ବାଣିଜ୍ୟ ମେଳାରେ ଡ଼ିଜେ ପ୍ରତିଯୋଗୀତା : ବାଣିଜ୍ୟକୁ ନେଇ ପ୍ରସ୍ତୁତ ନାଚ ଡାନ୍ସନୋମି କଳା ଲୋକଙ୍କ ମନୋରଞ୍ଜନ

unnamed (5)ଇଡକୋ ପ୍ରଦର୍ଶନୀ ପଡିଆରେ ଚାଲିଥିବା ବାଣିଜ୍ୟ ମେଳା-ଏଣ୍ଟରପ୍ରାଇଜ୍ ଓଡିଶା ୨୦୧୩ ରେ ଆୟୋଜନ କରାଯାଇଥିଲା ଏକ ଭିନ୍ନ ଧାରଣର ପ୍ରତିଯୋଗୀତା । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ବଛାବଛା ୫ ଜଣ ଡ଼ିଜେ ଏଥିରେ ନୂଆ ପୁରୁଣା,ଓଡିଆ,ହିନ୍ଦୀ,ଇଂରାଜୀ ଗୀତାକୁ ନେଇ ପ୍ରସ୍ତୁତ କରିଥିଲେ କିଛି ଭିନ୍ନ ଧରଣର ଡ଼ିଜେ । କାରଣ ଅବସର ଥିଲା ପ୍ରତିଯୋଗୀତାର । ଆଉ ଏହି ପ୍ରତିଯୋଗିତାର ବିଚାରକ ସାଜିଥିଲେ ଖୋଦ୍ ମେଳା ବୁଲିବାକୁ ଆସିଥିବା ସାଧାରଣ ଲୋକେ । ତେଣୁ ସାଧାରଣ ଲୋକଙ୍କୁ ନିଜ କଳାରେ ବାନ୍ଧି ରଖିବା ପାଇଁ ଡ଼ିଜେ ମାନେ କୌଣସି ମଉକା ହାତ ଛଡା କରିନଥିଲେ । ସ୍ପଟ୍ ଲାଇଟ୍ ଇଭେଣ୍ଟସ୍ ପକ୍ଷରୁ ଏହି ଅଭିନବ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏଥିରେ ଡ଼ିଜେ ଏନ୍ କେ,ଡ଼ିଜେ ଆଜେକ୍ସ,ଡକ୍ଟର ଡେଥ୍ ,ଡ଼ିଜେ ଏଲକେ ଏବଂ ଡ଼ିଜେ ବର୍ଦ୍ଧନ ଭାଗ ନେଇଥିଲ । ସେମାନେ ରୋମାଣ୍ଟିକ୍ ଓଡିଆ,ହିନ୍ଦୀ ଏବଂ ଇଂରାଜୀ ସହ ହୃଦୟସ୍ପର୍ଶୀ ଦେଶାତ୍ମବୋଧକ ଗୀତ ପ୍ରସ୍ତୁତ କରିଥିଲେ । ଡ଼ିଜେ NK ଙ୍କର ଅକ୍ଷୟ ମହାନ୍ତିଙ୍କର ବହୁ ଚର୍ଚ୍ଚିତ ଏବଂ ଲୋକପ୍ରିୟ ମାଙ୍କଡ ଗୀତାକୁ ନେଇ ତିଆରି ଡ଼ିଜେ ଧୁନ୍ କୁ ଲୋକମାନେ ମନଭରି ଉପଭୋଗ କରିଥିଲେ । ନୂଆପୁରୁଣା ଗୀତକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଭିନ୍ନ ଧରଣର ଡ଼ିଜେ ପ୍ରତିଯୋଗିତାରେ ଲୋକମାନେ ନିଜ ପସନ୍ଦର ଡ଼ିଜେ ଙ୍କୁ ମାର୍କ ଦେଇ ଅନ୍ ଦ ସ୍ପଟ୍ ବିଜେତା ଘୋଷଣା କରିଥିଲେ । ଶେଷରେ ବରିଷ୍ଠ ସାମ୍ବାଦିକ ତଥା ୱେବ୍ ଚ୍ୟାନେଲ୍ ‘ଓଡିଶା ଲାଇଭ୍’ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ନୀଳାମ୍ବର ରଥ ଓ ସ୍ପଟ୍ ଲାଇଟ୍ ଇଭେଣ୍ଟସ୍ ର ସୌମ୍ୟ ପାତ୍ର ବିଜେତା ଡ଼ିଜେ NK ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସେହିପରି ସ୍ପଟ୍ ଲାଇଟ୍ ଇଭେଣ୍ଟସ୍ ପକ୍ଷରୁ ଡାନସୋନୋମି ନାମକ ଏକ ଭିନ୍ନ ଧରଣର ଥିମ୍ କୁ ନେଇ ନାଚ ପ୍ରସ୍ତୁତ କରାଯାଇଥିଲା, ଯେଉଁଥିରେ ବାଣିଜ୍ୟକୁ ବିଷୟ ଆକାରରେ କଳାକାରମାନେ ପ୍ରାଧାନ୍ୟ ଦେଇଥିଲେ । ହରି ଓ ଟିମ୍ ଙ୍କ ନୃତ୍ୟକୁ ଲୋକମାନେ ବେଶ୍ ପ୍ରଶଂସା କରିଥିଲେ । ଏହାକୁ ସିଆଇଆଇର ଓଡିଶା ହେଡ୍ ସୁପର୍ଣ୍ଣା ନନ୍ଦ ଉଦଘାଟନ କରିଥିଲେ । ପରେ ପରେ ଭଏସ୍ ଅଫ୍ ଓଡିଶାର ବିଜେତା ବିଷ୍ଣୁ ମୋହନ କବିଙ୍କ କଣ୍ଠରେ ଦର୍ଶକ ହିନ୍ଦୀ ,ଓଡିଶା ଗୀତାରେ ଝୁମିଥିଲେ । ବିଷ୍ଣୁ ଓଡିଶା ଗୀତ ‘ମୟୂରୀଗୋ ତୁମେ…..’, ‘ମିଠା ମିଠା ଛୁଆଁରେ ….’ ଏବଂ ହିନ୍ଦୀ ଗୀତ ‘ ଲୁଙ୍ଗୀ ଡ୍ୟାନ୍ସ…’ ‘ବତ୍ତମିଜ୍ ଦିଲ୍…’ ଏବଂ ‘ରଫତା…ରଫତା …’ ଭଳି ଗୀତ ଗାଇ ଦର୍ଶକଙ୍କୁ ମୁଗ୍ଧ କରିଥିଲେ । ଶେଷରେ କୁଚିଣ୍ଡା ଆପ୍ଳାଏନ୍ସ ଆଣ୍ଡ ମଡ୍ୟୁଲାର କିଚେନ୍ ର ବିତରକ ସଞ୍ଜୟ ଚୌଧୁରୀ,ଧାମରାପୋର୍ଟ ର ଏଜିଏମ୍ ଏବଂ ସିଆରଏସ୍ ଆଣ୍ଡ କର୍ପୋରେଟ୍ କମ୍ୟୁନିକେସନ୍ ର ହିମାଂଶୁ ଏସ୍.ସାହୁ ଏବଂ ମେଡିଆଲର୍ଣ୍ଣିଂ ର ସହ ନିର୍ଦ୍ଦେଶିକା ସୌମ୍ୟା ପରିଡା ଡାନସୋନୋମୀ ରେ ଭାଗ ନେଇଥିବା ସମସ୍ତ କଳାକାରଙ୍କ ସହ ବିଷ୍ଣୁ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Share in top social networks!