ମତ୍ସ୍ୟଜୀବୀଙ୍କ ପାଇଁ ୫୧କୋଟି ଟଙ୍କା ବ୍ୟବସ୍ଥା; ଡଙ୍ଗାପ୍ରତି ୭୫ହଜାର ଓ ଜାଲ ପ୍ରତି ୨୫ ହଜାର ଟଙ୍କା ରିହାତି

images (1)ସାମୁଦ୍ରିକ ଝଡ ଫାଇଲିନ୍ ରେ କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ପାଇଁ ମତ୍ସ୍ୟ ଓ କୃଷି ସମ୍ପଦ ବିଭାଗ ପକ୍ଷରୁ ୫୧ କୋଟି ଟଙ୍କା ର ବ୍ୟବସ୍ଥା କରାଯାଇଅଛି । ଯେଉଁଥିରେ ପ୍ରତି କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କୁ ଡଙ୍ଗା ପ୍ରତି ୭୫ହଜାର ଓ ଜାଲ ପ୍ରତି ୨୫ ହଜାର ଟଙ୍କା ରିହାତିରେ ଯୋଗାଇଦିଆଯିବ । ତେଣୁ ରାଜ୍ୟ ସରକାର ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ମାଧ୍ୟମରେ ୫୦୦୦ ବିଭିନ୍ନ ପ୍ରକାର ଡଙ୍ଗା ଓ ଆବଶ୍ୟକ ଜାଲ ଯୋଗାଇ ଦେବାପାଇଁ ଏହି ରିହାତିଘୋଷଣା କରିଛନ୍ତି ବୋଲି ରାଜ୍ୟ କୃଷି,ମତ୍ସ୍ୟସମ୍ପଦ ବିକାଶ ଏବଂ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ପ୍ରକାଶ କରିଛନ୍ତି । ବୁଧବାର ପୂର୍ବାହ୍ନ ରେ ପାନ୍ଥନିବାସ ସମ୍ମିଳନୀ କକ୍ଷରେ ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ରାଷ୍ଟ୍ରୀୟ କୃଷି ବିକାଶ ଜୋହାନା ସହାୟତାରେ ମତ୍ସ୍ୟଜୀବୀଙ୍କୁ ଡଙ୍ଗା,ଜାଲ ଓ ବ୍ୟାଙ୍କ ଋଣ ପ୍ରଦାନ ସମ୍ପର୍କିତ ଏକ କର୍ମଶାଳାରେ ମନ୍ତ୍ରୀ ଶ୍ରୀ ମିଶ୍ର ଯୋଗଦେଇ ଏହା ପ୍ରକାଶ କରିଥିଲେ । ମତ୍ସ୍ୟଜୀବୀ ମାନେ କିପରି ସହଜ ଏବଂ ସୁବିଧାରେ ରିହାତି ପାଇପାରିବେ ସେଥିପ୍ରତି ଧ୍ୟାନଦେବାକୁ ବିଭାଗୀୟ ଅଧିକାରୀ ଙ୍କୁ ମନ୍ତ୍ରୀ ତାଗିଦ କରିଥିଲେ । ଏହି ସମ୍ମିଳନୀରେ ମତ୍ସ୍ୟ ବିଭାଗ ସଚିବ ବିଷ୍ଣୁ ସେଠୀ,ମତ୍ସ୍ୟବିଭାଗ ଉପନିର୍ଦ୍ଦେଶକ ପି. କୃଷ୍ଣମୋହନ,ବିଭାଗୀୟ ଅଧିକାରୀ,ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ବ୍ୟାଙ୍କ ସମୁହ ଅଧିକାରୀ ଓ ବୀମା କମ୍ପାନୀ ର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

Share in top social networks!