ଆମୱେ ଅପରଚ୍ୟୁନିଟି ଫାଉଣ୍ଡେସନର ଶିଶୁ ଓ ବିଶ୍ଵ ସେବା ସପ୍ତାହ କାର୍ଯ୍ୟକ୍ରମ ଉଦଯାପିତ

unnamed (2)
ଆମୱେ ଇଣ୍ଡିଆର କର୍ପୋରେଟ ସାମାଜିକ ଦାୟିତ୍ଵବୋଧର ଅଂଶ ଆମୱେ ଅପରଚ୍ୟୁନିଟି ଫାଉଣ୍ଡେଶନ ପକ୍ଷରୁ ୩ ଦିନିଆ ସେବା ସପ୍ତାହ ଓ ଶିଶୁ କାର୍ଯ୍ୟକ୍ରମ ଉତ୍ସବ ଉଦଯାପିତ ହୋଇଛି । ଆମୱେ ‘ୱାନ ବାଇ ୱାନ’ଅଭିଯାନର ୧୦ମ ବାର୍ଷିକ ଅବସରରେ ଦେଶବ୍ୟାପୀ ଏହି କାର୍ଯ୍ୟକ୍ରମ ପାଳିତ ହୋଇଥିଲା । ଭୁବନେଶ୍ୱରଠାରେ ଆୟୋଜିତ କାର୍ଯ୍ୟକ୍ରମ ଚିତ୍ରାଙ୍କନ ପ୍ରତିଯୋଗୀତା ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ପ୍ରଦର୍ଶନୀ ଆୟୋଜନ ସହ ଉଦଯାପିତ ହୋଇଥିଲା । ଏଥିରେ ମହାରଥା ବିଦ୍ୟାପୀଠ,ନହରକଣ୍ଟା ପ୍ରାଥମିକ ବିଦ୍ୟାଳୟ,ବି.ଯେ.ବି ବିଦ୍ୟାମନ୍ଦିର,ସରସ୍ଵତୀ ଶିକ୍ଷା ମନ୍ଦିର,ରମାଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଓଡିଶା ଷ୍ଟେଟ ବ୍ରିଗେଡ ସୈନିକ ସ୍କୁଲର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ୩ଦିନିଆ କାର୍ଯ୍ୟକ୍ରମରେ ୨୦୦ ପ୍ରତିଯୋଗୀତା ପ୍ରବନ୍ଧ ରଚନା,କୌତୁକ ପୋଷାକ,ବ୍ରକୃତା,ଶାସ୍ତ୍ରୀୟ ନୃତ୍ୟ ଇ ସଙ୍ଗୀତ ପ୍ରତୋଯୋଗୀତାରେ ଅଂଶଗ୍ରହଣ କରିଥିଲେ । ସମସ୍ତ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ବେଶ ଉତ୍ସାହର ସହ ଅଂଶଗ୍ରହଣ କରିଥିବା ଦେଖାଯାଇଥିଲା । ସମସ୍ତ ପ୍ରତିଯୋଗୀଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବା ସହ ବିଜେତାଙ୍କୁ ସ୍ଵତନ୍ତ୍ର ଉପହାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶା ମାଧ୍ୟମିକ ବୋର୍ଡ ଜୋନାଲ ଅଫିସ ଭୁବନେଶ୍ଵର ଉପନିର୍ଦ୍ଦେଶକ ଗୋପାଳ ଚନ୍ଦ୍ର ବାରିକ,କ୍ଲଷ୍ଟର ରିସର୍ଚ୍ଚ କୋଅର୍ଡିନେଟର ସନ୍ତୋଷ କୁମାର ପରିଡା ଯୋଗ ଦେଇଥିଲେ । ଆମୱେ ଅପରଚ୍ୟୁନିଟି ଫାଉଣ୍ଡେସନ ସଦସ୍ୟ ତଥା ଆମୱେ ଇଣ୍ଡିଆ ଉପସଭାପତି ଦିପ୍ତାରାଗ ଭଟ୍ଟାଚାର୍ଜ୍ୟ କହିଥିଲେ ଯେ,ଏହି କାର୍ଯ୍ୟକ୍ରମ ଦ୍ଵାରା ଶିଶୁ ମାନେ ଉପକୃତ ହୋଇଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ । ପିଲାମାନଙ୍କ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ବେଶ ପ୍ରଶଂସନୀୟ ।ତେଣୁ ପିଲାମାନଙ୍କ ଅନ୍ତର୍ଭୁକ୍ତ ଅଭିବୃଦ୍ଧି ପାଇଁ ଅଧିକରୁ ଅଧିକ କମ୍ପାନୀ ଏ ପ୍ରକାର କାର୍ଯ୍ୟକ୍ରମରେ ସାମିଲ ହେବାକୁ ସେ ପରାମର୍ଶ ଦେଇଥିଲେ । ପଲ୍ଲୀ ଉନ୍ନୟନ ସେବା ସମିତିର ସଂପାଦିକା ସ୍ଵାତୀ ସୁଚିସ୍ମିତା ପାତ୍ର ଏହି ଅବସରରେ କହିଥିଲେ ,ରାଷ୍ଟର ମୂଳଦୁଆ ହେଉଛନ୍ତି ଶିଶୁ । ଏହି ପ୍ରଯୋଗିତାରେ ଆମ ଶିଶୁମାନେ କେତେ ନିଷ୍ଠାର ସହ କଠୋର ପରିଶ୍ରମ କରିଛନ୍ତି ତାହା ହୋଇଛି । ଏହାଦ୍ୱାରା ଶିଶୁମାନଙ୍କ ଉତ୍ସାହ ବଢିବ ଓ ସେମାନେ ଜୀବନରେ ଉନ୍ନତି କରିବେ ବୋଲି ସେ କହିଥିଲେ ।

Share in top social networks!