ରାଜ୍ୟସରକାରଙ୍କ ଦ୍ଵାରା ଅଭିଯୋଗ ବାକ୍ସ ଉନ୍ମୋଚନ

images
ରାଜ୍ୟସରକାରଙ୍କ ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସକ ବିଭାଗ ଲୋକଙ୍କ ସୁବିଧା ପାଇଁ ରାଜ୍ୟ ସଚିବାଳୟସ୍ଥିତ ସଭ୍ୟର୍ଥନା କକ୍ଷଠାରେ ଏକ ଅଭିଯୋଗ ବାକ୍ସ ସ୍ଥାପନ କରିଛନ୍ତି । ଏହାକୁ ବିଭାଗୀୟ ମନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଅନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଛନ୍ତି । ଯେଉଁମାନେ ସଚିବନାଳୟ ଭିତରକୁ ଆସିପାରୁନାହାନ୍ତି ,ସେମାନେ ତାଙ୍କର ଲିଖିତ ଅଭିଯୋଗ ଗୁଡିକୁ ଏହି ବାକ୍ସରେ ପକାଇ ପାରିବେ । ସେଗୁଡିକୁ ପ୍ରତି ସନ୍ଧ୍ୟାରେ ବାହାର କରାଯାଇ ସଠିକ କର୍ତ୍ତୁପକ୍ଷଙ୍କ ନିକଟକୁ ବିଭାଗ ତରଫରୁ ପ୍ରେରଣ କରାଯିବ । ଫଳରେ ଅଭିଯୋଗ ଦାଖଲ ପାଇଁ ଆସୁଥିବା ଜନସାଧାରଣଙ୍କ ଅଭିଯୋଗ ଠିକଣା ସ୍ଥଳକୁ ସହଜରେ ପହଞ୍ଚିପାରିବ । ଏହି ଅବସରରେ ବିଭାଗୀୟ ପ୍ରମୁଖ ସଚିବ ଶ୍ରୀ ସଂଗ୍ରାମ କେଶରୀ ମିଶ୍ର ଓ ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

Share in top social networks!