ଶ୍ରୀମନ୍ଦିର ପ୍ରଶାସନ ଦ୍ଵାରା ପ୍ରଚଳିତ ଅମୃତ ମଣୋହି ଦାନ ଯୋଜନା ଉଚ୍ଛେଦ

45840ଆଜି ପର୍ଯ୍ୟଟନ,ସଂସ୍କୃତି,ଯୋଜନା ସମନ୍ଵୟ ଓ ଆଇନ ମନ୍ତ୍ରୀଙ୍କ ସଚିବାଳୟସ୍ଥ ପ୍ରକୋଷ୍ଠରେ ଛତିଶା ନିଯୋଗ ସଭ୍ୟାମାନଙ୍କର ଏକ ବୈଠକ ଆଇନମନ୍ତ୍ରୀ ଶ୍ରୀଯୁକ୍ତ ମହେଶ୍ଵର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଦ୍ଵାରା ପରିଚାଳିତ ଅମୃତ ମାଣୋହୀ /କୋଠଭୋଗ ଦାନ ଯୋଜନା ଉଚ୍ଛେଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତିକୁ ଆଗାମୀ ଡିସେମ୍ବର ୧ ତାରିଖରୁ କାର୍ଯ୍ୟକାରୀ କରିବା ପାଇଁ ଆଇନ ବିଭାଗ ତାଙ୍କ ପତ୍ର ମାଧ୍ୟମରେ ଶ୍ରୀମନ୍ଦିରକୁ ଜଣାଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନକୁ ଏହି ଯୋଜନା ଉଚ୍ଛେଦ ଦ୍ଵାରା ହେଉଥିବା କ୍ଷତି ଯାହାକି ବାର୍ଷିକ ପ୍ରାୟ ୪୦ ଲକ୍ଷ ଟଙ୍କା ସରକାର ବହନ କରିବେ ବୋଲି ଉକ୍ତ ନିର୍ଦ୍ଦେଶନାମା ରେ ଉଲ୍ଲେଖ କରାଯାଇଥିବା ଶ୍ରୀ ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏଥିପାଇଁ ଛତିଶା ନିଯୋଗର ଉପସ୍ଥିତ ଥିବା ସଭ୍ୟ ମଣ୍ଡଳୀ ବିଭାଗୀୟ ମନ୍ତ୍ରୀ,ମୁଖ୍ୟମନ୍ତ୍ରୀ ତଥା ସରକାରଙ୍କଠାରେ କୃତଜ୍ଞତା ପ୍ରକାଶ କରି କହିଲେ ଯେ ବହୁ ଦିନରୁ ଏହି ଦାବି ସରକାରଙ୍କଠାରେ ବିଚାରାଧୀନ ଥିଲା । ଆଜି ଏହାର ଅନ୍ତ ଘଟିଥିବାରୁ ସେମାନେ ବିଶେଷ ଆନନ୍ଦିତ । ଆଇନ ବିଭାଗ ଶାସନ ସଚିବ ଶ୍ରୀ ଶତ୍ରୁଘ୍ନ ପୂଜାରୀ,ସୂଚନା ଅଧିକାରୀ ବରଦା ଦାସ,ସେବାୟତ ସମ୍ମିଳନୀ,ସୁଆରମହାସୁଆର ନିଯୋଗ,ପଢିଆରୀ ନିଯୋଗ,ପଶୁପାଳକ ନିଯୋଗ,ଗରାବଡୁ ନିଯୋଗ,ପାତ୍ରବଡୁ ନିଯୋଗ,ପୂଜାପଣ୍ଡା ନିଯୋଗ,ଦଇତାପତି ନିଯୋଗ,ସୁଆରବଡୁ ନିଯୋଗ,ବଡୁସୁଆର ନିଯୋଗ,ମୁଦୁଲି ନିଯୋଗ,ଖୁଣ୍ଟିଆ ମେକାପ ନିଯୋଗ ପୁରୀର ପ୍ରତିନିଧୀମାନେ ଏହି ବୈଠକରେ ଯୋଗଦାନ କରିଥିଲେ ।

Share in top social networks!