ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ଵ ତଥା ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନେଇ ଅର୍ଥ ବିନିଯୋଗ ପାଇଁ ଯୋଜନା ପ୍ରସ୍ତୁତ ନିମନ୍ତେ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ

44387ସାର୍ବଜନୀନ ସ୍ଵାସ୍ଥ୍ୟସେବାର ବିକାଶ ପ୍ରକ୍ରିୟାକୁ ବଜାୟ ରଖିବା କ୍ଷେତ୍ରରେ ଅର୍ଥବିନିଯୋଗ ସଂପର୍କରେ ବିଶ୍ଵସ୍ଵାସ୍ଥ୍ୟ ସଂଗଠନ –ବିଶ୍ଵ ବ୍ୟାଙ୍କର ତରଫରୁ ଏକ ୫ଦିନିଆ ଫ୍ଲାଗସିପ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କାଳୟନା ମନ୍ତ୍ରୀ ଡାଃ ଦାମୋଦର ରାଉତ ଏହି କାର୍ଯ୍ୟ କ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ଵ ଆରୋପ କରାଯିବା ସହ ବିଭିନ୍ନ ରୋଗ ନିୟନ୍ତ୍ରଣ ଆଦି ନିମନ୍ତେ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନେଇ ଅର୍ଥ ବିନିଯୋଗ ଯୋଜନା ପ୍ରସ୍ତୁତ କରାଯିବା ଆବଶ୍ୟକ ବୋଲି କହିଛନ୍ତି । ଡାଃ ରାଉତ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଦେଶ ସ୍ଵାଧୀନ ହେବା ପରେ କ୍ଷୁଧା,ନିରକ୍ଷରତାକୁ ଦୂର କରିବାରେ ସକ୍ଷମ ହୋଇହୋଇଛି । ସେହିପରି ସଂକ୍ରାମକ ରୋଗକୁ ମଧ୍ୟ ନିୟନ୍ତ୍ରଣାଧୀନ କରିପାରିଛେ । ହେଲେ ବର୍ତ୍ତମାନର ଦୃତ ଶିଳ୍ପାୟନ,ସହରିକରଣ ଏବଂ ଜୀବନ ଶୈଳୀରେ ବରିବର୍ତନ ଯୋଗୁଁ କର୍କଟ,ମଧୁମେହ ଏବଂ ହୃଦଘାତ ଆଦି ଭଳି ଅଣ-ସଂକ୍ରାମକ ରୋଗର ଓ ଏଚ୍.ଆଇ.ଭି ଏଡସ ଭଳି ରୋଗର ପ୍ରାଦୃଭାବ ଦେଖା ଦେଇଛି । ଆସନ୍ତା କିଛି ବର୍ଷ ମଧ୍ୟରେ ବିଶ୍ଵର ମୋଟ ହୃଦଘାତ ରୋଗୀଙ୍କ ମଧ୍ୟରୁ ଭାରତର ୬୦ ପ୍ରତିଶତ ରୋଗୀ ହେବେ ବୋଲି ଏକ ଆକଳନରୁ ଜଣାପଡିଛି । ସେଥିରୁ ୬୦ପ୍ରତିଶତ ୫୦ବର୍ଷ ବୟସରୁ କମ ଲୋକ ଆକ୍ରାନ୍ତ ହେବେ । ସେହିପରି ମଧୁମେହ ମଧ୍ୟ । ଏଣୁ ସମୟ ଆସିଛି ଆମକୁ ସେ ଦିଗ ପ୍ରତି ଚିନ୍ତା କରିବାକୁ ପଡିବ ।ସ୍ଵାସ୍ଥ୍ୟସେବା ସାଧାରଣ ଲୋକଙ୍କର ଏକ ମୌଳିକ ଅଧିକାର । ଜନସାଧାରଣଙ୍କୁ ଗୁଆତ୍ମକ ସ୍ଵାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର ସଂକଳ୍ପ ବଦ୍ଧ । ଏନେଇ ବହୁ ବିଧ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି । ହେଲେ ମାନବ ସମ୍ବଳ ଓ ଉପଯୁକ୍ତ ଭିତ୍ତିଭୂମିର ଆଭାବ ରହିଛି । ଅର୍ଥର କୌଣସି ଅଭାବ ନାହିଁ । ମାନବ ସମ୍ବଳ ଅଭାବ ପୂରଣ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନେଇ ଯୋଜନା ପ୍ରସ୍ତୁତ କରାଯାଇ ଅର୍ଥ ବିନିଯୋଗକରାଗଲେ ଆମେ ସେ ଲକ୍ଷ୍ୟ ହାସଲ କରିପାରିବା । ଏହି ୫ଦିନିଆ ତାଲିମ କାର୍ଯ୍ୟକ୍ରମ ଆମର ସ୍ୱାସ୍ଥ୍ୟ ପ୍ରଶାସକ ମାନଙ୍କୁ ସେ ଦିଗରେ ଯଥେଷ୍ଟ ସହାୟକ ହୋଇ ପାରିବ ବୋଲି ସ୍ଵାସ୍ଥ୍ୟମନ୍ତ୍ରୀ କହିଥିଲେ । ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ତାଙ୍କ ଭାଷଣରେ ରାଜ୍ୟର ସ୍ଵାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଆଲୋକପାତ କରି ଥିଲେ । ସେ କହିଥିଲେ ଯେ ସ୍ଵାସ୍ଥ୍ୟସେବା ବିକାଶ ପାଇଁ ଓଡିଶାରେ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ସିକୃତି ସ୍ୱରୂପ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ-ବିଶ୍ଵ ବ୍ୟାଙ୍କ ଏହି ତାଲିମ କାର୍ଯ୍ୟ କ୍ରମ ଆୟୋଜନ କରିଛନ୍ତି । ଓଡିଶାରେ ୧୦୮ ଜରୁରୀ କାଳୀନ ମେଡିକାଲ ଆମ୍ବୁଲାନ୍ସ ସେବା,ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ,ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା,ଜନନୀ ସୁରକ୍ଷା ଯୋଜନା ଏବଂ ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠିକୁ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରାଯାଇ ପାରିଛି । ଅପହଞ୍ଚ ଅଞ୍ଚଳରେ ସ୍ଵାସ୍ଥ୍ୟସେବା ପହଞ୍ଚାଇବା ଦିଗରେ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି । ଏହି ପରିପ୍ରେକ୍ଷୀରେ ଏଇ ଯେଉଁ ତାଲିମ କାର୍ଯ୍ୟକ୍ରମ ନିଶ୍ଚିତ ସହାୟକ ହୋଇ ପାରିବ । ଅନ୍ୟମାନଙ୍କ ମଧ୍ୟରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ସ୍ୱାସ୍ଥ୍ୟ ଅର୍ଥଲଗାଣ ନିତୀ ସଂଯୋଜକ ମି ଯୋସେଫ କୁଟିନ୍ ଏବଂ ବିଶ୍ଵ ବ୍ୟାଙ୍କର ଦକ୍ଷିଣ ଏସିଆ ପାଇଁ ଅଗ୍ରଣୀ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାଃ ରମେଶ ଗୋବିନ୍ଦରାଜ ପ୍ରମୁଖ ଉଦବୋଧନ ଦେଇଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ଵତନ୍ତ୍ର ସଚିବ ଡାଃ ନଳିନୀକାନ୍ତ ଦାସ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଉପନିର୍ଦ୍ଦେଶକ ଡାଃ ବି.ପି.ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!