କେ.ବି.କେ ଜିଲ୍ଲାରେ କାର୍ଯ୍ୟକାରୀ ହେବ ବିଜୁ କେ.ବି.କେ ଯୋଜନା

images (1)
ଆର୍.ଏଲ୍.ଟି.ଏ.ପି. ମାଧ୍ୟମରେ ହାସଲ ଆହୋଇଥିବା ପ୍ରଗତିର ଧାରାକୁ ତ୍ୱରାନ୍ୱିତ କରିବା ତଥା ବଜାୟ ରଖିବା ପାଇଁ ବିଜୁ କେ.ବି.କେ ଯୋଜନା ରାଜ୍ୟ ସରକରାଙ୍କର ଏଅ ଅନନ୍ୟ ପଦକ୍ଷେପ । ଲୋକମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ଏବଂ ଦାରିଦ୍ର୍ୟ ହାରରେ ଦୃତ ହ୍ରାସ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ । ବିଜୁଳି,ସଡକ,ପାଣି,ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ଗୃହନିର୍ମାଣ ଇତ୍ୟାଦି ଏହି ଯୋଜନାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ଏହି ଯୋଜନା ମାଧ୍ୟମରେ କେ.ବି.କେ ଅଞ୍ଚଳରେ ବାର୍ଷିକ ୧୨୦ କୋଟି ଟଙ୍କା ହାରରେ ଅର୍ଥ ବିନିଯୋଗ କରିବାର ବ୍ୟବସ୍ଥା ହୋଇଛି । ବିଜୁଳି,ସଡକ ଓ ପାଣି ଉପରେ ଅଧିକ ପ୍ରାଧାନ୍ୟ ଦେଇ ସମସ୍ତ କେ.ବି.କେ ଜିଲ୍ଲାରେ ୧୨୦ କୋଟି ଟଙ୍କାର ଜିଲ୍ଲା ଯୋଜନା ପ୍ରଣୟନ କରି ପ୍ରକଳ୍ପ ଗୁଡିକୁ ସରକାରଙ୍କ ଅନୁମୋଦନ କ୍ରମେ କାର୍ଯ୍ୟକାରୀ କରିବା ନିମନ୍ତେ ସରକାରୀ ନିର୍ଦ୍ଦେଶନାମା ରହିଛି । କୌଣସି କ୍ଷେତ୍ରରେ ସଙ୍କଟମୟ ଶୂନ୍ୟତା ପୂରଣ ନିମନ୍ତେ ପାଣ୍ଠି ଉପଲବ୍ଧ ହେଉନଥିଲେ କିମ୍ବା ପର୍ଯ୍ୟାପ୍ତ ହେଉ ନଥିଲେ କେ.ବି.କେ. ଯୋଜନାର ଅର୍ଥ ବ୍ୟୟ କରିବା ପାଇଁ ଜିଲ୍ଲାଗୁଡିକୁ ପରାମର୍ଶ ଦିଆଯାଇଛି । ୨୦୧୩-୧୪ ଆର୍ଥିକ ବର୍ଷରେ ଗ୍ରାମ୍ୟ ବିଦ୍ୟୁତିକରଣ,ଗ୍ରାମ୍ୟ ରାସ୍ତା,ପୋଲ ଓ ନଳାପୋଲ ଇତ୍ୟାଦି ନିର୍ମାଣ ଏବଂ ଜଳସେଚନ ଓ ପାନୀୟଜଳର ଉତ୍ସ ସୃଷ୍ଟି କରିବା ଦିଗରେ ଯୋଗାଇ ଦିଆଯାଇଥିବା ଅର୍ଥକୁ ବ୍ୟୟ ନିମନ୍ତେ ପ୍ରତି ଜିଲ୍ଲା ପାଇଁ ଯୋଜନା ପ୍ରଣୟନ କରିବା ଏବଂ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ କେ.ବି.କେ.ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି ।

Share in top social networks!