ସମାଜରେ ସଂସ୍କାର ଆଣିବା ଭଳି ନାଟକ ପରିବେଷଣ ହେଉ-ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ

images
ଜୀବନ ଏକ ନାଟକ ଏବଂ ନାଟକ ମାଧ୍ୟମରେ ଜୀବନର ବାସ୍ତବ ପ୍ରତିଫଳନ,ଏ ଦୁଇଟି ପ୍ରକ୍ରିୟା ପରସ୍ପର ପରିପୂରକ । ଆଙ୍ଗିକ କଳା,ସାହିତ୍ୟ ଓ ଏସବୁର ଜୀବନ୍ତ ପରିପ୍ରକାଶ ନାଟକକୁ ଉଚ୍ଚକୋଟୀର କରିଥାଏ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ମତ ପ୍ରକାଶ କରିଛନ୍ତି । ଗତକାଲି ବିଭାଗର ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବରେ ମୁଖ୍ୟାତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଦେବ କହିଥିଲେ ସମାଜରେ ସଂସ୍କାର ଆଣିବା ଭଳି ନାଟକ ପରିବେଷଣ ହେଲେ ଏହା ଦର୍ଶକଙ୍କ ମାନସପଟରେ ଚିରସ୍ଥାୟୀ ହେବା ସହ ସମାଜରେ ସକାରାତ୍ମକ ପ୍ରଭାବ ପକାଇଥାଏ । ଏଭଳି ଏକ ଉଦ୍ଦେଶ୍ୟ ରଖି ଏକଦା ଓଡିଶାରେ ସ୍ଥାପିତ ହୋଇଥିବା ଅନ୍ନପୂର୍ଣା ‘ବି’ଗ୍ରୁପ ନାଟକ ସଂସ୍ଥା ଆଜି ବି ଓଡିଶା ନାଟକ ଇତିହାସରେ ସଜୀବ ଅଛି । ଓଡିଶାର ଏହି ନାଟକ କଳା ବେସରକାରୀ ସଂସ୍କୃତିକ ଅନୁଷ୍ଠାନିଗୁଡିକ ମଧ୍ୟରେ କେବଳ ସୀମିତ ନାହିଁ ଅଧିକନ୍ତୁ ସରକାରୀ ବିଭାଗ ମଧ୍ୟ ଧାରାବାହିକ ଭାବରେ ନାଟକ ପରିବେଷଣ କରୁଛନ୍ତି ବୋଲି ମନ୍ତ୍ରୀ ତାଙ୍କ ବକ୍ତବ୍ୟ ମାଧ୍ୟମରେ ପ୍ରଶଂସା କରିଥିଲେ । ସଂସ୍କୃତିକ ପରିଷଦର ପତ୍ରିକା ‘ଝଲକ’ ଏହି ଅବସରରେ ଉନ୍ମୋଚିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ,ଯୁଗ୍ମ ଶାସନ ସଚିବ ଓ ପରିଷଦର ସଭାପତି ତଥା ସମ୍ପାଦକ ନିଜ ନିଜର ଭାଷଣ ରଖିଥିଲେ । ପରିଶେଷରେ ନାଟକ ‘କଳା ରାତିର ଜହ୍ନ’ ପରିବେଷିତ ହୋଇଥିଲା ।

Share in top social networks!