ଆୟୁସ ଡାକ୍ତର ରାଜ୍ୟ ବ୍ୟାପୀ ଆନ୍ଦୋଳନ କରିବେ ।

45740
ରାଜ୍ୟର ସମସ୍ତ ଆୟୁସ ଡାକ୍ତରଙ୍କୁ ରେଗୁଲାର କରିବା ଦାବିରେ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରାଯିବ । ଡିସେମ୍ବର ୧ ତାରିଖରୁ ୭ତାରିଖ ମଧ୍ୟରେ ପ୍ରତ୍ୟେକ ଜିଲ୍ଲାରେ ପ୍ରତିବାଦ ସଭା କରାଯିବ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।ଆଜି ସଂଘ ପକ୍ଷରୁ ପୁରୁଣା ଭୁବନେଶ୍ଵରସ୍ଥିତ କେଦାରନାଥ ଗବେଷଣା ପ୍ରତିଷ୍ଠାନ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ,ଦୀର୍ଘବର୍ଷ ଧରି ଅନେକ ପ୍ରତିକୂଳ ପରିସ୍ଥିତି ମଧ୍ୟ ଦେଇ ଆୟୁସ ଡାକ୍ତରମାନେ ଗ୍ରାମାଞ୍ଚଳରେ ସ୍ଵାସ୍ଥ୍ୟସେବା ଯୋଗାଇ ଆସୁଥିଲେ ମଧ୍ୟ ସରକାର ସେମାନଙ୍କୁ ଅବହେଳା କରୁଛନ୍ତି । ଏନଆରଏଚଏମରେ କାର୍ଯ୍ୟରତ ଅନ୍ୟ ପାରା ମେଡିକାଲ ଷ୍ଟାଫମାନଙ୍କ ପରି ପିଏଚସି ଓ ସିଏଚସିରେ ନୂତନ ପଦବୀ ସୃଷ୍ଟି କରିବା ସହ ସମସ୍ତ ଆୟୁଷ ଡାକ୍ତରଙ୍କୁ ରେଗୁଲାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ସ୍ଵାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ତେବେ ସେମାନଙ୍କୁ ଦାବି ପ୍ରତି କେହି କର୍ଣପାତ କରୁନାହାନ୍ତି । ଏହାର ପ୍ରତିବାଦରେ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁଚେତାବନୀ ଦିଆଯାଇଥିଲା । ଏହି ବୈଠକରେ ସଂଘର ସଭାପତି ଜ୍ୟୋତିରାଞ୍ଜନ ଗାହାଣ,ସମ୍ପାଦକ ତପନ କୁମାର ଦାଶ,କୋଷାଧ୍ୟକ୍ଷ ଶ୍ରୀନିବାସ ଦେବତା,ଉପସଭାପତି ରବୀନ୍ଦ୍ର ନାଥ ଗନ୍ତାୟତ ଏବଂ ସମସ୍ତ ଜିଲ୍ଲାର ପ୍ରତିନିଧୀମାନେ ଉପସ୍ଥିତ ଥିଲେ ।

Share in top social networks!