ସ୍ଵେଦେଶୀ ଚିନ୍ତନ: ଆଜିର ଆହ୍ଵାନ

ଆଜି ବିଶ୍ଵର ବଜାର ବ୍ୟବସ୍ଥା ଓ ମୁକ୍ତ ଅର୍ଥନୈତିକ ପରିବେଶ ସନ୍ଦର୍ଭରେ ଅନେକ ବ୍ୟକ୍ତି ସ୍ଵେଦେଶୀର ପ୍ରାସଙ୍ଗିକତାକୁ ନେଇ ପ୍ରଶ୍ନ କରନ୍ତି । ଅନେକ ତଥାକଥିତ ବୁଦ୍ଧିଜୀବୀମାନେ ମତଦିଅନ୍ତି ,ସ୍ଵଦେଶୀ ଏକ ସ୍ଵତନ୍ତ୍ର ମନୋଭାବର ପରିଚାୟକ । ଅନେକ ମତଦିଅନ୍ତି ଯେ ,ବିଦେଶୀ ଶାସନା ଧୀନ ସମୟରେ ସ୍ଵେଦେଶୀ ଆନ୍ଦୋଳନ ଦେଶପ୍ରେମର ଏକ ନିଦର୍ଶନ ଥିଲା । ମାତ୍ର ସ୍ଵାଧୀନ ଭାରତରେ ବିଦେଶୀ ବସ୍ତୁ ତଥା ବିଦେଶୀ ବିଚାର ଗ୍ରହଣ କରିବାରେ ବାଧା ଦେବା ଉଚିତ ନୁହେଁ ।

ଏହି ସମ୍ପର୍କରେ ଅନେକ ଚିନ୍ତା କରିବା ପରେ ଏବଂ ବିଶ୍ଵ ଅର୍ଥନୀତି ତଥା ବିଭିନ୍ନ ଦେଶର ଦେଶପ୍ରେମ ଭିତିକ ଅର୍ଥନୈତିକ ବ୍ୟବସ୍ଥାକୁ ତର୍ଜମା କରିବା ପରେ ଜେନ କେହି ଏହି ସନ୍ଦର୍ଭରେ ପହଞ୍ଚିବ ଯେ, ସ୍ଵଦେଶୀ କେବଳ କଥାରେ ନୁହେଁ ବରଂ ବ୍ୟବହାରରେ ପାଳନ କରିବା ଆଜିର ସନ୍ଦର୍ଭରେ ଗାନ୍ଧୀଜୀଙ୍କ ସମୟଠାରୁ ମଧ୍ୟ ଅଧିକ ପ୍ରାସଙ୍ଗିକ ଓ ସମୟୋପଯୋଗୀ । ଗାନ୍ଧୀଜୀଙ୍କ ସ୍ଵଦେଶୀଆନ୍ଦୋଳନ ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧରେ ସଂଘର୍ଷ କରୁଥିବା ଭାରତୀୟ ଜନ ମାନସକୁ ସାହାସା ଦେବା ତଥା ଭାରତର ଗ୍ରାମ୍ୟ ଅର୍ଥନିତୀକୁ ସୁରକ୍ଷିତ ରଖିବା ଉଦେଶ୍ୟରେ ଏକ କାର୍ଯ୍ୟକ୍ରମ ଭାବରେ ଆରମ୍ଭ କରାଯାଇଥିଲା ,ଯାହା ବ୍ରିଟିଶ ଏବଂ ସେମାନଙ୍କର ଶୋଷଣ ଖୋର ମନୋବୃତି ବିରୋଧରେ ଏକ ସଂଘର୍ଷ ଥିଲା ।

ମାତ୍ର ଦେଶ ସ୍ଵାଧୀନତା ପରେ ଦେଶ ଯେଉଁ ନେତୃତ୍ଵ ଉପରେ ଅନେକ ଆଶା ଓ ବିଶ୍ଵାସ ରଖିଥିଲା ସେମାନେ ସ୍ଵଦେଶୀର ସେହି ମହାନ ପ୍ରୟାସକୁ ଆଗକୁ ନେବାରେ ସହଯୋଗୀ ତ ହେଲେ ନହିଁ ,ବରଂ ସ୍ଵଦେଶୀକୁ ଏକ ସଂକୀର୍ଣ୍ଣ ଅପ୍ରଗତିଶୀଳ ବିଚାର ଭାବରେ ପ୍ରତ୍ୟାଖାନ କରିବାରେ ପଛାଇନଥିଲେ । ଫଳସ୍ଵରୂପ ,ବ୍ରିଟିଶ ସାମ୍ରାଜ୍ୟ ଗଲାପରେ ମଧ୍ୟ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ସମସ୍ତ ସାମଗ୍ରୀ ପାଇଁ ସେହି ବିଦେଶୀ କମ୍ପାନୀ ମାନଙ୍କ ଉପରେ ହିଁ ଭାରତବାସୀ ନିର୍ଭରଶୀଳ ହୋଇରହିଆସାଇଛନ୍ତି । ବ୍ରିଟିଶ କମ୍ପାନୀ ୟୁନିଲିଭର ଭାରତରେ ହିନ୍ଦୁସ୍ତାନ ଲିଭର ନାମରେ ସାବୁନ-ତେଲଠାରୁ ଆରମ୍ଭ କରି ଶିଶୁ ଖାଦ୍ୟ ତଥା ସମସ୍ତ ଦୈନନ୍ଦିନ ଘରୋଇ ସାମଗ୍ରୀ ବିକ୍ରି କରି ଭାରତରୁ ବର୍ଷକୁ ହଜାର ହଜାର କୋଟି ଟଙ୍କା ବିଦେଶକୁ ମୁନାଫାଭାବରେ ପଠାଇ ଭାରତ ଅର୍ଥନିତୀକୁ ଦୁବଳ କରି ଆସୁଛି । କେବଳ ସେତିକି ନୁହେଁ ,ସ୍ଵାଧୀନତା ପରେ ଏବେ ମଧ୍ୟ ଅନେକ ଅସାଧୁ ବିଦେଶୀ କମ୍ପାନୀ ଲୋକଙ୍କୁ ବିଭିନ୍ନ ପ୍ରକାର ଲାଭର ପ୍ରଲୋଭନ ଦେଖାଇ ହଜାର ହଜାର କୋଟି ଟଙ୍କା ଲୋଟି ନେଇ ସଫଳ ହୋଇପାରିଛନ୍ତି । ବହୁ ବିଦେଶୀ କମ୍ପାନୀ ଫ୍ରାଞ୍ଚାଇଜ୍ ତଥା ସ୍ଵରୋଜଗାର ନାମରେ ଅନେକ ଲୋକଙ୍କୁ ପ୍ରଲୋଭନର ବସବର୍ତ୍ତୀ କରି ଲୁଟି ନେଉଛନ୍ତି ।

ପରିବର୍ତ୍ତିତ ପରିସ୍ଥିତିରେ ଯେତେବେଳେ ଆମେରିକା,ୟୁରୋପ ତଥା ସ୍କାଣ୍ଡେନେଭିଆ ରାଷ୍ଟ୍ର ଗୁଡିକ ଘୋର ଅର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଛନ୍ତି,ସେତେବେଳେ ଭାରତକୁ ତାର ସ୍ଵଦେଶୀ ବୈଷୟିକ ଜ୍ଞାନ କୌଶଳ ଜରିଆରେ ନିଜକୁ ଏକ ବିକଶିତ ରାଷ୍ଟ୍ର ଭାବରେ ବିଶ୍ଵପୃଷ୍ଟରେ ଉଭା ହେବା ନିମନ୍ତେ ଅପୂର୍ବ ସୁଯୋଗ ମିଳିଛି । ସ୍ଵଦେଶୀ ବସ୍ତୁ ଗୁଡିକର ଗୁଣବତ୍ତା ଓ ଉତ୍ପାଦନ ଉତ୍କର୍ଷତା ପାଇଁ ସହଯୋଗ କରିବା ତ ଦୂରର କଥା ବରଂ କେହି ପ୍ରୟାସ କଲେ ନିରୂତ୍ସାହିତ କରୁଛନ୍ତି । କ୍ରମାଗତ ଭାବରେ କେତେକ ସ୍ଵାର୍ଥନ୍ଵେଷୀ ଗୋଷ୍ଠୀ ‘ଆମ ପଦାର୍ଥ ନିମ୍ନ ମାନର ଏବଂ ବିଦେଶର ସମସ୍ତ ଜିନିଷ ଉତ୍କୃଷ୍ଟ ମାନର’ଏହି ପ୍ରକାରର ବିଜ୍ଞାପନ କରି ଗଣ ମାଧ୍ୟମରେ ବିଭ୍ରାନ୍ତ ସୃଷ୍ଟି କରୁଛନ୍ତି ।

ଆଜି ଭାରତରେ ଉତ୍ପାଦିତ ସାମଗ୍ରୀ କୌଣସି ମାନରେ ବିଦେଶୀ କମ୍ପାନୀ ଦ୍ଵାରା ଉତ୍ପାଦିତ ସାମଗ୍ରୀ ଠାରୁ ଗୁଣବତ୍ତା କିମ୍ବା ଉପଯୋଗୀତାର ନ୍ୟୁନ ନୁହେଁ । ଏହି ତଥ୍ୟ ଲୋକମାନଙ୍କୁ ତଥା ଯୁବା ପିଢୀ ଆଗରେ ଅତି ପ୍ରଭାବୀ ଢଙ୍ଗରେ ଉପସ୍ଥାପିତ କରିବା ପାଇଁ ଆବଶ୍ୟକତା ରହିଛି । ଏହି ପ୍ରୟାସକୁ ସମସ୍ତ ଦେଶପ୍ରେମୀ ଆଗେଇ ଆସି ସହଯୋଗ କରିବା ଉଚିତ । ଅନ୍ତତଃ ଆଚରଣରେ ସ୍ଵଦେଶୀକୁ ଆପଣେଇ ପାରିଲେ ଆମେ ରାଷ୍ଟ୍ର ନିର୍ମାଣରେ ସହଭାଗୀ ହୋଇପାରିବା ।ଆଜିର ଭାରତ ଏକ ଯୁବ ଭାରତ । ଭାରତରେ ୧୨୧ କୋଟି ଲୋକ ସଂଖ୍ୟାରେ ଶତକଡା ୬୫ ଭାଗ ହେଉଛନ୍ତି ୩୫ ବର୍ଷ ବାୟସରୁ କମ ଯୁବ ସାମୁଦାୟ । ଆଜି ଭାରତରେ ପ୍ରତି ବର୍ଷରେ ୪୦ ହାଜାରରୁ ଅଧିକ ବୈଷୟିକ ଶିକ୍ଷାନୁଷ୍ଠାନରୁ ଲକ୍ଷଲକ୍ଷ ଯୁବ ଇଞ୍ଜିନିୟର ଓ ମେଡିକାଲ ଛାତ୍ର ବାହାରୁଛନ୍ତି । ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଭାରତର ଶିକ୍ଷାନୁଷ୍ଠାନ ପୃଥିବୀର ଅନେକ ନାମୀ ଶିକ୍ଷାନୁଷ୍ଠାନ ସହ ସମକକ୍ଷ ତଥା ଆଗରେ ରହିଛି ।

ଚିକିତ୍ସା କ୍ଷେତ୍ରରେ ଭାରତ ଆଜି ବିଶ୍ଵର ଅନେକ ବିକାଶିତ ରାଷ୍ଟ୍ର ସହ ସମକକ୍ଷ ହୋଇପାରିଛି । ଆଜି ଭାରତ ମେଡିକାଲ ତୁରିଜିମ୍ ରେ ଏକ ନୂତନ ସୁଯୋଗ ସୃଷ୍ଟି କରିପାରିଛି । ଆଜି ଭାରତ ଏକ ଆତ୍ମ ନିର୍ଭରଶୀଳ,ସକ୍ଷମ ଏବଂ ସମର୍ଥ ରାଷ୍ଟ୍ର ଭାବେ ବିଶ୍ଵ ଦରବାରରେ ନିଜର ସମ୍ମୁଚିତ ସ୍ଥାନ ନେବା ପାଇଁ ଗତିବାନ ଥିବାବେଳେ ,ଆସନ୍ତୁ ଆମେ ସମସ୍ତେ ଭାରତବାସୀ ଏହି ମହାନ ରାଷ୍ଟ୍ର ଯଜ୍ଞରେ ସମ୍ମୁଚିତ ଆହୁତି ପ୍ରଦାନ ପୂର୍ବକ ସ୍ଵଦେଶୀ ଜରିଆରେ ଭାରତକୁ ପୁଣିଥରେ ବିଶ୍ଵଗୁରୁ ଭାବେ ଆବିର୍ଭାବ କରିବାରେ ସହଭାଗୀ ହେବା ।

ଆମ ଜଙ୍ଗଲ ଆମର

villagers explaining to visitorଘାସିରାମ ପଣ୍ଡା- “ଅଭାବ ହିଁ ଆବଶ୍ୟକତା ସୃଷ୍ଟି କରେ | ଆଖ ପାଖ ସମସ୍ତ ଗାଁର ଲୋକେ ନିଜ ନିଜ ଅଞ୍ଚଳର ସୁରକ୍ଷା ଆରମ୍ଭ କଲାପରେ ଆମେ ଦୈନଦିନ ଚଳଣି ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଲୁ
| ଏହାପରେ ଗାଁ ପାଖର ଟହକା ଜଙ୍ଗଲର ସୁରକ୍ଷା ଓ ପରିଚାଳନା ପାଇଁ ଗାଁରେ ନିଷ୍ପତ୍ତି ନିଆଗଲା”- କୁହନ୍ତି କୁକୁରିମୁଣ୍ଡା ଜଙ୍ଗଲ ସଂରକ୍ଷଣ ସମିତିର ସମ୍ପାଦକ ଶେଷଦେବ ସାହୁ | ୧୯୯୮ ମସିହାରେ ଆରମ୍ଭ ହୋଇଥିବା ଗ୍ରାମବାସୀଙ୍କର ଏହି ସ୍ଵତଃ ଜଙ୍ଗଲ ସୁରକ୍ଷାପ୍ରକ୍ରିୟା କିନ୍ତୁ ବାଧା ପ୍ରାପ୍ତ ହେଲା |

ପଡୋଶୀ ବୋଡେନ ଗ୍ରାମ ସହିତ ସୀମା ବିବାଦ ହେତୁ ସେମାନଙ୍କୁ ଜଙ୍ଗଲ ବିଭାଗର ସହଯୋଗ ନେବାକୁ ପଡିଲା | ଜଙ୍ଗଲ ବିଭାଗର ସହାୟତାରେ ଗାଁ ପାଖରେ ୧୬ ହେକ୍ଟର ଜଙ୍ଗଲ ଅଞ୍ଚଳ ଚିହ୍ନଟ କରାଯାଇ ୧୯୯୮ ମସିହା ନେଭେମ୍ବର ୩ ତାରିଖରେ ଗଠିତ ହେଲା ଟହକା ସଂରକ୍ଷିତ ଜଙ୍ଗଲ ସଂରକ୍ଷିତ ସମିତି | ପ୍ରଥମ ପର୍ଯ୍ୟାୟରେ ଗାଁରେ ଠେଙ୍ଗାପାଳି ପ୍ରଚଳିତ ଥିଲା | ଏହି ପରମ୍ପରା ଅନୁଯାୟୀ
ପ୍ରତ୍ୟେକ ଦିନ ଜଣକ ଘର ଆଗରେ ଠେଙ୍ଗା ରହୁଥିଲା ଓ ସେହି ଘରୁ ଜଙ୍ଗଲ ଜଗିବା ପାଇଁ ଜଣେ ଯାଉଥିଲେ | ପରେ ବିଭିନ୍ନ କାରଣରୁ ଠେଙ୍ଗ ପାଳିକୁ ବନ୍ଦ କରାଯାଇ ଗ୍ରାମ ପାଣ୍ଠିରୁ ଜଗୁଆଳି ମାଧ୍ୟମରେ ଜଙ୍ଗଲ ଉପରେ ନଜର ରଖାଯାଉଛି | ବରଗଡ ଜିଲ୍ଲାର ଗାଇସିଲେଟ ବ୍ଲକ ଅନ୍ତର୍ଗତ ୯୮ ପରିବାରର ଏକ ଛୋଟ ଗାଁ କୁକୁରିମୁଣ୍ଡା | ଗାଁରେ ନଅଟି ବିଭିନ୍ନ ଜାତିର ଲୋକେ ବାସ କରନ୍ତି | ଗ୍ରାମବାସୀଙ୍କ ଜଙ୍ଗଲ ଇତି ମଧ୍ୟରେ ୧୨ ବର୍ଷ ଅତିକ୍ରାନ୍ତ କରିଛି ଏବଂ ଏଥି ସହିତ ଜଙ୍ଗଲ ଉପରେ ବି ଏହା ପରଠାରୁ କେବେବି ବିଭାଗର କର୍ମଚାରୀଙ୍କ ପାଦ ପଡିନାହିଁ ଗାଁରେ ଆଉ ଏହା ପ୍ରକାରାନ୍ତରେ ଗ୍ରାମବାସୀଙ୍କୁ ସୁଯୋଗ ଦେଲା ଜଙ୍ଗଲକୁ ସମ୍ପୁର୍ଣ୍ଣଭାବେ ନିୟନ୍ତ୍ରଣକୁ ନେବାପାଇଁ |

ଜଗାରଖା କରିବାର ଚାରି ପାଞ୍ଚ ବର୍ଷ ପରେ କଠିନ ପ୍ରୟାସ ଓ ନିରନ୍ତର ତଦାରଖ ଫଳ ସ୍ୱରୂପ ଗାଁ ଲୋକଙ୍କ ଜଙ୍ଗଲ ଜାତ ଦ୍ରବ୍ୟର ଆବଶ୍ୟକତା ପୂରଣ ହେବ ସହିତ ଜଙ୍ଗଲରୁ ଆମଦାନୀର ସୁଯୋଗ ସୃଷ୍ଟି ହେଲା | ଗ୍ରାମର ଜଣେ ସକ୍ରିୟ ମହିଳା ସୁନାଫୁଲ ଚେରକିଆଙ୍କ ମତରେ ଟହକା ଜଙ୍ଗଲ ଏବେ ଆମ ମହିଳାମାନଙ୍କର ଦୁଃଖ ଲାଗବ କରିବାରେ ଅନେକ ସାହାୟକ ହୋଇଛି | ଜାଳେଣୀ ସଂଗ୍ରହ କରିବା
ପାଇଁ ଆମକୁ ଆଉ ବହୁତ ବାଟ ଯିବାକୁ ପଡୁନାହିଁ | ଗତ ଗୋଟିଏ ବର୍ଷର ହିସାବକୁ ଦେଖିଲେ ଟହକା ଜଙ୍ଗଲରୁ ଗ୍ରାମ୍ୟ କମିଟି ୩୦୦ରୁ ଊର୍ଦ୍ଧ୍ଵ ଚନଖା, ୩ ଟି ପାଟି ଓ ୩୦୦ରୁ ଊର୍ଦ୍ଧ୍ଵ ବାଉଁଶ ଆଖ ପାଖ ଗାଁ ଓ ଜୀବନ ଜୀବିକା ପାଇଁ ବାଉଁଶ ଉପରେ ନିର୍ଭରଶୀଳ ସମ୍ପ୍ରଦାୟଙ୍କୁ ବିକ୍ରି କରି ପ୍ରାପ୍ୟ ବୃଦ୍ଧି କରି ପାରିଛନ୍ତି |

ମାତ୍ର ଚାଳିଶି ଏକର ପରିମିତ କେ ଜଙ୍ଗଲ ଅଞ୍ଚଳରୁ ଏତେ ମାତ୍ରାରେ ଜଙ୍ଗଲ ଉତ୍ପାଦ ବାହାର କରାଯାଇଥିବା ସେମାନଙ୍କର ସଫଳ ପରିଚାଳନକୁ ସୂଚିତ କରୁଛି | ଏ ସମ୍ପର୍କରେ ଜଙ୍ଗଲ ଜଗୁଆଳି ଭୀମ
ବାରିହା କୁହନ୍ତି ଯେ, ପ୍ରତିବର୍ଷ ମାଘ ରୁ ଜ୍ୟେଷ୍ଠ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଜଙ୍ଗଲରୁ ଗଛ କାଟିବା ସଂପୂର୍ଣ୍ଣ ମନା ହୋଇଥାଏ | ଜଙ୍ଗଲର ଥିବା ବାଉଁଶର ସୁରକ୍ଷା ଓ ବଂଶବୃଦ୍ଧି ପାଇଁ କରଡି ସଂଗ୍ରହକୁ ନିଷେଧ କରାଯାଇଛି | ଏହି ସମୟ ବ୍ୟତୀତ ଅନ୍ୟ ସମୟରେ ଆବଶ୍ୟକତା ଅନୁସାରେ ଗଛ, ବାଉଁଶ ପାଇଁ ଲୋକେ କମିଟି ନିକଟରେ ଆବେଆନ କରନ୍ତି |

ଜଙ୍ଗଲର ସାମର୍ଥ୍ୟ ଅନୁସାରେ ଗଛ ଓ ବାଉଁଶ ଚିହ୍ନଟ କରାଯାଏ | ଗଛ ଓ ବାଉଁଶର ଆକାର ଅନୁଯାୟୀ କମିଟି ଦର ଧାର୍ଯ୍ୟ କରେ ଓ ସେହି ଅନୁସାରେ ଆବେଦନକାରୀଙ୍କ ଠାରୁ ପାଉଣା
ରଖାଯାଇ ଦ୍ରବ୍ୟ ହସ୍ତାନ୍ତର କରାଯାଇଥାଏ | ସମ୍ପଦ ଶ୍ରୀ ସାହୁ କୁହନ୍ତି ଯେ ୨୦୦୩-୨୦୦୪ ମଶିହାରେ ପ୍ରଥମ କରି ଜଙ୍ଗଲକୁ ବାଉଁଶ ବିକ୍ରି କରିପାରିଥିଲୁ | ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ଜଙ୍ଗଲ ଆମ ଗ୍ରାମବାସୀ ତଥା ପଡୋଶୀଙ୍କ ଅନେକ ଆବଶ୍ୟକତାକୁ ପୂରଣ କରିପାରିଛି | ଗାଁର ଆୟ ଅନେକ ମାତ୍ରାରେ ବଢିଛି ଯାହା ଆମେ ଗ୍ରାମ ପାଣ୍ଠି ଭାବରେ ଠୁଳ କରିଛୁ | ଗାଁ ପାଣ୍ଠିରୁ ରାସ୍ତା ନିର୍ମାଣ, ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ କାର୍ଯ୍ୟାଳୟକୁ ବାରମ୍ବାର ଗ୍ରସ୍ତ, ସାମୁହିକ ପର୍ବ ପର୍ବାଣି ଇତ୍ୟାଦିର ଖର୍ଚ୍ଚ ତୁଲେଇ ପାରିଛୁ | ଆଜି ତାରିଖରେ ଛଅଶଠି ହଜାର ଟଙ୍କା ସଞ୍ଚୟ
ଖାତାରେ ଜମା କରାଯାଇପାରିଛି |

୨୦୦୮ ମସିହା ପରଠାରୁ ଦେଶରେ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରି ହେଲାପରେ ବାଉଁଶ ଉପରେ ଅଧିକାର ମିଳିସାରିଥିଲେ ବି ଆଜି ମଧ୍ୟ କୌଣସି ବନବାସୀ ଗୋଷ୍ଠୀ ଏହା ଉପରେ
ପ୍ରକୃତ ମାଲିକାନା ସତ୍ଵ ଜାହିର କରିପାରି ନାହାନ୍ତି | ଏପରି ପରିସ୍ଥିତିରେ କୁକୁରିମୁଣ୍ଡାବାସୀ କେବଳ ଯେ ବାଉଁଶ ଉପରେ ନୁହେଁ ବରଂ ଉପଯୁକ୍ତ ପରିଚାଳନା ଓ ପାରମ୍ପରିକ ଜ୍ଞାନକୌଶଳ ବ୍ୟବହାରରେ ଜଙ୍ଗଲର ଉପଯୁକ୍ତ ଯତ୍ନ ନେବା ସହ ଗଛର ବିକ୍ରି ବାଟା କରିପାରିଛନ୍ତି ଏହା ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡେ | ଗତ ଆଠ ବର୍ଷ ହେବ ଗାଁ ବାସୀ ବାଉଁଶ, ଗଛ ବିକ୍ରି କରୁଥିଲେ ବି ଜଙ୍ଗଲ ବିଭାଗ ପ୍ରତି ଭୟ ଏପର୍ଯ୍ୟନ୍ତ ଯାଇନାହିଁ | ଏହା ସ୍ପଷ୍ଟ ହୁଏ ସେମାନଙ୍କର ଖାତା ପତ୍ରକୁ ଦେଖିଲେ | ଆଠ ବର୍ଷରୁ ଉର୍ଦ୍ଧ ହେଲା ଗ୍ରାମବାସୀ ଗଛ, ବାଉଁଶର ବିକ୍ରି କରୁଥିଲେ ବି କୌଣସି ଖାତା ପତ୍ରରେ
ଏହାର ଉଲ୍ଲେଖ ନାହିଁ, ଯଦିଓ ପଇସାପତ୍ରର ହିସାବରେ କୌଣସି ବିବାଦ ନାହିଁ | ଏହାର ଉତ୍ତରରେ ସମ୍ପାଦକ କୁହନ୍ତି, ପ୍ରଥମ ଥର ବିକ୍ରି କଲାପରେ କ୍ରେତାଙ୍କୁ ଆମେ ଲିଖିତ ଭାବେ ଏକ ଅନୁମତି ପତ୍ର ଦେଇଥିଲୁ | ହେଲେ ଏହାକୁ ନେଇ ଜଙ୍ଗଲ ବିଭାଗ ଆମକୁ ଅସୁବିଧାରେ ପକେଇବାର ଚେଷ୍ଟା କରିଥିଲେ | ଥରେ ହଇରାଣ ହେଲାପରେ ଆମେ ସମସ୍ତେମୌଖିକ ଭାବେ ପ୍ରକ୍ରିୟାକୁ ଆଗକୁ ନେବାକୁ ନିଷ୍ପତ୍ତି ନେଇଛୁ ଓ ସ୍ଵଚ୍ଛ ଭାବେ କାର୍ଯ୍ୟକାରୀ କରୁଛୁ |

ଜଣେ ସକ୍ରିୟ ଗ୍ରାମବାସୀ ହରେକୃଷ୍ଣ ବାରିହା କୁହନ୍ତି ଆମେ ଆଗରୁ ଆମର ଆବଶ୍ୟକତା ପାଇଁ ଆଖପାଖ ଜଙ୍ଗଲରୁ ଚୋରୀ କରୁଥିଲୁ ହେଲେ ଏବେ ଆମେ ନିଜ ଜଙ୍ଗଲର ମାଲିକ ହୋଇଛୁ | ଏହା ଆମର ଆବଶ୍ୟକତାକୁ ପୂରଣ କରିବା ସହିତ ଆଖପାଖ ଲୋକଙ୍କର ଜୀବନ ଜୀବିକାକୁ ସୁରକ୍ଷିତ କରିପାରିଛି ଓ ଗ୍ରାମର ବିକାଶ ପାଇଁ ଗ୍ରାମପାଣ୍ଠି ବୃଦ୍ଧିରେ ସହାୟକ ହୋଇଛି | ଏହା ଆମକୁ ସ୍ଵାବଲମ୍ବୀ କରିପାରିଛି | ପ୍ରାକୃତିକ ସମ୍ବଳ ଉପରେ ସ୍ଥାନୀୟ ଗ୍ରାମଗୋଷ୍ଠୀର ମାଲିକାନାକୁ ସୁନିଶ୍ଚିତ କରାଗଲେ ଗ୍ରାମ୍ୟ ଅର୍ଥନୀତି ସୁଦୃଢ ହେବା ସହିତ ସ୍ୱାବଲମ୍ବନ ଶୀଳତା ବୃଦ୍ଧି ପାଇବ ଏହା କୁକୁରିମୁଣ୍ଡା ଗ୍ରାମବାସୀ ପ୍ରମାଣିତ
କରିଛନ୍ତି |

ଆଦିବାସୀ ଏକତା ପରବ – ୨୦୧୨

ଘାସିରାମ ପଣ୍ଡା
ସମଗ୍ର ରାଜ୍ୟର ପ୍ରାୟ ବାଇସ ପ୍ରକାରର ଜନଜାତିର ଛଅଶହ ପୁରୁଷ ଓ ମହିଳା ହାତ ଧରି ଏକ ମାନବ ଶୃଙ୍ଖଳରେ ଖଣ୍ଡାଧାର ଜଳପ୍ରପାତର ମୂଳଧାରରୁ ଝରଣାର କୂଳେକୂଳେ ଠିଆହୋଇ ଆଞ୍ଜୁଳରେ ପାଣିଟେକି ମାଟି, ପାଣି, ଜଙ୍ଗଲକୁ ଛାଡ଼ିବୁ ନାହିଁର ବଜ୍ର ଶପଥ ନେବା ନିଶ୍ଚିତ ଭାବେ ଏକ ଐତିହାସିକ ମୁହୂର୍ତ ଥିଲା | ଏହା ସମ୍ଭବ ହୋଇଥିଲା ଗତ ଡିସେମ୍ବର ୧୦,୧୧ ଓ ୧୨ ତାରିଖରେ ଖଣ୍ଡାଧାର ପାଦଦେଶରେ ଅନୁଷ୍ଠିତ ହୋଇଥିବା ଆଦିବାସୀ ଏକତା ପରବ ଅବସରରେ | ଆଦିବାସୀ ଅଞ୍ଚଳରେ କ୍ରମବର୍ଦ୍ଧିଷ୍ଣୁ ବିସ୍ଥାପନର ପ୍ରଭାବରେ ଧୀରେ ଧୀରେ ବିପନ୍ନ ହୌଛି ସେମାନଙ୍କର ପରମ୍ପରା, ସଂସ୍କୃତି, ଚାଲିଚଳନ | ଆଦିବାସୀ ସଂସ୍କୃତିକ ବିଭବ ଓ ଅସ୍ମିତାକୁ ବଜାୟ ରଖିବାର ଉଦ୍ଦେଶ୍ୟ ରଖି ଆୟୋଜିତ ଏହି ପରବରେ ଏକା ସାଙ୍ଗରେ ମାଲୁଆ କନ୍ଦ, ପାଉଢି ଭୂୟାଁ, ଗଣ୍ଡ, କନ୍ଧ, ଭୂମିଆ, ବଣ୍ଡା, ଦୁରୁଆ, କୂଟିଆ କନ୍ଧ, ସୌରା, ସିଂ ଭୂୟାଁ ମୁଣ୍ଡା, ବିଞ୍ଜାଲ, ମାଙ୍କଡିଆ, ଲୋଧା, ଖଡିଆ, କୁଡା, ମୁଣ୍ଡାରି, କୁଇକନ୍ଧ, ପରଜା ପ୍ରଭୁତି ଅନେକ ସମ୍ପଦ୍ରାୟର ଦେହୁରି ଓ ଜାନିମାନେ ଧରଣୀ ପେନୁ, କନ୍ତେଶ୍ଵରୀ, ବୁଢାରଜା, ଜାକିର, ମାଁ ମାଉଲି, ପାଟଖଣ୍ଡା, ଅଡ୍ରିମାତା, ବୁଡିଙ୍ଗି ଗାଲୁ,ମେଡ, ଶୀତଲା ବଡାମ, ମାରାଙ୍ଗ ବୁରୁ, ନିଶାଣି ମୁଣ୍ଡା ଇତ୍ୟାଦି ନିଜ ନିଜର ଦେବାଦେବୀଙ୍କୁ ପାରମ୍ପରିକ ରୀତିରେ ପୂଜା ପାଠ କରି ଆରମ୍ଭ କରିଥିଲେ ପରବ | ଏଥିପାଇଁ ତିଆରି କରାଯାଇ ଥିବା ପାରମ୍ପରିକ ପୂଜାପୀଠ ଗୁଡିକ ଧୂପ, ଝୁଣାର ମହାକରେ ମହକି ଉଠିଥିବା ବେଳେ ଦୁଲୁକି ଯାଇଥିଲା ଢୋଲ, ନାଗରା, ଚାଙ୍ଗୁ, ଘୁମୁରା ପ୍ରଭୁତି ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେ ତାଳେ | ପରବ ଅବସରେ ପ୍ରସ୍ତୁତ ସୌରା, ଧାଙ୍ଗଡି, ଡେମସା, ଚାଙ୍ଗୁ, ମୁଣ୍ଡା, ସାଇଲୋ, ଝୁମର କୁଟିଆ,ନାଗରା, ମାଦଲ, ଜାମଡାଲି, କାରମା, ଜାଇଫୁଲ, ବାନ୍ଦା, ଛଉ ଭଳି ପାରମ୍ପରିକ ନୃତ୍ୟ, ଗୀତ ଆଦିବାସୀ ପରମ୍ପରାକୁ ପୁନର୍ବାର ଉଦ୍ଦଜୀବିତ କରିଥିବା ବେଳେ ସେମାନଙ୍କର ପ୍ରକୃତି ସହିତଭାବକୁ ଉଜାଗର କରିଥିଲା |
ତିନି ଦିନର ଏହି ସମାବେଶରେ ରାଜ୍ୟର ଆଦିବାସୀ ସମ୍ପ୍ରଦାୟର ପରମ୍ପରା, ସଂସ୍କୃତି, ଭାଷା, ପୋଷାକ, ଯାନିଯାତ୍ରା, ଉତ୍ସବ, ଜୀବନଜୀବିକା, ପୂଜାପାଠ, ପ୍ରକୃତିକ ସମ୍ପଦ ସହ ସମ୍ପର୍କ, ସରକାରୀ ନୀତି ନିୟମ, ଯୋଜନା, ଆଦିବାସୀ ଅଞ୍ଚଳରେ ଖଣି ଖାଦାନ ଓ ବିସ୍ଥାପନ ଇତ୍ୟାଦି ସମ୍ପର୍କରେ ବିଷଦ ଆଲୋଚନା କରାଯାଇ ନିର୍ଦ୍ଦିଷ୍ଟ ସମସ୍ୟାକୁ ଆକଳନ କରାଯାଇଥିଲା |
ଆଦିବାସୀ ସମ୍ପ୍ରଦାୟ ନିଜ ପାଇଁ ତଥା ପଞ୍ଚାୟତ ଅନୁଷ୍ଠାନ, ନାଗରିକ ସଂଗଠନ ଓ ସରକାରଙ୍କ ପାଇଁ ଦାୟିତ୍ଵ ନିର୍ଧାରଣ କରିଥିଲେ | ବୃହତ୍ତର ସମାଜ, ବୁଦ୍ଦିଜିବୀ ତଥା ନୀତି ନିର୍ଦ୍ଦରକମାନଙ୍କ ଅବଗତି ନିମନ୍ତେ ସମଦୃଷ୍ଟି ମାଧ୍ୟମରେ ଏହାକୁ ଅବଗତ କରେଇବା ଏହି ଆଲେଖ୍ୟର ଆଭିମୁଖ୍ୟ |
ଆଲୋଚିତ ସମସ୍ୟା:
ତିନିଦିନ ବ୍ୟାପୀ ଆଲୋଚନାରେ ଆଦିବାସୀ ନେତୃମଣ୍ଡଳୀ ଉପସ୍ଥାପିତ କରିଥିବା ସମସ୍ୟା ଗୁଡିକ ହେଲା-
- ପ୍ରାୟତଃ ସମସ୍ତ ପ୍ରକାର ଆଦିବାସୀ ସମ୍ପ୍ରଦାୟର ପରମ୍ପରା ଧୀରେ ଧୀରେ ଲୋପ ପାଇବାରେ ଲାଗୁଛି | ଆଦିବାସୀମାନେ ବ୍ୟବହାର କରୁଥିବା ଭାଷା, ପୋଷାକ, ପାଳନ କରୁଥିବା ପର୍ବପର୍ବାଣିର ସଂରକ୍ଷଣ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ, ବରଂ ସେମାନେଙ୍କର ଦଖଲରେ ଥିବା ଜମି, ଜଳ, ଜଙ୍ଗଲକୁ ବଜାରରେ ବିକ୍ରି କରାଯାଇ ପାରିବ |
- ପୋଡୁଚାଷ ଓ ଅନ୍ୟାନ୍ୟ ପାରମ୍ପରିକ ଚାଷ ମାଧ୍ୟମରେ ଦେଶୀ ବିହନକୁ ବ୍ୟବହାର କରି ଆଦିବାସୀ ସମ୍ପ୍ରଦାୟ ୨୨-୨୫ ପ୍ରକାରରୁ ଅଧିକ ପାରମ୍ପରିକ ଫସଲ ଅମଳ କରି ପାରୁଥିଲେ | ହେଲେ ପାରମ୍ପରିକ ବିହନକୁ ବାଦ ଦେଇ ସରକାର ବର୍ତ୍ତମାନ ଅଧିକ ଉତ୍ପାଦନକ୍ଷମ ଓ ଶଙ୍କର କିସମ ବିହନ ତଥା ରାସାୟନିକ ସାର, କୀଟନାଶକ ଔଷଧକୁ ପ୍ରୋତ୍ସାହନ ଦେବାଫଳରେ ଦେଶୀ ବିହନ, ପାରମ୍ପରିକ ଚାଷ ପଦ୍ଧତି ପ୍ରଭୃତି ଲୋପ ପାଉଛି | ଏହା ଫଳରେ ଆଦିବାସୀଙ୍କ ଖାଦ୍ୟ ସୁରକ୍ଷା ପ୍ରଭାବିତ ହେଉଛି |
- ଜମି ଖଣ୍ଡେ ନିଜ ନାଁରେ ନଥିବାରୁ ଅନେକ ଆଦିବାସୀ ପରିବାର ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ଆଦିବାସୀ ପରିବାର ଜମି ଉପରେ ନିଜର ଜୀବନଜୀବିକା ତଥା ବସତି ପାଇଁ ଅଧିକାର କରି ଆସୁଥିଲେ ବି ସେମାନଙ୍କର ନିଜ ନାଁରେ ସ୍ଵୀକୃତି ନାମା ମିଳିପାରି ନାହିଁ | ଆଦିବାସୀ ଅଞ୍ଚଳରେ ଜଙ୍ଗଲ ଅଧିକାର ଆଇନ, ୨୦୦୬ ଏପର୍ଯ୍ୟନ୍ତ ସଠିକ ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ |
- ଖଣ୍ଡାଧାର, ଗନ୍ଧମାର୍ଦନ, ନିୟମଗିରି ପରି ପାହାଡ, ଜଙ୍ଗଲ ଆଦିବାସୀମାନଙ୍କର ବସତି ଓ ଜୀବନଜୀବିକାର ଉତ୍ସ | ଏହା ଆଦିବାସୀଙ୍କ ଜନ୍ମ ମାଟି, ଏଠି ଆଦିବାସୀଙ୍କ ଦେବାଦେବୀ ଅଛନ୍ତି | ହେଲେ ଆଦିବାସୀଙ୍କର ଏହି ପାରମ୍ପରିକ ନିର୍ଭରଶୀଳତାକୁ ସମ୍ମାନ ନଦେଇ ଅଧିକାଂଶ ଆଦିବାସୀଙ୍କ ବସତି ଅଞ୍ଚଳରେ ଖଣି, ଖାଦାନ, ବନ୍ଧ ବାଡ କରି ମୂଳନୀବାସୀ ଆଦିବାସୀଙ୍କୁ ବିସ୍ଥାପିତ କରାଯାଉଛି |
- ଜଙ୍ଗଲ ଓ ଜଙ୍ଗଲ ଜମି ଉପରେ ଆଦିବାସୀମାନଙ୍କର ଅନେକ ନିର୍ଭଳଶୀଳତା ଥିଲେ ହେଁ ଜଙ୍ଗଲ ବିଭାଗର କର୍ମଚାରୀମାନେ ଜଙ୍ଗଲ ଜମି ଉପରେ ଚାଷ, ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ଉପରେ ଅଙ୍କୁଶ ଜାରି କରୁଛନ୍ତି ଓ ଆଦିବାସୀଙ୍କୁ ହଇରାଣ କରୁଛନ୍ତି |
- ଜଙ୍ଗଲ ବିଭାଗ ସ୍ଥାନୀୟ ପ୍ରଜାତିର ବୃକ୍ଷ ରାଜିକୁ ନଷ୍ଟକରି ବାହ୍ୟ ଓ ଅଦରକାରୀ ପ୍ରଜାତିର ଉଦ୍ଭିଦ ସବୁ ଜଙ୍ଗଲ ଅଞ୍ଚଳରେ ରୋପଣ କରୁଛନ୍ତି | ଏହାଦ୍ୱାରା ଜୈବବିଭିଦତା ନଷ୍ଟ ହେବା ସହ ଜଙ୍ଗଲ ଜାତ ଉତ୍ପାଦ ହ୍ରାସ ହେଉଛି ଓ ଆଦିବାସୀଙ୍କ ଜୀବନଜୀବିକା ପ୍ରଭାବିତ ହେଉଛି |
- ଜମି, ଜଙ୍ଗଲ, ଜଳ ପ୍ରଭୁତି ପ୍ରାକୃତିକ ସମ୍ପଦ ଉପରେ ନିଜର ପାରମ୍ପରିକ ଅଧିକାରକୁ ବଜେଇ ରଖିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଥିବା ଜଣ ଆନ୍ଦୋଳନ କୁ ସରକାର ଓ କମ୍ପାନୀମାନେ ଚପେଇ ଦେବାର ଅପଚେଷ୍ଟା କରୁଥିବା ବେଳେ ଆନ୍ଦୋଳନକାରୀ ଆଦିବାସୀମାନେ ସରକାରୀ ଆକ୍ରୋଶର ଶିକାର ହେଉଛନ୍ତି |
- ଆଦିବାସୀ ଅଞ୍ଚଳରେ ପାରମ୍ପରିକ ସ୍ଵ-ଶାସନ ପ୍ରତିଷ୍ଠା ପାଇଁ ‘ପେସା’ ପ୍ରଣୟନ ହୋଇଥିଲେ ବି ଏପର୍ଯ୍ୟନ୍ତ ଓଡିଶା ସରକାର ଏହାକୁ ସଠିକଭାବରେ କାର୍ଯ୍ୟକାରୀ କରେଇ ପାରି ନାହାନ୍ତି | ସରକାର ‘ପେସା’ କୁ ସମ୍ମାନ ନଦେବା ଫଳରେ ଆଦିବାସୀ ଅଞ୍ଚଳରେ ଜମି, ଜଙ୍ଗଲ, ମହାଜନୀ ଓ ମଦ ଉପରେ ସ୍ଥାନୀୟ ଲୋକଙ୍କର ନିଷ୍ପତ୍ତି ନେବାର ଅଧିକାର ପ୍ରଭାବିତ ହେଉଛି |
- ବିଭିନ୍ନ ପ୍ରକାରର ସାମୟିକ ପ୍ରଲୋଭନ ଦେଖାଇ କମ୍ପାନୀ ଓ ସରକାର ଆଦିବାସୀ ଜୀବ ସମାଜକୁ ପ୍ରଭାବିତ କରୁଛି | ଏହା ଆଦିବାସୀ ସମାଜର ଭବିଷ୍ୟତ ସ୍ଥିତିକୁ ପ୍ରଭାବିତ କରୁଛି |
- ସରକାରୀ କର୍ମଚାରୀମାନଙ୍କର ଖାମଖିଆଲି ମନୋଭାବ ଯୋଗୁଁ ଅନେକ ଆଦିବାସୀଙ୍କ ମୂଳନାମରେ ପରିବର୍ତ୍ତନ ହୋଇଯାଇଛି ଆଉ କେତେକ ଆଦିବାସୀ ହୋଇଥିଲେବି ସରକାରଙ୍କ ଅନୁସୂଚିତ ତାଲିକାରେ ରହିବାରୁ ବଞ୍ଚିତ ହୋଇଛନ୍ତି |
- ଦେଶ ସ୍ଵାଧୀନ ହୋଇଥିଲେ ବି ଆଦିବାସୀ ସମ୍ପ୍ରଦାୟ ଏପର୍ଯ୍ୟନ୍ତ ସ୍ଵାଧୀନ ହୋଇପାରିନାହାନ୍ତି | ଆଦିବାସୀମାନେ ଅଧିକାର କରିଥିବା ଜମି, ଜଳ, ଜଙ୍ଗଲ ପ୍ରଭୁତି ଉପରୁ ବଳପୂର୍ବକ ହଟେଇ ଦିଆଯାଉଛି | ପ୍ରତିବାଦ କଲେ ଥାନା କଚେରୀ, ଜେଲ୍ କୁ ପଠେଇ ଦିଆଯାଉଛି |
- ପୋଡୁଚାଷ ଦ୍ଵାରା କଟାଯାଇଥିବା ଜଙ୍ଗଲ ପୁନର୍ବାର ପାଞ୍ଚବର୍ଷ ଭିତରେ ଜଙ୍ଗଲରେ ପରିଣତ ହୋଇଯାଉ ଥିବା ବେଳେ ସରକାର ଖୋଲିଥିବା ଖଣି ଅଞ୍ଚଳରେ ହଜାର ହଜାର ହେକ୍ଟର ଜଙ୍ଗଲ ସୁବିଦିନ ପାଇଁ ନଷ୍ଟ ହୋଇଯାଇଛି | ଅଥଚ ଜଙ୍ଗଲ ବିଭାଗ ଆଦିବାସୀଙ୍କୁ ହିଁ ଜଙ୍ଗଲ କ୍ଷୟ ପାଇଁ ଦାୟୀ କରି ଆସୁଛି |
- ଜଙ୍ଗଲ ଜାତ ଦ୍ରବ୍ୟର ବିକ୍ରୀବଟା ସଠିକ ଭାବରେ ହୋଇପାରୁ ନଥିବା ବେଳେ ଆଦିବାସୀଙ୍କ ପାଇଁ ଥିବା ସରକାରୀ ଯୋଜନା ଠିକରେ ପହଞ୍ଚିପାରୁ ନାହିଁ |
- ଆଦିବାସୀ ମାନେ ନିଜର ପାରମ୍ପରିକ ବେଶ ପୋଷାକରେ ସରକାରୀ ଦପ୍ତରକୁ ଗଲେ ଅଧିକାରୀମାନେ ଘୃଣା କରୁଛନ୍ତି |
ଆଲୋଚିତ ସମସ୍ୟା ଆଧାରରେ ଆଦିବାସୀ ସମ୍ପ୍ରଦାୟ ନିଜ ପାଇଁ ଉତ୍ତର ଦାୟିତ୍ଵ ନିର୍ଦ୍ଧାରଣ କରିବା ସହ ଅନ୍ୟମାନଙ୍କ ପ୍ରତି ସେମାନଙ୍କ ଉଦ୍ଦେଶ୍ୟରେ ଆହ୍ଵାନ ରଖିଥିଲେ |
ନିଜ ଉଦ୍ଦେଶ୍ୟରେ:
- ଆଦିବାସୀ ସମ୍ପ୍ରଦାୟ ନିଜ ନିଜର ଭାଷା, ସଂସ୍କୃତି, ପରମ୍ପରା, ଗୀତ, ନାଚ, ବାଦ୍ୟ, ପର୍ବପର୍ବାଣି ପ୍ରଭୁତିକୁ ପରମ୍ପରା ଅନୁଯାୟୀ ପରବର୍ତ୍ତୀ ପିଢି ପାଇଁ ବଜେଇ ରଖିବାକୁ ସମସ୍ତ ପ୍ରକାରର ପ୍ରୟାସ କରିବୁ | ଏଥିପାଇଁ ଆଦିବାସୀ ବସ୍ତି/ ଗ୍ରାମ/ ପିଢି ସ୍ତରରେ ଆଲୋଚନା ସଭାମାନ ଆୟୋଜନ କରିବୁ |
- ପାରମ୍ପରିକ ଚାଷ ପଦ୍ଦତି ଓ ଦେଶୀ ବିହନକୁ ବଜେଇ ରଖିବା ପାଇଁ ଗାଁ ସ୍ତରରେ ଦେଶୀ ବିହନକୁ ସାଇତି ରହିବୁ | ପ୍ରତ୍ୟକ ଗ୍ରାମରେ ପୂର୍ବକାଳର ପାରମ୍ପରିକ ଚାଷ ପଦ୍ଦତି ଚାଲୁ ରଖିବୁ |
- ଆଦିବାସୀ ସଂଗଠନ ମଧ୍ୟରେ ସମନ୍ଵୟ ରଖିବୁ | ଯେଉଁ ଜିଲ୍ଲାରେ ସମସ୍ୟା ହେଲେବି ଆମେ ସମସ୍ୟା ହେଲେବି ଆମେ ସମସ୍ତେ ପରସ୍ପର ପାଇଁ ଛିଡା ହେବୁ |
- ଆମେ ଆଦିବାସୀମାନେ ମାଟିଦେବତାକୁ ପୂଜାକରି ଆସୁଛୁ, ଏଠି ଜନ୍ମ ନେଇଛୁ, ଫଳମୂଳ ଖାଇ ବଡ ହୋଇଛୁ | ଜଙ୍ଗଲ ଆମ ଆଦିବାସୀଙ୍କ ପେଟ | ଆମେ ଶପଥ ନେବୁ ଜଳ, ଜମି, ଜଙ୍ଗଲ ଉପରେ ଅଧିକାର ଛାଡ଼ିବୁ ନାହିଁ |
- ଖଣ୍ଡାଧାର, ଗନ୍ଧମାର୍ଦନ, ନିୟମଗିରି ପ୍ରଭୃତି ଅଞ୍ଚଳରେ ଜମି, ଜଙ୍ଗଲ, ଜଳ, ବସତିର ସୁରକ୍ଷା ନେଇ ଚାଲିଥିବା ଆନ୍ଦୋଳନକୁ ଆମେ ସମର୍ଥନ ଜଣାଉଛୁ | ଆଗାମୀ ଦିନରେ ନିଜ ଅଧିକାର ସୁରକ୍ଷିତ ନହେବା ଯାଏଁ ଏ ଆନ୍ଦୋଳନ ଚାଲୁ ରଖିବୁ |
ପଞ୍ଚାୟତ ଅନୁଷ୍ଠାନ ମାନଙ୍କ ଉଦ୍ଦେଶ୍ୟରେ:
- ପଞ୍ଚାୟତ ଅନୁଷ୍ଠାନମାନେ ପଲ୍ଲୀସଭା ଓ ଗ୍ରାମସଭାକୁ ସୁଦୃଢ କରିବା ପାଇଁ ପଦକ୍ଷେପ ନେବା ସହିତ ଆଦିବାସୀଙ୍କ ସହଭାଗିତାକୁ ସୁନିଶ୍ଚିତ କରାନ୍ତୁ |
- ଜଙ୍ଗଲ ଜାତ ଦ୍ରବ୍ୟର ସଂଗ୍ରହ, ବିକ୍ରୟ, ମୂଲ୍ୟ ନିର୍ଦ୍ଧାରଣ, ବଜାର ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ପଦକ୍ଷେପ ନିଅନ୍ତୁ |
- ଆଦିବାସୀ ଅଞ୍ଚଳରେ ଜମି କିଣାବିକା, ମହାଜନୀ କାରବାର, ମଦବିକ୍ରିର ଗ୍ରାମସଭାର ନିୟନ୍ତ୍ରଣକୁ ସୁନିଶ୍ଚିତ କରାନ୍ତୁ |
- ଆଦିବାସୀମାନଙ୍କର ପାରମ୍ପରିକ ସାମାଜିକ ନିୟମ ଏବଂ ଅନୁଷ୍ଠାନକୁ ସ୍ଵିକୃତି ଓ ସମ୍ମାନ ଦିଅନ୍ତୁ |
ନାଗରିକ ସଂଗଠନମାନଙ୍କ ଉଦ୍ଦେଶ୍ୟରେ:
- ଆଦିବାସୀ ଅଞ୍ଚଳରେ କାର୍ଯ୍ୟକରୁଥିବା ନାଗରିକ ସଂଗଠନ/ ବେସରକାରୀ ଅନୁଷ୍ଠାନ ମାନେ କାର୍ଯ୍ୟ କରୁଛନ୍ତି ସେମାନେ ଆଦିବାସୀମାନଙ୍କ ପରମ୍ପରା ଓ ସଂସ୍କୃତିକୁ ସମ୍ମାନ ଦେବା ସହ ସେମାନଙ୍କର ସ୍ଵାଭିମାନକୁ ବଜାୟ ରଖି କାମ କରନ୍ତୁ |
- ଆଦିବାସୀମାନଙ୍କ ସହଭାଗିତାକୁ ସମସ୍ତ ପ୍ରକାର କାର୍ଯ୍ୟରେ ସୁନିଶ୍ଚିତ କରନ୍ତୁ |
- ଆଦିବାସୀମାନେ ଜମି, ଜଳ, ଜଙ୍ଗଲ ପ୍ରଭୁତି ଉପରେ ନିଜର ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଚାଲୁଥିବା ଆନ୍ଦୋଳନ ପ୍ରତି ସହଯୋଗ ପ୍ରଦାନ କରନ୍ତୁ ଓ ତାହା ପ୍ରଭାବିତ ହେଲାଭଳି କୌଣସି କାର୍ଯ୍ୟରେ ଜଡିତ ହୁଅନ୍ତୁ ନାହିଁ |
- ଆଦିବାସୀମାନଙ୍କର ପାରମ୍ପରିକ ସାମାଜିକ ନିତୀ,ନିୟମ ଓ ଅନୁଷ୍ଠାନକୁ ସମ୍ମାନ ଦିଅନ୍ତୁ |
ସରକାରଙ୍କ ଉଦ୍ଦେଶ୍ୟରେ:
- ମୂଳ ‘ପେସା’ ଆଇନର ଲକ୍ଷ୍ୟ ଉଦ୍ଦେଶ୍ୟକୁ ବଜାୟ ରଖି ରାଜ୍ୟ ସରକାର ସମଗ୍ର ଆଦିବାସୀ ଅଞ୍ଚଳରେ ଏହାକୁ ଶୀଘ୍ର କାର୍ଯ୍ୟକାରୀ କରାନ୍ତୁ |
- ଜଙ୍ଗଲ ଅଧିକାର ଆଇନ, ୨୦୦୬ ସଠିକ କାର୍ଯ୍ୟାନ୍ମୟନ ମାଧ୍ୟମରେ ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କ ବ୍ୟକ୍ତିଗତ ଏବଂ ଗୋଷ୍ଠୀଗତ ଅଧିକାର ଯଥାଶୀଘ୍ର ସ୍ଵିକୃତି ପ୍ରଦାନ କରନ୍ତୁ | ଆଦିମ ଜନଜାତିଙ୍କ ବାସସ୍ଥଳୀ ଉପରେ ଆଧିକାରକୁ ସ୍ଵିକୃତ କରିବା ସହ, ଏସବୁଅଞ୍ଚଳରେ ଖଣି ଖାଦାନ, କାରଖାନା ସ୍ଥାପନ କୁ ବନ୍ଦ କରନ୍ତୁ |
- ଆଦିବାସୀମାନେ ପାରମ୍ପରିକ ଭାବେ ଚାଷ କରି ଆସୁଥିବା ପ୍ରଣାଳୀ ଓ ଦେଶୀ ବିହନକୁ ସୁରକ୍ଷା ଓ ପ୍ରୋତ୍ସାହନ ପ୍ରଦାନ କରନ୍ତୁ |
- ଆଦିବାସୀମାନଙ୍କ ସ୍ଵାଭିମାନକୁ ପ୍ରଭାବିତ କଲାଭଳି କାର୍ଯ୍ୟକରୁଥିବା ଜଙ୍ଗଲ ବିଭାଗ ତଥା ଅନ୍ୟାନ୍ୟ ବିଭାଗର କର୍ମଚାରୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ | ଆଦିବାସୀଙ୍କ ପ୍ରତି ଆକ୍ରୋଷମୂଳକ କାର୍ଯ୍ୟରୁ ସରକାର କ୍ଷାନ୍ତ ହୁଅନ୍ତୁ |
- ଆଦିବାସୀ ଅଞ୍ଚଳରେ ଖଣି ଖାଦାନ, କାରଖାନା ପ୍ରଭୃତି ବନ୍ଦ କରାଯାଇ ବିସ୍ଥାପନକୁ ରୋକାଯାଉ |
- ଆଦିବାସୀ ହୋଇବି ସରକାରୀ ଅବହେଳା ଯୋଗୁଁ ଅନୁସୂଚିତ ତାଲିକାରୁ ବାଦ ପଡିଥିବା କାରଣରୁ ସେମାନଙ୍କ ଅଧିକାରରୁ ବଞ୍ଚିତ ହୋଇଥିବା ସମ୍ପ୍ରଦାୟକୁ ପୁନର୍ବାର ଆଦିବାସୀର ମାନ୍ୟତା ପ୍ରଦାନ କରନ୍ତୁ |
- ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ମାଲିକାନାସତ୍ଵ ପ୍ରଦାନ କରିବା ସହ ଉପଯୁକ୍ତ ମୂଲ୍ୟରେ ବଜାର ବ୍ୟବସ୍ଥା କରନ୍ତୁ |
- ଆଦିବାସୀଙ୍କ ପାଇଁ ପ୍ରଣିତ ନୀତି, ନିୟମ, ଯୋଜନା ସମ୍ପର୍କରେ ଯଥେଷ୍ଟ ଜନସଚେତନତା ସୃଷ୍ଟିପାଇଁ ବ୍ୟବସ୍ଥା କରାଯିବା ସହ ଯଥାଯଥ କାର୍ଯ୍ୟାନ୍ଵୟନ ପାଇଁ ଦାୟୀ ରୁହନ୍ତୁ |
- ଆଦିବାସୀମାନଙ୍କର ଏକ ସ୍ଵାଭିମାନପୂର୍ଣ୍ଣ ଜୀବନଜାପନ ପାଇଁ ଆବଶ୍ୟକୀୟ ବିତ୍ତିଭୂମୀ ପ୍ରଦାନ କରନ୍ତୁ |
କୌଣସି ଜାତି ଭାଷା, ପରମ୍ପରା ତାର ପରିଚୟ | ପରିଚୟକୁ ନଷ୍ଟ କରିଦେଲେ ଜାତି ଆପେ ମରିଯାଏ | ଆମ ଆଦିବାସୀ ଅଞ୍ଚଳ ସବୁ ପ୍ରକୃତିକ ସମ୍ପଦର ଗନ୍ତାଘର | ତାକୁ ହାତେଇବା ପାଇଁ ଆଦିବାସୀମାନଙ୍କୁ ସେଠାରୁ ବାହାର କରାଯିବାର ପ୍ରୟାସ ଏବେ ଜୋର ଧରିଛି | ଏହିପରି ଏକ ପରିସ୍ଥିତିରେ ଆଦିବାସୀମାନେ ଷଡଯନ୍ତ୍ରର ଶିକାର ହୋଇଛନ୍ତି | ପ୍ରାଥମିକ ସ୍ତରରେ ସେମାନଙ୍କ ପରମ୍ପରା ଉପରେ ଆଘାତ ଦେବାର ପ୍ରୟାସ ଚାଲିଛି | ଏନେଇ ସରକାରଙ୍କ ଦୋମୁହାଁ ନୀତିର ଗୁମର ମଧ୍ୟ ଫିଟିଛି | ଗୋଟିଏ ପଟେ ପାରମ୍ପରିକ ଅଧିକାରର ଆଇନଗତ ଅଧିକାରର ସ୍ଵିକୃତି ପାଇଁ ଆଇନ ପ୍ରଣୟନ କରି ବାହାବ ନେଉଥିବା ବେଳେ ଆଦିବାସୀ ଅଞ୍ଚଳରେ ଜଙ୍ଗଲ ଜମିକୁ ଅଣଜଙ୍ଗଲ କାର୍ଯ୍ୟରେ ବ ବ୍ୟବହାର କରିବାର ଅନୁମତି ଅପର ପକ୍ଷେ ଆଦିବାସୀଙ୍କ ଜୀବନକୁ ବିପନ କରୁଛି | ଏହିପରି ଏକ ଘଡିସନ୍ଧି ମୂହୁର୍ତ୍ତରେ ଆଦିବାସୀ ସମ୍ପ୍ରଦାୟର ଏହି ଆହ୍ଵାନ ପ୍ରତି ଆମେ ସମସ୍ତେ ଉତ୍ତରଦାୟୀ ନହେଲେ ଏକ ବିରାଟ ଐତିହ ଲୋପ ପାଇବା ସହିତ ମାନବ ସମାଜର ଇତିହାସ ମଧ୍ୟ ସମୟ ଗର୍ଭରେ ଲୀନ ହୋଇଯିବ |

ପୋସ୍କୋ : ଆଶା ଓ ଆଶଙ୍କାର ସାତ ବର୍ଷ

ନାଲି କାର୍ପେଟ ସ୍ଵାଗତଠାରୁ ଆରମ୍ଭ କରି ବୋମା, ଗୁଳି ମାଡ । ରକ୍ତାକ୍ତ ସଂଘର୍ଷ । ଓଡିଶାକୁ ବିଶ୍ଵ ମାନଚିତ୍ରରେ ପହଞ୍ଚାଇବା ପାଇଁ ସତ ବର୍ଷ ତଳେ ସୁରୁ ହୋଇଥିବା ପ୍ରୟାସ ସେଇ ସମୟ ଭିତରେ କୁଆଡେ ହଜି ଗଲା, ତାର ପତ୍ତା ବି ମିଳିଲାନି । ବରଂ ଏଇ ସମୟ ଭିତରେ ପୋସ୍କୋର ଯାତ୍ରା ଓଡିଶା ଇତିହାସରେ ହୋଇଗଲା ସବୁଠାରୁ ଚର୍ଚିତ,ସଂଘର୍ଷମୟ ତୀବ୍ର ଏକ ବିଫଳତାର କାହାଣୀ । ଯେଉଁ କମ୍ପାନିକୁ ସ୍ଵାଗତ କରିବା ନିମନ୍ତେ ନିଜେ ରାଜ୍ୟ ସରକାର ଟିକିଉବି ସୀମା, ସରହଦ ଟପି ଢେର ଆଗକୁ ଯାଇଥିଲେ, ସମୟ ଏମିତି ଆସିଲା ଯେ, ସରକାର ଖୋଦ ମୁହଁ ଫେରେଇ ନେଇ ନିରବି ଗଲେ । ସହାୟତାର ହାତ ଫେରେଇ ନେଲେ । ଆଉ ସବୁ ଭିତରେ ଲଟକି ରହିଲା ଏସିଆ ମହାଦେଶର ସବୁଠାରୁ ବଡ ବିଦେଶୀ ପୁଞ୍ଜି ନିବେଶ । ହେଲେ ଲମ୍ବା ରାସ୍ତାର ଫର୍ଦ ଭିତରେ ଏବେ କ୍ରମଶଃ ଧୀରେ କରି ରାସ୍ତା ଫିଟୁଛି  । ଆଶଙ୍କାରେ କୋଉ କାଳରୁ ପରିଣତ ହୋଇ ସାରିଥିବା ପ୍ରକଳ୍ପଟି ଏବେ ଅଶାର ପରିଧି ଭିତରକୁ ତୀବ୍ର ବିରୋଧ ମଧ୍ୟରେ ଗୋଟିଏ ଗୋଟିଏ ମାଇଲ ଖୁଣ୍ଟ ଟପିବାକୁ ପ୍ରୟାସ ଆରମ୍ଭ ହୋଇଛି ।

2005 ମସିହାର ଏକ ଚଳଚଞ୍ଚଳ ଅପରାହ୍ନରେ ଯେତେବେଳେ ପୋସ୍କୋ ପାଇଁ ଏମଓୟୁ ଦସ୍ତଖତ ହୋଇଥିଲା, ତାହା ଓଡିଶାର ଧୀମା ଶିଳ୍ପାୟନ ପ୍ରକ୍ରିୟାରେ ହଇଚଇ ସୃଷ୍ଟି କରିଥିଲା ।ରାଜିନାମା ସ୍ଵାକ୍ଷର ଦିନ ଅଜବ ଏକ ସୁରକ୍ଷା ବ୍ୟବସ୍ଥା ବି ଗ୍ରହଣ କରାଯାଇ ଥିଲା ଖାସ ପୋସ୍କୋ ନିମନ୍ତେ । ରାଜ୍ୟ ସଚିବାଳୟ ପରିଣତ ହୋଇଥିଲା ସୁରକ୍ଷ୍ୟାର ଦୁର୍ଗରେ । କିନ୍ତୁ ପ୍ରଥମ ଦିନରୁ ହିନ ସ୍ପଷ୍ଟ ବାରି ହୋଇଥିଲା ପୋସ୍କୋଜ ଅନିଶ୍ଚିତ ଭବିଷ୍ୟତ ସମ୍ପର୍କରେ । ସେତେବେଳକାର ଶିଳ୍ପ ମନ୍ତ୍ରୀ ବିଶ୍ବଭୂଷଣ ହରିଚନ୍ଦନଙ୍କ ଚୌକିଟି ଫାଙ୍କା ପଡିଥିଲା ଏମଓୟୁ ଦସ୍ତଖତ ସମୟରେ।

ପରକୁ ପର ସମସ୍ୟାର ଏକ ଦିଗାନ୍ତବିସ୍ତାରି ପାହାଡ ଘେରି ଯାଇଥିଲା ପୋସ୍କୋକୁ । ଲୁହା ପଥର ରପ୍ତାନି, ନିଜସ୍ଵ ବନ୍ଦର ପ୍ରତିଷ୍ଠା ଆଦି ପ୍ରସଙ୍ଗକୁ ନେଇ ମୁଣ୍ଡ ଟେକିଥିଲା ବିବାଦ । ଧୀରେ ଧୀରେ ବିରୋଧୀଙ୍କ ସ୍ଵର ସେଇ ପ୍ରତିବାଦକୁ କରିଥିଲା ଆହୁରି ଶାଣିତ । ପାରଦୀପଠାରୁ ଅଳ୍ପ ଦୂରରେ କୁଜଙ୍ଗ ଅଞ୍ଚଳରେ ରୂପ ନେଇଥିଲା ବିସ୍ଫୋରଣର ବାରୁଦ ଗଦା । ସେଇଠି ଫୁଟି ଥିଲା ବୋମା, ଚାଲିଥିଲା ବନ୍ଧୁକ, ପୋଡିଥିଲା ଅଗଣିତ ଘର, ସଂସାର । ପୋସ୍କୋ ବିରୋଧୀ ଏବଂ ସପକ୍ଷବାଦୀଙ୍କ ଲଢେଇରେ ତାଜା ରକ୍ତର ସୁଅ ଭିତରେ ସହିଦ ପାଲଟି ଥିଲେ ଜିଅନ୍ତା ମଣିଷ ।ଜଗତସିଂହପୁର ଜିଲ୍ଲା ରାଜନୀତି ସାଙ୍ଗକୁ ଓଡିଶା ରାଜନୀତି ବି ସେଥିରେ ହୋଇଥିଲା ବେଶ ପ୍ରଭାବିତ ।

ଏମିତି ଯାଇଥିଲା ପାଞ୍ଚ ବର୍ଷ । ଟାଟା କମ୍ପାନି ପାଇଁ କଳିଙ୍ଗନଗରରେ ଗୁଳି ଫୁଟେଇ ଥିବା ସରକାର ପୋସ୍କୋ ପ୍ରକ୍ରିୟାରେ ବି ହାତ ମାରିବାକୁ ଡ଼ରିଥିଲେ । ପୁଣି ମାମଲା ଯାଇ ଥିଲା ଦିଲ୍ଲୀ ।ସୁପ୍ରୀମକୋର୍ଟ । ସ୍ଵତନ୍ତ୍ର ତଦନ୍ତକାରୀ ଦଳ ବି ଆସିଥିଲେ । ଫର୍ଦ ଫର୍ଦ ରିପୋର୍ଟ ବି ସେଇ ଆନ୍ଦୋଳନରେ ଢାଳିଥିଲା ଘିଅ ।

ତାପରେ ଅଳ୍ପ କିଛି ଜମି ଅଧିଗ୍ରହଣ ହୋଇଥିଲା । ଏବେ ସରକାର ପୋସ୍କୋକୁ ଅଧିକୃତ ଜମି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ରଘୁନାଥ ମହାନ୍ତି । ପାଖାପାଖି 1500 ଏକର ଜମି ପୋସ୍କୋକୁ ଦିଆଯିବ । ସେମିତି 2010ରୁ ପୋସ୍କୋର ଏମଓୟୁ ଅବଧି ସରି  ଯାଇ ଥିବାରୁ ସରକାର ନୂଆ କରି ତ୍ରି-ପାକ୍ଷିକ ରାଜିନାମା ସ୍ଵାକ୍ଷର କରିବେ । ଏ ସମ୍ପର୍କିତ ଫାଇଲ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଛି । ଯାହା ଉପରେ ଖୁବ ଶୀଘ୍ର ନିଷ୍ପତି ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ ବିଜଯ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ତେବେ ପୋସ୍କୋ ପାଇଁ ଯେଉଁ ବାରୁବା ଗଦାରେ ନିଆଁ ଲାଗିଥିଲା, ତାହା ଏବେବି କୋଉଠି ଦିକି ଦିକି ହୋଇ ଜଳୁଛି । ହୁଏତ ତାହା ବିସ୍ଫୋରଣ ହୋଇ ପରେ କିମ୍ବା ବଂଗୋପ ସାଗରର ଲୁଣି ପାଣିରେ ଲିଭି ବି ଯାଇ ପାରେ । ହେଲେ ବଡ ଏକ କାରଖାନା ଓ ଶିଳ୍ପାୟନର ସ୍ଵପ୍ନ ତାହାରି ଭିତରେ ଚୁପକିନା ହଜି ଯାଇଛି ।