ବିଜୁ ସହରାଞ୍ଚଳ ବିଦ୍ୟୁତିକରଣ ଯୋଜନାରେ ୧୭୪୪୫ ଟି ବିପିଏଲ ଘରକୁ ବିଦ୍ୟୁତ୍ କରଣ

45848ବିଦ୍ୟୁତ୍ ସେବାକୁ ସହରାଞ୍ଚଳ ଅନ୍ୟୁନ ୧୦୦ ଜଣ ବାସ କରୁଥିବା ଅଞ୍ଚଳକୁ ଯୋଗାଇ ଦେବାପାଇଁ ଓଡିଶା ସରକାରଙ୍କ ବିଜୁ ସହରାଞ୍ଚଳ ବିଦ୍ୟୁତିକରଣ ଯୋଜନା ଦୀର୍ଘମିଆଦୀ ସୂତ୍ରରେ ୨୦୧୦-୧୧ ଆର୍ଥିକ ବର୍ଷରୁ ପ୍ରଚଳନ କରିଅଛନ୍ତି । ଏହି ଯୋଜନାରେ ଅଣବିଦ୍ୟୁତିକରଣ ଗ୍ରାମ/ବସ୍ତି/ୱାର୍ଡ ଇତ୍ୟାଦିକୁ ଅନ୍ତର୍ଭୁକ୍ତ କରାଯାଇଛି । ୩ଟି ମ୍ୟୁନିସିପାଲିଟି କର୍ପୋରେସନ,୬୩ଟି ଏନ୍.ଏ.ସି ଓ ୩୭ଟି ମ୍ୟୁନିସିପାଲିଟି କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଯୋଜନା ପ୍ରତି କର୍ପୋରେସନ ପାଇଁ ୧ କୋଟି ଟଙ୍କା,ମ୍ୟୁନିସିପାଲିଟି ପାଇଁ ୫୦ ହଜାର ଟଙ୍କା ଓ ଏନ୍.ଏ.ସି ପାଇଁ ୩୦ ଲକ୍ଷ ଟଙ୍କା ଅନୁଦାନ ଦେବାର ବ୍ୟବସ୍ଥା ରହିଛି । ପ୍ରତି ଅଣବିଦ୍ୟୁତିକରଣ ଗ୍ରାମ,ବସ୍ତି, ୱାର୍ଡ ର ବିଦ୍ୟୁତିକରଣ ପାଇଁ ସର୍ବାଧିକ ୩ ଲକ୍ଷ ୫୦ହଜାର ଟଙ୍କା ଏବଂ ପ୍ରତି ବିପିଏଲ ପରିବାରର ବିଦ୍ୟୁତିକରଣ ପାଇଁ ୨ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି । ଏହି ଯୋଜନା ଅକ୍ଟୋବର ୨୦୧୩ ସୁଦ୍ଧା ୧୫୩୨ଟି ଗ୍ରାମ/ବସ୍ତି/ୱାର୍ଡ କୁ ବିଦ୍ୟୁତ୍ କରଣ କରାଯାଇଛି ଏବଂ ୮୨୭ ଗ୍ରାମ/ବସ୍ତି/ୱାର୍ଡ ରେ କାର୍ଯ୍ୟର ଅଗ୍ରଗତି ହୋଇଛି । ଏଥି ସହିତ ୧୭୪୪୫ଟି ବିପିଏଲ ଘରକୁ ମଧ୍ୟ ବିଦ୍ୟୁତ୍ କରଣ କରାଯାଇଛି ।

Share in top social networks!