ସମ୍ବାଦିକ ବିଜୟ ରାଉତରାୟଙ୍କ ବିୟୋଗରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ଅରୁଣ ସାହୁଙ୍କ ଶୋକ

images (20)ଉତ୍କଳ ମେଲର ସମ୍ପାଦକ ତଥା କର୍ମଜୀବୀ ସାମ୍ବାଦିକ ସଂଘର ସଭାପତି ବିଜୟ କୁମାର ରାଉତରାୟଙ୍କ ବିୟୋଗରେ ଶକ୍ତି ,ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ଅରୁଣ ସାହୁ ଗଭୀର ଶୋକ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଶ୍ରୀ ସାହୁ ଏକ ଶୋକବର୍ତ୍ତାରେ କହିଛନ୍ତି ଯେ,ସ୍ଵର୍ଗତ ରାଉତରାୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରର ସ୍ଵାର୍ଥ ପ୍ରତି ଦୃଷ୍ଟିଦେବା ସଙ୍ଗେସଙ୍ଗେ କାର୍ଯ୍ୟରତ ସାମ୍ବାଦିକମାନଙ୍କର ବିଭିନ୍ନ ଦାବୀ ହାସଲ ପାଇଁ ସଦାସର୍ବଦା ଚେଷ୍ଟିତ ଥିଲେ । ସେ ଜଣେ ନିର୍ଭୀକ,କର୍ତ୍ତବ୍ୟପରାୟଣ ସାମ୍ବାଦିକ ଭାବେ ପାଠକ ଓ ସାମ୍ବାଦିକମହଲରେ ସୁପରିଚିତ ଥିଲେ । ତାଙ୍କ ବିୟୋଗ ଓଡିଶାର ସାମ୍ବାଦିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ମନ୍ତ୍ରୀ ଶ୍ରୀ ସାହୁ ତାଙ୍କର ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।

Share in top social networks!