ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମାର୍କଫେଡ୍ ପକ୍ଷରୁ ୫ ଲକ୍ଷ ଟଙ୍କା ପ୍ରଦାନ

tn_26.11.2013=2ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆଜି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବାତ୍ୟା ଦୁର୍ଗତଙ୍କ ସହାୟତା ନିମନ୍ତେ ଦାନ କରିଛନ୍ତି । ମାର୍କଫେଡ ପକ୍ଷରୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବାବେଳେ ,ନୀଳାଚଳ ଇସ୍ପାତ ନିଗମ ପକ୍ଷରୁ ୨୦ ଲକ୍ଷ ଟଙ୍କା ,ବିଜ୍ଞାନ ଭାରତୀ ଟ୍ରଷ୍ଟ ପକ୍ଷରୁ ୧୦ ଲକ୍ଷ ଟଙ୍କା ,ଦୁବାଇ ଓଡିଶା ସମାଜ ପକ୍ଷରୁ ୩ଲକ୍ଷ ଟଙ୍କା ଏବଂ ଭୁବନେଶ୍ଵର ଲାୟନସ କ୍ଲବ ଗ୍ରେଟର ପକ୍ଷରୁ ୧୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରାଯାଇଛି । ବାତ୍ୟା ଦୁର୍ଗତଙ୍କ ପ୍ରତି ସହୃଦୟତା ଜଣାଇ ସହାୟତା ରାଶି ପ୍ରଦାନ କରିଥିବା ସମସ୍ତ ବଦାନ୍ୟ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି ।

Share in top social networks!
Powered By Indic IME