ଉଇକିପିଡ଼ିଆର ଶୁଭାଶିଷ ପାଣିଗ୍ରାହୀଙ୍କ ସହ ଓଡ଼ିଶାନର ସାକ୍ଷାତକାର

 

ଧୀରେ ଧୀରେ ଓଡ଼ିଆ ଭାଷା ଯେମିତି ହଜିଯିବାକୁ ବସିଲାଣି। ଏବେ ପିଲାମାନେ ଓଡ଼ିଆ ସିନା କହୁଛନ୍ତି କିନ୍ତୁ ଖୁବ କମ ପିଲା ଓଡ଼ିଆ ପଢିପାରୁଛନ୍ତି। ଆଉ ଲେଖିବା ପିଲାଙ୍କ ସଂଖ୍ୟା ଆହୁରି କମ। ତେଣୁ ଓଡ଼ିଆ ଭାଷାକୁ ଆମକୁ ବଞ୍ଚାଇବାକୁ ହେଲେ ଆମକୁ ସମୟ ସହ ତାଳ ଦେଇ ଚାଲିବାକୁ ପଡ଼ିବ, ବିଭିନ୍ନ ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରି ବିଶ୍ଵଦରବାରରେ ଆମ ଭାଷାକୁ ପହଞ୍ଚାଇବାକୁ ପଡ଼ିବ । ଯେଉଁମାନେ ଆମ ଭାଷାକୁ ବିଶ୍ଵଦରବାରରେ ପହଞ୍ଚାଇବାକୁ ନିଜର ଉଦ୍ୟମ ଜାରି ରଖିଛନ୍ତି ସେମାନଙ୍କ ମଧ୍ୟରୁ ଇଣ୍ଡିଆ ପ୍ରୋଗ୍ରାମ (ଉଇକିପିଡ଼ିଆ), ନୂଆଦିଲ୍ଲୀରେ କମ୍ୟୁନିଟି ସପୋର୍ଟ କନସଲଟାଣ୍ଟ ଭାବେ କାମ କରୁଥିବା ଶୁଭାଶିଷ ପାଣିଗ୍ରାହୀ। ତାଙ୍କ ସହ କଥା ହୋଇଥିଲେ ଓଡ଼ିଶାନର ଦିଲ୍ଲୀ ପ୍ରତିନିଧି।                        

ପ୍ରଶ୍ନ: ଓଡ଼ିଆ ଉଇକିପିଡ଼ିଆର ଆରମ୍ଭ କେବେ ହୋଇଥିଲା?

୨୦୦୨ ରେଏହା ଅସମୀୟାପଞ୍ଜାବୀ ଓ ମାଲାୟାଳମ ସମେତ ପ୍ରଥମ କରି ଆରମ୍ଭ ହୋଇଥିଲା । ଏହାକୁ or.wikipedia.org ରେ ପଢ଼ିହେବ । [http://or.wikipedia.org

 ପ୍ରଶ୍ନ: ଏହାର ଲକ୍ଷ୍ୟ କଣ?

ଓଡ଼ିଆ ଉଇକିପିଡ଼ିଆ କ ଖୋଲା ଜ୍ଞାନକୋଷ । ଯଦିଓ ଏଥିରେ ୨୭୦୦ରୁ ଅଧିକ ପ୍ରସଙ୍ଗ ରହିଛି ୧୦୦୦ରୁ ଅଧିକ ପ୍ରସଙ୍ଗ ପୂର୍ଣ୍ଣାଙ୍ଗ ନୁହେଁ । ଏସବୁ ପ୍ରସଙ୍ଗକୁ ଯେକୌଣସି ଲୋକ ଅଚିରେ ସମ୍ପାଦନା କରିପାରିବ ଓ ଏଥିରେ ଅଧିକରୁ ଅଧିକ ତଥ୍ୟ ଯୋଡ଼ି ଏହାକୁ ସମୃଦ୍ଧ କରିପାରିବ । ଉଇକିପିଡ଼ିଆର ମୂଳ ଲକ୍ଷ୍ୟ ହେଲା ଜ୍ଞାନର ଖୋଲା ଓ ମାଗଣା ବିତରଣ । ଲୋକମାନଙ୍କ ଦେଇ ସେମାନଙ୍କ ଭାଷାରେ ଆମ ଚଳଣିପରମ୍ପରାଜନଜୀବନ ତଥା ବିଜ୍ଞାନସାହିତ୍ୟକଳାବାଣିଜ୍ୟ ଆଦି ବିଷୟରେ ନିରୁତା ତଥ୍ୟମୂଳକ ପ୍ରସଙ୍ଗମାନ ତିଆରି କରାଇବା ଓ ସେସବୁକୁ ଇଣ୍ଟରନେଟରେ ମାଗଣାରେ ଉପଲବ୍ଧ କରାଇବା ଫଳରେ ଅନେକ ଲୋକ ଇଂରାଜୀ ଜାଣି ନଥିଲେ ମଧ୍ୟ ନିଜ ଭାଷାରେ ଜ୍ଞାନ ଆହରଣ କରିପାରନ୍ତି । ବିଶେଷ କରି ସ୍କୁଲ ପିଲାମାନେ ନିଜର ନିତିଦିନିଆ ପଢ଼ା ପାଇଁ ଉଇକିପିଡ଼ିଆ ବ୍ୟବହାର କରିପାରିବେ ।

 ପ୍ରଶ୍ନ: ଓଡ଼ିଆ ସଂପ୍ରଦାୟ ଓଡ଼ିଆ ଉଇକିପିଡ଼ିଆର ଅଭିବୃଦ୍ଧି ପାଇଁ ସହଯୋଗ କରୁଛନ୍ତି କି?

ହଁନିଶ୍ଚିତ ଭାବରେ କରୁଛନ୍ତି । ସେମାନଙ୍କ ସହଯୋଗ ବିନା ଆମେ ପାଦେ ବଢ଼ିପାରନ୍ତୁ ନାହିଁ । ସବୁଠୁ ବଡ଼ କଥା ହେଲା ଓଡ଼ିଶା ବାହାରେ ଥିବା ଓଡ଼ିଆ ମାନେ ଏଥିରେ ଅଧିକ ଭାଗ ନେବାପାଇଁ ଆଗ୍ରହ ଦେଖାଉଛନ୍ତି । ଅଧୁନା ଅନେକ ଲୋକଙ୍କ ଭିତରେ ଭାଷା ପାଇଁ ଅନୁରାଗ ମରିମରି ଯାଉଥିବା ବେଳେ ଓଡ଼ିଶାର ତିନୋଟି ସହରରେ ଓ ଓଡ଼ିଶା ବାହାରେ ତଥା ବିଦେଶରୁ ଅନେକ ଓଡ଼ିଆ ଏକ ମହତ କାମ ପାଇଁ ଏକାଠି ହେବା ଖୁବ ଏକ ଗୌରବର ବିଷୟ ।

 ପ୍ରଶ୍ନ: ଓଡ଼ିଆ ଉଇକିପିଡ଼ିଆ ଓଡ଼ିଆ ଭାଷାର ଅଭିବୃଦ୍ଧିରେ କିପରି ସହଯୋଗ କରିବ?

ଆଜିର ଯୁଗରେ ଆମେ ଆଧୁନିକ ଶିକ୍ଷା ପଦ୍ଧତିର ଉପଯୋଗ କରିବା ନିତାନ୍ତ ଜରୁରୀଆଜିର ଶିଶୁମାନେ କମ୍ପ୍ୟୁଟର ଓ ଇଣ୍ଟରନେଟର ବ୍ୟବହାର ଭଲକରି ଜାଣିଲେଣି ଓ ସେମାନଙ୍କ ଭବିଷ୍ୟତ ପାଇଁ ଏହା ଜାଣିବା ମଧ୍ୟ ଆବଶ୍ୟକ । ତେବେ ଟେକନୋଲୋଜିର ଏହି ବିକାଶରେ ମାତୃଭାଷାଟି ସମ୍ପୂର୍ଣ୍ଣ ଅବହେଳିତ ହୋଇପଡ଼ିଛି । ଅଭିଭାବକ ମାନଙ୍କ ଉଦାସୀନତା ତଥା ଅନଲାଇନରେ ଓଡ଼ିଆ ବହି ବା ଅନ୍ୟାନ୍ୟ ଶିକ୍ଷା ଉପକରଣ ଇଂରାଜି ଭଳି ଉପଲବ୍ଧ ହୁଏ ନାହିଁ। ତେଣୁ ଓଡ଼ିଆ ମାଧ୍ୟମ ପିଲାମାନେ ସ୍କୁଲ ପରେ ଓଡ଼ିଆରୁ ଦୂରେଇ ଯାଆନ୍ତି ଆଉ ଇଂରାଜି ମାଧ୍ୟମ ପିଲାମାନେ ମୂଳରୁ ଓଡ଼ିଆ ଛଡ଼ା ହୁଅନ୍ତି । ଏହିଭଳି ଏକ ଘଡ଼ିସନ୍ଧି କାଳରେ ଭାଷାକୁ ଟେକନୋଲୋଜିର ସହଯୋଗରେ ମାଗଣାରେ ଉପଲବ୍ଧ କରାଇଲେ ଓଡ଼ିଆରୁ ଦୂରେଇ ଯାଇଥିବା ଲୋକେ ପୁଣି ଓଡ଼ିଆମୁଖୀ ହେବେ । ତା ଛଡ଼ା ଆମ ଭାଷାର ଅନେକ ଉପାଦେୟ ବିଷୟ ଯୁଗ ଯୁଗ ପାଇଁ ଏକ ଖୋଲା ମାଧ୍ୟମରେ ଉପଲବ୍ଧ ହୋଇପାରିବ । ଇଣ୍ଟରନେଟର ବ୍ୟବହାରକାରୀମାନଙ୍କ ପାଇଁ ଏହା ବହିର ବିକଳ୍ପ ହୋଇପାରିବ ଆଉ ଯେଉଁମାନେ ଇଣ୍ଟରନେଟର ବ୍ୟବହାର ଜାଣନ୍ତିନାହିଁ ସେମାନେ ଏହାକୁ ପ୍ରିଣ୍ଟ କରି ପଢ଼ିପାରିବେ କିମ୍ବା ସିଡି ମାଧ୍ୟମରେ ଟିଭିରେ ଦେଖିପାରିବେ।

 ପ୍ରଶ୍ନ: ଏ ପର୍ଯ୍ୟନ୍ତ ଏଥିରେ କେତେ ଲେଖା ଅଛି?

ଏଥିରେ ଏଯାବତ ୨୭୦୦ ରୁ ଅଧିକ ପ୍ରସଙ୍ଗ ଅଛି ଓ ପ୍ରତିଦିନ ଅଧିକରୁ ଅଧିକ ପ୍ରସଙ୍ଗ ଯୋଡ଼ା ହେଉଛି ।


ପ୍ରଶ୍ନ: ଅନ୍ୟ ଭାରତୀୟ ଭାଷା ଅପେକ୍ଷା ଓଡ଼ିଆ ଭାଷା କାହିଁକି ଇଣ୍ଟରନେଟରେ ଏତେ ଜନପ୍ରିୟ ହୋଇନାହିଁ
?

ଓଡ଼ିଆ ଭାଷା ଯେ ଇଣ୍ଟରନେଟରେ ଜନପ୍ରିୟ ନୁହେଁ ସେକଥା ଭାବିବା ଭୁଲକେବଳ ଓଡ଼ିଆ ଉଇକିପିଡ଼ିଆ ମାସକୁ ୩ ଲକ୍ଷ ୫୦ ହଜାରରୁ ଅଧିକ ପାଠକଙ୍କ ଦେଇ ପଢ଼ାହେଉଛି । ତେବେ ୩.୭ କୋଟି ଲୋକସଂଖ୍ୟା ତୁଳନାରେ ଏହା ନଗଣ୍ୟ । ଆଉ ଏକଥା ସତ ଯେ ପୁରାତନ ଭାଷା ଶ୍ରେଣୀର ଭାଷା ହୋଇବି ଓଡ଼ିଆ ଭାଷା ଇଣ୍ଟରନେଟରେ ସେତେ ଜନପ୍ରିୟ ହୋଇପାରିନାହିଁଏହାର ମୂଳ କାରଣ ଓଡ଼ିଆ ମାନେ ଇଣ୍ଟରନେଟରେ ଓଡ଼ିଆର ବ୍ୟବହାର କରିବାକୁ ବିମୁଖ ବା କେମିତି ବ୍ୟବହାର କରିବେ ଜାଣିନାହାନ୍ତି । ତେବେ ଆଜିର ଯୁଗରେ ମୁଁ ଏମିତି ଅନେକ ଲୋକଙ୍କୁ ଭେଟିଛି ଯେଉଁମାନେ ଓଡ଼ିଆ କମ୍ପୁଟରରେ ବ୍ୟବହାର ଜାଣିବାକ୍ଷଣି ରେଳପରି ଲେଖିବା ଆରମ୍ଭ କରିଦିଅନ୍ତିସବୁଠୁ ଆନନ୍ଦର ବିଷୟ ଏହି ଗୋଷ୍ଠିରେ ଇଂରାଜୀ ମାଧ୍ୟମ ପିଲାଏ ବି ଅଛନ୍ତି । ସଭିଏଁ ଯେ ଓଡ଼ିଆରେ ଲେଖିବେ ଏକଥା ଭାବିବା ଭୁଲତେବେ ଓଡ଼ିଆ ବ୍ୟବହାର ପାଇଁ ଆଗ୍ରହୀ ଲୋକ ଅନେକ ଅଛନ୍ତିସେମାନଙ୍କ ପାଖରେ ଆଜି ଯାଏଁ କେହି ଇଣ୍ଟରନେଟରେ କେମିତି ଓଡ଼ିଆ ଲେଖିବେ ତାହାର ସମାଧାନ ନେଇ ପହଞ୍ଚିନାହାନ୍ତିନହେଲେ ଓଡ଼ିଆ ଇଣ୍ଟରନେଟରେ କେତେକାଳୁ କେତେ ଆଗରେ ପହଞ୍ଚିସାରନ୍ତାଣି ।

 ପ୍ରଶ୍ନ: ଆମ ଓଡ଼ିଆ ଭାଷାରେ କାହିଁକି ଫଣ୍ଟ ଓ ଜ୍ଞାନକୌଶଳର ଅଭିବୃଦ୍ଧି ହେଉନାହିଁ?

ଓଡ଼ିଆ ଫଣ୍ଟ ଓ ଟାଇପ କରିବାର ସୁବିଧା ଅନେକ କାଳୁ ଆସିଲାଣି ତଥା ଆଗରୁ ଏକ୍ସ.ପିଆଦିରେ ଯେଉଁ ଓଡ଼ିଆ ପଢ଼ିବାରେ ଅସୁବିଧା ଥିଲା ସେ ବି ଦୂର ହେଲାଣି । ତେବେ ଓଡ଼ିଶାରେ ସବୁଠୁ ବଡ଼ ଅସୁବିଧା ହେଲେ ଡିଟିପି ଓ ଖବରକାଗଜ ତଥା ପତ୍ରିକା ଆଦି ବହୁ ପୁରାତନ ଅଣ-ଇଉନିକୋଡ଼ ଫଣ୍ଟର ବ୍ୟବହାର ଆଜିବି କରୁଛନ୍ତି । ଦଶ ବର୍ଷ ତଳେ ଯେଉଁ ଟେକନୋଲୋଜିକୁ ଅଧିକାଂଶ ଭାଷାର ଖବରକାଗଜ ଫିଙ୍ଗିଦେଇ ଇଉନିକୋଡ଼ ଫଣ୍ଟକୁ ଆପଣେଇ ନେଇଥିଲେ ଆଜିବି ଆମ ପୁରୋଧା ଖବରକାଗଜମାନେ ଇଉନିକୋଡ଼ର (Unicode font) ବ୍ୟବହାର ଜାଣିଲେ ନାହିଁ । ଆପଣ ଗୁଗଲରେ ସମ୍ବାଦ କି ସମାଜର ଦି ଦିନ ଆଗର ଖବର ଖୋଜିପାରିବେ ନାହିଁ କି ତାକୁ କପି କରି ପୁନବ୍ୟବହାର କରିପାରିବେ ନାହିଁ । ଓଡ଼ିଶାରୁ ବାହାରୁଥିବା ସବୁ ଖବରକାଗଜ ଏହି ଅଣ-ଇଉନିକୋଡ଼ ଫଣ୍ଟରେ ନିଜ ଓ୍ବେବସାଇଟ ତିଆରିଛନ୍ତି । ଆଜିଯାଏଁ କେବଳ ଦି ସନଡେ ଇଣ୍ଡିଆନର ସାଇଟରେ ଇଉନିକୋଡ଼ର ବ୍ୟବହାର ଦେଖିବାକୁ ପାଇଲି ।

 ପ୍ରଶ୍ନ: ଆପଣଙ୍କ ମତର ସାମାଜିକ ମିଡ଼ିଆର ଅବଦାନ ଓଡ଼ିଆ ଭାଷାର ଅଭିବୃଦ୍ଧିରେ ସହଯୋଗ କରୁଛି କି?

ହଁବହୁଭାବରେ କରୁଛି । ଆଜିକାଲି ସହଜରେ ଲୋକଙ୍କ ପାଖରେ ପହଞ୍ଚିବାରେ ଫେସବୁକବ୍ଲଗ ଆଦି ସାମାଜିକ ମିଡ଼ିଆର ଭୁମିକା ଖୁବ ଗୁରୁତ୍ବପୂର୍ଣ୍ଣ । ବ୍ୟକ୍ତିଗତ ଭାବରେ ଓଡ଼ିଆରେ ଟାଇପ କେମିତି କରିବେ ଓ ଉଇକିପିଡ଼ିଆରେ କିପରି ଲେଖିବେ ଏସବୁ କଥା ବତାଇପାରିଛି । ଆଜି ଯଦି ଏତେ ସଂଖ୍ୟକ ଲୋକ ଇଣ୍ଟରନେଟରେ ଓଡ଼ିଆରେ ଲେଖୁଛନ୍ତି ତାହାକୁ ମୁଁ ସାମାଜିକ ମିଡ଼ିଆର ଅବଦାନ ବୋଲି ମଣେ । ଯାହା ଇ-ମେଲରେ ସମ୍ଭବ ନୁହେଁ ତାହା ଫେସବୁକରେ ସହଜସମ୍ଭବ ଓ ସୁବିଧାଜନକ ।

 ପ୍ରଶ୍ନ: ଓଡ଼ିଆ ଯୁବପିଢ଼ି ଓଡ଼ିଆ ଭାଷାକୁ ଅବହେଳା କରିବାର କାରଣ କଣ?

ଦେଖନ୍ତୁକଥା ହେଲେ ମୁଁ ଆଉ ଆପଣ ଓଡ଼ିଆ ସହ ଯୋଡ଼ିହୋଇ ରହିବାର କାରଣ ଆମର ନିଜ ଭାଷା ପ୍ରତି ଥିବା ଆବେଗ । ଏଇ ଆବେଗଟିକକ କେହି କାହାରି ମନରେ ବୁଣିପାରିବ ନାହିଁ । ଓଡ଼ିଆ ଯୁବପିଢ଼ିରୁ ଅଧାରୁ ଅଧିକ ଇଂରାଜୀ ମାଧ୍ୟମ ପଢୁଆପିଲାବେଳୁ ଓଡ଼ିଆର ବ୍ୟବହାର ପାଇଁ ସ୍କୁଲରେ ଆକଟ ଆଉ ଘରେ ବାପା ବୋଉଙ୍କ ଅବହେଳା । ଏମିତି ପରିବେଶରେ ବଢୁଥିବା କୌଣସି ପିଲା ମନରେ କେବେ ବି ଭାଷା ପ୍ରତି ମମତା ଆସିବନାହି ଁତେଣୁ ଯୁବପିଢ଼ି ଦୋଷୀ ନୁହେଁାସଲ ଦୋଷୀ ହେଲେ ଅଭିଭାବକଗଣ । ପିଲା ଘରେ ଓଡ଼ିଆ ଶିଖିବାର ପରିବେଶ ପାଇଲା ନାହିଁଟି.ଭିଭଲ କାର୍ଟୁନ ଚାନେଲଟିଏ ଓଡ଼ିଆରେ ନାହିଁ କି ପିଲାଙ୍କ କାର୍ଯ୍ୟକ୍ରମ ସବୁ ଓଡ଼ିଆ ବଦଳରେ ହିନ୍ଦୀ କି ଇଂରାଜୀରେ ଆସୁଛି । ଏପରିକି ଓଡ଼ିଆ ସ୍କୁଲରେ ବି ସାନବେଳୁ ଶିଖାଯାଉଛି ଚାକିରି ପାଇଁ ଇଂରାଜୀମାର୍କ ପାଇଁ ସଂସ୍କୃତ ଆଉ ପଇସା ପାଇଁ ହିନ୍ଦୀ“, ଓଡ଼ିଆ ପାଇଁ ଜାଗାଟେ ବାକି ରଖିଛନ୍ତି ଆମ ଶିକ୍ଷା ପୁରୋଧାମାନେନିରେଖି ଦେଖିଲେ ଦେଖିଲେ ଜଳ ଜଳ ଦିଶେ ଯେ ଓଡ଼ିଆ ପାଇଁ ରଡୁଥିବା ଲୋକଙ୍କ ପିଲେ କେବେ ଓଡ଼ିଆ କହନ୍ତି ନାହିଁ । ତେଣୁ ଦୋଷ କାହାର ସୁଧିଜନେ ବିଚାର କରିବେ!

 ପ୍ରଶ୍ନ: ଓଡ଼ିଆ ସରକାରମିଡ଼ିଆ ଓ କର୍ପୋରେଟ ଓଡ଼ିଆ ଭାଷାର ବିକାଶ ପାଇଁ କଣ କରିବା ଦରକାର?

ପ୍ରଥମେ ଓଡ଼ିଆ ସରକାର ଟେକନୋଲୋଜିର ଧାର ଧରୁନଥିବା ତଥାକଥିବ ଜରଦଗବ ମାନଙ୍କୁ ହଟାଇ ଶିଶୁ ମନସ୍ତତ୍ବକୁ ବୁଝୁଥିବା ଯୁବ ଭାଷାବିଦମାନଙ୍କୁ ପାଠ ଖସଡ଼ା କମିଟି ଭରନ୍ତୁ । ମିଡ଼ିଆ ଆମ ସମାଜ ଏକ ଟାଣୁଆ ଅଙ୍ଗତେଣୁ ସେମାନଙ୍କ ପରାମର୍ଶ ମଧ୍ୟ ପାଠ ଖସଡ଼ା ପାଇଁ ଏକାନ୍ତ ଲୋଡ଼ା । କୋମଳମତି ପିଲାଙ୍କୁ ୨ ୟ ଶ୍ରେଣୀରୁ ପନ୍ଦର ଗୋଟି ଭାଷା ବଦଳରେ କେବଳ ଓଡ଼ିଆ ଶିଖାଯାଉ । ଶିଶୁ ନିଜ ମାତୃଭାଷାରେ ଯଦି ଦମ୍ଭିଲା ହେବ ତାକୁ ଅନ୍ୟ ଭାଷା ଆୟତ କରିବା ପାଇଁ କେବେ କଷଣ ଭୋଗିବାକୁ ପଡ଼ିବ ନାହିଁ । ମିଡ଼ିଆ ବା ଗଣମାଧ୍ୟମ ଯେଉଁ ସାଧାରଣ ଓଡ଼ିଆଙ୍କ ପାଇଁ ସମ୍ବାଦ ପ୍ରକାଶ କରୁଛନ୍ତି ସେଥିରେ ଖେଚୁଡ଼ି ଭାଷାର ବ୍ୟବହାର ନ କଲେ କଣ ସେ ସମ୍ବାଦରେ ଗଣା ହୁଅନ୍ତା ନାହିଁ । ଓଡ଼ିଆ ଶବ୍ଦର ଅଭାବରେ ଆମେ ସଭିଏଁ ଇଂରାଜୀର ବ୍ୟବହାର କରୁହେଲେ ଅଯଥାରେ ହିନ୍ଦୀ ପରି ଏକ ନବଗଠିତ ଭାଷାର ଶବ୍ଦ ଯେଉଁ ପରିମାଣରେ ଆଜିର ମିଡ଼ିଆ ବ୍ୟବହାର କରୁଛନ୍ତିଭାବନ୍ତୁ ତ ପାଞ୍ଚ ବର୍ଷ ପରର ଅବସ୍ଥା କଣ ଥିବବୋଧେ ସବୁ ଓଡ଼ିଆ ଶବ୍ଦ ହଟିଯାଇ ତା ବଦଳରେ ହିନ୍ଦୀ ଶବ୍ଦ ଥିବ । ମିଡ଼ିଆର ପ୍ରଭାବ ସମାଜ ଉପରେ ସାଧାରଣ ବହି ତୁଳନାରେ ଖୁବ ଅଧିକ ପଡେ । ପିଇବା ପାଣି ଯଦି ଗୋଳିଆ ହେବ ତାହେଲେ ଆଉ କିଛି ସଜାଡ଼ି ହେବ କିଓଡ଼ିଆ ଏଫ.ଏମଚାନେଲ ଯେଉଁ ବିକୃତ ଖେଚୁଡ଼ି ହିନ୍ଦୀ-ଇଂରାଜୀରେ ଓଡ଼ିଆ ନାଁକୁ ମାତ୍ର ଛୁଙ୍କ ଦେଇ ପରସୁଛନ୍ତି ତାକୁ ଶକ୍ତ ଭାବେ ବିରୋଧ ଓ ଅବଦମନ କରାଯାଉ । କର୍ପୋରେଟମାନେ ସବୁକାଳେ ଇଂରାଜୀର ବହୁଳ ବ୍ୟବହାର କରିଥାନ୍ତିବର୍ଷେ ଆଗରୁ ମୁଁ ନିଜେ ଭୁକ୍ତଭୋଗୀ ଥିଲି । ସେମାନଙ୍କ ଭୁମିକାଠୁ ଘରପରିବାରସ୍କୁଲ ପରିବେଶ ଓ ପାଠ ଖସଡ଼ା ତଥା ମିଡ଼ିଆ ମୁଖ୍ୟତ ଟିଭି ଓ ଏଫ.ଏମପରି ଦ୍ରୁତଗାମୀ ମିଡ଼ିଆ ଏସବୁକୁ ଆଉଥରେ ବୁଝିବିଚାରି ସଜାଡ଼ିବାର ଘୋର ଆବଶ୍ୟକତା ରହିଛି । ଓଡ଼ିଆ ଭାଷାର ବିକାଶ ଜଣ ଜଣ କରି ଆମ ଭଳି ସାଧାରଣ ଲୋକଙ୍କ ଠାରୁ ଆରମ୍ଭ ହେବ । କର୍ଣ୍ଣାଟକରେ ବିନା କନ୍ନଡ଼ ସାଇନବୋର୍ଡ଼ ଭଙ୍ଗା ତଥା ମୁମ୍ବାଇ ମରାଠୀ ଭାଷାର ବୁଡ଼ନ୍ତା ନାବକୁ ବଞ୍ଚାଇବା ପାଇଁ ଯେଉଁଭଳି ଆନ୍ଦୋଳନ ତେଜିଥିଲା ଓଡ଼ିଶାରେ ସେମିତି କିଛି ହେଉଭାଷାର ଚେର ହାଣୁଥିବା ଖେଚୁଡ଼ି ପାଚକଙ୍କ ଚେତା ପଶିବ ଭାଷା-ଜନନୀର ଅବମାନନା କଲେ କି ଦଶା ହେବ । ସବୁ ଜିନିଷ ତ ଆଉ ଗେଲରେ ବୁଝାଇସୁଝାଇ କରାଯାଏନି ନାଁ!

 (ଶୁଭାଶିଷ ପାଣିଗ୍ରାହୀକମ୍ୟୁନିଟି ସପୋର୍ଟଇଣ୍ଡିଆ ପ୍ରୋଗ୍ରାମ (ଉଇକିପିଡ଼ିଆ), ନୂଆଦିଲ୍ଲୀ)

Share in top social networks!