ମଡିଆସୁଛି ‘ଲହର୍’

45801ଫାଇଲିନ ପରି ଅତି ଭୟାନକ ରୂପ ଧାରଣ କରି ମାଡି ଆସୁଛି ଆଉଏକ ବାତ୍ୟା ‘ଲହର୍’ । ୨୦୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି । ଏହା ମାଡହେବ ଉତ୍ତର ଆନ୍ଧ୍ର ଉପକୂଳରେ । ଓଡିଶା ପବନ ମାଦରୁ ବର୍ତ୍ତିଯାଇ ପାରେ । କିନ୍ତୁ ପ୍ରବଳରୁ ପ୍ରବଳତର ବର୍ଷ ହେବାର ସମ୍ଭାବନା ରହିଛି । ଫଳରେ ଫସଲ ଗୁଡିକ ଉପୁଡିଯିବାର ଆଶଙ୍କା ରହିଛି ବୋଲି ସୂତ୍ରରୁ ପ୍ରକାଶ । ପାଣିପାଗ ବିଭାଗର ଆକଳନ ହେଉଛି,୨୮ତାରିଖ ସନ୍ଧ୍ୟା କିମ୍ବା ରାତିରେ ‘ଲହର୍’ଆନ୍ଧ୍ରପ୍ରଦେଶର କାକିନାଡା ଉପକୂଳରେ ମାଡ ହେବ । ସେତେବେ ପବନର ବେଗ ୧୭୦ରୁ ୧୯୦ କିଲୋମିଟର ଥିବ । ବେଳେବେଳେ ପବନର ବେଗ ୨୦୦ ଛୁଇଁବାର ସମ୍ଭାବନା ମଧ୍ୟ ରହିଛି । ବାତ୍ୟା ସହିତ ଆସିବା ପ୍ରବଳ ବର୍ଷା । ଏହା ତାହାର ତାଣ୍ଡବ ଚଳାଇବା ଆନ୍ଧ୍ର ଉପକୂଳରେ । କୃଷିଓ ପାଣିପାଗ ବିଶେଷଜ୍ଞ ଡ.ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି,ଲହର୍ ପ୍ରଭାବରେ ଓଡିଶାରେ ବିଶେଷ ପବନ ହେବ ନାହିଁ । ଗୋପାଳପୁର ଏହାର ପାଖ ଅଞ୍ଚଳରେ ୪୦ରୁ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । କିନ୍ତୁ ଅତି କମ୍ ରେ ୨ଦିନ ଧରି ବର୍ଷା ଲାଗି ପାରେ ବୋଲି ପାଣିପାଗ ସୂତ୍ରରୁ ପ୍ରକାଶ ।

Share in top social networks!