ସ୍ଥଳ ସୀମାରେ ପ୍ରଭାବୀ ବ୍ୟବସ୍ଥାର ଆବଶ୍ୟକତା-ଗୋଲଖ ଚନ୍ଦ୍ର ଦାସ

44601
ଭାରତର ସ୍ଥଳସୀମା ୮ ଟି ଦେଶ ସହ ମିଶୁଛି । ଦୁଃଖର କଥା ଏଥିରୁ ଅଧିକାଂଶ ଦେଶ ସହ ଭାରତକୁ ସୀମା ବିବାଦର ସାମନା କରିବାକୁ ପଡୁଛି । ବିଭିନ୍ନ ଅଧ୍ୟୟନରୁ ଏହାଜଣାପଡୁଛିଯେ,ସୀମାନ୍ତରେ ଭିତ୍ତିଭୂମି ଜନିତ ସୁବିଧା ସଂପୂର୍ଣ୍ଣ ପର୍ଯ୍ୟାପ୍ତ ନୁହେଁ । ୪୦୭୫ କିଲୋମିଟର ଲମ୍ବା ଅତି ସଂବେଦନଶୀଳ ଭାରତ-ତିବ୍ଦତ ସୀମା ହିଁ ସବୁଠାରୁ ଅଧିକ ଉପେକ୍ଷିତ ଅଟେ । ଅନେକ କ୍ଷେତ୍ରରେ ସୀମାରେଖାର ୫୦-୬୦ କିମି ପୂର୍ବରୁ ହିଁ ପକ୍କା ସଡକ ଶେଷ ହୋଇ ଯାଉଥିବା କାରଣରୁ ସୀମାବର୍ତୀ ଗ୍ରାମବାସୀଙ୍କୁ ଅନେକ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି । ଯାତାୟାତ ର ମାଧ୍ୟମ ଅତି ସୀମିତ,ଏପରିକି ଅନେକ ଗାଁ କୁ ତ ସପ୍ତାହକୁ ଥରେ ବସ୍ ଜାଆସ କରିଥାଏ । ଅନେକ ବିଦ୍ୟାଳୟ ପାଇଁ ଯଥେଷ୍ଟ ପକ୍କା ଶ୍ରେଣୀ କକ୍ଷ ନାହିନ ,ଡାକ୍ତରଖାନାର ତ ଆସ୍ତିତ୍ଵ ହିନ ନାହିଁ,ବିଜୁଳି ସଂଯୋଗ ଆଦୌ ନାହିଁ ଓ ଯଦିଓ ଅଛି ନିୟମିତ ନୁହେଁ,ଦୁରାସଞ୍ଚାର ତଥା ଯୋଗାଯୋଗର ମାଧ୍ୟମ ତ ଅନେକ ଗାଁରେ ଆଦୌ ନାହିଁ ।ବଜାରଏତେ ଦୂର ଯେ,ଲୋକେ ସାମାନ୍ୟ ଜିନିଷ କିଣାବିକା ପାଇଁ ସୁଦ୍ଧା ସୀମା ଡେଇଁ ଆରପଟକୁ ଯିବାକୁ ବାଧ୍ୟ ହୁଅନ୍ତି । ସୀମାର ସୁରକ୍ଷା କରୁଥିବା ଯବାନଙ୍କ ପରି ସୀମାବର୍ତୀ ଗାଁରେ ରହୁଥିବା ସମାଜ ମଧ୍ୟ ସୀମାନ୍ତର ରକ୍ଷାକାରୀ ଅଟନ୍ତି । ସୀମାବର୍ତୀ ଗାଁ ଗୁଡିକର ଦୁର୍ଦ୍ଦଶା ପ୍ରତି ସରକାରଙ୍କ ଉଦାସୀନତା ସୀମାନ୍ତର ସୁରକ୍ଷା ପ୍ରତି ହାନିକାରକ ଅଟେ । ଏହି ଅଞ୍ଚଳ ଗୁଡିକରେ ଭିତିଭୂମି ସୁବିଧାର ଅଭାବ କାରଣରୁ ହ୍ରାସ ପାଉଥିବା ରୋଜଗାରର ସୁଯୋଗ ଓ ଜୀବନ ଯାପନର ସମସ୍ୟା ଯୋଗୁଁ ଲୋକେ ସେଠାରୁ ପଳାୟନ କରି ଆସୁଛନ୍ତି । ଚୀନ ଦ୍ଵାରା ଏହି ବାସିନ୍ଦାଙ୍କ ଗୋଚର ଜମି ଉପରେ କବଜା କାରଣରୁ ସେମାନଙ୍କ ସମସ୍ୟା ଅଧିକ ବୃଦ୍ଧି ପାଉଛି । ଭାରତ –ପ୍ରାକ ସୀମା ତଥାନିୟନ୍ତ୍ରଣ ରେଖାନିକଟରେ ଅବସ୍ଥିତ ଗାର ଲୋକଙ୍କୁ ପାକିସ୍ତାନ ସେନା ଦ୍ଵାରା ଲଗାତର ଗୁଳିଗୋଳା ବର୍ଷଣ କାରଣରୁ ନିଜପ୍ରାଣ ପ୍ରତି ସର୍ବଦା ସଙ୍କଟର ସାମନା କରିବାକୁ ପଡୁଛି । ପ୍ରଶାସନ ଠାରୁ ସେମାନଙ୍କୁ ଆଦୌ କ୍ଷତିପୂରଣ ମିଳୁନି କିମ୍ବା ଅତି କମ ମାତ୍ରାରେ ମିଳୁଛି । ଅନେକ ସ୍ଥାନରେ ତ ସୀମାବର୍ତୀ ଗାଁର ଲୋକଙ୍କୁ ବର୍ଷ ବର୍ଷ ପର୍ଯ୍ୟନ୍ତ ନିଜ ଘର ଛାଡି ଅସ୍ଥାୟୀ ଶିବିରରେ ଆଶ୍ରୟ ନେବାକୁ ପଡୁଛି । ଯେଉଁମାନେ ଗାଁରେ ରହୁଛନ୍ତି ସେମାନଙ୍କ ଅନେକ ଗୁରୁତ୍ଵର ସମସ୍ୟା ରହିଛି । ଯଥା ସୀମାରେ ତାରବାଡ ଏବଂ ସୀମା ସୁରକ୍ଷା ହେତୁ ପୋତାଯାଇ ଥିବା ବାରୁଦ ସୁଡଙ୍ଗ କାରଣରୁ ସେମାନଙ୍କ ନିଜ ଚାଷ ଜମିକୁ ସୁଦ୍ଧା ଯାଆସ କଷ୍ଟକର ହୋଇ ପଡୁଛି । ଭାରତ-ନେପାଳ,ଭାରତ-ମିଆଁମାର,ଭାରତ-ବାଂଲାଦେଶ ସୀମା ଅବୈଧ କାରବାର,ଜାଲ ନୋଟ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ,ମାଦକ ଦ୍ରବ୍ୟ ତଥା ଅନୁପ୍ରବେଶକାରୀଙ୍କ ଚୋରା କାରବାର ଆଦି ଗତିବିଧି ପାଇଁ ସୁରକ୍ଷିତ ଅଞ୍ଚଳ ପାଲଟିଛି । ପଡୋଶିଦେଶକୁ ପଳାୟନ କରି ଲୁଚିବା ପାଇଁ ଆତଙ୍କବାଦୀ ତଥା ରାଷ୍ଟ୍ରବିରୋଧି ଶକ୍ତିମାନେ ଏହି ସୀମାନ୍ତ ରାସ୍ତାକୁ ଉପଯୋଗ କରୁଛନ୍ତି । ଭାରତ-ବାଂଲାଦେଶ ସୀମା ଏବେସୁଦ୍ଧା ସଛିଦ୍ର ହେବା କାରଣରୁ ସେଠାରେ ଲଗାତାର ବଡମାତ୍ରାରେ ଅନୁପ୍ରବେଶ ଓ ଗୋଧନ ତଥା ଅନ୍ୟ ପଶୁଧନର ଚୋରା କାରବାର ହୋଇ ଆସୁଛି । ଭାରତ-ନେପାଳ ସୀମାର ଉଭୟ ପାର୍ଶ୍ଵରେ ତୀବ୍ରଗତିରେ ଅବୈଧ ମଦ୍ରାସା,ମସଜିଦ ଏବଂ ବସତି ସ୍ଥାପନ ଉଭୟ ଦେଶରେ ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପଦ ଭାବେ ଉଭା ହେଲାଣି । ଗତ ଅକ୍ଟୋବର ୨୫ ତାରିଖରୁ ୨୭ତାରିଖ ପର୍ଯ୍ୟନ୍ତ କେରଳର କୋଚ୍ଚିଠାରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଅଖିଳ ଭାରତୀୟ ବୈଠକରେ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇ ଦେଶର ସାଂପ୍ରତିକ ସମସ୍ୟା ଉପରେ ସାମୁହିକ ଚିନ୍ତନ କରିଥିଲେ ଯାହା ଉକ୍ତ ବୈଠକରେ ପ୍ରସ୍ତାବ ଉପରେ ଗ୍ରହିତ ହୋଇଥିଲା । ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ଭାରତର ସ୍ଥଳସୀମାର ବର୍ତମାନ ସ୍ଥିତି ତଥା ସୀମାନ୍ତବର୍ତୀ ଗ୍ରାମ ଗୁଡିକର ଜନଜୀବନର ପରିସ୍ଥିତି ଉପରେ ଦେଶର ଧ୍ୟାନ ଆକର୍ଷଣ କରିଛି । ଦୁଃଖର କଥା ଦେଶ ଅଧିକାଂଶ ଦେଶ ସହ ଭାରତକୁ ସୀମା ବିବାଦର ସାମନା କରିବାକୁ ପଡୁଛି । ସମସ୍ତ ସ୍ଥଳ ସୀମାରେଖାରେ ଭିତିଭୂମି ସୁବିଧାର ଢାଞ୍ଚାକୁ ମଜବୁତ କରିବାର ଆବଶ୍ୟକତା ଉପରେ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ଗୁରୁତ୍ଵ ଦେଇଛି ।ବର୍ତମାନ ସ୍ଥିତିକୁ ନଜରରେ ରଖି ଭାରତ ସରକାରଙ୍କ ନିକଟରେ ଦାବି କରୁଛି ଯେ,ସୀମାନ୍ତ ଇଲାକାରେ ସଡକ,ରେଳପଥ,ବିଜୁଳି,ପାଣି,ଡାକ୍ତରଖାନା ପରି ଭିତିଭୂମି ସୁବିଧା ନିର୍ମାଣକୁ ସର୍ବୋଚ୍ଚ ପ୍ରତାମିକତା ଦିଅନ୍ତୁ । ସମସ୍ତ ସୀମାନ୍ତରେ ବିଭିନ୍ନ ପ୍ରକାରର ଗତିବିଧିର ସୁବ୍ୟବସ୍ଥା ଏକ ସ୍ଵତନ୍ତ୍ର ସୀମା ବ୍ୟବସ୍ଥା ପ୍ରାଧିକରଣ ଗଠନ କରାଯାଉ । ଭାରତ-ବାଂଲାଦେଶ ସୀମାରେ ତାରବାଡ ନିର୍ମାଣ କାର୍ଯ୍ୟକୁ ସଂପୂର୍ଣ୍ଣ କରାଯାଉ ତଥା ଅନ୍ୟ ସୀମାନ୍ତରେ ସୁରକ୍ଷାକର୍ମୀଙ୍କ ପ୍ରଭାବୀ ନିୟୋଜନ କରି ସୀମା ସୁରକ୍ଷାକୁ ଅଧିକ ମଜବୁତ କରାଯାଉ । ତାରବନ୍ଦୀ ତଥା ଲ୍ୟାଣ୍ଡମାଇନ ବିଛାଯିବା କାରଣରୁ ଯେଉଁମାନେ ଜମି ହରାଉଛନ୍ତି,ସେମାନଙ୍କୁ ଉଚିତ କ୍ଷତିପୂରଣ ଦିଆଯାଉ । ସୀମାନ୍ତ କ୍ଷେତ୍ରରେ ପରମ୍ପରାଗତ ଧାର୍ମିକ ଆସ୍ଥା ତଥା ଅନ୍ୟ ପର୍ଯ୍ୟଟନ ସମ୍ଭାବନା ଥିବା ସ୍ଥାନଗୁଡ଼ିକର ବିକାଶକରି ସୀମା ପର୍ଯ୍ୟଟନକୁ ପ୍ରୋତ୍ସାହନ ଦିଆଯାଉ ଯାହାଦ୍ୱାରା ସୀମାବର୍ତୀ ଅଞ୍ଚଳର ଲୋକେ ଲାଭବାନ ହେବାସହ ସୀମା ପ୍ରତି ଦେଶବାସୀଙ୍କ ଭାବନାତ୍ମକ ସଂଯୋଗ ବୃଦ୍ଧି ପାଇବ । ସୁରକ୍ଷାବାହିନୀ ଓ ସୀମାବର୍ତ୍ତି ଗ୍ରାମବାସୀଙ୍କ ମଧ୍ୟରେ ଭାବ ବିନିମୟ ଓ ସମନ୍ଵୟର ମାଧ୍ୟମ ବିକଶିତ କରାଯାଉ । ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର ମତ ଏୟା ଯେ,ସରକାରଙ୍କ ପରାଧୀନ ମାନସିକତା ହିଁ ସବୁଠାରୁ ବଡ ଆହ୍ଵାନ ଅଟେ । ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ସରକାର ତଥା ତାଙ୍କର ଅଧିକାରୀଙ୍କ ନିକଟରେ ଦାବି କରୁଛି ଯେ ଆମ ସୀମାଗୁଡିକୁ ସଂପୂର୍ଣ୍ଣ ଭାବେ ନିର୍ଦ୍ଧାରିତ ନୁହେଁ । ଏଭଳି କହିବା ତାମସା ବନ୍ଦ କରନ୍ତୁ । ଏହା ଅସତ୍ୟ ଅଟେ । ଭାରତର ସୀମା ଅଟେ । ଏହା ଦୁଃଖର ବିଷୟ ଯେ,ଏହି ଐତିହାସିକ ସତ୍ୟକୁ ଦୃଢତାପୂର୍ବକ କହିବାର ସାହସ ଆମ ନେତୃତ୍ଵ ନିକଟରେ ନାହିଁ । ସୀମା ସୁରକ୍ଷା କେବଳ ସରକାର ତଥା ସୁରକ୍ଷାକର୍ମଙ୍କ ଦାୟିତ୍ଵ ବୋଲି ଗ୍ରହଣ କରି ନିଅନ୍ତୁ ନହିଁ । ବରଂ ଦେଶଭକ୍ତ ଜନତାଙ୍କ ମଧ୍ୟ ଏହା କର୍ତବ୍ୟ ଯେ,ସେମାନେ ନିଜ ସୀମାନ୍ତ ବାବଦରେ ସତର୍କ ରହି ତାହାର ସୁରକ୍ଷା ପାଇଁ ସର୍ବଦା ପ୍ରସ୍ତୁତ ରୁହନ୍ତୁ ।

Share in top social networks!