ନାଲକୋକୁ ଇଇପିସି ରପ୍ତାନୀ ପୁରସ୍କାର

images
ନବରତ୍ନ ସରକାରୀ ଉଦ୍ୟୋଗ ତଥା ଆଲୁମିନା ଓ ଆଲୁମିନିୟମ ଉତ୍ପାଦନ ତଥା ରପ୍ତାନୀ କ୍ଷେତ୍ରରେ ଭାରତର ଅଗ୍ରଣୀ ସଂସ୍ଥା ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲକୋ),2011-12 ବର୍ଷ ପାଇଁ ବୃହତ ଉଦ୍ୟୋଗ ବର୍ଗରେ ଶ୍ରେଷ୍ଠ ରପ୍ତାନୀକାରୀ ଭାବେ ଇଇପିସି (ଇଞ୍ଜିନିୟର୍ସସ ଏକ୍ସପୋର୍ଟ ପ୍ରମୋସନ କାଉନସିଲ,ପୂର୍ବାଞ୍ଚଳ) ପକ୍ଷରୁ ସ୍ଵର୍ଣ୍ଣ ଟ୍ରି’ହାସଲ କରିଛି । ନଭେମ୍ବର ୨୨ ତାରିଖରେ କୋଲକାତା ଠାରେ ଇଇପିସି ଇଣ୍ଡିଆ (ପୂର୍ବାଞ୍ଚଳ)ପକ୍ଷରୁ ଆୟୋଜିତ ୩୦ତମ ଆଞ୍ଚଳିକ ପୁରସ୍କାର ବିତରଣ ଉତ୍ସବରେ କମ୍ପାନୀ ପକ୍ଷରୁ,ଆଞ୍ଚଳିକ ପରିଚାଳକ (ପୂର୍ବାଞ୍ଚଳ)ଶ୍ରୀ ଏନ୍ ପାଣ୍ଡବ ଭାରତ ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ରବି କପୁରଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ୨୦୧୧-୧୨ ଆର୍ଥିକ ବର୍ଷରେ,ନାଲକୋର ବିକ୍ରଲବ୍ଧ ଆୟ ୬୯୨୭ କୋଟି ଟଙ୍କା ହୋଇଥିବା ବେଳେ ରପ୍ତାନୀରୁ ୨୫୬୯ କୋଟି ଟଙ୍କା ଅର୍ଜ୍ଜନ ହୋଇଥିଲା । ଏହି ବର୍ଷ କମ୍ପାନୀର ନିଟ୍ ଲାଭ ୮୫୦ କୋଟି ଟଙ୍କା ଥିଲା । ଏଠାରେ ଉଲ୍ଲେଖଯୋଗ୍ୟଯେ,ନାଲକୋକୁ ପ୍ରିମିୟର ଟ୍ରେଡିଙ୍ଗ ହାଉସ ମାନ୍ୟତା ମିଳିଥିବା ବେଳେ ନିଜର ଉଚ୍ଚ ଗୁଣବସ୍ଥା ବିଶିଷ୍ଟ ଉତ୍ପାଦ ନିମନ୍ତେ ପ୍ରଥମ ଭାରତୀୟ ଆଲୁମିନିୟମ କମ୍ପାନୀ ଭାବେ ଏହା ଲଣ୍ଡନ ମେଟାଲ ଏକ୍ସଚେଞ୍ଜ ରେ ପଞ୍ଜୀକୃତ ହୋଇଛି ।

Share in top social networks!