟର ଗଭର୍ଣ୍ଣରଙ୍କ ସହ ଏ ବିଷୟରେ ଆଲୋଚନା କରିଥ#ଲୋ ହୋଟେଲ ଇଣ୍ଟରନ୍ୟାସନାଲ କଣ୍ଟିନେଣ୍ଟାଲରେ ଭାରତୀୟ ଦୂତାବାସ ପକ୍ଷରୁ ଆୟୋଜିତ “ଭାରତ ସନ୍ଧ୍ୟା’ରେ ସେ ଭାରତ ଓ ଚାଇନା ମଧ୍ୟରେ ସୁସମ୍ପର୍କ ବିଷୟରେ ଆଲୋକପାତ କରିଥ#ଲୋ

Share in top social networks!

ଓଡିଶାରେ “ଭାରତ ଓ ଭାରତୀୟ ମହାସାଗର” ଶିର୍ଷକ ଆର୍ନ୍ତଜାତିକ ସମ୍ମିଳନୀ ଉପଲକ୍ଷେ: ଆମ ସୁରକ୍ଷା ଓ ଆମ ପଡୋଶୀ

10430370_659648734163294_380697126371321127_nମୁମ୍ବାଇ ଉପରେ ୨୬/୪ ଆକ୍ରମଣ ଏବଂ ଏହି ଆକ୍ରମଣରେ ଆତଙ୍କବାଦୀମାନେ ସାମୁଦ୍ରିକ ପଥକୁ ବ୍ୟବହାର କରିଥିବାରୁ ଭାରତ ସରକାର ୨୦୦୯ ରୁ ଆରମ୍ଭ କରି ୨୦୧୧ ରେ ଏଥିପାଇଁ ୬୦୦ କୋଟି ଟଙ୍କା ବିନିଯୋଗ ପୂର୍ବକ ଉପକୂଳ ସତର୍କତା ସୂଚକ ରାଡାର ସିଷ୍ଟମ୍ ବା ସିଏସ୍ଆରସି କାର୍ଯ୍ୟକାରୀ କରିଛନ୍ତି । ଭାରତ ସମେତ ଶ୍ରୀଲଙ୍କା, ମରିସସ୍, ସିଚେଲସ୍, ମାଳଡିଭସ୍ ଓ ମାଲେ ପ୍ରଭୃତି ଦେଶରେ ଏହି ରାଡାର ସ୍ଥାପନ ପୂର୍ବକ ଏହି ଦେଶଗୁଡିକର ଉପକୂଳ ସମେତ ଭାରତ ମହାସାଗର ରେ ଆତଙ୍କବାଦୀ ବା ଅନ୍ୟାନ୍ୟ ସନ୍ଦିଗ୍ଧ ଗୋଷ୍ଠୀମାନଙ୍କର ଚଳାଚଳ ପତି ଦୃଷ୍ଟି ରଖିବାକୁ ଯୋଜନା କରାଯାଇଛି । ଭାରତ ଏହି କାର୍ଯ୍ୟକ୍ରମ ଜରିଆରେ ଭାରତ ମହାସାଗର ଉପରେ ତାର ନିୟନ୍ତ୍ରଣ ରଖିବା ସହିତ ନିଜର ନିରାପତ୍ତାକୁ ମଧ୍ୟ ସୁରକ୍ଷିତ କରି ପାରିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ମହାସାଗର ଓ ଏହି ମହାସାଗରୀୟ ଦେଶ ଗୁଡିକ ଉପରେ ଚୀନ୍ ତାର ପ୍ରଭାବ ବିସ୍ତାର କରିବାକୁ ଉଦ୍ୟମ କରି ଅନେକାଂଶରେ ସଫଳ ହୋଇସାରିଥିବାରୁ ଭାରତ ପ୍ରଧାନମନ୍ତ୍ରୀ ନିକଟରେ ସିଚେଲସ୍, ମରିସସ୍ ଓ ଶ୍ରୀଲଙ୍କା ଗସ୍ତକରି ଆମ ନିରାପତ୍ତା ବ୍ୟବସ୍ଥାକୁ ଦୃଢୀଭୂତ କରିବାକୁ ଚାହୁଁଛନ୍ତି । ବିଶେଷ ଭାବେ, ସିଚେଲସ୍ ଓ ମରିସସ୍ର ନିରାପତ୍ତା ସମ୍ବଦ୍ଧିତ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଏହି ଗସ୍ତବେଳେ ରାଜିନାମା ହୋଇଛି । ମରିସସର ୭୦ ପ୍ରତିଶତ ଅଧିବାସୀ ଭାରତ ମୂଳ ହୋଇଥିବା ବେଳେ ସିଚେଲସରେ ମଧ୍ୟ ଆଶାନୁରୂପ ଭାରତ ମୂଳଲୋକ ବସବାସ କରିଆସୁଛନ୍ତି । ମରିସସର ଜାତୀୟ ନିରାପତ୍ତା ଉପଦେଷ୍ଟା ରୂପେ ଭାରତୀୟ ଅଧିକାରୀ କାର୍ଯ୍ୟ କରୁଥିବାବେଳେ ସିଚେଲସ୍ ନିରାପତ୍ତା ଉପଦେଷ୍ଟା ଦାୟିତ୍ୱରେ ଜଣେ ଭାରତୀୟ ନୌବାହିନୀ ଅଧିକାରୀ ଅବସ୍ଥାପିତ ହୋଇଛନ୍ତି । ଭବିଷ୍ୟତରେ ଭାରତୀୟ ମହାସାଗରୀୟ ନିରାପତ୍ତା ଉପରେ ଦୃଷ୍ଟି ରଖିବାପାଇଁ ମରିସସ୍ ଓ ସିଚେଲସ୍ କୁ ସ୍ୱତନ୍ତ୍ର ଏୟାର କ୍ରାଫଟ୍ ଯୋଗଇ ଦେବା ଲାଗି ମୋଦି ତାଙ୍କ ଗସ୍ତ କାଳରେ ପ୍ରତିଶ୍ରୁତି ଦେଇଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କା ଗସ୍ତ କରି ଶ୍ରୀଲଙ୍କାର ଏକତା, ଅଖଣ୍ଡତାକୁ ସୁରକ୍ଷିତ ରଖିବାସହ ତାମିଲ୍ମାନଙ୍କର ଅଧିକାର ଉପରେ ଗୁରୁତ୍ୱ ଦେଇ ଭାରତ ମହାସାଗରୀୟ ଦେଶମାନଙ୍କୁ ଏକାଠି କରି ରଖି ସମସ୍ତଙ୍କ ସୁରକ୍ଷା ପାଇଁ ଏକ ନେଟୱାର୍କ ପ୍ରସ୍ତୁତ କରିବାପାଇଁ ଚାହୁଁଛନ୍ତି । ଭାରତ ଶ୍ରୀଲଙ୍କା ଓ ମରିସସକୁ ନେଇ ତ୍ରୀପାକ୍ଷୀୟ ନୌସେନା ଓ ସାମରିକ କୌଶଳ ତାଲିମ୍ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ବର୍ତ୍ତମାନ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନା ତାଙ୍କ ଦେଶ ବେଜିଙ୍ଗ ଆଡକୁ ଢଳୁଥିବାଭଳି ବୈଦେଶିକ ନୀତିରେ ପରିବର୍ତ୍ତନ ଆଣିବାକୁ ଚାହୁଁଥିବାରୁ ଭାରତ ପ୍ରତି ଏହା ଅଧିକ ଅନୁକୂଳ ବାତାବରଣ ସୃଷ୍ଟି କରିଛି ।
ଏବେ ଭାରତ ସିଚେଲସ ଓ ମରିସସକୁ ନେଇ ଏକ ତ୍ରିପାକ୍ଷୀୟ ସମରାଭ୍ୟାସ ହେବାକୁ ଯାଉଛି । ଭାରତ ଏହି ମହାସାଗରୀୟ ରାଷ୍ଟ୍ରମାନଙ୍କୁ ନେଇ ଏକ ନୌଶକ୍ତି ରୂପେ ଗଢିବାକୁ ଚାହେଁ । ଏଥିପାଇଁ ଭାରତୀୟ ନୌସେନା ତରଫରୁ ଉପଲବଧ୍ ସମସ୍ତ ପ୍ରକାର ତଥ୍ୟ ସବୁ ରାଷ୍ଟ୍ରମାନଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି । ଏଥି ସହିତ ମରିସସ୍ର ଉତ୍ତର ଆଗଲେଗା ଦୀପରେ ଥିବା ବିମାନ ବନ୍ଦରର ଉନ୍ନତି କରଣ କରାଯିବା ସହିତ ଏଠାରେ ଥିବା କ୍ଷୁଦ୍ର ପୋତାଶ୍ରୟର ମଧ୍ୟ ଆଧୁନୀକରଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।
ସିଚେଲସ୍ର ମୋଜାମ୍ବିକ୍ ପ୍ରଣାଳୀର ଉତ୍ତର ଭାଗରେ ଥିବା ମାନବ ବିହୀନ ଆସମ୍ପସନ୍ ଦ୍ୱିପରେ ସୁଏଜ୍ କେନାଲ ଦେଇ ଉତ୍ତର ମହାସାଗର ଓ ପ୍ରଶାନ୍ତ ମହାସାଗରର ମୁଖ୍ୟ ଜଳପଥରୂପେ ବିବେଚିତ ଏହି ଅଞ୍ଚଳରେ ଭାରତୀୟ ନୌସେନା ନିଜର ଘାଟି ପ୍ରତିଷ୍ଠା କରିବ । ଡିଓଗାର୍ସିଆଠାରେ ନୌଘାଟୀ ପ୍ରତିଷ୍ଠା ପୂର୍ବରୁ ଆମେରିକା ମଧ୍ୟ ଏହି ଦୀପରେ ନିଜର ସାମରିକ ସ୍ଥିତି ପ୍ରତିଷ୍ଠା ପାଇଁ ଉଦ୍ୟମ କରିଥିଲା । କିନ୍ତୁ ସେତେବେଳେ ତାହା ସମ୍ଭବ ହୋଇନଥିଲା । ଏବେ ଭାରତ ଭାରତ ମହାସାଗର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିଜର ସାମରିକ ଉପସ୍ଥିତି ଜାହିର କରି ନିଜର ତଥା ଏହି ସବୁ ରାଷ୍ଟ୍ରମାନଙ୍କର ସୁରକ୍ଷା ପାଇଁ ଏହିସବୁ ଅଞ୍ଚଳରେ ବିଭିନ୍ନ ପ୍ରକାର ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ଉଦ୍ୟମ କରିବାକୁ ଆରମ୍ଭ କରିଛି । ଏହି ପଦ ଆମର ଆକ୍ରମଣାତ୍ମକ ବୈଦେଶିକ ନୀତିର ଏକ ଅଂଶବିଶେଷ ହୋଇଛି ।
ଚୀନ୍ ଏସିଆର ବୃହତ୍ ଶକ୍ତିଭାବେ ନିଜକୁ ପ୍ରତିଷ୍ଠାକରି ବର୍ତ୍ତମାନ ବହୁ ସାର୍ବଭୌମ ରାଷ୍ଟ୍ରମାନଙ୍କ ପ୍ରତି ବିପଦର କାରଣ ହୋଇଛି । ପାକିସ୍ତାନ ଦୀର୍ଘ ବର୍ଷଧରି ଚୀନ୍ ସହାୟତାରେ ନିଜର ସାମରିକ ଶକ୍ତି ପରମାଣୁ କାର୍ଯ୍ୟକ୍ରମକୁ ସଂପଦ ରୂପେ ଦେବାକୁ ସକ୍ଷମ ହୋଇ ପାରିଛି । ଯାହାକି ଭାରତ ପ୍ରତି ଏକ ଆହ୍ୱାନ ତଥା ବିପଦର କାରଣ ହୋଇଛି । ଶ୍ରୀଲଙ୍କା ମଧ୍ୟ ପୂର୍ବତନ ରାଷ୍ଟ୍ରପତି ରାଜପକ୍ଷେଙ୍କ ଭୁଲ ବୈଦେଶିକ ନୀତି ଯୋଗୁ ଚୀନ୍ ଉପରେ ସାମରିକ ଦୃଷ୍ଟି ଥିବାରୁ ବିଭିନ୍ନ କାର୍ଯ୍ୟ ହେବାକୁ ଆରମ୍ଭ କରିଛି । ତେଣୁ ମୋଦି ଶ୍ରୀଲଙ୍କାକୁ ଚୀନ୍ର ଜାଲରୁ ମୁକ୍ତ କରି ଭାରତର ଏକ ବନ୍ଧୁ ରାଷ୍ଟ୍ରଭାବେ ପୁର୍ନପ୍ରତିଷ୍ଠା ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରୁଛନ୍ତି । ସେହିଭଳି ଚୀନ୍ ମଧ୍ୟ ସୁଦୂର ଆଫ୍ରିକାର ରାଷ୍ଟ୍ର ନାମ୍ବିଆର ୱାଲଭିସ୍ ଉପସାଗରରେ ଏକ ସାମରିକ ଘାଟୀର ପ୍ରତିଷ୍ଠା କରିବାକୁ ସକ୍ଷମ ହୋଇ ସାରିଛି । ତେଣୁ ଭାରତ ଏହିସବୁ ଅଞ୍ଚଳର ନିରାପତ୍ତା ଯୋଗାଣକାରୀ ରାଷ୍ଟ୍ରଭାବେ କାର୍ଯ୍ୟ କରିବାକୁ ଚାହୁଁଛି ।
ଅତୀତରେ ଭାରତ ପଶ୍ଚିମପଟେ ମେସୋପୋଟାମିଆ, ରୋମ୍, ଇଜିପ୍ଟି ଓ ଗ୍ରିସ୍ ଏହି ନୌବାଣିଜ୍ୟ କରୁଥିବାର ପ୍ରମାଣ ରହିଛି । ଆଲେକ୍ଜାଣ୍ଡାର ସ୍ଥଳପଥରେ ଭାରତକୁ ଆସିଥିଲେ ମଧ୍ୟ ଭାରତୀୟ ମାନଙ୍କ ସହିତ ଆଫ୍ରିକୀୟ ରାଜ୍ୟମାନଙ୍କ ନୌବାଣିଜ୍ୟ ସମ୍ପର୍କ ସେତେବେଳକୁ ଥିବାର ପ୍ରମାଣ ମିଳିଛି । ବିଭିନ୍ନ ଆଫ୍ରିକୀୟ ରାଷ୍ଟ୍ର ବ୍ୟତୀତ ୭ମ/୮ମ ଶତାବ୍ଦୀ ବେଳକୁ ବିଭିନ୍ନ ଆରବୀୟ ରାଜ୍ୟମାନଙ୍କ ସହିତ ଭାରତର ନୌବାଣିଜ୍ୟ ସମ୍ପର୍କ ପ୍ରତିଷ୍ଠା ହୋଇଛି । ସେହିଭଳି ପୂର୍ବ ଉପକୂଳରେ ଶ୍ରୀଲଙ୍କା, ଜାଭା, ବର୍ଣ୍ଣିଓ, ସୁମାତ୍ରା ପ୍ରଭୃତି ଦେଶ ସହିତ କଳିଙ୍ଗର ସାଧବ ମାନଙ୍କର ନୌବାଣିଜ୍ୟ ସର୍ବଜନ ବିଦିତ । ଚୋଳ ରାଜତ୍ୱ କାଳରେ ଉଭୟ ଚୀନ୍ ଓ ଆଫ୍ରିକୀୟ ରାଜ୍ୟ ମାନଙ୍କ ସହିତ ଭାରତର ନୌବାଣିଜ୍ୟ କାରବାର ଚାଲିଥିଲା ବୋଲି ଐତିହାସିକ ପ୍ରମାଣ ରହିଛି । ପଣ୍ଡିତ ନୀଳକଣ୍ଠ ଦାସ ମଧ୍ୟ ସୁଦୂର ଦକ୍ଷିଣ ଆମେରିକାରେ ମୟ ସଭ୍ୟତା ପ୍ରତିଷ୍ଠା ରେ କଳିଙ୍ଗବାସୀଙ୍କର ସମ୍ପୃକ୍ତି ରହିଛି ବୋଲି କହିଛନ୍ତି ।
ହୁଏନସାଂ ମଧ୍ୟ ତାଙ୍କ ବିବରଣୀରେ କଳିଙ୍ଗର ନୌ ବାଣିଜ୍ୟ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି । ମେଘାସ୍ଥିନିସ୍, ମାର୍କୋପୋଲ୍ ଓ ମା ହୁଆନ୍ ପ୍ରଭୃତିଙ୍କ ବିବରଣୀରେ ମଧ୍ୟ ଏକଥା ଉଲ୍ଲେଖ ହୋଇଛି । ଇଂରେଜ ଶାସନ କାଳରେ ନୌବାଣିଜ୍ୟ ସହିତ ସାମରିକ ବିଭାଗକୁ ଯୋଡି ଦିଆଯାଇଛି । ଜଳଦସୁ୍ୟ ତଥା ଅନ୍ୟାନ୍ୟ ଇଉରୋପୀୟ ଉପନିବେଶବାଦୀ ରାଷ୍ଟ୍ରମାନଙ୍କ କବଳରୁ ନିଜ ନାଗରିକ ତଥା ନୌବାଣିଜ୍ୟରେ ବ୍ୟବହୃତ ଜାହାଜ ଗୁଡିକର ସୁରକ୍ଷା ପାଇଁ ସେମାନେ ପଦକ୍ଷେପ ନେଇଛନ୍ତି । ୧୮୩୦ ରେ ଭାରତୀୟ ନୌସେନାର ପ୍ରତିଷ୍ଠା ହୋଇଛି ଓ ୧୮୬୩ ବେଳକୁ ବ୍ରିଟିଶର ରୟାଲ୍ ନାଭି ଭାରତୀୟ ନୌସେନାକୁ ନିଜର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଭିତରେ ରଖି, ତେଣୁ ଭାରତ ବର୍ତ୍ତମାନ ନିଜର ନିରାପତ୍ତାକୁ ଦୃଷ୍ଟିରେ ରଖି ସତର୍କଭାବେ ଭାରତ ମହାସାଗରରେ ନିଜର ସୁରକ୍ଷା ବିସ୍ତାର କରିବାକୁୁ ଚେଷ୍ଟା କରୁଛି ।
ସୁଖର କଥା- “ରିସର୍ଚ ଆଣ୍ଡ୍ ଇନଫରମେସନ୍ ସିଷ୍ଟମ୍ ଫର ଡେଭଲପ୍ କଣ୍ଟ୍ରିଜ୍” ଏବଂ “ଇନଷ୍ଟିଚୁ୍ୟଟ୍ ଅଫ୍ ସୋସିଆଲ୍ ଆଣ୍ଡ୍ କଲଚାରଲ୍ ଷ୍ଟଡିଜ୍” ର ମିଳିତ ସହଯୋଗରେ “ଇଣ୍ଡିଆ ଆଣ୍ଡ ଦି ଇଣ୍ଡିଆନ ଓସେନ୍” ଶୀର୍ଷକ ଏକ ଆନ୍ତର୍ଜାତୀୟ ସମ୍ମିଳନୀ, ମାର୍ଚ୍ଚ ୨୦ ରୁ ୨୨ ଭିତରେ ଭୁବନେଶ୍ୱରର ମେ ଫେୟାର ହୋଟେଲ ପରିସରରେ ଅନୁଷ୍ଠିତ ହେଉଛି । ଅତୀତରେ କଳିଙ୍ଗ ନୌବାଣିଜ୍ୟରେ ପ୍ରମୁଖ ସ୍ଥାନ ଗ୍ରହଣ କରିଥିବାବେଳେ ଓଡିଶାରେ ଏହି ଆର୍ନ୍ତଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବା ଓଡିଆବାସୀଙ୍କ ପାଇଁ ଗର୍ବ ଓ ଗୌରବ ବିଷୟ । ପାରାଦୀପକୁ ସ୍ମାର୍ଟ ସିଟି ଭାବରେ ଘେଷଣା କରାଯିବା ପରେ ଏମିତ ଏକ ସମ୍ମିଳନୀ ଏଠାରେ ଆୟୋଜିତ ହେବା ବିଶେଷ ଗୁରୁତ୍ୱ ବହନ କରୁଛି । ମୋଦି ସରକାର ଓଡିଶାକୁ କେତେ ଅଧିକ ପ୍ରାଧାନ୍ୟ ଦେଉଛନ୍ତି ତାହି ଏଥିରୁ ପ୍ରମାଣ ମିଳୁଛି । ଏଥିରେ ଭାରତର ବୈଦେଶିକ ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜ, ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର, ବାଣିଜ୍ୟମନ୍ତ୍ରୀ ନିର୍ମଳା ସୀତାରମଣ, ସଂସ୍କୃତି,ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଡ. ମହେଶ ଚନ୍ଦ୍ର ଶର୍ମା ଭାରତର ପେଟ୍ରୋଲିଅମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବହୁ ଆର୍ନ୍ତଜାତିକ ପ୍ରତିନିଧି ଓ ଦେଶ ତଥା ଓଡିଶାର ପ୍ରାଜ୍ଞ ଓ ବରିଷ୍ଠ ପ୍ରଫେସର୍ ମାନେ ଯୋଗ ଦେଉଛନ୍ତି । ଆମେ ଏହି ଆର୍ନ୍ତଜାତୀୟ ସମ୍ମିଳନୀର ସଫଳତା କାମନା କରୁଛୁ ।

Share in top social networks!