ଭେଜ୍ କାର୍ଟ ବ୍ୟବସ୍ଥାର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଶୁଭାରମ୍ଭ

45818
ଆଳୁ ଓ ପିଆଜ ଉତ୍ପାଦନରେ ରାଜ୍ୟକୁ ସ୍ୱାବଲମ୍ବୀ କରିବା ପାଇଁ ସମୟବଦ୍ଧ ଯୋଜନା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଦେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ଵରରେ ଭେଜ୍ କାର୍ଟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ଉଦ୍ୟାନ ବିଭାଗ ଏବଂ ଭେଜ୍ କାର୍ଟ frouit ltd ମିଳିତ ସହଯୋଗରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏହାଦ୍ୱାରା ଗ୍ରାହକ ମାନେ ଉତ୍ତମ ଗୁଣର ପନିପରିବା ଘର ପାଖରେ ପାଇପାରିବେ । ଏଥିପାଇଁ ଅନଲାଇନ ରେ ବୁକିଂ କଲେ ମଧ୍ୟ ଘରେ ପରିବା ପହଞ୍ଚିପାରିବ । online ରେ ପରିବା ବୁକିଂ ବ୍ୟବସ୍ଥା ଆରମ୍ଭ କରିବା ଭୁବନେଶ୍ଵରରେ ସାରା ଦେଶରେ ପ୍ରଥମ ଅଟେ । ଏତଦବ୍ୟତୀତ veggie wheel ଜରିଆରେ ପଲ୍ଲୀପ୍ୟାକରେ ଗ୍ରାହକମାନଙ୍କୁ ପାରିବା ଯୋଗାଇ ଦିଆଯିବ । ଏହାଦ୍ୱାରା ସହରାଞ୍ଚଳର ଗରିବ ଲୋକମାନେ ରୋଜଗାର କ୍ଷମ ମଧ୍ୟ ହୋଇପାରିବେ । ଭୁବନେଶ୍ଵରର ଜୟଦେବ ଭବନଠାରେ ଏହି ଆୟୋଜିତ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବର୍ତ୍ତମାନ ରାଜ୍ୟର ସାତଲକ୍ଷ ହେକ୍ଟର ଜମିରେ ପନିପରିବା ଚାଷ କରାଯାଇ ୯୫ ଲକ୍ଷ ମେଟ୍ରିକ ଟନ ପନିପରିବା ଉତ୍ପାଦନ କରାଯାଉଛି । ତେଣୁ ଅଧିକ ଜମିରେ ପନିପରିବା ଚାଷ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଦେବା ସହିତ ଆଳୁ ଓ ପିଆଜ ଉତ୍ପାଦନ କ୍ଷେତ୍ରରେ ରାଜ୍ୟକୁ ସ୍ୱାବଲମ୍ବୀ କରିବା ପାଇଁ ସମୟବଦ୍ଧ ଯୋଜନା କାର୍ଯ୍ୟକାରୀ କରିବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର,ସାଂସଦ ଡଃ ପ୍ରସନ୍ନ ପାଟ୍ଟଶାଣୀ,ବିଧାୟକ ଶ୍ରୀ ଅଶୋକ ପଣ୍ଡା,ବିଜୟ ମହାନ୍ତି,ଭାଗିରଥୀ ବଡଜେନା,କୃଷିବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ରାଜେଶ ବର୍ମା ନିର୍ଦ୍ଦେଶକ ସଂଜୀବ ଚଡା ଓ veggie cart ର କେ.ସି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!