ରାଜସ୍ତରୀୟ ଆଲୋଚନା ଚକ୍ର –“ କର୍ମଚାରୀ ସଶକ୍ତିକରଣ”

unnamed (7)ଆଜି ୨୮ ତାରିଖ ନଭେମ୍ବର ୨୦୧୩ ଦିବା ୧୧ ତା ୩୦ ମିନିଟ୍ ସମୟରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର କଲେଜର ସେମିନାର ପ୍ରକୋଷ୍ଠରେ MA,PM, & IR ବିଭାଗ ତରଫରୁ କର୍ମଚାରୀ ସଶକ୍ତିକରଣ ଉପରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ TATA ଷ୍ଟିଲ୍ ର senior vice president ଶ୍ରୀଯୁକ୍ତ ଅରୁଣ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ TATA ଷ୍ଟିଲ୍ ରେ କର୍ମଚାରୀ ସଶକ୍ତିକରଣର ପ୍ରାଧାନ୍ୟତା ଉପରେ ମତବ୍ୟକ୍ତ କରିଥିଲେ । ପ୍ରଫେସର ସନ୍ତୋଷ ତ୍ରିପାଠୀ ଉତ୍କଳ ବିଶ୍ୱବିଦ୍ୟାଳୟ,ବାଣୀବିହାର ,ଭୁବନେଶ୍ଵର ମୁଖ୍ୟବକ୍ତା ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନେ ଭବିଷ୍ୟତରେ କିପରି ଏକ ସଫଳ କର୍ମଚାରୀ ରୂପେ ନିଜର କର୍ତ୍ତବ୍ୟ ସମ୍ପାଦନ କରିପାରିବେ ତାହା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । କଲେଜର ଅଧ୍ୟକ୍ଷା ଶ୍ରୀମତୀ ଗୀତିକା ପଟ୍ଟନାୟକ ଏବଂ କଲେଜର Academic dean ନିଜ ନିଜର ବକ୍ତବ୍ୟ ପ୍ରଦାନ କରି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । Managing Trustee (yours) ଶ୍ରୀଯୁକ୍ତ ସନ୍ତୋଷ ବେଜ୍,ବିଭାଗୀୟ ମୁଖ୍ୟା ଶ୍ରୀମତୀ ପ୍ରଜ୍ଞା ପାରମିତା ସାହୁ,ବିଭାଗୀୟ ପରିଚାଳକ କୈଳାସ ଚନ୍ଦ୍ର ଜେନା ଏବଂ ପବିତ୍ର ପାଢି ସଭାପରିଚାଳନାରେ ସହଯୋଗ କରିଥିଲେ । ଅତିଥି ମାନଙ୍କ ସହିତ ଛାତ୍ରଛାତ୍ରୀଙ୍କର interaction session ଅନୁଷ୍ଠିତ ହୋଇଥିଲା ।

Share in top social networks!