ରାଜ୍ୟଗୋଷ୍ଠୀ କ୍ରୀଡାରେ ସଫଳତା ପାଇଁ କ୍ରୀଡା ମନ୍ତ୍ରୀଙ୍କ ଶୁଭେଚ୍ଛା

images (1)
ନିକଟରେ ମାଲେସିଆର ପେନାଙ୍ଗଠାରେ ଆୟୋଜିତ ହୋଇଥିବା ରାଜ୍ୟଗୋଷ୍ଠୀ ଭାରୋତ୍ତଳନ ଚାମ୍ପିୟାନସିପ ରେ ଓଡିଆ ଖେଳାଳି ସୁଶ୍ରୀ ମିନତୀ ସେଠୀ ଓ ଜୁନିଅର ବାଳକ ବର୍ଗରେ ଅଚ୍ୟୁତାନନ୍ଦ ସାହୁ ବ୍ରୋଞ୍ଜ ପଦକ ଏବଂ ଜୁନିଅର ବାଳିକା ବିଭାଗରେ ପ୍ରମିଳା କିର୍ସାନୀ ରୌପ୍ୟ ପଦକ ହାସଲ କରିଥିବା ଏହି ଖେଳାଳିମାନଙ୍କୁ କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡାରେ ଏହାଏକ ବିରଳ ସଫଳତା ବୋଲି କହିବା ସହ ଏହି ଖେଳାଳିମାନଙ୍କୁ ଅଧିକ ପ୍ରଶିକ୍ଷଣ ଦେବା ପାଇଁ ସୁଯୋଗ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଏଠାରେ ପ୍ରକାଶଯୋଗ୍ୟ ଯେ,ରାଜ୍ୟରେ କ୍ରୀଡା ଭିତ୍ତିଭୂମିର ବିକାଶ ସହ ଉନ୍ନତମାନର ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବା ପରେ କ୍ରୀଡା କ୍ଷେତ୍ରରେ ଓଡିଆ କ୍ରୀଡା ପ୍ରତିଭାମାନେ ଉନ୍ନତ ପ୍ରଦର୍ଶନ କରୁଥିବା ପରିଲକ୍ଷିତ ହେଉଛି । ମନ୍ତ୍ରୀ ଶ୍ରୀ ମାଝୀ ଏହି ସଫଳତାରେ ସନ୍ତୋଷ ପ୍ରକାଶ କରିଛନ୍ତି ।

Share in top social networks!