ବରିଷ୍ଠ ସାମ୍ବାଦିକ ତଥା ଉତ୍କଳ ମେଲର ସମ୍ପାଦକ ବିଜୟ ରାଉତରାୟଙ୍କ ଅକାଳ ବିୟୋଗରେ ଓଡିଶା ସୂଚନା ସେବା ସଂଘର ଗଭୀର ଶୋକ

45687ବରିଷ୍ଠ ସାମ୍ବାଦିକ ତଥା ଉତ୍କଳ ମେଲର ସମ୍ପାଦକ ବିଜୟ ରାଉତରାୟଙ୍କ ଅକାଳ ବିୟୋଗରେ ଓଡିଶା ସୂଚନା ସେବା ସଂଘ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତରେ ସଂଘର ସଭାପତି ଶ୍ରୀ ସୂର୍ଯ୍ୟ ରଞ୍ଜନ ମହାନ୍ତି,ଉପସଭାପତି ଶ୍ରୀ ହେମନ୍ତ କୁମାର ନାୟକ,ସାଧାରଣ ସମ୍ପାଦକ ଶ୍ରୀ ଚିତ୍ତରଞ୍ଜନ ପତି,ସହସଂପାଦକ ଶ୍ରୀ ଉମାକାନ୍ତ ମହାପାତ୍ର,କୋଷାଧ୍ୟକ୍ଷ ଶ୍ରୀ ଭବାନୀ ଶଙ୍କର ଭୂୟାଁ,ଅଡିଟର ଶ୍ରୀ ସନ୍ତୋଷ କୁମାର ଦାସ ଓ ସମସ୍ତ କାର୍ଯ୍ୟକାରୀ ସଦସ୍ୟ/ସଦସ୍ୟା ସ୍ଵର୍ଗତ ରାଉତରାୟଙ୍କୁ ଜଣେ ଭଦ୍ର,କର୍ତ୍ତବ୍ୟନିଷ୍ଠ,ଦୁଃସାହସିକ ଭାବେ ନିଜର ପରାକାଷ୍ଠା ପ୍ରଦର୍ଶନ କରିଥିବା ପ୍ରକାଶ କରିଛନ୍ତି । ତାଙ୍କର ଅକାଳ ବିୟୋଗ ଓଡିଶା ସାମ୍ବାଦିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କ ନେତୃତ୍ଵରେ ଓଡିଆ ସାମ୍ବାଦିକମାନେ ଜାତୀୟସ୍ତରରେ ନିଜର ପତିଆରା ପ୍ରଦର୍ଶନ କରିପାରିଛନ୍ତି । କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସ୍ଵାର୍ଥ ପ୍ରତି ସେ ତାଙ୍କ ଜୀବନକାଳ ମଧ୍ୟରେ ସବୁବେଳେ ସଂଗ୍ରାମ କରୁଥିଲେ । ଓଡିଶା ସୂଚନା ସେବା ସଂଘ ସ୍ଵର୍ଗତ ରାଉତରାୟଙ୍କ ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କ ଶୋକାକୁଳ ଆତ୍ମୀୟ ସ୍ଵଜନଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛି ।

Share in top social networks!