ଲୋକଙ୍କ ପାଇଁ କାର୍ଯ୍ୟ କରନ୍ତୁ ନୂତନ ଜନ ପ୍ରତିନିଧି-ମୁଖ୍ୟମନ୍ତ୍ରୀ

images (1)
ଚଳିତ ପୌର ନିର୍ବାଚନରେ ଦଳର ଯେଉଁ ବିଜୟ ଘଟିଛି ତାହା ଜନସାଧାରଣଙ୍କର ବିଜେଡି ପ୍ରତି ଥିବା ଆସ୍ଥା ବିଶ୍ଵାସକୁ ପ୍ରତିଫଳିତ କରିଛି । ଏହାକୁ ଦୃଷ୍ଟିରେ ରଖି ପୌରାଞ୍ଚଳବାସୀଙ୍କ ସୁଖ ଓ ଦୁଃଖ ରେ ରହିବା ସହ ସେମାନଙ୍କର ସମସ୍ୟା ଯେପରି ଦୂର କରାଯାଇପାରିବ ସେ ଦିଗରେ ସର୍ବଦା ଚେଷ୍ଟିତ ହେବା ପାଇଂମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବଗଡ,ବିନିକା ପୌର ସଂସ୍ଥାର ବିଜୟୀ କାଉନସିଲର ମାନଙ୍କୁ ପରାମର୍ଶ ଦେଇଛନ୍ତି । ରବିବାର ଦିନ ପୂର୍ବାହ୍ନରେ ଉଭୟ ଦେବଗଡ ଓ ବିନିକା ପୌର ସଂସ୍ଥାରେ ବିଜୟଲାଭ କରିଥିବା ବିଜେଡି କାଉନସିଲର ମାନେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀକୁ ଭେଟିବା ସହ ତାଙ୍କ ଠାରୁ ଆଶୀର୍ବାଦ ନେବା ବେଳେ ମୁଖ୍ୟମନ୍ତ୍ରୀ ଏହିପରାମର୍ଶ ଦେଇଛନ୍ତି । ଦୁର୍ନୀତିର ଦୂରରେ ରହିବା ହେଉଛି ମୂଳ ମନ୍ତ୍ର ଓ ଏହାକୁ ଆଖି ଆଗରେ ରଖି କାମ କରିବାକୁ ସେ ପରାମର୍ଶ ଦେଇଥିଲେ ।

Share in top social networks!