ରାଜ୍ୟରେ ନିମହ୍ଯାନ୍ସର କ୍ଯାମ୍ପସ ପ୍ରତିଷ୍ଠା ପାଇଁ କେନ୍ଦ୍ରର ରାଜ୍ୟସରକାରଙ୍କୁ ପ୍ରସ୍ତାବ

ରାଜ୍ୟରେ ନିମହ୍ଯାନ୍ସର କ୍ଯାମ୍ପସ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କଟକସ୍ତିତ ଶ୍ରୀ ରାମଚନ୍ଦ୍ର ମେଡିକାଲ କଲେଜ ଓ ମେଡିକାଲ ପରିସରସ୍ଥିତ ମାନସିକ ରୋଗ ପ୍ରତିଷ୍ଠାନକୁ ପରିବର୍ଦ୍ଧିତ କରି ଏହାକୁ ନିମହ୍ଯାନ୍ସର ରୂପ ଦେବା ପାଇଁ ୩୨୦ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରକଳ୍ପ ପ୍ରସ୍ତୁତ କରି କେନ୍ଦ୍ରକୁ ପଠାଯାଇଛି।

ଏହା କାର୍ଯ୍ୟକାରି ହେଲେ ଏସସିବି କଲେଜ ମଧ୍ୟରେ ନିମହ୍ଯାନ୍ସର ଦ୍ଵିତୀୟ କ୍ଯାମ୍ପସ ଗଢି ତୋଳାଯିବା । କାଲି ଏସଂପର୍କରେ ନିମହ୍ଯାନ୍ସର ନିର୍ଦେଶକ ଡା ପି ସତୀଶ ଚନ୍ଦ୍ର ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାଃ ଦାମୋଦର ରାଉତଙ୍କୁ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ସାକ୍ଷାତ ଆଲୋଚନା ସମୟରେ ରାଜ୍ୟରେ  ସ୍ୱାସ୍ଥ୍ୟ ସେବାର ବିକାଶ, ଉପଲବ୍ଧ ମାନସିକ ରୋଗର ଚିକିସ୍ଛା ସମ୍ପର୍କରେ ଆଲୋଚନା କରିଥିଲେ।

Share in top social networks!
Powered By Indic IME