ପଶ୍ଚିମ ଓଡିଶା ପୌରବାସୀ ଙ୍କ ଜନାଦେଶରେ ବିରୋଧୀ ଧରାଶାୟୀ ; ବିଜୁ ଜନତା ଦଳ

imagesଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ଵଚ୍ଛ ନେତୃତ୍ଵ ଓ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିକାଶମୂଳକ କାର୍ଯ୍ୟକୁ ପଶ୍ଚିମ ଓଡିଶାର ପୌରାଞ୍ଚଳବାସୀ ସ୍ପଷ୍ଟ ଭାବେ ଅନୁଭବ କରି ବିଜୁ ଜନତା ଦଳ କାଉନ୍ସିଲର ପ୍ରାର୍ଥୀ/ପ୍ରାର୍ଥୀନୀଙ୍କୁ ବିପୁଳ ଭୋଟରେ ବିଜୟ କରାଇଛନ୍ତି । ବିରୋଧିଦଳ ଗୁଡିକ ପକ୍ଷରୁ ଯେଉଁଭଳି ଭାବରେ ଜନମତକୁ ବିଭାତ କରିବା ପାଇଁ ପ୍ରଚେଷ୍ଟା କରାଯାଉଥିଲା ତାହା ଆଦୌ ପ୍ରଭାବିତ କରି ନାହିଁ, ବରଂ ପଶ୍ଚିମ ଓଡିଶାର ପୌରାଞ୍ଚଳବାସୀ ସେମାନଙ୍କର ବିଜେଡ଼ି ପ୍ରତି ଥିବା ଅକୁଣ୍ଠ ବିଶ୍ଵାସ ଓ ଭରସାକୁ ସ୍ପଷ୍ଟ ବହୁମତ ଦେଇ ବିରୋଧୀ ଦଳକୁ ଚଳିତ ନିର୍ବାଚନରେ ଧରାଶାୟୀ କରାଇଛନ୍ତି ବୋଲି ବିଜୁ ଜନତା ଦଳର ରାଜ୍ୟ ମୁଖପାତ୍ର ତଥା ସାଧାରଣ ସମ୍ପାଦକ ଶ୍ରୀ ବିଜୟ କୁମାର ନାୟକ ଏକ ପ୍ରେସ୍ ବିବୃତି ରେ ଜଣାଇଛନ୍ତି । ଶ୍ରୀ ନାୟକ କହିଛନ୍ତି ଯେ, ବିରୋଧୀ କଂଗ୍ରେସ , ବିଜେପି ଜନମତକୁ ବିଭ୍ରାନ୍ତ କରିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ଓଡିଶା ୪କୋଟି ୧୯ ଲକ୍ଷ ଜନସାଧାରଣ ଭଲଭାବେ ଜାଣନ୍ତି ଯେ,ଓଡିଶାର ବିକାଶ କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ସମ୍ଭବ ଏବଂ ଏହା ଆଗକୁ ମଧ୍ୟ ତାଙ୍କ ନେତୃତ୍ଵରେ ଜାରି ରହିବ ବୋଲି ରାଜ୍ୟବାସୀଙ୍କର ଯଥେଷ୍ଟ ଭରସା ରହିଛି । ବିଜୁ ଜନତା ଦଳର ଏହି ବିପୁଳ ବିଜୟ ପାଇଁ ଶ୍ରୀ ନାୟକ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ପଶ୍ଚିମ ଓଡିଶା ପୌରାଞ୍ଚଳର ଯୁବକ, ଛାତ୍ର, ଶ୍ରମିକ, ବୁଦ୍ଧିଜୀବୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Share in top social networks!