କର୍ମଜୀବୀ ସାମ୍ବାଦିକଙ୍କ ଦାବୀ ବିଚାର ପାଇଁ କମିଟି ଗଠିତ

tn_27.11.2013=3କର୍ମଜୀବୀ ସାମ୍ବାଦିକଙ୍କ ବିଭିନ୍ନ ଦାବିର ବିଚାର ପାଇଁ ସରକାର ଆଜି ଏକ କମିଟି ଗଠନ କରିଛନ୍ତି । ଏହି କମିଟିର ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ,ଅର୍ଥବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ କମିଶନର ତଥା ଶାସନ ସଚିବ ସଦସ୍ୟ ଅଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗର ଶାସନ ସଚିବ ଏହି କମିଟିର ଆବାହକ ସଦସ୍ୟ ରହିଛନ୍ତି । ସୂଚନା ଯୋଗ୍ୟଯେ ଆଜି ପୂର୍ବାହ୍ନରେ ଭୁବନେଶ୍ଵର କର୍ମଜୀବୀ ସାମ୍ବାଦିକମାନଙ୍କର ଏକ ପ୍ରତିନିଧି ଦଳ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ଏଥିପାଇଁ ଏକ କମିଟି ଗଠନ କରି ଶୀଘ୍ର ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ଏହି କମିଟି ଗଠନ କରାଯାଇଛି । ବୈଠକରେ ସାମ୍ବାଦିକମାନଙ୍କର ସ୍ୱାସ୍ଥ୍ୟବୀମା ,କର୍ପସ ପାଣ୍ଠି ନିୟମାବଳୀର ସରଳୀକରଣ, ଅବସରପ୍ରାପ୍ତ ସାମ୍ବାଦିକମାନଙ୍କର ପେନସନ୍ ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା ହୋଇଥିଲା । ଏହି ବୈଠକରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ଅରୁଣ କୁମାର ସାହୁ ଓ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ପ୍ରମୋଦ କୁମାର ଦାସ ଉପସ୍ଥିତ ଥିଲେ । ସାମ୍ବାଦିକଙ୍କ ଦାବୀର ଉପଯୁକ୍ତ ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତୁରନ୍ତ କମିଟି ଗଠନ କରାଯାଇଥିବାରୁ ଆସନ୍ତା କାଲି ସାମ୍ବାଦିକମାନଙ୍କ ପ୍ରସ୍ତାବିତ ଧାରଣା କାର୍ଯ୍ୟକ୍ରମକୁ ବନ୍ଦ ରହିବାକୁ ରାଜ୍ୟସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Share in top social networks!