ଭେଜିକାର୍ଟ ଭ୍ରାମ୍ୟମାଣ ପାରିବା ଗାଡି ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ

unnamed (1)ଓଡିଶାର ଜନସାଧାରଣମାନଙ୍କୁ ସବୁଜ,ସତେଜ ଓ ସୁଷମ ପନିପରିବା ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ କୃଷି ବିଭାଗ ଏବଂ ଭେଜିକାର୍ଟ ମାର୍କେଟିଂ (ପ୍ରା.) ଲିଃ.(ଇ-କୁଟୀର ଏବଂ ଏମ୍ ଜି ଏମ୍ ଏଗ୍ରୀଭେଞ୍ଚରର ମିଳିତ ଉଦ୍ୟମରେ ଗଠିତ ) ସହଯୋଗରେ ଭେଜିକାର୍ଟ ମାର୍କେଟିଂ ସିଷ୍ଟମ ଏବଂ ଅନଲାଇନ୍ ରେ ପାରିବା କିଣିବାର ସୁଯୋଗ ପାଇପାରିବେ । ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏଠାରେ ଭ୍ରାମ୍ୟମାଣ ପରିବା ଗାଡିର ଶୁଭ ଉଦଘାଟନ କରିବା ସହିତ ଏକ ଅନ୍-ଲାଇନ୍ ପୋର୍ଟୋଲାର ମଧ୍ୟ ଉଦଘାଟନ କରିଥିଲେ । ରାଜ୍ୟ କୃଷି,ମତ୍ସ୍ୟ,ପଶୁସମ୍ପଦ ବିକାଶ,ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଏହି ଅଭିନବ ଯୋଜନାର ଉଦଘାଟନୀ ଉତ୍ସବରେ ସମ୍ମାନୀୟ ଅତିଥି ରୂପେ ଉପସ୍ଥିତ ଥିଲେ । ରାଜ୍ୟ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ରାଜେଶ ବର୍ମ୍ମା ଉକ୍ତ ସଭାରେ ସଭାପତିତ୍ଵ କରିଥିଲେ । ଭେଜିକାର୍ଟ ମାର୍କେଟିଂ (ପ୍ରା.) ଲିଃ .ର ପ୍ରତିଷ୍ଠାତା ନିର୍ଦ୍ଦେଶକ ଶ୍ରୀ କେ.ସି ମିଶ୍ର ଭ୍ରାମ୍ୟମାଣ ପରିବା ଗାଡି ଏବଂ ଅନ୍ ଲାଇନ୍ ରେ ଉପଲବ୍ଧ ହେବାକୁ ଥିବା ସବୁଜ ସତେଜ ପରିବାର ଅନନ୍ୟ ଯୋଜନା ଭେଜିଭାର୍ଟ କୁ ଲୋକମାନଙ୍କ ସମ୍ମୁଖରେ ଉପସ୍ଥାପିତ କରିଥିଲେ । ‘ଇ-କୁଟୀର’ ଏବଂ ‘ଏମ୍ ଜି ଏମ୍ ଏଗ୍ରୀଭେଞ୍ଚର’ ସହାୟତାରେ ଗଠିତ ଭେଜିକାର୍ଟ ମାର୍କେଟିଂ (ପ୍ରା.) ଲିଃ. ବିଭିନ୍ନ ନାମରେ ଯଥା ଭେଜି ମାର୍ଟ,ଭେଜିକାର୍ଟ, ଭେଜିହୁଇଲ୍ ଏବଂ ଭେଜି ଲାଇଟ୍ ମାଧ୍ୟମରେ ଭ୍ରାମ୍ୟମାଣ ପରିବା ବିକ୍ରିର ଆରମ୍ଭ କରୁଅଛି । ଏହି ନୂତନ ଯୋଜନାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ପରିବା ଉତ୍ପାଦନ କରୁଥିବା ଚାଷୀ ଏବଂ ଗ୍ରାହକ ମଧ୍ୟରେ ଏକ ସିଧାସଳଖ ସମ୍ପର୍କ ପ୍ରତିଷ୍ଠା କରିବା ଯାହାଦ୍ଵାରାକି ଗ୍ରାହକମାନେ ସବୁଜ ସତେଜ ପରିବା ପାଇପାରିବେ ଏବଂ ଚାଷୀର ଆର୍ଥିକ ଅଭିବୃଦ୍ଧି ହୋଇପାରିବ । ଆହୁରି ମଧ୍ୟ ଏହି ବ୍ୟବସ୍ଥା ଯୋଗୁଁ ଚାଷୀ ଏବଂ ଗ୍ରାହକ ମାନଙ୍କ ମଧ୍ୟରେ ଥିବା ମଝିଲୋକଟିର ଭୂମିକା ଗୌଣ ହୋଇପଡିବ । କାରଣ ବଜାର ପ୍ରଣାଳୀରେ ଅବ୍ୟବସ୍ଥା ଯୋଗୁଁ କୃଷକ ଏବଂ ଗ୍ରାହାକମାନଙ୍କ ମଧ୍ୟରେ ଥିବା ମଝିଲୋକଟି ହିଁ ମୂଲ୍ୟ ନିର୍ଦ୍ଧାରଣ କରିଥାଏ ଯାହାକି ଚାଷିକୁ କ୍ଷତି ପହଞ୍ଚାଇଥାଏ । ଗ୍ରାହକମାନେ ୯୦% ପନିପରିବା ରାସ୍ତାକଡର ବ୍ୟବସାୟୀ ଓ ବୁଲା ବେପାରୀମାନଙ୍କ ଭଳି ଅସଂଗଠିତ କ୍ଷେତ୍ରରୁ କ୍ରୟ କରିଥାନ୍ତି । ଖୁଚୁରା ପରିବା ବିକ୍ରେତା ମାନେ ସଂଗଠିତ ହୋଇନଥିବାରୁ ସେମାନଙ୍କର ବିକ୍ରି ମଧ୍ୟ ତଦନୁଯାୟୀ ହ୍ରାସ ପାଇଥାଏ ଏବଂ ବେପାରରେ କ୍ଷତି ପହଞ୍ଚାଏ ମାତ୍ର ଏହି ଅଭିନବ ଭେଜିକାର୍ଟ ବ୍ୟବସ୍ଥା ଅସଂଗଠିତ କ୍ଷେତ୍ରକୁ ସଂଗଠିତ କରିବା ସହିତ ଏହି ବେପାରୀମାନଙ୍କର ବିକ୍ରୟ ବୃଦ୍ଧି କରିବ । ଭେଜିକାର୍ଟ ଏକ ଅନ୍ ଲାଇନ୍ ବ୍ୟବସ୍ଥା ,ଯାହା ମାଧ୍ୟମରେ ଗ୍ରାହକମାନେ ପ୍ରଥମ ଥର ପାଇଁ ଅନଲାଇନରେ ପରିବା କ୍ରୟ କରିପାରିବାର ସୁଯୋଗ ପାଇବେ । ଭେଜି ହୁଇଲ ଏକ ଖୁଚୁରା ବିତରଣ କେନ୍ଦ୍ରଭଳି କାମକରିବ ଯାହାକି ସହରୀ ବେରୋଜଗାର ଯୁବକମାନଙ୍କୁ କର୍ମ ସଂସ୍ଥାନ ଯୋଗାଇଦେବ । ‘ଭେଜି ମାର୍ଟ’ ଦ୍ଵାରା ଅସଂଗଠିତ ଖୁଚୁରା ବ୍ୟବସାୟ କ୍ଷେତ୍ରକୁ ଏକ ବ୍ରାଣ୍ଡ ଭାଲ୍ୟୁ ଯୋଗାଇଦେବ ଏବଂ ଭେଜି ଲାଇଟ୍ ସହର ଏବଂ ଗ୍ରାମାଞ୍ଚଳ କ୍ଷେତ୍ରରେ ଥିବା ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ଵରର ଲୋକସଭା ସାଂସଦ ଡଃ ପ୍ରସନ୍ନ ପାଟ୍ଟଶାଣୀ,ଏକାମ୍ର ବିଧାୟକ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ଵର ମଧ୍ୟ ବିଧ୍ୟାୟକ ଶ୍ରୀ ବିଜୟ କୁମାର ମହାନ୍ତି , ଭୁବନେଶ୍ଵର ଉତ୍ତର ବିଧାୟକ ଶ୍ରୀ ଭାଗିରଥୀ ବଡଜେନା ,ଭେଜିକାର୍ଟ ମାର୍କେଟିଂ ର ସିଇଓ ଶ୍ରୀ ଏପି ମିଶ୍ର ଏବଂ ଶ୍ରୀ ସୁବ୍ରତା କୁମାର ପୃଷ୍ଟି ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ । ଓଡିଶାର ଗରିବ ଲୋକଙ୍କସମସ୍ୟା,ଚାଷୀମାନଙ୍କର ଆୟରେ ବାଧାସୃଷ୍ଟି କରୁଥିବା ଅସୁବିଧାକୁ ଭେଜିକାର୍ଟ ର ବିଭିନ୍ନ ଯୋଜନା ମାଧ୍ୟମରେ ସମାଧାନ କରାଯିବାର ଲକ୍ଷ୍ୟ ରଖାଯାଇଛି । କେନବଲ ରାଜଧାନୀ ବାସିନ୍ଦାଙ୍କ ନିମନ୍ତେ ଦୈନିକ ୧୩୦ ଟନ୍ ପାରିବାର ଆବଶ୍ୟକତା ରହିଛି ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ନିମନ୍ତେ ଭିତ୍ତିଭୂମିର ଅଭାବ ହେତୁ ବହୁ ପନିପରିବା ଶୀଘ୍ର ନସ୍ଥ ହୋଇଯାଉଛି । ଉତ୍ପାଦନ ବୃଦ୍ଧିକରିବା ପାଇଁ ଅଧିକ ଧ୍ୟାନ ଦିଆଯାଉଥିବା ବେଳେ ନଷ୍ଟ ହେଉଥିବା ଦ୍ରବ୍ୟର ହ୍ରାସକୁ ରୋକିବା ନିମନ୍ତେ ସଠିକ ଯତ୍ନ ନିଆଯାଉ ନାହିଁ। ଯେଉଁଠିକି ମୂଲ୍ୟ ଶୃଙ୍ଖଳା ଉପରେ ଭିତ୍ତିଭୂମି ନିର୍ମାଣ କରିବା ସରକାରଙ୍କ ପ୍ରାଥମିକ ଦାୟିତ୍ଵ ଅଟେ । ଏହି ସବୁ ସମସ୍ୟା ଓ ଚିନ୍ତା କୁ ସମାଧାନ କରିବା ପାଇଁ ‘ଇ-କୁଟୀର’ ଏବଂ ‘ଏମ୍ ଜି ଏମ୍ ଏଗ୍ରୀଭେଞ୍ଚର’ ସହାୟତାରେ ଏହି ସମ୍ମିଳିତ ଉଦ୍ୟମ ଆରମ୍ଭ କରାଯାଇଛି ଯାହା ଗ୍ରାହକମାନଙ୍କୁ ଏକ ଛାତ ତଳେ ଉଭୟ ଉନ୍ନତ ଦ୍ରବ୍ୟ ଏବଂ ସେବା ଯୋଗାଇ ଦେବ ।
ଭେଜକାର୍ଟ ର ସ୍ଵତନ୍ତ୍ରତା -:
ସ୍ଥାନୀୟ ଚାଷୀମାନଙ୍କଠାରୁ ଉଚିତ୍ ମୂଲ୍ୟରେ ପରିବା କିଣା ହେବା ସହିତ ଚାଷିମାନଙ୍କୁ ଗ୍ରାହକମାନଙ୍କର ପସନ୍ଦ ବାବଦରେ ସଚେତନ କରିବା,ଏକ କେନ୍ଦ୍ରୀକୃତ ବିତରଣ କେନ୍ଦ୍ରରେ ପୁନଶ୍ଚ ଗ୍ରେଡିଂ ଏବଂ ପ୍ୟାକେଜିଂ କରାଇବା ଆଦି ସହିତ ଏହି ବ୍ୟବସ୍ଥାରେ ସବୁଜ ସତେଜ ପରିବା ୧ କେଜି,୫୦୦ ଗ୍ରାମ,୨୫୦ଗ୍ରାମ ଓ ୧୦୦ଗ୍ରାମର ପ୍ୟାକେଟରେ ମଧ୍ୟ ଉପଲବ୍ଧ ହେବ । ଉଭୟ ଚାଷୀ ଏବଂ ଗ୍ରାହକମାନଙ୍କୁ ଲକ୍ଷ୍ୟ ରଖି ଦ୍ରବ୍ୟର ମୂଲ୍ୟ ସ୍ଥିର କରାଯାଇଛି ।
ଏମ୍ ଜି ଏମ୍ ଏଗ୍ରୀଭେଞ୍ଚର ପ୍ରା.ଲିଃ :-
ଏମ୍ ଜି ଏମ୍ ଏଗ୍ରୀଭେଞ୍ଚର ପ୍ରା.ଲିଃ. ବୌଦ୍ଧ ଜିଲ୍ଲାରେ ୨୦୦ ଏକର ଜମିରେ ପନିପରିବା,ଫଳ ଏବଂ ଫୁଲ କ୍ଷେତ୍ରରେ ଏକ ଅତ୍ୟାଧୁନିକ ଉଦ୍ୟୋଗ ତିଆରି କରିଛି । ୧୦ ଏକରରୁ ଉର୍ଦ୍ଧ୍ଵ ଜମିରେ ପଲ୍ଲୀଘର ଏବଂ ଶୁଦ୍ଧ ଘର ରହିଛି । ଡର୍ଚ ଗୋଲାପ,ଜର୍ରବେରା,ଗ୍ଲାଡିଓଲି,ଗେଣ୍ଡୁ ଓ ଲିଲିୟମ ଇତ୍ୟାଦି ଫୁଲ ଉତ୍ପାଦନ କରେ । ଉର୍ମି କମ୍ପୋଷ୍ଟ ଓ ଯାଇବା ଉର୍ବରକର ସ୍ଥାପନା କରୁଛନ୍ତି । ଓଡିଶା ବ୍ଯତୀତ ଦିଲ୍ଲୀ,କୋଲକାତା,ବମ୍ବେ ଏବଂ ହାଇଦ୍ରାବାଦ ଆଦି ସ୍ଥାନକୁ ଫୁଲ ଏବଂ ଫଳ ଯଥା କଦଳୀ,ପିଜୁଳି ,ରଙ୍ଗୀନ କ୍ୟାପସିକମ୍ ଆଦି ରପ୍ତାନି କରାଯାଏ ।

Share in top social networks!