ଜେଇ ମେନ୍ ପରୀକ୍ଷା କେନ୍ଦ୍ର ୯ଟି ସହରରେ

45687
ସର୍ବଭାରତୀୟ ସ୍ତରରେ ହେଉଥିବା ଜେଇର ମେନ୍ ପରୀକ୍ଷା ପାଇଁ ଓଡିଶାରେ ୯ଟି ସହରରେ ପରୀକ୍ଷାକେନ୍ଦ୍ର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ସିବିଏସଇ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ରାଜ୍ୟ ବୈଷୟିକ ତାଲିମ କେନ୍ଦ୍ର ପକ୍ଷରୁ ୧୦ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର କରିବା ପାଇଁ ପ୍ରସ୍ତାବ ଦିଆଯାଇଥିବାବେଳେ କେବଳ ଭଦ୍ରକ ସହରକୁ ଛାଡି ଅନ୍ୟ ସମସ୍ତ ସହରରେ ଏହି ପରୀକ୍ଷା କେନ୍ଦ୍ର କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରତାପ ଦେବ ପ୍ରକାଶ କରିଛନ୍ତି । ତେବେ ଭଦ୍ରକ ସହରରରେ ପରୀକ୍ଷାକେନ୍ଦ୍ର ହେବାନେଇ ମଧ୍ୟ ସରକାର ଆଶାବାଦୀ ରହିଥିବା କଥାସେ ପ୍ରକାଶ କରିଛନ୍ତି । ଯେଉଁ ୯ଟି ସହର ରେ ପରୀକ୍ଷା କେନ୍ଦ୍ର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ସେଗୁଡିକ ମଧ୍ୟରେ ରହିଛି ବାଲେଶ୍ଵର,କଟକ,ଭବାନୀପାଟଣା,ଭୁବନେଶ୍ଵର,ବ୍ରହ୍ମପୁରା,ଜୟପୁର,ରାଉରକେଲା,ସମ୍ବଲପୁର,ଅନୁଗୁଳ । ୯ଟି ସହରରେ ହେବାକୁ ଥିବା ପରୀକ୍ଷାରେ ଉଭୟ ଅନଲାଇନ ଓ ଅପଲାଇନ ଉଭୟ କ୍ଷେତ୍ରରେ ପରୀକ୍ଷା ହେବ । ମିଳିଥିବା ସୂଚନା ଅନୁସାରେ ଆସନ୍ତା ଅପ୍ରେଲ ମାସ ୬ତାରିଖରେ ପରୀକ୍ଷା ହେବାକୁ ରହିଥିବା ବେଳେ ଅପ୍ରେଲ ୯,୧୧,୧୨ ଓ ୧୯ ତାରିଖରେ ଅନଲାଇନ ମାଧ୍ୟମରେ ପରୀକ୍ଷା ହେବାପାଇଁ ନିସପାତି ହୋଇଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ଯେ ଚଳିତବର୍ଷ ଓଡିଶାଜେଇଇ ପ୍ରବେଶିକା ପରିକ୍ଷାକୁ ଉଠାଇଦିଆଯାଇଛି । ସମସ୍ତ ଛାତ୍ରଛାତ୍ରୀ ମାନେ ସର୍ବଭାରତୀୟ ସ୍ତରରେ ହେବାକୁ ଥିବା ପରୀକ୍ଷାରେ ପରୀକ୍ଷା ଦେବେ ।

Share in top social networks!