ଗ୍ରାମ୍ୟ ବିଦ୍ୟୁତିକରଣ ରେ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ୧୪୭୬୪୯ ଟି ବିପିଏଲ୍ ଘରକୁ ବିଦ୍ୟୁତକରଣ

45806ଶହେରୁ କମ୍ ଜନସଂଖ୍ୟା ବିଶିଷ୍ଟ ପଡ଼ାଗ୍ରାମ/ଦଳିତ ବସ୍ତିକୁ ରାଜୀବଗାନ୍ଧି ଗ୍ରାମୀଣ ଯୋଜନାରେ ଅନ୍ତର୍ଭୁକ୍ତ ନ କରିବା ପାଇଁ କେନ୍ଦ୍ରସରକାରଙ୍କ ନିଷ୍ପତ୍ତି ପରିପେକ୍ଷୀରେ ଏହି ଗ୍ରାମଗୁଡିକର ବିଦ୍ୟୁତିକରଣ ପାଇଁ ଓଡିଶା ସରକାର ବିଜୁ ଗ୍ରାମ ଜ୍ୟୋତି ନାମକ ଏକ ନୂତନ ଯୋଜନା ୨୦୦୭-୦୮ ଆର୍ଥିକ ବର୍ଷଠାରୁ ପ୍ରଚଳନ କରିଅଛନ୍ତି । ଏକାଦଶ ପଞ୍ଚବାର୍ଷିକ ଯୋଜନାରେ ୧୦ ହଜାର ଗ୍ରାମ /ପଡ଼ାଗ୍ରାମ/ବସ୍ତିକୁ ବିଦ୍ୟୁତିକରଣ ପାଇଁ ଲକ୍ଷ୍ୟ ରଖା ଯାଇଥିଲା । ଅକ୍ଟୋବର ୨୦୧୩ ସୁଦ୍ଧା ୧୨୨୨୪ ପଡ଼ାଗ୍ରାମ/ବସ୍ତିକୁ ବିଦ୍ୟୁତିକରଣ କରାଯାଇଥିବାବେଳେ ୧୪୭୬୪୯ ଟି ବିପିଏଲ ଘରକୁ ବିଦ୍ୟୁତିକରଣ କରାଯାଇଛି । ରାଜ୍ୟ ସରକାର ୨୦୧୨ -୧୩ ସୁଦ୍ଧା ଏହି ଯୋଜନାରେ ବ୍ଲକ୍ ପିଛା ବାର୍ଷିକ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ଦେବାର ବ୍ୟବସ୍ଥା ରଖାଯାଇଛି ।

Share in top social networks!