ବିଶିଷ୍ଟ ଜନସେବୀ ଅଇଁଠୁ ସାହୁଙ୍କ ବିୟୋଗରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ଶୋକ

44601
ପୂର୍ବତନ ମନ୍ତ୍ରୀ,ପଶ୍ଚିମ ଓଡିଶା ବିକାଶ ପରିଷଦର ପୂର୍ବତନ ଅଧ୍ୟକ୍ଷ,ପୂର୍ବତନ ସାଂସଦ ତଥା ପଶ୍ଚିମ ଓଡିଶାର ବରିଷ୍ଠ ନେତା ଅଇଁଠୁ ସାହୁଙ୍କ ବିୟୋଗରେ ମାନ୍ୟବର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ସୁବ୍ରତ ତରାଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଶ୍ରୀତରାଇ ଏକ ଶୋକବାର୍ତ୍ତାରେ କହିଛନ୍ତି ଯେ,ଜଣେ ସୁଦକ୍ଷ ସଂଗଠନ ଓ ବିଶିଷ୍ଟ କୃଷକ ନେତା ଭାବେ ଅଇଁଠୁ ସାହୁ ସାରା ରାଜ୍ୟରେ ପରିଚିତ ଥିଲେ । ତାଙ୍କ ବିୟୋଗରେ ରାଜ୍ୟ ଜଣେ ଜନପ୍ରିୟ ନେତାଙ୍କୁ ହରାଇଲା ସେ ଜଣେ ନିଃସ୍ଵାର୍ଥପର ସମାଜସେବୀ,ବଳିଷ୍ଠ ସଂଗଠନ ଓ ସାଲିସ୍ ବିହୀନ ରାଜନୀତିଜ୍ଞ ଭାବେ ଓଡିଶାର ପୁରପଲ୍ଲୀରେ ପରିଚିତ ଥିଲେ । ମନ୍ତ୍ରୀ ଶ୍ରୀ ତରାଇ ସ୍ଵର୍ଗତ ଆତ୍ମାର ସଦଗତି କାମନା କରିବା ସଙ୍ଗେ ସଙ୍ଗେ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।

Share in top social networks!